Web News

ଭକ୍ତ ର ଭଗବାନ ମଞ୍ଚସ୍ଥ
ରାଉରକେଲା: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବଲଣ୍ଡା ମୁକ୍ତାକାଶ ରଙ୍ଗମଞ୍ଚରେ ରେ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପୂଜା ଓ ଗଣପର୍ବ ନୂଆଖାଇ ଉପଲକ୍ଷେ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ରସାତ୍ମକ ନାଟକ ଭକ୍ତର ଭଗବାନ ଦି ବିଲିଭର୍ସ ନାଟ୍ଯାନୁଷ୍ଠାନ ଦ୍ବାରା ପରିବେଷିତ ହୋଇଅଛି । ନାଟକର କଥାବସ୍ତୁଟି ଭକ୍ତର ଭାବରେ ଡୋରିରେ ବନ୍ଧା କଳା ଠାକୁର । ଭକ୍ତର ଭାବରେ ବନ୍ଧା ଜଗନ୍ନାଥ ନିଜର ଭକ୍ତମାନଙ୍କର ଗଭୀର ପରୀକ୍ଷା ନିଅନ୍ତି ପୁଣି ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ କରାଇବାରେ ସହାୟକ ହୋଇଥାନ୍ତି । ଷୋଡ଼ଶ ଶତାବ୍ଦୀର ଆରମ୍ଭରେ କଳାପାହାଡ଼ ଶ୍ରୀମନ୍ଦିରକୁ ଆକ୍ରମଣ କରିଛି , ମନରେ ତାହାର ରହିଛି ଗଭୀର ରୋଷ, ପଣ୍ଡା ପଡିହାରୀ ଆଉ ବିଶେଷ କରି ଶ୍ରୀଜଗନ୍ନାଥଙ୍କ ଉପରେ । ତାହାର ପ୍ରତିଜ୍ଞା ଉତ୍କଳ କଳା ସ୍ଥାପତ୍ୟର ଘୋର କ୍ଷତି ସାଧନ କରିବା, ସେତେବେଳକୁ ଜଗନ୍ନାଥଙ୍କ କୃପାରୁ ବିଶର ମହାନ୍ତି ବ୍ରହ୍ମ ପଦାର୍ଥକୁ ଉଦ୍ଧାର କରିଛନ୍ତି, ସେ ବ୍ରହ୍ମ ପଦାର୍ଥ ତୁଳା ପରି ନରମ ନା ପଥର ପରି ଟାଣ ଏହିଭଳି କାହାଣୀ କୁ ନେଇ ନାଟକଟି ଗତିଶୀଳ ହୋଇଛି। ଏହି ନାଟକରେ କାହାଣୀ ବଦ୍ରି ମିଶ୍ର, ନାଟ୍ୟ ରୂପ ଓ ନିର୍ଦ୍ଦେଶକ ଚିନ୍ମୟ ତ୍ରିପାଠୀ, ସଂଗୀତ ସଂଯୋଜକ ଭାବେ ଦୀପକ କୁମାର ରାଉତ, ସହଯୋଗୀ ଲକ୍ଷ୍ମୀ ନାରାୟଣ ଦୋରା, ଚିତ୍ରାଳୟ ପ୍ରତ୍ୟୁଷ ପାଢୀ (ମୀରା ଚିତ୍ରାଳୟ) ଓ ବିଭିନ୍ନ ଚରିତ୍ରରେ ଚିନ୍ମୟ ତ୍ରିପାଠୀ, ପ୍ରତ୍ୟୁଷ ପାଢୀ, ଅକ୍ଷୟ ମାଝୀ,ରାଜେଶ ପ୍ରସାଦ,ଜର୍ଜ ବିଲୁଙ୍ଗ,ସୁଜଲ ଟପ୍ପୋ, ଆଶୀଷ ଅନୁରାଗ ଯାଦବ,ସାଗର ରଣା , ସୁଲିପ୍ତା ଜେନା, ବର୍ଷା ପ୍ରିୟଦର୍ଶିନୀ ରାଉତ ପ୍ରମୁଖ ଅଭିନୟ ତଥା ମଞ୍ଚ ସଂଯୋଜନା କରିଥିଲେ ଜିତାମିତ୍ର ହୋତା, ଶଶାଙ୍କ ଶେଖର ଯାଦବ । ଏହି ଅବସରରେ ଅତିଥି ଭାବେ ଯୋଗଦେଇ ଥିବା ବିଜୟ ବିହାରୀ ହୋତା, ଦୋଳଗୋବିନ୍ଦ ରଥ, ଗଦାଧର କର, ସ୍ଥାନୀୟ ସରପଞ୍ଚ ଯୋଗେଶ୍ୱର ମିଞ୍ଜ ତଥା ନାଟ୍ୟରଥି ଡଃ ନିବେଦିତା ଜେନା, ପ୍ରଫୁଲ୍ଲ ଚନ୍ଦ୍ର ସେଠୀ , ଉମାକାନ୍ତ ବିଶୋଇ,ସୁରେନ୍ଦ୍ର ପାଢୀ, ଏବଂ ଯୁବ ସଙ୍ଗୀତ ସଂଯୋଜକ ପ୍ରମୋଦ ସାହୁ ଓ ଗୁଲାବ ଶର୍ମାଙ୍କୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା । ମଞ୍ଚରେ ଶଶାଙ୍କ ଶେଖର ଯାଦବ,ଜିତାମିତ୍ର ହୋତା,ସାଗର ରଣା, ଆୟୁଷ ଦାଶ,ଅଭିଳାଷ ଭଏଁସା ଆଦି କର୍ମକର୍ତ୍ତାଙ୍କ ସହଯୋଗ ରେ କାର୍ଯ୍ୟକ୍ରମଟି ଶତାଧିକ ଦର୍ଶକଙ୍କ ଆଗରେ ମଞ୍ଚସ୍ଥ କରାଯାଇଥିଲା।
Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ଅର୍ଚ୍ଚନା ପାତ୍ରଙ୍କ ଗଳ୍ପ ସଙ୍କଳନ ଆଉ ଏକ ରଙ୍ଗ ଲୋକାର୍ପିତ ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନାବରଣ ଉତ୍ସଵ
ରାଉରକେଲା: ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସେକ୍ଟର ସାତ ସ୍ଥିତ କାର୍ଯ୍ୟାଳୟ ଠାରେ ସଂସଦର ସଦସ୍ୟା ଅର୍ଚ୍ଚନା ପାତ୍ରଙ୍କ ଲିଖିତ ୨୦୨୫ ବର୍ଷର ଟାଇମ ପାସ ପ୍ରଥମା ପୁରସ୍କାର ପ୍ରାପ୍ତ ଗଳ୍ପ ସଙ୍କଳନ 'ଆଉ ଏକ ରଙ୍ଗ' , ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ପୌରୋହିତ୍ୟରେ ଲୋକାର୍ପିତ ହୋଇଯାଇଛି। I କବି ସୁସ୍ମିତା ମହାପାତ୍ରଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯକ୍ରମରେ ମୂଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ଭୂପେନ ମହାପାତ୍ର,ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ କବି ରାଜୀବ ପାଣି, ପୁସ୍ତକ ସମୀକ୍ଷକ ଭାବରେ କବୀ ବିଜୟିନୀ ଜେନା ଓ ଗାଳ୍ପିକ ସଞ୍ଜିବ କୁମାର ଭୋଇ ଯୋଗଦାନ କରିଥିଲେ। ପୁସ୍ତକ ଲୋକାର୍ପିତ କରିବା ଅବସରରେ ମୁଖ୍ୟଅତିଥି ଶ୍ରୀ ମହାପାତ୍ର ଓ ସମ୍ମାନିତ ଅତିଥି ଶ୍ରୀ ପାଣି ସଫଳ ଗଳ୍ପ ଗୁଡ଼ିକ ସମାଜକୁ ସୁଧାରିବାରେ ଏବଂ ଦିଗଦର୍ଶନ ଦେବାରେ ସର୍ବଦା ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି, ତଥା ଶବ୍ଦ କୁ ସଂଯମତା ସହ ବ୍ୟବହାର କଲେ ଭଲ ସାହିତ୍ୟ ସୃଷ୍ଟି ହୁଏ ବୋଲି ବିଭିନ୍ନ ଉଦାହରଣ ପୂର୍ବକ ମତ ପ୍ରକାଶ କରିଥିଲେ। ମଞ୍ଚାସୀନ ଅତିଥିଙ୍କ ସମେତ ସାଧାରଣ ସମ୍ପାଦକ ମନୋଜ କୁମାର ନନ୍ଦ, ଲେଖିକା ସୁନୀତା ସାହୁ, ପଙ୍କଜ କୁମାର ପାତ୍ର, ଦିବ୍ୟ ଦର୍ଶିକା ପାତ୍ର ପ୍ରମୁଖ ପୁସ୍ତକ ଅନାବରଣ ବେଳେ ମଞ୍ଚରେ ଉପସ୍ଥିତ ଥିଲେ। ଗାଳ୍ପିକା ଶ୍ରୀମତୀ ପାତ୍ର ତାଙ୍କର ସାହିତ୍ୟିକା ଜୀବନର କ୍ରମ ବିକାଶ ବାବଦରେ ବର୍ଣ୍ଣନା ପୂର୍ବକ ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଗାଳ୍ପିକ ଗୌତମ ଦାସ ଲୋକାର୍ପିତ ପୁସ୍ତକରୁ ଏକ ନିର୍ବାଚିତ ଗଳ୍ପ ପାଠ କରିଥିଲେ। ଦୁଇ ସମୀକ୍ଷକ ପୁସ୍ତକର ଗଳ୍ପ ଗୁଡ଼ିକ ଆମ ସମାଜରେ ଘଟୁଥିବା ଛୋଟ ଛୋଟ ଘଟଣା ଗୁଡ଼ିକ ଉପରେ ପର୍ଯ୍ୟବେସିତ ହୋଇଛି ଏବଂ ସମାଜକୁ ସୁଧାରିବାରେ ଏଗୁଡ଼ିକର ପ୍ରମୁଖ ଭୂମିକା ରହିଛି ବୋଲି ମତ ପ୍ରକାଶ କରି ପୁସ୍ତକଟି ପାଠକୀୟ ଆଦୃତି ଲାଭ କରିବ ବୋଲି ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ପ୍ରତାପ କୁମାର ପଣ୍ଡା, ଉପେନ୍ଦ୍ର ବସ୍ତିଆ, ପ୍ରକାଶ ଚନ୍ଦ୍ର ସେଠୀ, ସୂର୍ଯ୍ୟ ନାରାୟଣ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। କବି ଗୀତାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ଅଭୟ କୁମାର ଦାସ, ଡାକ୍ତର କୃପାସିନ୍ଧୁ ନାୟକ, ଲକ୍ଷ୍ମଣ ନାଥ ଦାସ,ଡାକ୍ତର ଗୀତାଞ୍ଜଳୀ ପତ୍ରୀ, ରଶ୍ମିବାଳା ରାଉତରାୟ, କୁଞ୍ଜବିହାରୀ ରାଉତ,ଡ଼ ନଗେନ୍ ଦାସ,ମଞ୍ଜୁଳା କୁମାରୀ ରଥ, ବିଜୟ ରାୟ,ଶର୍ମିଷ୍ଠା କବି ଶତପଥୀ, ହରମୋହନ ମିଶ୍ର, ତ୍ରିଲୋଚନ ମଥାନ, ତାରିଣୀ ଚରଣ ସାହୁ,ରଶ୍ମି ସାହୁ, ତ୍ରିନାଥ ସିଂ, ଜୟଶ୍ରୀ ଦାସ, ବନଲତା ମିଶ୍ର, ସବିତା ବସ୍ତିଆ, ବ୍ରଜ ବିହାରୀ ଦାଶ, ପ୍ରବୀର କୁମାର ଦୁବେ, ରମେଶ ସିଂହ, ଅଶୋକ କୁମାର ପଟ୍ଟନାୟକ, ଜ୍ଞାନେନ୍ଦ୍ର ସାହୁ, ବିନତା ମହନ୍ତ, ବଳରାମ ରାଉଳ, ସୁକାନ୍ତ ଖୁଣ୍ଟିଆ, ଜଗନ୍ନାଥ୍ ରାଉତ, ଅକ୍ଷୟ ସାମଲ, ରାଧା ମୋହନ ନାୟକ,ଅରବିନ୍ଦ ପାତ୍ର, ନିରୁପମା ପତି,ସସ୍ମିତା ପ୍ରଧାନ, ରମେଶ ଚନ୍ଦ୍ର ପାତ୍ର, ହୃଦାନନ୍ଦ ପଟେଲ ପ୍ରମୁଖ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ।
Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

SIR-2026 ପରେ ଅନୁଗୋଳରେ ୯,୧୯,୬୭୦ ଭୋଟର
ଅନୁଗୋଳ: SIR-2026 ପ୍ରକ୍ରିୟା ପରେ ଅନୁଗୋଳ ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ସେପ୍ଟେମ୍ବର ୨୧, ୨୦୨୬ର ତଥ୍ୟ ଅନୁଯାୟୀ, ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୯,୧୯,୬୭୦ ଜଣ ଭୋଟର ରହିଛନ୍ତି। ଏଥିରେ ୪,୭୫,୫୦୪ ଜଣ ପୁରୁଷ, ୪,୪୪,୦୧୮ ଜଣ ମହିଳା ଏବଂ ୧୪୮ ଜଣ ତୃତୀୟଲିଙ୍ଗୀ ଭୋଟର ଅଛନ୍ତି। SIR-2026 ଡ୍ରାଫ୍ଟ ତାଲିକାରେ ଜିଲ୍ଲାରେ ୯,୦୮,୮୭୫ ଜଣ ଭୋଟର ଥିବା ବେଳେ ଚୂଡ଼ାନ୍ତ ତାଲିକାରେ ଏହି ସଂଖ୍ୟା ୯,୧୯,୬୭୦କୁ ବୃଦ୍ଧି ପାଇଛି। ଅଦ୍ୟତନ ପ୍ରକ୍ରିୟାରେ ୧୧,୫୪୯ ନୂଆ ଭୋଟରଙ୍କ ନାମ ଯୋଡ଼ାଯାଇଥିବା ବେଳେ ୭୫୪ଟି ନାମ ବାଦ ଦିଆଯାଇଛି। ସେହିପରି ୪,୨୭୩ ଭୋଟରଙ୍କ ତଥ୍ୟରେ ସଂଶୋଧନ କରାଯାଇଛି। ନିର୍ବାଚନମଣ୍ଡଳୀ ଅନୁଯାୟୀ ପାଲଲହଡ଼ାରେ ୧,୬୫,୦୫୮, ତାଳଚେରରେ ୧,୫୬,୧୩୭, ଅନୁଗୋଳରେ ୧,୯୬,୨୪୭, ଛେଣ୍ଡିପଦାରେ ୧,୯୯,୩୦୩ ଏବଂ ଆଠମଲ୍ଲିକରେ ୨,୦୨,୯୨୫ ଜଣ ଭୋଟର ରହିଛନ୍ତି। ଚୂଡ଼ାନ୍ତ ତାଲିକା ଅନୁଯାୟୀ ଜିଲ୍ଲାର Gender Ratio ୯୩୪ ରହିଛି। ଏଥିରେ ୧୮ରୁ ୧୯ ବର୍ଷ ବୟସର ୯,୨୩୬ ଜଣ ଯୁବ ଭୋଟର, ୮୫ ବର୍ଷରୁ ଅଧିକ ବୟସର ୬,୩୫୧ ଜଣ ବରିଷ୍ଠ ଭୋଟର ଏବଂ ୧୦,୯୮୫ ଜଣ PwD ଭୋଟର ଅଛନ୍ତି। ଜିଲ୍ଲାରେ ମୋଟ ୧,୨୯୭ଟି ପୋଲିଂ ଷ୍ଟେସନ୍ ରହିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ତୁଳସୀପାଳରେ ବୃକ୍ଷରୋପଣ ଅଭିଯାନ
ବଅଁରପାଳ: ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିନ ଅବସରରେ ବଅଁରପାଳ ବ୍ଲକ୍ ତୁଳସୀପାଳ ଗ୍ରାମରେ ବୃକ୍ଷରୋପଣ ଅଭିଯାନ ଆୟୋଜିତ ହୋଇଛି। ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟରେ ଗ୍ରାମର ବିଭିନ୍ନ ସ୍ଥାନରେ ଚାରାରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥି ଓ କର୍ମକର୍ତ୍ତାମାନେ ଚାରାର ଯତ୍ନ ଓ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ସହ ଗଛଗୁଡ଼ିକୁ ବଡ଼ କରିବା ପାଇଁ ସାମୂହିକ ଦାୟିତ୍ୱ ନେବାକୁ ଆହ୍ୱାନ ଦେଇଥିଲେ। ଏଥିରେ ୨୮ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ, ଏସ୍ଟି ମୋର୍ଚ୍ଚା ଜିଲ୍ଲା ସଭାପତି ଅଜିତ କୁମାର ଭୋଇ, ମଣ୍ଡଳ ସଭାପତି ସୁବ୍ରତ କୁମାର ସାହୁଙ୍କ ସମେତ ବହୁ ସାମାଜିକ ଓ ସାଂଗଠନିକ କର୍ମକର୍ତ୍ତା ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ। ବୃକ୍ଷରୋପଣ ମାଧ୍ୟମରେ ଗ୍ରାମବାସୀଙ୍କ ମଧ୍ୟରେ ପରିବେଶ ସଚେତନତା ଓ ବୃକ୍ଷ ସୁରକ୍ଷାର ବାର୍ତ୍ତା ପହଞ୍ଚିଥିଲା।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳ

ଢେଙ୍କାନାଳ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ- ୨୦୨୬ ସଂକ୍ରାନ୍ତୀୟ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ସମୁଦାୟ ୯,୧୦ ୦୦୧ ଭୋଟର
ଢ଼େଙ୍କାନାଳ, ୨୧.୯ - ଭାରତ ନିର୍ବାଚନ ଆୟୋଗ ଙ୍କ ପକ୍ଷରୁ ୧୪-୦୫-୨୦୨୬ ତାରିଖରେ ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଘୋଷଣା କରାଯାଇଥିଲା। ଆଜି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରାୟ ଚାରି ମାସ ଧରି ଚାଲିଥିବା ଏହି ପ୍ରକ୍ରିୟା ସଫଳତାର ସହ ସମାପ୍ତ ହୋଇ ଢେଙ୍କାନାଳ ଜିଲ୍ଲାର ସାର୍ -୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନ ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ଵର ପାଟିଲ ପ୍ରମୂଖ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଚୁଡ଼ାନ୍ତ ଭୋଟର ତାଲିକା ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି, ଉପ ଜିଲ୍ଲାପାଳ ଶ୍ରୀ ପଦ୍ମ ଚ଼ରଣ ସାହୁ ଉପସ୍ଥିତ ଥିଲେ । ଡ଼େପୁଟୀ କଲେକ୍ଟର (ନିର୍ବାଚ଼ନ) ନିବେଦିତା ରାଉତ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ସଂପର୍କରେ ସୂଚ଼ନା ପ୍ରଦାନ କରିଥିଲେ । ଏହି ପ୍ରକ୍ରିୟାର ଆରମ୍ଭ ୩୦ ମେ ରୁ ଆରମ୍ଭ ହୋଇ ୨୮ ଜୁନ୍ ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀ ମାନଙ୍କ ଦ୍ୱାରା ଘରକୁ ଘର ଯାଇ ଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ହୋଇଥିଲା। ଏହାପରେ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକର ଯୁକ୍ତିସଙ୍ଗତୀ କରଣ ଏବଂ ୫ ଜୁଲାଇରେ ଚିଠା ଭୋଟର ତାଲିକା ପ୍ରକାଶ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୫ ଜୁଲାଇରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ପାଇଁ ସମୟ ଦିଆଯାଇଥିଲା। ଏହା ସହିତ ୫ ଜୁଲାଇରୁ ୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ନୋଟିସ୍, ଶୁଣାଣି ଓ ମାମଲାଗୁଡ଼ିକର ଫଇସଲା ପ୍ରକ୍ରିୟା ମଧ୍ୟ ଜାରି ରହିଥିଲା। ସାର୍ ଆରମ୍ଭ ସମୟରେ ଢେଙ୍କାନାଳ ଜିଲ୍ଲାରେ ମୋଟ ୯,୬୨,୮୨୬ ଜଣ ଭୋଟର ଥିଲେ। ଗଣନା ପ୍ରକ୍ରିୟା ସମୟରେ ମୃତ୍ୟୁ, ସ୍ଥାୟୀ ସ୍ଥାନାନ୍ତରଣ ଏବଂ ଏକାଧିକ ଏଣ୍ଟ୍ରି ଭଳି ବିଭିନ୍ନ କାରଣରୁ ୫୮,୫୫୪ଟି ଫର୍ମ ସଂଗ୍ରହ ହୋଇପାରିନଥିଲା। ଫଳସ୍ୱରୂପ, ଚିଠା ଭୋଟର ତାଲିକାରେ ୯,୦୪,୨୭୨ ଜଣ ଭୋଟର ସ୍ଥାନ ପାଇଥିଲେ। ନୋଟିସ୍ ଓ ଶୁଣାଣି ପର୍ଯ୍ୟାୟରେ ମ୍ୟାପିଂ ହୋଇନଥିବା ଭୋଟର ଏବଂ ନାମ, ବୟସ, ବୟସର ଅସଙ୍ଗତି, ଲିଙ୍ଗ ଇତ୍ୟାଦି ବିଭିନ୍ନ ତ୍ରୁଟି ସଂକ୍ରାନ୍ତରେ ମୋଟ ୧,୬୨,୨୦୯ଟି ନୋଟିସ୍ ଜାରି କରାଯାଇଥିଲା। ଏହି ସମସ୍ତ ମାମଲାର ନିୟମାନୁସାରେ ଶୁଣାଣି କରାଯାଇ AERO ସ୍ତରରେ ଫଇସଲା କରାଯାଇଛି। ଏଥିସହିତ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକର ଯୁକ୍ତିସଙ୍ଗତୀକରଣ ମଧ୍ୟ କରାଯାଇଛି। ଏହାଦ୍ୱାରା ଜିଲ୍ଲାରେ ଭୋଟଗ୍ରହଣ କେନ୍ଦ୍ର ସଂଖ୍ୟା ୧୦୨୨ରୁ ବୃଦ୍ଧି ପାଇ ୧୨୪୪ରେ ପହଞ୍ଚିଛି। ଆଜି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଢେଙ୍କାନାଳ ଜିଲ୍ଲାରେ ମୋଟ ୯,୧୦,୦୦୧ ଜଣ ଭୋଟର ରହିଛନ୍ତି। ସମଗ୍ର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ନିରପେକ୍ଷ ଓ ସ୍ୱଚ୍ଛ ଭାବେ ସମ୍ପାଦନ କରାଯାଇଛି। ପ୍ରତ୍ୟେକ ପର୍ଯ୍ୟାୟରେ ରାଜନୈତିକ ଦଳଗୁଡ଼ିକୁ ନିୟମିତ ଭାବେ ସାମିଲ କରାଯାଇ ସୂଚନା ପ୍ରଦାନ କରାଯାଇଛି। ଏହି ସମଗ୍ର ପ୍ରକ୍ରିୟାକୁ ନିର୍ବାଚନ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ନିୟମିତ ଭାବେ ସମୀକ୍ଷା କରିଛନ୍ତି। ଏଥିସହିତ ସମଗ୍ର ପ୍ରକ୍ରିୟାରେ ରାଜନୈତିକ ଦଳ ସହଯୋଗ କରିଥିଲେ। ସମସ୍ତଙ୍କର ସାମୂହିକ ପ୍ରୟାସରେ ଢେଙ୍କାନାଳ ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ସଫଳତାର ସହ ସମାପ୍ତ ହୋଇଛି ଏବଂ ଜିଲ୍ଲା ପାଇଁ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ ହୋଇଛି।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଗୋପାଳପୁର ବେଳାଭୂମିରେ ଆନ୍ତର୍ଜାତୀୟ ଉପକୂଳ ସଫେଇ ଦିବସ ପାଳିତ। ସାମିଲ୍ ହେଲେ କ୍ୟାବିନେଟ୍ ମନ୍ତ୍ରୀ
ଗୋପାଳପୁର : ଆନ୍ତର୍ଜାତୀୟ ଉପକୂଳ ସଫେଇ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୋପାଳପୁର ବେଳାଭୂମିରେ ଏକ ଅଭାବନୀୟ ତଥା ଐତିହାସିକ ଦୃଶ୍ୟ ଦେଖିବାକୁ ମିଳିଛି। ‘ସ୍ଥିର ସମାଜ ପାଇଁ ସ୍ୱଚ୍ଛ ସମୁଦ୍ର’ ବିଶ୍ୱସ୍ତରୀୟ ନାରାକୁ ସାକାର କରି ଓଡ଼ିଶାର ଗୌରବ ବଢ଼ାଇଛନ୍ତି ରାଜ୍ୟ କ୍ୟାବିନେଟ୍ର ମାନ୍ୟବର ମନ୍ତ୍ରୀ। ସଫେଇ ମହାଯଜ୍ଞରେ ନିଜେ ସାମିଲ ହୋଇ ମନ୍ତ୍ରୀ ମହୋଦୟ ନିଜ ହାତରେ ବେଳାଭୂମିରୁ ଆବର୍ଜନା, ପ୍ଲାଷ୍ଟିକ୍ ଏବଂ ପଲିଥିନ ଗୋଟାଇ ସଫା କରିଛନ୍ତି। କେବଳ ଭାଷଣ ନଦେଇ ନିଜେ କାର୍ଯ୍ୟ କରି ସେ ସମସ୍ତଙ୍କ ପାଇଁ ଏକ ପ୍ରେରଣା ସାଜିଛନ୍ତି। ଏହି କାର୍ଯ୍ୟକ୍ରମ ‘ଲୋକଙ୍କ ସରକାର’ର ବାର୍ତ୍ତାକୁ ପ୍ରମାଣିତ କରିବା ସହ ରାଜ୍ୟ ତଥା ଦେଶରେ ଚର୍ଚ୍ଚାର ଶୀର୍ଷରେ ରହିଛି। ଏହି ସଫେଇ ଅଭିଯାନରେ ମନ୍ତ୍ରୀଙ୍କ ସହ ସ୍ଥାନୀୟ ବିଧାୟକ, ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି, ପ୍ରଶାସନିକ ଅଧିକାରୀ, ବ୍ୟବସାୟୀ, ପର୍ଯ୍ୟଟକ ଏବଂ ବିପୁଳ ସଂଖ୍ୟାରେ ଛାତ୍ର ସମାଜ ସାମିଲ ହୋଇଥିଲେ। ସମସ୍ତଙ୍କ ମିଳିତ ସହଯୋଗରେ ଗୋପାଳପୁର ବେଳାଭୂମିକୁ ଏକ ସ୍ୱଚ୍ଛ ଓ ନୂତନ ରୂପ ପ୍ରଦାନ କରାଯାଇଛି। ଗୋପାଳପୁରକୁ ଦେଶର ଶ୍ରେଷ୍ଠ ଓ ସ୍ୱଚ୍ଛ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିତୋଳିବା ପାଇଁ ଏହି ସଂକଳ୍ପ ନିଆଯାଇଛି। ବେଳାଭୂମିକୁ ସ୍ୱଚ୍ଛ ଓ ପବିତ୍ର ରଖିବା ପ୍ରତ୍ୟେକ ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କ ନୈତିକ ଦାୟିତ୍ୱ ବୋଲି ଏହି ଅବସରରେ ମତପ୍ରକାଶ ପାଇଛି।
Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ତ୍ରୀନାଥସାହି ଗଣେଶ ଭଷାଣୀ ଉତ୍ସବ
ଜଗତପୁର,୨୧/୦୯:ଗତ ୧୪ ତାରିଖ ଠାରୁ ଆୟୋଜିତ ହୋଇଥିବା ବିଘ୍ନବିନାଶନ ପ୍ରଭୂ ଗଜାନନଙ୍କ ଭସାଣୀ ଉତ୍ସବ ମହାଆଡମ୍ବର ସହାକାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜଗତପୁରର ତ୍ରୀନାଥସାହି ଠାରେ ଗୌରୀନନ୍ଦନ ବିଘ୍ନବିନାଶନ ପ୍ରଭୂ ଗଜାନନଙ୍କ ଭସାଣୀ ଉତ୍ସ ଅନୁଷ୍ଠିତ ହୋଇଥିଲା | ମଣ୍ଡପରୁ ପ୍ରଭୂ ଗଣପତିଙ୍କୁ ସୁସଜ୍ଜିତ ମେଢ଼ରେ ବସାଇ ସାହି ବଜାର ପରିକ୍ରମା କରିବା ପରେ ପାଣିରେ ବିସର୍ଜନ କରାଯାଇଥିଲା । ଏଥିପାଇଁ ଜଗତପୁର ଥାନା ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା | ଚଳିତ ବର୍ଷ ଭସାଣୀ ଉତ୍ସବ ଥିଲା ନିଆରା | ଏକ ସୁସଜ୍ଜିତ ଗାଡିରେ ମହାପ୍ରଭୂ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସହିତ ଭଜନ ଜଣାଣର ତାଳେତାଳେ ନୃତ୍ୟ ପରିବେଷଣ ସମସ୍ତଙ୍କୁ ବିମୋହିତ କରିଥିଲା | ଏହି ଭଷାଣୀ ଉତ୍ସବରେ ସାହି କମିଟି ପକ୍ଷରୁ ଅଲେଖ ଖୁଣ୍ଟିଆ, ଗଣେଶ୍ୱର ସାହୁ, ଅକ୍ଷୟ କୁମାର ରଣା, ବିଜୟ ପ୍ରଧାନ, ବିଜୟ ବିଶ୍ୱାଳ, ସନ୍ତୋଷ କାଲଟା, ପୂର୍ଣ୍ଣଚନ୍ଦ୍ର ଦାସ, ରବିନ୍ଦ୍ର ମହାନ୍ତି ଓ ଉମାକାନ୍ତ ଖୁଣ୍ଟିଆଙ୍କ ସମେତ ସାହିର ସମସ୍ତ ସାହିବାସୀ ଯୋଗଦାନ କରିଥିଲେ |
Cuttack (କଟକ) • ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

ଅନଲାଇନ ବେଟିଂ ଆପ୍ରେ ପ୍ରାୟ ୨୦ ଲକ୍ଷ ଟଙ୍କାର ଠକେଇ: ଗଞ୍ଜାମ ସାଇବର ଥାନା ପୁଲିସ ଦ୍ୱାରା ୩ ଗିରଫ
ଗଞ୍ଜାମ : ଅନଲାଇନ ବେଟିଂ ଆପ୍ ଜରିଆରେ ଲୋକଙ୍କୁ ପ୍ରଲୋଭିତ କରି ପ୍ରାୟ ୨୦ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ଗଞ୍ଜାମ ସାଇବର ଥାନା ପୁଲିସ ଏକ ବଡ଼ ଧରଣର ର୍ୟାକେଟ୍ର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ମିଳିଥିବା ସୂଚନା ମୁତାବକ, ଅନଲାଇନରେ ବେଟିଂ କରି ମୋଟା ଅଙ୍କର ଲାଭ କରାଇଦେବା ନାଁରେ ଏହି ର୍ୟାକେଟ୍ ସକ୍ରିୟ ରହିଥିଲା। ପ୍ରାୟ ୨୦ ଲକ୍ଷ ଟଙ୍କାର ସାଇବର ଠକେଇ ନେଇ ଅଭିଯୋଗ ହେବା ପରେ ଗଞ୍ଜାମ ସାଇବର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଚଢ଼ାଉ କରି ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ବିଭିନ୍ନ ବ୍ୟକ୍ତିଙ୍କ ନାଁରେ ଥିବା ପାନ କାର୍ଡ (PAN Card), ଆଧାର କାର୍ଡ (Aadhaar Card) ଏବଂ ବ୍ୟାଙ୍କ ପାସବୁକ୍ ଆଦି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରାଯାଇଛି। ଅଭିଯୁକ୍ତମାନେ ଅନ୍ୟ ଲୋକଙ୍କ ନାଁରେ ନକଲି ଆକାଉଣ୍ଟ ଖୋଲି ଏହି ଠକେଇ ଟଙ୍କାର କାରବାର କରୁଥିବା ସନ୍ଦେହ କରାଯାଉଛି। ଏହି ର୍ୟାକେଟ୍ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଠକେଇ ଟଙ୍କା କେଉଁଆଡ଼େ ପଠାଯାଇଛି, ସେ ନେଇ ସାଇବର ଥାନା ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ସ.ବଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଙ୍ଖା ଓ ଏସି ଅଚଳ, ଗରମରେ ରୋଗୀ ହନ୍ତସନ୍ତ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ସ.ବଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଙ୍ଖା ଓ ଏସି ଅଚଳ ହୋଇପଡ଼ିଥିବାରୁ ରୋଗୀମାନେ ପ୍ରବଳ ଗରମରେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଗରମରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧା ମଧ୍ୟରୁ ପଙ୍ଖା ଓ ଏସି ଭଳି ବ୍ୟବସ୍ଥା ଅଚଳ ରହିବା ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ପ୍ରକାଶ କରିଛନ୍ତି। ଏନେଇ ରୋଗୀ ଓ ସମ୍ପର୍କୀୟମାନେ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଧ୍ୟାନ ଦେଇ ପଙ୍ଖା ଓ ଏସି ମରାମତି କରିବା ସହ ରୋଗୀମାନଙ୍କୁ ସୁବିଧା ଯୋଗାଇଦେବାକୁ ଦାବି କରିଛନ୍ତି। ରୋଗୀଙ୍କ ସ୍ୱାସ୍ଥ୍ୟ ଓ ସୁବିଧା ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବେ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।
Sundargarh (ସୁନ୍ଦରଗଡ଼) • ସୌମ୍ୟ ବ୍ରତ ଦଳବେହେରା ଙ୍କ ରିପୋର୍ଟ

ସେବା ସଙ୍କଳ୍ପ ଅଭିଯାନରେ ଚିକିଟିର ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ
ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ୯୮ ବିଦ୍ୟାଳୟରୁ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଚିକିଟି: ୨୦/୦୯/୨୦୨୬: ‘ସେବା ସଙ୍କଳ୍ପ ଅଭିଯାନ–୨୦୨୬’ ପରିପ୍ରେକ୍ଷୀରେ ଚିକିଟି ବ୍ଲକସ୍ତରୀୟ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଗିରିସୋଲାସ୍ଥିତ ମଦନମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଚିକିଟି ପ୍ରତିଯୋଗିତାର ଉଦ୍ଘାଟନ କରିଥିଲେ।ବିଇଓ ପନ୍ନଗ ଭୂଷଣ ମାଝୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ବ୍ଲକର ୯୮ଟି ବିଦ୍ୟାଳୟରୁ ବିଦ୍ୟାଳୟସ୍ତରରେ ମନୋନୀତ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ କନିଷ୍ଠ ଓ ବରିଷ୍ଠ ବିଭାଗରେ ଅଂଶଗ୍ରହଣ କରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଭିନ୍ନ ବର୍ଗରୁ ୬ ଜଣ ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ। ଅଂଶଗ୍ରହଣକାରୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।ଉଦ୍ଯାପନୀ ସଭା ବିଇଓ ପନ୍ନଗ ଭୂଷଣ ମାଝୀଙ୍କ ସଭାପତିତ୍ୱରେ ହୋଇଥିଲା। ଏଥିରେ ଗଞ୍ଜାମ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏସ୍. ଧନଞ୍ଜୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏବିଇଓ ତ୍ରିନାଥ ମଲ୍ଲିକ, ନାୟକ ସେଠୀ, ମେଘନାଥ ବେହେରା, ସିଆରସିସି ବି. ଭେଙ୍କଟ ରାଓ ଓ ପ୍ରଧାନଶିକ୍ଷୟିତ୍ରୀ ସବିତା ରେଡ୍ଡୀ ପ୍ରମୁଖ ମଞ୍ଚାସୀନ ଥିଲେ।ସିଆରସିସି ସୁଜିତ କୁମାର ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି,ବହୁ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦେଇଥିଲେ।
Ganjam (ଗଞ୍ଜାମ) • Reports: Deepak Choudhury

ଚିକିଟିରେ ବ୍ଲକସ୍ତରୀୟ କ୍ରୀଡା ଉତ୍ସବ ସମ୍ପନ୍ନ ୫୫୭ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
ଚିକିଟି, ୨୦/୦୯: ଚିକିଟି ବ୍ଲକ ଅନ୍ତର୍ଗତ ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟ, ଗିରିସୋଲା ପରିସରରେ ବ୍ଲକସ୍ତରୀୟ କ୍ରୀଡା ଓ କ୍ରୀଡା ପ୍ରତିଯୋଗିତା ୨୦୨୬–୨୭ ଉତ୍ସାହ, ଉଦ୍ଦୀପନା ଓ ଖେଳୁଆଡ଼ ମନୋଭାବର ସହିତ ସମ୍ପନ୍ନ ହୋଇଯାଇଛି। ଉଦଘାଟନ କାର୍ଯ୍ୟକ୍ରମରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇ “ଶିକ୍ଷା ସହିତ କ୍ରୀଡାର ସମନ୍ୱୟ ହିଁ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶର ମୂଳ ଆଧାର” ବୋଲି କହିଥିଲେ। କ୍ରୀଡା ଶାରୀରିକ ସୁସ୍ଥତା ସହିତ ଶୃଙ୍ଖଳା, ଆତ୍ମବିଶ୍ୱାସ, ନେତୃତ୍ୱ ଓ ଦଳଗତ ମନୋଭାବ ବିକାଶ କରେ ବୋଲି ସେ ମତବ୍ୟକ୍ତ କରିଥିଲେ। ବ୍ଲକ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ କ୍ରୀଡା ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ସହିତ ଜୀବନରେ ଶୃଙ୍ଖଳା ଓ ଆତ୍ମବିଶ୍ୱାସ ଗଢ଼ି ତୋଳିବାରେ କିପରି ସହାୟକ ହୁଏ, ସେ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଏବିଇଓ ତ୍ରିନାଥ ମଲ୍ଲିକ, ମେଘନାଥ ବେହେରା, ନାୟକ ସେଠୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜି. ପାପା ରାଓ, ପ୍ରଧାନ ଶିକ୍ଷୟିତ୍ରୀ ସବିତା ରେଡ୍ଡୀ କ୍ଲଷ୍ଟର ସିଆରସିସି ବି. ଭେଙ୍କେଟ ରାଓ ଏବଂ ବ୍ଲକ କ୍ରୀଡା ସମ୍ପାଦକ ଜୁର ପ୍ରସାଦ ଗୌଡ଼ଙ୍କ ସମେତ ବହୁ ଶିକ୍ଷକ ଓ କ୍ରୀଡାପ୍ରେମୀ ଉପସ୍ଥିତ ଥିଲେ।ଚାରିଟି ଜୋନରୁ ୫୫୭ ଜଣ ଛାତ୍ରଛାତ୍ରୀ ବିଭିନ୍ନ ଆଥଲେଟିକ୍ସ ଓ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିଲେ। ବ୍ଲକର ୨୩ ଜଣ କ୍ରୀଡା ଶିକ୍ଷକ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ଚିହ୍ନଟ କରି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ଖେଳାଳି ଚୟନ କରିଥିଲେ। ଚୟନିତ ଖେଳାଳିମାନଙ୍କୁ ସମାପନୀ ଉତ୍ସବରେ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି , କ୍ରୀଡା ଶିକ୍ଷକ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ମିଳିତ ସହଯୋଗରେ ଦୁଇଦିନିଆ ବ୍ଲକସ୍ତରୀୟ କ୍ରୀଡା ଉତ୍ସବ ସଫଳତାର ସହିତ ସମାପ୍ତ ହୋଇଥିଲା।
Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ଗିରିସୋଲା ମଦନମୋହନ ହାଇସ୍କୁଲରେ ଚିକିଟି ବ୍ଲକ୍ ସ୍ତରୀୟ ସେବା ସଙ୍କଳ୍ପ ଅଭିଯାନ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ୯୮ ବିଦ୍ୟାଳୟରୁ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ
ସେବା ସଙ୍କଳ୍ପ ଅଭିଯାନ–୨୦୨୬’ ପରିପ୍ରେକ୍ଷୀରେ ଚିକିଟି ବ୍ଲକସ୍ତରୀୟ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଗିରିସୋଲାସ୍ଥିତ ମଦନମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଉଦ୍ଘାଟନ କରିଥିଲେ।ବିଇଓ ପନ୍ନଗ ଭୂଷଣ ମାଝୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ବ୍ଲକର ୯୮ଟି ବିଦ୍ୟାଳୟରୁ ବିଦ୍ୟାଳୟସ୍ତରରେ ମନୋନୀତ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ କନିଷ୍ଠ ଓ ବରିଷ୍ଠ ବିଭାଗରେ ଅଂଶଗ୍ରହଣ କରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଭିନ୍ନ ବର୍ଗରୁ ୬ ଜଣ ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ। ଅଂଶଗ୍ରହଣକାରୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।ଉଦ୍ଯାପନୀ ସଭା ବିଇଓ ପନ୍ନଗ ଭୂଷଣ ମାଝୀଙ୍କ ସଭାପତିତ୍ୱରେ ହୋଇଥିଲା। ଏଥିରେ ଗଞ୍ଜାମ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏସ୍. ଧନଞ୍ଜୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏବିଇଓ ତ୍ରିନାଥ ମଲ୍ଲିକ, ନାୟକ ସେଠୀ, ମେଘନାଥ ବେହେରା, ସିଆରସିସି ବି. ଭେଙ୍କଟ ରାଓ ଓ ପ୍ରଧାନଶିକ୍ଷୟିତ୍ରୀ ସବିତା ରେଡ୍ଡୀ ପ୍ରମୁଖ ମଞ୍ଚାସୀନ ଥିଲେ।ସିଆରସିସି ସୁଜିତ କୁମାର ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି,ବହୁ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦେଇଥିଲେ।
Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା
