--:--:--
-- ---
Srishti News

Web News

ରାଇପୁରିଆ ସଂରକ୍ଷିତ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର
Sep 21, 2026•16 views

ରାଇପୁରିଆ ସଂରକ୍ଷିତ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର

ବଣାଇ, ସେପ୍ଟେମ୍ବର ୨୧, ୨୦୨୬: ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଜରଡ଼ା ବନାଞ୍ଚଳର ମଜୁରିଡିମା ସେକ୍ସନ ଅଧୀନ ରାଇପୁରିଆ ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତା ହାତୀର ପଚିଯାଇଥିବା ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ, କିଛି ସ୍ଥାନୀୟ ଲୋକ ଜଙ୍ଗଲକୁ ଯାଇଥିବା ସମୟରେ ହାତୀଟିର ମୃତଦେହ ଦେଖିଥିଲେ। ଏନେଇ ସେମାନେ ତୁରନ୍ତ ବନ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ଜରଡ଼ା ରେଞ୍ଜ ଅଧିକାରୀଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଚ୍ଚ ଅଧିକାରୀଙ୍କୁ ଅବଗତ କରିଥିଲେ। ବନ ବିଭାଗର ସୂଚନା ଅନୁଯାୟୀ, ଦନ୍ତା ହାତୀଟି ଗତ କିଛି ଦିନ ଧରି ଅସୁସ୍ଥ ଥିଲା। ଏହା ଦୁର୍ବଳ ଅବସ୍ଥାରେ ଜଙ୍ଗଲ ମଧ୍ୟରେ ଘୁରୁଥିବା ନେଇ ବନ ବିଭାଗ ପକ୍ଷରୁ ତାହାର ଗତିବିଧି ଉପରେ ନଜର ରଖାଯାଉଥିଲା। ରବିବାର ହାତୀଟିର ମୃତ୍ୟୁ ହୋଇଥିବା ନେଇ ବନ ବିଭାଗକୁ ସୂଚନା ମିଳିଥିଲା। ଘଟଣା ପରେ ବଣାଇ ଡିଏଫ୍‌ଓ, ଏସିଏଫ୍‌ ଏବଂ ସମ୍ପୃକ୍ତ ରେଞ୍ଜ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ହାତୀଟିର ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ଆବଶ୍ୟକ ଯାଞ୍ଚ ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଉଛି।

Sundargarh (ସୁନ୍ଦରଗଡ଼) • ସୁନ୍ଦରଗଡ ଜିଲ୍ଲା ବଣେଇ ରୁ ସୌମ୍ୟ ବ୍ରତ ଦଳବେହେରା

ଦଶଦିନ ଧରି ଜଳ ଯୋଗାଣ ବନ୍ଦ, ହଇରାଣ ଲୋକେ
Sep 21, 2026•40 views

ଦଶଦିନ ଧରି ଜଳ ଯୋଗାଣ ବନ୍ଦ, ହଇରାଣ ଲୋକେ

କଳାହାଣ୍ଡି ଜିଲ୍ଲା କୋକସରା ସଦର ଅଞ୍ଚଳର ବଡ଼ପଡ଼ା, ପ୍ରଧାନୀପଡ଼ା ଓ ପଟ୍ଟନାୟକପଡ଼ାରେ ଗତ ଦଶଦିନ ଧରି ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବା ନେଇ ଅଭିଯୋଗ ହୋଇଛି। ଦୀର୍ଘଦିନ ଧରି ଜଳ ଯୋଗାଣ ବ୍ୟବସ୍ଥା ବନ୍ଦ ରହିବା ଯୋଗୁଁ ଏହି ଅଞ୍ଚଳର ଲୋକେ ପିଇବା ପାଣି ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଜଳ ଯୋଗାଣ ସମସ୍ୟା ନେଇ ବାରମ୍ବାର ଦାୟିତ୍ୱରେ ଥିବା ଜେ.ଇ.ଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହେଉନାହିଁ। କେବଳ ଜଳ ଯୋଗାଣ ବନ୍ଦ ନୁହେଁ, ଅନେକ ସମୟରେ ପାଇପ ଯୋଗେ ଗୋଳିଆ ପାଣି ଆସୁଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଦଶଦିନ ଧରି ପାଣି ନଆସିବା ଯୋଗୁଁ ବିଶେଷ କରି ବୟସ୍କ ବୃଦ୍ଧବୃଦ୍ଧାମାନେ ଅଧିକ ହଇରାଣ ହେଉଛନ୍ତି। ପାଣି ପାଇଁ ସେମାନଙ୍କୁ ବଜାରପଡ଼ା ଅଞ୍ଚଳକୁ ଯାଇ ବହୁ କଷ୍ଟରେ ପାଣି ସଂଗ୍ରହ କରିବାକୁ ପଡ଼ୁଥିବା ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଦାୟିତ୍ୱରେ ଥିବା ଜେ.ଇ. ଯଶୋବନ୍ତୀ ଭୋଇଙ୍କୁ ପଚାରିବାରୁ, ଆଜିଠାରୁ ଜଳ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହେବ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଜଳ ଯୋଗାଣ ବ୍ୟବସ୍ଥାରେ ବାରମ୍ବାର ଦେଖାଦେଉଥିବା ସମସ୍ୟାର ସ୍ଥାୟୀ ସମାଧାନ କରିବା ସହ ନିୟମିତ ଓ ବିଶୁଦ୍ଧ ପାଣି ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

Elephant Menace Returns to Odisha-Chhattisgarh Border, Farmers Worried
Sep 21, 2026•29 views

Elephant Menace Returns to Odisha-Chhattisgarh Border, Farmers Worried

Sinapali: Fresh elephant movement has triggered concern among villagers and farmers in the Odisha-Chhattisgarh border areas under Sinapali Forest Range in Nuapada district. A herd of six elephants has been roaming near the Ghattamal Gram Panchayat area and reportedly damaged standing paddy crops after entering agricultural fields. According to the Forest Department, the herd comprises five adult elephants and one calf. The elephants entered Odisha from the Chhattisgarh side on Friday night and subsequently moved through the Ghattamal and Chitarama areas before entering paddy fields at Ghattamal village. The herd reportedly damaged paddy crops belonging to farmers including Dambarudhar Chinda, Parmananda Chinda and Tike Sundar Chinda. The affected farmers had cultivated paddy on limited land by borrowing money and investing their available resources. With the crop nearing the harvesting stage, the damage caused by the elephants has increased their financial worries. Farmers dependent primarily on agriculture fear that the crop loss may put additional financial pressure on their families. They have urged the authorities to ensure proper assessment of the damage and provide compensation at the earliest. After receiving information about the elephant movement, forest personnel led by Sinapali Forest Range Forester Meghnad Majhi reached the affected area. The officials monitored the movement of the elephants and assessed the damage caused to the paddy fields. The Forest Department has assured that compensation will be provided to the affected farmers as per government norms. Meanwhile, the elephant herd is reportedly moving towards Chhattisgarh. Forest officials are keeping a close watch on their movement along the Chitarama-Jholapada route. As there is a possibility of the elephants returning towards villages and agricultural fields, forest officials are sensitising residents of the border villages and advising them to remain alert. It may be mentioned that the border region is connected with forest areas of Chhattisgarh, including the Udanti Wildlife Sanctuary, while the forest corridor also has connectivity with the Sunabeda Wildlife Sanctuary in Nuapada district. Elephants are known to move into the border areas at different times of the year in search of food and water. The recurring movement of elephant herds has become a major concern for farmers as crop damage affects their livelihood. Continuous monitoring, timely warning systems and effective measures to prevent human-elephant conflict are therefore essential for protecting both villagers and agricultural crops in the border region.

Nuapada (ନୂଆପଡ଼ା) • Reports: Malaya Meher, DC

ଗଣେଶ ଓ ବିଶ୍ୱକର୍ମା ବିସର୍ଜନରେ ଉତ୍ସବ ସହ ବଢୁଛି ଅବ୍ୟବସ୍ଥା: ମଦ୍ୟପାନ, ଅତ୍ୟଧିକ ଡିଜେ ଶବ୍ଦ, ଟ୍ରାଫିକ୍ ଜାମ୍‌ରେ ଅତିଷ୍ଠ ଲୋକେ; ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି
Sep 21, 2026•240 views

ଗଣେଶ ଓ ବିଶ୍ୱକର୍ମା ବିସର୍ଜନରେ ଉତ୍ସବ ସହ ବଢୁଛି ଅବ୍ୟବସ୍ଥା: ମଦ୍ୟପାନ, ଅତ୍ୟଧିକ ଡିଜେ ଶବ୍ଦ, ଟ୍ରାଫିକ୍ ଜାମ୍‌ରେ ଅତିଷ୍ଠ ଲୋକେ; ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି

ନୂଆପଡ଼ା/ସିନାପାଲି/ଭୁବନେଶ୍ୱର : ପ୍ରଭୁ ଶ୍ରୀଗଣେଶ ଓ ଭଗବାନ ବିଶ୍ୱକର୍ମାଙ୍କ ପୂଜା ପରେ ଏବେ ବିଭିନ୍ନ ସ୍ଥାନରେ ଧୁମଧାମରେ ଚାଲିଛି ବିସର୍ଜନ ଶୋଭାଯାତ୍ରା। ଭକ୍ତି, ଉତ୍ସାହ ଓ ଆନନ୍ଦରେ ଲୋକେ ସାମିଲ ହେଉଥିବା ବେଳେ କେତେକ ସ୍ଥାନରେ ଅସାବଧାନତା ଓ ଅନିୟମିତତା ଯୋଗୁଁ ସାଧାରଣ ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବା ଅଭିଯୋଗ ହେଉଛି। ବିଶେଷକରି କେତେକ ବିସର୍ଜନ ଶୋଭାଯାତ୍ରାରେ ମଦ୍ୟପାନ କରି କିଛି ଯୁବକ ଉତ୍ତେଜିତ ଅବସ୍ଥାରେ ଘୁରୁଥିବା ଅଭିଯୋଗ ଆସୁଛି। ଏପରି ଆଚରଣ ଯୋଗୁଁ ଶାନ୍ତିପୂର୍ଣ୍ଣ ଭାବେ ଧାର୍ମିକ ଉତ୍ସବ ପାଳନ କରୁଥିବା ପୂଜା କମିଟିଗୁଡ଼ିକ ମଧ୍ୟ ଅଯଥା ବଦନାମ ହେଉଥିବା ମତ ପ୍ରକାଶ ପାଉଛି। କେତେକ ସ୍ଥାନରେ ପଥଚାରୀଙ୍କ ସହ ଦୁର୍ବ୍ୟବହାର ଓ ଯୁକ୍ତିତର୍କ ହେଉଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଶୋଭାଯାତ୍ରାରେ ଟ୍ରାଫିକ୍ ବ୍ୟବସ୍ଥା ବିଗୁଡ଼ୁଛି ବିସର୍ଜନ ଶୋଭାଯାତ୍ରାରେ ଏକାଧିକ ଗାଡ଼ି, ଡିଜେ, ମାଇକ୍ ଓ ବହୁ ସଂଖ୍ୟକ ଲୋକ ସାମିଲ ହେଉଥିବାରୁ ମୁଖ୍ୟ ରାସ୍ତାଗୁଡ଼ିକରେ ଟ୍ରାଫିକ୍ ଜାମ୍ ସୃଷ୍ଟି ହେଉଛି। ଦୀର୍ଘ ସମୟ ଧରି ରାସ୍ତାରେ ଗାଡ଼ି ଅଟକି ରହିବାରୁ ସାଧାରଣ ଯାତ୍ରୀ, ବୃଦ୍ଧ, ଶିଶୁ, ରୋଗୀ ଓ ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକେ ହଇରାଣ ହେଉଛନ୍ତି। ସବୁଠାରୁ ଗୁରୁତର ସମସ୍ୟା ହେଉଛି ଜରୁରୀ ସେବା। ଟ୍ରାଫିକ୍ ଜାମ୍‌ରେ ଆମ୍ବୁଲାନ୍ସ ଅଟକିଗଲେ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ। ଅଗ୍ନିଶମ ବାହିନୀ, ପୁଲିସ ଓ ଅନ୍ୟ ଜରୁରୀକାଳୀନ ଯାନବାହନ ମଧ୍ୟ ରାସ୍ତା ନପାଇଲେ ଗୁରୁତର ପରିସ୍ଥିତି ଉପୁଜିପାରେ। ଅତ୍ୟଧିକ ଡିଜେ ଶବ୍ଦ ନେଇ ଚିନ୍ତା ବିସର୍ଜନ ଶୋଭାଯାତ୍ରାରେ ଡିଜେ ଓ ଉଚ୍ଚଶବ୍ଦର ମାଇକ୍ ବ୍ୟବହାର ନେଇ ମଧ୍ୟ ଅଭିଯୋଗ ବଢ଼ୁଛି। ଅତ୍ୟଧିକ ଶବ୍ଦ ଯୋଗୁଁ ଛୋଟ ଶିଶୁ, ବୃଦ୍ଧ, ଅସୁସ୍ଥ ବ୍ୟକ୍ତି ଓ ପରୀକ୍ଷା ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀମାନେ ଅସୁବିଧା ଭୋଗୁଥିବା କୁହାଯାଉଛି। ଦୀର୍ଘ ସମୟ ଧରି ଅତ୍ୟଧିକ ଶବ୍ଦରେ ରହିବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ। ଦୁର୍ଘଟଣା ଆଶଙ୍କା ମଧ୍ୟ ବଢୁଛି ଶୋଭାଯାତ୍ରା ସମୟରେ ଟ୍ରାକ୍ଟର, ଟ୍ରକ୍, ପିକ୍‌ଅପ୍ ଭ୍ୟାନ୍ ଓ ଅନ୍ୟ ଯାନବାହନ ଉପରେ ଅଧିକ ସଂଖ୍ୟକ ଲୋକ ଯାତ୍ରା କରିବା, ରାସ୍ତାରେ ନାଚିବା ଏବଂ ଯାନବାହନ ଚଳାଚଳ ମଧ୍ୟରେ ଅସାବଧାନତା ଦେଖାଇବା ଯୋଗୁଁ ଦୁର୍ଘଟଣାର ଆଶଙ୍କା ରହୁଛି। ମଦ୍ୟପ ଅବସ୍ଥାରେ ଗାଡ଼ି ଚଳାଇବା ଘଟଣା ଘଟିଲେ ବିପଦ ଆହୁରି ବଢ଼ିପାରେ। ଏଥିସହ ବିସର୍ଜନ ପରେ ରାସ୍ତାରେ ପ୍ଲାଷ୍ଟିକ୍, ପାଣି ବୋତଲ, ଥର୍ମୋକଲ୍, ପୂଜା ସାମଗ୍ରୀ ଓ ଅନ୍ୟ ବର୍ଜ୍ୟବସ୍ତୁ ପଡ଼ି ରହିବା, ଜନସାଧାରଣଙ୍କ ଯାତାୟାତରେ ବାଧା, ପାର୍କିଂର ଅବ୍ୟବସ୍ଥା, ବିସର୍ଜନ ସ୍ଥଳରେ ଭିଡ଼ ନିୟନ୍ତ୍ରଣର ଅଭାବ ଏବଂ ନଦୀ, ପୋଖରୀ ଆଦିରେ ଅସୁରକ୍ଷିତ ଭାବେ ବିସର୍ଜନ କରାଯିବା ଭଳି ସମସ୍ୟା ମଧ୍ୟ ଦେଖାଦେଇପାରେ। ପୁଲିସ ମୁତୟନ ସହ ନିୟମିତ ନଜରଦାରି ଦାବି ଏପରି ପରିସ୍ଥିତିରେ ପ୍ରତ୍ୟେକ ପୂଜା କମିଟି ବିସର୍ଜନ ଶୋଭାଯାତ୍ରା ପୂର୍ବରୁ ଆବଶ୍ୟକ ଅନୁମତି ନେବା ସହ ନିର୍ଦ୍ଧାରିତ ରୁଟ୍, ସମୟ ଓ ନିୟମ ପାଳନ କରିବା ଆବଶ୍ୟକ ବୋଲି ସାଧାରଣ ମହଲରେ ମତ ପ୍ରକାଶ ପାଉଛି। ପ୍ରତ୍ୟେକ ବଡ଼ ବିସର୍ଜନ ଶୋଭାଯାତ୍ରାରେ ପର୍ଯ୍ୟାପ୍ତ ପୁଲିସ ମୁତୟନ, ଟ୍ରାଫିକ୍ ନିୟନ୍ତ୍ରଣ, ମଦ୍ୟପଙ୍କ ଉପରେ ନଜର, ଆମ୍ବୁଲାନ୍ସ ପାଇଁ ଜରୁରୀ କରିଡର୍ ଏବଂ ବିସର୍ଜନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା କରାଯିବା ଦାବି ହେଉଛି। ସେହିପରି ଡିଜେ ଓ ଲାଉଡସ୍ପିକରର ଶବ୍ଦ ନିୟମ ଅନୁଯାୟୀ ରଖିବା, ମଦ୍ୟପାନ କରି ଶୋଭାଯାତ୍ରାରେ ସାମିଲ ନହେବା, ଯାନବାହନରେ ଅତ୍ୟଧିକ ଲୋକଙ୍କୁ ନନେବା ଏବଂ ପଥଚାରୀଙ୍କ ସହ ଶାଳୀନ ବ୍ୟବହାର କରିବା ପାଇଁ ପୂଜା କମିଟିଗୁଡ଼ିକ ନିଜ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ଧାର୍ମିକ ଉତ୍ସବ ଆନନ୍ଦ, ଭକ୍ତି ଓ ସାମାଜିକ ଏକତାର ପ୍ରତୀକ। ତେଣୁ କେତେକ ବ୍ୟକ୍ତିଙ୍କ ଅସାବଧାନତା ଯୋଗୁଁ ସମଗ୍ର ପୂଜା କମିଟି କିମ୍ବା ଉତ୍ସବର ମର୍ଯ୍ୟାଦା ଯେପରି କ୍ଷୁଣ୍ଣ ନହୁଏ, ସେଥିପାଇଁ ଆୟୋଜକ, ପୁଲିସ ଓ ପ୍ରଶାସନ—ସମସ୍ତଙ୍କ ମିଳିତ ଦାୟିତ୍ୱ ରହିଛି। ନୂଆପଡ଼ା ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ ବିସର୍ଜନ ସମୟରେ ଶୃଙ୍ଖଳା, ସୁରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ଓ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ତୁରନ୍ତ ପ୍ରଭାବୀ ପଦକ୍ଷେପ ନିଆଯିବାକୁ ସାଧାରଣରେ ଦାବି ହୋଇଛି।

Nuapada (ନୂଆପଡ଼ା) • ରିପୋର୍ଟ: ମଳୟ ମେହେର, ଜିଲ୍ଲା ପ୍ରତିନିଧି

ବିଶିଷ୍ଟ ବ୍ୟକ୍ତି କୃଷ୍ଣ ଚନ୍ଦ୍ର ବିଶ୍ୱାଳଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା
Sep 21, 2026•21 views

ବିଶିଷ୍ଟ ବ୍ୟକ୍ତି କୃଷ୍ଣ ଚନ୍ଦ୍ର ବିଶ୍ୱାଳଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ବିଞ୍ଝାରପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସହିଦପୁରସ୍ଥିତ ବ୍ରଜସୁନ୍ଦର ଉଚ୍ଚ ବିଦ୍ୟାଳୟ ପରିସରରେ ବିଶିଷ୍ଟ ବ୍ୟକ୍ତି ତଥା ବହୁମୁଖୀ ପ୍ରତିଭାର ଅଧିକାରୀ କୃଷ୍ଣ ଚନ୍ଦ୍ର ବିଶ୍ୱାଳଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ବରୀ ବ୍ଲକ ଅନ୍ତର୍ଗତ ଛତିଶଦେବିଲ ଗ୍ରାମରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ବିଶ୍ୱାଳ ବିଭିନ୍ନ ପ୍ରଶାସନିକ ପଦପଦବୀରେ କାର୍ଯ୍ୟ କରିବା ସହ ଶିକ୍ଷା, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଛାଡ଼ିଯାଇଛନ୍ତି। ତାଙ୍କର କାର୍ଯ୍ୟଶୈଳୀ, ନିଷ୍ଠା ଓ ମାନବିକତାକୁ ସ୍ମରଣ କରି ଉପସ୍ଥିତ ବ୍ୟକ୍ତିମାନେ ଭାବବିହ୍ୱଳ ହୋଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ସ୍ମୃତିଚାରଣ ସଭାରେ ପୁରାତନ ଛାତ୍ରଛାତ୍ରୀ ଓ ବିଭିନ୍ନ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ଜୀବନ ଓ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ। ଚନ୍ଦ୍ରଶେଖର ବେହେରା, କିଶୋର କୁମାର ଦାସ, ହରେକୃଷ୍ଣ ପଣ୍ଡା, ରବୀନ୍ଦ୍ର ଜେନା, ପ୍ରମୋଦ କୁମାର ବିଶ୍ୱାଳ, ଅଜୟ କୁମାର ଦାସ, ସୁରେଶ କୁମାର ମହାନ୍ତି, କୁଞ୍ଜବିହାରୀ ବେହେରା, ଶରତ କୁମାର ସାହୁ, ଅଚ୍ୟୁତାନନ୍ଦ ମିଶ୍ର, ପ୍ରଫୁଲ୍ଲ ଚନ୍ଦ୍ର ରାୟ, ମଧୁ ଧଳ ଓ ଏସ୍.କେ. ମୁସ୍ତାକଙ୍କ ସମେତ ବହୁ ପୁରାତନ ଛାତ୍ର ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ବକ୍ତାମାନେ କହିଥିଲେ ଯେ, କୃଷ୍ଣ ଚନ୍ଦ୍ର ବିଶ୍ୱାଳ ଏକାଧାରରେ ଜଣେ ଶିକ୍ଷକ, କବି, ଗାଳ୍ପିକ, ଚିନ୍ତକ ଓ ପ୍ରଶାସନିକ ଅଧିକାରୀ ଭାବେ ନିଜର ପ୍ରତିଭାର ପରିଚୟ ଦେଇଥିଲେ। ଛାତ୍ରଛାତ୍ରୀଙ୍କୁ ସୁଦକ୍ଷ ଓ ଚରିତ୍ରବାନ୍ ଭାବେ ଗଢ଼ି ତୋଳିବା ପାଇଁ ତାଙ୍କର ଅବଦାନ ସଦା ସ୍ମରଣୀୟ ହୋଇ ରହିବ ବୋଲି ସେମାନେ ମତପ୍ରକାଶ କରିଥିଲେ। ପୁରାତନ ଛାତ୍ର ସଂସଦର ସଦସ୍ୟମାନେ ମଧ୍ୟ ସ୍ୱର୍ଗତ ବିଶ୍ୱାଳଙ୍କ ବହୁମୁଖୀ ପ୍ରତିଭା ଓ ସମାଜ ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରି ଭୂୟସୀ ପ୍ରଶଂସା କରିଥିଲେ। ସଭାର ଶେଷରେ ସଭାପତି ଉପସ୍ଥିତ ସମସ୍ତ ଅତିଥି, ପୁରାତନ ଛାତ୍ରଛାତ୍ରୀ ଓ ଆୟୋଜକଙ୍କୁ ଧନ୍ୟବାଦ ଜଣାଇବା ପରେ ସଭା ସମାପ୍ତ ହୋଇଥିଲା।

Jajpur (ଯାଜପୁର) • ବିଞ୍ଝାରପୁରରୁ ଉଦୟନାଥ ଜେନାଙ୍କ ସହ ରାଜୁ ଜେନା

10,250 Learners Appear for ULLAS Literacy Test Across Nuapada
Sep 21, 2026•29 views

10,250 Learners Appear for ULLAS Literacy Test Across Nuapada

Nuapada, Sept. 20: The Literacy Assessment under the New India Literacy Programme (NILP–ULLAS) was conducted across all blocks of Nuapada district on Saturday with enthusiastic participation from newly literate learners. Schools in different villages were designated as examination centres for the assessment. Of the 12,000 newly registered learners enrolled in the district this year, as many as 10,250 appeared for the literacy test at various examination centres. Both male and female learners participated in the examination. The enthusiastic participation of learners in the age group of 18 to 60 years reflected the growing interest among people in adult literacy and continuing education. A monitoring team constituted under the direct supervision of District Education Officer Dr. Prashant Kumar Mahanti monitored the examination process across the district. Additional District Education Officer Dr. Reshmalal Nayak, along with all Block Education Officers (BEOs) and Assistant Block Education Officers (ABEOs), visited different examination centres to oversee the arrangements and ensure smooth conduct of the assessment. All CRCCs of the district were appointed as Nodal Officers for their respective clusters. The examination commenced at 10 am and concluded peacefully at all centres amid proper discipline and coordination among the officials, teachers and volunteers. According to the district education department, the ULLAS programme is playing an important role in expanding adult literacy and promoting universal access to education. The literacy assessment is being viewed as a significant step towards strengthening the culture of learning among adults and bringing more people into the fold of education. The district administration and the education department expressed their gratitude to all teachers, volunteers, monitoring teams and newly enrolled learners for their cooperation and active participation in making the examination a successful exercise.

Nuapada (ନୂଆପଡ଼ା) • Reports: Malaya Meher & Bijay Bariha

ଲଦ ସିକକାଙ୍କୁ ତୁରନ୍ତ ମୁକ୍ତି ଦାବିରେ ଭୁବନେଶ୍ୱରରେ ବିକ୍ଷୋଭ
Sep 21, 2026•44 views

ଲଦ ସିକକାଙ୍କୁ ତୁରନ୍ତ ମୁକ୍ତି ଦାବିରେ ଭୁବନେଶ୍ୱରରେ ବିକ୍ଷୋଭ

ଭୁବନେଶ୍ୱର: ନିୟମଗିରି ସୁରକ୍ଷା ସମିତିର ନେତା ଲଦ ସିକକାଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରିବା ଦାବିରେ ଭୁବନେଶ୍ୱରରେ ପୁଣିଥରେ ବିକ୍ଷୋଭ ଦେଖିବାକୁ ମିଳିଛି। ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ବିକ୍ଷୋଭକାରୀମାନେ ଲଦ ସିକକାଙ୍କ ମୁକ୍ତି ସହ ନିୟମଗିରିର ଜଳ, ଜମି ଓ ଜଙ୍ଗଲ ଉପରେ ସ୍ଥାନୀୟ ଆଦିବାସୀଙ୍କ ଅଧିକାର ସୁରକ୍ଷା ପାଇଁ ଦାବି ଉଠାଇଛନ୍ତି। ସେପ୍ଟେମ୍ବର ୧୦ରେ ଲଦ ସିକକାଙ୍କୁ ଏକ ପୁରୁଣା ମାମଲାରେ ପୁଲିସ ଗିରଫ କରିଥିବା ଖବର ପ୍ରକାଶ ପାଇଥିଲା। ଲାଞ୍ଜିଗଡ଼ କୋର୍ଟରୁ ଜାମିନ ପାଇବା ପରେ ତାଙ୍କୁ ପୁଣି ଅଟକ ରଖାଯାଇଥିବା ନେଇ CPI(M) ପକ୍ଷରୁ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ନିୟମଗିରି ଅଞ୍ଚଳରେ ମଧ୍ୟ ପ୍ରତିବାଦ ହୋଇଥିବା ଖବର ରହିଛି। କଲ୍ୟାଣସିଂହପୁର ଥାନା ସମ୍ମୁଖରେ ଶତାଧିକ ଡଙ୍ଗରିଆ ମହିଳା ଓ ପୁରୁଷ ବିକ୍ଷୋଭ କରିଥିବା ରିପୋର୍ଟ ହୋଇଛି। ବିକ୍ଷୋଭକାରୀଙ୍କ ଦାବି— ଲଦ ସିକକାଙ୍କୁ ତୁରନ୍ତ ମୁକ୍ତ କରାଯାଉ ଏବଂ ନିୟମଗିରିର ଆଦିବାସୀଙ୍କ ଅଧିକାର ସୁରକ୍ଷା କରାଯାଉ।

Bhubaneswar (ଭୁବନେଶ୍ୱର) • ରିପୋର୍ଟ : ସୁକାନ୍ତ ପ୍ରଧାନ

ସମୟର ସ୍ରୋତରେ ହଜିଯାଇଥିବା ଗାଁ ସଞ୍ଜ ଓ ଅଭୁଲା ପିଲାଦିନର ମିଠା ସ୍ମୃତି
Sep 21, 2026•66 views

ସମୟର ସ୍ରୋତରେ ହଜିଯାଇଥିବା ଗାଁ ସଞ୍ଜ ଓ ଅଭୁଲା ପିଲାଦିନର ମିଠା ସ୍ମୃତି

​ଆଜିର ଡିଜିଟାଲ୍‌ ଯୁଗ, ସ୍ମାର୍ଟଫୋନ୍‌ ଓ ସୋସିଆଲ୍‌ ମିଡିଆର ଚକାଚୌନ୍ଧ ଭିତରେ କେଉଁଠି ନା କେଉଁଠି ନୀରବି ଯାଇଛି ଗାଁ ଆଖଡ଼ାର କୋଳାହଳ, ଆଉ ସ୍ମୃତିର ପରଦା ଆଢ଼ୁଆଳକୁ ଚାଲିଯାଇଛି ଆମ ସମସ୍ତଙ୍କ ପିଲାଦିନ। କାଗଜ ଡଙ୍ଗା ଭସାଇବାଠାରୁ ଆରମ୍ଭ କରି ବର ଓହ୍ଲାର ଦୋଳି ପର୍ଯ୍ୟନ୍ତ— ସେ ସବୁ ଥିଲା ଏକ ଅଭୁଲା ଓ ନିଷ୍କପଟ ଅନୁଭୂତି, ଯାହା ଆଜି କେବଳ ମନେପଡ଼ିଲେ ଆଖିରେ ଲୁହ ଓ ଓଠରେ ସ୍ମିତହାସ୍ୟ ଆଣିଦିଏ। ​୧. ସଜାଳ ସକାଳର ଖେଳ ଓ ଛୁଟିପରା (ବାଟି-ଖେଳ) ସ୍ମାର୍ଟଫୋନ୍‌ର ଭିଡିଓ ଗେମ୍‌ ନଥିବା ସେହି ସମୟରେ, ଗାଁ ଦାଣ୍ଡର ଧୂଳିମାଟି ହିଁ ଥିଲା ପିଲାଙ୍କ ପ୍ରକୃତ ଖେଳପଡ଼ିଆ। ସକାଳ କିମ୍ବା ଉପରଓହ୍ଲା ହେଲେ ସବୁ ପିଲା ଏକାଠି ହୋଇ ଯାଉଥିଲେ। 'ଛୁଟିପରା' (ବାଟି/କାଚ ଗୋଲି ଖେଳ) ଠାରୁ ଆରମ୍ଭ କରି ଲୁଚକାଳି, ଖୋ-ଖୋ, କବାଡ଼ି ଓ କାଠି-ଖେଳରେ ଗାଁ ଦାଣ୍ଡ କମ୍ପିଉଠୁଥିଲା। ମାଟିରେ ସାନ ସାନ ଗାତ (ଛୁଟି) ଖୋଳି, ଆଙ୍ଗୁଠିରେ ବାଟି ଲକ୍ଷ୍ୟ କରି ପ୍ରହାର କରିବାରେ ଯେଉଁ ନିଶା ଓ ଜିତିବାର ଆନନ୍ଦ ଥିଲା, ତାହା ଆଜିର କୌଣସି ଗେମିଂ ଆପ୍‌ରେ ମିଳିବା ଅସମ୍ଭବ। ​୨. ଆଈ ମା' ହାତର ଗାଁ ମକା ଉପମା ସେତେବେଳେ ବାହାରର ଫାଷ୍ଟଫୁଡ୍‌ କିମ୍ବା ଚାଉମିନ୍‌ର ଆବଶ୍ୟକତା ନଥିଲା। ସଞ୍ଜ ନୋହୁଣୁ କାଠ ଚୁଲିରେ ପ୍ରସ୍ତୁତ ହେଉଥିଲା ଗାଁ ମକା ଉପମା। ତାଜା ମକାକୁ ଗୁଣ୍ଡ କରି, ପରିବା, ସୋରିଷ ଓ ଲଙ୍କା ଫୁଟାଇ ତିଆରି ହୋଇଥିବା ଗରମ ଗରମ ଉପମାର ବାସ୍ନା ଆଖପାଖ ପଡ଼ୋଶୀଙ୍କୁ ବି ମହକାଇ ଦେଉଥିଲା। ସମସ୍ତେ ମିଶି କଦଳୀ ପତ୍ରରେ ସେହି ମକା ଉପମା ଖାଇବାରେ ଯେଉଁ ତୃପ୍ତି ଥିଲା, ତାହା କେବଳ ଗାଁ ସଂସ୍କୃତିରେ ହିଁ ଅନୁଭବ କରିହୁଏ। ​୩. ବର୍ଷା ଦିନର ପାଣିରେ ଡଙ୍ଗା ଭସାଣ ଆଷାଢ଼-ଶ୍ରାବଣର ପ୍ରଥମ ବର୍ଷା ଆସିଲେ ପିଲାଙ୍କ ଖୁସି କହିଲେ ନସରେ। ଗାଁ ଦାଣ୍ଡରେ ଯେତେବେଳେ ବର୍ଷାପାଣିର ସ୍ରୋତ ବହିଯାଏ, ପିଲାମାନେ ନିଜ ନିଜ ଖାତା କାଗଜରୁ ବିଭିନ୍ନ ରଙ୍ଗର ଡଙ୍ଗା ତିଆରି କରି ପାଣିରେ ଭସାଇ ଦିଅନ୍ତି। କାହାର ଡଙ୍ଗା କେତେ ଦୂର ଗଲା, କାହାର ଡଙ୍ଗା ଓଲଟି ପଡ଼ିଲା— ସେହି ଛୋଟ ଛୋଟ ପ୍ରତିଯୋଗିତାରେ ଯେଉଁ ଆନନ୍ଦ ଥିଲା, ତାହା ବର୍ଷାର ପ୍ରତ୍ୟେକ ବୁନ୍ଦାକୁ ଅଧି

Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରମୁଖ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ
Sep 21, 2026•26 views

ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରମୁଖ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ

ସାହସ, ତ୍ୟାଗ ଓ ଦେଶପ୍ରେମ ଭାରତୀୟ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। "ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି" ଭଳି ସ୍ଲୋଗାନ ଦେଇ ସେ ସାରା ଦେଶକୁ ଏକତ୍ରିତ କରିଥିଲେ। ​ ​ଜନ୍ମ ଓ ପ୍ରାରମ୍ଭିକ ଜୀବନ: ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ଓଡ଼ିଶାର କଟକ ସହରରେ ସୁଭାଷ ଚନ୍ଦ୍ର ବୋଷ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଜାନକୀନାଥ ବୋଷ ଏକ ପ୍ରସିଦ୍ଧ ଓକିଲ ଥିଲେ। ​ଆଇସିଏସ୍ (ICS) ପରୀକ୍ଷା ଓ ଇସ୍ତଫା: ଇଂଲଣ୍ଡରେ ଆଇସିଏସ୍ ପରୀକ୍ଷାରେ ଚତୁର୍ଥ ସ୍ଥାନ ହାସଲ କରିବା ସତ୍ତ୍ୱେ, ବ୍ରିଟିଶ ସରକାରଙ୍କ ଅଧୀନରେ କାର୍ଯ୍ୟ ନକରି ଭାରତର ସ୍ୱାଧୀନତା ପାଇଁ ସେ ପଦବୀରୁ ଇସ୍ତଫା ଦେଇଥିଲେ। ​କଂଗ୍ରେସ ଓ ଫରୱାର୍ଡ ବ୍ଲକ୍: ୧୯୩୮ ଓ ୧୯୩୯ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ମହାତ୍ମା ଗାନ୍ଧୀଙ୍କ ସହ ମତଭେଦ ହେବାରୁ ସେ କଂଗ୍ରେସ ଛାଡ଼ି 'ଫରୱାର୍ଡ ବ୍ଲକ୍' (Forward Bloc) ନାମକ ନୂଆ ଦଳ ଗଠନ କରିଥିଲେ। ​ଆଜାଦ୍ ହିନ୍ଦ୍ ଫୌଜ୍ (INA): ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିଦେଶ ଯାଇ ସେ 'ଆଜାଦ୍ ହିନ୍ଦ୍ ଫୌଜ୍' ଗଠନ କରିଥିଲେ ଏବଂ "ଜୟ ହିନ୍ଦ୍" ଓ "ଚଲୋ ଦିଲ୍ଲୀ"ର ଆହ୍ୱାନ ଦେଇଥିଲେ। ​ମୃତ୍ୟୁ ଓ ରହସ୍ୟ: ୧୯୪୫ ମସିହା ଅଗଷ୍ଟ ୧୮ ତାରିଖରେ ତାଇୱାନଠାରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଏ, କିନ୍ତୁ ଏହା ଆଜି ପର୍ଯ୍ୟନ୍ତ ଏକ ଗଭୀର ରହସ୍ୟ ହୋଇ ରହିଛି।

Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

କଂକ୍ରିଟ ରାସ୍ତା ନଥିବାରୁ ହନ୍ତସନ୍ତ ସ୍ଥାନୀୟ ଗ୍ରାମବାସୀ
Sep 21, 2026•37 views

କଂକ୍ରିଟ ରାସ୍ତା ନଥିବାରୁ ହନ୍ତସନ୍ତ ସ୍ଥାନୀୟ ଗ୍ରାମବାସୀ

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ଅନ୍ତର୍ଗତ ଚକାପଥର ଗ୍ରାମାରେ ଗମନାଗମନର ସୁବିଧା ପାଇଁ ପକ୍କା ରାସ୍ତାର ଆବଶ୍ୟକତା ରହିଛି। ହେଲେ ଏବେ ବି ଚକାପଥର ଗ୍ରାମରେ କଂକ୍ରିଟ ରାସ୍ତା ନଥିବାରୁ ସ୍ଥାନୀୟ ଗ୍ରାମବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫଟୋରେ ଦେଖାଯାଉଥିବା ମାଟି ରାସ୍ତାଟି ବର୍ଷା ହେଲେ କାଦୁଅମୟ ହୋଇ ଯାତାୟାତରେ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି। ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକଙ୍କୁ ବିଭିନ୍ନ ଅସୁବିଧା ଭୋଗିବାକୁ ପଡ଼ୁଛି। ଦୀର୍ଘଦିନ ଧରି ପକ୍କା ରାସ୍ତା ନିର୍ମାଣ ହୋଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ତେଣୁ ସମ୍ପୃକ୍ତ ପ୍ରଶାସନ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଶୀଘ୍ର କଂକ୍ରିଟ ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।

Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁ

ଆର ଏସ ଗଣେଶ ପୂଜା କମିଟିର ବୋବାଲ ଧାମାଲ ରେ ରେ  ଭସାଣି ଉତ୍ସବ ସମାପନ ହୋଇଛି
Sep 21, 2026•19 views

ଆର ଏସ ଗଣେଶ ପୂଜା କମିଟିର ବୋବାଲ ଧାମାଲ ରେ ରେ ଭସାଣି ଉତ୍ସବ ସମାପନ ହୋଇଛି

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ କପିଳା ଗ୍ରାମପଞ୍ଚାୟତ ର ରାହଁସ ଗ୍ରାମର ଆର ଏସ ପୂଜା କମିଟିର ସଭାପତି , ସମ୍ପାଦକ ସମେତ ସମସ୍ତ ସଦସ୍ୟ ମିଶି ବିଘ୍ନ ବିନାଶକ ଅଗ୍ର ପୂଜ୍ୟ ଗଣେଶ ଙ୍କ ପୂଜା ଯଥା ବିଧି ସହ ସମାପନ କରି ଆଜି ସମସ୍ତ ସଦସ୍ୟ ଙ୍କ ସହ ଗ୍ରାମବାସୀ ମିଶି ବହୁ ଆଡମ୍ବରରେ ବାଜା ବାଣ ସହ ମୂର୍ତ୍ତି କୁ ଭସାଣି କରିବାକୁ ଉତ୍ସାହ ସହ ନାଚ ଗୀତ କରି Al ମା ମିଉଜିକଲ୍ କୁ ଶୋଭାଯାତ୍ରାରେ ନେଇ ଶେଷକୃତ୍ୟ ସମ୍ପାଦନ କରିଥିଲେ

Jajpur (ଯାଜପୁର) • ଯାଜପୁର ବିଂଝାପୁର ରୁ ଉଦୟ ନାଥ ଜେନା ଙ୍କ ରିପୋର୍ଟ

ମା ଖୁଦୁରୁକୁଣକୁ ମେଲାଣି
Sep 21, 2026•16 views

ମା ଖୁଦୁରୁକୁଣକୁ ମେଲାଣି

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମାଖଣ୍ଡ ଗ୍ରାମରେ ମା ଖୁଦୁରୁକୁଣୀ ଙ୍କ ଓଷା ସମ୍ପନ୍ନ ହୋଇଛି। ଏବଂ ମାଆ ଙ୍କୁ ମେଲାଣି ଦେଇଛନ୍ତି ପ୍ରଥମାଖଣ୍ଡ ଗ୍ରାମର କୁମାରୀ ମାନେ। ଦୀର୍ଘ ଏକ ମାସ ହେବ ଖୁଦୁରୁକୁଣୀ ଙ୍କର ଓଷା ପ୍ରତି ରବିବାର ପାଳନ ହୋଇଥାଏ। ଏଥିରେ ଗ୍ରାମରେ ଥିବା ସାହି ମାନଙ୍କରେ କୁମାରୀ ମାନେ ମିଶି ଏକତ୍ରିତ ହୋଇ ଓଷା ପ୍ରତି ରବିବାର ଖୁଦୁରୁକୁଣୀ ଗିତ ଗାଇ ଥାନ୍ତି।ପ୍ରବାଦ ଅଛିକି ସାଧବ ପୁଅର ମାନେ ଆଗ କାଳରେ ବାଣୀଜ୍ୟ କରିବା ପାଇଁ ସୁଦୁର ଦୂର ଦେଶ ଯଥା _ ଜାଭା, ସୁମିତ୍ରା,ର୍ବୋନିଓ,ଟୋକିଓ କୁ ସାଧବ ପୁଅର ମାନେ ବାଣିଜ୍ୟ କରିବାକୁ ଯାଉଥିଲେ। ସେଠାରେ ବର୍ଷ ବର୍ଷ ଧରି ବେପାର କରି ଧନ ଦୈଲତ,ଧରି ନିଜ ରାଜ୍ୟ କୁ ଫେରୁଥିଲେ। କିମ୍ବଦନ୍ତୀ ଅନୁସାରେ ସେହି ଜାହାଜ ଯେତେବେଳେ କୁଳରେ ଲାଗେ ସାଧବ ପୁଅ ମାନେ ଖବର ଦିଅନ୍ତି ସାତ ବହୁ ମାନେ ଏଠାକୁ ଆସି ଜାହାଜର ମଙ୍ଗ କୋଣରେ ଥିବା ମା ମଙ୍ଗଳା କୁ ବନ୍ଦାପନା କରି ଘରକୁ ନେବାପାଇଁ ଆଗରେ ଖଡ୍ଗ ଧରି ମଙ୍ଗ କୋଣରେ ବସିଥିବା ତଅ ପୋଇ କୁ ବନ୍ଧାପନା କରିବା ସମୟରେ ପ୍ରଥମେ ବଡ଼ ବୋହୂ ର ପାଳି ପଡ଼ିଥାଏ।ପ୍ରଥମେ ଖଡ୍ଗ ରେ ବଡ଼ ବୋହୁ ର ନାକ କଟା ଯାଇ ଥାଏ ।ଏହିପରି ଛଅ ବୋହୁ ଙ୍କର ନାକ କୁ ତଅପୋଇ କାଟିଥାନ୍ତି।ନିଳେନ୍ଧୀ ନାମକ ସାନ ବୋହୁ କୁ ତଅପୋଇ ଏତେ ଭଲ ପାଇଥାନ୍ତି।ତାକୁ ସାଥିରେ ଧରି ଘରକୁ ନେଇ ଆସିଥିଲେ।ଏହି କିମ୍ବଦନ୍ତୀ କୁ ମନେ ପକାଇବା ପାଇଁ ପ୍ରତି ଭଳି କୁମାରୀ ମାନେ ନିଜ ଭାଇଙ୍କର ସୁଭ ମନାସିବା ପାଇଁ ଖୁଦୁରୁକୁଣୀ ଓଷା କରିଥାନ୍ତି। କୁମାରୀ ମାନଙ୍କ ମଧ୍ୟରେ ଶରସ୍ବାତୀ ଦାସ,ଅର୍ଚ୍ଚନା ଦାସ, କଣ୍ଢେଇ ସାହୁ, ଶୁଭଶ୍ରୀ ମହାରଣା,ଦୀପିକା ମହାରଣା, ପୁଷ୍ପାଞ୍ଜଳି ବେହେରା, କଳ୍ପନା ଦାସ,ଗୀତାରାଣୀ ବେହେରା, ଜୟଶ୍ରୀ ବେହେରା,ସବିତା ବେହେରା , ଶୁଭଶ୍ରୀ ବେହେରା,ସୋନାଲି ବେହେରା,ପରି ସାହୁ,ସ୍କୃତୀଶ୍ର,ସୋନାଲି ଦାସ ପ୍ରମୁଖ ଖୁଦୁରୁକୁଣୀ ଓଷା ର ଦାୟିତ୍ଵ ତୁଲାଇ ଥିଲେ।

Jajpur (ଯାଜପୁର) • ରିପୋର୍ଟ: ନିରୋଜ କୁମାର ସେଠୀ