--:--:--
-- ---
Srishti News

ରାଇପୁରିଆ ସଂରକ୍ଷିତ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର

Sundargarh (ସୁନ୍ଦରଗଡ଼)ସୁନ୍ଦରଗଡ ଜିଲ୍ଲା ବଣେଇ ରୁ ସୌମ୍ୟ ବ୍ରତ ଦଳବେହେରାSeptember 21, 202622 views
ରାଇପୁରିଆ ସଂରକ୍ଷିତ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର
ବଣାଇ, ସେପ୍ଟେମ୍ବର ୨୧, ୨୦୨୬: ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଜରଡ଼ା ବନାଞ୍ଚଳର ମଜୁରିଡିମା ସେକ୍ସନ ଅଧୀନ ରାଇପୁରିଆ ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତା ହାତୀର ପଚିଯାଇଥିବା ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ, କିଛି ସ୍ଥାନୀୟ ଲୋକ ଜଙ୍ଗଲକୁ ଯାଇଥିବା ସମୟରେ ହାତୀଟିର ମୃତଦେହ ଦେଖିଥିଲେ। ଏନେଇ ସେମାନେ ତୁରନ୍ତ ବନ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ଜରଡ଼ା ରେଞ୍ଜ ଅଧିକାରୀଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଚ୍ଚ ଅଧିକାରୀଙ୍କୁ ଅବଗତ କରିଥିଲେ। ବନ ବିଭାଗର ସୂଚନା ଅନୁଯାୟୀ, ଦନ୍ତା ହାତୀଟି ଗତ କିଛି ଦିନ ଧରି ଅସୁସ୍ଥ ଥିଲା। ଏହା ଦୁର୍ବଳ ଅବସ୍ଥାରେ ଜଙ୍ଗଲ ମଧ୍ୟରେ ଘୁରୁଥିବା ନେଇ ବନ ବିଭାଗ ପକ୍ଷରୁ ତାହାର ଗତିବିଧି ଉପରେ ନଜର ରଖାଯାଉଥିଲା। ରବିବାର ହାତୀଟିର ମୃତ୍ୟୁ ହୋଇଥିବା ନେଇ ବନ ବିଭାଗକୁ ସୂଚନା ମିଳିଥିଲା। ଘଟଣା ପରେ ବଣାଇ ଡିଏଫ୍‌ଓ, ଏସିଏଫ୍‌ ଏବଂ ସମ୍ପୃକ୍ତ ରେଞ୍ଜ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ହାତୀଟିର ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ଆବଶ୍ୟକ ଯାଞ୍ଚ ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଉଛି।