Web News

ଭୁବନ ଲକ୍ଷ୍ମୀ ବଜାରରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ
ଭୁବନ ୧୫.୮- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ୍ ଏ ସି ଅନ୍ତର୍ଗତ ଲକ୍ଷ୍ମୀ ବଜାରରେ ୮୦ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ବଜାର ସଭାପତି କୁମାର ଦେବେଶ ଜାତୀୟ ପତାକା ଉତୋଳନ କରିଥିଲେ। କର୍ମକର୍ତ୍ତା ପ୍ରମୋଦ କୁମାର ସାହୁ,ରମେଶ ଚନ୍ଦ୍ର ନାୟକ,ସୁବାସ ଚନ୍ଦ୍ର ମଲ୍ଲିକ,ବିଜୟ କୁମାର ସାହୁ,କୃତିବାସ ଗୁରୁ,ନିତ୍ୟାନନ୍ଦ ସାହୁ,ପ୍ରସନ୍ନ,ସାମ୍ବାଦିକ ସୁଶାନ୍ତ କୁମାର ପୋଥାଳ ପ୍ରମୁଖ ଜାତୀୟ ସଙ୍ଗୀତ ଗାନ କରି ଜାତୀୟ ପତାକାକୁ ସାଲ୍ୟୁଟ ମାରି ସମ୍ମାନ ଜଣାଇଥିଲେ । ଏହି ଅବସରରେ ଭିକ୍ଷୁକ ମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା।
Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ

ଭୁବନ ଥାନାରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ
ଭୁବନ ୧୫.୮- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନାରେ ୮୦ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଆରକ୍ଷୀ ନିରୀକ୍ଷକ ଶ୍ରୀମତୀ ରେଣୁବାଳା ସାହୁ ଜାତୀୟ ପତାକା ଉତୋଳନ କରିଥିଲେ। ସବ ଇନ୍ସପେକ୍ଟର ପ୍ରଦୀପ କୁମାର ଭୂୟାଁ,ଏ ଏସ ଆଇ ମାନସ ରଞ୍ଜନ ନାୟକ ଙ୍କ ସମେତ ସମସ୍ତ କନଷ୍ଟେବଳ ଓ କର୍ମଚାରୀ ମାନେ ଜାତୀୟ ସଙ୍ଗୀତ ଗାନ କରି ଜାତୀୟ ପତାକାକୁ ସାଲ୍ୟୁଟ ମାରି ସମ୍ମାନ ଜଣାଇଥିଲେ ।
Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ

ଭୁବନ ଅବକାରୀ ଥାନାରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ
ଭୁବନ ୧୫.୮- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ଥାନାରେ ୮୦ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଅବକାରୀ ଉପ ନିରୀକ୍ଷକ ଶ୍ରୀଯୁକ୍ତ ବୁଲୁ ପାତ୍ର ଜାତୀୟ ପତାକା ଉତୋଳନ କରିଥିଲେ। ଅବକାରୀ କନଷ୍ଟେବଳ ସୁଜିତ୍ ନାୟକ,ଆଲୋକ କୁମାର ଜେନା,ଶ୍ରଦ୍ଧାଞ୍ଜଳି ସାମଲ ଙ୍କ ସମେତ କର୍ମଚାରୀ ମାନେ ଜାତୀୟ ସଙ୍ଗୀତ ଗାନ କରି ଜାତୀୟ ପତାକାକୁ ସାଲ୍ୟୁଟ ମାରି ସମ୍ମାନ ଜଣାଇଥିଲେ ।
Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ

ଭୁବନ ରେ ୮୦ ତମ ସ୍ବାଧିନତା ଦିବସ ପାଳିତ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଦେଶପ୍ରେମ,ଦାୟିତ୍ୱବୋଧ ସୃଷ୍ଟି ହେଉ : ବିଧାୟକ
ଭୁବନର ବିକାଶ , ସ୍ୱଚ୍ଛତା ଓ ସୁନ୍ଦରତା ଆମର ପ୍ରଥମ ଲକ୍ଷ୍ୟ: ନଗରପାଳ ଭୁବନ : ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ( ମିନି ଷ୍ଟାଡିୟମ ) ଠାରେ ୮୦ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦୁଇଟି ମହାବିଦ୍ୟାଳୟ ସହିତ ୨୨ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ । ଦେଶର ଏକତା ,ଅଖଣ୍ଡତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶ୍ରୀଯୁକ୍ତ ଜେନା କହିଥିଲେ ଯେ,ବିଭିନ୍ନତା ମଧ୍ୟରେ ଏକତା ହେଉଛି ଆମ ଦେଶର ମୂଳମନ୍ତ୍ର । ଛାତ୍ର ଛାତ୍ରୀ ମାନେ ହିଁ ଆଗାମୀ ଭାରତର ଭବିଷ୍ୟତ । ସେମାନଙ୍କ ମଧ୍ୟରେ ଦେଶପ୍ରେମ, ଦାୟିତ୍ୱବୋଧ ଓ ରାଷ୍ଟ୍ରସେବାର ଭାବନା ଜାଗ୍ରତ ହେଉ , ଏହାହିଁ ଆଜି ଦିନର ସଂକଳ୍ପ ବୋଲ ମତବ୍ୟକ୍ତ କରିଥିଲେ ଓ ଭୁବନ ଏନ୍ ଏ ସି ର ବିକାଶ ପାଇଁ ସବୁ ପ୍ରକାର ସହଯୋଗ କରାଯିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଯୋଗଦେଇ ସ୍ୱାଧୀନତା ଦିବସ କେବଳ ଏକ ପର୍ବ ନୁହେଁ , ମହାନ୍ ସ୍ୱାଧୀନତା ସଂଗ୍ରାମୀ, ବୀର ସହିଦ ମାନଙ୍କୁ ଶ୍ରଦ୍ଧାପୂର୍ବକ ସ୍ମରଣ କରିବାର ଦିନ । ଭୁବନର ବିକାଶ,ସ୍ୱଚ୍ଛତା,ସୁନ୍ଦରତା ଓ ଜନସେବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ। କୃତି ପ୍ରତିଯୋଗୀ ,ଶ୍ରେଷ୍ଠ ବିଦ୍ୟାର୍ଥୀ ଓ ସମାଜସେବୀ ଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁରୂପ ଭାବେ ଏନ୍ ଏ ସି କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ପ୍ରଦତ୍ତ ସାହୁ ,ସମସ୍ତ କାଉନସିଲର ଓ କର୍ମଚାରୀ ଙ୍କ ଉପସ୍ଥିତିରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଭୁବନ ତହସିଲ କାର୍ଯ୍ୟାଳୟ ରେ ତହସିଲଦାର ଜ୍ୟୋତିରୁପା ଶତପଥୀ ,ପଞ୍ଚାୟତ ସମିତି ରେ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ, ଥାନାରେ ଆଇ ଆଇ ସି ରେଣୁବାଳା ସାହୁ, ବନ ବିଭାଗ କାର୍ଯ୍ୟାଳୟ ରେ ରେଞ୍ଜର ରାକେଶ କୁମାର ଦଳେଇ ,ଅବକାରୀ କାର୍ଯ୍ୟାଳୟରେ ଉପ ନିରୀକ୍ଷକ ( ସବ ଇନ୍ସପେକ୍ଟର) ବୁଲୁ ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ।
Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ

ବିଶ୍ୱ ଯୁବ କେନ୍ଦ୍ର ତରଫରୁ ପଞ୍ଚାୟତ ସ୍ତରୀୟ ଶିଶୁସୁରକ୍ଷା ବୈଠକ
ଢ଼େଙ୍କାନାଳ ୧୫.୮- ଢେଙ୍କାନାଳ ଜିଲ୍ଳା ଓଡ଼ାପଡ଼ା ବ୍ଲକର ବଦାଳୋ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ୮୦ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ବିଶ୍ୱ ଯୁବକେନ୍ଦ୍ର ଦ୍ଵାରା ପରିଚାଳିତ ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ୍ସ ସହଯୋଗରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତିର ବୈଠକ ସରପଞ୍ଚ ଶ୍ରୀମତୀ କ୍ରିଷ୍ଣା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କମିଟି ଉପସଭାପତି ନାୟବ ସରପଞ୍ଚ ଜାନକୀ ବେହେରା,ହାଇସ୍କୁଲ ମୁଖ୍ୟ ଶିକ୍ଷକ ସନ୍ତୋଷ କୁମାର ମହାପାତ୍ର, ସ୍ୱୟଂ ସହାୟକ ଗୋଷ୍ଠୀ ଜ୍ୟୋତିର୍ମୟୀ ସାହୁ, ପରିଚାଳନା କମିଟି ମେମ୍ବର ଅରୁଣ ବେହେରା,କିଶୋର ,ବାଳକ ଚିକୁନୁ ବିଶ୍ୱାଳ,କିଶୋରୀ ବାଳିକା,ଏବଂ ପଂଚାୟତ ର ୱାର୍ଡ ମେମ୍ବର,ଜିପିଏଲଫ ମେମ୍ବର ଉପସ୍ଥିତ ଥିଲେ l ବିଶ୍ୱ ଯୁବ କେନ୍ଦ୍ର ଶ୍ରୀମତୀ ମନସ୍ମିତା ନାୟକ ସମସ୍ତଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମ ଉଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।ବାଲ୍ୟବିବାହ ନିଷେଧ ଆଇନ ୨୦୦୬ ର ସଚେତନତା, ବାଲ୍ୟବିବାହ ଯୋଗୁଁ ଝିଅ ଉପରେ ପଡ଼ୁଥିବା ଶାରୀରିକ, ପାରିବାରିକ, ମାନସିକ ତଥା ଆର୍ଥିକ ଚାପ, ଶିକ୍ଷା ତଥା ଆତ୍ମନିର୍ଭରଶୀଳତା ଅଭାବ, ସାମାଜିକ କୁପରିଣାମ ଏବଂ ଦଣ୍ଡ ବିଧାନ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ । ଏହାବ୍ୟତୀତ ବୈଠକରେ ଶିଶୁ ଶ୍ରମିକ, ଶିଶୁ ଚାଲାଣ ଓ ଶିଶୁମାନଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଆଇନ ପୋକ୍ସୋ ଉପରେ ଆଲୋଚନା ହୋଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା | ଏହି ଅବସରରେ କୌଣସି ଶିଶୁ ଅଧିକର ଉଲ୍ଲଙ୍ଘନ ଦେଖିଲେ ଚାଇଲ୍ଡ ହେଲ୍ପ ଲାଇନର ଦେୟମୁକ୍ତ ନମ୍ବର ୧୦୯୮କୁ ଫୋନ୍ କରି ଜଣାଇବାକୁ ପରାମର୍ଶ ଦିଅଯାଇଥିଲା ।ଏଡିଓ ମିନର୍ଭା ପତି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା,ଜବ କାର୍ଡ,ବିବିଜି ରାମ ଜି, ବିଷୟରେ ଆଲୋଚନା କରିଥିଲେ l ଶିକ୍ଷକ ସନ୍ତୋଷ କୁମାର ମହାପାତ୍ର ପିଲାମାନେ କିପରି ସୁରକ୍ଷିତ ରହିବେ,ପିଲାମାନେ କିପରି ବିଦ୍ୟାଳୟ ଯିବେ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ବ୍ରାହ୍ମଣୀ ନଦୀରେ ପୁଣି ବନ୍ୟା ଆଶଙ୍କା, ବଢୁଛି ଜଳସ୍ତର
ଯାଜପୁର : ଲଗାଣ ବର୍ଷାପରେ ବ୍ରାହ୍ମଣୀ ନଦୀର ଜଳସ୍ତର ପୁଣି ବଢ଼ିବାରୁ ନଦୀକୂଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି। ନଦୀର ଏଭଳି ଉଚ୍ଚ ଜଳପ୍ରବାହ ନଦୀକୂଳରେ ରହୁଥିବା ଲୋକଙ୍କ ଚିନ୍ତା ବଢ଼ାଇଛି। ବିଶେଷକରି ତଳିଆ ଅଞ୍ଚଳରେ ପାଣି ପଶିବା ନେଇ ଆଶଙ୍କା ରହିଛି। ନଦୀର ସ୍ଥିତି ଉପରେ ସ୍ଥାନୀୟ ଲୋକଙ୍କ ନଜର ରହିଛି। ଏପରି ସ୍ଥିତିରେ ନଦୀକୂଳିଆ ଲୋକଙ୍କୁ ସତର୍କ ରହିବା ସହ ନଦୀ ନିକଟକୁ ନଯିବାକୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି।
Jajpur (ଯାଜପୁର) • ରିପୋଟର: ସୁଧାଂଶୁ ଶେଖର ଓଝା

ବିନେକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱାଧୀନତା ଦିବସ ପାଳିତ
ଟିଟିଲାଗଡ଼ :-୧୫/୮/୨୬ ବିନେକେଲା ସରକାରୀ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ଠାରେ ମହା ସମାରୋହରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଏଥିରେ ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଯଜ୍ଞସେନି ସାହୁ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୃଷ୍ଣଚନ୍ଦ୍ର ମାଝୀ ଯୋଗଦାନ ଦେଇଥିଲେ l ପ୍ରଥମେ ରାଷ୍ଟ୍ରଗାନ କରାଯାଇଥିଲା ପରେ ବିଦ୍ୟାଳୟ ର ଇନଚାର୍ଜ ଅଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ୟାରାଣୀ ଦୋରା ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୁତିଚାରଣ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ହିତ ଉପଦେଶ ଦେଇଥିଲେ l ଅତିଥିମାନେ ମଧ୍ୟ ସ୍ୱାଧୀନତା ଦିବସ ଉପରେ ବକ୍ତବ୍ୟ ରଖିଥିଲେ l ପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା l ଏବଂ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଆ, ଇଂରାଜୀ ରଚନା ପ୍ରତିଯୋଗିତା, ବକ୍ତୃତା, ଗୀତ ପ୍ରତିଯୋଗିତାରେ ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ l ସେମାନଙ୍କୁ ମାନପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ପର୍ଶୁରାମ ସିନ୍ଧୁର, ସଦସ୍ୟା ଶ୍ରୀମତୀ ସୀତାମଣି ସାହୁ, ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଉପସ୍ଥିତ ରହିଥିବାବେଲେ ସ୍ୱାଧୀନତା ଦିବସର ପରିଚାଳନା ଦାୟିତ୍ୱ ଖେଳ ଶିକ୍ଷକ ଦନାର୍ଦନ ପାଣ୍ଡେ ନିର୍ବାହ କରିଥିଲେ l
Balangir (ବଲାଙ୍ଗୀର) • ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼, ବଲାଙ୍ଗୀର

ବଜ୍ରବାହୁ ଙ୍କ ଭିର୍ଣ୍ଣ ଶୈଳୀ ରେ ସ୍ୱାଧୀନତା ଦିବସ ପାଳିତ
ବ୍ୟାସନଗର ପୌର ପରିଷଦ ର ବରିଷ୍ଠ କ୍ରୀଡ଼ାବିତ ବଜ୍ରବାହୁ ସୀମାନ୍ତ କେଶରୀ ସାମଲ କ୍ରୀଡାକ୍ଷେତ୍ର ରେ ବ୍ୟlସନଗର ସହର କୁ ଏକ ଭିର୍ଣ୍ଣ ରୁଚିର ସହର ଭାବେ ଦେଖିବାକୁ ସ୍ବପ୍ନ ଦେଖନ୍ତି କ୍ରୀଡା କ୍ଷେତ୍ରରେ ଏ ସହର ଆନ୍ତର୍ଜାତିକ ସ୍ତରରେ ସୁନାମ ଅର୍ଜନ କରୁ ଏହାହିଁ ତାଙ୍କର ଲକ୍ଷ ଲବିଗତ ଦିନରେ ବ୍ୟସନଗର ର ଥିବା ରାଜୀବ ଗାନ୍ଧୀ ଷ୍ଟାଡିଉମ କୁ ନବୀକରଣ କରିବା ଉଧେଶ୍ୟରେ ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି ଓ Hunger strike ମଧ୍ୟ କରିଛନ୍ତିl ଯାହା ହେଉ ଏହାର ପ୍ରଭାବରେ କେତେକାଂଶ ରେ ପରିପୂର୍ଣ୍ଣ ହୋଇଛି l ଆଜି ୮୦ ତମ ସ୍ୱାଧୀନତା ଦିବସରେ ମଟର ସାଇକେଲ ଶୋଭା ଯାତ୍ରା କରି ପଞ୍ଚାୟତ, ରୁ ପଂଚାୟତ ବୁଲି ସ୍ୱାଧୀନତା ସଂଗ୍ରାମୀ, ସହିଦ ଓ ଦେଶଭକ୍ତ ଓ କ୍ଷlତନାମା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ
Jajpur (ଯାଜପୁର) • ବ୍ୟାସନଗର ରୁ ପ୍ରଦୀପ କୁମାର ପୃଷ୍ଟି

ରକ୍ତଦାନରେ ଶତକ: ମାନବସେବାରେ ନୂଆପଡ଼ାର ଶିକ୍ଷକ କିଶୋରଙ୍କ ନୂଆ ମାଇଲଖୁଣ୍ଟି
ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନର ମହତ୍ତ୍ୱ ଓ ମାନବସେବାର ବାର୍ତ୍ତା ନେଇ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୂଆପଡ଼ା ଜିଲ୍ଲା ଆରକ୍ଷୀ ଅଧିକାରୀ ଅମ୍ରିତ ପାଳ ସିଂ ଏବଂ SDMO ଦ୍ୱାରିକାନାଥ ଶତପଥୀ ଉପସ୍ଥିତ ଥିଲେ। ତେବେ ଏହି ଶିବିରର ସବୁଠାରୁ ଉଲ୍ଲେଖନୀୟ ଘଟଣା ଥିଲା ଶିକ୍ଷକ କିଶୋର କୁମାର ପରିଡ଼ାଙ୍କ ୧୦୦ତମ ରକ୍ତଦାନ। ପେସାରେ ଜଣେ ଶିକ୍ଷକ, କିନ୍ତୁ ନିଶା ହେଉଛି ମାନବସେବା। ରକ୍ତଦାନ କ୍ଷେତ୍ରରେ ଦୀର୍ଘଦିନ ଧରି ନିରନ୍ତର ସେବା କରି ଆସୁଥିବା କିଶୋର କୁମାର ପରିଡ଼ା ଆଜି ନିଜର ୧୦୦ତମ ରକ୍ତଦାନ କରି ଏକ ନୂଆ ମାଇଲଖୁଣ୍ଟି ସ୍ଥାପନ କରିଛନ୍ତି। କିଏ ଚିହ୍ନା, କିଏ ଅଚିହ୍ନା—ରକ୍ତର ଆବଶ୍ୟକତା ଥିବା ଖବର ମିଳିଲେ ସହାୟତାର ହାତ ବଢ଼ାଇବାକୁ ସଦା ଆଗେଇ ଆସନ୍ତି ପରିଡ଼ା। ନିଜେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ରକ୍ତଦାନ ପାଇଁ ପ୍ରେରିତ କରିଆସୁଛନ୍ତି। ତାଙ୍କ ପାଇଁ ରକ୍ତଦାନ କେବଳ ଏକ ଦାନ ନୁହେଁ, ବରଂ ଏହା ହେଉଛି ଜୀବନ ବଞ୍ଚାଇବାର ଏକ ମହାନ ସେବା। ନୂଆପଡ଼ା ଜିଲ୍ଲାରେ ରକ୍ତଦାତା ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପରିଡ଼ାଙ୍କ ଏହି ନିଷ୍ଠା ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି। “୧୦୦ ଥର ରକ୍ତଦାନ କରିପାରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ରକ୍ତ ଅଭାବରୁ ଯେପରି କାହାର ଜୀବନ ନ ଯାଏ, ଏହା ମୋର ଲକ୍ଷ୍ୟ। ଆଗାମୀ ଦିନରେ ମଧ୍ୟ ଜୀବନସାରା ରକ୍ତଦାନ ଓ ମାନବସେବା ଜାରି ରଖିବି। ସମସ୍ତେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାକୁ ଆଗେଇ ଆସନ୍ତୁ।” ଜଣେ ଶିକ୍ଷକ ଭାବେ ଜ୍ଞାନ ବାଣ୍ଟିବା ସହ ଜଣେ ରକ୍ତଦାତା ଭାବେ ଜୀବନ ବଞ୍ଚାଇବାର ଅଭିଯାନରେ ନିଜକୁ ସାମିଲ କରିଛନ୍ତି କିଶୋର କୁମାର ପରିଡ଼ା। ତାଙ୍କ ୧୦୦ତମ ରକ୍ତଦାନ କେବଳ ଏକ ସଂଖ୍ୟା ନୁହେଁ, ବରଂ ମାନବସେବା ପ୍ରତି ତାଙ୍କର ଦୀର୍ଘ ନିଷ୍ଠା ଓ ସମର୍ପଣର ପ୍ରତୀକ। ତାଙ୍କ ଏହି ମହତ୍ ପ୍ରୟାସ ନୂଆପଡ଼ା ଜିଲ୍ଲାର ଅନେକ ଯୁବକ ଓ ସାଧାରଣ ଲୋକଙ୍କୁ ରକ୍ତଦାନ ପାଇଁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ।
Nuapada (ନୂଆପଡ଼ା) • ବିଜୟ ବରିହା

ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ
ଖୋର୍ଦ୍ଧା-: ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁହୁଡି କ୍ୟାମ୍ପସ ପରିସରରେ ପବିତ୍ର ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶାତ୍ମବୋଧର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ +୨ କଲେଜର ଅଧ୍ୟକ୍ଷା ବନଶ୍ରୀ ରାଉତରାୟ ପତାକା ଉତ୍ତୋଳନ କରିଥିଲେ। ଯୁବ ରେଡକ୍ରସର କାଉନସେଲର ଜିତେନ୍ଦ୍ର କୁମାର ବସ୍ତିଙ୍କ ନେତୃତ୍ୱରେ ସ୍ୱେଚ୍ଛାସେବୀମାନେ ‘ବନ୍ଦେ ମାତରମ୍’ ଗାନ କରିବା ସହ ବିଭିନ୍ନ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ଉପସ୍ଥିତ ସମସ୍ତଙ୍କ ମନରେ ଜାତୀୟ ଭାବନା ଜାଗ୍ରତ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) କାର୍ଯ୍ୟକ୍ରମ ଅଧିକାରୀ ମନୋଜ କୁମାର ସାମନ୍ତରାୟ, ଅଧ୍ୟାପକ ବସନ୍ତ କୁମାର ସାହୁ, କ୍ରୀଡ଼ା ଶିକ୍ଷକ ଜୟକୃଷ୍ଣ ଶ୍ରୀଚନ୍ଦନ, ଶିକ୍ଷକ ପ୍ରଶାନ୍ତ କୁମାର ଦାସଙ୍କ ସମେତ ସମସ୍ତ ଅଧ୍ୟାପକ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ।ଯୁବ ରେଡକ୍ରସ ଓ ଏନ୍ଏସ୍ଏସ୍ର ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀମାନେ ମଧ୍ୟ ଉତ୍ସାହର ସହ ଯୋଗଦେଇ ପବିତ୍ର ଦିବସକୁ ଗୌରବମଣ୍ଡିତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ କ୍ରୀଡ଼ା ଶିକ୍ଷକ ଜୟକୃଷ୍ଣ ଶ୍ରୀଚନ୍ଦନ ସୁଚାରୁ ଭାବେ ପରିଚାଳନା କରିଥିଲେ।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ବୋଲଗଡ଼ ବାମନ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳିତ
ଖୋର୍ଦ୍ଧା: ବୋଲଗଡ଼ ବାମନ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶାତ୍ମବୋଧର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବେଗୁନିଆ ବିଧାୟକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ବିଧାୟକ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିଥିଲେ। ଦେଶର ଏକତା, ଅଖଣ୍ଡତା ଓ ବିକାଶ ପାଇଁ ସମସ୍ତେ ନିଜ ନିଜ କର୍ତ୍ତବ୍ୟ ସଠିକ୍ ଭାବେ ପାଳନ କରିବାକୁ ସେ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନର ଅଧିକାରୀ, ଜନପ୍ରତିନିଧି, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ବର୍ଗର ଲୋକେ ଯୋଗଦେଇଥିଲେ। ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦେଶଭକ୍ତିମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର ଖୋର୍ଦ୍ଧା

ବେଗୁନିଆ ମିନି ଷ୍ଟାଡିୟମରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳିତ
ଖୋର୍ଦ୍ଧା: ୮୦ତମ ସ୍ୱାଧୀନତା ଦିବସ ଅବସରରେ ବେଗୁନିଆ ମିନି ଷ୍ଟାଡିୟମରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ଦେଶଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ବେଗୁନିଆ ବିଧାୟକ ଶ୍ରୀ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ପତାକା ଉତ୍ତୋଳନ ପରେ ବିଧାୟକ ଶ୍ରୀ ସାହୁ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୋଲିସ ବାହିନୀ ଓ ବିଭିନ୍ନ ଦଳ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ଦେଶର ସ୍ୱାଧୀନତା ପାଇଁ ବୀର ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରାଯିବା ସହ ଦେଶର ଏକତା, ଅଖଣ୍ଡତା ଓ ଉନ୍ନତି ପାଇଁ ସମସ୍ତେ ନିଜ ନିଜ କ୍ଷେତ୍ରରେ ଦାୟିତ୍ୱବୋଧର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର ଖୋର୍ଦ୍ଧା
