Web News

ସାଲିଆସାହି ଏକାମ୍ର ବିହାର ଶିବ ମନ୍ଦିରରେ ଶିବ–ପାର୍ବତୀ ବିବାହ ଓ ଶୀତଳ ଷଷ୍ଠୀ ମହୋତ୍ସବ
ଭୁବନେଶ୍ୱର: ସାଲିଆସାହି ଏକାମ୍ର ବିହାର ସ୍ଥିତ ଶିବ ମନ୍ଦିର ପରିସରରେ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶିବ–ପାର୍ବତୀ ବିବାହ ଓ ଶୀତଳ ଷଷ୍ଠୀ ମହୋତ୍ସବ ଧୁମଧାମରେ ପାଳନ କରାଯାଇଛି। ବୈଦିକ ରୀତିନୀତି ଅନୁସାରେ ଦେବାଦିଦେବ ମହାଦେବ ଓ ମା’ ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଓ ଭକ୍ତିଭାବ ଦେଖିବାକୁ ମିଳିଥିଲା। ଏହି ଅବସରରେ ଜୟଦେବ ନାୟକ, ବାବୁ ଭାଇ, କାଳନ୍ଦୀ ପ୍ରଧାନ, ବିଦ୍ୟାଧର ପ୍ରଧାନ, ବାଙ୍କାନିଧି ବେହେରା, ସନିଆ ବେହେରାଙ୍କ ସହ ସାଲିଆସାହି ଅଞ୍ଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ସ୍ଥାନୀୟ ବାସିନ୍ଦା ଯୋଗଦେଇ ଉତ୍ସବକୁ ସଫଳ କରିଥିଲେ। ଧାର୍ମିକ କାର୍ଯ୍ୟକ୍ରମ ସହ ଭଜନ, କୀର୍ତ୍ତନ ଓ ପ୍ରସାଦ ସେବନର ଆୟୋଜନ ହୋଇଥିଲା। ଉତ୍ସବ ମାଧ୍ୟମରେ ଅଞ୍ଚଳରେ ସାମ୍ପ୍ରଦାୟିକ ସଦ୍ଭାବ, ଭାଇଚାରା ଓ ଧାର୍ମିକ ଚେତନାର ବାର୍ତ୍ତା ପ୍ରସାରିତ ହୋଇଥିବା ସ୍ଥାନୀୟ ଲୋକମାନେ ମତ ପ୍ରକାଶ କରିଛନ୍ତି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ସାଲିଆସାହି

ବୋଦୁଅ ଗ୍ରାମର ନୂତନ ଭବ୍ୟ ହନୁମାନ ମନ୍ଦିର ସ୍ଥାପନା
ଯାଜପୁର: ଯାଜପୁର ଜିଲ୍ଲା ବରି ଅନ୍ତର୍ଗତ ବୋଦୁଅ ଗ୍ରାମ ପଂଚାୟତର ତେର ନମ୍ବର ୱାର୍ଡ ରେ ବହୁ ଆଡମ୍ବର ସହ ଶ୍ରୀ ହନୁମାନଙ୍କର କଳସ ଶୋଭାଯାତ୍ରା ଆରମ୍ଭ ହୋଇଅଛି ଏଇ ଅବସରରେ ଗ୍ରାମର ଶ୍ରୀହନୁମାନ ପ୍ରେମୀ ଭକ୍ତ ମାନେ ପ୍ରାୟ ତିନି ଲକ୍ଷ୍ୟ ରୁ ଉର୍ଦ୍ଧ ବେୟ ବରାଦକରି ପ୍ରଭୁ ଶ୍ରୀହନୁମାନ ଙ୍କର ମୂର୍ତ୍ତି ସ୍ଥାପନ ଏବଂ ହନୁନାଙ୍କ ର ମନ୍ଦିର ଟିକୁ ଅତି ସୁନ୍ଦର ଭାବରେ ଗଡି ତୋଳିଥିବର ଦୂର୍ଷ୍ୟ ଦେଖିବାକୁ ମିଳିଛି | ମନ୍ଦିରଟି ଗ୍ରାମର ପ୍ରାରମ୍ଭ ରୁ ସ୍ଥାପିତ ହୋଇ ଅଛି ମନ୍ଦିର ଟିକୁ ବହୁ ସାଜ ସଜା ସହ ରଙ୍ଗ ବେରଙ୍ଗ ର ଫୁଲରେ ସଜାଇ ପ୍ରଭୁଙ୍କୁ ପୂଜା ଅର୍ଚନା କରିଥିଲେ ଏବଂ ସେଥି ଯଜ୍ଞର ଆୟୋଜନ ମଧ୍ୟ କରାଯାଇଥିଲା ଦେବା ଦେବୀଙ୍କର ଫଟ ଚିତ୍ର ମଧ୍ୟ ପ୍ରତିଷ୍ଠା କରାଯାଇ ପୂର୍ଣ୍ଣ ଆଳତି ଦେଖିବାକୁ ମିଳିଥିଲା ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇ ପ୍ରସାଦ ସେବନର ଆୟୋଜନ କରାଯାଥିଲା | ଗ୍ରାମର ସମସ୍ତ ଶ୍ରୀହନୁମାନ ଭକ୍ତ ଏବଂ ଅନୁଷ୍ଠାନ ର କର୍ମ କର୍ତ୍ତା ମାନେ ଅତି ଉତ୍ସାହ ସହିତ ନୂତନ ବସ୍ତ୍ର ପରିଧ୍ୟାନ କରି ଧ୍ୟାନ ମଗ୍ନ ସହ ପୂଜା ବିଧିକୁ ଉପଭୋଗ କରିବାର ଦିଗ ଦର୍ଶନ ରହିଥିଲା | ପ୍ରାତଃ ପାଞ୍ଚ ଘଟିକା ଠାରୁ ରାତ୍ର ବାର ଘଟିକା ପର୍ଯ୍ୟନ୍ତ ପ୍ରଭୁଙ୍କ ନାମରେ ଭକ୍ତି ପୂର୍ତ୍ତ ଭାବରେ ଯଜ୍ଞର ସମସ୍ତ ପୂଜା ଵିଧି ଅଂଚଳ ବାସୀଙ୍କୁ ବିମୋହିତ କରିବାର ନିରଦର୍ଶନ ରହିଥିଲା ସେଠାରେ ଆମେ ଏକ ସ୍ୱତନ୍ତ୍ର ହନୁମାନ ସଂଗଠନ ଦେଖିବାକୁ ପାଇଥିଲୁ | ବରୀ ରୁ ନିର୍ମଳ ଜେନା ଙ୍କ ରିପୋର୍ଟ ସ୍ରିଷ୍ଟି ନିଉଜ (ପଲଟିକାଲ ଖଟି )
Jajpur (ଯାଜପୁର) • ରିପୋର୍ଟ: ନିର୍ମଳ କୁମାର ଜେନା, ସ୍ୱତନ୍ତ୍ର ପ୍ରତିନିଧି, ବରୀ

ଢେଙ୍କାନାଳରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା ଉପରେ ସାମ୍ବାଦିକ ସମ୍ମିଳନୀ; ବିକାଶମୂଳକ ପଦକ୍ଷେପ ଉପସ୍ଥାପନ କଲେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ
ଢେଙ୍କାନାଳ: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଜି ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପ୍ରଥମେ ମାନ୍ୟବର ମନ୍ତ୍ରୀ ଶ୍ରୀ ସ୍ୱାଇଁ ଢେଙ୍କାନାଳ ମିନି ଷ୍ଟାଡିୟମଠାରେ ବିଭିନ୍ନ ବିଭାଗ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀ ଷ୍ଟଲ୍ଗୁଡ଼ିକର ଉଦ୍ଘାଟନ କରିଥିଲେ। ଏହି ଷ୍ଟଲ୍ଗୁଡ଼ିକ ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଜିଲ୍ଲା ସଦ୍ଭାବନା ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟ ସରକାରଙ୍କ ଗତ ଦୁଇ ବର୍ଷର ବିଭିନ୍ନ ଉଲ୍ଲେଖନୀୟ ସଫଳତା ଏବଂ ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ସେବା, ସୁଶାସନ ଓ ଜନକଲ୍ୟାଣକୁ ପ୍ରାଧାନ୍ୟ ଦେଇ “ସମୃଦ୍ଧ ଓଡ଼ିଶା” ଗଠନ ଦିଗରେ କାର୍ଯ୍ୟ କରୁଛନ୍ତି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ଶିଳ୍ପାୟନ, ମହିଳା ସଶକ୍ତିକରଣ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି। ଢେଙ୍କାନାଳ ଜିଲ୍ଲାର ବିକାଶ ପ୍ରସଙ୍ଗରେ ସେ କହିଥିଲେ ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ପ୍ରାୟ ୯.୪ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯାଇଥିବା ବେଳେ ଏହାର ସଫଳତା ହାର ୯୯.୮୯ ପ୍ରତିଶତ ରହିଛି। ବିଭିନ୍ନ ଆବାସ ଯୋଜନାରେ ୧୨ ହଜାରରୁ ଅଧିକ ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଜିଲ୍ଲାରେ ୧୩୭ କିଲୋମିଟର ସଡ଼କ ଏବଂ ୧୬ଟି ସେତୁ ନିର୍ମାଣ କରାଯାଇ ସଂଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ସେହିପରି ୪୩୮ଟି ସୌର ଶକ୍ତିଚାଳିତ ଗଭୀର ନଳକୂପ ସ୍ଥାପନ ମାଧ୍ୟମରେ ଜଳସେଚନ ବ୍ୟବସ୍ଥାର ସମ୍ପ୍ରସାରଣ କରାଯାଇଛି। କୃଷି କ୍ଷେତ୍ରରେ ଜିଲ୍ଲାରେ ୪,୦୦୦ ହେକ୍ଟରରେ ଧାନ ଚାଷ, ୬,୦୦୦ ହେକ୍ଟରରେ ମୁଗ ଏବଂ ୩,୦୦୦ ହେକ୍ଟରରେ ବିରି ଚାଷ ସଫଳତାର ସହ କରାଯାଇଥିବା ବେଳେ ୫୭୬ଟି ବାୟୋଫ୍ଲକ୍ ୟୁନିଟ୍କୁ ସହାୟତା ପ୍ରଦାନ କରାଯାଇ ମତ୍ସ୍ୟଚାଷ ମାଧ୍ୟମରେ ଅତିରିକ୍ତ ଜୀବିକା ସୁଯୋଗ ସୃଷ୍ଟି କରାଯାଇଛି। ଶିକ୍ଷା କ୍ଷେତ୍ରରେ ଜିଲ୍ଲାର ୧.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଓ ଅନ୍ୟାନ୍ୟ ଶିକ୍ଷା ସହାୟତା ପ୍ରଦାନ କରାଯାଇଥିବା ବେଳେ ୬.୫ ଲକ୍ଷରୁ ଅଧିକ ପାଠ୍ୟପୁସ୍ତକ ମାଗଣାରେ ବଣ୍ଟନ କରାଯାଇଛି। ୨୬୯ଟି ବିଦ୍ୟାଳୟରେ ଏଫ୍ଏଲ୍ଏନ୍ ଅନୁରୂପ ଶ୍ରେଣୀଗୃହ ସ୍ଥାପନ ଏବଂ ୨୧ଟି ଭାଷା ପରୀକ୍ଷାଗାର ମଞ୍ଜୁର କରାଯାଇଛି। ଦକ୍ଷତା ବିକାଶ କ୍ଷେତ୍ରରେ ସ୍ୱଳ୍ପକାଳୀନ ପ୍ରଶିକ୍ଷଣ ପ୍ରାପ୍ତ ଯୁବକ ଯୁବତୀଙ୍କ ସଂଖ୍ୟା ୫୦୬ରୁ ବୃଦ୍ଧି ପାଇ ୯୯୧ରେ ପହଞ୍ଚିଛି। ମେଗା ଜବ୍ ଫେୟାରରେ ୨,୨୦୦ରୁ ଅଧିକ ଯୁବକ ଯୁବତୀ ଅଂଶଗ୍ରହଣ କରିଥିବା ବେଳେ ମହିଳା ପ୍ରଶିକ୍ଷାର୍ଥୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି l ଏହାପରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସ୍ୱାଇଁ ଢେଙ୍କାନାଳ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ସମ୍ବୋଧିତ କରିଥିଲେ। ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ସେମାନଙ୍କ ଅଭିଜ୍ଞତା ଶୁଣିବା ସହ ଯୋଜନାଗୁଡ଼ିକର ସଫଳ ରୂପାୟନ ସମ୍ପର୍କରେ ମତାମତ ନେଇଥିଲେ। ହିତାଧିକାରୀମାନେ ସରକାରଙ୍କ ବିଭିନ୍ନ ଯୋଜନାରୁ ପାଇଥିବା ସୁବିଧା ସମ୍ପର୍କରେ ନିଜ ଅନୁଭୂତି ବ୍ୟକ୍ତ କରିଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟରେ କୃଷକ କଲ୍ୟାଣ, ନିଯୁକ୍ତି ସୃଷ୍ଟି, ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ମହିଳା ସଶକ୍ତିକରଣ, ଶିଳ୍ପାୟନ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସରକାରଙ୍କ ସଫଳତା ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମଗୁଡ଼ିକରେ ମାନ୍ୟବର ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି; ମାନ୍ୟବର ବିଧାୟକ, ପରଜଙ୍ଗ, ଶ୍ରୀ ବିଭୂତି ଭୂଷଣ ପ୍ରଧାନ; ମାନ୍ୟବର ବିଧାୟିକା, ହିନ୍ଦୋଳ, ଶ୍ରୀମତୀ ସୀମାରାଣୀ ନାୟକ; ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
Dhenkanal (ଢେଙ୍କାନାଳ) • ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ

ଭୂଷଳ ଗ୍ରାମରେ ଶୀତଳ ଷଷ୍ଠୀ ଶିବ-ପାର୍ବତୀଙ୍କ ବିବାହ ଉତ୍ସବ
ଢେଙ୍କାନାଳ-ଭୁବନ: ବ୍ଲକ ଅନ୍ତର୍ଗତ ଭୁଷଳ ଗ୍ରାମର ଲୋକନାଥେଶ୍ବର ମନ୍ଦିରରେ ଶୀତଳ ଷଷ୍ଠୀ ଅବସରରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ପାଳିତ ହୋଇ ଯାଇଛି। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ମହାଦେବଙ୍କ ପିତାମାତା ଭାବେ ଅରବିନ୍ଦ ପାଣିଗ୍ରାହୀ ଓ ପୁଷ୍ପିତା ପାଣିଗ୍ରାହୀ ଏବଂ ମାତା ପାର୍ବତୀଙ୍କର ପିତା ମାତା ଭାବରେ ମାନସ ରଞ୍ଜନ ପଣ୍ଡା ଓ ମଧୂସ୍ମିତା ପଣ୍ଡା ବିବାହ କାର୍ଯ୍ୟ ସମାପନ କରିଥିଲେ। ପୂର୍ବାହ୍ନରେ ଶିବପାର୍ବତୀଙ୍କୁ ରୋଷ ପଟୁଆରରେ ମନ୍ଦିରକୁ ଅଣା ଯାଇଥିଲା ଓ ବିବାହ କାର୍ଯ୍ୟ ସମାପନ ପରେ ସନ୍ଧ୍ୟାରେ ଗ୍ରାମ ପରିକ୍ରମା କରାଯାଇଥିଲା। ଆଖପାଖ ଅଞ୍ଚଳରୂ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ।
Dhenkanal (ଢେଙ୍କାନାଳ) • ରିପୋର୍ଟ: ରିତାଞ୍ଜଳୀ ସାହୁ, ଭୁବନ

ପରିତ୍ୟକ୍ତ ଅବସ୍ଥାରେ ଜଗନ୍ନାଥ ମନ୍ଦିର ର ଦକ୍ଷିଣ ପାର୍ଶ୍ୱଦ୍ଵାର
ଖଲ୍ଲିକୋଟ: ଓଡ଼ିଶାର ଅଦ୍ୱିତୀୟ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଖଲ୍ଲିକୋଟ ସହର ରେ ଅବସ୍ଥିତ । ଯାହାକି ପୁରୀସ୍ଥିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଢାଞ୍ଚାରେ ନିର୍ମିତ ହୋଇଛି । ଖଲ୍ଲିକୋଟ ଗଡ଼ର ମହାନୁଭବ ରାଜା ଙ୍କ ଶାସନ କାଳରେ ନିର୍ମାଣ ହୋଇଥିବା ବେଳେ ତାହା ଏବେ ଅବହେଳିତ ହେବା ପରିଲକ୍ଷିତ ହେଉଛି। ଜଗନ୍ନାଥ ମନ୍ଦିର ର ମେଘନାଦ ପାଚେରୀକୁ ଲାଗି କେତେକ ଲୋକ ଜବରଦଖଲ ରେ ରଖିବାରେ ନଜରକୁ ଆସୁଛି ବୋଲି, ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି । ତା ସହିତ ମନ୍ଦିର ର ଚତୁଃପାର୍ଶ୍ଵରେ ଶିଉଳି ମାଡି ଗଲାଣି, ବର୍ଷା ହେଲେ ମନ୍ଦିର ମଧ୍ୟରେ କେତେକ ସ୍ଥାନରେ ଜଳ ନିର୍ଗତ ହେବା ଦୃଷ୍ଟି ଗୋଚର ହେଉଛି। ଏଣ୍ଡୋମେଣ୍ଟ୍ ବୋର୍ଡ ର ସଭାପତି ସ୍ବର୍ଗତ ରାଣୀସା ସାହେବଙ୍କ ଦେହାନ୍ତ ପରେ ବର୍ତ୍ତମାନର ଏଣ୍ଡୋମେଣ୍ଟ୍ ବୋର୍ଡ ରେ ସଭ୍ୟ ରୂପେ କାର୍ଯ୍ୟ ରତ କେଉଁ ମାନେ ଅଛନ୍ତି ତାହା ସର୍ବ ସାଧାରଣ ଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ଲକ୍ଷ୍ୟ କରାଯାଉଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତା ସଙ୍ଗେସଙ୍ଗେ ଆମେଯଦି ତର୍ଜମା କରିଵା ବିଜେଡି ସରକାର ଙ୍କ ସମୟରେ ପଞ୍ଚନିତୀ ଅନୁସରଣ କରୁଥିବା ଭି.କାର୍ତ୍ତିକ ପାଣ୍ଡିଆନ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ମନ୍ଦିର ସମୂହ କୁ ଅପର୍ଯ୍ୟାପ୍ତ ଅର୍ଥ ମଞ୍ଜୁର କରିଛନ୍ତି। କିନ୍ତୁ ଖଲ୍ଲିକୋଟ ର ଜଗନ୍ନାଥ ମନ୍ଦିର ଏଥିରୁ ବାଦ୍ ପଡିବା ପରେ, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଡବଲ୍ ଇଞ୍ଜିନ୍ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଖଲ୍ଲିକୋଟ ର ଜଗନ୍ନାଥ ମନ୍ଦିର ପ୍ରତି କୋୖଣସି ପଦକ୍ଷେପ ନେଉନଥିବା ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ର ବିଷୟ ପାଲଟିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟେଣ୍ଡର ମାମଲାକୁ କେନ୍ଦ୍ରକରି ଏନ୍ଏସି ରେ ଟଣାଓଟରା ଚାଲିଥିବା ବେଳେ, ଖଲ୍ଲିକୋଟ ରଧର୍ମାନୁଷ୍ଠାନ ପ୍ରତି ବୈମାତୃକ ମନୋଭାବ ପୋଷଣ କାହିଁକି କେଜାଣି ସାମ୍ନା କୁ ଆସୁଛି ତାହା ଏକ ପରିତାପ ବିଷୟ ବୋଲି ଜଣାପଡିଛି । ଜଗନ୍ନାଥ ମନ୍ଦିରର ଦକ୍ଷିଣ ଦ୍ଵାର ହେଉଛି ବାହୁତୀ ଠାକୁରାଣୀ ଙ୍କ ପୀଠ କୁ ଯିବା ରାସ୍ତା, ପୁଣି ଦକ୍ଷିଣ ପାର୍ଶ୍ୱରେ ଅଛି ଟାଉନ୍ ପ୍ରାଥମିକ ବିଦ୍ୟାଳୟ ଏ ମଧ୍ୟରେ ଅଳିଆ, ଆବର୍ଜନା ରେ ପରିପୂର୍ଣ ଦକ୍ଷିଣ ଦ୍ଵାର ହେଲେ ନଜର ପଡୁନାହିଁ କାହାର ? ରାତ୍ର ପାହିଲେ କେତେ ଯେ ଭକ୍ତ ଦର୍ଶନ ନିମନ୍ତେ ଏରାସ୍ତା ଦେଇ ଥିବା ଆସିବା କରିଥାନ୍ତି, ତା'ର ହିସାବ ନାହିଁ। ତେଣୁ ଏଠାରେ ଶାସକ ପ୍ରଶାସକ ମାନଙ୍କୁ ନିବେଦନ କରିଛନ୍ତି ଏହାର ତଦନ୍ତ କରି ଉପଯୁକ୍ତ ବିଚାର କରି ପଦକ୍ଷେପ ନେଲେ ମନ୍ଦିର ସମୂହ ର ଉନ୍ନତି ହୋଇପାରିବ।
Ganjam (ଗଞ୍ଜାମ) • ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି, ଖଲିକୋଟ

ଭୁବନରେ ଶିବପାର୍ବତୀ ବିବାହ, ବାଜା ବାଣରେ ଦୁଳୁକିଲା ସହର
ଢେଙ୍କାନାଳ-ଭୁବନ: ପବିତ୍ର ଶୀତଳ ଷଷ୍ଠୀ ଅବସରରେ ବିପୁଳ ଉତ୍ସାହ ଉଦ୍ଦୀପନା ଓ ଆନନ୍ଦ ଉଲ୍ଲାସ ସହ ଢେଙ୍କାନାଳ ଜିଲ୍ଲା ଭୁବନ ରେ ଶିବ ପାର୍ବତୀ ବିବାହ ସମ୍ପନ୍ନ ହୋଇଯାଇଛି। ଭୁବନ ଏନ୍ଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ସ୍ଥିତ ଛତାମଠ ପରିସରରେ ବାବା କାଶୀ ବିଶ୍ଵନାଥଙ୍କର ମାତା ପାର୍ବତୀ ଙ୍କ ସହିତ ବିବାହ ସମ୍ପନ୍ନ ହୋଇଯାଇଛି । ବର ପିତାମାତା ଭାବେ ମୁନା ସାଥୁଆ ମହାପାତ୍ର, ବିନତୀ ସାଥୁଆ ମହାପାତ୍ର ଏବଂ କନ୍ୟା ପିତା ମାତା ଭାବେ ବିପିନ ସାମନ୍ତ ରାୟ ,ପ୍ରଭାତୀ ସାମନ୍ତ ରାୟ ଯୋଗଦେଇ ଦେବ ବିବାହ କରିଥିଲେ । ପୁରୋହିତ ତପନ କୁମାର ମିଶ୍ର ମନ୍ତ୍ରପାଠ କରି ଦେବ ଦମ୍ପତି ଙ୍କ ବିବାହ କରାଇ ଥିଲେ । ପ୍ରାୟ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସାମୁହିକ ପ୍ରସାଦ ସେବନ କରିଥିଲେ । ସନ୍ଧ୍ୟାରେ ଦେବ ଦମ୍ପତି ନଗର ପରିକ୍ରମା କରିଥିଲେ । କାଶୀ ବିଶ୍ଵନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ହରିହର ସାହୁ ଙ୍କ ସମେତ ବରିଷ୍ଠ କର୍ମକର୍ତ୍ତା ସୁରେନ୍ଦ୍ର କୁମାର ପୋଥାଳ, ସଦାନନ୍ଦ ନାୟକ ଓ ଶିବ ବିବାହ ପରିଚାଳନା କମିଟି ସଦସ୍ୟ ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ । ଢେଙ୍କାନାଳ ଜିଲ୍ଲା ର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ବାବା ବୁଦ୍ଧେଶ୍ଵର ଙ୍କ ମାତା ପାର୍ବତୀ ଦେବୀ ଙ୍କ ବିବାହ କାର୍ଯ୍ୟରେ ଚଳିତ ବର୍ଷ ବିନୀତ କୁମାର ସାହୁ, ମନ୍ଦାକିନୀ ଗୁରୁ ମହାଦେବ ଙ୍କ ପିତା ମାତା ଏବଂ ଦୀପକ କୁମାର ଦାସ, ରଶ୍ମିତା ପୋଥାଳ ମାତା ପାର୍ବତୀଙ୍କ ପିତା ମାତା ସାଜି ବିବାହ କରାଇ ଥିଲେ । ସନ୍ଧ୍ୟା ୬ ଘଟିକା ସମୟ ରେ ବାଟ ବରଣି କରାଯାଇଥିଲା ଓ ସନ୍ଧ୍ୟା ୭ ଘଟିକରେ ବ୍ରାହ୍ମଣୀ ଦେବୀ ଛକରୁ ମହାଦେବ ଙ୍କ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ମନ୍ଦିର ପରିଚାଳନା କମିଟି ସଦସ୍ୟ ଙ୍କ ତତ୍ତ୍ଵାବଧାନରେ ପ୍ରାୟ ୨ ହଜାର ରୁ ଉର୍ଦ୍ଧ୍ବ ଶୈବ ଭକ୍ତ ବରଯାତ୍ରୀ ସାଜିଥିଲେ । ଡି ଜେ ସାଉଣ୍ଡ ସାଙ୍ଗକୁ ବାଜା ,ବାଣ ଓ ମହିଳା, ପୁରୁଷ ସଙ୍କୀର୍ତ୍ତନ ରେ ସହର ଦୁଲୁକିଥିଲା । ରାତ୍ର ୧୦ ଘଟିକା ରେ ବରଯାତ୍ରୀ ସହ ବୂଦ୍ଧେଶ୍ୱର ମହାଦେବ ମନ୍ଦିର ରେ ପହଞ୍ଚିବା ପରେ ବିବାହ କାର୍ଯ୍ୟ ଅନୁଷ୍ଟିତ ହେବାର ସ୍ଥିର ହୋଇଛି ବୋଲି ମନ୍ଦିର ପରିଚାଳନା କମିଟି ସୂତ୍ରରୁ ଜଣାପଡ଼ିଛି। ଭୂଷଳ ପଞ୍ଚାୟତର ଜୟପୁର ଶିବ ମନ୍ଦିର ରେ ମଧ୍ୟ ଦେବ ଦମ୍ପତି ଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି । ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଅତିଥି ଭାବେ ଯୋଗଦେଇଥିଲେ ।
Jajpur (ଯାଜପୁର) • ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ

ଢାବାରେ ଗ୍ୟାସ୍ ଲିକ୍ ହୋଇ ଭୟାବହ ଅଗ୍ନିକାଣ୍ଡ: ୩ ଆହତ
ନବରଙ୍ଗପୁର: ଜିଲ୍ଲାର ରାଇଘର ସଦର ଅଞ୍ଚଳରେ ଥିବା ମାଉସି ମା’ ମନ୍ଦିର ନି ନିକଟସ୍ଥ ଏକ ଢାବାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକେଜ୍ ହେବା ଯୋଗୁ ଏହି ଦୁର୍ଘଟଣା ଘଟି ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଅଗ୍ନିକାଣ୍ଡରେ ଢାବାରେ କାର୍ଯ୍ୟରତ ଦୁଇଜଣ କର୍ମଚାରୀ ସୁବାସ ହରିଜନ, ଯୋଗେଶ ହରିଜନ ସହ ଢାବା ମାଲିକ ପରିମୋଲ ସିଲ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ରାତି ପ୍ରାୟ ୧୧ଟା ସମୟରେ ଢାବାର ରୋଷେଇ ଘରେ ଥିବା ଏକ ଗ୍ୟାସ୍ ଟାଙ୍କିରୁ ହଠାତ୍ ଗ୍ୟାସ୍ ଲିକ୍ ହେବା ଆରମ୍ଭ ହୋଇଥିଲା। କିଛି ସମୟ ମଧ୍ୟରେ ସେଠାରେ ନିଆଁ ଲାଗିଯାଇଥିଲା ଏବଂ ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ କର୍ମଚାରୀମାନେ ଓ ଢାବା ମାଲିକ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ, କିନ୍ତୁ ଏହି ସମୟରେ ଦୁଇ ଜଣ କର୍ମଚାରୀ ଓ ଢାବା ମାଲିକ ଗୁରୁତର ଭାବେ ପୋଡ଼ିଯାଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକ ଓ ପୋଲିସଙ୍କ ସହଯୋଗରେ ଆହତ ମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ରାଇଘର ପ୍ରାଥମିକ କ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ତେବେ ସେମାନଙ୍କର ଶରୀରର ବହୁ ଅଂଶ ପୋଡ଼ି ଯାଇଥିବାରୁ ଓ ସ୍ଵାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ଡାକ୍ତରମାନେ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାଇପୁର ସ୍ଥାନାନ୍ତର କରିଥିବା ଜଣାପଡିଛି। ଘଟଣା ପରେ ସମଗ୍ର ରାଇଘର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗ୍ୟାସ୍ ସିଲିଣ୍ଡର ଓ ରୋଷେଇ ଉପକରଣ ବ୍ୟବହାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ କ୍ଷୟକ୍ଷତିର ପରିମାଣ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।
Nabarangpur (ନବରଙ୍ଗପୁର) • ରିପୋର୍ଟ: ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

ବିକାଶର ଧାରା ଓଡ଼ିଶା ସାରା: କୃଷି ଓ ସଶକ୍ତ କୃଷକ ବିଭାଗର ସଫଳତା ନେଇ ସଚେତନତା ସଭା
ଖଡ଼ିଆଳ, ୧୮/୦୬ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ ପକ୍ଷରୁ ଆୟୋଜିତ ‘ବିକାଶର ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ କୃଷି ଓ ସଶକ୍ତ କୃଷକ ବିଭାଗର ବିଭିନ୍ନ ଉପଲବ୍ଧି ଏବଂ ସରକାରୀ ଯୋଜନା ସମ୍ପର୍କରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। କୃଷକଙ୍କ ଆର୍ଥିକ ସଶକ୍ତିକରଣ, ଆଧୁନିକ କୃଷି ପ୍ରଣାଳୀ ଏବଂ ସରକାରୀ ସହାୟତାକୁ ଗ୍ରାମାଞ୍ଚଳରେ ପହଞ୍ଚାଇବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଖଡ଼ିଆଳ ବିଡିଓ ମିଳନ କୁମାର ଝାଙ୍କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ରାଜ୍ୟ ସରକାର କୃଷି ଓ କୃଷକଙ୍କ ସାମଗ୍ରିକ ବିକାଶ ପାଇଁ ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି। ଜୈବିକ ଓ ଆଧୁନିକ ଚାଷ ପ୍ରଣାଳୀକୁ ଆପଣାଇବା ଦ୍ୱାରା ଜମିର ଉର୍ବରତା ବଜାୟ ରହିବା ସହ ଉତ୍ପାଦନ ବୃଦ୍ଧି ପାଇବ ଏବଂ କୃଷକଙ୍କ ଆୟ ମଧ୍ୟ ବଢ଼ିବ ବୋଲି ସେ ମତ ପ୍ରକାଶ କରିଥିଲେ। ସଭାରେ ଜିଲ୍ଲା ପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନା, ଆତ୍ମା ଅଧ୍ୟକ୍ଷ ନବୀନ ନାଏକ, ସମାଜସେବୀ ଅଜିତ କିଶୋର ଚଲାନ, ତିଖାଲି ଜଳସେଚନ ପ୍ରକଳ୍ପ ପାଣି ପଞ୍ଚାୟତ ଅଧ୍ୟକ୍ଷ ସୁଶାନ୍ତ କୁମାର ବିଶିଙ୍କ ସମେତ ବହୁ ଜନପ୍ରତିନିଧି ଓ ଅଧିକାରୀ ଉପସ୍ଥିତ ରହି କୃଷି କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ଓ ସଫଳତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ କୃଷି, ସମନ୍ୱିତ ଶିଶୁ ଓ ମହିଳା ବିକାଶ, ଶିକ୍ଷା, ଖାଦ୍ୟ ଯୋଗାଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ସମେତ ବିଭିନ୍ନ ବିଭାଗ ପକ୍ଷରୁ ଆକର୍ଷଣୀୟ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ପ୍ରଦର୍ଶନୀ ମାଧ୍ୟମରେ ସରକାରଙ୍କ ଜନହିତକର ଯୋଜନା, କୃଷି ଉନ୍ନତି କାର୍ଯ୍ୟକ୍ରମ ଓ ଲୋକକଲ୍ୟାଣମୂଳକ ପଦକ୍ଷେପ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ କୃଷକ ଓ ସାଧାରଣ ଜନତାଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଉଠାଇ ନିଜ ଆର୍ଥିକ ଓ ସାମାଜିକ ବିକାଶରେ ସାମିଲ ହେବାକୁ ଆହ୍ୱାନ କରାଯାଇଥିଲା। କାର୍ଯ୍ୟକ୍ରମଟି ଅଞ୍ଚଳରେ ବିକାଶ ଓ ସଚେତନତାର ଏକ ସକାରାତ୍ମକ ବାର୍ତ୍ତା ପହଞ୍ଚାଇବାରେ ସଫଳ ହୋଇଥିବା ମତ ପ୍ରକାଶ ପାଇଛି।
Nuapada (ନୂଆପଡ଼ା) • ରିପୋର୍ଟର: ଭଜନଲାଲ ଜଗତ

କୋକସରାରେ ଅନୁସୂଚିତ ଜାତି ଓ ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ
କୋକସରା: ବିକାଶର ଧାରା ଓ ଓଡ଼ିଶାର ଗୌରବର ଦୁଇ ବର୍ଷ ପୂର୍ତ୍ତିର ଅବସରରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଫିସଠାରେ ଅନୁସୂଚିତ ଜାତି ଓ ଜନଜାତି ସମାଜକୁ ନେଇ ଏକ ଭବ୍ୟ ସମ୍ବାଦ ବୈଠକ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ସମାଜର ବହୁ ସଂଖ୍ୟକ ଲୋକ, ସାମାଜିକ କାର୍ଯ୍ୟକର୍ତ୍ତା, ନେତୃବୃନ୍ଦ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଯୋଗଦେଇଥିଲେ। ସଭାରେ ଅତିଥି ଭାବେ ଯୋଗଦେଇ ଅନୁସୂଚିତ ଜାତି ଓ ଜନଜାତି ସମାଜର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ଅଧିକାର ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଉପରେ ଆଲୋକପାତ କରିଥିଲେ। ମୂଖ୍ୟ ଅତିଥି ଭାବେ ବିଡ଼ିଓ ହିମାଞ୍ଚଲ ମାଝୀ ,ସମ୍ମାନୀତ ଅତିଥି ଭାବେ ବିଜେପି ଏସ୍.ସି. ମୋର୍ଚ୍ଚା ଜିଲ୍ଲା ଉପସଭାପତି ନିରଞ୍ଜନ ଛତ୍ରିଆ , ମୂଖ୍ୟବକ୍ତା ଭାବେ ଜିଲ୍ଲା ଅନୁସୂଚୀତ ଜନଜାତି ମୋର୍ଚା ଜିଲ୍ଲା ସଭାପତି ତ୍ରିନାଥ ଶବର ଉପସ୍ଥିତ ରହି ସମାଜର ସାମଗ୍ରିକ ବିକାଶ ଓ ସଶକ୍ତିକରଣ ଉପରେ ନିଜର ମତ ରଖିଥିଲେ। ମୁଖ୍ୟ ବକ୍ତା ଭାବେ ତ୍ରିନାଥ ଶବର,ଯୋଗଦେଇ ଅନୁସୂଚିତ ଜାତି ଓ ଜନଜାତି ସମାଜର ଗୌରବ, ସମ୍ମାନ, ଅଧିକାର ସୁରକ୍ଷା ଓ ବିକାଶର ଦିଗ ଉପରେ ଆଲୋଚନା କରିଥିଲେ। ମଧ୍ୟ ଉପସ୍ଥିତ ରହି ସଂଗଠନର ସୁଦୃଢ଼ତା, ସମାଜର ଉନ୍ନତି ଓ ସରକାରୀ ଯୋଜନାର ସୁଫଳ ଘରେ ଘରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ସଭାରେ ଜନସାଧାରଣଙ୍କ ସହ ସିଧାସଳଖ ସମ୍ବାଦ କରାଯାଇ ବିଭିନ୍ନ ସମସ୍ୟା, ବିକାଶମୂଳକ ପ୍ରସଙ୍ଗ ଓ ସମାଜର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା। ଶେଷରେ ଅନୁସୂଚିତ ଜାତି ଓ ଜନଜାତି ସମାଜର ସମ୍ମାନ, ଅଧିକାର ଓ ସାମଗ୍ରିକ ବିକାଶ ପାଇଁ ସମସ୍ତେ ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପ ନେଇଥିଲେ। ବିଡ଼ିଓ ହିମାଞ୍ଚଲ ମାଝୀ କାର୍ଯକ୍ରମ ପରିଚାଳନା କରିଥିବା ବେଲେ WEO ଭବାନୀ ଶଙ୍କର ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ l
Kalahandi (କଳାହାଣ୍ଡି) • ରିପୋର୍ଟ : ରିତେଶ କୁମାର ମୁଣ୍ଡ, କୋକସରା

ଡିଉଟି ସମୟରେ KCCL ଡ୍ରାଇଭରଙ୍କ ମୃତ୍ୟୁ; ପରିବାରକୁ ସହାୟତା ପାଇଁ ଆଗେଇ ଆସିଲେ ବିଧାୟକ ବ୍ରଜକିଶୋର ପ୍ରଧାନ
ଅନୁଗୋଳ: ତାଳଚେର ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ KCCL କମ୍ପାନୀରେ ଡ୍ରାଇଭର ଭାବେ କାର୍ଯ୍ୟରତ ମଧ୍ୟପ୍ରଦେଶର ବାସିନ୍ଦା ଦୁର୍ଗା ପ୍ରସାଦ ଶୁକ୍ଲାଙ୍କର ଡ୍ୟୁଟି ସମୟରେ ଅଚାନକ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ସହକର୍ମୀମାନେ ତୁରନ୍ତ ତାଙ୍କୁ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ। ମାତ୍ର ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଖବର ପାଇବା ପରେ ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ମେଡିକାଲରେ ପହଞ୍ଚି ମୃତକଙ୍କ ଶେଷ ଦର୍ଶନ କରିଥିଲେ। ସେ MCL ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକଙ୍କ ସହ ଆଲୋଚନା କରି ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଏବଂ ମରଶରୀରକୁ ସମ୍ମାନର ସହ ମଧ୍ୟପ୍ରଦେଶ ପଠାଇବା ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରିଥିଲେ। ଏହି ଅବସରରେ ଯୁବ ନେତା ରାଜେଶ ଦାସ, ଠିକା କର୍ମଚାରୀ ସଂଘର ବଭ୍ରୁବାହ ପ୍ରଧାନ ଏବଂ ଯୁବ ନେତା ମନୋଜ ସାହୁ ଉପସ୍ଥିତ ଥିଲେ। ଦୁର୍ଗା ପ୍ରସାଦ ଶୁକ୍ଲାଙ୍କ ଅକାଳ ବିୟୋଗରେ ସହକର୍ମୀ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଭାରତ ନିର୍ବାଚନ ଆୟୋଗ ପ୍ରିନ୍ସିପାଲ ସେକ୍ରେଟେରୀଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ସମୀକ୍ଷା
ଭାରତ ନିର୍ବାଚ଼ନ ଆୟୋଗଙ୍କ ପ୍ରିନ୍ସପାଲ ସେକ୍ରେଟାରୀ ଶ୍ରୀଯୁକ୍ତ ଏସ୍.ବି. ଯୋଷୀ ଢେଙ୍କାନାଳ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଆଜି ସମୀକ୍ଷା କରିଛନ୍ତି । ପ୍ରିନ୍ସପାଲ ସେକ୍ରେଟାରୀ ଶ୍ରୀଯୁକ୍ତ ଯୋଷୀ ମୁଖ୍ୟ ନିର୍ବାଚ଼ନ ଅଧିକାରୀ, ମହାରାଷ୍ଟ୍ର କାର୍ଯ୍ୟାଳୟର ଡ଼େପୁଟୀ ସେକ୍ରେଟାରୀ ଶ୍ରୀ ଏମ୍. ଆର୍. ପାରକର ଏବଂ ଅଣ୍ତର ସେକ୍ରେଟାରୀ ଶ୍ରୀ ପ୍ରଶାନ୍ତ ନାଗେ ଏବଂ ମୁଖ୍ୟ ନିର୍ବାଚ଼ନ ଅଧିକାରୀ, ଓଡ଼ିଶା କାର୍ଯ୍ୟାଳୟର ଅଧିକାରୀମାନଙ୍କ ସହିତ ବିଭିନ୍ନ ବୁଥ ପରିଦର୍ଶନ କରି ବି.ଏଲ୍.ଓ. ମାନଙ୍କ ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ । ପୁନଶ୍ଚ, ପ୍ରିନସିପାଲ ସେକ୍ରେଟାରୀ ଶ୍ରୀ ଯୁକ୍ତ ଯୋଷୀଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚ଼ନ୍ଦ୍ର ସେଠି, ସମସ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଉପ ଜିଲ୍ଲାପାଳ ଏବଂ ଡ଼େପୁଟୀ କଲେକ୍ଟର, ନିର୍ବାଚନ, ନିବେଦିତା ରାଉତଙ୍କ ସହିତ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ ।
Dhenkanal (ଢେଙ୍କାନାଳ) • ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ