Web News

କଂଗ୍ରେସ ତରଫରୁ ଧାମନଗର ମେଡିକାଲରେ ଫଳ ବଣ୍ଟନ
ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳର ଜୟନଗର ଛକ ଠାରେ କଂଗ୍ରେସ ଦଳ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଦଳର ବହୁ କର୍ମୀ ଓ ସମର୍ଥକ ଏକତ୍ରିତ ହୋଇ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ କଂଗ୍ରେସ କର୍ମୀମାନେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ ଓ ପାନୀୟ ଜଳ ବଣ୍ଟନ କରାଯାଇଥିଲା। ରୋଗୀମାନଙ୍କ ସହିତ ସାକ୍ଷାତ କରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରିବା ସହ ଶୀଘ୍ର ଆରୋଗ୍ୟ କାମନା କରିଥିଲେ କଂଗ୍ରେସ କର୍ମୀମାନେ। ଏହି ମାନବିକ କାର୍ଯ୍ୟକ୍ରମରେ ସ୍ଥାନୀୟ କଂଗ୍ରେସ ନେତା, କର୍ମୀ ଓ ସମର୍ଥକମାନେ ଉପସ୍ଥିତ ରହି ରୋଗୀମାନଙ୍କ ମଧ୍ୟରେ ଫଳ ଓ ପାନୀୟ ଜଳ ବଣ୍ଟନ କରିଥିଲେ। ସାମାଜିକ ସେବା ଓ ମାନବିକତାର ଏହି ପ୍ରୟାସକୁ ଉପସ୍ଥିତ ଲୋକମାନେ ପ୍ରଶଂସା କରିଥିଲେ।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଖଡ଼ିପଦାରେ ସାପ କାମୁଡ଼ା ଘଟଣା: ସହାୟତାର ହାତ ବଢ଼ାଇଲେ ଅରବିନ୍ଦ ପତି ଓରଫ ଜୁଗୁନା ନନା
ଧାମନଗର: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଖଡ଼ିପଦା ପଞ୍ଚାୟତରେ ଜଣେ ବ୍ୟକ୍ତି ସାପ କାମୁଡ଼ାର ଶିକାର ହେବା ଘଟଣା ଚିନ୍ତାର କାରଣ ପାଲଟିଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ବିଳମ୍ବ ନକରି ତୁରନ୍ତ ସହାୟତା ପାଇଁ ପହଞ୍ଚିଥିଲେ ବିଜେପିର ବରିଷ୍ଠ ନେତା ଶ୍ରୀ ଅରବିନ୍ଦ ପତି, ଯିଏ ସ୍ଥାନୀୟ ଅଞ୍ଚଳରେ ‘ଜୁଗୁନା ନନା’ ଭାବେ ପରିଚିତ। ସୂଚନା ଅନୁସାରେ, ସାପ କାମୁଡ଼ାର ଶିକାର ବ୍ୟକ୍ତିଙ୍କୁ ବୋଟ୍ ଯୋଗେ ବେଦପୁରକୁ ଆଣିବା ବ୍ୟବସ୍ଥା କରାଯାଇଥିଲା। ପରେ ଶ୍ରୀ ପତି ନିଜେ ଗାଡ଼ିରେ ରୋଗୀଙ୍କୁ ମେଡିକାଲକୁ ନେଇ ଚିକିତ୍ସା ବ୍ୟବସ୍ଥା କରିଥିଲେ। ବିପଦ ସମୟରେ ତୁରନ୍ତ ସହଯୋଗର ହାତ ବଢ଼ାଇ ରୋଗୀଙ୍କୁ ଚିକିତ୍ସା ପହଞ୍ଚାଇବାରେ ତାଙ୍କ ଭୂମିକାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ବିପଦ ସମୟରେ ଜଣେ ମଣିଷର ଜୀବନକୁ ପ୍ରାଥମିକତା ଦେଇ ସହାୟତା କରିବା ପ୍ରକୃତ ମାନବିକତାର ପରିଚୟ। ଜୁଗୁନା ନନାଙ୍କ ଏହି ପ୍ରୟାସ ମାନବିକତା ଓ ଜନସେବାର ଏକ ଉଦାହରଣ ବୋଲି ଅଞ୍ଚଳବାସୀ କହିଛନ୍ତି।ସାପ କାମୁଡ଼ାର ଶିକାର ବ୍ୟକ୍ତି ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ପ୍ରାର୍ଥନା। ଏହି ମାନବିକ ପ୍ରୟାସ ପାଇଁ ଶ୍ରୀ ଅରବିନ୍ଦ ପତି (ଜୁଗୁନା ନନା)ଙ୍କୁ ହୃଦୟରୁ କୃତଜ୍ଞତା।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଅନୁଗୋଳ ବିଜେପି କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ
ଅନୁଗୋଳ: ୮୦ତମ ସ୍ୱାଧୀନତା ଦିବସ ଅବସରରେ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି କାର୍ଯ୍ୟାଳୟ, ମିଶ୍ରପଡ଼ାଠାରେ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଦଳୀୟ ନେତୃବୃନ୍ଦ ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ସମସ୍ତେ ମିସି ଜାତୀୟ ସଙ୍ଗୀତ ଗାନ କରିଥିଲେ। ଦେଶର ସ୍ୱାଧୀନତା ପାଇଁ ନିଜର ଜୀବନ ଓ ସର୍ବସ୍ୱ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ ଦେଶର ଏକତା, ଅଖଣ୍ଡତା ଓ ସର୍ବାଙ୍ଗୀଣ ଉନ୍ନତି ପାଇଁ ସମସ୍ତେ ନିଜ ନିଜ କର୍ତ୍ତବ୍ୟକୁ ସଚ୍ଚୋଟତା ଓ ନିଷ୍ଠାର ସହ ପାଳନ କରିବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ଦଳୀୟ ନେତା, କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ସିନାପାଲି ବନ ବିଭାଗରେ ଉତ୍ସାହର ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ
ସିନାପାଲି, ୧୫/୦୮: ସ୍ୱାଧୀନତାର ୮୦ ବର୍ଷର ଗୌରବମୟ ଯାତ୍ରାକୁ ସ୍ମରଣ କରି ସାରା ଦେଶରେ ଆଜି ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶପ୍ରେମର ସହ ପାଳିତ ହୋଇଛି। ଏହି ଅବସରରେ ସିନାପାଲି ବନ ବିଭାଗ ପକ୍ଷରୁ ମଧ୍ୟ ସ୍ୱାଧୀନତା ଦିବସ ଗରିମାର ସହ ପାଳନ କରାଯାଇଛି। ବନ ବିଭାଗ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ରେଞ୍ଜର କାମେଶ୍ୱର ତାଣ୍ଡି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ଉପସ୍ଥିତ ସମସ୍ତେ ଜାତୀୟ ସଙ୍ଗୀତ ଗାନ କରି ଦେଶର ସ୍ୱାଧୀନତା ସଂଗ୍ରାମୀ ଓ ବୀର ସହିଦମାନଙ୍କୁ ସ୍ମରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଫରେଷ୍ଟର କନ୍ଦର୍ପ ସୁନାନୀ, ଚୂଡ଼ାନାଥ ସରାଫ, ରାମରଞ୍ଜନ ରାଉତ ଓ ମେଘନାଦ ମାଝୀଙ୍କ ସମେତ ସମସ୍ତ ଫରେଷ୍ଟ ଗାର୍ଡ, ଫରେଷ୍ଟର ଓ ବନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଫରେଷ୍ଟର କନ୍ଦର୍ପ ସୁନାନୀ ପରିଚାଳନା କରିଥିବା ବେଳେ ଚନ୍ଦନ ମେହେର ଓ ସାଗର ଦଣ୍ଡସେନା ସହଯୋଗ କରିଥିଲେ। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଭାରତୀୟ ଇତିହାସର ଏକ ଅବିସ୍ମରଣୀୟ ଦିନ। ଦୀର୍ଘ ବର୍ଷର ଇଂରେଜ ଶାସନ ବିରୋଧରେ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ସଂଘର୍ଷ ଓ ବଳିଦାନ ପରେ ଭାରତ ସ୍ୱାଧୀନତା ଲାଭ କରିଥିଲା। ତେଣୁ ଅଗଷ୍ଟ ୧୫ କେବଳ ଏକ ଜାତୀୟ ପର୍ବ ନୁହେଁ, ଏହା ଦେଶର ବୀର ସହିଦମାନଙ୍କ ତ୍ୟାଗକୁ ସ୍ମରଣ କରିବା ସହ ଦେଶର ଏକତା, ଅଖଣ୍ଡତା ଓ ଉନ୍ନତି ପାଇଁ ନିଜ କର୍ତ୍ତବ୍ୟ ପ୍ରତି ସଂକଳ୍ପବଦ୍ଧ ହେବାର ଦିନ। ବିଶେଷକରି ବନ ବିଭାଗର କର୍ମଚାରୀମାନେ ଜଙ୍ଗଲ, ବନ୍ୟଜନ୍ତୁ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ଦିଗରେ ନିରନ୍ତର କାର୍ଯ୍ୟ କରୁଥିବାରୁ ଏହି ଅବସରରେ ପରିବେଶ ସୁରକ୍ଷା ଓ ସବୁଜ ଭାରତ ଗଠନ ପାଇଁ ସମସ୍ତଙ୍କ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଦେଶପ୍ରେମର ଭାବନା ଓ ଜାତୀୟ ଏକତାର ବାର୍ତ୍ତା ମଧ୍ୟରେ ସିନାପାଲି ବନ ବିଭାଗର ୮୦ତମ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।
Nuapada (ନୂଆପଡ଼ା) • ମଳୟ ମେହେର, ଜିଲ୍ଲା ପ୍ରତିନିଧି

Tricolour Soars High at Kapsi Bargachh Chhak as 80th Independence Day Celebrated with Patriotic Fervour
Kapsi, 15/08 The Kapsi Bargachh Chhak came alive with patriotic spirit and enthusiasm as the 80th Independence Day was celebrated with great fervour at Sadar Kapsi village under Sinapali Gram Panchayat on Saturday. The national celebration was organised under the leadership of Suresh Das, former Ward Member of Sinapali Gram Panchayat, with active support from the villagers. Students and teachers of Kapsi Primary and Upper Primary Schools, along with a large number of local residents, participated enthusiastically in the programme. Following the hoisting of the National Flag, everyone present joined in singing the National Anthem and paid tribute to the freedom fighters, brave martyrs and great patriots who sacrificed their lives for the country’s freedom. The enthusiastic participation of the young students added a special charm to the celebration and filled the entire atmosphere with patriotic fervour. A 15–20-Year Tradition of Patriotism The Independence Day celebration at Kapsi carries a remarkable tradition. Suresh Das has been organising the celebration continuously for nearly 15–20 years, bringing villagers together to observe the country’s most important national festival. Over the years, the celebration has grown beyond a simple flag-hoisting ceremony and has become a symbol of unity, community participation and patriotism in Kapsi. Residents appreciated the continued efforts to keep the spirit of Independence Day alive among people of all age groups. The long-standing tradition also serves as an inspiration for the younger generation, reminding them of the sacrifices made by countless freedom fighters for India’s independence. Independence Day is not merely a one-day celebration; it is a reminder of our responsibility towards the nation, unity and democratic values. The long-running celebration at Kapsi stands as a living example of how patriotism can become a cherished community tradition.
Nuapada (ନୂଆପଡ଼ା) • Reports: Malaya Meher, DC

Patriotic Atmosphere in Sinapali Forest Department: 80th Independence Day Celebrated with Enthusiasm
Sinapali, 15/08: Commemorating the glorious journey of 80 years of independence, the 80th Independence Day is being celebrated across the country today with great enthusiasm and patriotism. On this occasion, the Sinapali Forest Department also observed the national festival with dignity and pride. At the Independence Day programme held within the premises of the Forest Department office, Ranger Kameshwar Tandi attended as the chief guest and hoisted the national flag. After the flag hoisting ceremony, all those present sang the national anthem and paid tribute to the freedom fighters and great heroes of the nation. The programme was attended by Foresters Kandarpa Sunani, Chudanath Saraf, Ramaranjan Raut, and Meghnada Majhi, along with all forest guards, foresters, and staff of the department. The entire event was coordinated by Forester Kandarpa Sunani, while Chandan Meher and Sagar Dandsena extended their support in its smooth conduct. On 15th August 1947, India emerged as a free nation after a long struggle against colonial rule, marking the beginning of a new chapter in history. This day is not only a celebration but also a solemn occasion to remember the sacrifice, struggle, and dedication of countless freedom fighters who laid down their lives for the country. The national flag today reminds us of unity, integrity, brotherhood, and responsibility towards the nation. As the Forest Department personnel are continuously engaged in the protection of natural resources, forests, and wildlife, the occasion also strengthened the commitment towards environmental conservation and the vision of building a greener India. In conclusion, all were urged to sincerely fulfill their duties for the security of the nation, protection of nature, and overall development of society.
Nuapada (ନୂଆପଡ଼ା) • Report: Malaya Meher, District Correspondent

ନୂତନ ଚିନ୍ତାଧାରାର ନାଟକ ଧର୍ମରାଜ ମଞ୍ଚସ୍ଥ
ରାଉରକେଲା : ରାଉରକେଲାର ଅଗ୍ରଣୀ ନାଟ୍ଯାନୁଷ୍ଠାନ "ସଂପର୍କ" ର ରିପେର୍ଟୋରୀ ଦଳ ଦ୍ବାରା ସ୍ଥାନୀୟ ସିଭିକ ସେଣ୍ଟରରେ ନାଟକ "ଧର୍ମରାଜ " ମଞ୍ଚସ୍ଥ ହୋଇ ଯାଇଛି । ଏହି ନାଟକକୁ ଆନୁଷ୍ଠାନିକ ଭିବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ,ରଘୁନାଥପାଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ଦୀପିକା ମହିଳା ସଂହତିର ଅଧ୍ୟକ୍ଷା ନମ୍ରତା ବର୍ମା , ମହିଳା ସଂଘତିର ଉପାଧ୍ୟକ୍ଷା ପ୍ରତିଜ୍ଞା ପଲାଇ, ରୀତା ରାଣୀ ଓ ରାଉରକେଲା ଇସ୍ପାତ କାରଖାନାର ସି ଓ ସି ଅର୍ଚ୍ଚନା ଶତପଥୀ ଉଦ୍ଘାଟନ କରିଥିଲେ । ଯଦିଓ ନାଟକଟି ମହାଭାରତର ଶାନ୍ତିପର୍ବର କାହାଣୀ ଆଧାରିତ ଥିଲା ହେଲେ ଏଥିରେ ସାଂପ୍ରତିକ ସାମାଜିକ ବିଧି ବ୍ୟବସ୍ଥାର ଚିତ୍ର ସ୍ପଷ୍ଟ ଚିତ୍ରିତ କରାଯାଇଛି । କୁରୁକ୍ଷେତ୍ରରେ ଅନୁଷ୍ଠିତ ଧର୍ମଯୁଦ୍ଧ ପରର ୪୦ଦିନର ଘଟଣାବଳୀକୁ ନାଟ୍ଯକାର ଭାସ୍କର ଚନ୍ଦ୍ର ମହାପାତ୍ର ସାଂପ୍ରତିକ ରାଜନୈତିକ ବିଧି ବ୍ଯବସ୍ଥା ସହିତ ଅପୂର୍ବ ଶୈଳିରେ ସଂଯୋଜିତ କରିଛନ୍ତି ଏହି ନାଟକରେ । ଦ୍ବାପର ଯୁଗରେ କଳି ଦୁଇ ପାଦରେ ମର୍ତ୍ତ୍ଯରେ ନିଜର ଆଧିପତ୍ଯ ବିସ୍ତାର କରିବାର ନିୟତିଙ୍କ ଦ୍ବାରା ନିର୍ଦ୍ଧାରିତ ହୋଇଛି । ହେଲେ ଏହି ନିୟମକୁ ଉଲ୍ଲଂଘନ କରି ନିୟତିଙ୍କ ବାରଣ ସତ୍ତ୍ବେ କଳି ଧର୍ମଯୁଦ୍ଧ ପରେ ପରେ ମର୍ତ୍ତ୍ୟରେ ଚିରି ପାଦରେ ଆଧିପତ୍ଯ ବିସ୍ତାର କରିବାର ପ୍ରୟାସ କରି ଧୃତରାଷ୍ଟ୍ରଙ୍କ ମନରେ ପ୍ରତିହିଂସା ଓ ସିଂହାସନ ଲୋଭ, ଧର୍ମରାଜ ଯୁଧିଷ୍ଠିରଙ୍କ ମନରେ ବୈରାଗ୍ୟ ଭାବ ସ୍ପଷ୍ଟି କରିଛି । ଧର୍ମରାଜ ଯୁଧିଷ୍ଠିର କୁରୁକ୍ଷେତ୍ରରେ ଅନୁଷ୍ଠିତ ଧର୍ମଯୁଦ୍ଧରେ ମୃତ୍ଯୁବରଣ କରିଥିବା ଓ ଆହତ ହୋଇ ଥିବା ଲକ୍ଷ ଲକ୍ଷ ନୀରିହ ଲୋକଙ୍କ ଦୁଃଖ ର କାରଣ ବୋଲି ନିଜକୁ ଦାୟୀ କରିଛନ୍ତି । ଦ୍ରୌପଦୀଙ୍କ ସହ ଭୀମ ,ଅର୍ଜୁନ, ବିଦୂର , ଶ୍ରୀକୃଷ୍ଣ ଯେତେ ବୁଝାଇଲା ପରେ ବି ଲକ୍ଷ ଲକ୍ଷ ଲୋକଙ୍କ ରକ୍ତରେ ରଂଜିତ ହସ୍ତିନାପୁର ରାଜ ସିଂହାସନରେ ଉପବେଶନ ନ କରିବାକୁ ସେ ଦୃଢ ପରିକର ହୋଇଛନ୍ତି । ଶେଷରେ ଶରଶଯ୍ଯାରେ ଶାୟିତ ତଥା ଇଚ୍ଛାମୃତ୍ଯୁ ପାଇଁ ଅପେକ୍ଷାରତ ପିତାମହ ଭୀଷ୍ମଙ୍କ ଶେଷ ଉପଦେଶ କୁ ସମ୍ମାନ ଜଣାଇ ଧର୍ମରାଜ ଯୁଧିଷ୍ଠିର ହସ୍ତିନାପୁରର ଶାସନ ଭାର ଗ୍ରହଣ କରିଛନ୍ତି । କଳିର ପରାଜୟ ଓ ନିୟତିଙ୍କ ବିଜୟ ହୋଇଛି । ଏପରି ଏକ ପୌରାଣିକ କଥାବସ୍ତୁକୁ ଉଚ୍ଚ କୋଟୀର ସଂଳାପ , ହୃଦସ୍ପର୍ଶୀ ସଂଘାତ, ଅବାରିତ ଗତିଶୀଳତା ଓ ଉତ୍କଣ୍ଠା ଦ୍ବାରା ନାଟ୍ଯକାର ଶ୍ରୀ ମହାପାତ୍ର ସାଂପ୍ରତିକ ଯୁଦ୍ଧର ଭୟାବହତା ଓ ତାର ନିରାକରଣର ଉପାୟକୁ ସୁନ୍ଦର ଭାବରେ ଉପସ୍ଥାପନ କରି ସଫଳ ହୋଇଛନ୍ତି ଏହି ନାଟକ ରେ । ଶ୍ରୀ ମହାପାତ୍ରଙ୍କ ବଳିଷ୍ଠ ନିର୍ଦେଶନା ଓ ଏନଏସଡିଆନ ଜଗନ୍ନାଥ ସେଠଙ୍କ ଅଭୂତପୂର୍ବ ମଂଚ ପରିକଳ୍ପନା ଓ ରୂପସଜ୍ଜା ସହିତ ସହ ନିର୍ଦ୍ଦେଶନା, ଶକ୍ତି ପ୍ରସାଦ ମିଶ୍ରଙ୍କ ମନ ଛୁଆଁ ସଂଗୀତ, ରାକେଶ ଶତପଥୀଙ୍କ ଆଲୋକ ସଂପାତ,ପ୍ରଳୟ ଶତପଥୀଙ୍କ ମଂଚ ପରିଚାଳନା ଓ କଳାକାରମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଯଦିଓ ସବୁ କଳାକାର ନିଖୁଣ ଅଭିନୟ କରିଥିଲେ ବିଶେଷ କରି କଳି ଭୂମିକାରେ ସୁରେନ୍ଦ୍ର ପାଢୀ, ଧର୍ମରାଜ ଭୂମିକାରେ ଭାସ୍କର ମହାପାତ୍ର, ଦ୍ରୌପଦୀ ଭୂମିକାରେ ସସ୍ମିତା ବେକ୍ ଓ ସୂତ୍ରଧର ଭୂମିକାରେ ଆଠ ଜଣ ନବାଗତ କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବିଶେଷ ପ୍ରଭାବିତ କରିଥିଲା । ନାଟକକୁ ନିଜ ଅଭିନୟ ଚାତୁରୀରେ ଅଧିକ ଋଦ୍ଧିମନ୍ତ କରିଥିଲେ ସୁଦେଷ୍ଣା ରାଣୀ ରାଉତ, ପୁଷ୍ପଲତା ବିଶୋଇ ବିବେକାନନ୍ଦ ଦାଶ, ଭୀଷ୍ମ ନାରାୟଣ ସ୍ବାଇଁ, ସୌମ୍ୟରଞ୍ଜନ ବାରିକ୍, ମାନସ ସାହୁ, ପ୍ରଳୟ ଶତପଥୀ, ଜନ୍ମେଜୟ ମହାନ୍ତି, ସୁରଭି ରଣା, ସ୍ମାରକ ବାରିକ, ରିଶିତୋଷ ମହାନ୍ତି, ନିକିତା ଜେନା, ମୋହିନୀ ଦାସ, ଶ୍ରୟାଶ୍ରୀ ପ୍ରଧାନ, ସୁପ୍ରିୟା ପାଣିଗ୍ରାହୀ, ଅଭିଷେକ ମଲ୍ଲିକ, ଶ୍ରେୟାଶ୍ରୀ ଦାସ, ସଂଜୀବନୀ ମଲ୍ଲିକ ଓ ସୁନାଲୀ ମିଶ୍ର । ନାଟକ ପରେ ପରେ ଅତିଥିମାନେ କଳାକାର ମାନଙ୍କୁ ପ୍ରଶସ୍ତି ପତ୍ର ପ୍ରଦାନ କରିଥିଲେ ଓ ବିଶିଷ୍ଟ ଚଳଚ୍ଚିତ୍ର ତାରକା ଜଗନ୍ନାଥ ସେଠଙ୍କୁ ସଂପର୍କ ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଜୟ ପାତ୍ର ମଂଚ ପରିଚାଳନା କରି ଥିବା ବେଳେ କଲ୍ଯାଣୀ ଦାସ, ସନ୍ଧ୍ଯାରାଣୀ ପଟ୍ଟନାୟକ ଓ ରୁନୁ ବେକ ମଂଚ ପରିଚାଳନାରେ ସହଯୋଗ କରିଥିଲେ ।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

Har Ghar Tiranga’ Campaign Ignites Patriotic Spirit Across Indradi Mandal
Khadial, Ahead of the 80th Independence Day celebrations, the ‘Har Ghar Tiranga’ campaign was organised with great enthusiasm across Indradi Mandal on Friday under the leadership of Mandal President Yudhishthir Hans. The campaign was conducted across all villages under nine Gram Panchayats of the Mandal, including Gadaramunda, Mandoshil, Chindaguda, Khudpej, Bargaan, Sanamaheshwar, Bhuliasikuan, Bhojpur and Chanabeda. BJP workers and office-bearers visited households and interacted with residents, spreading awareness about the significance, dignity and honour of the national flag. During the door-to-door campaign, people were urged to hoist the Tricolour at their homes on August 15 and celebrate Independence Day with a strong sense of national pride and unity. The initiative witnessed enthusiastic participation from villagers and party workers alike. Among those present were BJP Nuapada District General Secretary Ajit Kishore Chalan, Mandal In-charge Prashant Kumar Das, Co-In-charge Janakaram Naik, senior BJP leader Sanjay Tiwari, former District Vice-President Mohan Bhoi, Zilla Parishad member Malyabandhu Suna and Kulamani Ghiwela. Senior BJP leader Manoj Pattnaik, District Kisan Morcha Vice-President Laxmidhar Naik, Pradip Naik, Lab Rana, Nabina Naik, Mahesh Majhi, Upendra Majhi, Lilu Behera, Khutiram Behera, Gautam Panda, Soumya Singh and Chandramani Nag, along with more than a hundred senior party workers, actively participated in the campaign. The programme concluded on a spirited note as participants raised slogans of “Bharat Mata Ki Jai” and “Vande Mataram”, filling the atmosphere with patriotic fervour and reinforcing the message of unity, pride and respect for the national flag.
Nuapada (ନୂଆପଡ଼ା) • Reports: Malaya Meher, District Correspondence

ବନ୍ୟା ପରିଦର୍ଶନ କଲେ ମାନ୍ୟବର ମନ୍ତ୍ରୀ
ବୈତରଣୀ ଓ ଗେଙ୍ଗୁଟି ନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ପରେ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଉପସ୍ଥିତ ଥିଲେ ମାନ୍ୟବର ସାଂସଦ ଭଦ୍ରକ ଶ୍ରୀ ଅଭିମନ୍ୟୁ ସେଠୀ l ବନ୍ୟା ବିପତ୍ତି ସମୟରେ ନିଜ ନିର୍ବାଚନ ମଣ୍ଡଳୀବାସୀଙ୍କ ଦୁଃଖକଷ୍ଟକୁ ସବା ଆଗରେ ରଖି ମନ୍ତ୍ରୀ ନିଜର ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସଅଳ ସାରି ସିଧାସଳଖ ଧାମନଗରରେ ପହଞ୍ଚିଥିଲେ। ମଧ୍ୟାହ୍ନରେ ଧାମନଗରରେ ପହଞ୍ଚିବା ପରେ ସେ ଆଦୌ ସମୟ ନଷ୍ଟ ନକରି ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡ ଜିରୋକୁ ଓହ୍ଲାଇଥିଲେ। ଦୋବଲ, ଖଡ଼ିପଦା ଏବଂ ଷେଣ୍ଢପୁର ଅଞ୍ଚଳ ପରିଦର୍ଶନ କରି ବୈତରଣୀ ନଦୀର ଜଳସ୍ତର ଓ ବନ୍ୟାସ୍ଥିତି ନିଜେ ତଦାରଖ କରିଥିଲେ।ଏହାପରେ ଆନନ୍ଦପୁରର ମଲ୍ଲିମାହାରା ଏସକେପ୍ ପାଖକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସୁରକ୍ଷା ନେଇ ଆଶ୍ୱାସନା ଦେଇଥିଲେ। ସୋହଡ଼ା ପଞ୍ଚାୟତର ଗୌରାଙ୍ଗପୁର ଏସକେପ୍, ଜୟନ୍ତରା ପୋଲ ଏବଂ କୋଚିଳା ମୁହଁ ପହଞ୍ଚି ସମ୍ଭାବ୍ୟ ବିପଦର ସମୀକ୍ଷା କରିଥିଲେ ମନ୍ତ୍ରୀ। ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ସେ ନିଜେ ବନ୍ୟାପୀଡ଼ିତ ଅଞ୍ଚଳରେ ବୁଲି ପ୍ରଶାସନିକ ତତ୍ପରତା ପ୍ରକାଶ କରିଥିଲେ। ଭଦ୍ରକ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଜଳସମ୍ପଦ ବିଭାଗର ଅଧିକାରୀଙ୍କ ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ଜରୁରୀ ସମୀକ୍ଷା କରିଥିଲେ।ବନ୍ୟା ପ୍ରଭାବିତ ଅଞ୍ଚଳରେ କୌଣସି ଗୋଟିଏ ବି ପରିବାର ଯେପରି ଭୋକିଲା ନରହନ୍ତି, ସେଥିପାଇଁ ତୁରନ୍ତ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିପଦ ସମୟରେ ଜନସାଧାରଣଙ୍କ ସାଥୀରେ ଛିଡ଼ା ହେବାର ମନ୍ତ୍ରୀଙ୍କ ଏହି ନିରନ୍ତର ପ୍ରୟାସ ଏବଂ ସମ୍ବେଦନଶୀଳ ନେତୃତ୍ୱକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଉଛି।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଚିକିଟି ରେ ବର୍ଣ୍ଣାଳୀ କାର୍ଯ୍ୟକ୍ରମର ତଦାରଖ
ଚିକିଟି: ଆନ୍ତର୍ଜାତୀୟ ସ୍ଵେଚ୍ଛାସେବୀ ସଂସ୍ଥା ଜେପାଲ ସାଉଥ୍ ଏସିଆ ଓ ବ୍ରେକଥ୍ରୋ ସଂସ୍ଥା ସହଯୋଗରେ ଓଡ଼ିଶାରେ ଗତ ୨୦୨୨/୨୩ ଶିକ୍ଷା ବର୍ଷରୁ ବର୍ଣ୍ଣାଳୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାକୁ ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ବିଭାଗ ପରିଚାଳନା କରୁଛନ୍ତି। ବିଶେଷ କରି ଲିଙ୍ଗଗତ ବୈଷମ୍ୟତା ଦୂର କରିବା ହିଁ ଏ ଯୋଜନାର ଲକ୍ଷ୍ୟ।ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ପିଲାଙ୍କୁ ବିଭିନ୍ନ ଶିକ୍ଷା ଓ ଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ସବୁ ପିଲାଙ୍କୁ ସମାନ ସୁଯୋଗ ଅଧିକାର ଦେବାକୁ ଅଭିପ୍ରେତ ଏ କାର୍ଯ୍ୟକ୍ରମ ପାଇଁ ଶିକ୍ଷକଙ୍କୁ ତାଲିମ ମଧ୍ୟ ଦିଆଯାଇଥିଲା। ତେବେ ଏହାର ସମୀକ୍ଷା ଓ ତଦାରଖ ପାଇଁ ଅଧିକାରୀ ମାନେ ବିଭିନ୍ନ ବିଦ୍ୟାଳୟ ଗସ୍ତ କରିଥାନ୍ତି। ବର୍ଣ୍ଣାଳୀର ଜିଲ୍ଲା ସଂଯୋଜକ ଶ୍ରୀ ବର୍ଣ୍ଣାଳୀ କାର୍ଯ୍ଯକ୍ରମ ର ସଂଯୋଜକ ଶ୍ରୀଯୁକ୍ତ ସନ୍ତୋଷ କୁମାର ପାତ୍ର ହିଂଜିଳିଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି **ବର୍ଣ୍ଣାଳୀ ଶ୍ରେଣୀ ପଠନ କାର୍ଯ୍ୟକ୍ରମ**ର ତଦାରଖ କରିଥିଲେ। ପରିଦର୍ଶନ ସମୟରେ ସେ ବର୍ଣ୍ଣାଳୀ ଶ୍ରେଣୀରେ ଶିକ୍ଷାର୍ଥୀମାନଙ୍କ ପଠନ ଦକ୍ଷତା, ଶ୍ରେଣୀକକ୍ଷ କାର୍ଯ୍ୟକଳାପ, ଶିକ୍ଷଣ-ଶିକ୍ଷାଦାନ ପ୍ରଣାଳୀ ଓ ଶିକ୍ଷଣ ସାମଗ୍ରୀର ବ୍ୟବହାର ସମ୍ପର୍କରେ ତଦାରଖ କରିଥିଲେ। ଶିକ୍ଷାର୍ଥୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ପଠନ ଦକ୍ଷତାର ମଧ୍ୟ ଅନୁଧ୍ୟାନ କରିଥିଲେ। ଏହି ଅବସରରେ ବର୍ଣ୍ଣାଳୀ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ କରିବା ସହ ଶିକ୍ଷାର୍ଥୀମାନଙ୍କ ପଠନ ଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକ ପରାମର୍ଶ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ବିଦ୍ୟାଳୟ ପକ୍ଷରୁ ତାଙ୍କର ଏହି ପରିଦର୍ଶନକୁଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ମାନେ ସ୍ୱାଗତ କରିଥିଲେ ।
Ganjam (ଗଞ୍ଜାମ) • ଦୁର୍ଗା ମାଧବ

Jamkhunta vs Boden: Football Fever to Peak at Khariar on Independence Day
*Grand Finale of 17th Raja Anup Singh Deo Memorial Football Tournament Set for August 15* Khariar, August 14: Football fever is set to grip Khariar as the much-awaited Grand Finale of the 17th Raja Anup Singh Deo Memorial Football Tournament 2026–27 will be played between Jamkhunta and Boden on Independence Day. The prestigious tournament, organised by the Raja Anup Singh Deo Memorial Trust, will witness the two strong teams battling it out for the coveted championship title. The final match is scheduled to kick off at 5:00 PM on August 15, 2026, at the PM SHRI Raja A.T. High School Playground, Khariar. Both Jamkhunta and Boden have fought their way through the tournament to secure their place in the final. With the championship trophy at stake, football enthusiasts are eagerly looking forward to an exciting and closely contested encounter. The Independence Day final is expected to add a special patriotic flavour to the sporting extravaganza. A large gathering of football lovers from Khariar and neighbouring areas is likely to turn up at the venue to cheer for their favourite team. The tournament has also provided a platform for local football talent to showcase their skills while promoting sportsmanship, discipline and team spirit among the youth. For football fans unable to attend the match at the stadium, the organisers have arranged live coverage through the SD Broadcast YouTube Channel, allowing viewers to follow the action from anywhere. With both teams eyeing glory, all eyes will be on the Khariar football ground on Independence Day. Boden or Jamkhunta — who will lift the 17th Raja Anup Singh Deo Memorial Football Tournament trophy? The answer will be decided on the field at 5 PM on August 15.
Nuapada (ନୂଆପଡ଼ା) • Malaya Meher, DC

ବରୁଣେଶ୍ୱର ମନ୍ଦିର ପରିସରରେ ଶିଶୁ କଳାକାରଙ୍କୁ ସମ୍ବର୍ଦ୍ଧନା
ବିଞ୍ଝାରପୁର, ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବରୁଣେଶ୍ୱର ମନ୍ଦିର ପରିସରସ୍ଥିତ ନାମମଣ୍ଡପରେ ଶିଶୁ କଳାକାରମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି। ଅଲ୍ ଇଣ୍ଡିଆ ରେଡିଓ ପକ୍ଷରୁ ଚୟନ ହୋଇଥିବା ଅଞ୍ଚଳର ଚାରିଜଣ ଶିଶୁ କଳାକାରଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଛି। ସଙ୍ଗୀତ ନିର୍ଦ୍ଦେଶକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଦିନେଶ କୁମାର ମଲ୍ଲିକଙ୍କ ପ୍ରେରଣାରେ ଶିଶୁ କଳାକାର ପ୍ରିୟେସ, ସୁସଙ୍କେତ, ସୁଦୀକ୍ଷା ଓ ଅଭିଗ୍ନା ନିଜର ସୁମଧୁର କଣ୍ଠ ଓ ସଙ୍ଗୀତ ପ୍ରତିଭା ପାଇଁ ଅଲ୍ ଇଣ୍ଡିଆ ରେଡିଓରେ ଚୟନ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଏହି ପ୍ରତିଭାବାନ ଶିଶୁ କଳାକାରମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରିବା ଉଦ୍ଦେଶ୍ୟରେ ନଳିନୀ ପ୍ରଭା ଦାସ ଫାଉଣ୍ଡେସନ୍ ପକ୍ଷରୁ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ସାମାଜିକ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଫାଉଣ୍ଡେସନ୍ର ବିଭିନ୍ନ ପଦକ୍ଷେପ ରହିଥିବା ବେଳେ ଶିଶୁ ପ୍ରତିଭାର ବିକାଶକୁ ପ୍ରୋତ୍ସାହନ ଦେବା ଏହି ପଦକ୍ଷେପକୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିଲେ। ସଭାରେ ନାମମଣ୍ଡପର ବାବା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଦର୍ଶକ ଓ ଅତିଥିମାନଙ୍କୁ ଉଦ୍ବୋଧନ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଆନନ୍ଦମୟୀ ଶିଶୁ ନିକେତନର ପ୍ରତିଷ୍ଠାତା ଅକ୍ଷୟ ଦାସ ଯୋଗଦେଇ ଶିଶୁମାନଙ୍କ ମଧ୍ୟରେ ଲୁକାୟିତ ପ୍ରତିଭାର ବିକାଶ ପାଇଁ ପରିବାର, ସମାଜ ଓ ଅନୁଷ୍ଠାନଗୁଡ଼ିକର ଭୂମିକା ସମ୍ପର୍କରେ ମତ ରଖିଥିଲେ। ଅବସରରେ ଆଧ୍ୟାତ୍ମିକ ଚିନ୍ତାଧାରା ମାଧ୍ୟମରେ କର୍ମ ଓ ଫଳର ସମ୍ପର୍କ ଉପରେ ଆଲୋଚନା କରାଯାଇଥିଲା। “କର୍ମ କରିଣ ଫଳ ପାଏ, ପ୍ରାଣୀଏ ଅବଶ୍ୟ ଭୁଞ୍ଜଇ” ବାର୍ତ୍ତା ମାଧ୍ୟମରେ ଉପସ୍ଥିତ ଅତିଥିମାନେ ଶିଶୁ କଳାକାରମାନଙ୍କୁ ନିଷ୍ଠା ଓ ପରିଶ୍ରମ ସହ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ। ସଭା ଶେଷରେ ଚାରିଜଣ ଶିଶୁ କଳାକାରଙ୍କୁ ସାର୍ଟିଫିକେଟ୍ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଶିଶୁ କଳାକାରମାନଙ୍କ ପ୍ରତିଭାକୁ ଏଭଳି ଭାବେ ସମ୍ମାନିତ କରାଯିବା ଆଗାମୀ ଦିନରେ ସେମାନଙ୍କୁ ଅଧିକ ଉତ୍ସାହିତ କରିବ ବୋଲି ଉପସ୍ଥିତ ଅତିଥି ଓ ଅଞ୍ଚଳବାସୀ ମତ ପ୍ରକାଶ କରିଥିଲେ। ଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ସମାପ୍ତ ଘୋଷଣା କରିଥିଲେ।
Jajpur (ଯାଜପୁର) • ଯାଜପୁରରୁ ଉଦୟନାଥ ଜେନାଙ୍କ ସହ ନିର୍ମଳ ଜେନାଙ୍କ ରିପୋର୍ଟ
