--:--:--
-- ---
Srishti News

ଚିକିଟି ରେ ପଠାଣିସାମନ୍ତ ଗଣିତ ମେଧାବୃତ୍ତିରେ ସାନ୍ଦିପନୀ ବିଦ୍ୟା ନିକେତନ ଶୀର୍ଷରେ

Ganjam (ଗଞ୍ଜାମ)ଦୁର୍ଗା ମାଧବAugust 24, 2026137 views
ଚିକିଟି ରେ ପଠାଣିସାମନ୍ତ ଗଣିତ ମେଧାବୃତ୍ତିରେ ସାନ୍ଦିପନୀ ବିଦ୍ୟା ନିକେତନ  ଶୀର୍ଷରେ
ଚିକିଟି, ୨୪/୦୮ /26 ଚିକିଟି ବ୍ଲକର ପଠାଣିସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷାର ୨୦୨୩-୨୪ ଓ ୨୦୨୪-୨୫ ଶିକ୍ଷାବର୍ଷର ଫଳାଫଳ ପ୍ରକାଶ ପାଇଛି। ଏଥିରେ ନୂଆପଡ଼ାସ୍ଥିତ ସାନ୍ଦୀପନି ବିଦ୍ୟାନିକେତନର ଦୁଇ ଛାତ୍ର ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ କରିଛନ୍ତି। ବିଇଓ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୩-୨୪ ଶିକ୍ଷାବର୍ଷରେ ବିଦ୍ୟାନିକେତନର ଛାତ୍ର ଶାନ୍ତୁନୁ କୁମାର ପାଣିଗ୍ରାହୀ ଚିକିଟି ବ୍ଲକରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ୨୦୨୪-୨୫ ଶିକ୍ଷାବର୍ଷରେ ଛାତ୍ର ରୁଦ୍ର ପ୍ରସାଦ ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତାରେ ଅନୁଷ୍ଠାନର ପରିଚାଳକ ପ୍ରକାଶ ଚନ୍ଦ୍ର ସାହୁ ଉଭୟ ଛାତ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଅଭିଭାବକ, ଗୁରୁଜୀ-ଗୁରୁମା ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାନୁସାରେ, ଚିକିଟି ବ୍ଲକରେ ମୋଟ ୯୩ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ଉକ୍ତ ଦୁଇ ଶିକ୍ଷାବର୍ଷରେ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପଠାଣିସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୨୦୨୩-୨୪ରେ ୨୮ ଜଣ ଏବଂ ୨୦୨୪-୨୫ରେ ୨୧ ଜଣ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଥିବା ଜଣାପଡ଼ିଛି।