ଗୋପାଳପୁରରେ ସଂସ୍କୃତ ଶିକ୍ଷକ ପ୍ରଭାତ କୁମାର ଦାଶଙ୍କୁ ଭାବବିହ୍ୱଳ ବିଦାୟ
Khordha (ଖୋର୍ଦ୍ଧା)ପ୍ରିୟଙ୍କା ମହାପାତ୍ରAugust 4, 202648 views

ଖୋର୍ଦ୍ଧା-ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଦେଉଳି ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ପ୍ରଭାତ କୁମାର ଦାଶଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଭାବଗମ୍ଭୀର ପରିବେଶରେ ଅନୁଷ୍ଠିତ ହୋଇଛି।ଏହି ଅବସରରେ ବକ୍ତାମାନେ ଶ୍ରୀ ଦାଶଙ୍କ ଦୀର୍ଘ ଶିକ୍ଷକତା ଜୀବନ, ଶିକ୍ଷାଦାନ ପ୍ରତି ନିଷ୍ଠା ଓ ବିଦ୍ୟାଳୟର ସର୍ବାଙ୍ଗୀଣ ବିକାଶରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମରେ ବେଗୁନିଆ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ବୋଲଗଡ଼ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଓ ବହୁ ବିଶିଷ୍ଟ ଶିକ୍ଷାବିତ ଉପସ୍ଥିତ ରହି ଶ୍ରୀ ଦାଶଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।ସଭା ଶେଷରେ ଶ୍ରୀ ପ୍ରଭାତ କୁମାର ଦାଶ ସମସ୍ତଙ୍କ ପ୍ରତି କୃତଜ୍ଞତା ଜଣାଇ ନିଜ କର୍ମଜୀବନର ଅଭିଜ୍ଞତା ବାଣ୍ଟିଥିଲେ। ଏହି ସମ୍ବର୍ଦ୍ଧନା ସଭା ଏକ ଭାବପ୍ରବଣ ପରିବେଶ ସୃଷ୍ଟି କରିଥିଲା।
