--:--:--
-- ---
Srishti News

Web News

ବିଶ୍ବ ସାମାଜିକ ନ୍ୟାୟ ଦିବସ ଅବସରରେ ଅବଦାନ ଓ ଅଭୟ ଯୋଜନା ସମ୍ପର୍କିତ କର୍ମଶାଳା
Mar 9, 2026188 views

ବିଶ୍ବ ସାମାଜିକ ନ୍ୟାୟ ଦିବସ ଅବସରରେ ଅବଦାନ ଓ ଅଭୟ ଯୋଜନା ସମ୍ପର୍କିତ କର୍ମଶାଳା

ନବରଙ୍ଗପୁର ,୯/୩: ଆଜି ନବରଙ୍ଗପୁର ସାଇ କଲ୍ୟାଣ ମଣ୍ଡପ ଠାରେ ବିଶ୍ବ ସାମାଜିକ ନ୍ୟାୟ ଦିବସ ପାଳନ ଅବସର ରେ ଅବଦାନ ଓ ଅଭୟ ଯୋଜନା ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସକାଳୁ ବୟସ୍କ ମାନଙ୍କୁ ଯୋଗ ମାଧ୍ୟମରେ ଶାରିରୀକ ସୁସ୍ଥ ର ଖୁବାକୁ ଯୋଗ ଶିକ୍ଷା ଦିଆ ଯାଇଥିଲା । ଯୋଗ ମାଷ୍ଟର ଶାନ୍ତନୁ ପାତ୍ର ଶିକ୍ଷା ଦେଇଥିଲେ । ପରେ ପରେ ସଭାକାର୍ଯ୍ୟ ମଞ୍ଚରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧୂକାରୀ ସୁଧାଂଶୁ ପାତ୍ର,ଜିଲ୍ଲା ମୁଖ୍ୟ ଚିକିତ୍ସାଧୂକାରୀ ( ଭାର ପ୍ରାପ୍ତ ) ମଳୟ ତ୍ରିପାଠୀ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଡ଼ ରାଧାନାଥ ବେହେରା, ଖ୍ରୀଷ୍ଟୀୟ ବରିଷ୍ଠ ନାଗରିକ ମଞ୍ଚ ସଦସ୍ୟ ଏସ ସ ଡି ପାତ୍ର, ବ ରିଷ୍ଠ ନାଗରିକ ନରସିଂହ ତ୍ରିପାଠୀ, ସୁବାସ ସୁର,ମାରାଥନ ଖେଳାଳି ଚିତ୍ତ ରଞ୍ଜନ ପାତ୍ର, ସମାଜ ସେବୀ ମନୋରମା ମାଝୀ ସହିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବରିଷ୍ଠ ବ୍ୟକ୍ତି ଓ ଅଧୂକାରୀ ମଞ୍ଚାସିନ ହୋଇଥିଲେ। ଅତିଥ୍ ମାନଙ୍କ ଦ୍ବାରା ଦୀପ ପ୍ରଜ୍ଜ୍ଵଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇ ଥୂଲା। ମୁଖ୍ୟ ବକ୍ତା ଭାବରେ ଡ ତ୍ରୀପାଠୀ ତାଙ୍କ ବକ୍ତବ୍ୟରେ ବରିଷ୍ଠ ନାଗରିକ ମାନେ ସମାଜର ଦିଗ ଦର୍ଶନ ବୋଲି ଅଭିହିତ କରି ସେମାନ ସ୍ବାସ୍ଥ୍ୟ ର ସୁରକ୍ଷା ପ୍ରାଥମିକ ଦାୟିତ୍ବ ବୋଲି କହିଥିଲେ । ଅନ୍ୟତମ ବକ୍ତା ଭାବରେ ଡ ରାଧାନାଥ ବେହେରା, ବରିଷ୍ଠ ନାଗରିକ ବିଭିନ୍ନ କ୍ଷେତ୍ର ରେ ଅ ଅବହେଳା ହେଉଛନ୍ତି ସେମାନଙ୍କୁ ଉଚିତ ପରାମର୍ଶ ଦେବା ପାଇଁ ସ ରକାର ତରଫରୁ ପ୍ରତି ତ୍ରୟ ମାସରେ ଗୋଟିଏ ଗୋଟିଏ ସଚେତନା ସ ଭାର ଆବଶ୍ୟକ‌ତା ରହିଛି ତାହା ସରକାର କରିବା ଉଚିତ୍ ବୋଲି କ ହିଥିଲେ। ବକ୍ତା ଶ୍ରୀ ଚିତ୍ତରଞ୍ଜନ ପାତ୍ର ଜଣେ ମାରାଥନ ଦୌତ g ତିଯୋଗି ଭାବରେ ଏହି ବୟସ ରେ କେମିତି ନିଜ କୁ ମାନସିକ ଏବଂ ଶାରିରୀକ ସ୍ତରରେ ସୁସ୍ଥ ରଖିବାକୁ ହେବ ତାହାର ଉଦାହରଣ ଦେଇ ଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧୂକାରୀ ଆଜିର ଏହି ଯୁଗରେ ଅପ ମିଶ୍ରିତ ଖାଦ୍ୟ ଠୁ ନିଜକୁ ଜାଗ୍ରତ ହୋଇ ରହିବାକୁ କହିଥିଲେ । ସମାଜ ଏକା थ ସେବୀ ମନୋରମା ମାଝୀ ସମାଜକୁ ପରିଚାଳନା କରିବାରେ ପୁରୁଷ ବଂ ନାରୀ ର ଭୂମିକା ସମାନ ଏବଂ ପରିବାର ଭିତରେ ନିଜକୁ ଏ ନୁଭବ ନ କରି ସାହି ପଡିଶା ସହ ସମ୍ପର୍କ ରଖୁବାକୁ କହିଥିଲେ ଲେ। ଜିଲ୍ଲା ଆଇନ୍ ପ୍ରାଧୂକରଣ ରୁ କିଶୋରୀ ପଟ୍ଟନାୟକ ଆଜିର ସମା ମାଜରେ ଯୌଥ ପରିବାର ହିଁ ସ୍ବାସ୍ଥ୍ୟ ସୁରକ୍ଷା ଦେଇ ପାରିବ ବୋଲି କହିଥିଲେ ଜିଲ୍ଲା ଲିଗାଲ ସର୍ଭିସ୍ ରୁ ପ୍ରଶାନ୍ତ ପଟ୍ଟନାୟକ ଯୋଗ ଦେଇ ବରିଷ୍ଠ ମାନ * ନିମନ୍ତେ ଥୂବା ଅ ଆଇନ ଉପରେ ବକ୍ତବ୍ୟ ରଖୁଥିଲେ। ଆଶା କିରଣ ଅ ଧ୍ଯକ୍ଷ ଜଗନ୍ନାଥ ବେ ବେହେରା ସ୍ବାଗତ ସହିତ ମଞ୍ଚ ପରିଚାଳନା କରିଥିବା ବେଳେ ଳେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧୂକାରୀ ଧନଞୟ ରାଓ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ଜିଲ୍ଲାରୁ ରାମ ମୂର୍ତ୍ତି ପଟ୍ଟନାୟକ, ନଗେନ୍ଦ୍ର ପଟ୍ଟନାୟକ, ଗୋପାଳ ମିଶ୍ର,ସତ୍ୟବାଦୀ ଷଡ଼ଙ୍ଗୀ,ନାରାୟଣ ପଣ୍ଡା, ଜି ପ୍ରକାଶ ସାମନ୍ତରାୟ, ହବିବ ମହମ୍ମଦ,ଗୁପ୍ତେଶ୍ବର ପଣ୍ଡା,ମନିଷା ରଥ, ବୃନ୍ଦାବନ ବେବର୍ତ୍ତା ,ସାନୁ,ପୀତବାସ,ରୀଙ୍କୁ, ଇନ୍ଦ୍ରମଣି ମଙ୍ଗରାଜ, ରୀନାରାଣୀ ସାହୁ,ସନ୍ଧ୍ୟାରଣି ବେହେରା,ଶାନ୍ତି ପଣ୍ଡା,ରଶ୍ମିତା ପ୍ରଧାନ ସହିତ ଅନେକ ଅନେକ ଯୋଗଦାନ କରିଥିଲେ। ସମସ୍ତ ଉପସ୍ଥିତ ବରିଷ୍ଠ ନାଗ ରିକ ମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରା ଯାଇଥିଲା ।

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ, ପାଲିଟିକାଲ ଖଟି

Mar 2, 2026263 views

ଜିଲାସ୍ତରୀୟ ଏଚପିଭି ଟିକାକରଣ ଅଭିଯାନ ଶୁଭାରମ୍ଭ

୧୨,୩୭୫ କିଶୋରୀଙ୍କୁ ୩ ମାସରେ ଦିଆଯିବ ଏଚ୍ପିଭି ଟିକା ନବରଙ୍ଗପୁର,ଜରାୟୁ ଗ୍ରୀବା କର୍କଟ ରୋକିବା ଲକ୍ଷ୍ୟରେ ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜିଲାସ୍ତରୀୟ ଏଚପିଭି ଟିକାକରଣ ଅଭିଯାନ ଶୁଭାରମ୍ଭ ରବିବାର କରାଯାଇଛି। ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଟିକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଜିଳ୍ଲାପାଳ ଡ. ମହେଶ୍ଵର ସ୍ବାଇଁ, ଏଡିପିଏଚ୍ଓ (ଏଫ୍ଡବ୍ଲ୍ୟୁ) ଡ. ମଳୟ ତ୍ରିପାଠୀ, ଡିଇଓ ଛତ୍ରପତି ସାହୁ, ମେଡିକାଲ ଅଧିକାରୀ ଡା. ପ୍ରିୟରଞ୍ଜନ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୧୪ରୁ ୧୫ ବର୍ଷ ବୟସ ମଧ୍ୟରେ ୧୪ ଜଣ କିଶୋରୀଙ୍କୁ ଏନ୍‌ପିଭି ଟିକା ଦିଆଯାଇଥିଲା। ନବରଙ୍ଗପୁର ଜିଲ୍ଲାର ୧୨, ୩୭୫ ଜଣ କିଶୋରୀଙ୍କୁ ମାଗଣାରେ ଆଗାମୀ ୩ ମାସ ମଧ୍ୟରେ ଏଚ୍ପିଭି ଟିକା ଦିଆଯିବା ଲକ୍ଷ୍ୟ ରହିଛି। ଯେଉଁ ବାଳିକାମାନେ ୧ ମାର୍ଚ୍ଚ ୨୦୧୧ରୁ ୧ ଜୁନ ୨୦୧୨ ମଧ୍ୟରେ ଜନ୍ମ ହୋଇଥିବେ ଏବଂ ଯେଉଁମାନଙ୍କୁ ୧୪ ବର୍ଷ କିନ୍ତୁ ୧୫ ବର୍ଷ ସମ୍ପୂର୍ଣ୍ଣ ହୋଇନାହିଁ ସେମାନେ ଏହି ଟିକାକରଣରେ ସାମିଲ ହୋଇପାରିବେ। ଜିଲ୍ଲାର ୧୦ ବ୍ଲକର ୩୦ ସରକାରୀ ସ୍ବାସ୍ଥ୍ୟସଂସ୍ଥା, ୧୮ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ୧୦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଗୋଟିଏ ଉପଖଣ୍ଡ ଚିକିତ୍ସାଳୟ ଓ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଏହି ଟିକା ଦିଆଯିବ। ଜରାୟୁ ଗ୍ରୀବା କର୍କଟ ରୋଗର ମୁଖ୍ୟ କାରଣ ସାଜୁଥିବା ହ୍ୟୁମାନ ପାପିଲୋମା ଭାଇରସ ସଂକ୍ରମଣରୁ ଏହି ଏଚ୍ପିଭି ଟିକା ସୁରକ୍ଷା ଦେବ। ଏହି ଟିକାକରଣ ଅଭିଯାନର ମୁଖ୍ୟ ଲକ୍ଷ୍ୟ ଯେଭଳି ସାଧିତ ହେବ ସେ ଦିଗରେ କାମ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ଯାଉଥିବା ସମସ୍ତ ଯୋଗ୍ୟ ବାଳିକା ହିତାଧିକାରୀଙ୍କୁ ଏଚ୍ପିଭି ଟିକା ଦିଆଯିବ। ତା ଉପରେ ବିଶେଷ ପ୍ରଚାର ପ୍ରସାର ସହ ଜରାୟୁ ଗ୍ରୀବା କର୍କଟରୁ ସୁରକ୍ଷା ପାଇଁ ୭ଟି ମାତ୍ର । ନବରଙ୍ଗପୁର ବିଧାୟକ, ଜିଲ୍ଲାପାଳଙ୍କ ଉପସ୍ଥିତିରେ ଜଣେ କିଶୋରୀଙ୍କୁ ଟିକା ଦିଆଯାଇଛି। ଡିଇଓ, ଡିଡବ୍ଲ୍ୟୁଓ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସ୍ବାସ୍ଥ୍ୟକର୍ମୀ ଦାୟିତ୍ୱ ନିର୍ବାହ କରିବାକୁ ସେ ପରାମର୍ଶ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାର ସମସ୍ତ ଯୋଗ୍ୟ କିଶୋରୀ ବାଳିକାଙ୍କୁ ଭବିଷ୍ୟତରେ ଜରାୟୁ ଗ୍ରୀବା କର୍କଟ ରୋଗରୁ ରକ୍ଷା କରିବାକୁ ଶତ ପ୍ରତିଶତ ଟିକାକରଣ ଉପରେ ବିଧାୟକ ଗୁରୁତ୍ୱ ଦେଇଥିଲେ। ଏଡିପିଏଚ୍ଓ ଡ.ତ୍ରିପାଠୀ ଏଚ୍ପିଭି ଟିକାକରଣ ଅଭିଯାନର ଉଦ୍ଦେଶ୍ୟ ଓ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି ଉପରେ ମତ ଦେଇଥିଲେ। ଡିପିଏମ୍ ଶଙ୍କର ଆଚାର୍ଯ୍ୟ ସଭା ସଞ୍ଚାଳନ କରିଥିଲେ। ଡିଡବ୍ଲ୍ୟୁଓ ରବୀନ୍ଦ୍ର ପାଲକା, ଡିଆଇପିଆର୍‌ଓ ମନୋଜ ବେହେରା, ଏଡିଡବ୍ଲ୍ୟୁଓ ଭରତ ଚନ୍ଦ୍ର ସାହୁ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ମହିଳା ଆରୋଗ୍ୟ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ

Mar 2, 2026191 views

ଗଣଶିକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯିବ, କହିଲେ ମନ୍ତ୍ରୀ

ଭୁବନେଶ୍ଵର: ଗଣଶିକ୍ଷା ବିଭାଗ ଶାସନ ବ୍ୟବସ୍ଥାକୁ ଆହୁରି ବ୍ୟାପକ କରାଯିବ ଓ ସ୍ଵଚ୍ଛତାକୁ ଗୁରୁତ୍ବ ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ତଥା ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜେପି ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ଶିକ୍ଷାଦାନ ବ୍ୟବସ୍ଥା ହେଉଛି ଏକ ମହତ କର୍ଭବ୍ୟ । ଛାତ୍ରଛାତ୍ରୀଙ୍କୁ ଉତ୍ତମ ବାଟ ଦେଖାଇବା, ପାଠ ପଢ଼ାକୁ ଗୁରୁତ୍ବ ଦେବା, ଶିକ୍ଷାଦାନ କ୍ଷେତ୍ରରେ କୌଣସି ତାରତମ୍ୟ ନ ରହିବା, ଶିକ୍ଷା ବ୍ୟବସ୍ଥାକୁ ଏକ ନିପୁଣ ସେବା ଭାବେ ବିଚାର ବିମର୍ଷ କରିବା ପାଇଁ ପ୍ରତ୍ୟେକ ଶିକ୍ଷକ/ ଶିକ୍ଷୟିତ୍ରୀ, ଗୁରୁମା/ ଗୁରୁଜୀ ଚିନ୍ତା କରିବା ଓ ସରକାରଙ୍କୁ ସହଯୋଗ କରିବା ନିହାତି ଆବଶ୍ୟକ ବୋଲି ମନ୍ତ୍ରୀ ଗଣ୍ଡ କହିଛନ୍ତି । ଗଣଶିକ୍ଷା ବିଭାଗର ବିଭିନ୍ନ ଜନହିତକର ଯୋଜନାରୁ ଯେପରି ବିଦ୍ୟାର୍ଥୀ ଉପକୃତ ହୋଇପାରିବେ, ଭଲ ପାଠ ପଢି ନିଜକୁ ଷ୍ଟ୍ରଙ୍ଗ କରିପାରିବେ, ବିନା ସାହାରାରେ ବାଟ ଚାଲିପାରିବେ ସେଥିପ୍ରତି ଶିକ୍ଷକମାନଙ୍କର ଗୁରୁଦାୟିତ୍ଵ ଥିଲା ବେଳେ ସେମାନେ ଏହାକୁ ନିଜର କର୍ତବ୍ୟ ପରାୟଣ ଭାବି ଯଦି ସହଯୋଗର ହ।ତ ନ ବଢ଼ାଇବେ ତା’ହେଲେ ବିଶ୍ୱସ୍ତରୀୟ ଶିକ୍ଷାଦାନର ଯୋଜନା ସମ୍ଭବ ନୁହେଁ । ଯଦି ପ୍ରତ୍ୟେକ ଶିକ୍ଷକଙ୍କର ଉନ୍ନତରମାନର ଚିନ୍ତାଧାରା ରହିବ, ଦାୟିତ୍ବବୋଧତା ରହିବ, ପରିଶ୍ରମ ରହିବ, ସମୟଜ୍ଞାନ ରହିବ, ପ୍ରତ୍ୟେକ ପିଲାଙ୍କ ଚରିତ୍ରଜ୍ଞାନକୁ ନିପୁଣ ଓ ନିଖୁଣ ଭାବେ ଅନୁଧ୍ୟାନ କରିବାର ଦୃଷ୍ଟି ର‌ହିବ ତା’ଲେ ଆଜିର ଛାତ୍ରଛାତ୍ରୀ କାଲିକୁ ଜଣେ ସୁନାମଧନ୍ୟ ବ୍ୟକ୍ତି ସୃଷ୍ଟି ହୋଇପାରିବ । ଶିକ୍ଷାଦାନ ଏକ ମହତ ଦାନ । ଯେଉଁ ରାଜ୍ୟରେ ଶିକ୍ଷାର ବ୍ୟବସ୍ଥା ଖୁବ୍ ସୁଦୃଢ଼ ସେହି ରାଜ୍ୟ ହିଁ ବିକାଶର ବାର୍ତା ସଂପର୍କରେ ଦୁଇପଦ କହିପାରିବ । କିନ୍ତୁ ବିଭିନ୍ନ ଉପାନ୍ତ ଅଞ୍ଚଳର ଯେଉଁ ଛାତ୍ରଛାତ୍ରୀମାନେ ଡ୍ରପ‌ଆଉଟ୍ ହୋଇଯାଉଛନ୍ତି ସେମାନଙ୍କୁ ପୁଣି ଶିକ୍ଷା ସ୍ରୋତରେ ସାମିଲ୍ କରିବା ପାଇଁ ସରକାର ଯେଉଁସବୁ ଯୋଜନା ହାତକୁ ନେଇଛନ୍ତି ତାକୁ କିଭଳି କାର୍ଯ୍ୟକାରୀ କରାଯାଇପାରିବ ସେ ଦିଗରେ ଶିକ୍ଷକ ଆଉ ଶିକ୍ଷୟିତ୍ରୀ ସହଯୋଗର ହାତ ବଢ଼ାଇବା ଆବଶ୍ୟକ ହୋଇପଡ଼ିଛି । ବର୍ତ୍ତମାନ ସରକାରୀ ଓ ବେସରକାରୀ ଶିକ୍ଷାଦାନ କ୍ଷେତ୍ରରେ ବହୁ ଅଭିଭାବକ ଦ୍ଵନ୍ଦ୍ବରେ ପଡ଼ୁଥିବା ବେଳେ ସରକାରୀ ଶିକ୍ଷାଦାନକୁ କୌଣସି ଗୁଣରେ ରେ କମ୍ ଭାବିବା ଠିକ୍ ନୁହେଁ । ତା'ଛଡ଼ା ଘରୋଇ ଟ୍ୟୁସନ ଉପରେ ମତବ୍ୟକ୍ତ କରି ମନ୍ତ୍ରୀ କହିଛନ୍ତି ଯେ, ଯଦି ସରକାରୀ ଶିକ୍ଷକ ଟ୍ୟୁସନ କରି ଅଧିକାଂଶ ରୋଜଗାର କରିବାକୁ ମୁଣ୍ଡ ଖେଳାଇବେ ତା’ ହେଲେ ଶିକ୍ଷା ବ୍ୟବସ୍ଥା ନିଶ୍ଚୟ ବିଗିଡ଼ିବ । ଦାନକୁ ଧର୍ମ ସହିତ ତୁଳନା କରାଯାଉଥିବାରୁ ଶିକ୍ଷକମାନେ ଉଚ୍ଚ ଆସନରେ ବସି ଛାତ୍ରଛାତ୍ରୀମାନେ ନୂଆ ସକାଳର ନୂଆ କିରଣ ଦେଇ ଓଡ଼ିଶା ଶିକ୍ଷାଦାନର ମାନଚିତ୍ର କିଭଳି ବଦଳିବ ସେଥ୍ ତି ଧ୍ୟାନ ଦେବା ଉଚିତ୍ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ମତବ୍ୟକ୍ତ କରିଛନ୍ତି ।

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ

ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ସର୍ଭିକାଲ କ୍ୟାନ୍ସର (ଜରାୟୁ ଗ୍ରୀବା କର୍କଟ ) ଟୀକାକରଣର ଶୁଭାରମ୍ଭ
Mar 1, 2026217 views

ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ସର୍ଭିକାଲ କ୍ୟାନ୍ସର (ଜରାୟୁ ଗ୍ରୀବା କର୍କଟ ) ଟୀକାକରଣର ଶୁଭାରମ୍ଭ

ଆଜି ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ସର୍ଭିକାଲ କ୍ୟାନ୍ସର (ଜରାୟୁ ଗ୍ରୀବା କର୍କଟ ) ରୋଗର ଟୀକାକରଣର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବରେ ନବରଙ୍ଗପୁର ବିଧାୟକ ଶ୍ରୀ Gourisankar Majhi ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥ୍‌ ଭାବରେ ନବରଙ୍ଗପୁର ଜିଲ୍ଲାପାଳ ଡଃ ମହେଶ୍ବର ସ୍ବାଇଁ, ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧୂକାରୀ ଶ୍ରୀ ଛତ୍ରପତି ସାହୁ, ଜିଲ୍ଲା ମଙ୍ଗଳ ଅଧୂକାରୀ ଶ୍ରୀ ପାଲକା ରବୀନ୍ଦ୍ର, ସ୍ବାସ୍ଥ୍ୟ ବିଭାଗର ଡଃ ମଳୟ ତ୍ରିପାଠୀ ଏବଂ ଅନ୍ୟ ଅତିଥି ମାନେ ଯୋଗଦାନ କରିଥିଲେ। ଆମ ଦେଶ ଏବଂ ବିଶ୍ବସ୍ତରରେ ଜରାୟୁ ଗ୍ରୀବା କର୍କଟ ଏକ ଗୁରୁତ୍ବପୂର୍ଣ ସାର୍ବଜନୀନ ସ୍ବାସ୍ଥ୍ୟ ସମସ୍ୟା ଅଟେ । ଆଜି ଭାରତ ସରକାର ଏବଂ ଓଡିଶା ସରକାର କନ୍ୟା ମାନଙ୍କ ମଧ୍ଯରେ ସର୍ଭିକାଲ କର୍କଟ ପ୍ରତିରୋଧ ପାଇଁ HPV ଟୀକା କରଣର ଶୁଭାରମ୍ଭ କରିଛନ୍ତି ।୧୪ ବର୍ଷ ବୟସ୍କ କନ୍ୟାମାନଙ୍କୁ ଆଗାମୀ ୩ମାସ ମଧ୍ୟରେ HPV ଟିକାକରଣ କରାଯିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି ।

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ

ସଚେତନତା ପରେ ବି ଚେତିଲେନି ଲୋକେ, ଚାଲିଛି ଗଛକଟା, ଜଳୁଛି ଜଙ୍ଗଲ
Feb 28, 2026457 views

ସଚେତନତା ପରେ ବି ଚେତିଲେନି ଲୋକେ, ଚାଲିଛି ଗଛକଟା, ଜଳୁଛି ଜଙ୍ଗଲ

କଲ୍ୟାଣସିଂହପୁର, ଜଙ୍ଗଲ ସୁରକ୍ଷା ଓ ବନାଗ୍ନି ରୋକିବା ଲାଗି ସଚେତନତା କାର୍ଯ୍ୟକ୍ରମ ପରେ ବି ଚେତିଲେନି ଲୋକେ । ୪ ଦିନ ଯାଇନି ଜଙ୍ଗଲରେ ପୁଣି ଲଗାଯାଇଛି ନିଆଁ ଆଉ ଅବାଧରେ ଚାଲିଛି ଗଛକଟା। ଏ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକର ପାର୍ସାଲି, ସୁନାଖଣ୍ଡି ଓ ଶିକରପାଇ ଅଞ୍ଚଳରେ। ଏହାକୁ ନେଇ ପରିବେଶବିତ୍‌ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବନ ବିଭାଗ କାର୍ଯ୍ୟକୁ ନେଇ ସେମାନେ ପ୍ରଶ୍ନ କରିଛନ୍ତି। ଗୋଟିଏ ପଟେ ବନ ବିଭାଗ ପକ୍ଷରୁ ରାଲି ଓ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଜଙ୍ଗଲ ସୁରକ୍ଷାର ବାର୍ତ୍ତା ଦିଆଯାଉଛି। ଅନ୍ୟପଟେ ଜଙ୍ଗଲ ସମ୍ପଦ ନଷ୍ଟ ପଛରେ କେତେକ ଅସାଧୁ କର୍ମଚାରୀ ହାତ ଥିବା ସନ୍ଦେହ ସୃଷ୍ଟି କରିଛି। ସୂଚନାଥାଉକି, ଗତ ୨୦ ତାରିଖରେ ଜଙ୍ଗଲ ସମ୍ପଦର ସୁରକ୍ଷା ଏବଂ ବନାଗ୍ନି ରୋକିବା ପାଇଁ ବନ ବିଭାଗ ତରଫରୁ ସଚେତନତା ବାଇକ୍ ରାଲି ଆୟୋଜିତ ହୋଇଥିଲା। ଏହାର ୪ ଦିନ ଯ।ଇନି ପାର୍ସଲି, ସୁନାଖଣ୍ଡି ଓ ଶିକରପାଇ ପଞ୍ଚୟତ ତଳସଜା ଜଙ୍ଗଲରେ ନିଆଁ ଲଗାଯାଇଛି। ସେହିପରି ନ।ରାୟଣପୁର, କରପା ଓ ସୁମଖଣ୍ଡି ପାହାଡ଼ ଅଞ୍ଚଳରେ ମଧ୍ଯ ଜଙ୍ଗଲରେ ନିଆଁ ଲଗଯାଇଛି । ଯ।ହାକି ଅତ୍ଯନ୍ତ ପରିତାପର ବିଷୟ। ସ୍ଥାନୀୟ ଲୋକେ କହିଛନ୍ତି, କେବଳ ସଚେତନତା ବାଇକ୍ ରାଲି କରାଗଲେ ହେବନି। ଏଥିପାଇଁ ବନ ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ନିଆଯିବା ଆବଶ୍ୟକ। ନିୟମିତ ଚଢ଼ଉ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ଯଦି ଉଚିତ୍ ସମୟରେ ପଦକ୍ଷେପ ନନେଲେ ଏହାର ପ୍ରଭାବ ପରିବେଶ, ବନ୍ୟପ୍ରାଣୀ ଓ ସ୍ଥାନୀୟ ଜୀବିକା ଉପରେ ପଡ଼ିବ ବୋଲି ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି । ଏ ସମ୍ପର୍କରେ ଆମେ ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ନନ୍ଦ ପରିଡ଼ାଙ୍କୁ ପଚାରିବାରୁ କହିଛନ୍ତି, କେହି ନିଆଁ ଲାଗିବା ଏବଂ ଗଛ କଟା କଟା ସ୍ଥାନରେ ଫରେଷ୍ଟର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। । ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ।

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ