--:--:--
-- ---
Srishti News

ଗଞ୍ଜାମର କବିତାଘର ୨୦୨୬ ସାହିତ୍ୟ ସମ୍ମାନ ଘୋଷଣା

Ganjam (ଗଞ୍ଜାମ)ଦୁର୍ଗା ମାଧବSeptember 3, 202698 views
ଗଞ୍ଜାମର କବିତାଘର ୨୦୨୬  ସାହିତ୍ୟ ସମ୍ମାନ ଘୋଷଣା
ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ ୨୦୨୬ ବର୍ଷ ନିମନ୍ତେ ସାହିତ୍ୟ ସମ୍ମାନ ଆନୁଷ୍ଠାନିକ ଭାବେ ସଫଳତାର ସହ ଘୋଷଣା କରିଛନ୍ତି ଯେଉଁଥିରେ କବି ବିଦେଶୀ ନାୟକ, କବି ଗୋପୀନାଥ ଦାଶ, କବି ଦେବେନ୍ଦ୍ର କୁମାର ବାଉରୀ, ଅଧ୍ୟାପକ ତ୍ରିଲୋଚନ ଦାଶ, କବୀ ଜ୍ୟୋତ୍ସ୍ନାରାଣୀ ଦେବୀ ଓ କବି ସୁଦାମ ପାଣିଗ୍ରାହୀ ବିଚାରକ ଭୂମିକା ବହନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ତଥା ଅଧ୍ୟକ୍ଷ ଭାଗୀରଥି ବେହେରାଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ୧୩ ତମ ସାହିତ୍ୟ ଉତ୍ସବର ଏକ ଭବ୍ୟ ସମାରୋହରେ ୨୦୨୬ ବର୍ଷ ନିମନ୍ତେ ‘ଆସ ଈଶ୍ଵରଙ୍କୁ ପଚାରିବା’ ସଙ୍କଳନର କବି ଓ ରାୟଗଡର ଲେଖକ ଅଧ୍ୟାପକ ସୁବାସ ଚନ୍ଦ୍ର ସାହୁଙ୍କୁ ତାଙ୍କରି କବିତା ‘କବିଟିଏ ଜନ୍ମ ହେଲାବେଳେ’ ପାଇଁ ‘ରାଜ୍ୟସ୍ତରୀୟ କବିତା ସମ୍ମାନ’ରେ ସମ୍ମାନୀତ କରାଯିବା ସହ ଗଞ୍ଜାମ ଜିଲ୍ଲା ଲଙ୍ଗଳେଶ୍ଵର ମାଟିର ଲେଖକ ତଥା ‘ପ୍ରସ୍ତୁତି ପର୍ବ’ ସଙ୍କଳନର ରଚୟିତା ଅଧ୍ୟାପକ ବିଷ୍ଣୁ ପ୍ରସାଦ ଦାସଙ୍କୁ ତାଙ୍କରି କବିତା ‘ଅକ୍ଷୁର୍ଣ୍ଣ ମାନବବାଦ’ ପାଇଁ ‘ଜିଲ୍ଲାସ୍ତରୀୟ କବିତା ସମ୍ମାନ’ରେ ସମ୍ମାନୀତ କରାଯିବ । ସେହି ଉତ୍ସବରେ ଗଞ୍ଜାମ ଜିଲ୍ଲା ହିରାଖଣ୍ଡୀ ମାଟିର ଲେଖିକା କଳ୍ପନା ପ୍ରଧାନଙ୍କୁ ତାଙ୍କରି କବିତା ସଂକଳନ ‘ସମନ୍ଵୟ’ ନିମନ୍ତେ ‘ସ୍ୱର୍ଗତା ରୁକୁଣା ବେହେରା କବିତା ପୁସ୍ତକ ସ୍ମୁତି ସମ୍ମାନ’, ଭଦ୍ରକ ଜିଲ୍ଲାର ଲେଖକ ଦୀନବନ୍ଧୁ ବେଜଙ୍କୁ ତାଙ୍କରି କବିତା ସଂକଳନ ‘ବନଗିରି ଲତାଗିରି’ ନିମନ୍ତେ ‘ସ୍ୱର୍ଗତା ଦେବମଣି ସାହୁ କବିତା ପୁସ୍ତକ ସ୍ମୁତି ସମ୍ମାନ’, ଗଞ୍ଜାମ ଜିଲ୍ଲା ପଦ୍ମାବତୀ ମାଟିର ଲେଖିକା ସନ୍ଧ୍ୟାରାଣୀ ଦେବୀଙ୍କୁ ତାଙ୍କରି କବିତା ସଂକଳନ ‘ମୋ ଝର୍କାରୁ କୃଷ୍ଣଚୂଡା’କୁ ‘ସ୍ଵର୍ଗତା ପ୍ରମିଳା ସ୍ୱାଇଁ କବିତା ପୁସ୍ତକ ସ୍ମୃତି ସମ୍ମାନ’ ଓ 'ସାହିତ୍ୟ ଚର୍ଚ୍ଚା' ପତ୍ରିକା ନିମନ୍ତେ ଲେଖକ ନିହାର ଶତପଥୀଙ୍କୁ ' ସମ୍ପାଦକ ସମ୍ମାନ ' ପ୍ରଦାନ କରାଯିବ ବୋଲି ସଭାପତି ଡ଼ା ରାଜେନ୍ଦ୍ର କୁମାର ବେହେରା ଜଣେଇଛନ୍ତି । କବିତା ପାଠ, ଆଲୋଚନା, ସମ୍ବର୍ଦ୍ଧନାର ଏହି ଉତ୍ସବରେ ଏହି ଉତ୍ସବରେ ବିଶିଷ୍ଟ ଅତିଥିଙ୍କ ଦ୍ଵାରା ଅନୁଷ୍ଠାନର ବାର୍ଷିକ ମୁଖପତ୍ର 'ଭାଗୀରଥୀ କବିତାର ଗଙ୍ଗା ୨୦୨୬', ସ୍ଵତନ୍ତ୍ର ସଂକଳିତ କବିତା ସଙ୍କଳନ ‘ମାଲକାନଗିରିରୁ କବିତା’, ସୁଶ୍ରୀ ସନ୍ଧ୍ୟାରାଣୀ ଦେବୀଙ୍କ ଶିଶୁ ଗଳ୍ପ ସଙ୍କଳନ ‘ନୀଳକଇଁର ପୋଖରୀ ବୁଲା’, ଜ୍ୟୋତ୍ସ୍ନାରାଣୀ ଦେବୀଙ୍କ ଦୁଇଟି ଶିଶୁ ଗଳ୍ପ ସଙ୍କଳନ' ଝାଇଁକି ଝୁମ୍ପା’ ଓ ଶିଶୁ ଗଳ୍ପ ସଂକଳନ 'ପୁଷି ମାଉସୀ ପଢୁଛି ବସି', ଶେଷଦେବ ବେହେରାଙ୍କ ଶିଶୁ ଗଳ୍ପ ସଂକଳନ ‘ଜୟା ବିଜୟା ଗଳ୍ପ ବାଟିକା’ ଉନ୍ମୋଚନ ହେବ ବୋଲି ଉପଦେଷ୍ଟା ଓ ସମ୍ପାଦକ ମଣ୍ଡଳୀ ଯଥା କବି ଗଦାଧର ପାତ୍ର, କବି ସୁଧାଂଶୁ ଶେଖର ସାହୁ, କବି ଇଁ ନଳିନୀକାନ୍ତ ନାୟକ, କବି ତ୍ରିଲୋଚନ ଦାସ, କବି ଭାଗିରଥୀ ପଣ୍ଡା, କବୀ ଜୟନ୍ତୀ ବେହେରା, କବୀ ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ, କବି ଧର୍ମାନନ୍ଦ ମହାରଣା, କବି ଶେଷଦେବ ବେହେରା, କବି ଦୁର୍ଗା ମାଧବ ମହାରଣା ଆଦି ସଦସ୍ୟ ଗଣ ନିର୍ଣ୍ଣୟ ସହମତି ପ୍ରଦାନ କରିଛନ୍ତି ।