ଚିକିଟି ରେ ଉତ୍ସାହର ସହ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ-୨୦୨୬ ,ସହରର ବିକାଶରେ ଜନସାଧାରଣଙ୍କ ସହଭାଗିତା ଓ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବl ନିହାତି ଜରୁରୀ
Ganjam (ଗଞ୍ଜାମ)ରିପୋର୍ଟ: ଦୁର୍ଗାମାଧବ ମହାରଣାAugust 31, 202648 views

ଚିକିଟି :ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ଚିକିଟି ରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଚିକିଟି ସ୍ଥିତ ରାଜ କବି ରାଧାମୋହନ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚିକିଟି ଜନସାଧାରଣ, ଛାତ୍ର ଛାତ୍ରୀ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି,ଏନ. ଏ. ସି ଅଧକ୍ଷା ଦୀପାକୁମାରୀ ସାହୁ,ବି. ଡି. ଓ ବିବେକାନନ୍ଦ ମିଶ୍ର, ତହସିଲଦାର ବିଶ୍ୱରଂଜନ କଂହର, ବି. ଇ. ଓ ପନ୍ନଗ ଭୂଷଣ ମାଝୀ,ଏନ. ଏ. ସି ଏ. ଓ. ସିଦ୍ଧାର୍ଥ ସୋରେନ ଏବଂ 12 ଟି ୱାର୍ଡ ର କଂlଉସିଲେର ସମ୍ମାନିତ ଅତିଥି, ଭାବେ ଉପସ୍ଥିତ ଥିଲେ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ କହିଥିଲେ ଯେ, ସ୍ୱାୟତ୍ତ ଶାସନ ହେଉଛି ତୃଣମୂଳସ୍ତରରେ ଗଣତନ୍ତ୍ରକୁ ମଜବୁତ କରିବାର ଏକ ମହତ୍ୱପୂର୍ଣ୍ଣ ମାଧ୍ୟମ। ସହରର ଉନ୍ନତି କେବଳ ସରକାର କିମ୍ବା ଏନ. ଏ. ସି ଓ ପୌରପାଳିକାର ଦାୟିତ୍ୱ ନୁହେଁ; ଏଥିରେ ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ସହଯୋଗ ଆବଶ୍ୟକ।
ସେ କହିଥିଲେ ଯେ ଚିକିଟି ସହରର ବିକାଶ ପାଇଁ ରାସ୍ତା, ଡ୍ରେନେଜ, ପାନୀୟଜଳ, ଆଲୋକୀକରଣ, ସ୍ୱଚ୍ଛତା ଓ ନାଗରିକ ସୁବିଧା ଭଳି ମୌଳିକ ଆବଶ୍ୟକତାଗୁଡ଼ିକୁ ପ୍ରାଥମିକତା ଦେବା ଆବଶ୍ୟକ। ଚିକିଟି ବିଜ୍ଞାପିତ ଅଞ୍ଚଳ କୁ ଏକ ସୁନ୍ଦର, ସ୍ୱଚ୍ଛ ଓ ସୁସ୍ଥ ସହର ଭାବେ ଗଢ଼ି ତୋଳିବା ପାଇଁ ସମସ୍ତେ ମିଳିତ ଭାବେ କାମ କରିବାକୁ ସେ ଆହ୍ୱାନ ଦେଇଥିଲେ।
ସ୍ୱଚ୍ଛ ଚିକିଟି ଗଠନ ପାଇଁ ଘରୁ ଅଳିଆ ବାହାର କରିବା ସମୟରେ ଆବର୍ଜନାକୁ ପୃଥକୀକରଣ, ସାର୍ବଜନୀନ ସ୍ଥାନକୁ ସ୍ୱଚ୍ଛ ରଖିବା ଏବଂ ଏନ. ଏ. ସି.ର ସ୍ୱଚ୍ଛତା ଅଭିଯାନରେ ନାଗରିକମାନେ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ। ନାଗରିକଙ୍କ ସହଯୋଗ ବିନା ସ୍ୱଚ୍ଛ ଓ ସୁନ୍ଦର ସହର ଗଠନ ସମ୍ଭବ ନୁହେଁ ବୋଲି ସେ କହିଥିଲେ।
ଅତିଥି ମାନେ ନିଜ ନିଜ ଭାଷଣ କହିଥିଲେ ଯେ, ବିଜ୍ଞାପିତ ଅଞ୍ଚଳ ର ମୂଳ ଲକ୍ଷ୍ୟ ହେଉଛି ନାଗରିକଙ୍କୁ ଉତ୍ତମ ଓ ଗୁଣାତ୍ମକ ସେବା ପ୍ରଦାନ କରିବା। ନାଗରିକମାନଙ୍କ ଆବଶ୍ୟକତା ଓ ସମସ୍ୟାକୁ ଗୁରୁତ୍ୱ ଦେଇଏନ. ଏ. ସି.ପକ୍ଷରୁ ବିଭିନ୍ନ ବିକାଶମୂଳକ ଓ ଜନକଲ୍ୟାଣମୂଳକ ପଦକ୍ଷେପ ନିଆଯାଉଛି ।କାର୍ଯ୍ୟକ୍ରମ ରେ ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ
“ସ୍ୱଚ୍ଛ, ସୁସ୍ଥ, ସୁନ୍ଦର ଓ ବିକଶିତ "ଚିକିଟି ” ଗଠନ ପାଇଁ ପ୍ରଶାସନ, ବିଜ୍ଞାପିତ ଅଞ୍ଚଳ ଓ ନାଗରିକମାନେ ଏକତ୍ରିତ ହୋଇ କାର୍ଯ୍ୟ କରିବାର ସଂକଳ୍ପ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା।
