--:--:--
-- ---
Srishti News

Web News

ସ୍ୱର୍ଗତ ରମେଶ ଚନ୍ଦ୍ର ଖିଲାରଙ୍କ ଏକାଦଶାହରେ ପୂର୍ବତନ ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
Aug 30, 2026•22 views

ସ୍ୱର୍ଗତ ରମେଶ ଚନ୍ଦ୍ର ଖିଲାରଙ୍କ ଏକାଦଶାହରେ ପୂର୍ବତନ ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

କଳିଙ୍ଗନଗର, ଦାନଗଦୀ: ସୁକିନ୍ଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦାନଗଦୀ ବ୍ଲକର ରାବେଣ ଗ୍ରାମର ସ୍ୱର୍ଗତ ରମେଶ ଚନ୍ଦ୍ର ଖିଲାରଙ୍କ ଏକାଦଶାହ ଅବସରରେ ପୂର୍ବତନ ମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଯୋଗଦେଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଏହି ଅବସରରେ ଡ. ଘଡେଇ ସ୍ୱର୍ଗତ ଖିଲାରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ସ୍ୱର୍ଗତ ଖିଲାରଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କ ପରିବାରବର୍ଗଙ୍କୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ ପାଇଁ ପ୍ରାର୍ଥନା କରିଥିଲେ। ଏକାଦଶାହ କାର୍ଯ୍ୟକ୍ରମରେ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ସ୍ଥାନୀୟ ଲୋକେ ଉପସ୍ଥିତ ରହି ସ୍ୱର୍ଗତ ଖିଲାରଙ୍କ ସ୍ମୃତିଚାରଣ କରିଥିଲେ।

Jajpur (ଯାଜପୁର) • ରିପୋର୍ଟ: ଅନିଲ କୁମାର ଜେନା

ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ
Aug 30, 2026•19 views

ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ

ରାଉରକେଲା : ସ୍ୱଭାବକବି ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟର ରିତିଯୁଗୀୟ କଳାପାଟବ ଓ ଆଧୁନିକ ଯୁଗଚେତନାର ଏକ ଅନନ୍ୟ ସେତୁବନ୍ଧ। ପାରମ୍ପରିକ ପୌରାଣିକ ଆଖ୍ୟାନକୁ ଆଧାର କରି ମଧ୍ୟ ସେଥିରେ ନୂତନ ଜୀବନଦୃଷ୍ଟି, ନୈତିକତା ଓ ସୌନ୍ଦର୍ଯ୍ୟବୋଧ ଭରିଦେବା ତାଙ୍କ ସାହିତ୍ୟର ମୁଖ୍ୟ ସ୍ୱତନ୍ତ୍ରତା। ସମାଜକୁ ଶୃଙ୍ଖଳିତ ତଥା ଆଦର୍ଶମୟ ଜୀବନଯାପନ ପାଇଁ ପ୍ରେରଣା ଯୋଗାଇବା ତାଙ୍କ ସାହିତ୍ୟର ଅନ୍ୟତମ ପ୍ରମୁଖ ବୈଶିଷ୍ଟ୍ୟ। ରାଉରକେଲାର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ୍ ସର୍କଲ ଆନୁକୂଲ୍ୟରେ ଅନୁଷ୍ଠାନର ମେହେର ମଣ୍ଡପ ରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ଅବସରରେ ବକ୍ତାମାନେ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ରେଢ଼ାଖୋଲ କଳିଙ୍ଗ ମହାବିଦ୍ୟାଳୟର ଅଧ୍ୟାପକ ବିପିନ ମହାନନ୍ଦ ଯୋଗଦେଇ 'କବି ଗଙ୍ଗାଧରଙ୍କ କବିତାରେ ସ୍ୱତନ୍ତ୍ରତା' ଶୀର୍ଷକରେ ଆଲୋଚନା କରି କହିଲେ ଯେ, ଗଙ୍ଗାଧରଙ୍କ କବିତା ସମାଜରେ ଶାନ୍ତି, ମୈତ୍ରୀର ବାର୍ତ୍ତା ଦେବାସହ ମଣିଷକୁ ସ୍ନେହ, ଶ୍ରଦ୍ଧା ଓ ପ୍ରେମର ନୈସର୍ଗିକ ବାର୍ତ୍ତା ପ୍ରଦାନ କରି ପାଠକକୁ ଆତ୍ମସମୀକ୍ଷା କରିବା ପାଇଁ ପ୍ରେରିତ କରିଥାଏ। ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ ଓଡ଼ିଆ କାବ୍ୟ ଏବଂ କବିତା ମଧ୍ୟରେ ଥିବା ପ୍ରଭେଦ ସମ୍ପର୍କରେ ତାତ୍ବିକ ସୂଚନା ପ୍ରଦାନ କରିବା ସହ କହିଲେ ଯେ, ଗଙ୍ଗାଧର କେବଳ ଜଣେ ସ୍ବଭାବ କବି ନଥିଲେ, ସେଥିଲେ ଋଷି କବି। ତାଙ୍କ କବିତାରେ ସେ ସମଗ୍ର ବିଶ୍ବକୁ ମଧୁମୟ କରିବାର କଳ୍ପନା କରିବା ସହ ପ୍ରାଚୀନତାରେ ନୂତନତ୍ବ ଭରିଦେଇଛନ୍ତି। ପ୍ରାରମ୍ଭରେ ଅତିଥି ମାନେ କବିଙ୍କ ତୈଳ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ, ଅନୁଷ୍ଠାନର କଳାକାର - ଅଙ୍କିତା ବେହେରା, ସଙ୍ଗୀତା ପଣ୍ଡା, ସରସ୍ୱତୀ ନାଗ, ବାପିନା ନାୟକ, ଦୀପକ ରାଉତ ଏବଂ ଦେବରଞ୍ଜନ ସାମଲ ପ୍ରମୁଖ ଗଙ୍ଗାଧରଙ୍କ ରଚିତ 'ମଙ୍ଗଳେ ଅଇଲା ଉଷା..' ଏବଂ ବିଶ୍ଵ ଦେଖ ମଧୁମୟ ରେ ଜୀବନ..' ସୁଲଳିତ କଣ୍ଠରେ ଗାନ କରିଥିଲେ। ବାଦ୍ୟଯନ୍ତ୍ରରେ ଗୁରୁ ବାବାଜୀ ଚରଣ ବିଶ୍ବାଳ ଏବଂ ବିବେକାନନ୍ଦ ପଣ୍ଡା ସହାୟତା କରିଥିଲେ। ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଉପଦେଷ୍ଟା ଲକ୍ଷ୍ମଣ ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ କବି ତ୍ରିଲୋଚନ ସ୍ବାଇଁ ଓ କବୀ ରଶ୍ମିବାଳା ରାଉତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ସର୍ବଶ୍ରୀ ଆଲୋକ ବୋଷ, କିଶୋରୀ ମୋହନ କର, ଗୀତାଞ୍ଜଳି ପତ୍ରୀ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଅଶୋକ କୁମାର ପଟ୍ଟନାୟକ, ସଂଗ୍ରାମ ସିଂ ସାମଲ, ମଞ୍ଜୁଳା କୁମାରୀ ରଥ, ଏସ ନାୟକ, ସତ୍ୟବ୍ରତ ଦାଶ, ତ୍ରିଲୋଚନ ସ୍ବାଇଁ ଏବଂ ରଶ୍ମିବାଳା ରାଉତରାୟ ପ୍ରମୁଖ ସ୍ବରଚିତ କବିତାମାନ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ନେହଲତା ନାୟକ, ସନ୍ତୋଷ କୁମାର ମଲ୍ଲିକ, ନିଖିଳେଶ୍ବର ଦାଶ, ଅଜିତ ବାରଓ୍ବା ଏବଂ ଅନିନ୍ଦିତା ମାଇତିଙ୍କ ସହ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏବଂ ଅନୁଷ୍ଠାନ ଦ୍ବାରା ପରିଚାଳିତ ସ୍ପ୍ରିଂ ଭେଲି ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନେ ସକ୍ରିୟ ସହଯୋଗ କରିଥିବାବେଳେ ରାଜୀବ ପାଣି, ବଳରାମ ଦାଶ, ଡ.ଅଶ୍ବିନୀ କୁମାର ରାୟ, ଡ. ନଗେନ କୁମାର ଦାସ, ଜୟଶ୍ରୀ ଦାସ, ବିଶ୍ବନାଥ ଜେନା, ବିକ୍ରମ ଆଚାର୍ଯ୍ୟ, ରବିନାରାୟଣ ସିଂହ, ରମେଶ ଚନ୍ଦ୍ର ସିଂହ, କମଳ ଆଚାର୍ଯ୍ୟ, ଶରତ କୁମାର ଦାସ, ଅକ୍ଷୟ କୁମାର ଧଳ, ସୁକାନ୍ତ ଖୁଣ୍ଟିଆ, ଡ.ସୁମନ ଦତ୍ତ, ନାରାୟଣ ଚନ୍ଦ୍ର ମହନ୍ତ ପ୍ରମୁଖ ଶତାଧିକ ସାହିତ୍ୟ -ସଂସ୍କୃତି ପ୍ରେମୀ ଯୋଗ ଦେଇଥିଲେ।

Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ

୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଲହୁଣୀପଡା ଥାନା ଏଏସ୍ଆଇ ମଦନ ମୋହନ ପ୍ରଧାନ ଗିରଫ
Aug 30, 2026•12 views

୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଲହୁଣୀପଡା ଥାନା ଏଏସ୍ଆଇ ମଦନ ମୋହନ ପ୍ରଧାନ ଗିରଫ

ରାଉରକେଲା ୩୦/୮, ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନାର ସହକାରୀ ସବ୍-ଇନିସପେକ୍ଟର ମଦନ ମୋହନ ପ୍ରଧାନଙ୍କ ସମେତ ତାଙ୍କ ସହଯୋଗୀଙ୍କୁ ଓଡିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ଏକ ଜାଲିଆତି ମାମଲାରେ ଜଣେ ଖାଦ୍ୟ ମାଲିକଙ୍କୁ ସାହାଯ୍ୟ କରିବା ପାଇଁ ଅଭିଯୁକ୍ତ ଶ୍ରୀ ପ୍ରଧାନ ୨୦,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ ଶନିବାର ୨୦୨୬ ଅଗଷ୍ଟ ୨୯ ତାରିଖ ଦିନ ସୁନ୍ଦରଗଡ଼ ଜିଲ୍ଲା ଅଧିନସ୍ଥ ଲହୁଣୀପଡ଼ା ଥାନାର ଏଏସଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ବ୍ୟକ୍ତିଗତ ବ୍ୟକ୍ତି)ଙ୍କୁ ଓଡ଼ିଶା ଭିଜିଲାନ୍ସ ଜଣେ ଖାଦ୍ୟ ଦୋକାନ ମାଲିକଙ୍କୁ ଗିରଫ ନକରିବା ପାଇଁ ଏବଂ ତାଙ୍କ ସାନ ଭାଇ ବିରୁଦ୍ଧରେ ରୁଜୁ ହୋଇଥିବା ଏକ ଉତ୍ପାଦ ଶୁଳ୍କ ମାମଲାରେ ସାହାଯ୍ୟ କରିବା ପାଇଁ ଏହି ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରି ନେଉଥିବା ସମୟରେ ଭିଜିଲାନ୍ସ ଗିରଫ କରିଛି। ଅଭିଯୁକ୍ତ ଏଏସ୍ଆଇ ଶ୍ରୀ ପ୍ରଧାନ ଖାଦ୍ୟ ମାଲିକଙ୍କୁ ୨୦,୦୦୦ ଟଙ୍କା ଦାବି କରିଥିଲେ ଏବଂ ଦେବାକୁ ଧମକ ଦେଇଥିଲେ। ଅଭିଯୁକ୍ତ ଏଏସ୍ଆଇ ମଦନ ମୋହନ ପ୍ରଧାନ ଧମକ ଦେଇଥିଲେ ଯେ, ଯଦି ତାଙ୍କୁ ଦାବି କରାଯାଇଥିବା ଲାଞ୍ଚ ପ୍ରଦାନ କରା ନ ଯାଏ, ତେବେ ସେ (ଏଏସ୍ଆଇ ଶ୍ରୀ ପ୍ରଧାନ) ତାଙ୍କୁ ଗିରଫ କରି କୋର୍ଟକୁ ପଠାଇବେ। ଅନ୍ୟ କୌଣସି ଉପାୟ ନ ପାଇ, ଖାଦ୍ୟ ମାଲିକ (ଅଭିଯୋଗକାରୀ) ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଓଡ଼ିଶା ଭିଜିଲାନ୍ସର ଏକ ଦଳ ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତ ଏଏସ୍ଆଇ ଶ୍ରୀ ପ୍ରଧାନ ଏବଂ ତାଙ୍କ ନିକଟତମ ସହଯୋଗୀ ଶ୍ରୀ ଦାସମୋଦକ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଉଭୟଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଥିଲେ। ଅଭିଯୁକ୍ତଙ୍କ କବଜାରୁ ସମଗ୍ର ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଭିଜିଲାନ୍ସର ଫାଶ ପରେ, DA ଦୃଷ୍ଟିରୁ ଏଏସ୍ଆଇ ଶ୍ରୀ ପ୍ରଧାନଙ୍କ ସହ ଜଡିତ ତିନୋଟି ସ୍ଥାନରେ ଏକକାଳୀନ ତଲାସ ଚାଲିଛି। ଏ ସମ୍ପର୍କରେ, ରାଉରକେଲା ଭିଜିଲାନ୍ସ ପି.ଏସ୍. ମାମଲା ନଂ.୧୦/୨୯-୮-୨୦୨୬ ରୁଜୁ କରାଯିବା ସହିତ ଦଫା ୭ ପି.ସି. (ସଂଶୋଧନ) ଆଇନ, ୨୦୧୮ରେ ପଞ୍ଜିକୃତ କରାଯାଇଛି। ଦୁଇ ଅଭିଯୁକ୍ତ ଏଏସ୍ଆଇ ଶ୍ରୀ ପ୍ରଧାନ ଏବଂ ଶ୍ରୀ ଦାସମୋଦକ (ବ୍ୟକ୍ତିଗତ ବ୍ୟକ୍ତି)ଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି।

Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ

ଶ୍ରୀମଦ୍ ଭାଗବତ ଗୀତାରେ ଜୀବନ ଦର୍ଶନ ଆଲୋଚନାଚକ୍ର
Aug 30, 2026•11 views

ଶ୍ରୀମଦ୍ ଭାଗବତ ଗୀତାରେ ଜୀବନ ଦର୍ଶନ ଆଲୋଚନାଚକ୍ର

ରାଉରକେଲା: ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସରରେ ଶ୍ରୀମଦ୍ ଭଗବତ ଗୀତାରେ ଜୀବନ ଦର୍ଶନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ପ୍ରସନ୍ନ କୁମାର ସାବତଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ତଥା ସାଂସ୍କୃତିକ ସମ୍ପାଦିକା କବିତା ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଇଂ ଅଭୟ କୁମାର ଦାସ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ ଗୀତା ହେଉଛି ଜୀବନ ଦର୍ଶନ। ମଣିଷ ଯେପରି ପୋଷାକ ପରିବର୍ତ୍ତନ କରେ ସେହିପରି ଆତ୍ମା ଗୋଟିଏ ଶରୀର ଛାଡ଼ି ଅନ୍ୟ ଶରୀରରେ ସ୍ଥାନ ନିଏ। ମଣିଷ ଜୀବନ ଶ୍ରେଷ୍ଠ ଜୀବନ। ସୁଖ ଦୁଃଖକୁ ସମାନ ଭାବେ ଗ୍ରହଣ କରିବା ଦରକାର। ଜ୍ଞାନ ଉଦୟ ହେଲେ ସୁଖଦୁଃଖ ବୁଝିହୁଏ। ଗୀତା ର ତତ୍ବ ବୁଝିପାରିଲେ ସୁସ୍ଥ ସମାଜ ଗଠନ ହୋଇପାରିବ। ଦ୍ବିତୀୟ ପର୍ଯ୍ୟାୟରେ ଗାଳ୍ପିକ ସଞ୍ଜୀବ କୁମାର ଭୋଇ ଓ ବିକ୍ରମ ଆଚାର୍ଯ୍ୟ ଗଳ୍ପ ପାଠ କରିଥିଲେ। ତୃତୀୟ ପର୍ଯ୍ୟାୟରେ କବି ଗୈ।ତମ ଦାସ ଓ ଏସ ନାୟକଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ବହୁ କବି ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ଗୀତାଞ୍ଜଳି ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପାଠାଗାରର ଏକ ନୂତନ ମଣ୍ଡପ ସଭାପତି ଓ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। ସେହିପରି ନିକଟରେ ଦୁଇ ସାରସ୍ବତ ସାଧକ ଗିରି ଦଣ୍ଡସେନା ଓ କବିବର ପରିଡା ଙ୍କ ବିୟୋଗରେ ସେମାନଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଅଜୟ ପ୍ରଧାନ,କମଳ ଆଚାର୍ଯ୍ୟ, ସୁବାସ ମହାପାତ୍ର, ବିଦ୍ୟୁତପ୍ରଭା ସାବତ, କିଶୋରୀ ମୋହନ କର,ବିଭୁଦତ୍ତ ବେହେରା, ବିଜୟଲକ୍ଷ୍ମୀ ପଟ୍ଟନାୟକ, ବିଜୟିନୀ ଜେନା, ସୁଭାଷିନୀ ସାହୁ, ନିରୁପମା ଚାନ୍ଦ,ଡ ଶକ୍ତି ପ୍ରସାଦ ସାମନ୍ତରାୟ,ଶରତ ରାଉତ, ସୁପ୍ରିୟା ଜେନା, ଭୁବନେଶ୍ୱରୀ ମହାପାତ୍ର, ପ୍ରତ୍ୟୁଷା ନାୟକ, ରବିନ୍ଦ୍ର ଠାକୁର, ବିଜୟ ସ୍ବାଇଁ, ଶ୍ରୀକାନ୍ତ ପାଣିଗ୍ରାହୀ, ମହାଦେବ ମାଝୀ,ଶରତ ମହାନ୍ତି, ପ୍ରିୟଙ୍କା ନାୟକ,ସ୍ନେହପ୍ରିୟ ବଳ,ସୃତି ପତି,ସୁଧା ପତି, ମନୋରଞ୍ଜନ ମଣ୍ଡଳ, ଅରୁଣିମା ବାରିକ, କୁଞ୍ଜବିହାରୀ ରାଉତ, ତ୍ରିଲୋଚନ ସ୍ବାଇଁ , ଜ୍ଞାନରଞ୍ଜନ ମିଶ୍ର,ଆଲୋକ ବୋଷ, ସଂଗ୍ରାମପ୍ରିୟ ତନ୍ତୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ
Aug 30, 2026•181 views

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ

ଧର୍ମଗଡ :- କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଯୋର କନ୍ଦାଖାଳ ନିକଟ ବିଜୁ ଏକ୍ସପ୍ରେସ ୱେ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଧକ୍କା ଦେଇଥିବା ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।ମୃତକ ଜଣକ ଧର୍ମଗଡ଼ ଥାନା ଅନ୍ତର୍ଗତ ବଡ଼ଘୁମେର ଗ୍ରାମର ହେମପ୍ରସାଦ ପଟେଲ (୩୦), ଓରଫ ମୁନା ପଟେଲ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ହେମପ୍ରସାଦ କୌଣସି ଏକ କାମରେ ଧର୍ମଗଡ଼ ଆସିଥିଲେ। କାମ ସାରି ନିଜ ବାଇକରେ ଘରକୁ ଫେରୁଥିବା ସମୟରେ ଗଡ଼ିଆଯୋର କନ୍ଦାଖାଳ ନିକଟ ବିଜୁ ଏକ୍ସପ୍ରେସ ୱେରେ ତାଙ୍କ ବାଇକକୁ ପଛପଟୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିବା ଜଣାପଡ଼ିଛି।ଧକ୍କା ପରେ ହେମପ୍ରସାଦ ରାସ୍ତାରେ ପଡ଼ିଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଗାଡ଼ିଟି ନ ରହି ଘଟଣାସ୍ଥଳରୁ ଚମ୍ପଟ ମାରିଥିବାରୁ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଓ ଉଦ୍‌ବେଗ ପ୍ରକାଶ ପାଇଛି।ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଧର୍ମଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା କିପରି ଘଟିଲା ଏବଂ କେଉଁ ଗାଡ଼ି ଧକ୍କା ଦେଇଥିଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ଏହି ଦୁଃଖଦ ଘଟଣା ପରେ ବଡ଼ଘୁମେର ଗ୍ରାମ ସମେତ ମୃତକଙ୍କ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଅଜଣା ଗାଡ଼ିକୁ ଶୀଘ୍ର ଚିହ୍ନଟ କରି ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ନେବାକୁ ଦାବି ହେଉଛି।

Kalahandi (କଳାହାଣ୍ଡି) • ରିପୋର୍ଟ -ନିରାକାର ଗୋପାଳ, ଧର୍ମଗଡ ପ୍ରତିନିଧି

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦଶମ ଶ୍ରେଣୀ ଛାତ୍ର ମୃତ
Aug 30, 2026•39 views

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦଶମ ଶ୍ରେଣୀ ଛାତ୍ର ମୃତ

ପାତ୍ରପୁର : ୩୦/୮: ଅସାବଧାନତା ଯୋଗୁଁ ଚାଲିଗଲା ଏକ ନିଷ୍ପାପ ଛାତ୍ରର ଜୀବନ। ବିଦ୍ୟୁତ୍ ଆଘାତ ଲାଗି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଅକାଳ ବିୟୋଗ ଘଟିଛି। ମୃତ ଛାତ୍ର ଜଣକ ହେଲେ ଜରଡ଼ା ଥାନା ଅନ୍ତର୍ଗତ ଭୈରବପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ଷୋହଳ ବର୍ଷୀୟ ପୁଅ ଚନ୍ଦନ ପ୍ରଧାନ। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଚନ୍ଦନ କେଳୁଆ ନିକଟସ୍ଥ ନାରାୟଣପୁରସ୍ଥିତ ନିଜ ମାଉସୀଙ୍କ ଘରେ ରହି ନୂଆପେଣ୍ଠ ହାଇସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ରବିବାର କୌଣସି ଏକ କାର୍ଯ୍ୟରେ ସେ ମାଉସୀ ଘର ଛାତ ଉପରକୁ ଯାଇଥିଲେ। ସେଠାରେ ଅସାବଧାନତାବଶତଃ ତାଙ୍କ ହାତ ନିକଟ ଦେଇ ଯାଇଥିବା ଏଗାର କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ସେ ଗୁରୁତର ଭାବେ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଜରଡ଼ା ଥାନା ପୋଲିସ୍ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ଭୁବନ ଜଗନ୍ନାଥ ମନ୍ଦିର କୁ ଶାଳଗ୍ରାମ ଆଗମନ ନିମନ୍ତେ ପ୍ରସ୍ତୁତି ବୈଠକ
Aug 30, 2026•19 views

ଭୁବନ ଜଗନ୍ନାଥ ମନ୍ଦିର କୁ ଶାଳଗ୍ରାମ ଆଗମନ ନିମନ୍ତେ ପ୍ରସ୍ତୁତି ବୈଠକ

ଢ଼େଙ୍କାନାଳ ୩୦.୮- ନୀଳାଚଳ ଧାମ ପୁରୀସ୍ଥିତ ଶ୍ରୀ ଗୋବର୍ଦ୍ଧନ ମଠର କୃପାପାତ୍ର ବ୍ରହ୍ମପୁର ବାସିନ୍ଦା ଚନ୍ଦ୍ରଚୁଡେଶ୍ୱର ମନ୍ଦିର ପ୍ରତିଷ୍ଠାତା ତଥା ଭଗବତ୍‌ ଭକ୍ତ ଶ୍ରୀଯୁକ୍ତ ଗୋପାଳ ରାଓ ଜୀ ସ୍ଵଆଗ୍ରହ ସହକାରେ ଭୁବନସ୍ଥିତ ଶ୍ରୀ ତୃତୀୟାଦେବ ଜୀଉ (ଶ୍ରୀ ଜଗନ୍ନାଥ ମନ୍ଦିର) କୁ ଦୁର୍ଲଭ ଶାଳଗ୍ରାମ ଭଗବାନ ଙ୍କୁ ସମର୍ପଣ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି। ଏଥି ନିମନ୍ତେ ରବିବାର ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ,ସଭାପତି ତଥା ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପୁରୀ ଗୋବର୍ଦ୍ଧନ ପୀଠ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶାଳଗ୍ରାମ ଭଗବାନ ଙ୍କ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି ଏହା ସମଗ୍ର ଭୁବନ ପାଇଁ ଗର୍ବ ଓ ଗୌରବର ବିଷୟ। ଶାଳଗ୍ରାମ ଭଗବାନ (ବ୍ରହ୍ମ ସ୍ୱରୂପ)ଙ୍କ ଆଗମନ ଅତ୍ୟନ୍ତ ଦୁର୍ଲଭ,ପବିତ୍ର ତଥା ଦିବ୍ୟ ଅବସର ବୋଲି କହିବା ସହ ଆସନ୍ତା ସେପ୍ଟେମ୍ବର ୫ ତାରିଖ ଶନିବାର ଦିନ ଶାଳଗ୍ରାମ କୁ ସମ୍ପୂର୍ଣ ଆଧ୍ୟାତ୍ମିକ ପରିବେଶରେ ସ୍ୱାଗତ କରିବା ପାଇଁ ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ତୁଷାରକାନ୍ତି ମିଶ୍ର,ଆଦ୍ୟ ସେବକ ରାମଚନ୍ଦ୍ର ରାଉତ,ଦଶହରା ବଳଦ ଯାତ୍ରା କମିଟି ମୁଖ୍ୟ ଅଧ୍ୟାପକ ଦିଲ୍ଲୀପ କୁମାର ଦାସ,ଗୋପୀନାଥ ମହାନ୍ତି,ସୁବ୍ରତ କୁମାର ସାହୁ,ସନାତନ ସାହୁ,ସତ୍ୟାନନ୍ଦ ପୃଷ୍ଟି,ସୁରେନ୍ଦ୍ର ସାହୁ,ନରହରି ସାହୁ,ପପୁ କୁମାର ସାହୁ,ଖଗେଶ୍ୱର ନାୟକ,ଜ୍ୟୋତିଷ କୁମାର ସାହୁ,ସୁଶାନ୍ତ କୁମାର ପୃଷ୍ଟି ପ୍ରମୁଖ ବହୁ ଜଗନ୍ନାଥ ପ୍ରେମୀ ଉପସ୍ଥିତ ରହି ଶ୍ରୀ ଜଗନ୍ନାଥ ମନ୍ଦିରରେ ଶାଳଗ୍ରାମ ଭଗବାନଙ୍କ ସ୍ଥାପନା ଓ ପ୍ରତିଷ୍ଠା ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ,ଆଧ୍ୟାତ୍ମିକ ଓ।ପରମ ସୌଭାଗ୍ୟର ମୁହୂର୍ତ୍ତ ବୋଲି ମତବ୍ୟକ୍ତ କରିଥିଲେ। ଆସନ୍ତା ଶନିବାର ଦିନ ୧୧ ଘଟିକା ସମୟରେ ସଂକୀର୍ତ୍ତନ ମଣ୍ଡଳୀ,ମାତୃ ମଣ୍ଡଳୀ,ଘଣ୍ଟୁଆ ଙ୍କ ସହିତ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଙ୍କ ଗହଣରେ ମା କାଲୁଣି ଠାକୁରାଣୀଙ୍କ ମନ୍ଦିର ନିକଟରୁ ୩୨ କିଲୋ ଓଜନର ପବିତ୍ର ଶାଳଗ୍ରାମ କୁ ଶୋଭାଯାତ୍ରାରେ ନେଇ ଗୋଡ଼ି ପୋଖରୀ,ନୂଆ ବଜାର, ଗଣେଶ ବଜାର,ଗୁଜୁରୀ ହାଟ, ଦୁର୍ଗା ଛକ,ଲକ୍ଷ୍ମୀ ଛକ,ବଣିଆ ସାହି, ବ୍ରାହ୍ମଣୀ ଦେବୀ ଛକ ଦେଇ ଶୋଭାଯାତ୍ରା ଜଗନ୍ନାଥ ମନ୍ଦିରରେ ପହଞ୍ଚି ଶାଳଗ୍ରାମ ସ୍ଥାପନା କରାଯିବ ବୋଲି ସଭାପତି ଶୁଭେନ୍ଦୁ କୁମାର ସାହୁ ସୂଚନା ଦେବା ସହ ଏଥିରେ ସମସ୍ତ ଭୁବନବାସୀ ସହଯୋଗ କରିବା ପାଇଁ ନିବେଦନ କରିଥିଲେ। ଶ୍ରୀ ଜଗନ୍ନାଥ ଚାରି ଟେବୁଲ୍ ଟ୍ରଷ୍ଟ ସମ୍ପାଦକ ନିରଞ୍ଜନ ଗୁରୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଜାତୀୟ କ୍ରୀଡ଼ା ଦିବସ–୨୦୨୬ ପାଳନ ଅବସରରେ ପଦ ଯାତ୍ରା
Aug 30, 2026•16 views

ଜାତୀୟ କ୍ରୀଡ଼ା ଦିବସ–୨୦୨୬ ପାଳନ ଅବସରରେ ପଦ ଯାତ୍ରା

ଢ଼େଙ୍କାନାଳ, ୩୦.୮- କ୍ରୀଡ଼ା ଓ ଯୁବ ସେବା ବିଭାଗର ନିର୍ଦ୍ଦେଶକ୍ରମେ ହକିର ଯାଦୁକର ସ୍ୱର୍ଗତ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଜାତୀୟ କ୍ରୀଡ଼ା ଦିବସ–୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଢେଙ୍କାନାଳ ଷ୍ଟାଡ଼ିୟମ ଠାରେ ଏକ ପଦଯାତ୍ରା ଆୟୋଜନ କରାଯାଇଥିଲା। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦୀପ୍ତି ରଞ୍ଜନ ସେଠୀ ଏହି ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଦୟାନିଧି ପାତ୍ର, ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀ ଦୀନବନ୍ଧୁ ମଲ୍ଲିକଙ୍କ ସମେତ ବହୁ କ୍ରୀଡ଼ାବିତ୍ ଓ ଯୁବକ-ଯୁବତୀ ପଦଯାତ୍ରାରେ ଯୋଗ ଦେଇଥିଲେ । ଏହି ଅବସରରେ ଢେଙ୍କାନାଳ ଜିଲ୍ଲାର ଗର୍ବ, ଭାରୋତ୍ତୋଳନ ପ୍ରଶିକ୍ଷକ ଶ୍ରୀ ଗୋପାଳ କୃଷ୍ଣ ଦାସ “ବିଜୁ ପଟ୍ଟନାୟକ ପୁରସ୍କାର – ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର–୨୦୨୬”ରେ ସମ୍ମାନିତ ହୋଇଥିବାରୁ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ଶ୍ରୀ ଗୋପାଳ କୃଷ୍ଣ ଦାସଙ୍କ ଏହି ସଫଳତା ସମଗ୍ର ଢେଙ୍କାନାଳ ଜିଲ୍ଲା ପାଇଁ ଗୌରବର ବିଷୟ ବୋଲି ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସେଠୀ ପ୍ରକାଶ କରି ତାଙ୍କର ନିଷ୍ଠା, ପରିଶ୍ରମ ଓ କ୍ରୀଡ଼ା କ୍ଷେତ୍ର ପ୍ରତି ଅବଦାନ, ଯୁବ ପିଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଛନ୍ତି । କ୍ରୀଡ଼ାବିତ୍ ମାନେ ନିରନ୍ତର ପ୍ରୟାସ ଓ ଅଧ୍ୟବସାୟ ବଳରେ କ୍ରୀଡ଼ା କ୍ଷେତ୍ରରେ ଶୀର୍ଷ ସ୍ଥାନରେ ପହଞ୍ଚିବା ପାଇଁ ଉତ୍ସାହିତ କରିଥିଲେ ।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ, ଋଣ ଓ ବନ୍ୟାଜନିତ ଫସଲ କ୍ଷତିକୁ ନେଇ ଚାପରେ ଥିବା ଅନୁମାନ
Aug 30, 2026•68 views

ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ, ଋଣ ଓ ବନ୍ୟାଜନିତ ଫସଲ କ୍ଷତିକୁ ନେଇ ଚାପରେ ଥିବା ଅନୁମାନ

ବନ୍ୟାରେ ଉଜୁଡ଼ିଗଲା ଧାନ ଫସଲ, ଋଣ ବୋଝ ବଢ଼ିଲା; ଅସହାୟ ପରିବାରକୁ ସରକାରୀ ସହାୟତା ଦାବି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନ ଧୂଷୁରୀ ଥାନା ସାହସପୁର ପଞ୍ଚାୟତର ଲୁହାସାହି ଗ୍ରାମରେ ଜଣେ ଚାଷୀଙ୍କ ମୃତ୍ୟୁକୁ ନେଇ ଆତ୍ମହତ୍ୟା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଗ୍ରାମର ପ୍ରଭାକର ବେହୁରିଆ (୫୦)। ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଥିବା ବେଳେ ଅସହାୟ ପରିବାରକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଗ୍ରାମବାସୀ। ପରିବାର ଲୋକଙ୍କ କହିବା ଅନୁଯାୟୀ, ପ୍ରଭାକର ଋଣ କରି ପ୍ରାୟ ୫୦ ଏକର ଜମିରେ ଧାନ ଚାଷ କରିଥିଲେ। ଚାଷ ଭଲ ହେଲେ ଋଣ ପରିଶୋଧ କରି ପରିବାରର ଆର୍ଥିକ ସ୍ଥିତି ସୁଧାରିବା ନେଇ ଆଶା ରଖିଥିଲେ। କିନ୍ତୁ ଲଗାତାର ବୈତରଣୀ ନଦୀର ବନ୍ୟା ଯୋଗୁଁ ତାଙ୍କ ଧାନ ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି। ଫସଲ ନଷ୍ଟ ହେବା ସହ ଋଣ ପରିଶୋଧ ନେଇ ଚିନ୍ତା ବଢ଼ିଥିଲା ବୋଲି ପରିବାର ଲୋକେ କହିଛନ୍ତି। ଏହି ଆର୍ଥିକ ଚାପ ଯୋଗୁଁ ପ୍ରଭାକର ମାନସିକ ଭାବେ ଚାପଗ୍ରସ୍ତ ଥିବା ଏବଂ ଶେଷରେ ତାଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ତେବେ ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣା ସମ୍ପର୍କରେ ଖବର ପାଇବା ପରେ ଧୂଷୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଜିଲ୍ଲା ହସ୍ପିଟାଲକୁ ପଠାଇଛି। ଏହାସହ ଘଟଣାର ତଦନ୍ତ ଜାରି ରହିଛି। ଅସହାୟ ପରିବାରକୁ ନେଇ ଚିନ୍ତାରେ ଗ୍ରାମବାସୀ, ପ୍ରଭାକରଙ୍କ ମୃତ୍ୟୁ ପରେ ତାଙ୍କi ପରିବାରର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ। ଜଣେ ଚାଷୀ ଋଣ କରି ଚାଷ କରିବା ପରେ ବନ୍ୟାରେ ଫସଲ ନଷ୍ଟ ହୋଇଯିବା ଘଟଣା ଚାଷୀଙ୍କ ଦୁର୍ଦ୍ଦଶାକୁ ପଦାରେ ପକାଇଛି ବୋଲି ଗ୍ରାମବାସୀ କହିଛନ୍ତି। ଏଭଳି ପରିସ୍ଥିତିରେ ପ୍ରଭାକରଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା, ଫସଲ କ୍ଷୟକ୍ଷତିର ଆକଳନ ଏବଂ ଆବଶ୍ୟକ ସହାୟତା ଯୋଗାଇଦେବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ। “ଗରିବ ଚାଷୀ ପରିବାର ଏବେ କରିବେ କ’ଣ?”—ଏହି ପ୍ରଶ୍ନ ଏବେ ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି। ବନ୍ୟାରେ ଫସଲ ହରାଇ ଆର୍ଥିକ ସଙ୍କଟରେ ପଡ଼ିଥିବା ପରିବାରକୁ ପ୍ରଶାସନ କେବେ ଓ କିପରି ସହାୟତାର ହାତ ବଢ଼ାଇବ, ତାହାକୁ ଅପେକ୍ଷା କରିଛନ୍ତି ସ୍ଥାନୀୟ ଲୋକେ।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ବରଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କଲେ ନୋଡାଲ ସଚିବ ଡ. ବିଜୟ କେତନ ଉପାଧ୍ୟାୟ
Aug 30, 2026•8 views

ବରଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କଲେ ନୋଡାଲ ସଚିବ ଡ. ବିଜୟ କେତନ ଉପାଧ୍ୟାୟ

ବରଗଡ -ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ତଥା ବରଗଡ଼ ଜିଲ୍ଲାର ନୋଡାଲ ସଚିବ ଡ. ବିଜୟ କେତନ ଉପାଧ୍ୟାୟ, ଆଜି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସଂସ୍ଥା ପରିଦର୍ଶନ କରି ସେଗୁଡ଼ିକର କାର୍ଯ୍ୟକାରିତା, ଭିତ୍ତିଭୂମି ଓ ସେବା ପ୍ରଦାନ ବ୍ୟବସ୍ଥା ସମୀକ୍ଷା କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସମେତ ବରିଷ୍ଠ ଜିଲ୍ଲା ଅଧିକାରୀମାନେ ଉପସ୍ଥିତ ଥିଲେ। ଡ. ଉପାଧ୍ୟାୟ ଅଡ଼ଗାଁ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ଶିଶୁ ଓ କର୍ମଚାରୀମାନଙ୍କ ସହ ଆଲୋଚନା କରିବା ସହ କେନ୍ଦ୍ରର ପରିଚ୍ଛନ୍ନତା, ରୋଷେଇ ଘର ଓ ଶିଶୁମାନଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟ ବ୍ୟବସ୍ଥା ସମୀକ୍ଷା କରିଥିଲେ। ଏହାପରେ ସେ କୁରୁଆଁ ସ୍ଥିତ ୫,୦୦୦ ମେଟ୍ରିକ୍‌ ଟନ୍‌ କ୍ଷମତାବିଶିଷ୍ଟ ଶୀତଳ ଭଣ୍ଡାର ପରିଦର୍ଶନ କରି ବ୍ୟବସ୍ତାର ତଦାରଖ କରିବା ସହ ଫସଲ ବିବିଧୀକରଣ ଉପରେ ଗୁରୁତ୍ୱ ଦେଇ ଧାନ ସହ ଆଳୁ ଓ ଅନ୍ୟାନ୍ୟ ପନିପରିବା ଚାଷକୁ ପ୍ରୋତ୍ସାହନ ଦେବା ପାଇଁ କୃଷକ ଗୋଷ୍ଠୀ ଗଠନ କରି ସଚେତନତା ଓ ପରାମର୍ଶ ମାଧ୍ୟମରେ ଚାଷୀମାନଙ୍କୁ ଉତ୍ସାହିତ କରିବାକୁ ଶୀତଳ ଭଣ୍ଡାର ମାଲିକଙ୍କୁ ପରାମର୍ଶ ଦେଇଥିଲେ । ଏହପରେ ଦେବଗଡ଼ ଟିକ୍ରା ସରକାରୀ ବିଦ୍ୟାଳୟ ପରିଦର୍ଶନରେ ଯାଇ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହ ଆଲୋଚନା କରିବା ସହ ଶିକ୍ଷାଦାନ ବ୍ୟବସ୍ଥା ଓ ବିଦ୍ୟାଳୟର ଭିତ୍ତିଭୂମି ସମ୍ପର୍କରେ ଅବଗତ ହୋଇଥିଲେ। ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ ପରିଦର୍ଶନ କରି ସେ ଛାତ୍ରୀ ଓ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ। ବିଦ୍ୟାଳୟର ବିଜ୍ଞାନ ପରୀକ୍ଷାଗାର, ଇ-ଲାବୋରେଟୋରୀ, ରୋବୋଟିକ୍ସ ଲାବ୍‌, ସ୍ମାର୍ଟ କ୍ଲାସରୁମ୍‌ ଓ ଅନ୍ୟାନ୍ୟ ସୁବିଧା ପରିଦର୍ଶନ କରି ଭିତ୍ତିଭୂମିର ନିୟମିତ ରକ୍ଷଣାବେକ୍ଷଣ ଓ ସର୍ବୋତ୍ତମ ବ୍ୟବହାର ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ବରଗଡ଼ ନିଶାମଣୀ ପଡିଆରେ ନିର୍ମାଣଧୀନ ଧନୁଯାତ୍ରା ରଙ୍ଗମହଲ ନିର୍ମାଣସ୍ଥଳୀ ପରିଦର୍ଶନ ସମୟରେ ଜିଲ୍ଲାପାଳ ଶ୍ରୀ ଗୋୟଲ ଏଠାରେ ନ୍ୟାସନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମାର ସହଯୋଗରେ ସ୍ଥାନୀୟ କଳାକାରମାନଙ୍କ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ପାଇଁ ଏକ କାଳକେନ୍ଦ୍ର- ଧନୁଯାତ୍ରା ସ୍କୁଲ ଅଫ ଡ୍ରାମା ସ୍ଥାପନ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ପରେ ବର୍ଦ୍ଦୋଲି ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ସେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହ ଆଲୋଚନା କରିବା ସହ ଚାଲିଥିବା ଅତିରିକ୍ତ ଶ୍ରେଣୀଗୃହ ଓ ହଷ୍ଟେଲ୍‌ ଡାଇନିଂ ହଲ୍‌ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ରୋଷେଇ ଘର ଓ ହଷ୍ଟେଲ୍‌ର ପରିଚ୍ଛନ୍ନତା ବ୍ୟବସ୍ଥା ମଧ୍ୟ ଯାଞ୍ଚ କରାଯାଇଥିଲା। ଏତଦବ୍ୟତୀତ ଭଟଲିସ୍ଥିତ ଗ୍ରାଉଣ୍ଡନଟ୍‌ ପ୍ରୋସେସିଂ ୟୁନିଟ୍‌ ପରିଦର୍ଶନ ସମୟରେ ସେ ଉଦ୍ୟୋଗୀଙ୍କ ସହ ଆଲୋଚନା କରି ଯନ୍ତ୍ରପାତି, ଉତ୍ପାଦନ ଓ ବିପଣନ ସମ୍ଭାବନା ସମ୍ପର୍କରେ ଅବଗତ ହୋଇଥିଲେ। ଏହାପରେ ସେ ବିକାଶ ହସ୍ପିଟାଲ୍‌ ପରିଦର୍ଶନ କରି ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସିତ ହେଉଥିବା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ବରଗଡ଼ସ୍ଥିତ ଜିନ୍ଦଲ ଇଟା ୟୁନିଟ୍‌ ପରିଦର୍ଶନ କରି ଉତ୍ପାଦନ, କଞ୍ଚାମାଲ ସଂଗ୍ରହ ଓ ଉତ୍ପାଦିତ ସାମଗ୍ରୀର ବିପଣନ ସମ୍ପର୍କରେ ଆଲୋଚନା କରିଥିଲେ। ପରିଦର୍ଶନ ସମୟରେ ଡ. ଉପାଧ୍ୟାୟ ସରକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ, ସର୍ବସାଧାରଣ ଭିତ୍ତିଭୂମିର ନିୟମିତ ରକ୍ଷଣାବେକ୍ଷଣ, ଫସଲ ବିବିଧୀକରଣ, ଜୀବିକା ସୁଯୋଗ ସୃଷ୍ଟି ଏବଂ କ୍ଷେତ୍ରସ୍ତରୀୟ ସମସ୍ୟାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

National Sports Day Observed at R.C.M. Science College, Khallikote
Aug 30, 2026•42 views

National Sports Day Observed at R.C.M. Science College, Khallikote

Khallikote, Aug 30: National Sports Day was observed with enthusiasm at R.C.M. Science College, Khallikote, commemorating the birth anniversary of legendary Indian hockey player Major Dhyan Chand. The programme highlighted the importance of sports and physical activities in maintaining a healthy and disciplined life. College Principal Dr. Santosh Kumar Patra addressed the students and explained the significance of National Sports Day and the reasons behind its observance. He emphasised the benefits of participating in games and sports, stating that regular sporting activities help improve physical fitness, discipline, confidence and overall personality development. College Sports In-charge Mr. T. Shivananda Varma informed the students about the opportunities available through inter-college games and sports. He said that students can participate in around 20 different sporting disciplines and showcase their talent at various levels. He also encouraged students to take sports seriously as a career option and work towards building a bright future through their sporting abilities. Dr. Prabhat Kumar Swain also addressed the gathering and stressed that games and sports are essential for maintaining good health and peace of mind. He encouraged students to make physical activities a regular part of their daily routine for a healthy and balanced life. The programme was attended by students, faculty members and college staff. The event concluded with an appeal to students to actively participate in sports and develop a healthy and disciplined lifestyle. Srishti News

Ganjam (ଗଞ୍ଜାମ) • Sibaram Jena, Special Reporter, Khallikote

ତ୍ରି ଦିବସୀୟ ଜାତୀୟ କ୍ରୀଡା ଦିବସ -୨୦୨୬ ଉଦଯାପିତ l କ୍ରୀଡ଼ା ବା ଯୋଗ ଦୈନିକ ପ୍ରଧାନ କର୍ମ ହେବା ଉଚିତ୍; ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ବେଉରା l
Aug 30, 2026•42 views

ତ୍ରି ଦିବସୀୟ ଜାତୀୟ କ୍ରୀଡା ଦିବସ -୨୦୨୬ ଉଦଯାପିତ l କ୍ରୀଡ଼ା ବା ଯୋଗ ଦୈନିକ ପ୍ରଧାନ କର୍ମ ହେବା ଉଚିତ୍; ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ବେଉରା l

ଖୋରଧା : ବିଶିଷ୍ଟ କ୍ରୀଡ଼ା ନାୟକ, କ୍ରୀଡ଼ା ଜଗତର ଉଜ୍ଜ୍ୱଳ ତାରକା ତଥା ହକି ଜାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପକ୍ଷରୁ ଗତ ୨୮ ଅଗଷ୍ଟରୁ ପାଳନ କରାଯାଉଥିବା ତିନି ଦିନିଆ ଜାତୀୟ କ୍ରୀଡା ଦିବସ ଆଜି ଉଦଯାପିତ ହୋଇଯାଇଛି l ଏହି ଉପଲକ୍ଷେ ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ଜିଲ୍ଲା କ୍ରୀଡା ଅଧିକାରୀ ଗୀତାଞ୍ଜଳୀ ପଣ୍ଡା ଙ୍କ ଦ୍ଵାରା ବିଜୁପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଆୟୋଜିତ ଉଦଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହକି ତାରକା ବିଶ୍ୱ ପ୍ରସିଧ୍ୟ ଖେଳାଳି ମେଜର ଧ୍ୟାନ ଚାନ୍ଦଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣିତ ହୋଇ କ୍ରୀଡ଼ା ବା ଯୋଗକୁ ପ୍ରତ୍ୟେକ ନିତିଦିନ ଜୀବନରେ ଏକ ପ୍ରଧାନ କର୍ମ ଭାବେ ଅଭ୍ୟାସ କଲେ ଶରୀର ସୁସ୍ଥ ରହିବା ସହ କ୍ରୀଡ଼ା ଉତ୍ସାହ ଓ ଏକତାର ଦେଶ ବ୍ୟାପି ଉତ୍ସବ ଖେଳିବ ଭାରତ ଜିତିବ ଭାରତ ର ଆଭିମୁଖ୍ୟ ସାକାର ହେବ ବୋଲି ପ୍ରକାଶ କରି କ୍ରୀଡ଼ା ଓ ଯୋଗ ଅଭ୍ୟାସ କରିବାକୁ ଆହ୍ଵାନ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ, ନିର୍ବାହୀ ଅଧିକାରୀ, ଖୋରଧା ପୌର ପରିଷଦ କାବେରୀ ମୁଦୁଲି,ବି ଡି ଓ, ଖୋରଧା ସିଦ୍ଧାର୍ଥ ପଟ୍ଟନାୟକ, ଆଦର୍ଶ ଥାନା ଅଧିକାରୀ ରମେଶ ଦେବତା, ଶିଳ୍ପ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ l ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସୁଚାରୁ ରୁପେ ସମ୍ପାଦିତ ହୋଇଥିଲା l ରେବତୀ ପଣ୍ଡା ଉପସ୍ଥାପିକା ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ l ମୁଖ୍ୟ ଅତିଥି,ଅତିରିକ୍ତ ଜିଲ୍ଲାପାଳ ଏବଂ ସମସ୍ତ ସମ୍ମାନିତ ଅତିଥି ସ୍ବର୍ଗତ ଧ୍ୟାନଚାନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ଷ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ବିଭିନ୍ନ ବିଦ୍ୟାଳୟରୁ ଏନ ସି ସି, ସ୍କାଉତ୍, ଗାଇଡ ଶତାଧିକ ଛାତ୍ର ଛାତ୍ରୀ, ସହର ର ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି, କ୍ରୀଡ଼ାପ୍ରେମୀ, କ୍ରୀଡାବିତ୍ ଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଏବଂ ଗଣ ମାଧ୍ୟମ ପ୍ରତିନିଧି ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ l

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା