--:--:--
-- ---
Srishti News

Web News

ମାନବିକତା ଦେଖାଇଲେ ଧାମନଗର SDPO
Sep 22, 2026•21 views

ମାନବିକତା ଦେଖାଇଲେ ଧାମନଗର SDPO

ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରି ପଠାଇଲେ ଡାକ୍ତରଖାନା ଧାମନଗର: ପୁଣିଥରେ ଦେଖିବାକୁ ମିଳିଛି ପୋଲିସର ମାନବିକ ଚେହେରା।ଧୂଷୁରୀ ଯାଉଥିବା ଯାଉଥିବା ବାଟରେ ଜଣେ ମହିଳା ବାଇକ ଧକ୍କା ରେ ଗୁରୁତର ଆହତ ହୋଇ ରାସ୍ତାକଡ଼ରେ ପଡ଼ିଥିବା ଦେଖି ତୁରନ୍ତ ସହାୟତାର ହାତ ବଢ଼ାଇଛନ୍ତି ଧାମନଗର SDPO। ସୂଚନା ଅନୁଯାୟୀ, କୋଠାର ନସଲାପୁର ରାସ୍ତାକଡ଼ରେ ଜଣେ ମହିଳା ବାଇକ ଧକ୍କା ରେ ଗୁରୁତର ଆହତ ଅବସ୍ଥାରେ ପଡ଼ିଥିଲେ। ଧାମନଗର SDPO ଏହା ଦେଖିବା ପରେ ବିଳମ୍ବ ନକରି ତୁରନ୍ତ ଧୂଷୁରୀ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଧୂଷୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲେ। ଠିକ୍ ସମୟରେ SDPOଙ୍କ ହସ୍ତକ୍ଷେପ ଓ ପୋଲିସର ତତ୍ପରତା ଯୋଗୁଁ ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ପଠାଇବା ସମ୍ଭବ ହୋଇଥିଲା। ପୋଲିସ ଅଧିକାରୀଙ୍କ ଏଭଳି ମାନବିକତା ଓ ତତ୍ପରତାକୁ ସାଧାରଣରେ ପ୍ରଶଂସା କରାଯାଉଛି। ଆଇନ ଶୃଙ୍ଖଳା ରକ୍ଷା ସହ ଅସହାୟଙ୍କ ପାଇଁ ସମୟୋଚିତ ସହାୟତାର ହାତ ବଢ଼ାଇବା ଘଟଣା ପୋଲିସ ପ୍ରତି ଲୋକଙ୍କ ବିଶ୍ୱାସକୁ ଆହୁରି ମଜବୁତ କରିଛି।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଧର୍ମଘଟରୁ ଦୂରେଇ ରହିବାକୁ ବ୍ୟାଙ୍କ କର୍ମଚାରୀଙ୍କୁ ପରାମର୍ଶ
Sep 22, 2026•16 views

ଧର୍ମଘଟରୁ ଦୂରେଇ ରହିବାକୁ ବ୍ୟାଙ୍କ କର୍ମଚାରୀଙ୍କୁ ପରାମର୍ଶ

ଭୁବନେଶ୍ବର: ଚଳିତ ମାସ ୨୮ରୁ ତିନିଦିନିଆ ଧର୍ମଘଟ ଆରମ୍ଭ କରିବାକୁ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ୍ ୟୁନିୟନ (ୟୁଏଫ୍‌ବିୟୁ) ପ୍ରସ୍ତୁତ ହେଉଛି। ସେପ୍ଟେମ୍ବର ମାସ ଶେଷ ସପ୍ତାହ ଏକ ଗୁରୁତ୍ବପୂର୍ଣ୍ଣ ସମୟ ହୋଇଥିବାରୁ ଧର୍ମଘଟ ନ କରିବାକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାଙ୍କ କର୍ମଚାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ କହିଛି, ୟୁନିୟନର ଅଧିକାଂଶ ଦାବି ପୂରଣ କରାଯାଇଛି। ଅବଶିଷ୍ଟ ଦାବିଗୁଡ଼ିକର ଅନୁଧ୍ୟାନ କରାଯାଉଛି। ସରକାର ନିୟମିତ ବ୍ୟବଧାନ ବ୍ୟାଙ୍କ କର୍ମଚାରୀଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେଉଛନ୍ତି। ତେଣୁ ଧର୍ମଘଟଠାରୁ ଦୂରେଇ ରହିବା, ଆଲୋଚନା ଜରିଆରେ ସମସ୍ୟାର ସମାଧାନ ଦିନରେ କାମ କରିବା ଓ ବ୍ୟାଙ୍କ ସେବାରେ କୌଣସି ପ୍ରକାର ବ୍ୟାଘାତ ସୃଷ୍ଟି ନ କରିବାକୁ ବ୍ୟାଙ୍କ କର୍ମଚାରୀମାନଙ୍କୁ ସରକାର ଅପିଲ୍‌ କରିଛନ୍ତି।ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବ୍ୟାଙ୍କ ସଂଘର ଦୁଇଟି ପ୍ରମୁଖ ଦାବି ଥିଲା। ଗୋଟିଏ ହେଉଛି ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ଓ ଅନଟି ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ୍‌ରେ ଅସଙ୍ଗତି। ସେଥିରୁ ପିଏଲ୍‌ଆଇ ସ୍କିମ୍‌ ଦାବିକୁ ସରକାର ମାନି ନେଇଛନ୍ତି। ଏହା ସତ୍ତ୍ବେ ଚଳିତ ମାସ ୧୧ରେ ଦେଶବ୍ୟାପୀ ଦିନିକିଆ ଧର୍ମଘଟ କରାଗଲା। ଆଗକୁ ୨୮ ତାରିଖରୁ ୩ ଦିନିଆ ଓ ଅକ୍ଟୋବର ୨୬ରୁ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ଡାକରା ଦିଆଯାଇଛି। ସେପ୍ଟେମ୍ବର ୩୦ ହେଉଛି ବ୍ୟାଙ୍କଗୁଡ଼ିକର ଅର୍ଦ୍ଧବାର୍ଷିକ କ୍ଲୋଜିଂ ସମୟ। ଧର୍ମଘଟ ପାଇଁ ଏଭଳି ଦିନ ଚୟନ କରାଯାଇଛି ଯାହା ଫଳରେ ଲଗାତାର ୫ ଦିନ ବ୍ୟାଙ୍କ ବନ୍ଦ ହେବ। ଫଳରେ ଗ୍ରାହକ, ବ୍ୟବସାୟ, ସରକାରୀ କାରବାର ଓ ଅନ୍ତର୍ଜାତୀୟ ବ୍ୟାଙ୍କ ପରିଚାଳନା ପାଇଁ ଗୁରୁତର ସମସ୍ୟା ଦେଖାଦେବ ବୋଲି ମନ୍ତ୍ରଣାଳୟ କହିଛି।

Bhubaneswar (ଭୁବନେଶ୍ୱର) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଗଞ୍ଜାମ ପ୍ରଶାସନ  ୧୧୦ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ; ଚିକିଟି-ପାତ୍ରପୁରରେ ODRAF ମୁତୟନ
Sep 22, 2026•50 views

ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଗଞ୍ଜାମ ପ୍ରଶାସନ ୧୧୦ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ; ଚିକିଟି-ପାତ୍ରପୁରରେ ODRAF ମୁତୟନ

ବ୍ରହ୍ମପୁର, ୨୨/୯: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଜିଲ୍ଲାରେ ୧୧୦ଟି ବାତ୍ୟା ଆଶ୍ରୟସ୍ଥଳୀ ସହ ୧ ହଜାରରୁ ଅଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ଭଞ୍ଜନଗର ଏବଂ ଚିକିଟି-ପାତ୍ରପୁର ଅଞ୍ଚଳରେ ୨ଟି ସ୍ୱତନ୍ତ୍ର ଓଡ୍ରାଫ୍‌ ଟିମ୍‌ ମୁତୟନ କରାଯାଇଛି। ଜିଲ୍ଲା ଓ ବ୍ଲକସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ମଧ୍ୟ ସକ୍ରିୟ ରହିଛି। ଜିଲ୍ଲାପାଳ ଲୋକଙ୍କୁ ଅନାବଶ୍ୟକ ଯାତାୟାତ ନକରିବା ସହ ବଜ୍ରପାତ ଓ ପ୍ରବଳ ବର୍ଷା ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛନ୍ତି। ଚାଷୀମାନଙ୍କୁ ମଧ୍ୟ କିଛି ଦିନ କ୍ଷେତକୁ ନଯିବାକୁ ପରାମର୍ଶ ଦିଆଯାଇଛି। ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ କଳିଙ୍ଗା ଘାଟି ଦେଇ ଯାତାୟାତ ବନ୍ଦ ରହିବ। ଏହି ସମୟରେ ବିକଳ୍ପ ରାସ୍ତା ବ୍ୟବହାର ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାସହ ଗୋପାଳପୁର ଓ ସୋନପୁର ସମୁଦ୍ରକୂଳ ୨୩ ଓ ୨୪ ତାରିଖରେ ସାଧାରଣ ଲୋକ ଓ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ।

Ganjam (ଗଞ୍ଜାମ) • ରିପୋର୍ଟ ଦୀପକ କୁମାର ଚୌଧୁରୀ

Tongue-Typed Triumph: Nuapada Man Enters India Book of Records
Sep 22, 2026•11 views

Tongue-Typed Triumph: Nuapada Man Enters India Book of Records

Nuapada, September 22: In a remarkable display of talent, determination and years of dedicated practice, Dinesh Chandra Kata of Kulingamal village under Karangamal Gram Panchayat in Boden block of Nuapada district has earned a place in the India Book of Records for his unique ability to type the English alphabet using his tongue. Dinesh has achieved the extraordinary feat of typing the English capital letters A to Z on a laptop keyboard without using his hands. According to the India Book of Records, his achievement has been recognised under the title “Fastest Individual to Type the English Alphabet on a Computer with His Tongue.” Dinesh completed typing the entire English alphabet from A to Z in just 15 seconds, showcasing an exceptional level of concentration, coordination and practice. His unique skill was verified by the India Book of Records before being officially recognised as a record. In recognition of his achievement, Dinesh was presented with a Record Certificate, Record Holder ID Card, Medal, Badge and Certificate/Achiever’s Kit by the India Book of Records. The unusual achievement has brought immense joy and pride to his family, friends and people of the locality. His accomplishment has also drawn appreciation from various quarters, putting the remote village of Kulingamal on the map for an extraordinary display of human ability. Speaking about his achievement, Dinesh said that it was the result of long-term practice, dedication and determination. His success stands as an inspiring example of how persistent effort and self-confidence can help transform a unique ability into a remarkable achievement. Dinesh’s record has become a matter of pride not only for his family but also for the people of Boden block and Nuapada district.

Nuapada (ନୂଆପଡ଼ା) • Reports: Bhajan Lal Jagat, Khadial

କୁଟ୍ରୁମାଳି–ସିଜିମାଳି ଅଞ୍ଚଳ ପରିଦର୍ଶନ କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି
Sep 22, 2026•146 views

କୁଟ୍ରୁମାଳି–ସିଜିମାଳି ଅଞ୍ଚଳ ପରିଦର୍ଶନ କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି

ବଲାଙ୍ଗୀର :-୨୨/୯/୨୬ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ରବିବାର କୁଟ୍ରୁମାଳି ଓ ସିଜିମାଳି ଅଞ୍ଚଳ ସମେତ କଣ୍ଟାମାଳ ଓ ତାଳମପଦର ଗ୍ରାମ ପରିଦର୍ଶନ କରି ସ୍ଥାନୀୟ ଆଦିବାସୀ ଜନସାଧାରଣ, ଗ୍ରାମସଭା ସଦସ୍ୟ, ପାରମ୍ପରିକ ନେତୃବୃନ୍ଦ, ଆଦିବାସୀ କର୍ମୀ ଓ ବିଭିନ୍ନ ସମାଜ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ମା’ ମାଟି ମାଳି ସୁରକ୍ଷା ମଞ୍ଚର ନେତୃବୃନ୍ଦ, କର୍ମୀ ଓ ସଦସ୍ୟମାନଙ୍କ ସହ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ। ସ୍ଥାନୀୟ ଲୋକମାନେ ନିଜ ଅଞ୍ଚଳର ଜମି–ଜଙ୍ଗଲ–ଜଳ, ପାହାଡ଼–ପର୍ବତ, ଡଙ୍ଗର, ନଦୀ–ନାଳ–ଝରଣା, ପ୍ରାକୃତିକ ସମ୍ପଦ, ପରିବେଶ, ଜୀବିକା, ସମ୍ଭାବ୍ୟ ବିସ୍ଥାପନ ଓ ପୁନର୍ବାସ ସହିତ ପାରମ୍ପରିକ ଜୀବନଶୈଳୀ, ସଂସ୍କୃତି ଓ ସାମୁଦାୟିକ ପରିଚୟ ସମ୍ପର୍କରେ ନିଜର ମତ, ଦାବି ଓ ଆଶଙ୍କା ଉପସ୍ଥାପନ କରିଥିଲେ।ଆଦିବାସୀ ଅଞ୍ଚଳ ଓ ଅଧିକାରର ସୁରକ୍ଷା ପାଇଁ ପେସା ଆଇନ, ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଙ୍କ ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ , ସମ୍ବିଧାନର ପଞ୍ଚମ ଅନୁସୂଚୀ, ଓଡିଶା ଆଦିବାସୀ ଅଞ୍ଚଳ ଜମି ହସ୍ତାନ୍ତର ରେଗୁଲେସନ ଏବଂ ଏସଟି ଏସସି ନିର୍ଯାତନା ନିବାରଣ ଆଇନ ଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ଓ ଆଇନଗତ ସୁରକ୍ଷା ବ୍ୟବସ୍ଥା ରହିଥିବା ବିଶି ଉଲ୍ଲେଖ କରିଥିଲେ। ଅନୁସୂଚିତ ଅଞ୍ଚଳ ରେ ଆଦିବାସୀ ଜମି ହସ୍ତାନ୍ତର ଉପରେ ୧୯୫୬ର ରେଗୁଲେସନ ୨ ବିଶେଷ ସୁରକ୍ଷା ପ୍ରଦାନ କରୁଛି ।ଆଦିବାସୀ ଉନ୍ନୟନ ପାଇଁ ସମ୍ୱନ୍ୱିତ ଆଦିବାସୀ ବିକାଶ ସଂସ୍ଥା ସମେତ ବିଭିନ୍ନ ପ୍ରଶାସନିକ ବ୍ୟବସ୍ଥା ରହିଛି। ରାୟଗଡ଼ା ଜିଲ୍ଲା ଅନୁସୂଚିତ ଅଞ୍ଚଳ ଅନ୍ତର୍ଭୁକ୍ତ ଥିବାବେଳେ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଓ ଲାଞ୍ଜିଗଡ଼ ବ୍ଲକ ଅନୁସୂଚିତ ଅଂଚଳ ଭାବେ ଅଧିସୂଚିତ ଅଞ୍ଚଳରେ ରହିଛି। ଶ୍ରୀ ବିଶି କହିଥିଲେ ଯେ, ସମ୍ବିଧାନର ପଞ୍ଚମ ଅନୁସୂଚୀତ ଅଞ୍ଚଳ ଓ ଆଦିବାସୀ ମାନଙ୍କ ର ପ୍ରଶାସନ ବ୍ୟବସ୍ଥା ଓ ସୁରକ୍ଷା ପାଇଁ ସ୍ୱତନ୍ତ୍ର ସାମ୍ବିଧାନିକ ବ୍ୟବସ୍ଥl ରହିଛି । ଏହା ଅନୁଯାୟୀ ରାୟଗଡା ଜ଼ିଲ୍ଲା ର ପ୍ରଶାସନ ସମ୍ପର୍କରେ ରାଜ୍ୟପାଳ ପ୍ରତିବର୍ଷ କିମ୍ବା ରାଷ୍ଟ୍ରପତି ଆବଶ୍ୟକ ମନେ କଲେ ରାଷ୍ଟ୍ରପତିଙ୍କୁ ପ୍ରତିବେଦନ ଦେବାର ବ୍ୟବସ୍ଥା ରହିଛି। ରାୟଗଡା ର ପ୍ରଶାସନ ସମ୍ପର୍କରେ ଓଡ଼ିଶା ରାଜ୍ୟପାଳଙ୍କ ବିଶେଷ ସାମ୍ବିଧାନିକ ଭୂମିକା ମଧ୍ୟ ରହିଛି।ଏତେ ସବୁ ସାମ୍ବିଧାନିକ, ଆଇନଗତ ଓ ପ୍ରଶାସନିକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ସ୍ଥାନୀୟ ଆଦିବାସୀମାନେ ନିଜ ଜମି, ଜଙ୍ଗଲ, ଜଳ, ଜୀବିକା, ପ୍ରାକୃତିକ ସମ୍ପଦ, ସଂସ୍କୃତି ଓ ପାରମ୍ପରିକ ଅଧିକାରକୁ ନେଇ ଯେଉଁ ଚିନ୍ତା ଓ ଆଶଙ୍କା ଉଠାଇଛନ୍ତି, ତାହାକୁ ସମ୍ପୃକ୍ତ ପ୍ରଶାସନିକ ଓ ସାମ୍ବିଧାନିକ କର୍ତ୍ତୃପକ୍ଷ ଗୁରୁତ୍ୱର ସହ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ମହାମହିମ ଓଡ଼ିଶା ରାଜ୍ୟପାଳ ଏହି ପ୍ରସଙ୍ଗରେ ପଞ୍ଚମ ଅନୁସୂଚୀର ସାମ୍ବିଧାନିକ ବ୍ୟବସ୍ଥାର ଆଲୋକରେ ଯଥାଯଥ ଅନୁଧ୍ୟାନ କରି ରାୟଗଡ଼ା ଓ କଳାହାଣ୍ଡିର ସମ୍ପୃକ୍ତ ଅନୁସୂଚିତ ଅଞ୍ଚଳ ର ଆଦିବାସୀ ସମୁଦାୟଙ୍କ ଅଧିକାର, ଜୀବିକା, ପାରମ୍ପରିକ ସମ୍ପଦ ଓ ସାଂସ୍କୃତିକ ପରିଚୟର ସୁରକ୍ଷା ଓ ସଂରକ୍ଷଣ ପାଇଁ ଆବଶ୍ୟକ ସାମ୍ବିଧାନିକ ଓ ପ୍ରଶାସନିକ ପଦକ୍ଷେପ ଉପରେ ବିଚାର କରନ୍ତୁ ବୋଲି ଶ୍ରୀ ବିଶି ଅନୁରୋଧ କରିଛନ୍ତି। ଏହି ପରିଦର୍ଶନରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, କଳାହାଣ୍ଡିର ଜ଼ିଲ୍ଲା ସଭାପତିଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ଉପସଭାପତି ପରମାନନ୍ଦ ମାଝୀ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ବଲାଙ୍ଗିରର ସଂଗଠନ ସମ୍ପାଦକ ଶ୍ରୀ ଥବିର ପୁଝାରୀ, ମା’ ମାଟି ମାଳି ସୁରକ୍ଷା ମଞ୍ଚର ସୁବାସ ସିଂ ମାଝି, ଲାଇ ମାଝି, ଲଖ୍ମଣ ମାଝି, ସରୋଜ ପୁଝାରୀ, ଭୁବନ ମାଝି, ସିଦ୍ଧାନ୍ତ ମାଝି ସମେତ ଶତାଧିକ ଆଦିବାସୀ ନେତା, କର୍ମୀ ଓ ସମାଜ ପ୍ରତିନିଧି ଉପସ୍ଥିତ ଥିଲେ। ଶ୍ରୀ ବିଶି କହିଥିଲେ, “ଜଳ–ଜଙ୍ଗଲ–ଜମି କେବଳ ପ୍ରାକୃତିକ ସମ୍ପଦ ନୁହେଁ; ଏହା ଆଦିବାସୀ ସମାଜର ଜୀବନ, ଜୀବିକା, ପରମ୍ପରା, ସଂସ୍କୃତି ଓ ପରିଚୟ ସହ ଅବିଚ୍ଛିନ୍ନ ଭାବେ ଜଡ଼ିତ। ଆଦିବାସୀଙ୍କ ସ୍ୱର ଓ ଆଇନସମ୍ମତ ଅଧିକାରକୁ ସେମାନଙ୍କ ଜୀବନ ଓ ସମ୍ପଦକୁ ପ୍ରଭାବିତ କରୁଥିବା ପ୍ରତ୍ୟେକ ସିଦ୍ଧାନ୍ତରେ ଯଥୋଚିତ ସମ୍ମାନ ଓ ଗୁରୁତ୍ୱ ମିଳିବା ଦରକାର ବୋଲି ଉଦବୋଧନ ଦେଇଥିଲେ l

Balangir (ବଲାଙ୍ଗୀର) • ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ବଲାଙ୍ଗୀର

ଜନ୍ମଦିନରେ ମଜା ମଜଲିସ ନୁହେଁ, ଛାତ୍ରଛାତ୍ରୀଙ୍କୁ ବହି-ଖାତା ବଣ୍ଟନ ଯୁବପିଢ଼ିଙ୍କୁ ସମାଜସେବା ପାଇଁ ପ୍ରେରଣା ଦେବାର ପ୍ରୟାସ
Sep 22, 2026•11 views

ଜନ୍ମଦିନରେ ମଜା ମଜଲିସ ନୁହେଁ, ଛାତ୍ରଛାତ୍ରୀଙ୍କୁ ବହି-ଖାତା ବଣ୍ଟନ ଯୁବପିଢ଼ିଙ୍କୁ ସମାଜସେବା ପାଇଁ ପ୍ରେରଣା ଦେବାର ପ୍ରୟାସ

କୋମନା:୨୨:୨୬: ଆଜିକାଲି ଅନେକ ଯୁବପିଢ଼ି ଜନ୍ମଦିନକୁ ଧୁମଧାମରେ ପାଳନ କରି ବିଭିନ୍ନ ଭାବରେ ଖର୍ଚ୍ଚ କରୁଥିବା ବେଳେ, କ୍ରିଷ୍ଣା ଗାଁର ମଣ୍ଟୁ ବାଗ ନିଜ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଆମ୍ବେଦକର ୟୁଥ ବ୍ରିଗେଡର ସହ ସମ୍ପାଦକ ମଣ୍ଟୁ ବାଗ ନିଜ ଗାଁର ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ବହି ଓ ଖାତା ବଣ୍ଟନ କରି ଜନ୍ମଦିନ ପାଳନ କରିଥିଲେ। ଛାତ୍ରଛାତ୍ରୀଙ୍କ ସହ ଜନ୍ମଦିନ ପାଳନ କରିବା ସହ ସେମାନଙ୍କୁ ଶିକ୍ଷା ସାମଗ୍ରୀ ପ୍ରଦାନ କରିଥିବା ଏହି ପ୍ରୟାସକୁ ଏକ ଅଭିନବ ପଦକ୍ଷେପ ବୋଲି କୁହାଯାଉଛି। ଏଭଳି ପ୍ରୟାସ ଯୁବପିଢ଼ିଙ୍କୁ ସମାଜସେବା ଓ ଲୋକଙ୍କ ସେବାରେ ଜଡ଼ିତ ହେବା ପାଇଁ ଉତ୍ସାହିତ କରିବ ବୋଲି ମତ ପ୍ରକାଶ ପାଇଛି। ଏହି ଅବସରରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ତାଣ୍ଡି ଉପସ୍ଥିତ ଥିଲେ। ଆମ୍ବେଦକର ୟୁଥ ବ୍ରିଗେଡର ସଭାପତି ଶ୍ରୀଯୁକ୍ତ ନରେନ୍ଦ୍ର ନାଗ ମଣ୍ଟୁ ବାଗଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ସବୁବେଳେ ଲୋକଙ୍କ ସେବାରେ ଜଡ଼ିତ ରହିବା ପାଇଁ ମାର୍ଗଦର୍ଶନ ପ୍ରଦାନ କରିଥିଲେ।

Nuapada (ନୂଆପଡ଼ା) • ରିପୋର୍ଟ: ଗିରେନ୍ଦ୍ର କୁମାର ଜଗତ

ପ୍ରବାସୀ ଶ୍ରମିକ ସଚେତନତା ଶିବିରରେ ‘ସ୍ୱଚ୍ଛତା ଦୂତ’ ସମ୍ମାନ
Sep 22, 2026•12 views

ପ୍ରବାସୀ ଶ୍ରମିକ ସଚେତନତା ଶିବିରରେ ‘ସ୍ୱଚ୍ଛତା ଦୂତ’ ସମ୍ମାନ

ବୋଡେନ: ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡ଼ା ଅଭିଯାନକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ନାଗପଡ଼ା ଗ୍ରାମ ପଞ୍ଚାୟତଠାରେ ‘ପ୍ରବାସୀ ଶ୍ରମିକ ସଚେତନତା ଶିବିର’ ଆୟୋଜିତ ହୋଇଥିଲା। ଏହି ଅବସରରେ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ସଚେତନତା ସୃଷ୍ଟି ଏବଂ ଏକକ ବ୍ୟବହୃତ ପ୍ଲାଷ୍ଟିକ ବିରୋଧୀ ଅଭିଯାନରେ ଅବଦାନ ପାଇଁ ଡମଝର ଗ୍ରାମ ପଞ୍ଚାୟତର ରାଜେଶ କୁମାର ବେହେରାଙ୍କୁ ‘ସ୍ୱଚ୍ଛତା ଦୂତ’ ସମ୍ମାନ ପ୍ରଦାନ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନ ପ୍ରଦାନ କରାଯାଇଥିଲା। ସ୍ୱଚ୍ଛତା ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ପ୍ଲାଷ୍ଟିକ ବ୍ୟବହାର ହ୍ରାସ ଏବଂ ପରିବେଶ ସୁରକ୍ଷା ଦିଗରେ ଏଭଳି ପଦକ୍ଷେପ ଗ୍ରାମାଞ୍ଚଳରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଆଶା ପ୍ରକାଶ ପାଇଛି।

Nuapada (ନୂଆପଡ଼ା) • ରିପୋର୍ଟ: ଭଜନ ଲାଲ ଜଗତ

ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟା ନେଇ CDMOଙ୍କୁ ୧୦ ଦଫା ଦାବିପତ୍ର  : ଦାବି ପୂରଣ ନହେଲେ ହସ୍ପିଟାଲ ଘେରାଓର ଚେତାବନୀ
Sep 22, 2026•15 views

ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟା ନେଇ CDMOଙ୍କୁ ୧୦ ଦଫା ଦାବିପତ୍ର : ଦାବି ପୂରଣ ନହେଲେ ହସ୍ପିଟାଲ ଘେରାଓର ଚେତାବନୀ

ଭେଡେନ: ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘଦିନ ଧରି ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଭେଡେନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବରଗଡ଼ CDMOଙ୍କୁ ୧୦ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ସୋମବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବରଗଡ଼ CDMOଙ୍କୁ ଭେଟି ହସ୍ପିଟାଲର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ଦାବିପତ୍ର ପ୍ରଦାନ କରିଥିଲେ। କଂଗ୍ରେସ କମିଟି ପକ୍ଷରୁ ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରିବାକୁ ଦାବି କରାଯାଇଛି। ଏଥିସହ ପୂର୍ବରୁ ଭେଡେନରେ କାର୍ଯ୍ୟରତ ଥିବା ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତରଙ୍କୁ ପୁନର୍ବାର ଭେଡେନରେ ନିଯୁକ୍ତି ଦେବା ପାଇଁ ଦାବି ରହିଛି। ସେହିପରି ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ନିଯୁକ୍ତ ହୋଇଥିବା ରେଡିଓଗ୍ରାଫର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ କରାଯାଇଛି। ତେଣୁ ଭେଡେନ ହସ୍ପିଟାଲରେ ରେଡିଓଗ୍ରାଫରଙ୍କୁ ଉପଲବ୍ଧ କରାଇବା ସହ ରୋଗୀଙ୍କୁ ସ୍ଥାନୀୟ ସ୍ତରରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଦାବି କରାଯାଇଛି। ଏହା ସହିତ ୫-ଟି ଯୋଜନାରେ ନିର୍ମାଣାଧୀନ ଲେବର ରୁମ୍ କାମ ଅଧାରୁ ଅଟକି ରହିଥିବା ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରାଯାଇଛି। ଅଧୁରା ଥିବା ଲେବର ରୁମ୍ ନିର୍ମାଣ କାମକୁ ଶୀଘ୍ର ସମ୍ପୂର୍ଣ୍ଣ କରି ମହିଳା ଓ ପ୍ରସୂତି ରୋଗୀଙ୍କ ପାଇଁ ଉପଯୋଗୀ କରାଯିବାକୁ ଦାବି ରହିଛି। ଅନ୍ୟପଟେ ହସ୍ପିଟାଲ ପରିସରରେ ଆହାର କେନ୍ଦ୍ରକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ କଂଗ୍ରେସ କମିଟି ଦାବି ଜଣାଇଛି। ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସୁବିଧା ପାଇଁ ହସ୍ପିଟାଲର ମୌଳିକ ସୁବିଧାଗୁଡ଼ିକୁ ତୁରନ୍ତ ସୁଧାରିବା ଆବଶ୍ୟକ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଦାବିଗୁଡ଼ିକ ଉପରେ ତୁରନ୍ତ ପଦକ୍ଷେପ ନିଆଯାଇ ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ଭେଡେନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଘେରାଓ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Bargarh (ବରଗଡ଼) • Reports: Satya Surujal

Vigilance Forest Wing Raids Khariar Forest Range : Leopard Skin Seized, One Arrested in Wildlife Case
Sep 22, 2026•68 views

Vigilance Forest Wing Raids Khariar Forest Range : Leopard Skin Seized, One Arrested in Wildlife Case

Nuapada, Sept. 22: In a major action against illegal wildlife hunting and trafficking, the Forest Wing of Odisha Vigilance conducted a surprise raid in the Udyanbandh Forest Range under Khariar Forest Division on Tuesday and seized the skin of a leopard (Panthera pardus). Acting on reliable information, the Vigilance Forest Wing carried out the raid in the forest area and detected a wildlife-related case. During the operation, one leopard skin was recovered and seized by the officials. In connection with the case, Inyat Alli, a resident of Kumuntimunda village under Kumna Police Station in Nuapada district, was arrested on the spot. He has been booked for violation of Section 9 of the Wildlife (Protection) Act, 1972, which is punishable under Section 51 of the Act. The seizure has raised concerns over illegal hunting and the possession of wildlife derivatives in the region. Officials are continuing their investigation to ascertain the circumstances surrounding the leopard skin and whether any other persons are involved in the offence. Further details are expected to emerge as the investigation progresses.

Nuapada (ନୂଆପଡ଼ା) • Reports: Malaya Meher, DC

ଆଇଁଲି ଗାଁରେ ମଦ ବନ୍ଦ ଦାବିରେ ଶତାଧିକ ମହିଳାଙ୍କ ରାଲି
Sep 22, 2026•38 views

ଆଇଁଲି ଗାଁରେ ମଦ ବନ୍ଦ ଦାବିରେ ଶତାଧିକ ମହିଳାଙ୍କ ରାଲି

କୋକସରା,କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡ଼ୁଗାଁ ପଞ୍ଚାୟତ ଅନ୍ତର୍ଗତ ଆଇଁଲି ଗ୍ରାମରେ ମଦ ବନ୍ଦ ଦାବିକୁ ନେଇ ଶତାଧିକ ମହିଳା ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗାଁରେ ଚୋରା ମଦ କାରବାର ବଢ଼ିବା ଏବଂ ମଦ୍ୟପାନ ଯୋଗୁଁ ପରିବାରରେ ଅଶାନ୍ତି, ଆର୍ଥିକ ସମସ୍ୟା ଓ ସାମାଜିକ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଅଭିଯୋଗ କରି ମହିଳାମାନେ ଗାଁରେ ସମ୍ପୂର୍ଣ୍ଣ ମଦ ବନ୍ଦ ଦାବି କରିଛନ୍ତି।ସୂଚନା ଅନୁଯାୟୀ, ଆଇଁଲି ଗ୍ରାମର ଶତାଧିକ ମହିଳା ପ୍ରଥମେ ଏକତ୍ରିତ ହୋଇ ଗାଁ ପରିକ୍ରମା କରିଥିଲେ। ଏହି ସମୟରେ ‘ଗାଁରେ ମଦ ବନ୍ଦ ଆମର ଦାବି’ ଭଳି ନାରା ଦେଇ ମଦ ବିରୋଧରେ ସ୍ୱର ଉଠାଇଥିଲେ। ପରେ ମହିଳାମାନେ କୋକସରା ଆସି ଏକ ରାଲିରେ ଥାନାରେ ପହଞ୍ଚିଥିଲେ। ସେଠାରେ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଗାଁରେ ଚାଲିଥିବା ବେଆଇନ ମଦ କାରବାର ଉପରେ କଠୋର ପଦକ୍ଷେପ ନେବାକୁ ଦାବି କରିଥିଲେ। ଏହାପରେ କୋକସରା ବ୍ଲକ କାର୍ଯ୍ୟାଳୟରେ ଚାଲିଥିବା ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ମଧ୍ୟ ମହିଳାମାନେ ପହଞ୍ଚି ବିଡିଓଙ୍କୁ ଦାବିପତ୍ର ଦେଇଥିଲେ। ଗାଁରେ ମଦ୍ୟପାନ ଯୋଗୁଁ ପରିବାରିକ ଅଶାନ୍ତି ଓ ବିଶୃଙ୍ଖଳା ବଢ଼ୁଥିବା ସହ ଅନେକ ପରିବାର ଆର୍ଥିକ ସଙ୍କଟରେ ପଡ଼ୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ମଦ ପାଇଁ ଅର୍ଥ ନଥିଲେ ଘରର ଆସବାବପତ୍ର ଓ ସୁନାଗହଣା ପର୍ଯ୍ୟନ୍ତ ବନ୍ଧକ ରଖାଯାଉଥିବା ଅଭିଯୋଗ ମଧ୍ୟ ସେମାନେ କରିଛନ୍ତି। ଏହାର ପ୍ରଭାବରେ ପିଲାମାନଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହେଉଥିବା ସେମାନଙ୍କ କହିବା କଥା।ମହିଳାମାନଙ୍କ ଅଭିଯୋଗ ଅନୁସାରେ, ଆଇଁଲି ଗ୍ରାମରେ କୌଣସି ମଦ କୋଠି ନଥିଲେ ମଧ୍ୟ ଚୋରା ମଦ କାରବାର ବଢ଼ି ଚାଲିଛି। ଏହି ମଦ କେଉଁଠାରୁ ଆସୁଛି ଏବଂ କିଏ ଏହା ପଛରେ ରହିଛି, ତାହାର ତଦନ୍ତ କରିବା ସହ ଚୋରା ମଦ ବିକ୍ରେତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ସେମାନେ ପୋଲିସ ଓ ଅବକାରୀ ବିଭାଗକୁ ଦାବି କରିଛନ୍ତି।ଏଥିସହ ଲଡ଼ୁଗାଁ ମଦଭାଟିରୁ ମଦ କୋଠି ନଥିବା ଗାଁଗୁଡ଼ିକୁ ମଦ ଯୋଗାଣ ହେଉଥିବା ନେଇ ମଧ୍ୟ ମହିଳାମାନେ ଅଭିଯୋଗ କରିଛନ୍ତି। ଲଡ଼ୁଗାଁ ମଦଭାଟିକୁ ବନ୍ଦ କରିବା ସହ ମଦ ଯୋଗାଣ ଓ ବିକ୍ରି ସମ୍ପର୍କରେ ତଦନ୍ତ କରିବାକୁ ଦାବି ହୋଇଛି। ମଦରେ ବିଷାକ୍ତ ପଦାର୍ଥ ମିଶ୍ରଣ ଯୋଗୁଁ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଥିବା ନେଇ ମଧ୍ୟ ମହିଳାମାନେ ଉଦବେଗ ପ୍ରକାଶ କରିଛନ୍ତି।ଗାଁରେ ସମ୍ପୂର୍ଣ୍ଣ ଭାବେ ମଦ ବନ୍ଦ କରିବା ପର୍ଯ୍ୟନ୍ତ ମଦ ବିରୋଧୀ ଅଭିଯାନ ଜାରି ରଖିବାକୁ ମହିଳାମାନେ ଦୃଢ଼ ସଂକଳ୍ପ ପ୍ରକାଶ କରିଛନ୍ତି। ଏବେ ପ୍ରଶାସନ, ପୋଲିସ ଓ ଅବକାରୀ ବିଭାଗ ଏହି ଅଭିଯୋଗ ଉପରେ କି ପଦକ୍ଷେପ ନେଉଛନ୍ତି ଏବଂ ଚୋରା ମଦ କାରବାର ଉପରେ କିପରି ରୋକ ଲଗାଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ, କୋକସରା

ବରଗଡ଼ରେ ନକଲି ନୋଟ୍ ଜବତ, ଜଣେ ଗିରଫ : ପ୍ରାୟ ୪୫ ହଜାର ଟଙ୍କାର ନକଲି ନୋଟ୍ ଜବତ, ନେଟୱର୍କ ନେଇ ତଦନ୍ତ ଜାରି
Sep 22, 2026•10 views

ବରଗଡ଼ରେ ନକଲି ନୋଟ୍ ଜବତ, ଜଣେ ଗିରଫ : ପ୍ରାୟ ୪୫ ହଜାର ଟଙ୍କାର ନକଲି ନୋଟ୍ ଜବତ, ନେଟୱର୍କ ନେଇ ତଦନ୍ତ ଜାରି

ବରଗଡ଼: ବରଗଡ଼ ଜିଲ୍ଲାରେ ନକଲି ନୋଟ୍ କାରବାରକୁ ନେଇ ପୋଲିସର ଚଢ଼ାଉ ପରେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ତାଙ୍କ ନିକଟରୁ ପ୍ରାୟ ୪୫ ହଜାର ଟଙ୍କା ମୂଲ୍ୟର ନକଲି ନୋଟ୍ ଜବତ କରାଯାଇଥିବା ଜଣାପଡ଼ିଛି। ଜବତ ନକଲି ନୋଟ୍ ମଧ୍ୟରେ ୫୦୦ ଟଙ୍କିଆ ଓ ୧୦୦ ଟଙ୍କିଆ ନୋଟ୍ ରହିଥିବା ସୂଚନା ମିଳିଛି। ପୋଲିସ ସନ୍ଦେହ କରୁଛି ଯେ, ଏହି ନକଲି ନୋଟ୍‌ଗୁଡ଼ିକୁ ବଜାରରେ ଚଳାଇବା ପାଇଁ ଉଦ୍ୟମ କରାଯାଉଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିଥିବା ବେଳେ ତାଙ୍କ ନିକଟରୁ ଏହି ନକଲି ନୋଟ୍ ଜବତ କରାଯାଇଛି। ତେବେ ଏହି ନକଲି ନୋଟ୍ କେଉଁଠାରୁ ଆସିଥିଲା, କିଏ ଯୋଗାଇଥିଲା ଏବଂ ଏହାକୁ କେଉଁ କେଉଁ ଅଞ୍ଚଳରେ ଚଳାଇବା ପାଇଁ ଯୋଜନା ହୋଇଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଏହା ପଛରେ ଆଉ କୌଣସି ବ୍ୟକ୍ତି କିମ୍ବା ବଡ଼ ନେଟୱର୍କର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ମଧ୍ୟ ଖୋଳତାଡ଼ ଚାଲିଛି। ଗିରଫ ବ୍ୟକ୍ତିଙ୍କ ସହ ଆଉ କେତେଜଣ ଏହି କାରବାରରେ ସାମିଲ ଅଛନ୍ତି ଏବଂ ନକଲି ନୋଟ୍‌ର ଉତ୍ସ କେଉଁଠାରେ, ତାହା ଜାଣିବା ପାଇଁ ପୋଲିସ ପଚରାଉଚରା ଜାରି ରଖିଛି। ତଦନ୍ତ ଆଗକୁ ବଢ଼ିବା ସହ ଘଟଣା ସମ୍ପର୍କରେ ଆହୁରି ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି। ନକଲି ନୋଟ୍ କାରବାର ଭଳି ଅପରାଧ ଉପରେ ନଜର ରଖିବା ସହ ଏହାର ମୂଳ ଉତ୍ସ ପର୍ଯ୍ୟନ୍ତ ପହଞ୍ଚିବାକୁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Bargarh (ବରଗଡ଼) • Reports: Satya Surujal

ଭାରୋତ୍ତଳନରେ ରାଜ୍ୟ ସ୍ତରକୁ ଯିବେ ନିଗମ ପ୍ରସାଦ
Sep 22, 2026•40 views

ଭାରୋତ୍ତଳନରେ ରାଜ୍ୟ ସ୍ତରକୁ ଯିବେ ନିଗମ ପ୍ରସାଦ

ଜିଲ୍ଲା ସ୍ତରୀୟ କ୍ରିଡ଼ା ଓ କୁସ୍ତି ପ୍ରତି ଯୋଗିତାରେ ଚିକିଟିର ଛାତ୍ର ଯୋଗ୍ୟ ବିବେଚିତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ବିଭାଗ ପକ୍ଷରୁ ଆୟୋଜିତ ଭାର ଉତ୍ତୋଳନ ପ୍ରତିଯୋଗିତା ରେ ୯୮ କିଗ୍ରା ବର୍ଗରେ ରାଜକବି ରାଧାମୋହନ ବିଦ୍ୟାପୀଠ, ଚିକିଟି ର ଅଷ୍ଟମ ଶ୍ରେଣୀର ଛାତ୍ର ନିଗମ ପ୍ରସାଦ ସାହୁ ଗଞ୍ଜାମ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରକୁ ମନୋନୀତ ହୋଇ ବିଦ୍ୟାଳୟ ତଥା ଅଞ୍ଚଳକୁ ଗୌରବାନ୍ୱିତ କରିଛନ୍ତି। ପ୍ରକାଶ ଥାଉକି ସେ ଧାନଘର ନିବାସୀ ଶ୍ରୀମତୀ ମଞ୍ଜୁଲତା ସାହୁ ଓ ଶ୍ରୀ ରାଜେନ୍ଦ୍ର କୁମାର ସାହୁ ଙ୍କ ସୁପୁତ୍ର ଅଟନ୍ତି। ନିଗମ ଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଆରାଧ୍ୟେଶ୍ଵର ପଟ୍ଟନାୟକ, ପରିଚାଳନା କମିଟି ସଭାପତି ଶ୍ରୀ ହରିଚନ୍ଦ୍ର ଦାସ ,ଭାରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ସାହୁ ଙ୍କ ସମେତ ତ୍ରିପତି ପ୍ରଧାନ,ପ୍ରଭାତ କୁମାର ସାହୁ, ବିଦ୍ୟୁତ୍ ପ୍ରଭା ବେହେରା, ସୁଶାନ୍ତ ପ୍ରଧାନ ପ୍ରମୁଖ ଶିକ୍ଷକ ଓ ସମସ୍ତ କର୍ମଚାରୀ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ଓ ଆଗାମୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମଙ୍ଗଳ କାମନା କରିଛନ୍ତି।

Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା