--:--:--
-- ---
Srishti News

ତୁଳସୀପାଳରେ ବୃକ୍ଷରୋପଣ ଅଭିଯାନ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳSeptember 21, 202645 views
ତୁଳସୀପାଳରେ ବୃକ୍ଷରୋପଣ ଅଭିଯାନ
ବଅଁରପାଳ: ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିନ ଅବସରରେ ବଅଁରପାଳ ବ୍ଲକ୍‌ ତୁଳସୀପାଳ ଗ୍ରାମରେ ବୃକ୍ଷରୋପଣ ଅଭିଯାନ ଆୟୋଜିତ ହୋଇଛି। ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟରେ ଗ୍ରାମର ବିଭିନ୍ନ ସ୍ଥାନରେ ଚାରାରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥି ଓ କର୍ମକର୍ତ୍ତାମାନେ ଚାରାର ଯତ୍ନ ଓ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ସହ ଗଛଗୁଡ଼ିକୁ ବଡ଼ କରିବା ପାଇଁ ସାମୂହିକ ଦାୟିତ୍ୱ ନେବାକୁ ଆହ୍ୱାନ ଦେଇଥିଲେ। ଏଥିରେ ୨୮ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ, ଏସ୍‌ଟି ମୋର୍ଚ୍ଚା ଜିଲ୍ଲା ସଭାପତି ଅଜିତ କୁମାର ଭୋଇ, ମଣ୍ଡଳ ସଭାପତି ସୁବ୍ରତ କୁମାର ସାହୁଙ୍କ ସମେତ ବହୁ ସାମାଜିକ ଓ ସାଂଗଠନିକ କର୍ମକର୍ତ୍ତା ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ। ବୃକ୍ଷରୋପଣ ମାଧ୍ୟମରେ ଗ୍ରାମବାସୀଙ୍କ ମଧ୍ୟରେ ପରିବେଶ ସଚେତନତା ଓ ବୃକ୍ଷ ସୁରକ୍ଷାର ବାର୍ତ୍ତା ପହଞ୍ଚିଥିଲା।