--:--:--
-- ---
Srishti News

Web News

​ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମରେ ବରିଷ୍ଠ ସାମ୍ବାଦିକ ରବି ନାୟକଙ୍କ ସେବାମୂଳକ ପଦକ୍ଷେପ
Jun 27, 202641 views

​ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମରେ ବରିଷ୍ଠ ସାମ୍ବାଦିକ ରବି ନାୟକଙ୍କ ସେବାମୂଳକ ପଦକ୍ଷେପ

ଭୁବନେଶ୍ୱର: "ମାନବ ସେବା ହିଁ ମାଧବ ସେବା" ଉକ୍ତିକୁ ସାର୍ଥକ କରି ବରିଷ୍ଠ ସାମ୍ବାଦିକ ରବି ନାୟକ ଭୁବନେଶ୍ୱରସ୍ଥିତ ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମରେ ଏକ ସେବାମୂଳକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଏହି ଅବସରରେ ଆଶ୍ରମରେ ରହୁଥିବା ବୃଦ୍ଧା ମାଆମାନଙ୍କୁ କ୍ଷୀର ଓ ବିସ୍କୁଟ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ରବି ନାୟକଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଅନ୍ତେବାସୀଙ୍କ ସହ କିଛି ସମୟ ଅତିବାହିତ କରିବା ସହ ନିଜ ହାତରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ଏହି ସେବାମୂଳକ ପଦକ୍ଷେପ ବୃଦ୍ଧାଶ୍ରମର ମାଆମାନଙ୍କ ମୁହଁରେ ହସ ଫୁଟାଇଥିବା ବେଳେ ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା। ଭୁବନେଶ୍ୱରର ଏସବିଆଇ ବ୍ୟାଙ୍କ ନିକଟରେ ଅବସ୍ଥିତ ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ସମାଜରେ ଅବହେଳିତ ଓ ସାହାରା ଖୋଜୁଥିବା ବରିଷ୍ଠ ନାଗରିକଙ୍କ ପ୍ରତି ସହାନୁଭୂତି ଓ ଦାୟିତ୍ୱବୋଧର ବାର୍ତ୍ତା ଦେଇଛି। ଆଶ୍ରମ କର୍ତ୍ତୃପକ୍ଷ କହିଛନ୍ତି, ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ବୃଦ୍ଧାଶ୍ରମରେ ରହୁଥିବା ପ୍ରବୀଣମାନଙ୍କ ସହ କିଛି ସମୟ ବିତାଇବା ଓ ସେମାନଙ୍କ ସୁଖଦୁଃଖ ବାଣ୍ଟିବା ଏକ ମହାନ ସାମାଜିକ କାର୍ଯ୍ୟ। ରବି ନାୟକଙ୍କ ଏହି ପଦକ୍ଷେପ ସମାଜର ଅନ୍ୟମାନଙ୍କୁ ମଧ୍ୟ ଏଭଳି ସେବାମୂଳକ କାର୍ଯ୍ୟରେ ସାମିଲ ହେବାକୁ ପ୍ରେରଣା ଯୋଗାଇବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।

Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁଶାନ୍ତ ମହାକୁଡ଼, ଭୁବନେଶ୍ୱର

ପାଣି ଟୋପେ ପାଇଁ ହାହାକାର: ଗୋଟିଏ ଟ୍ୟାପ୍ ଭରସାରେ ୪୫ ପରିବାର, ଜଳ ସଙ୍କଟରେ ପଞ୍ଚଭୂତି ଗ୍ରାମ
Jun 27, 202658 views

ପାଣି ଟୋପେ ପାଇଁ ହାହାକାର: ଗୋଟିଏ ଟ୍ୟାପ୍ ଭରସାରେ ୪୫ ପରିବାର, ଜଳ ସଙ୍କଟରେ ପଞ୍ଚଭୂତି ଗ୍ରାମ

ଜଗନ୍ନାଥପ୍ରସାଦ: ରାଜ୍ୟ ସରକାର ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ, ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ପଞ୍ଚଭୂତି (ପଞ୍ଚପତି) ଗ୍ରାମରେ ଜଳ ସଙ୍କଟ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି। ପାନୀୟ ଜଳର ଅଭାବ ଯୋଗୁଁ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଗ୍ରାମର ପ୍ରାୟ ୪୦ରୁ ୪୫ଟି ପରିବାର ମାତ୍ର ଗୋଟିଏ ପାନୀୟ ଜଳ ଟ୍ୟାପ୍ ଉପରେ ନିର୍ଭରଶୀଳ। ପାଣି ସଂଗ୍ରହ ପାଇଁ ପ୍ରତିଦିନ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଥିବାରୁ ମହିଳା ଓ ବୃଦ୍ଧମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି। ଗ୍ରାମରେ ଥିବା ନଳକୂପ ଓ ଜଳ ଯୋଗାଣ ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟକ୍ଷମ ନଥିବାରୁ ଘଣ୍ଟା ଘଣ୍ଟା ଅପେକ୍ଷା କରିଲେ ମଧ୍ୟ ପର୍ଯ୍ୟାପ୍ତ ପାଣି ମିଳୁନଥିବା ଅଭିଯୋଗ ହେଉଛି। ସରକାରଙ୍କ ୨୪ ଘଣ୍ଟିଆ ଜଳ ଯୋଗାଣ ଯୋଜନାର ସୁଫଳ ଏହି ଗ୍ରାମରେ ପହଞ୍ଚିନଥିବା ନେଇ ମଧ୍ୟ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କେବଳ ଲୋକମାନେ ନୁହେଁ, ଗୃହପାଳିତ ପଶୁମାନେ ମଧ୍ୟ ଜଳ ଅଭାବର ସମ୍ମୁଖୀନ ହେଉଥିବାରୁ ସମସ୍ୟା ଆହୁରି ଗମ୍ଭୀର ହୋଇଛି। ଗ୍ରାମବାସୀମାନେ ଦାବି କରିଛନ୍ତି ଯେ, ପଞ୍ଚଭୂତି ଗ୍ରାମରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରାଯାଉ ଏବଂ ପ୍ରତ୍ୟେକ ଘରକୁ ନିୟମିତ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଉ। ଏହି ସମସ୍ୟାର ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଜଳ ସଙ୍କଟ ଆହୁରି ଉଗ୍ର ରୂପ ନେଇପାରେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Ganjam (ଗଞ୍ଜାମ)ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଜଗନ୍ନାଥପ୍ରସାଦ

୫ କିଲୋ ଚାଉଳ ପାଇଁ ରାତି ଅଧରୁ ଲାଇନରେ ୮୦ ବର୍ଷର ବୃଦ୍ଧା: ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ
Jun 27, 202678 views

୫ କିଲୋ ଚାଉଳ ପାଇଁ ରାତି ଅଧରୁ ଲାଇନରେ ୮୦ ବର୍ଷର ବୃଦ୍ଧା: ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସାଲିଆସାହି ଅଞ୍ଚଳରେ ଜଣେ ୮୦ ବର୍ଷର ବୃଦ୍ଧାଙ୍କୁ ମାତ୍ର ୫ କିଲୋ ରାସନ ଚାଉଳ ପାଇବା ପାଇଁ ରାତି ଅଧରୁ ଲାଇନରେ ଅପେକ୍ଷା କରିବାକୁ ପଡ଼ୁଥିବା ଘଟଣା ସରକାରୀ ବ୍ୟବସ୍ଥା ଓ ସାମାଜିକ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣା ବରିଷ୍ଠ ନାଗରିକଙ୍କ ପାଇଁ ଥିବା ସରକାରୀ ସୁବିଧାର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି। ରାଜନୈତିକ ସ୍ତରରେ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ଘୋଷଣା ହେଉଥିଲେ ମଧ୍ୟ, ତାହାର ସୁଫଳ ସମାଜର ସବୁଠାରୁ ଅସହାୟ ଓ ବୟସ୍କ ଲୋକଙ୍କ ପାଖରେ କେତେ ଦୂର ପହଞ୍ଚୁଛି, ତାହା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସାମାଜିକ କର୍ମୀମାନଙ୍କ ମତରେ, ୮୦ ବର୍ଷରୁ ଅଧିକ ବୟସ୍କ କିମ୍ବା ଶାରୀରିକ ଭାବେ ଅକ୍ଷମ ହିତାଧିକାରୀଙ୍କ ପାଇଁ ଘରେ ରାସନ ପହଞ୍ଚାଇବା ଭଳି ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରାଯିବା ସହ ବାୟୋମେଟ୍ରିକ ଓ ଅନ୍ୟାନ୍ୟ ପ୍ରକ୍ରିୟାକୁ ସରଳ କରିବା ଆବଶ୍ୟକ। ଏହି ଘଟଣାକୁ ସାମ୍ନାକୁ ଆଣିଥିବା ସାମ୍ବାଦିକ ସୁଶାନ୍ତ କୁମାର ମହାକୁଡ଼ଙ୍କ ପ୍ରୟାସକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଉଛି। ସାଧାରଣ ଲୋକଙ୍କ ଆଶା, ଏହି ଘଟଣା ପରେ ପ୍ରଶାସନ ସମସ୍ୟାର ଗୁରୁତ୍ୱକୁ ବୁଝି ବରିଷ୍ଠ ନାଗରିକଙ୍କ ପାଇଁ ରାସନ ବଣ୍ଟନ ବ୍ୟବସ୍ଥାକୁ ଅଧିକ ମାନବିକ ଓ ସୁଗମ କରିବା ଦିଗରେ ପଦକ୍ଷେପ ନେବ।

Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱର

ଅଷ୍ଟମରାଜ‍୍ୟ ତୈଳିକ ବୈଶ‍୍ୟ ସାଧବ ସମାଜର ବାର୍ଷିକ ଅଧିବେଶନ
Jun 27, 202699 views

ଅଷ୍ଟମରାଜ‍୍ୟ ତୈଳିକ ବୈଶ‍୍ୟ ସାଧବ ସମାଜର ବାର୍ଷିକ ଅଧିବେଶନ

ଅଷ୍ଟମ ରାଜ‍୍ୟ ତୈଳିକ ବୈଶ‍୍ୟ ସାଧବ ସମାଜର ୪୭ ତମ ବାର୍ଷିକ ଅଧିବେଶନ ରଣପୁର ରାଜ‍୍ୟ ମହତପଲା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ୮ଟି ରାଜ‍୍ୟର ସଭାପତିଙ୍କ ଉପସ୍ଥିତିରେ ଅଷ୍ଟମ ରାଜ‍୍ୟ ସଭାପତି ରଘୁନାଥ ସାହୁ ସ୍ୱଜାତୀୟ ପତାକା ଉତ୍ତୋଳନ କରି ଅଧିବେଶନକୁ ଉଦଘାଟନ କରିଥିଲେ। ସାଧାରଣ ସଂପାଦକ ଭାଗିରଥି ସାମନ୍ତରାୟଙ୍କ ସଂଯୋଜନାରେ ଅଷ୍ଟମ ରାଜ୍ୟ ଉପସଭାପତି ସୁଶାନ୍ତ କୁମାର ସାହୁ, ସହ ସମ୍ପାଦକ ଭିକାରି ଚରଣ ସାହୁ, ରଣପୁର ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, ମଙ୍ଗଳାଯୋଡି ରାଜ‍୍ୟ ସଭାପତି ବିରଞ୍ଚି ନାରାୟଣ ସାହୁ, ନଇରୀ ସଭାପତି ପ୍ରଶାନ୍ତ କୁମାର ସାହୁ, ବାଣପୁର ସଭାପତି ପ୍ରଫୁଲ କୁମାର ସୁବୁଦ୍ଧି, ସମ୍ପାଦକ ଦିଲୀପ କୁମାର ସାହୁ, ସରପାରୀ ସଭାପତି ପ୍ରଭାକର ସାହୁ, ସିକୋ ସଭାପତି କୈଳାସ ଚନ୍ଦ୍ର ସାହୁ, ମୁଗମଣ୍ତା ରାଜ‍୍ୟ ସଂପାଦକ ମାଧବ ଚନ୍ଦ୍ର ସାହୁ, ଗୋଡିପଦର ରାଜ୍ୟ ସମ୍ପାଦକ ବିଜୟ କୁମାର ସାହୁ, ଅଷ୍ଟମ ରାଜ‍୍ୟ ଉପଦେଷ୍ଟା ରଘୁନାଥ ସାହୁ(ଚାନ୍ଦପୁର), ଗୋବିନ୍ଦ ଚନ୍ଦ୍ର ସାହୁ, ସୁରେଶ କୁମାର ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଯୌତୁକ ଭଳି ଏକ ଘୃଣ‍୍ୟ କାର୍ଯ‍୍ୟକୁ ବିରୋଧ କରିବା ସହ ସ୍ୱଜାତିର ଯୁବକ ଯୁବତୀ ମାନଙ୍କ ବିବାହ ପାଇଁ ଏକ ମାଟ୍ରିମୋନିଆଲ ଆପ୍ ସୃଷ୍ଟି କରିବାକୁ ମଙ୍ଗଳାଯୋଡ଼ି ସଂପାଦକ ପ୍ରଦୀପ କୁମାର ସାହୁଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ତୈଳିକ ଜାତି ଏକ ପଛୁଆ ବର୍ଗ ହୋଇଥିବାରୁ ସଂରକ୍ଷଣ ବ‍୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ର ଓ ରାଜ‍୍ୟସରକାରଙ୍କୁ ଦାବି କରାଯାଇଥିଲା। ସମାଜ ଗଠନରେ ମହିଳା ମାନଙ୍କ ଗୁରୁତ୍ୱକୁ ସମ୍ମାନ ଜଣାଇ ମହାସଭାରେ ଏକ ମହିଳା ସଂଗଠନ ନିମନ୍ତେ ଏକ ସଂଯୋଜକ କମିଟି ଗଠନ କରାଯାଇଥିଲା। କୋଷାଧକ୍ଷ ଚୌଧୁରୀ ଅରବିନ୍ଦ ସାହୁ ଆୟବ‍୍ୟୟ ବିବରଣୀ ପାଠ କରିଥିଲେ। ଶେଷରେ ଆଗାମୀ ଦୁଇବର୍ଷ ପାଇଁ ନୂତନ କର୍ମକର୍ତା ଚୟନ କରାଯାଇଥିଲା। ସଭାପତି ରଘୁନାଥ ସାହୁ(ଟାଙ୍ଗୀ), ଉପସଭାପତି ସୁଶାନ୍ତ କୁମାର ସାହୁ(ନଇରୀ), ସାଧାରଣ ସଂପାଦକ ଭାଗିରଥି ସାମନ୍ତରାୟ(ବୋଡଙ୍ଗରା), ସହ ସଂପାଦକ ଭିକାରୀ ଚରଣ ସାହୁ(ଗଇନଡା), ଭଞ କିଶୋର ସାହୁ(ବାଣପୁର), ଯୁଗ୍ମ ସଂପାଦକ ପ୍ରିୟ ରଂଜନ ସାହୁ, ସନ୍ତୋଷ କୁମାର ସାହୁ, କୋଷାଧକ୍ଷ ଚୌଧୁରି ଅରବିନ୍ଦ ସାହୁ, ସମୀକ୍ଷକ ଭାବେ ସୁଦର୍ଶନ ସାହୁ, ଭକ୍ତ ଭୁଷଣ ସାହୁ ଓ ପ୍ରଫୁଲ କୁମାର ସାହୁ ମନୋନୀତ ହୋଇଥିଲେ। ମହିଳା ସଂଗଠନର ସଂଯୋଜକ ଭାବେ କୁମୁଦିନୀ ସାହୁ, ଶୁଭଲକ୍ଷ୍ମୀ ସାହୁ, ସଂଯୁକ୍ତା ମହାପାତ୍ର, ରୋଜାଲିନ ସାହୁ,ପୁଷ୍ପାଞଳି ସାହୁ, ସଂଯୁକ୍ତା ସାହୁ, ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ମନୋନୀତ ହୋଇଥିଲେ। ଏହି କାର୍ଯ୍ୟକ୍ରମ କୁ ରଣପୁର ରାଜ୍ୟ ସମ୍ପାଦକ ବିଜୟ କୁମାର ସାହୁ ଓ ଅଭ୍ୟର୍ଥନା କମିଟି ସଭାପତି ଅରକ୍ଷିତ ସାହୁ ଧନ୍ୟବାଦ ଦେଇଥିଲେ।

Khordha (ଖୋର୍ଦ୍ଧା)ରିପୋର୍ଟ : ଯଦୁମଣି ବେହେରା, ଟାଙ୍ଗୀ, ଖୋର୍ଦ୍ଧା

ଢେଙ୍କାନାଳରେ ବଡ଼ ସଫଳତା: ୨୨ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ, ୭ ଜଣ ଗିରଫ
Jun 27, 202637 views

ଢେଙ୍କାନାଳରେ ବଡ଼ ସଫଳତା: ୨୨ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ, ୭ ଜଣ ଗିରଫ

ଢେ଼ଙ୍କାନାଳ ୨୬.୬- ଢେଙ୍କାନାଳ ଟାଉନ ଥାନା ପୁଲିସ ପକ୍ଷରୁ ମହିଷାପାଟ କାଜୁ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରାଯାଇ ୨୨ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ୭ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଏହାସହ ୨ଟି ମୋଟରସାଇକେଲ ଓ ୭ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ଗୁପ୍ତ ସୂଚନା ଆଧାରରେ ପୁଲିସର ଏହି ଚଢ଼ାଉ ନିଶା କାରବାର ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଯୁବପିଢ଼ିଙ୍କୁ ନିଶା କବଳରୁ ରକ୍ଷା କରିବା ପାଇଁ ଏଭଳି କଠୋର ପଦକ୍ଷେପ ଅତ୍ୟନ୍ତ ଆବଶ୍ୟକ। ନିଶାମୁକ୍ତ ସମାଜ ଗଠନ ପାଇଁ ପୁଲିସ ପ୍ରଶାସନର ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି।

Dhenkanal (ଢେଙ୍କାନାଳ)ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଖଲ୍ଲିକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟର ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ: ରକ୍ଷଣାବେକ୍ଷଣ ଓ ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା ଦାବୀ
Jun 27, 2026100 views

ଖଲ୍ଲିକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟର ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ: ରକ୍ଷଣାବେକ୍ଷଣ ଓ ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା ଦାବୀ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ରକ୍ଷଣାବେକ୍ଷଣର ଅଭାବ ଓ ବିକାଶମୂଳକ କାର୍ଯ୍ୟରେ ସ୍ୱଚ୍ଛତା ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠିଛି। ଏକଦା ଓଡ଼ିଶାର ପାଇଲଟ୍ ବ୍ଲକ୍ ଭାବେ ପରିଚିତ ଖଲ୍ଲିକୋଟ ବ୍ଲକ୍ ଅଧୀନରେ ୨୯ଟି ପଞ୍ଚାୟତ ରହିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବ୍ଲକ୍ ପରିସରରେ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସରକାରୀ ବାସଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ପରିସରରେ ସଫାସୁତୁରାର ଅଭାବ, ଶୌଚାଳୟର ଅବ୍ୟବସ୍ଥା, କମ୍ୟୁନିଟି ହଲ୍ ବନ୍ଦ ରହିବା ଏବଂ ଜେନେରେଟର ଉପରେ ଲତାଗୁଳ୍ମ ମାଡ଼ିଯିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ପ୍ରତିଦିନ ବିଭିନ୍ନ ପଞ୍ଚାୟତରୁ ଲୋକମାନେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଲକ୍ କାର୍ଯ୍ୟାଳୟକୁ ଆସୁଥିବା ବେଳେ, ଏପରି ଅବ୍ୟବସ୍ଥିତ ପରିବେଶକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଏହା ସହ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ଆଞ୍ଚଳିକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟରେ ଏକ ଯୁବ କ୍ଲବ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ, କାମ ଆରମ୍ଭ ସମୟରେ ସୂଚନା ଫଳକ ନଥିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ପରେ ତରବରିଆ ଭାବେ ସୂଚନା ଫଳକ ଲେଖାଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସୂତ୍ରରୁ ମଧ୍ୟ ଅଭିଯୋଗ ଆସିଛି ଯେ, ସୂଚନା ଫଳକରେ ଉଲ୍ଲେଖ ଥିବା ଠିକାଦାର ନିଜେ ଏହି କାର୍ଯ୍ୟ ସମ୍ପର୍କରେ ଅବଗତ ନଥିବା କହିଛନ୍ତି। ସେହିପରି ନିର୍ମାଣ କାର୍ଯ୍ୟର ମୂଳଦୁଆର ଗୁଣବତ୍ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ତେବେ ଏହି ସମସ୍ତ ଅଭିଯୋଗ ସମ୍ପର୍କରେ ବ୍ଲକ୍ ପ୍ରଶାସନ କିମ୍ବା ସମ୍ପୃକ୍ତ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ସ୍ଥାନୀୟ ବାସିନ୍ଦାମାନେ ନିର୍ମାଣ କାର୍ଯ୍ୟର ସ୍ୱଚ୍ଛତା ବଜାୟ ରଖିବା ସହ ଯନ୍ତ୍ରୀମାନଙ୍କ ଉପସ୍ଥିତିରେ ନିୟମିତ ତଦାରଖ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି।

Ganjam (ଗଞ୍ଜାମ)ରିପୋର୍ଟ: ଶିବରାମ ଜେନା, ଖଲ୍ଲିକୋଟ

ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅନୈତିକ ନିଶା କାରବାର ବିରୋଧୀ ଦିବସ -୨୦୨୬ ପାଳିତ
Jun 27, 2026103 views

ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅନୈତିକ ନିଶା କାରବାର ବିରୋଧୀ ଦିବସ -୨୦୨୬ ପାଳିତ

ଖୋର୍ଦ୍ଧା ତା 26.06.2026 ରିଖ:ଯୁବଶକ୍ତି ରାଷ୍ଟ୍ରର ପ୍ରଚଣ୍ଡ ଶକ୍ତି l ଯୁବ ଶକ୍ତି ସଚେତନ ହେଲେ ସମାଜ ଓ ରାଷ୍ଟ୍ରର ଦୃତ ବିକାଶ ହେବ l ନିଶାମୁକ୍ତ ଭାରତ ଅଭିଯାନ ଏବଂ ବିକଶିତ ଭାରତ ର ସ୍ୱାଭିମାନ ସମ୍ଭବ ହେବ l ନିଶା ମୁକ୍ତ ଜୀବନ ଚୟନ କରିବା, ପରିବାରକୁ ସୁରକ୍ଷିତ ରଖିବା, ସୁସ୍ଥ ମନ, ସୁସ୍ଥ ଶରୀର , ସୁନ୍ଦର ଭବିଷ୍ୟତ ଗଢି ତୋଳିବା,ସମାଜକୁ ନିଶାମୁକ୍ତ କରିବା ଆଦି ଦିଗରେ ଯୁବ ଶକ୍ତି ଆଗକୁ ବଢ଼ିଲେ ଏକ ସୁନ୍ଦର ବିକଶିତ ପରିବର୍ତ୍ତନଶୀଳ ଆମ ଖୋର୍ଦ୍ଧା ଜିଲ୍ଲା, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ କରିବାକୁ ଯୁବଶକ୍ତି ଓ ପ୍ରତ୍ୟେକ ନାଗରିକ ନିଜ ନିଜ ଭିତରେ ଜାଗରଣ ସୃଷ୍ଟି କରି ନିଯେ ବଦଳିବା ସହ ସମସ୍ତଙ୍କୁ ବଦଳାଇବାକୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ହାବେଳୀ ପଡିଆଠାରେ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅନୈତିକ ନିଶା କାରବାର ବିରୋଧୀ ଦିବସ -୨୦୨୬ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପଜିଲ୍ଲାପାଳ, ଖୋର୍ଦ୍ଧା, ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ ସବୁଜ ପତାକା ଦେଖାଇ ଏକ ବିଶାଳ ଜନସଚେତନତା ରାଲିକୁ ଏବଂ ନିଶାମୁକ୍ତି ସଚେତନତା ରଥକୁ ଶୁଭାରମ୍ଭ କରି ଉପରୋକ୍ତ ବିଷୟ ଆହ୍ଵାନ ଦେଇଛନ୍ତି l ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ,ଜିଲ୍ଲା ପ୍ରଶାସନ ଏବଂ ଅବକାରୀ ବିଭାଗ ମିଳିତ ଆନୁକୁଲ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଖୋର୍ଦ୍ଧା,ଶ୍ରୀ ଦିଲ୍ଲୀପ ହିଆଲ ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମରେ ସମ୍ମାନିତ ଅତିଥି ଭାବେ ଅବକାରୀ ଅଧିକ୍ଷକ ସୁମିତ୍ରା ତ୍ରିପାଠୀ, ଖୋର୍ଦ୍ଧା , ସଦର ବି ଡି ଓ, ସିଦ୍ଧାର୍ଥ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଖୋର୍ଦ୍ଧା ,ଲକ୍ଷ୍ମଣ କୁମାର ବେହେରା ଯୋଗଦେଇଥିଲେ l ବିଭିନ୍ନ ସ୍ବେଛାସେବୀ ସଂଗଠନ କର୍ମକର୍ତ୍ତା ଏବଂ ଯୁବକ,ଯୁବତୀ, ମହିଳା, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ବହୁସଂଖ୍ୟାରେ ଯୋଗ ଦେଇଥିଲେ l ଏହି ବିଶାଳ ରାଲି ହାବେଳୀ ପଡ଼ିଆରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଥିଲା l ସେଠାରେ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ ସର୍ବାଧିକ ଯୁବକ ଯୁବତୀ ନିଶାମୁକ୍ତ ଭାରତ ଅଭିଯାନରେ ଯୋଗ ଦେବା ଅତ୍ୟନ୍ତ ଜରୁରୀ ବୋଲି ପ୍ରକାଶ କରି ସମାଜରେ ସବୁ ସ୍ତରର ଲୋକ ଓଡ଼ିଶାକୁ ତଥା ଖୋର୍ଦ୍ଧା ଜିଲ୍ଲାକୁ ନିଶାମୁକ୍ତ କରିବାପାଇଁ ଆହ୍ଵାନ ଦେଇ ଦେଶକୁ ନିଶାମୁକ୍ତ କରିବା ପାଇଁ ଶପଥ ପାଠ କରାଇଥିଲେ l ପରେ ବିଭିନ୍ନ ନିଶାମୁକ୍ତି ଅଭିଯାନରେ ଉଲ୍ଲେଖନୀୟ ସେବାପାଇଁ ସଫଳ ବ୍ୟକ୍ତିତ୍ଵଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ l ପରିଶେଷରେ ନିଶାମୁକ୍ତ ଉଜ୍ୱଳମୟ ଭବିଷ୍ୟତ ଗଠନ ଉପଲକ୍ଷେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା l ଏହି ଦିବସରେ ପ୍ରଜାପତି ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସଂସ୍ଥା , ଖୋର୍ଦ୍ଧା ଓ ଭୁବନେଶ୍ବର ଶାଖା ସହ ଅନେକ ଅଗ୍ରଣୀ ସ୍ବେଛାସେବୀ ସଂସ୍ଥା ଯୋଗଦେଇଥିଲେ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ l

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

Jun 27, 2026129 views

Assistant Teacher Suresh Deep Suspended Pending Disciplinary Proceedings

Boden, June 25 Suresh Deep, Assistant Teacher at Gahurpadar Government Upper Primary School under Boden Block in Nuapada district, has been placed under suspension with immediate effect pending disciplinary proceedings against him. The suspension order was issued by the Block Education Officer (BEO), Boden. According to the official order, the suspension has been enforced under Rule 12(1)(a) of the Odisha Civil Services (Classification, Control and Appeal) Rules, 1962. The order will remain in force until the disciplinary proceedings are completed. During the suspension period, Suresh Deep’s headquarters has been fixed at Larka Government Higher Secondary School. He has been directed not to leave the headquarters without obtaining prior permission from the competent authority. The order further states that he will be entitled to receive subsistence allowance in accordance with the provisions of the Odisha Service Code during the period of suspension. Copies of the suspension order have been forwarded to the District Education Officer (DEO), Nuapada, the District Collector, the Director of Elementary Education, and other concerned authorities for information and necessary action. The Education Department stated that the suspension is an administrative measure taken while disciplinary proceedings are under consideration. A final decision regarding the matter will be taken after the completion of the inquiry, in accordance with the applicable service rules. :Without Photo -

Nuapada (ନୂଆପଡ଼ା)Reporter: Kashyap Jagat

ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ମାମଲା: ୫୦ ସ୍ଥାନରେ ଚଢ଼ାଉ, ୩ ଠିକାଦାରଙ୍କୁ ଗିରଫ କଲା ଭିଜିଲାନ୍ସ
Jun 27, 202640 views

ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ମାମଲା: ୫୦ ସ୍ଥାନରେ ଚଢ଼ାଉ, ୩ ଠିକାଦାରଙ୍କୁ ଗିରଫ କଲା ଭିଜିଲାନ୍ସ

ଯାଜପୁର: 'ଆମ ଗାଁ, ଆମ ବିକାଶ' ଯୋଜନା ଅଧୀନରେ ୨୦୨୧-୨୩ ମସିହାରେ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କାର୍ଯ୍ୟରେ ପ୍ରାୟ ୩ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଯାଜପୁର ଭିଜିଲାନ୍ସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ତିନିଜଣ ଠିକାଦାର—ଗିରିଜା ଶଙ୍କର ଦାସ, ଧରଣୀଧର ସାହୁ ଓ ବିଭୂତି ରଞ୍ଜନ ବିଶ୍ୱାଳଙ୍କୁ ଭିଜିଲାନ୍ସ ଗିରଫ କରିଛି। ତଦନ୍ତର ଅଂଶ ଭାବେ ଆଜି ଯାଜପୁର, କେନ୍ଦୁଝର ଓ ନୟାଗଡ଼ ଜିଲ୍ଲାର ପ୍ରାୟ ୫୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଯାଜପୁର ଜିଲ୍ଲା କୋରାଇ ବ୍ଲକ ଅନ୍ତର୍ଗତ ପାଣିକୋଇଲି ପଞ୍ଚାୟତରେ ମଧ୍ୟ ଭିଜିଲାନ୍ସ ଟିମ୍ ତଲାସି ଚଳାଇଥିବା ସୂଚନା ମିଳିଛି। ଭିଜିଲାନ୍ସ ପକ୍ଷରୁ ମାମଲାର ତଦନ୍ତ ଜାରି ରହିଥିବା ବେଳେ ଆଗାମୀ ଦିନରେ ଅଧିକ ବ୍ୟକ୍ତିଙ୍କ ସମ୍ପୃକ୍ତତା ସାମ୍ନାକୁ ଆସିପାରେ ବୋଲି ଆଲୋଚନା ହେଉଛି। ତେବେ ଏନେଇ ଭିଜିଲାନ୍ସ ପକ୍ଷରୁ ଆନୁଷ୍ଠାନିକ ଭାବେ ଅଧିକ ସୂଚନା ଆସିବାକୁ ବାକି ରହିଛି।

Jajpur (ଯାଜପୁର)ରିପୋର୍ଟ: ବସନ୍ତ କୁମାର ମଲ୍ଲିକ

କର୍ପୋରେଟ୍ ନେତୃତ୍ୱ ଉପରେ ଦୁଇ ଦିନିଆ ସେମିନାର, "ସ୍ୱାବଲମ୍ବୀ ଯୁବା–ସମୃଦ୍ଧ ଓଡ଼ିଶା" ଗଠନରେ ଆହ୍ୱାନ
Jun 27, 202690 views

କର୍ପୋରେଟ୍ ନେତୃତ୍ୱ ଉପରେ ଦୁଇ ଦିନିଆ ସେମିନାର, "ସ୍ୱାବଲମ୍ବୀ ଯୁବା–ସମୃଦ୍ଧ ଓଡ଼ିଶା" ଗଠନରେ ଆହ୍ୱାନ

ଅନୁଗୋଳ: ଇନଷ୍ଟିଟ୍ୟୁଟ୍ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ, ଅନୁଗୋଳ ଚାପ୍ଟର ପକ୍ଷରୁ "ଆର୍ଥିକ ନେତୃତ୍ୱରୁ କର୍ପୋରେଟ୍ ନେତୃତ୍ୱ" ବିଷୟ ଉପରେ ଦୁଇ ଦିନିଆ ସେମିନାର ଆୟୋଜିତ ହୋଇଛି। ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ନାଲକୋର ପୂର୍ବତନ ସିଏମ୍‌ଡି ଡ଼ଃ ତପନ ଚାନ୍ଦ ଯୋଗଦେଇ କହିଥିଲେ, "ସ୍ୱାବଲମ୍ବୀ ଯୁବା, ସମୃଦ୍ଧ ଓଡ଼ିଶା" ଗଠନ ପାଇଁ ଯୁବପିଢ଼ିଙ୍କୁ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ସହ ଆର୍ଥିକ କ୍ଷେତ୍ରର ବୃତ୍ତିଜୀବୀମାନେ ନେତୃତ୍ୱମୂଳକ ଭୂମିକା ନେବା ଆବଶ୍ୟକ। ସେ କହିଥିଲେ, ବିକଶିତ ଭାରତ–୨୦୪୭ ଓ ବିକଶିତ ଓଡ଼ିଶା–୨୦୩୬ ଲକ୍ଷ୍ୟ ହାସଲ ପାଇଁ ଉତ୍ପାଦକତା, ପ୍ରଯୁକ୍ତି, ନବସୃଜନ, ପୁଞ୍ଜି ବିନିଯୋଗ ଓ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେବା ଦରକାର। କାର୍ଯ୍ୟକ୍ରମରେ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ) ଆଶୁତୋଷ ନାଥ ମଧ୍ୟ ଯୋଗଦେଇ ସଂଗଠନର ବିକାଶରେ ଆର୍ଥିକ ବୃତ୍ତିଜୀବୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଦୁଇ ଦିନିଆ ଏହି ସେମିନାରରେ ଚାରିଟି ବୈଷୟିକ ଅଧିବେଶନ ସହ ବିଶେଷଜ୍ଞଙ୍କ ଆଲୋଚନା, ମତ ବିନିମୟ ଓ ନେଟୱର୍କିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅନୁଗୋଳ ଚାପ୍ଟରର ଅଧ୍ୟକ୍ଷ ସିଏମ୍‌ଏ ଆଲୋକ ତ୍ରିପାଠୀଙ୍କ ନେତୃତ୍ୱରେ ଆୟୋଜିତ ଏହି ସେମିନାରରେ ବହୁ ସଂଖ୍ୟକ ଆର୍ଥିକ ବୃତ୍ତିଜୀବୀ, ଶିଳ୍ପପତି ଓ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରା ଚାଲାଣ ବିରୋଧରେ ସଚେତନତା
Jun 27, 202634 views

ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରା ଚାଲାଣ ବିରୋଧରେ ସଚେତନତା

ଯାଜପୁର, ୨୬/୦୬/୨୬: ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ତଥା ଚୋରା ଚାଲାଣ ବିରୋଧରେ ସଚେତନତା ଦିବସ ପାଳନ କରାଯାଇଛି। ଏହି ଅବସରରେ ମାଂସାପୋଲ ନିକଟସ୍ଥ ରାମ ମନ୍ଦିର ନିକଟରୁ ଗୌତମ ବୁଦ୍ଧ ସଂସ୍କୃତି ଭବନ ଯାଏଁ ଏକ ସଚେତନତା ରାଲି କରାଯାଇଥିଲା। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ଅବକାରୀ ବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ। ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ପ୍ଲାକାର୍ଡ ସ୍ଲୋଗାନ ଏବଂ ଗୀତ ମାଧ୍ୟମରେ ସଚେତନତା ବାର୍ତ୍ତା ଦିଆଯାଇଛି। ଜିଲ୍ଲା ଅବକାରୀ ଅଧିକ୍ଷକ ଅଜୟ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡେପୁଟି ଅଧିକ୍ଷକ ଅନିତା ଓଝା, ଅବକାରୀ ଇନ୍ସପେକ୍ଟର ସସ୍ମିତା ହୋତା ଏବଂ ଅବକାରୀ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

Jajpur (ଯାଜପୁର)ରିପୋର୍ଟ _ନିରୋଜ କୁମାର ସେଠୀ

"ବିକାଶ ଧାରା ଓଡ଼ିଶା ସାରା"କାର୍ଯ୍ୟ କ୍ରମ ଅନୁଷ୍ଠିତ
Jun 27, 202669 views

"ବିକାଶ ଧାରା ଓଡ଼ିଶା ସାରା"କାର୍ଯ୍ୟ କ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ର କୋକୋଲବା ଗାୟାଗଣ୍ଡ ତରଶୀଙ୍ଗି ଓ ରୁଧାପଦ ର ପଂଚାୟତ ରେ ଆଜି ବିକାଶର ଧାରା ଓଡ଼ିଶା ସାରା।କାର୍ଯ୍ୟ କ୍ରମ  ହୋଇଛି।ଗୟାଗଣ୍ଡ କୋକୋଲବ ତରସୀଙ୍ଗୀ ପଞ୍ଚାୟତରେ ଏହି ଉଚ୍ଚବ ଆଜି ପାଳନ କରାଯାଇଛି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସାଙ୍ଗ କୁ ମନୋରଞ୍ଜନ କାର୍ଯ୍ୟକ୍ରମ ଓ ଖେଳ କୁଦ ହୋଇ ପଂଚାୟତ ବାସୀଙ୍କୁ ଖୁସି କରିଛନ୍ତି  ବିଭିନ୍ନ କଳା କାର ମାନେ ନୂତନ ପ୍ରତିଭାର ସନ୍ଧାନ ସାଙ୍ଗକୁ ପୁରସ୍କାର ପ୍ରଦାନ ଏଥିରେ କୋକୋଳବା ସରପଞ୍ଚ ମିନତି ଦଳବେହେରା ତରସିଙ୍ଗୀ ସରପଞ୍ଚ ଯୋଗେଶ୍ୱର ବେହେରା ରୁଧାପଦର ସରପଞ୍ଚ ଓ ଗୟା ଗଣ୍ଡା ସରପଞ୍ଚ ପ୍ରତ୍ୟେକ ନିଜ ନିଜ ପଂଚାୟତ ରେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ ଲୁକାୟତ ପ୍ରତିଭା କୁ ସର୍ବ ସମ୍ମୁଖରେ ପରିବେଷଣ କରିଥିଲେ ଏହି କାର୍ଯ୍ୟକ୍ରମ ଦେଖିବାକୁ ପ୍ରତି ପଂଚାୟତ ରେ ପ୍ରବଳ ଭିଡ଼ ଜମି ଥିଲା ବିଶେଷ କରି ଗାୟଗଣ୍ଡ଼ ଓ କୋକୋ ଲବା ରେ ଅଞ୍ଚଳ ବାସୀଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା ଗୟଗନ୍ଦ ପଂଚାୟତ ର ନିର୍ବାହୀ ଅଧିକାରୀ ଏହି କାର୍ଯ୍ୟ କ୍ରମ ସୁଚାରୁ ରୂପେ ଚଳାଇଥିବାରୁ ଧନ୍ୟବାଦ୍ ର ପାତ୍ର ହୋଇଛନ୍ତି।

Ganjam (ଗଞ୍ଜାମ)ରିପୋର୍ଟ: ବିଜୟ ନନ୍ଦ ତ୍ରିପାଠୀ/ଭଞ୍ଜନଗର ପ୍ରତିନିଧି