--:--:--
-- ---
Srishti News

Web News

ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ଗ୍ରହଣ କଲେ ପ୍ରହଲ୍ଲାଦ ନାଟକର ପ୍ରବୀଣ କଳାଗୁରୁ ସିମଞ୍ଚାଳ ପାତ୍ର
Jun 24, 2026137 views

ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ଗ୍ରହଣ କଲେ ପ୍ରହଲ୍ଲାଦ ନାଟକର ପ୍ରବୀଣ କଳାଗୁରୁ ସିମଞ୍ଚାଳ ପାତ୍ର

ରିପୋର୍ଟ: କବିରାଜ ପାତ୍ର, ସ୍ୱତନ୍ତ୍ର ପ୍ରତିନିଧି, ଓଡିଶା ଦିଗପହଣ୍ଡି/ନୂଆଦିଲ୍ଲୀ: ଓଡ଼ିଶାର ଲୋକକଳା ଓ ସଂସ୍କୃତି ପାଇଁ ଆସିଛି ଏକ ଗୌରବମୟ ମୁହୂର୍ତ୍ତ। ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପାରମ୍ପରିକ ଲୋକନାଟ୍ୟ ପ୍ରହଲ୍ଲାଦ ନାଟକର ବରିଷ୍ଠ କଳାକାର ଓ ଗୁରୁ ସିମଞ୍ଚାଳ ପାତ୍ର ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ *ପଦ୍ମଶ୍ରୀ* ରେ ସମ୍ମାନିତ ହୋଇଛନ୍ତି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଭାରତର ମହାମହିମ ରାଷ୍ଟ୍ରପତି srimati ଦ୍ରୌପଦୀ ମୁର୍ମୁ ମହୋଦୟା ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବାମକେଇ ଗ୍ରାମର ୯୯ ବର୍ଷୀୟ ସିମଞ୍ଚାଳ ପାତ୍ର ନିଜ ଜୀବନର ପ୍ରାୟ ଆଠ ଦଶନ୍ଧିରୁ ଅଧିକ ସମୟ ପ୍ରହଲ୍ଲାଦ ନାଟକର ସଂରକ୍ଷଣ ଓ ପ୍ରସାର ପାଇଁ ଉତ୍ସର୍ଗ କରିଛନ୍ତି। ମାତ୍ର ୧୨ ବର୍ଷ ବୟସରୁ ସେ ନିଜ ପିତା ସୁର ପାତ୍ରଙ୍କ ନିକଟରୁ ଏହି କଳାର ତାଲିମ ନେଇଥିଲେ। ପ୍ରଥମେ ପ୍ରହଲ୍ଲାଦ ଓ ସୂତ୍ରଧାର ଭୂମିକାରେ ଅଭିନୟ କରିଥିବା ବେଳେ ପରେ ହିରଣ୍ୟକଶିପୁ ଚରିତ୍ରରେ ତାଙ୍କ ଅଭିନୟ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ଛାପ ଛାଡ଼ିଥିଲା। ପ୍ରହଲ୍ଲାଦ ନାଟକ ଭଳି ଏକ କଠିନ ଓ ପାରମ୍ପରିକ ମୁଖା ନାଟକକୁ ଜୀବନ୍ତ ରଖିବା ପାଇଁ ସେ ନିଜ ସମ୍ପତ୍ତି ପର୍ଯ୍ୟନ୍ତ ବିକ୍ରି କରିଥିବା କଥା ଜଣାପଡ଼ିଛି। ନଳବଣ୍ଟା, ହୁମ୍ମା, ଖଜୁରିପଲ୍ଲୀ ଓ ସୁକୁନ୍ଦିପଲ୍ଲୀ ସହ ବିଭିନ୍ନ ଅଞ୍ଚଳରେ ଆଖଡ଼ା ସ୍ଥାପନ କରି ସେ ଶତାଧିକ ଶିଷ୍ୟଙ୍କୁ ପ୍ରଶିକ୍ଷିତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୧୯୯୦ ମସିହାରେ ସେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ବର୍ତ୍ତମାନର ପଦ୍ମଶ୍ରୀ ସମ୍ମାନ ତାଙ୍କ ଦୀର୍ଘ ସାଧନା ଓ ଅବଦାନର ଏକ ଐତିହାସିକ ସ୍ୱୀକୃତି ବୋଲି କଳାମହଲରେ ମତ ପ୍ରକାଶ ପାଇଛି। ସମ୍ମାନ ଗ୍ରହଣ ପରେ ସିମଞ୍ଚାଳ ପାତ୍ର କହିଛନ୍ତି, “ଏହା କେବଳ ମୋର ସମ୍ମାନ ନୁହେଁ, ବରଂ ଗଞ୍ଜାମ ମାଟିର ପାରମ୍ପରିକ ପ୍ରହଲ୍ଲାଦ ନାଟକର ସମ୍ମାନ। ଆଗାମୀ ପିଢ଼ି ଏହି କଳାକୁ ବଞ୍ଚାଇ ରଖନ୍ତୁ, ଏହାହିଁ ମୋର ଆଶା।” ଏହି ଖବର ପ୍ରକାଶ ପାଇବା ପରେ ଗଞ୍ଜାମ ସମେତ ସାରା ଓଡ଼ିଶାରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ସାଂସ୍କୃତିକ ସଂଗଠନ, କଳାକାର ଓ ଶୁଭେଚ୍ଛୁମାନେ ସିମଞ୍ଚାଳ ପାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର, ସ୍ୱତନ୍ତ୍ର ପ୍ରତିନିଧି, ଓଡିଶା

ମହରମ ପର୍ବକୁ ଆଖି ଆଗରେ ରଖି ଶାନ୍ତି କମିଟିର ବୈଠକ ଅନୁଷ୍ଠିତ
Jun 23, 202688 views

ମହରମ ପର୍ବକୁ ଆଖି ଆଗରେ ରଖି ଶାନ୍ତି କମିଟିର ବୈଠକ ଅନୁଷ୍ଠିତ

ରିପୋର୍ଟ :ଶିଶିର କୁମାର ସ୍ୱାଇଁ, ଧାମନଗର ଭଦ୍ରକ , ୨୪ ଜୁନ : ଆସନ୍ତା ମହରମ ପର୍ବକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ପାଳନ କରିବାକୁ ଆଖି ଆଗରେ ରଖି ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି ଗୃହରେ ଶାନ୍ତି କମିଟି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ୨୪, ୨୫ ଓ ୨୬ ତାରିଖରେ ତିନି ଦିନ ଧରି ଆୟୋଜିତ ଏହି ବୈଠକରେ ପର୍ବକୁ ସୁଚାରୁରୂପେ ସମ୍ପନ୍ନ କରିବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଧାମନଗର ଥାନାର ଆଇଆଇସି ଶୁଭ୍ରଜିତ ଦାସ, ଏସଡିପିଓ ବିଷ୍ଣୁଚରଣ ବାରିକ, ତହସିଲଦାର, ଅତିରିକ୍ତ ଏସପି ଅଂଶୁମାନ ଦିବେଦୀ, ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ନିବେଦିତା ଜେନା, ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ତୁନିବାଳା ବିଶ୍ୱାଳଙ୍କ ସମେତ ଶାନ୍ତି କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଉପସ୍ଥିତ ଅଧିକାରୀ ଓ ସଦସ୍ୟମାନେ ପରସ୍ପର ସହଯୋଗ ଓ ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖି ମହରମ ପର୍ବକୁ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ। ବୈଠକରେ ଶୋଭାଯାତ୍ରାର ସୁରକ୍ଷା, ଯାତାୟାତ ବ୍ୟବସ୍ଥା ଏବଂ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ ରଖିବା ଉପରେ ବିଶେଷ ଗୁରୁତ୍ୱ

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁ, ଧାମନଗର

କାଉନସିଲରଙ୍କ ପିତୃ ବିୟୋଗ
Jun 23, 202657 views

କାଉନସିଲରଙ୍କ ପିତୃ ବିୟୋଗ

ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ ଭୁବନ ୨୩.୬- ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ନମ୍ବର ୱାର୍ଡ କାଉନସିଲର ମନମୋହନ ସାହୁ ଙ୍କ ପିତା ଗଙ୍ଗାଧର ସାହୁ (୬୮) ଙ୍କ ପରଲୋକ ହୋଇଯାଇଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ କଟକରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିବା ପରିବାର ତରଫରୁ ଜଣାପଡିଛି। ଗଙ୍ଗା ସାହୁ ଙ୍କ ବିୟୋଗ ଖବର ପାଇ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରିବା ବ୍ୟବସାୟୀ ଭାବେ ପରିଚିତ ସ୍ବର୍ଗତ ଗଙ୍ଗା ସାହୁ ଏକାଧାରରେ ଜଣେ ଧର୍ମ ପରାୟଣ,ପରୋପକାରୀ,ସ୍ନେହୀ, ଦୟାଳୁ ଓ ମେଳାପୀ ସ୍ୱଭାବର ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

Dhenkanal (ଢେଙ୍କାନାଳ)ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ

ଭୁବନ ବ୍ଲକରେ ଏମିତି ଚାଲିଛି ବିଜିବିଓ କାର୍ଯ୍ୟ ! ୩ ଲକ୍ଷ ଟଙ୍କାର କାମ ୩ ମାସରେ ଭାଙ୍ଗିଗଲା, ବିକାଶର ଧାରା ,ପଇସା ଲୁଟି ଖାଇବା ସାରା
Jun 23, 202661 views

ଭୁବନ ବ୍ଲକରେ ଏମିତି ଚାଲିଛି ବିଜିବିଓ କାର୍ଯ୍ୟ ! ୩ ଲକ୍ଷ ଟଙ୍କାର କାମ ୩ ମାସରେ ଭାଙ୍ଗିଗଲା, ବିକାଶର ଧାରା ,ପଇସା ଲୁଟି ଖାଇବା ସାରା

ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ ଭୁବନ ୨୩.୬- ଢେ଼ଙ୍କାନାଳ ଜିଲ୍ଲା ଭୁବନ ପଞ୍ଚାୟତ ସମିତି ରାଜ୍ୟ ସରକାରଙ୍କ ବିକଶିତ ଗାଁ , ବିକଶିତ ଓଡ଼ିଶା ଯୋଜନାରେ ୨୦୨୫-୨୬ ବର୍ଷ ସମୁଦାୟ ୨ କୋଟି ୫୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ଦ୍ଧାରିତ ସମୟ ମଧ୍ୟରେ ( ସମୟ ସୀମା ପୂର୍ବରୁ) ୬୮ ଟି ଉନ୍ନୟନ ମୂଳକ କାର୍ଯ୍ୟ ଶେଷ କରି ଥିବାରୁ ସରକାରଙ୍କ ଠାରୁ ବେଶ୍ ପ୍ରଶଂସା ପାଇଥିଲେ । ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟ କୁ ତ୍ୱରାନ୍ୱିତ କରାଇଥିବା ଯୋଗୁ ସ୍ଥାନୀୟ ବିଧାୟକ ଶତ୍ରୁଘ୍ନ ଜେନା ଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ୬୮ ଟି କାର୍ଯ୍ୟର ସମସ୍ତ ବିଲ୍ ପାସ୍ କରି ବ୍ଲକ ପ୍ରଶାସନ ପ୍ରଶଂସା ପାଇଥିବା ବେଳେ ୩ ଲକ୍ଷ ଟଙ୍କାର ପାଚେରୀ ତିନି ମାସ ନପୁରୁଣୁ ଭାଙ୍ଗିଯିବା ପରେ ଏବେ ସତ ପଦାକୁ ଆସିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭୁବନ ବ୍ଲକ ଅନ୍ତର୍ଗତ ଧଳପଡ଼ା ପଞ୍ଚାୟତ ଅନଳ ଗ୍ରାମର ମା ବ୍ରାହ୍ମଣୀ ଦେବୀ ପୀଠରେ ,"ବିକଶିତ ଗାଁ ବିକଶିତ ଓଡିଶା" ଯୋଜନାରେ ୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପାଚେରୀ ଟି ଗତ ସପ୍ତାହରେ ଭୁଶୁଡ଼ି ପଡ଼ିଥିଲା । ସୁଚନା ଫଳକରେ ଏହି କାର୍ଯ୍ୟ ଆରମ୍ଭ ତାରିଖ ୨୩ ଜୁନ୍ ୨୦୨୫ ଏବଂ କାର୍ଯ୍ୟ ନିର୍ବାହୀ ସଂସ୍ଥା - ପଞ୍ଚାୟତ ସମିତି ଭୁବନ ବୋଲି ଉଲ୍ଲେଖ ରହିଥିବା ବେଳେ ଅଦ୍ୟାବଧି କାର୍ଯ୍ୟ ଶେଷ ତାରିଖ ଲେଖା ହୋଇନାହିଁ । ବାସ୍ତବରେ ଏହି କାର୍ଯ୍ୟ ଗତ ମାର୍ଚ୍ଚ ମାସରେ ଅତ୍ୟନ୍ତ ତରବରିଆ ଭାବେ ପୁରୁଣା ପାଚେରୀ (ମାଙ୍କଡ଼ ପଥର ) ଉପରେ ସିମେଣ୍ଟ ଇଟା ଯୋଡେଇ କରି ରଙ୍ଗମାରି ବିଲ୍ ପାସ୍ କରିଦିଆଯାଇଥିବା ସ୍ପଷ୍ଟ ହୋଇଛି। ନହେଲେ ସାମାନ୍ୟ ବର୍ଷାରେ ପାଚେରୀ ଭୁଶୁଡ଼ି ପଡ଼ିଲା କେମିତି ? ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିବା ନ୍ୟାୟରେ ଏହି ବ୍ଲକରେ ୨ କୋଟି ୫୮ ଲକ୍ଷ ଟଙ୍କା ବ୍ୟୟରେ ୬୮ ଟି କାମ କେମିତି ହୋଇଛି ତାହା ସହଜରେ ଅନୁମେୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଡବଲ ଇଞ୍ଜିନ ସରକାରରେ ଡବଲ ପି ସି ଦରକାର ବୋଲି କୁହାଯାଉଛି । "ବିକାଶର ଧାରା , ପଇସା ଲୁଟି ଖାଇବା ସାରା " ବୋଲି ହାଟ ବଜାରରେ ଚର୍ଚ୍ଚା ହେଉଛି । ବିକଶିତ ଗାଁ , ବିକଶିତ ଓଡିଶା ଅଧୀନରେ ସମସ୍ତ ୬୮ ଟି ଯାକ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଯିବାକୁ ଜନ ସାଧାରଣରେ ଦାବି ହେଉଛି। ତେବେ ଏ ସମ୍ପର୍କରେ ବିଡ଼ିଓ ଶ୍ରୀମତୀ ଆୟୁଷି ମହାପାତ୍ର ଙ୍କୁ ଯୋଗାଯୋଗ କରିବାରୁ ଏ ସମ୍ପର୍କରେ କୌଣସି ଅଭିଯୋଗ ମିଳିନି ଓ ଅଭିଯୋଗ ମିଳିଲେ ତଦନ୍ତ ହେବ ବୋଲି ପ୍ରକାଶ କରିଥିଲେ ।

Dhenkanal (ଢେଙ୍କାନାଳ)ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ

ଓଡ଼ିଶା ରେ ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ଓ ନାରୀ ନିର୍ଯାତନା ବିରୋଧରେ ସିପିଆଇ(ଏମ୍) ର ପ୍ରତିବାଦ ସଭା
Jun 23, 202646 views

ଓଡ଼ିଶା ରେ ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ଓ ନାରୀ ନିର୍ଯାତନା ବିରୋଧରେ ସିପିଆଇ(ଏମ୍) ର ପ୍ରତିବାଦ ସଭା

ରିପୋର୍ଟ: ନିରଞ୍ଜନ ମହାପାତ୍ର, ରଣପୁର ରଣପୁର,୨୩/୦୬: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ନାରୀ ନିର୍ଯାତନା ବିରୋଧରେ ଭାରତ ର କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ) ସିପିଆଇ (ଏମ) ରଣପୁର ଆଞ୍ଚଳିକ କମିଟି ତରଫରୁ ଆଜି ଅପରାହ୍ନ ୫ ଟା ରେ ପଞ୍ଚୁଦୋଳ ଠାରେ ଏକ ପ୍ରତିବାଦ ସଭା ସାଥୀ ଦୁଃସାସନ ଜେନାଙ୍କ ସଭାତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଦୁଇ ବର୍ଷ ର ବିଜେପି ଡବଲ ଇଞ୍ଜିନି ସରକାର ର ପୂର୍ତ୍ତି ପାଳନ କରିବା ବେଳେ ଏ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି ବୋଲି ବାକ୍ତା ମାନେ ଅଭିଯୋଗ କରିବା ସହ ନାରୀ ନିର୍ଯାତନା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା କୁ ବକ୍ତା ମାନେ ତୀବ୍ର ନିନ୍ଦା କରିଥିଲେ।ଦିଲ୍ଲୀ ର ଗବେଷକ ଛାତ୍ରୀ ଓ ଗୁଜୁରାଟ ର ଗବେଷକ ଛାତ୍ର ଙ୍କୁ ରାୟଗଡ଼ା ରେ ଆକ୍ରମଣ ସହ ଛାତ୍ରୀ ର ବସ୍ତ୍ର ହରଣ ଭଳି ଲୋମ ହର୍ଷଣ କାରୀ ଘଟଣା ପାଇଁ ଓଡ଼ିଶା ଆଜି ବିଶ୍ୱ ସ୍ତରରେ ନିନ୍ଦିତ। ମହାକାଳପଡ଼ା ରେ ସରକାରୀ ଦଳର ମହିଳା ସରପଞ୍ଚ ଚାମେଲି ଓଝା ଙ୍କ ପ୍ରତି ବିଧାୟକ, ବିଡ଼ିଓ ଓ ପୋଲିସ ର ଅସାଧୁ ମେଣ୍ଟ ର ଅନ୍ୟାୟ ନିର୍ଯାତନା ଆଜି ଜନ ପ୍ରତିନିଧି ଙ୍କ ସ୍ୱାଧୀନତା ଓ ମହିଳା ସ୍ୱତନ୍ତ୍ରତା ଆଜି ଅସୁରକ୍ଷିତ ଅବସ୍ଥା ସୃଷ୍ଟି କରିଛି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ। ସେହି ଭଳି ବାଲିଅନ୍ତା ବାଲି ପାଟଣା ର ସୌମ୍ୟ ଘଟଣା, ବ୍ରହ୍ମପୁର ରେ ଗର୍ଭିଣୀ ମହିଳା ଙ୍କୁ ହତ୍ୟା, ଓଡ଼ଗାଁ ରେ ଖଣି ମାଫିଆ ଙ୍କ ହତ୍ୟା ଓ ନୟାଗଡ଼ ରେ ସରକାରୀ ଦଳର କର୍ମୀଙ୍କ ପୋଲିସି ଉପରେ ଆକ୍ରମଣ ଆଦି ଆଇନ୍ ଶୃଙ୍ଖଳା ରକ୍ଷା କରିବାରେ ଚରମ ବିଫଳତା। ଏଥିପାଇଁ ସାଧାରଣ ରେ ଜନଗଣ ଆତଙ୍କିତ, ମହିଳା ଆତଙ୍କିତ ଓ ଯୁବକ ମାନେ ମଧ୍ଯ ଆତଙ୍କିତ ଅବସ୍ଥାରେ ଅଛନ୍ତି।ଅନ୍ୟ ପକ୍ଷରେ ଆକାଶ ଛୁଆଁ ଦରବୃଦ୍ଧି , ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହିରେ ହଜାର ହଜାର ଭୁଲୁ ଛାତ୍ର ଛାତ୍ରୀ ଙ୍କ ପ୍ରତି ଅନିଶ୍ଚିତ ଶିକ୍ଷା ବ୍ୟବସ୍ଥା ଓ ଅନିଶ୍ଚିତ ସ୍ବାସ୍ଥ୍ଯ ବ୍ୟବସ୍ଥା ଜନଗଣ ପ୍ରତି ଅତିଷ୍ଠ କରିଛି। ଏହା ବିରୋଦ୍ଧରେ ରାଜ୍ୟବାସୀ ଗାଏଁ ଗାଏ ଏକାଠି ହୋଇ ରାଜ ରାସ୍ତା କୁ ଓହ୍ଲାଇ ଆସି ପ୍ରତିବାଦ କରିବା ସହ ଆମ ସହ ସାମିଲି ହେବାକୁ ଆହ୍ୱାନ ଦେଇଥିଲେ। ଏହି ପ୍ରତିବାଦ ସଭାରେ ସିପିଆଇ ଏମ୍ ର ରାଜ୍ୟ ସଂପାଦକ ସୁରେଶ ପାଣିଗ୍ରାହୀ,ସମ୍ପାଦକ ମଣ୍ଡଳୀ ସଭ୍ୟ ଦୁଷ୍ମନ୍ତ ଦାସ, ବିଶ୍ୱନାଥ ମାହାପାତ୍ର, ନିତ୍ୟାନନ୍ଦ ପରିଡ଼ା, ସୁରେଶ ସ୍ବାଇଁ ପ୍ରମ୍ମୁଖ ଉପସ୍ଥିତ ଥିଲେ।

Khordha (ଖୋର୍ଦ୍ଧା)ରିପୋର୍ଟ: ନିରଞ୍ଜନ ମହାପାତ୍ର, ରଣପୁର

ପରିତ୍ୟକ୍ତ ଆର୍ଟ କଲେଜ୍ ବାମ୍ଫି
Jun 23, 2026160 views

ପରିତ୍ୟକ୍ତ ଆର୍ଟ କଲେଜ୍ ବାମ୍ଫି

ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି, ଖଲିକୋଟ ଖଲ୍ଲିକୋଟ-ଗଞ୍ଜାମ: ଖଲ୍ଲିକୋଟ ରାଜପ୍ରାସାଦ ଯାହାକି ସେଠାରେ ଚାଲିଛି ଚାରୁ ଓ କାରୁକଳା ମହାବିଦ୍ୟାଳୟ ଉକ୍ତ ମହାବିଦ୍ୟାଳୟ ୧୯୫୭ ସାଲରୁ ଅବଧି ଚାଲିଛି। ଖବର ନେବାରୁ ଜଣାପଡିଛି ଯେ, ଜମିଦାରୀ ଉଚ୍ଛେଦ ହେଵା ପରେ ପରେ , ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ତା ୨୧-୧୧- ୧୯୫୬ ମସିହାରେ ସରକାରଙ୍କୁ ବିକ୍ରୀ କରିଥିଲେ। ସେତେବେଳେ ଗଞ୍ଜାମ ଜିଲ୍ଲା ପାଳ ଏଚ୍ କେ ଘୋଷ ଥିଲେ । ଯେଉଁ ରାଜପ୍ରାସାଦ କି ୧୭ଏକର ଜମି ପରିମିତ ହେବ, କିନ୍ତୁ ହିସାବରେ ଜଣାଯାଏ ଯେ ଉକ୍ତ ଅନୁଷ୍ଠାନ ସବୁ ୫ଏକର ସୀମିତ ଅଛି ,ବାକି ଜାଗା କାହା ଅଧିନରେ ଅଛି ? । ଏସଂକ୍ରାନ୍ତରେ ଖଲ୍ଲିକୋଟ ରୁ ଶିବରାମ ଜେନା ଅନ୍ୟାନ୍ୟ ନିୟୁଜ୍ ରେ ଖବର ପ୍ରଚାର କରିଛନ୍ତି। କିନ୍ତୁ ସରକାର କିମ୍ବା ପ୍ରଶାସନିକ ବିଭାଗ ଏଥିପ୍ରତି କର୍ଣ୍ଣପାତ କରିନଥିବା ବେଳେ , ଏଠାକାର କେତେକ ସ୍ବାର୍ଥନେୱସୀ ବ୍ୟକ୍ତି ବିଶେଷ ମାନେ ସରକାରଙ୍କ ଜମିକୁ ନିଜ ନାଁ ରେ ପଟ୍ଟା କରିଛନ୍ତି , ଏବେ ଜବରଦଖଲ କାରୀ ଘର ନିର୍ମିତ କରୁଛନ୍ତି । ଏ ଅବସରରେ ଡ଼ିଆଇ ଟି ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ପରିଡ଼ା ସ୍ଥାନୀୟ ଖଲିକୋଟ ତହସିଲ ଦାର ଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୋୖଣସି ପଦକ୍ଷେପ ନେଉନଥିବା ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ଜୋରରେ ଧରିଛି। ଅପରପକ୍ଷରେ ଦେଖିବାକୁ ମିଳିଛି ପରିତ୍ୟକ୍ତ ଭଗ୍ନ ଅବସ୍ଥା ରେ ପଡି ରହିଛି ରାଜାଘର କୀର୍ତ୍ତି ବାମ୍ଫି । ଯାହାକି ଓଡ଼ିଶାର ଇତିହାସ ରେ ଦେଖିବାକୁ ବିରଳ। ଉକ୍ତ ବାମ୍ଫି ଟି କଟା ପଥର ରେ ନିର୍ମିତ ହେଇଥିବାର ଦେଖାଯାଏ । ବାମ୍ଫି ଟି ଏମିତି ଢାଞ୍ଚାରେ ନିର୍ମିତ ହୋଇଛି ଉପର ପାଖରେ ଜଳସ୍ତର କୁ ଦେଖିପାରିବେ ଓ ତଳ ପଟେ ସୁଡୁଙ୍ଗ ଦେଇ ଜଳସ୍ତର କୁ ଛୁଇଁ ଜଳ ଆଣିପାରିବେ। ରାଜା ଘର ବାମ୍ଫି ଦେଖିବାକୁ ବହୁ ଦୂରଦୂରାନ୍ତରୁ ଦର୍ଶକ ମାନେ ଆସିଥାନ୍ତି। ଆଜି ସ୍ଥାନୀୟ ବାସିନ୍ଦା, ତଥା ଭଡାଟିଆ ମାନେ ଅଳିଆ ଆବର୍ଜ୍ଜନାରେ ପୋତି ଦେଲେନି। କିନ୍ତୁ ପାଖରେ ଦୁଇ ଦୁଇଟା ଅନୁଷ୍ଠାନ ଥାଇ ମଧ୍ୟ କୋୖଣସି ପଦକ୍ଷେପ ନେଉନଥିବା ଜଣାପଡିଛି। କିମ୍ବା ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୋୖଣସି ପଦକ୍ଷେପ ନେଉନଥିବା କୁହାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଖଲ୍ଲିକୋଟ ର ଉନ୍ନତି ପାଇଁ ଶାସକ କିମ୍ବା ପ୍ରଶାସନିକ ବିଭାଗ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଜଣାଯାଏ।

Ganjam (ଗଞ୍ଜାମ)ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି, ଖଲିକୋଟ

ଗଜାନନ ଏବେ ଗ୍ରାମାଞ୍ଚଳରେ, ଲୋକଙ୍କ ମଧ୍ୟରେ ଆତଙ୍କ
Jun 23, 202643 views

ଗଜାନନ ଏବେ ଗ୍ରାମାଞ୍ଚଳରେ, ଲୋକଙ୍କ ମଧ୍ୟରେ ଆତଙ୍କ

ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ନିକଟସ୍ଥ ସେଣ୍ଟ୍ରାଲ ୱର୍କଶପ୍ ଅଞ୍ଚଳରେ ଏକ ବଣୁଆ ହାତୀ ଦେଖିବାକୁ ମିଳିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଜଙ୍ଗଲ ଧ୍ୱଂସ ଓ ପ୍ରାକୃତିକ ବାସସ୍ଥାନ ସଙ୍କୁଚିତ ହେବା ଯୋଗୁଁ ହାତୀମାନେ ଖାଦ୍ୟ ଓ ପାଣିର ସନ୍ଧାନରେ ଗ୍ରାମ ଏବଂ ସହର ମୁହାଁ ହେଉଥିବା ଦେଖାଯାଉଛି। ହାତୀଟି ଅଞ୍ଚଳରେ ବୁଲୁଥିବା ଖବର ପାଇ ସ୍ଥାନୀୟ ଲୋକେ ସତର୍କ ରହିବା ସହ ବନ ବିଭାଗକୁ ସୂଚନା ଦେଇଛନ୍ତି। ବନ ବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ ନଜର ରଖାଯାଉଥିବା ବେଳେ, ଲୋକଙ୍କୁ ହାତୀ ନିକଟକୁ ନ ଯିବା ଓ ଦୂରେ ରହିବାକୁ ପରାମର୍ଶ ଦିଆଯାଇଛି। ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ ବଢୁଥିବା ସଂଘର୍ଷ ଏବେ ଚିନ୍ତାର ବିଷୟ ପାଲଟିଛି।

Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
Jun 23, 202659 views

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା ଅନୁଗୋଳ: ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହର ସହ ପାଳିତ ହୋଇଛି। ପ୍ରଧାନାଚାର୍ଯ୍ୟ ବାବୁଲି ସାମଲ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଯୋଗର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସହ ପ୍ରଧାନାଚାର୍ଯ୍ୟ ଦୟାନିଧି ଦାସ ଓ ଅନ୍ୟାନ୍ୟ ଆଚାର୍ଯ୍ୟମାନେ ଯୋଗ ପ୍ରଦର୍ଶନ କରିଥିବାବେଳେ ଛାତ୍ରଛାତ୍ରୀମାନେ ପ୍ରାଣାୟାମ, ସୂର୍ଯ୍ୟ ନମସ୍କାର ଓ ବିଭିନ୍ନ ଯୋଗାସନ ଅଭ୍ୟାସ କରିଥିଲେ। ଆଚାର୍ଯ୍ୟା ନିରୁପମା ମହାନ୍ତି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାମାନେ ଏଥିରେ ଯୋଗଦେଇ ଯୋଗାଭ୍ୟାସ କରିଥିଲେ।

Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ସ୍ରିଷ୍ଟି ନ୍ୟୁଜ୍ ର ବିଶେଷ ଉପସ୍ଥାପନା: ଆଦିବାସୀଙ୍କ ହକ୍‌ ଓ ସଂଘର୍ଷର କାହାଣୀ
Jun 23, 202697 views

ସ୍ରିଷ୍ଟି ନ୍ୟୁଜ୍ ର ବିଶେଷ ଉପସ୍ଥାପନା: ଆଦିବାସୀଙ୍କ ହକ୍‌ ଓ ସଂଘର୍ଷର କାହାଣୀ

ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱର ​ଭୁବନେଶ୍ୱର: ସ୍ୱାଧୀନତାର ଏତେ ବର୍ଷ ପରେ ବି ବଦଳିନି ଆଦିବାସୀଙ୍କ ଭାଗ୍ୟ। ଆଜି ବି ମାଟି କାନ୍ଥ ଆଉ ପଲିଥିନ ଟଣା କୁଡ଼ିଆ ଘର ହିଁ ସେମାନଙ୍କର ଏକମାତ୍ର ସାହାରା। ଋତୁ ବଦଳେ, ସରକାର ବଦଳନ୍ତି, ହେଲେ ବଦଳେନାହିଁ ଏହି ଅସହାୟ ଆଦିବାସୀ ପରିବାରଗୁଡ଼ିକର ଚିତ୍ର। ଉପରୋକ୍ତ ଚିତ୍ରରେ ଆପଣ ସ୍ପଷ୍ଟ ଦେଖିପାରୁଥିବେ କିଭଳି ଏକ ଆଦିବାସୀ ପରିବାର ବର୍ଷା ଓ ଖରାରୁ ରକ୍ଷା ପାଇବା ପାଇଁ ନିଜର ଭଙ୍ଗା ମାଟି ଘର ଉପରେ ପଲିଥିନ ଜରି ବାନ୍ଧି ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି। ​ ​ଯୋଜନା ଅଛି, ହେଲେ ହିତାଧିକାରୀ ଦୂରରେ: ସରକାରଙ୍କ ପକ୍କାଘର ଯୋଜନା ଓ ଜଙ୍ଗଲ ଜମି ଅଧିକାର ଆଇନ ଥାଇ ମଧ୍ୟ ଅନେକ ଦୁର୍ଗମ ଅଞ୍ଚଳରେ ଥିବା ସଚ୍ଚୋଟ ଆଦିବାସୀ ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ। ​୨୦୨୬ ର ଆହ୍ୱାନ: ବର୍ତ୍ତମାନ ସମୟରେ ଆଦିବାସୀମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ନିୟମ ଓ ସଂଶୋଧନ ଅନୁଯାୟୀ, କିଛି ନିର୍ଦ୍ଦିଷ୍ଟ ସମୟସୀମା (୨୦୨୬) ପାର୍ ହେବା ପରେ ସେମାନଙ୍କୁ ସ୍ଥାୟୀ ଜମି ପଟ୍ଟା ଓ ଆବାସ ଯୋଜନାରେ ସାମିଲ କରିବା ପାଇଁ ଦାବି ଜୋର ଧରିଛି। ​ଅଧିକାର ପାଇଁ ଅପେକ୍ଷା: ବର୍ଷ ବର୍ଷ ଧରି ଜଙ୍ଗଲ ଓ ମାଟିକୁ ଜଗି ରହିଥିବା ଏହି ଭୂମିପୁତ୍ରମାନଙ୍କୁ ସେମାନଙ୍କର ପ୍ରାପ୍ୟ ହକ୍ ଏବଂ ପକ୍କା ଘର କେବେ ମିଳୁଛି, ତାହା ଦେଖିବାକୁ ବାକି ରହିଲା। ​"ଆମକୁ କେବଳ ପ୍ରତିଶ୍ରୁତି ମିଳେ, ହେଲେ ମୁଣ୍ଡ ଉପରେ ଛାତଟିଏ ପାଇଁ ପ୍ରତିବର୍ଷ ଏମିତି ପଲିଥିନ ଟାଣିବାକୁ ପଡ଼େ।" — ଜଣେ ସ୍ଥାନୀୟ ଆଦିବାସୀ ବାସିନ୍ଦା।

Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱର

ଭବାନୀପାଟଣାରେ ‘ନଶା ମୁକ୍ତ ଭାରତ’ ସଚେତନତା ରାଲି, ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସହଭାଗୀତା
Jun 23, 202646 views

ଭବାନୀପାଟଣାରେ ‘ନଶା ମୁକ୍ତ ଭାରତ’ ସଚେତନତା ରାଲି, ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସହଭାଗୀତା

ରିପୋର୍ଟ: ରିତେଶ କୁମାର ମୁଣ୍ଡ, ଭବାନୀପାଟଣା ଭବାନୀପାଟଣା, ୨୩ ଜୁନ: ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଚାଲିଥିବା ‘ନଶା ମୁକ୍ତ ଭାରତ ଅଭିଯାନ–୨୦୨୬’ ଅବସରରେ ମଙ୍ଗଳବାର ଭବାନୀପାଟଣା ସହରରେ ଏକ ବିଶାଳ ସଚେତନତା ରାଲି ଆୟୋଜିତ ହୋଇଯାଇଛି। ମାଦକ ଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ରାଲି ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଏହି ଅଭିଯାନ ଜୁନ ୧୭ ତାରିଖରୁ ଆରମ୍ଭ ହୋଇ ଜୁନ ୨୬ ତାରିଖରେ ପାଳିତ ହେବାକୁ ଥିବା ‘ଆନ୍ତର୍ଜାତୀୟ ମାଦକ ଦ୍ରବ୍ୟ ଦୁର୍ବ୍ୟସନ ଓ ଅବୈଧ ଚାଲାଣ ବିରୋଧୀ ଦିବସ’ ସହ ସମାପ୍ତ ହେବ। ଏହି ବର୍ଷର ଥିମ୍ ରହିଛି— “ନଶା ମୁକ୍ତ ଭାରତ ଅଭିଯାନ, ବିକସିତ ଭାରତ କି ପହେଚାନ”। ଆଜିର ସଚେତନତା ରାଲିକୁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଓ ଏକ୍ସାଇଜ୍ ସୁପରିଣ୍ଟେଣ୍ଡେଣ୍ଟ ରଞ୍ଜନ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ରାଲିରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇ ମାଦକ ବିରୋଧୀ ସ୍ଲୋଗାନ ଦେବା ସହ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ସନ୍ଦେଶ ପ୍ରଚାର କରିଥିଲେ। ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଦିନେଶ କୁମାର କନ୍ହରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟକ୍ରମରେ ସମାଜ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ। କାର୍ୟକ୍ରମର ସଫଳ ଆୟୋଜନରେ DSSO ଓ DDRC ର କର୍ମଚାରୀମାନଙ୍କ ଭୂମିକା ଉଲ୍ଲେଖନୀୟ ଥିଲା।

Kalahandi (କଳାହାଣ୍ଡି)ରିପୋର୍ଟ: ରିତେଶ କୁମାର ମୁଣ୍ଡ, ଭବାନୀପାଟଣା

​ବେଆଇନ ପଥର ବିସ୍ଫୋରଣ ଉପରେ ଚଢ଼ଉ: ୪ ଗିରଫ, ଟ୍ରାକ୍ଟର ସହ ବିପୁଳ ସାମଗ୍ରୀ ଜବତ
Jun 23, 202629 views

​ବେଆଇନ ପଥର ବିସ୍ଫୋରଣ ଉପରେ ଚଢ଼ଉ: ୪ ଗିରଫ, ଟ୍ରାକ୍ଟର ସହ ବିପୁଳ ସାମଗ୍ରୀ ଜବତ

କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି ଓଡ଼ିଶା ​କେ. ନୂଆଗାଁ,( ଚିକିଟି): ବିସ୍ଫୋରକ ପଦାର୍ଥ ବ୍ୟବହାର କରି ବେଆଇନ ଭାବେ ପଥର ବିସ୍ଫୋରଣ କରୁଥିବା ଏକ ବଡ଼ ଗ୍ୟାଙ୍ଗ୍ ଉପରେ କେ. ନୂଆଗାଁ ଥାନା ପୋଲିସ ବଡ଼ ଧରଣର ଚଢ଼ଉ କରିଛି। ଏହି ମାମଲାରେ ପୋଲିସ କମ୍ପ୍ରେସର ମେସିନ ମାଲିକଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଡ୍ରିଲିଂ ମେସିନ୍ ଏବଂ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ ଆଜି ପାତ୍ରପୁର JMFC ଅଦାଲତକୁ ଚାଲାଣ କରାଯାଇଛି। ​ପୋଲିସ ସୂଚନା ଅନୁଯାୟୀ, ଗତ ୨୧.୦୬.୨୦୨୬ ସକାଳ ପ୍ରାୟ ୧୧:୩୦ ମିନିଟ ସମୟରେ ଏକ ବିଶ୍ୱସନୀୟ ସୂତ୍ରରୁ ଖବର ମିଳିଥିଲା ଯେ, ଚିକିଟିଗଡ଼ା ଅଞ୍ଚଳର ବାଘପାହାଡ଼ରେ କୌଣସି ବୈଧ ଲାଇସେନ୍ସ କିମ୍ବା ସରକାରୀ ଅନୁମତି ବିନା ଡେଟୋନେଟର ଓ ଭୟାବହ ବିସ୍ଫୋରକ ପଦାର୍ଥ ବ୍ୟବହାର କରି ପଥର ବ୍ଲାଷ୍ଟିଂ କରାଯାଉଛି। ​ଖବର ପାଇବା ମାତ୍ରେ କେ. ନୂଆଗାଁ ଥାନା ଆଇଆଇସି (IIC) ଙ୍କ ନେତୃତ୍ୱରେ ଏକ ସ୍ପେଶାଲ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳ ଅଭିମୁଖେ ବାହାରିଥିଲେ। ପୋଲିସ ଦଳ ପାହାଡ଼ ନିକଟରେ ପହଞ୍ଚିବା ସମୟରେ ଏକ ଜୋରଦାର ବିସ୍ଫୋରଣ ଶବ୍ଦ ସହ ତୀବ୍ର କମ୍ପନ ଅନୁଭବ କରିବାକୁ ପାଇଥିଲେ। ​ପୋଲିସକୁ ଦେଖି ଚୋରା ଚାଲାଣକାରୀ ଛତ୍ରଭଙ୍ଗ ​ପୋଲିସ ହଠାତ୍ ଚଢ଼ଉ କରିବାରୁ ଘଟଣାସ୍ଥଳରୁ କିଛି ବ୍ୟକ୍ତି ଫେରାର ହେବାରେ ସଫଳ ହୋଇଥିବା ବେଳେ ପୋଲିସ ତତ୍ପରତା ଦେଖାଇ ସେଠାରୁ ୩ ଜଣଙ୍କୁ କାବୁ କରିଥିଲା। ପରବର୍ତ୍ତୀ ସମୟରେ ତଦନ୍ତ କରି ବେଆଇନ କାର୍ଯ୍ୟରେ ବ୍ୟବହୃତ କମ୍ପ୍ରେସର ମେସିନ୍‌ର ମାଲିକଙ୍କୁ ମଧ୍ୟ ଗିରଫ କରାଯାଇଛି। ​ଗିରଫ ଅଭିଯୁକ୍ତମାନେ ହେଲେ: ​ରଞ୍ଜନ ବେହେରା (୫୦) ​ସୁରେଶ ପ୍ରଧାନ (୩୮) ​ଆକାଶ ବିନ୍ଧାଣୀ (୩୦) ​ଏମ୍‌. ମୋହନ ରାଓ (୫୭) ​ଘଟଣାସ୍ଥଳରୁ ପୋଲିସ ବେଆଇନ ପଥର ଖନନରେ ବ୍ୟବହୃତ ହେଉଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରିଛି ​ଏହି ଘଟଣାରେ ବିସ୍ଫୋରକ ପଦାର୍ଥ କେଉଁଠାରୁ ସପ୍ଲାଇ ହେଉଥିଲା ଏବଂ ଏହା ପଛରେ ଆଉ କେଉଁ ବଡ଼ ମାଫିଆଙ୍କ ହାତ ରହିଛି, ସେ ନେଇ ପୋଲିସ ନିଜର ତଦନ୍ତ ପ୍ରକ୍ରିୟା ଜାରି ରଖିଛି।

Ganjam (ଗଞ୍ଜାମ)କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି ଓଡ଼ିଶା

ମରଣଯନ୍ତା ପାଲଟିଛି ଅଚଳ ନଳକୂପ
Jun 23, 202658 views

ମରଣଯନ୍ତା ପାଲଟିଛି ଅଚଳ ନଳକୂପ

ରିପୋର୍ଟ :ଶିଶିର କୁମାର ସ୍ୱାଇଁ, ଧାମନଗର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ବାଘୁଆରୁ ଗ୍ରାମରେ ଏକ ଅଚଳ ନଳକୂପ ଦୀର୍ଘଦିନ ଧରି ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଛି। ନଳକୂପର ଚାରିପାଖରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏହା ଏବେ ମରଣଯନ୍ତା ପାଲଟିଛି। ବିଶେଷକରି ଛୋଟ ଛୋଟ ଶିଶୁ ଓ ବୃଦ୍ଧମାନଙ୍କ ପାଇଁ ଏହା ଦୁର୍ଘଟଣାର କାରଣ ସାଜିପାରେ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ, ବହୁଥର ପଞ୍ଚାୟତ ଓ ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ଯେକୌଣସି ସମୟରେ ଅଘଟଣ ଘଟିବାର ଭୟ ଦେଖାଦେଇଛି। ଗ୍ରାମବାସୀମାନେ ଶୀଘ୍ର ଏହି ଅଚଳ ନଳକୂପକୁ ମରାମତି କିମ୍ବା ସୁରକ୍ଷିତ ଭାବେ ଚାଲୁ କରିବା ପାଇଁ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ନିକଟରେ ଦାବି ଜଣାଇଛନ୍ତି, ଯାହା ଫଳରେ କୌଣସି ଅପ୍ରୀତିକର ଘଟଣା ନଘଟୁ,

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁ, ଧାମନଗର