--:--:--
-- ---
Srishti News

Web News

କଳାକାରମାନଙ୍କ ସଂଘ ମନସ୍କତା ଭିତରେ ଉଭୟ କଳା ଓ କଳାକାରଙ୍କ ଉନ୍ନତି ସଙ୍ଗୋପିତ : ମହାସଚିବ ରୋଶନ୍
Mar 30, 2026165 views

କଳାକାରମାନଙ୍କ ସଂଘ ମନସ୍କତା ଭିତରେ ଉଭୟ କଳା ଓ କଳାକାରଙ୍କ ଉନ୍ନତି ସଙ୍ଗୋପିତ : ମହାସଚିବ ରୋଶନ୍

ଧରମପୁର (କନ୍ଧମାଳ), କଳା ଓ କଳାକାର ହିତୈଷୀ ମହାମଞ୍ଚ "କନ୍ଧମାଳ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ଏକ କଳାକାର ସମାବେଶ ସ୍ଥାନୀୟ ପାଟଖଣ୍ଡା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ ସଭାପତି ତ୍ରିନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶକୁ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଉଦବୋଧନ ଦେଇ କଳାକାରମାନଙ୍କ ସଂଘ ମନସ୍କତା ଭିତରେ ଉଭୟ କଳା ଓ କଳାକାରଙ୍କ ଉନ୍ନତି ସଂଗୋପିତ ବୋଲି କହିଥିଲେ। ମହାସଂଘ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁଙ୍କ ସମେତ ଶବର ପାତ୍ର, ସନ୍ନ୍ୟାସୀ ବାଘ, କରୁଣାକର ଦିଗାଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ କଳାକାର ଜନ୍ମର ମହନୀୟତା ସମ୍ପର୍କରେ ଆଲୋକପାତ କରିଥିଲେ । ସୁକାନ୍ତ ବେହେର୍ଦ୍ଦଳାଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ଉମାକାନ୍ତ ସାହୁ, ପାର୍ଥବ ବେହେର୍ଦ୍ଦଳାଇ, ରମାକାନ୍ତ ବେହେର୍ଦ୍ଦଳାଇ, ଶ୍ରୀକୃଷ୍ଣ ବେହେରା, ନାରାୟଣ ବେହେରା, ମାଞ୍ଚା ଦିଗାଳ, ଋଷିନାଥ ବିଷୋୟୀ, ସଲମନ୍ ନାୟକ, ସରୋଜିନୀ ଶତପଥୀ, ସୁବାସିନୀ ପ୍ରଧାନ, ଜୟନ୍ତି ସାହୁ, କମଳିନୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଏଥିରେ କନ୍ଧମାଳ ଜିଲ୍ଲାର ବାଲିଗୁଡା, ଦାରିଙ୍ଗବାଡି, ସରଙ୍ଗଗଡ଼, ବୁଡଗୁଡା, ଫିରିଙ୍ଗିଆ, ଉଦୟଗିରି, ଫୁଲବାଣୀ, ଖଜୁରୀପଡା, କୋଟଗଡ଼ ଆଦି ଅଂଚଳରୁ ବହୁ କଳାକାର ଯୋଗଦେଇଥିଲେ। ପରିଶେଷରେ ସନାତନ ଗୌଡ଼ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Kandhamal (କନ୍ଧମାଳ)ବ୍ୟୁରୋ ରିପୋର୍ଟ, ସ୍ରିଷ୍ଟି ନିୟୁଜ, ଧରମପୁର

ଲକ୍ଷାଧିକ ଦର୍ଶକର ଭିଡ଼ରେ ଝୁମିଲା ସିନାପାଲି: ଉଦନ୍ତୀ ମହୋତ୍ସବ ଉଦଯାପିତ
Mar 30, 2026182 views

ଲକ୍ଷାଧିକ ଦର୍ଶକର ଭିଡ଼ରେ ଝୁମିଲା ସିନାପାଲି: ଉଦନ୍ତୀ ମହୋତ୍ସବ ଉଦଯାପିତ

ସିନାପାଲି: ଉଦନ୍ତୀ ନଦୀ ଧାର ସିନାପାଲି ସହରରେ ତିନି ଦିନ ଧରି ଚାଲିଥିବା କଳା, ସାହିତ୍ୟ ଓ ସଂସ୍କୃତିର ମହାଉତ୍ସବ ଉଦନ୍ତୀ ମହୋତ୍ସବ ସିନାପାଲି ୨୦୨୬ ଅତ୍ୟନ୍ତ ଭବ୍ୟ ଓ ଗରିମାମୟ ଭାବରେ ସମାପନ ହୋଇଛି । ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ତ୍ରିଦିବସୀୟ ଉତ୍ସବ ହଜାର ହଜାର ଦର୍ଶକଙ୍କ ହୃଦୟକୁ ବାନ୍ଧି ରଖି ଏକ ସ୍ମରଣୀୟ ଅନୁଭବ ଦେଇଛି । ଶେଷ ସନ୍ଧ୍ୟାରେ ଲକ୍ଷାଧିକ ଦର୍ଶକଙ୍କ ଭିଡ଼ ଉତ୍ସବକୁ ଏକ ନୂତନ ଉଚ୍ଚତାରେ ପହଞ୍ଚାଇଥିଲା । ମହୋତ୍ସବର ଶେଷ ଦିନଟି ଥିଲା ସତରେ ଏକ “ଷ୍ଟାର ନାଇଟ”। ସମ୍ବଲପୁରୀ ସଙ୍ଗୀତ ଜଗତର ପ୍ରସିଦ୍ଧ ଗାୟକ ଉମାକାନ୍ତ ବାରିକଙ୍କ ମନମୋହନୀ ସୁର ଓ ତାଳରେ ସମଗ୍ର ଜନସମାଗମ ଝୁମିଉଠିଥିଲା । ତାଙ୍କର ସ୍ୱରର ମାୟା ଦର୍ଶକମାନଙ୍କୁ ମନମୁଗ୍ଧ କରିଦେଇଥିଲା । ଏହା ସହ ଓଡ଼ିଆ ଅଭିନେତ୍ରୀ ସୁଚରିତା ସ୍ୱାଇଁ ତାଙ୍କ ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନରେ ମଞ୍ଚକୁ ରଙ୍ଗିନ କରିଥିଲେ । ହାସ୍ୟ ଅଭିନେତା ଟୁକୁନା ତାଙ୍କ ହାସ୍ୟରସରେ ପ୍ରେକ୍ଷକମାନଙ୍କୁ ହସି ହସି ଲୁହ ଆଣିଦେଇଥିଲେ ।ଏହି ମହୋତ୍ସବ କେବଳ ମନୋରଞ୍ଜନରେ ସୀମିତ ନୁହେଁ, ବରଂ ଲୋକକଳା ଓ ପାରମ୍ପରିକ ସଂସ୍କୃତିର ଏକ ସଜିବ ମଞ୍ଚ ରୂପେ ପରିଣତ ହୋଇଥିଲା । ବିଭିନ୍ନ ଲୋକନୃତ୍ୟ ଓ ଲୋକସଙ୍ଗୀତର ଅପୂର୍ବ ପ୍ରଦର୍ଶନ ଦର୍ଶକମାନଙ୍କୁ ମୂଳ ମାଟିର ସୁଗନ୍ଧ ଅନୁଭବ କରାଇଥିଲା । ଗାଁର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଏକ ସୁନ୍ଦର ପ୍ରତିଛବି ମଞ୍ଚରେ ଜୀବନ୍ତ ହୋଇଉଠିଥିଲା । ଶେଷ ଦିନର ଅନୁଷ୍ଠାନରେ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ ଓ ପରିଚୟ ପ୍ରଦାନ କରିଥିଲେ ଉପସଭାପତି ଶ୍ରୀ ମନୋରଞ୍ଜନ ମେହେର । ଗାୟତ୍ରୀ ଶକ୍ତିପୀଠ, ସିନାପାଲିଙ୍କ ଦ୍ୱାରା ଦେବପୂଜନ ଓ ବେଦପାଠରେ ଅନୁଷ୍ଠାନର ଆରମ୍ଭ ହୋଇଥିଲା । ସିନାପାଲି ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପ୍ରାରମ୍ଭିକ ସଙ୍ଗୀତ ଅନୁଷ୍ଠାନକୁ ଏକ ଗମ୍ଭୀର ମାହୋଲ ଦେଇଥିଲା । ସଭାପତି ଶ୍ରୀ ବୈଶମ୍ପାୟନ ମେହେରଙ୍କ ନେତୃତ୍ୱରେ ସଭାକାର୍ଯ୍ୟ ସୁଚାରୁ ଭାବେ ପରିଚାଳିତ ହୋଇଥିଲା । ବିବରଣୀ ପଠନ କରିଥିଲେ ଶ୍ରୀ ସନ୍ତୋଷ କୁମାର ବାଗ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସୁନିୟୋଜିତ କରିଥିଲେ ଶ୍ରୀ ଗୌତମ ମେହେର । ମାନପତ୍ର ପଠନ ମାଧ୍ୟମରେ ସ୍ମୃତିରେ ରହିଥିବା ମହାନ ବ୍ୟକ୍ତିତ୍ୱମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳର ବିଧାୟକ ଶ୍ରୀ ଅଧୀରାଜ ମୋହନ ପାଣିଗ୍ରାହୀ ଉପସ୍ଥିତ ରହି ସଂସ୍କୃତିର ସୁରକ୍ଷା ଓ ପ୍ରଚାରରେ ଏପରି ମହୋତ୍ସବର ଗୁରୁତ୍ୱକୁ ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀ ବସନ୍ତ କୁମାର ପଣ୍ଡା ସହ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଯୋଗଦେଇଥିଲେ । ପୁରସ୍କାର ବିତରଣ ଓ ସ୍ମୃତିଚିହ୍ନ ପ୍ରଦାନ ମାଧ୍ୟମରେ ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ କୋଷାଧକ୍ଷ୍ୟ ଶ୍ରୀ ଦିବ୍ୟ ରଞ୍ଜନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।୨୧ତମ ଉଦନ୍ତୀ ମହୋତ୍ସବ କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ଏକ ଅମୂଲ୍ୟ ପରମ୍ପରାକୁ ଆଉ ଏକ ପଦକ୍ଷେପ ଆଗକୁ ବଢ଼ାଇ ଦେଇଛି । ଏହି ମହୋତ୍ସବ ନା କେବଳ ଏକ ଉତ୍ସବ, ବରଂ ଏକ ଆତ୍ମୀୟତାର ସେତୁ, ଯେଉଁଠାରେ ମନ ଓ ମାଟି ମିଶିଯାଏ । ଏବେ ଅପେକ୍ଷା, ଆସନ୍ତା ବର୍ଷରେ ଆଉ ଏକ ନୂତନ ଆୟାମରେ ଫେରିବାକୁ ଯାଉଥିବା ଉଦନ୍ତୀ ମହୋତ୍ସବକୁ |

Nuapada (ନୂଆପଡ଼ା)ମଳୟ ମେହେର, ସ୍ରିଷ୍ଟି ନିୟୁଜ, ସିନାପାଲି

ସାର ବିକ୍ରି ବନ୍ଦ ପାଇଁ ରିଟେଲ ବିକ୍ରେତାଙ୍କୁ ତାଗିଦ, କୃଷି ଅଧିକାରୀ ସାର ଦୋକାଳରେ ପହଞ୍ଚି ସଚେତନ କରୁଛନ୍ତି
Mar 29, 2026116 views

ସାର ବିକ୍ରି ବନ୍ଦ ପାଇଁ ରିଟେଲ ବିକ୍ରେତାଙ୍କୁ ତାଗିଦ, କୃଷି ଅଧିକାରୀ ସାର ଦୋକାଳରେ ପହଞ୍ଚି ସଚେତନ କରୁଛନ୍ତି

ତେନ୍ତୁଳିଖୁଣ୍ଟି, ୨୯।୩, ଯୁଦ୍ଧ ପରିସ୍ଥିତି ପାଇଁ ଖରିଫ୍ ଋତୁରେ ସାର ଅଭାବ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ତେଣୁ ଏଭଳି ପରିସ୍ଥିତିରୁ ମୁକ୍ତି ପାଇଁ ବର୍ତ୍ତମାନ ସାର ବିକ୍ରି ବନ୍ଦ କରିବାକୁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ରେ ଥୁବା ଲାଇସେନ୍ସଧାରୀ ସାର ବିକ୍ରେତାଙ୍କ ନିକଟରେ କୃଷି ବିଭାଗ ଅଧିକାରୀ ପହଞ୍ଚି ତାଗିଦ କରିଛନ୍ତି । ଅନଧୂକୃତ ସାର ବିକ୍ରି ଉପରେ ଅଙ୍କୁଶ, ବେଆଇନ ଭାବେ ବିକ୍ରି ହେଉଥିବା ସାର ଜବତ କରିବା, ବେଆଇନ ବିକ୍ରେତାଙ୍କ ଉପରେ ଆଇନଗତ ତଥା ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ପରବର୍ତ୍ତୀ ସରକାରୀ ନିର୍ଦ୍ଦେଶ ଦୋକାନୀ ସାର ବିକ୍ରି ବନ୍ଦ କରିବାକୁ ସଚେତନ କରାଯାଇଥିଲା। ଭାରପ୍ରାପ୍ତ ଏଡିଏଓ ବରୁଣ ଧନଫୁଲ, ବ୍ଳକ ସହକାରୀ କୃଷି ଅଧିକାରୀ ଫର୍ଟିଲାଇଜର ଇନ୍ସପେକ୍ଟର ପ୍ରତିଭା ତିରିଆ ଓ କୃଷି ଓଭରସିୟର ଧୀରେଳ ବେନ୍ୟା, ଭିତେନ୍ଦ୍ର ଟାକ୍ରି, ଏଟିଏମ୍ ବାଳଗୋବିନ୍ଦ ସାହୁ, ଆଶିଷ ପରିଡ଼ା ପ୍ରମୁଖ ପ୍ରତି ବ୍ଲକ୍‌ରେ ଥିବା ଲାଇସେନ୍ସ ଧାରୀ ୩୪ ଟି ସାର ଦୋକାନରେ ପହଞ୍ଚୁ ଯାହାବି ଷ୍ଟକ ଅଛି ସେହି ଷ୍ଟକରୁ କିଛି ବିକ୍ରି ନ କରିବାକୁ ସରକାରୀ ଆଦେଶ ଆସିଛି, ତାର ଅନୁପାଳନ କରିବାକୁ କହିଥିଲେ।

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ, ପାଲିଟିକାଲ ଖଟି, ତେନ୍ତୁଳୀଖୁଣ୍ଟି

କର୍ମଚାରୀ ଉପସ୍ଥିତ ରହୁ ନ ଥ‌ିବାରୁ ଫେରିଯାଉଛଛି ଉପଭୋକ୍ତା
Mar 29, 2026127 views

କର୍ମଚାରୀ ଉପସ୍ଥିତ ରହୁ ନ ଥ‌ିବାରୁ ଫେରିଯାଉଛଛି ଉପଭୋକ୍ତା

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଡି ବ୍ଲକ ବେଗୁଗୁଡ଼ାଠାରେ ଥିବା ଉପ ଡାକଘର ବିଭିନ୍ନ ଅବ୍ୟବସ୍ଥା ଘେରରେ ରହିଛି। ଏଠାରେ ଜଣେ କର୍ମଚାରୀ କାର୍ଯ୍ୟରତ ଥିଲେ ମଧ୍ୟ ଅନେକ ସମୟରେ ଉପସ୍ଥିତ ରହୁ ନ ଥିବାରୁ ଉପଜାକଘରେ ତ।ଲା ପଢୁଛି। ଫଳରେ ବହୁ ଦୂରଦୂରାନ୍ତରୁ ଆସୁଥିବା ଉପଭୋକ୍ତାମାନେ ଫେରିପାଇଥୁବା ଦେଖିବାକୁ ମିଳୁଛି। ୧୯୯୨ରେ ବେଲୁଗୁଡ଼ାଠାରେ ଶାଖା ଡାକଘର ଚାଲିଆସୁଥୁଲା । ଇତିମଧ୍ୟରେ ଲୋକନାଥ ନାୟକ, ରୋହିଣୀ ଖରା ଏହିଠାରେ କାର୍ଯ୍ୟ କରିଥିଲେ । ୨୦୨୩ରୁ ଜ୍ୟୋସ୍ନା କାର୍ଗୀ କାର୍ଯ୍ୟ ତୁଲାଇଛନ୍ତି | ସେ ଜଣେ କେନ୍ଦ୍ର ସରକାରଙ୍କ କର୍ମଚାରୀ ହୋଇଥିଲେ ମଧ୍ୟ ନିୟମିତ ଭାବେ କାର୍ଯ୍ୟରେ ଯୋଗଦେଉ ନ ଥିବା ଅଭିଯୋଗ ହେଉଛି! ପୋଷ୍ଟ ଅଫିସକୁ ଆସୁଥିବା ଆକାଉଣ୍ଟଧାରୀଙ୍କ କାମ ନ କରି ସେମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ହେଉଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସବୁ ବେଲୁଗୁଡ଼ାଠାରେ ଥିବା ଉପଡ।କଘରକୁ ଆସିଥିବା ମ ହିଳାମାନେ । ଗ୍ରାମାଞ୍ଚଳର ମହିଳାଙ୍କୁ ସଶସ୍ତୀକରଣ ଓ ସ୍ବାବଲମ୍ବୀ କରୁଥିବା ବେଳେ ଏହି ଶାଖାର ଆକାରଧାରୀ ପିଏମ୍ ଆବାସ ଓ ରାଜ୍ୟ ସରକାରଙ୍କ ଅଜ୍ୟୋଦୟ ଗୃହ କାର୍ଯ୍ୟର ଅର୍ଥ ରାଶି ଠିକ୍ ସମୟରେ ପାଇପାରୁ ନ ଥିବାରୁ ଗୃହ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ସୁଭଦ୍ରା ଯୋଜନାର ଅର୍ଥ ରାଶିକୁ ମଧ୍ୟ ଇଠାଇବା ପାଇଁ ମହିଳାମାନେ ବାରମ୍ବାର ଆସି ନୟାନ୍ତ ହୋଇ ଫେରୁଥିବା ଦେଖିବାକୁ ମିଳିଛି। କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଲୋକଙ୍କ ହାତ ପାହାନ୍ତାରେ ସମସ୍ତ ବ୍ୟାଙ୍କିଙ୍ଗ୍ ସୁବିଧାକୁ ଆହୁରି ସରଳ କରିବା ସହ ବିଭିନ୍ନ ସୁବିଧା ସୁଯୋଗ ସାଧାରଣ ଲୋକଙ୍କ ନିକଟତର କରିବାକୁ ଚେଷ୍ଟା କରୁଥିବା ବେଳେ ଏଭଳି କେତେଜଣ କର୍ମଚାରୀଙ୍କ କାର୍ଯ୍ୟକଳାପ ଯୋଗୁ ଲୋକେ ପୋଷ୍ଟ ଅଫିସଠାରୁ ମୁହଁ ଅବ୍ୟବସ୍ଥା ଘେରରେ ବେଜୁଗୁଡ଼ା ଉପଡାକଘର ସମୟରେ ଅଫିସରେ ଯୋଗ ନ ଦେଇ କେବଳ ନାମକୁ ମାତ୍ର କିଛି ସମୟ ବସି ଚାଲିଯାଇଥିବାରୁ ଦୂରଦୂରାନ୍ତରୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକେ ଅପେକ୍ଷା କରି କରି ଫେରିଯାଇଥିବା ଲଳିତା ସୌରା, ମାଳଦୀ ସୌରା, କନକ ସୌରା, ରଶ୍ମିତା ନାୟକ, ବୈଦି ସୌରା, ପ୍ରତିମା ସୌରା, ମମତା ପାଇକ, ଜମାଇ ସୌରା, ଚକ୍ରପାଣି ନାୟକ ପ୍ରମୁଖ ପ୍ରକାଶ କରିଛନ୍ତି । ପ୍ରଶାସନ ପକ୍ଷରୁ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସମ୍ପୃକ୍ତ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି ପାଇଁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ କର୍ମଚାରୀ ଜ୍ୟୋତ୍ସ୍ନା କାର୍ଗୀଙ୍କୁ ପଚାରିବାରୁ ୫ ଦିନ ଧରି ପୋଷ୍ଟ ଅଫିସ ବନ୍ଦ ଥିବା କଥାକୁ ସେ ସ୍ବୀକାର କରିଛନ୍ତି। କାହିଁକି ଦୂରଦୂରାନ୍ତରୁ ଆସୁଥିବା ଗ୍ରାହକଙ୍କୁ ବାରମ୍ବାର ଆସିବାକୁ କହି କାର୍ଯ୍ୟ କରୁନାହାରି ବୋଲି କହିବାରୁ ସେ ଚୁପ୍ ରହିଥିଲେ।

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ, ସ୍ରିଷ୍ଟି ନିୟୁଜ, ତେନ୍ତୁଳୀଖୁଣ୍ଟି

ପୁରୀ ଓକିଲ ସଂଘ ନିର୍ବାଚନ: ସହ-ସମ୍ପାଦକ ଭାବେ ଅନିଲ ବିଜୟୀ
Mar 29, 2026154 views

ପୁରୀ ଓକିଲ ସଂଘ ନିର୍ବାଚନ: ସହ-ସମ୍ପାଦକ ଭାବେ ଅନିଲ ବିଜୟୀ

ପୁରୀ: ପୁରୀ ଜିଲ୍ଲା ଓକିଲ ସଂଘର ସମ୍ପ୍ରତି ଅନୁଷ୍ଠିତ ନିର୍ବାଚନରେ ସହ-ସମ୍ପାଦକ ପଦବୀରେ ଶ୍ରୀ ଅନିଲ କୁମାର ସାହୁ ସର୍ବାଧିକ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ଏହି ବିଜୟ ସହିତ ସେ ସଂଘର ନୂତନ ସହ-ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆଇନଜୀବୀମାନେ ଉତ୍ସାହର ସହିତ ଭୋଟଦାନ କରିଥିଲେ। ଏହାରେ ଶ୍ରୀ ସାହୁଙ୍କ ପକ୍ଷରେ ଭାରୀ ସମର୍ଥନ ଦେଖିବାକୁ ମିଳିଥିଲା, ଯାହା ତାଙ୍କ ବ୍ୟକ୍ତିଗତ ପ୍ରତିଷ୍ଠା ଓ ସେବାଭାବକୁ ପ୍ରତିଫଳିତ କରୁଛି। ବିଜୟ ପରେ ଶ୍ରୀ ଅନିଲ କୁମାର ସାହୁ ତାଙ୍କ ପ୍ରତି ସମର୍ଥନ ଜଣାଇଥିବା ସମସ୍ତ ଗୁରୁଜନ, ବରିଷ୍ଠ ଆଇନଜୀବୀ ଏବଂ ଓକିଲ ଭାଇ-ଭଉଣୀ ମାନଙ୍କୁ ଆନ୍ତରିକ ଧନ୍ୟବାଦ୍ ଜଣାଇଛନ୍ତି। ସେ କହିଛନ୍ତି ଯେ, ସଂଘର ସାମଗ୍ରିକ ଉନ୍ନତି, ଆଇନଜୀବୀ ମାନଙ୍କ ହିତ ଓ ସୁରକ୍ଷା ଏବଂ ପେଶାଗତ ସୁବିଧା ବୃଦ୍ଧି ପାଇଁ ସେ ନିଷ୍ଠାପୂର୍ଣ୍ଣ ଭାବେ କାମ କରିବେ। ତାଙ୍କ ବିଜୟକୁ ନେଇ ସଂଘର ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଖୁସି ପ୍ରକାଶ କରିଥିବା ବେଳେ, ଆଗାମୀ ଦିନରେ ସଂଘର କାର୍ଯ୍ୟକଳାପ ଅଧିକ ସକ୍ରିୟ ହେବ ବୋଲି ଆଶା କରାଯାଉଛି।

Puri (ପୁରୀ)ବ୍ୟୁରୋ ରିପୋର୍ଟ, ସ୍ରିଷ୍ଟି ନିୟୁଜ

ଭଞ୍ଜନଗର ଓକିଲ ସଂଘରେ ନୂତନ ପଦାଧିକାରୀ ନିର୍ବାଚିତ
Mar 28, 2026241 views

ଭଞ୍ଜନଗର ଓକିଲ ସଂଘରେ ନୂତନ ପଦାଧିକାରୀ ନିର୍ବାଚିତ

ଭଞ୍ଜନଗର: ରାଜ୍ୟବ୍ୟାପୀ ଓକିଲ ସଂଘ ନିର୍ବାଚନ ଅବସରରେ ଭଞ୍ଜନଗର ଓକିଲ ସଂଘରେ ନୂତନ ପଦାଧିକାରୀ ମାନଙ୍କ ନିର୍ବାଚନ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ନିର୍ବାଚନରେ ସଭାପତି ଭାବେ ସନ୍ତୋଷ ନାୟକ ନିର୍ବାଚିତ ହୋଇଥିବାବେଳେ, ଉପ-ସଭାପତି ଭାବେ ରଜତ କୁମାର ଦାସ ଚୟନିତ ହୋଇଛନ୍ତି। ସାଧାରଣ ସମ୍ପାଦକ ଭାବେ ଧିରେନ ସ୍ୱାଇଁ ଏବଂ ଯୁଗ୍ମ ସମ୍ପାଦକ ଭାବେ ସ୍ନିଗ୍ଧା ଦାସ ନିର୍ବାଚିତ ହୋଇଛନ୍ତି ଏବଂ କୋଷାଧକ୍ଷ ପଦବୀରେ ମଧୁସୂଦନ ପଣ୍ଡା ଜିତିଛନ୍ତି। ନିର୍ବାଚନ ପ୍ରକ୍ରିୟାକୁ ବରିଷ୍ଠ ଓକିଲ ଲଡୁକିଶୋର ଆଲତିଆ ପରିଚାଳନା କରିଥିଲେ। ଶାନ୍ତିପୂର୍ଣ୍ଣ ଓ ସୁସଂଘଟିତ ପରିବେଶରେ ଏହି ନିର୍ବାଚନ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି। ନବନିର୍ବାଚିତ ପଦାଧିକାରୀମାନଙ୍କୁ ସଂଘର ସଦସ୍ୟମାନେ ଅଭିନନ୍ଦନ ଜଣାଇଥିବା ସହ, ସଂଘର ସାମଗ୍ରିକ ଉନ୍ନତି ଓ ଓକିଲମାନଙ୍କ ହିତରେ କାମ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି।

Ganjam (ଗଞ୍ଜାମ)ବିଜୟା ନନ୍ଦ ତ୍ରିପାଠୀ, ସ୍ରିଷ୍ଟି ନିୟୁଜ, ଭଞ୍ଜନଗର

ଓଡିଶାର ସର୍ବଶ୍ରେଷ୍ଠ IIC ଭାବେ ବିଜୟ କିଶୋର ଦାଶଙ୍କୁ “ବି.ବି. ମିଶ୍ର ଟ୍ରଫି”
Mar 28, 20261458 views

ଓଡିଶାର ସର୍ବଶ୍ରେଷ୍ଠ IIC ଭାବେ ବିଜୟ କିଶୋର ଦାଶଙ୍କୁ “ବି.ବି. ମିଶ୍ର ଟ୍ରଫି”

ଓଡିଶାର ସର୍ବଶ୍ରେଷ୍ଠ IIC ଭାବେ ବିଜୟ କିଶୋର ଦାଶଙ୍କୁ “ବି.ବି. ମିଶ୍ର ଟ୍ରଫି” ଭୁବନେଶ୍ୱର: ଓଡିଶା ପୋଲିସ ପକ୍ଷରୁ ପ୍ରତିଷ୍ଠିତ “ବି.ବି. ମିଶ୍ର ଟ୍ରଫି” ପାଇଁ ଚଳିତ ବର୍ଷର ସର୍ବଶ୍ରେଷ୍ଠ ଥାନା ଅଧିକାରୀ (IIC) ଭାବେ ସୁନ୍ଦରଗଡ ପୋଲିସ ଜିଲ୍ଲା ଅନ୍ତର୍ଗତ ରାଜଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ବିଜୟ କିଶୋର ଦାଶଙ୍କୁ ଚୟନ କରାଯାଇଛି। ତାଙ୍କର କର୍ତ୍ତବ୍ୟନିଷ୍ଠା, ଦୃଢ଼ ପରିଚାଳନା ଶୈଳୀ ଏବଂ ଆଇନ-ଶୃଙ୍ଖଳା ରକ୍ଷାରେ ଉଲ୍ଲେଖନୀୟ ଭୂମିକା ପାଇଁ ଏହି ସମ୍ମାନ ଦିଆଯାଇଛି। ସେ ନିଜ କାର୍ଯ୍ୟକାଳୀନ ସମୟରେ ଅପରାଧ ନିୟନ୍ତ୍ରଣ, ସାମାଜିକ ସମ୍ପର୍କ ସୁଦୃଢ଼ କରିବା ସହିତ ଲୋକମାନଙ୍କର ଭରସା ଜିତିବାରେ ବେଶ ସଫଳ ହୋଇଛନ୍ତି। ଜନସାଧାରଣଙ୍କ ସହ ସମନ୍ୱୟ ରଖି ପୋଲିସିଂରେ ସ୍ପଷ୍ଟତା ଏବଂ ଦାୟିତ୍ୱବୋଧ ପ୍ରଦର୍ଶନ କରିଥିବାରୁ ସେ ବିଶେଷ ଭାବରେ ପ୍ରଶଂସିତ ହୋଇଛନ୍ତି। ବିଶେଷ କଥା ହେଉଛି, ଶ୍ରୀ ଦାଶ ବିଗତ ଦିନରେ ତାଙ୍କର ଉତ୍କୃଷ୍ଟ ସେବା ପାଇଁ ଡିଜିପି ଡିସ୍କ ଆୱାର୍ଡ, ଡିଜିପି କମେଣ୍ଡେସନ ଆୱାର୍ଡ, ରାଜ୍ୟପାଳ ପଦକ ତଥା ରାଷ୍ଟ୍ରପତି ପଦକ ମଧ୍ୟ୍ୟ ପାଇ ସାରିଛନ୍ତି, ଯାହା ତାଙ୍କର ପେଶାଦାରୀ କୁଶଳତାକୁ ଆହୁରି ଉଜାଗର କରେ। ଏହି ସଫଳତା ପାଇଁ ବିଜୟ କିଶୋର ଦାଶଙ୍କୁ ବିଭିନ୍ନ ମହଳରୁ ଅଭିନନ୍ଦନର ବନ୍ୟା ବହୁଛି। ପୋଲିସ ବିଭାଗରେ ତାଙ୍କର ଏହି ଉପଲବ୍ଧି ଅନ୍ୟ ଅଧିକାରୀ ମାନଙ୍କ ପାଇଁ ଏକ ପ୍ରେରଣା ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l

Bhubaneswar (ଭୁବନେଶ୍ୱର)ରୁଦ୍ର ମୋହାନ ସାହୁ, ଭୁବନେଶ୍ୱର, ସ୍ରିଷ୍ଟି ନିୟୁଜ

ପ୍ରସ୍ତୁତି ଶେଷ ପର୍ଯ୍ୟୟରେ, ଆଜିଠାରୁ ଆରମ୍ଭ ଉଦନ୍ତୀ ମହୋତ୍ସବ–୨୦୨୬
Mar 27, 2026191 views

ପ୍ରସ୍ତୁତି ଶେଷ ପର୍ଯ୍ୟୟରେ, ଆଜିଠାରୁ ଆରମ୍ଭ ଉଦନ୍ତୀ ମହୋତ୍ସବ–୨୦୨୬

ନୂଆପଡା-ସିନାପାଲି: କଳା, ସାହିତ୍ୟ ଓ ସଂସ୍କୃତିର ଅଦ୍ଭୁତ ସମାଗମ “ଉଦନ୍ତୀ ମହୋତ୍ସବ–୨୦୨୬” ପାଇଁ ସିନାପାଲି ଅଞ୍ଚଳରେ ଉତ୍ସାହ ଓ ଆନନ୍ଦର ମହଲ ସୃଷ୍ଟି ହୋଇଛି । ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟୟକୁ ପହଁଞ୍ଚି ସାରିଥିବା ବେଳେ, ମଞ୍ଚ ସଜାଣା, ମିନାବଜାର, ଆଲୋକ ସଜ୍ଜା ସହ ଅନ୍ୟାନ୍ୟ ବ୍ୟବସ୍ଥା ଦର୍ଶକଙ୍କୁ ଆକର୍ଷିତ କରିବାକୁ ପ୍ରସ୍ତୁତ । ସିନାପାଲିର ଲୋକମାନେ ବର୍ଷଭରି ଯେଉଁ ପର୍ବକୁ ଅପେକ୍ଷା କରି ରହନ୍ତି, ସେହି ପ୍ରିୟ ଉତ୍ସବ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଧୁମଧାମରେ ପାଳିତ ହେବ । ଏହି ମହୋତ୍ସବ କେବଳ ଏକ ଉତ୍ସବ ନୁହେଁ, ଏହା ଅଞ୍ଚଳର ସାମୁଦାୟିକ ଏକତା, ପରମ୍ପରା ଓ ସୃଜନଶୀଳତାର ପ୍ରତିବିମ୍ବ । ଉଦନ୍ତୀ ମହୋତ୍ସବ ଏକ ଏମିତି ମଞ୍ଚ ଯେଉଁଠାରେ ନୂତନ ପ୍ରତିଭାମାନେ ନିଜର କୌଶଳ ପ୍ରଦର୍ଶନ କରି ଆଗକୁ ବଢ଼ିବାର ଅବସର ପାଆନ୍ତି । କଳାକାରମାନଙ୍କ ପାଇଁ ଏହା ଗୌରବର ମଞ୍ଚ, ଯେଉଁଠାରେ ସେମାନେ ନିଜର କଳାକୌଶଳ ଦ୍ୱାରା ଦର୍ଶକମାନଙ୍କ ହୃଦୟ ଜିତନ୍ତି । ବିଶେଷ କରି ଆସନ୍ତା ୨୯ ତାରିଖରେ ଆୟୋଜିତ “ଷ୍ଟାର ନାଇଟ” କାର୍ଯ୍ୟକ୍ରମରେ ସୁପରଷ୍ଟାର ସିଙ୍ଗର ଉମାକାନ୍ତ ବାରିକଙ୍କ ଅର୍କେଷ୍ଟ୍ରା ପ୍ରଦର୍ଶନ ମହୋତ୍ସବର ଆକର୍ଷଣକୁ ଅଧିକ ଉଚ୍ଚସୀମାକୁ ନେବ ବୋଲି ଆଶା କରାଯାଉଛି । ସଙ୍ଗୀତର ମାୟାରେ ଦର୍ଶକମାନେ ମନମୋହିତ ହେବେ ବୋଲି ଆୟୋଜକମାନେ ବିଶ୍ୱାସ ବ୍ୟକ୍ତ କରିଛନ୍ତି । ଉଦନ୍ତୀ ମହୋତ୍ସବ ପାଳନ କମିଟି–୨୦୨୬ର ସଭାପତି ଶ୍ରୀ ପ୍ରିୟ ରଞ୍ଜନ ମେହେରଙ୍କ ନେତୃତ୍ୱରେ ଏହି ଆୟୋଜନ ହେଉଥିବା ବେଳେ, ଉପସଭାପତି ଶ୍ରୀ ରଜନୀକାନ୍ତ ମାଝୀ, ଶ୍ରୀ ଅଜିତ କୁମାର ଯୋଶୀ ଓ ଶ୍ରୀ ମନୋରଞ୍ଜନ ମେହେରଙ୍କ ସହଯୋଗ ଲୋକପ୍ରଶଂସନୀୟ । ସମ୍ପାଦକ ଶ୍ରୀ ସୁରଜ ମେହେର ଓ ସହ ସମ୍ପାଦକମାନେ ଶ୍ରୀ ବଂଶୀଧର ଜଗତ, ଶ୍ରୀ ଜିତୁ ମେମେର ଓ ଶ୍ରୀ ସୁଶାନ୍ତ ନାଏକ ଏହି ମହୋତ୍ସବକୁ ସଫଳ କରିବାରେ ଅନୁରତ ଅଟନ୍ତି । କୋଷାଧ୍ୟକ୍ଷ ଶ୍ରୀ ଦିବ୍ୟ ରଞ୍ଜନ ନାଏକ ମଧ୍ୟ ଆର୍ଥିକ ବ୍ୟବସ୍ଥାପନାରେ ସଚେତନ ଭୂମିକା ନିଭାଉଛନ୍ତି । ଉଦନ୍ତୀ ମହୋତ୍ସବ କେବଳ ଉତ୍ସବ ନୁହେଁ, ଏହା ଆମର ସଂସ୍କୃତି, ପରମ୍ପରା ଓ ସାମୁଦାୟିକ ଏକତାର ଉତ୍ସବ । ଏହା ଯୁବପିଢ଼ୀକୁ ପ୍ରେରଣା ଦେଇଥାଏ, କଳାକୁ ସମ୍ମାନ ଦେଇଥାଏ ଓ ଆମ ଐତିହ୍ୟକୁ ଜୀବନ୍ତ ରଖେ । ସିନାପାଲି ଏବେ ଉତ୍ସବର ରଙ୍ଗରେ ରଙ୍ଗାଇବା ଆରମ୍ଭ କରିବ , ଏବଂ ଆସନ୍ତା ତିନି ଦିନ ଧରି ଏହି ଆନନ୍ଦ ଧାରା ଜାରି ରହିବ ।

Nuapada (ନୂଆପଡ଼ା)ମଳୟ ମେହେର, ସିନାପାଲି (ସ୍ରିଷ୍ଟି ନିୟୁଜ)

ବଡଗୋରଠା ପ୍ରିମିୟର ଲିଗ (BPL) ଫାଇନାଲ୍ ସମାପ୍ତ: ବିଜେତା ଦଳକୁ ଟ୍ରଫି ପ୍ରଦାନ
Mar 27, 2026271 views

ବଡଗୋରଠା ପ୍ରିମିୟର ଲିଗ (BPL) ଫାଇନାଲ୍ ସମାପ୍ତ: ବିଜେତା ଦଳକୁ ଟ୍ରଫି ପ୍ରଦାନ

ରାୟଗଡା-ଗୁଡାରି: ଆଜି ଗୁଡାରି ବ୍ଲକ ଅଧିନସ୍ଥ ଖାରିଗୁଡା ଗ୍ରାମପଞ୍ଚାୟତର ବଡଗୋରଠା ଗ୍ରାମରେ ଆୟୋଜିତ ବଡଗୋରଠା ପ୍ରିମିୟର ଲିଗ (BPL) ର ଫାଇନାଲ୍ ଖେଳ ଉତ୍ସାହ ଓ ଆନନ୍ଦ ମଧ୍ୟରେ ସମାପ୍ତ ହୋଇଛି। ଏହି ଅବସରରେ ସମ୍ମାନିତ ଅତିଥି ଭାବେ କୋରାପୁଟ ଲୋକସଭା ସାଂସଦଙ୍କ ଗୁଡାରି NAC ପ୍ରତିନିଧି ଶ୍ରୀ ଏସ. ମୀନକେଶ ବାବୁ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଗୁଡାରି ବ୍ଲକ କଂଗ୍ରେସ ସଭାପତି ଶ୍ରୀ କେ. ରାମକ୍ରୀଷ୍ଣା ଉପସ୍ଥିତ ଥିଲେ। ତଦୁପରି କଂଗ୍ରେସ ଜିଲ୍ଲା ସମ୍ପାଦକ ଶ୍ରୀ ଜଳ ସୂର୍ଯ୍ୟ, କଦମା ପଞ୍ଚାୟତ ସଭାପତି ଶ୍ରୀ ଜିତେନ୍ଦ୍ର ମାଝୀ, ସାନହୁମା ପଞ୍ଚାୟତ ସଭାପତି ଶ୍ରୀ ପ୍ରଭାକର ବିଡ଼ିକା, ମଧୁବନ ପଞ୍ଚାୟତ ସଭାପତି ଶ୍ରୀ ପାଣି ମାମ୍ବାଲାକା, ଖାରିଗୁଡା ପଞ୍ଚାୟତ ସଭାପତି ଶ୍ରୀ ରଜନୀ କାନ୍ତ ଗୋରଡ଼ିଆ (ବେଲା), ବରିଷ୍ଠ କଂଗ୍ରେସ ନେତା ଶ୍ରୀ କେଲୁ ହିକାବାଡି, ମାଲେସା ହିକାବାଡି, କୁମ୍ଭ ଶବର, ସିର୍ଣ୍ଣ କଲାକା ସହିତ ବହୁ କଂଗ୍ରେସ କର୍ମୀ ମଞ୍ଚରେ ଉପସ୍ଥିତ ଥିଲେ l ଅତିଥିମାନେ ବିଜେତା ଏବଂ ପରାଜିତ ଦଳର ଖେଳାଳୀମାନଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ। ଏହି ଫାଇନାଲ୍ ମ୍ୟାଚ୍‌କୁ ଦେଖିବା ପାଇଁ ବହୁ ସଂଖ୍ୟକ ଦର୍ଶକ ମାନଙ୍କ ଭିଡ଼ ଲକ୍ଷ୍ୟ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମଟି ଖେଳପ୍ରେମୀ ମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଥିଲା।

Rayagada (ରାୟଗଡ଼ା)ନିରଞ୍ଜନ ପୂଜାରୀ, ଗୁଡ଼ାରି (ସ୍ରିଷ୍ଟି ନିୟୁଜ)

ଭଞ୍ଜନଗର ଜଳସେଚନ ବିଭାଗର ବାବୁ ଭିଜିଲାସନ୍ସ ଜାଲରେ
Mar 26, 202693 views

ଭଞ୍ଜନଗର ଜଳସେଚନ ବିଭାଗର ବାବୁ ଭିଜିଲାସନ୍ସ ଜାଲରେ

ଭଞ୍ଜନଗର: କିଛିଦିନ ପୂର୍ବରୁ ଜଳସେଚନ ବିଭାଗର ଜଣେ ବାବୁଙ୍କୁ ଭିଜିଲାସନ୍ସ ମାଡ଼ି ବସିଥିବା ବେଳେ ଆଜି ପ୍ରତ୍ୟୁଷରୁ ଭିଜିଲାନ୍ସ ଆୟ ବହିର୍ଭୁତ ସମ୍ପତି ମାମଲାରେ ଭଞ୍ଜନଗର ଡହ ଜଳସେଚନ ଉପଖଣ୍ଡ ଏସଡ଼ିଓ ପଞ୍ଚୁ ବେହେରାଙ୍କୁ ଧରିଛି l ସର୍ବମୋଟ ୫ଟି ସ୍ଥାନରେ ଏକାକାଳୀନ ରେଡ ଚାଲିଛି l ବେହେରାଙ୍କ ଭଞ୍ଜନଗର ଅଫିସ, ସରକାରୀ ବାସଭବନ, ବ୍ରହ୍ମପୁର ବସନ୍ତବିହାରରେ ଥିବା ୩ମହଲା କୋଠା, ବ୍ରହ୍ମପୁର ଭୀମନଗର ସ୍ଥିତ ସମ୍ପର୍କୀୟ ଘର ଓ ପୋଲସରା ସ୍ଥିତ ପୈତୃକ ବାସଭବନରେ ଚଢ଼ାଉ ଜାରିରହିଛି l ଏହି ଚଢ଼ାଉରେ ଭିଜିଲାସନ୍ସ ବିଭାଗର ୩ଜଣ ଡ଼ିଏସପି, ୭ଜଣ ଇନ୍ସପେକ୍ଟର ଓ ବିଭାଗର କର୍ମଚାରୀମାନେ ସାମିଲ ରହିଛନ୍ତି l

Ganjam (ଗଞ୍ଜାମ)ବିଜୟାନନ୍ଦ ତ୍ରିପାଠୀ, ଭଞ୍ଜନଗର (ପଲିଟିକାଲ ଖଟି)

ପାଣିକୋଇଲିରେ ‘ମାଇଁ ଛୋଟା ସ୍କୁଲ’ ଉଦ୍ଘାଟିତ
Mar 23, 2026151 views

ପାଣିକୋଇଲିରେ ‘ମାଇଁ ଛୋଟା ସ୍କୁଲ’ ଉଦ୍ଘାଟିତ

ପାଣିକୋଇଲିରେ ‘ମାଇଁ ଛୋଟା ସ୍କୁଲ’ ଉଦ୍ଘାଟିତ ପାଣିକୋଇଲି: ଦୀର୍ଘଦିନ ଧରି ପାଣିକୋଇଲି ଅଞ୍ଚଳରେ ପ୍ଲେ ସ୍କୁଲର ଅଭାବ ଥିବାରୁ ଅଭିଭାବକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ପାଣିକୋଇଲି ଠାରେ ‘ମାଇଁ ଛୋଟା ସ୍କୁଲ’ର ଔପଚାରିକ ଉଦ୍ଘାଟନ କରାଯାଇଛି। ପାଣିକୋଇଲି ଆରଡି ଅଫିସ ନିକଟରେ ଏହି ସ୍କୁଲ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ପ୍ଲେ ଠାରୁ ୟୁକେଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏଠାରେ ଶିକ୍ଷା ଗ୍ରହଣ କରିପାରିବେ। ଏହା ଫଳରେ ସ୍ଥାନୀୟ ଶିଶୁମାନେ ଆଉ ବାହାରକୁ ଯାଇ ପଢ଼ିବାକୁ ପଡ଼ିବ ନାହିଁ, ଏବଂ ସେମାନଙ୍କର ଭବିଷ୍ୟତ ଏଠାରେ ଗଢ଼ିଉଠିବ। ସ୍କୁଲର ଅଧ୍ୟକ୍ଷା ଭାରତୀ ଦାସଙ୍କ ସଂଚାଳନାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଅତିଥିଭାବେ ସମାଜସେବୀ ସୁଚାସ ଧଳ, ଭାରତୀୟ ଷ୍ଟେଟ ବ୍ୟାଙ୍କ ପାଣିକୋଇଲି ଶାଖା ପରିଚାଳକ ମାନସ ରଞ୍ଜନ ବେହେରା, ଯୁବନେତା ଜହର ଅଲ୍ଲୀ, ଶିଳ୍ପପତି ତ୍ରିଲୋଚନ ଦାଶ, ରମ୍ଭାକର ସେନାପତି, ଡାକ୍ତର ଦେବାଶିଷ ମହାନ୍ତି ଏବଂ ସମିତିସଭ୍ୟା ସୁଜାତା ଘଡାଇ ପ୍ରମୁଖ ଉପସ୍ଥିତ ଥାଇ ସ୍କୁଲର ଉଦ୍ଘାଟନ କରିଥିଲେ। ଏହି ଅବସରରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନେ ବିପୁଳ ସଂଖ୍ୟାରେ ଯୋଗଦେଇଥିଲେ। ଶିକ୍ଷିକା ଆୟୁଷା ନାୟକ, ରଶ୍ମୀରେଖା ସାହୁ, ଉର୍ମିଳା ସାହୁ, ଅନ୍ନପୂର୍ଣ୍ଣା ପଣ୍ଡା ଙ୍କ ସହିତ ବିଦ୍ୟାଳୟର କର୍ମଚାରୀମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

Jajpur (ଯାଜପୁର)ବସନ୍ତ କୁମାର ମଲ୍ଲିକ, ପାଣିକୋଇଲି (ସ୍ରିଷ୍ଟି ନିୟୁଜ)

ଦୁଃଖର ପାହାଡ଼ ତଳେ ଦୁଇ ଭଉଣୀ: ମାଆ ପରେ ବାପାଙ୍କ ମୃତ୍ୟୁ, ଜୀବନ ସଂଘର୍ଷରେ ଅସହାୟ ପରିବାର
Mar 23, 2026211 views

ଦୁଃଖର ପାହାଡ଼ ତଳେ ଦୁଇ ଭଉଣୀ: ମାଆ ପରେ ବାପାଙ୍କ ମୃତ୍ୟୁ, ଜୀବନ ସଂଘର୍ଷରେ ଅସହାୟ ପରିବାର

ଦୁଃଖର ପାହାଡ଼ ତଳେ ଦୁଇ ଭଉଣୀ: ମାଆ ପରେ ବାପାଙ୍କ ମୃତ୍ୟୁ, ଜୀବନ ସଂଘର୍ଷରେ ଅସହାୟ ପରିବାର ଭାଗ୍ୟ କେବେ କାହାର ଜୀବନକୁ କେମିତି ଦୁଃଖରେ ଭରିଦେବ, ସେଥି ପୂର୍ବାନୁମାନ କରିବା କଷ୍ଟକର । ଏହାର ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ପଞ୍ଚାୟତର ଅନକାପୁର ଗ୍ରାମରେ । ଏଠାରେ ଏକ ଅସହାୟ ପରିବାର ଏବେ ଦୁଃଖ ଓ ଅନିଶ୍ଚିତତାର ଛାୟା ତଳେ ଜୀବନ କାଟୁଛି । ହେମଳତା ଗୋଆଲ (୨୨) ଓ ତାଙ୍କ ସାନ ଭଉଣୀ ନମନ୍ତୀ ଗୋଆଲ (୧୮) ଙ୍କ ଜୀବନରେ ଏକ ପରେ ଏକ ଦୁର୍ଘଟନା ଆଘାତ ଆଣିଛି । କିଛି ଦିନ ପୂର୍ବରୁ ମାଆ ଗୁରୁତର ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ । ମାଆଙ୍କ ମୃତ୍ୟୁ ପରେ ବୃଦ୍ଧ ବାପା ଅମର ଗୋଆଲ (୬୫) ପରିବାର ପ୍ରତିପୋଷଣର ଭାର ବହନ କରିବାକୁ ତେଲେଙ୍ଗାନାକୁ ଦାଦନ ଶ୍ରମିକ ଭାବେ ପ୍ରସ୍ଥାନ କରିଥିଲେ । କିନ୍ତୁ ଭାଗ୍ୟ ଏଠାରେ ମଧ୍ୟ ଦୟା କରିନଥିଲା, ଚଳିତ ମାର୍ଚ୍ଚ ୧୭ ତାରିଖରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।ଏହା ପରେ ଦୁଇ ଭଉଣୀ ସଂପୂର୍ଣ୍ଣ ଭାବେ ଅସହାୟ ହୋଇପଡିଛନ୍ତି । ବଡ଼ ଭଉଣୀ ହେମଳତା ଜନ୍ମଜାତ ଦିବ୍ୟାଙ୍ଗ ହୋଇଥିବାରୁ ସେ ନିଜେ କାମ କରିପାରୁନାହାନ୍ତି । ତାଙ୍କ ଦେଖାଶୁଣା ପାଇଁ ସାନ ଭଉଣୀ ନମନ୍ତୀ ନିଜ ପାଠପଢା ବନ୍ଦ କରି ଦେଇଛନ୍ତି । ଏବେ ଘରର ସମସ୍ତ ଦାୟିତ୍ୱ ତାଙ୍କ ନାଜୁକ କାନ୍ଧ ଉପରେ ରହିଛି । ସରକାରୀ ସହାୟତା ଭାବେ ପରିବାରକୁ କେବଳ ରାସନ କାର୍ଡ ଓ ଦିବ୍ୟାଙ୍ଗ ଭତା ଭାବେ ମାସିକ ୧୨୦୦ ଟଙ୍କା ମିଳୁଛି । କିନ୍ତୁ ଏହି ଅଳ୍ପ ରାଶିରେ ଦୁଇଜଣଙ୍କ ଜୀବନ ଚାଲାଇବା ଅତ୍ୟନ୍ତ କଷ୍ଟସାଧ୍ୟ । ଅନେକ ଦିନ ଚୁଲି ଜଳିନଥିବାରୁ ସେମାନେ ଭୋକ ଉପାସରେ ଦିନ କାଟୁଛନ୍ତି । ଅନ୍ୟପଟେ, ହେମଳତାଙ୍କ ଦିବ୍ୟାଙ୍ଗ ସ୍ତର ୮୦% ହେବାକୁ ଥିବା ସତ୍ତ୍ୱେ ମାତ୍ର ୬୦% ଦର୍ଶାଯାଇଛି । ଏହା ଫଳରେ ସେ ପୂର୍ଣ୍ଣ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି ।ଏହି ପରିସ୍ଥିତିରେ ସ୍ଥାନୀୟ ସୂଚନାକର୍ମୀ କ୍ଷୀରସିନ୍ଧୁ ସଗରିଆ ଦାବୀ କରିଛନ୍ତି ଯେ, ହେମଳତାଙ୍କୁ ପୁନଃ ଦିବ୍ୟାଙ୍ଗ ଶିବିରରେ ପରୀକ୍ଷା କରାଯାଇ ୮୦% ଦର୍ଜା ଦେଇ ମୁଖ୍ୟମନ୍ତ୍ରୀ ସହାୟତା ଯୋଗାଇଦିଆଯାଉ । ସେହିପରି, ସାନ ଭଉଣୀ ନମନ୍ତୀଙ୍କ ପାଠପଢା ପୁନରୁଦ୍ଧାର ପାଇଁ ଯଥୋଚିତ ବ୍ୟବସ୍ଥା କରାଯିବା ଆବଶ୍ୟକ । ଯଦି ଶୀଘ୍ର ସରକାରୀ ଓ ସାମାଜିକ ସହଯୋଗ ମିଳିନଥାଏ, ତେବେ ଏହି ଦୁଇ ଭଉଣୀଙ୍କ ଭବିଷ୍ୟତ ଅନ୍ଧକାରମୟ ହେବା ସହ ପରିବାର ପ୍ରତିପୋଷଣରେ ଗୁରୁତର ସମସ୍ୟା ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି ।

Nuapada (ନୂଆପଡ଼ା)ମଳୟ ମେହେର, ବୋଡେ଼ନ, ସିନାପାଲି (ସ୍ରିଷ୍ଟି ନିୟୁଜ)