ଅଜଣା ଗାଡ଼ି ଧକ୍କାରେ ଗୋମାତା ଗୁରୁତର
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 13, 202667 views

ବଲବୀଘାଟ ପୋଲ ଉପରେ ରାତିରେ ଗୋମାତା ଶୋଇଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଧକ୍କାରେ ଗୋମାତା ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡ଼ି ରହିଥିଲା।
ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଗୋମାତାକୁ ଉଦ୍ଧାର କରିଥିଲେ। ପରେ ତାହାର ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। ଗ୍ରାମବାସୀଙ୍କ ଏହି ମାନବିକ ପଦକ୍ଷେପ ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।
ଅନ୍ୟପଟେ, ନିଜ ପ୍ରିୟ ଗାଈ ଗୁରୁତର ଆହତ ହୋଇଥିବା ଖବର ପାଇ ଗାଈର ମାଲିକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୋମାତାର ଅବସ୍ଥା ଦେଖି ସେ ଭାଙ୍ଗିପଡ଼ି କାନ୍ଦି କାନ୍ଦି ଘରକୁ ଫେରିଥିବା ଜଣାପଡ଼ିଛି।
ଘଟଣାରେ ଜଡ଼ିତ ଅଜଣା ଗାଡ଼ିକୁ ଚିହ୍ନଟ କରି ଚାଳକଙ୍କ ବିରୋଧରେ ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
