--:--:--
-- ---
Srishti News

Web News

ମହିଳାଙ୍କୁ ଗାଳି ସହ ମରଣାନ୍ତକ ଆକ୍ରମଣ : ଅଭିଯୁକ୍ତ ଗିରଫ
Jun 27, 202663 views

ମହିଳାଙ୍କୁ ଗାଳି ସହ ମରଣାନ୍ତକ ଆକ୍ରମଣ : ଅଭିଯୁକ୍ତ ଗିରଫ

ଜଗତପୁର:ଜଣେ ମହିଳାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଜଗତପୁର ପୁଲିସ ଜଣେ ଯୁବକକୁ ଗିରଫ କରିଛି | ଗିରଫ ଅଭିଯୁକ୍ତ ହେଲେ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଛ ଡିହସାହି ଗ୍ରାମର ସମ୍ବିତ ଜେନା ଓରଫ ଚିକୁନା(୨୨)| ପୁଲିସ ସୁଚନା ମୁତାବକ ଗତ ୧୧ ତାରିଖ ରାତିରେ ସେହି ଗ୍ରାମର ସୁଲୋଚନା ବେହୁରା ତାଙ୍କ ବଡ ଭାଇଙ୍କ ନାବାଳକ ପୁଅ ସହିତ ରାସ୍ତାରେ ଯାଉଥିଲେ | ନାବାଳକ ଜଣକ ଯାଉଥିବା ସମୟରେ ମନକୁ ମନ ମାମୁନି ଥେଇ ଥେଇ ଗୀତ ଗାଉଥିଲେ | ଏହି ସମୟରେ ଅଭିଯୁକ୍ତ ଚିକୁନାଙ୍କ ଭଉଣୀ ମାମୁନି ଏହି ଗୀତ କାହିଁକି ବୋଲୁଛୁ ବୋଲି କହି ତାଙ୍କୁ ବିରୋଧ କରିଥିଲେ | ପରେ ଅଭିଯୁକ୍ତ ଚିକୁନା ଘଟଣା ସ୍ଥଳରେ ପହଞ୍ଚି ସୁଲୋଚନା ଓ ତାଙ୍କ ନାବାଳକ ପୁତୁରାଙ୍କୁ ଅସ୍ରାବ୍ୟ ଭାଷାରେ ଗାଳି ଦେଇଥିଲା | ସୁଲୋଚନା ଘରେ ପହଞ୍ଚିବା ପରେ ସମସ୍ତ ଘଟଣା ଜଣାଇଥିଲେ | ଏହାପରେ ସୁଲୋଚନା ଏବଂ ତାଙ୍କ ମାଆ ଅଭିଯୁକ୍ତ ଚିକୁନାଙ୍କ ଘରକୁ ଯାଇ ଗାଳି କରିବାର କାରଣ ପଚାରିଥିଲେ | ଏଥିରେ ଚିକୁନା ଉତକ୍ଷିପ୍ତ ହୋଇ ଗାଳି ଦେବା ସହ ସୁଲୋଚନାଙ୍କ ଚୁଟିକୁ ଧରି ଟଣାଓଟରା କରିଥିଲା ଓ ଘରୁ ଏକ ଧାରୁଆ କଟୁରୀ ଆଣି ତାଙ୍କୁ ଆକ୍ରମଣ କରିଥିଲା | ଏଥିରେ ସୁଲୋଚନାଙ୍କ ବାମ ହାତ ପାପୁଲିରେ ଗଭୀର କ୍ଷତ ହେବା ସହ ରକ୍ତସ୍ରାବ ହୋଇଥିଲା | ଆକ୍ରମଣ କରିବା ପରେ ଚିକୁନା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା | ଏନେଇ ଗତ ୧୨ ତାରିଖ ଦିନ ସୁଲୋଚନା ଜଗତପୁର ଥାନାରେ ଅଭିଯୋଗ କରିଥିଲେ | ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା l ଉଭୟ ପରିବାର ମଧ୍ୟରେ ଦୀର୍ଘ ଦିନରୁ ମନାନ୍ତର ରହିଥିବା ଜଣା ପଡିଥିଲା l ପୁଲିସ ଅଭିଯୁକ୍ତକୁ ଗିରଫ କରିବା ନିମନ୍ତେ ଚଢ଼ଉ ଜାରି ରଖିଥିଲା | ଆଜି ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଅଭିଯୁକ୍ତ ଚିକୁନାକୁ ତାଙ୍କ ଘରୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାସମଲ ସୂଚନା ଦେଇଛନ୍ତି |

Cuttack (କଟକ)ରିପୋର୍ଟ: ସୁରେନ୍ଦ୍ର ଜେନା, କଟକ

କ୍ୟାନ୍ସର ପୀଡିତ ଙ୍କ ନିମନ୍ତେ "ସମାଜ ମଙ୍ଗଳ ହୁଣ୍ଡୀ"
Jun 27, 2026122 views

କ୍ୟାନ୍ସର ପୀଡିତ ଙ୍କ ନିମନ୍ତେ "ସମାଜ ମଙ୍ଗଳ ହୁଣ୍ଡୀ"

ପଟ୍ଟାମୁଣ୍ଡାଇ: ଆଜି ର ସମୟ ରେ ସାରା ଭାରତ ବର୍ଷ ମଧ୍ୟ ରେ କର୍କଟ ରୋଗ ମୁଖ୍ୟ ସମସ୍ୟା ରେ ପରିଣତ ହୋଇଛି l ଏହି ରୋଗ ରେ ରୋଗୀ ଅତିଶୟ ଯନ୍ତ୍ରଣା ଅନୁଭବ କରିବା ସହ ମୃତ୍ୟୁ ମୁଖ ରେ ପଡିଥାଏ l ଯେତେ ଧନ ସମ୍ପତି ଥିଲେ ମଧ୍ୟ ତାହା ସବୁ ସରିଯାଏ l ଏହିପରି ରୋଗୀ ମାନଙ୍କୁ ସହଯୋଗ କରିବାକୁ ଗୋଟିଏ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ l କେନ୍ଦ୍ରାପଡ଼ା ଜିଲ୍ଲା ରେ ପ୍ରଥମ ଥର ଏହା ଆରମ୍ଭ ହୋଇଛି l ଏହି କାର୍ଯ୍ୟକ୍ରମ ର ନାମ ରହିଛି କର୍କଟ ପୀଡିତ ଙ୍କ ପାଇଁ "ସମାଜ ମଙ୍ଗଳ ହୁଣ୍ଡୀ " l ଆଜି ଥିଲା ପଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ପଂଚାୟତ ର ଗୁଣୁପୁର ପାଟଣା ଗ୍ରାମ ର ସଂଜୀବ ତରାଇ ଙ୍କ ପୁଅ ର ନାମକରଣ ଉତ୍ସବ l ଏହି କାର୍ଯ୍ୟକ୍ରମ ରେ ହୁଣ୍ଡୀ କୁ ରଖା ଯାଇ ଯାହା ବଦାନ୍ୟ ବ୍ୟକ୍ତି ଙ୍କ ସହଯୋଗ ରେ ସଞ୍ଚିତ ଅର୍ଥ ଏକ ପୀଡିତ ଙ୍କୁ ପ୍ରଦାନ କରାଯାଇଥିଲା l ଆଜି ଡେରାବିଶ ବ୍ଲକ ର ଠାକୁରପାଟଣା ର କର୍କଟ ପୀଡିତ ମୁରଲୀଧର ବାଇ ଙ୍କୁ ନିମନ୍ତ୍ରଣ କରା ଯାଇ ନୂତନ ବସ୍ତ୍ର ପ୍ରଦାନ ସହ ହୁଣ୍ଡୀ ସମର୍ପଣ କରାଯାଇଥିଲା l ଏହିପରି ଭିନ୍ନ ଭିନ୍ନ ଉତ୍ସବ ଓ ସଂସ୍କୁତିକ କାଯ୍ୟକ୍ରମ ରେ ହୁଣ୍ଡୀ ପଦର୍ଶନ କରି କର୍କଟ ପୀଡିତ ଙ୍କ ଉପସ୍ଥିତି ରେ ତାଙ୍କୁ ପ୍ରଦାନ କରାଯିବ ଓ ସାରା କେନ୍ଦ୍ରାପଡ଼ା ଜିଲ୍ଲା ର ସମସ୍ତ ବ୍ଲକ ରେ ଏପରି କାଯ୍ୟକ୍ରମ ହେବ ବୋଲି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି ମତ ଦେଇଛନ୍ତି l ଏହିପରି ଗୋଟିଏ ନୂତନ ଓ ସାମାଜିକ ଧର୍ମୀ କାଯ୍ୟକ୍ରମ ଦେଖି ଗ୍ରାମବାସୀ ଙ୍କ ସହ ବୁଦ୍ଧିଯିବି ମାନେ ଟ୍ରଷ୍ଟ କୁ ପ୍ରଂଶସା କରିଛନ୍ତି l ଆଜି ର କାଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ଯଶୋଦା ମା ମୋହିନୀ ମା, ପରାମର୍ଶଦାତା ନିମାଇଁ ଚରଣ କର, ଟ୍ରଷ୍ଟ ର ଉପଦେଷ୍ଟା ପ୍ରମୋଦ ନାୟକ,ନିମାଇଁ ଚରଣ ଦାଶ, ସୁରେନ୍ଦ୍ର ପରିଡା, ପିତାମ୍ବର ସ୍ୱାଇଁ, ନିହାର ରଞ୍ଜନ ଦାସ, ବଳରାମ ମଲ୍ଲିକ, ବାବୁରାମ ତରାଇ ଓ କୁନି ଝିଅ ପ୍ରୀତି ସମ୍ପୂନ୍ନା ତରାଇ ଉପସ୍ଥିତ ଥିଲେ l

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ - ଦିଲୀପ ପରିଡା, ପଟ୍ଟାମୁଣ୍ଡାଇ

ବୟନିକା ଶିଳ୍ପ ନିର୍ଦ୍ଦେଶାଳୟର ଗୋପାଳ ପୁର ବୁଣାକାର ଙ୍କୁ ନେଇ ଜରୁରୀ ବୈଠକ
Jun 27, 202666 views

ବୟନିକା ଶିଳ୍ପ ନିର୍ଦ୍ଦେଶାଳୟର ଗୋପାଳ ପୁର ବୁଣାକାର ଙ୍କୁ ନେଇ ଜରୁରୀ ବୈଠକ

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଆ,ବି ସଭା ଗୃହରେ ବୟନିକା ଶିଳ୍ପ ନିର୍ଦ୍ଦେଶାଳୟର ଅନୁମୋଦନ କ୍ରମେ ପ୍ରଥମା ଖଣ୍ଡ ସମବାୟ ସମିତି ଦ୍ବାରା ବୁଣାକାର ମାନଙ୍କୁ ନେଇ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶା ସରକାରଙ୍କ KPMG ର Consultant ଚିରଞ୍ଚୀବି ସାମଲ, ମାମାଲି ଗାୟନ ଯୋଗଦେଇ ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋଚନା କରିଥିଲେ। ସମବାୟ ସମିତି ରେ କି କି ଜିନିଷ ତିଆରି ହେଉଛି। ସମବାୟ ସମିତି ର ଚାହିଦା ଅଛିକି ନାହିଁ, କଞ୍ଚା ମାଲ କେଉଁ ଠାରୁ ଅଣା ଯାଉଛି। ଆଗକୁ ପ୍ରଶିକ୍ଷଣ ଦିଆଗଲେ କିପରି ହେବ। ବୁଣାକାର ମାନଂକର ଉନ୍ନତି ହୋଇପାରିବ ବୁଣାକାର ମାନଙ୍କୁ ପଚାରି ବୁଝିଥିଲେ। ବୈଠକ ରେ ମୋଟ ୧୭ ଗୋଟି ତନ୍ତ ସମବାୟ ସମିତି ର କର୍ମ କର୍ତ୍ତା ମନେ ଯୋଗ ଦେଇଥିଲେ। ଏମାନଙ୍କ ମଧ୍ୟରେ ହିଙ୍ଗୁଳା ସମବାୟ ସମିତି, ଶ୍ରୀବିଷ୍ଣୁ,ମହା ବୀର, ଶ୍ରୀକୃଷ୍ଣ,ଗୋଖନେଶ୍ଵର, ରାଧାକୃଷ୍ଣ,ଶ୍ରୀହରୀ, ଜୟଜଗନ୍ନାଥ ,ସାଇରାମ, ମାଲ୍ୟାବୁଢି,ଲୋକମାତା,ବାହ୍ମଣୀ ଦେବି,ମା ମଙ୍ଗଳା, ମା ତାରାତାରିଣୀ,ମହିଳା ପଦ୍ମାଳୟା,ମହିଳା ମା ତାରା ତାରିଣୀ, ତନ୍ତବାୟ ସହଯୋଗ ସମିତି ମାନେ ଯୋଗଦେଇ ଥିଲେ।

Jajpur (ଯାଜପୁର)ରିପୋର୍ଟ : ନିରୋଜ କୁମାର ସେଠୀ

ବିଜେପି ରାଜ୍ୟ ସଭାପତିଙ୍କ କେନ୍ଦ୍ରାପଡ଼ା ଗସ୍ତ; ସାଙ୍ଗଠନିକ ବୈଠକରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଉପରେ ଜୋର
Jun 27, 2026104 views

ବିଜେପି ରାଜ୍ୟ ସଭାପତିଙ୍କ କେନ୍ଦ୍ରାପଡ଼ା ଗସ୍ତ; ସାଙ୍ଗଠନିକ ବୈଠକରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଉପରେ ଜୋର

କେନ୍ଦ୍ରାପଡ଼ା: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ କେନ୍ଦ୍ରାପଡ଼ା ଗସ୍ତ ଅବସରରେ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ଅଧିକ ସୁଦୃଢ଼ କରିବା, ସାଧାରଣ ଲୋକଙ୍କ ସହ ସମନ୍ୱୟ ବଢ଼ାଇବା ଏବଂ ଜନସେବାମୂଳକ କାର୍ଯ୍ୟକ୍ରମକୁ ଗତିଶୀଳ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ବୈଠକରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପୂର୍ବତନ ବିଧାୟକ ଅଲେଖ କୁମାର ଜେନା, ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, କେନ୍ଦ୍ରାପଡ଼ା ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳି ସେଠୀ, ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସାଦ ନାୟକ, ପାଟକୁରାର ତେଜସ୍ୱର ପରିଡ଼ା, ରାଜନଗରର ଲଳିତ କୁମାର ବେହେରା ଏବଂ ଆଳିର କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ। ଜିଲ୍ଲାର ବିଭିନ୍ନ ଜୋନ୍‌, ପଞ୍ଚାୟତ ଓ ମଣ୍ଡଳ ସଭାପତିଙ୍କ ସହ ବହୁ ସଂଖ୍ୟକ କର୍ମୀ ବୈଠକରେ ଯୋଗଦେଇ ସଂଗଠନକୁ ତୃଣମୂଳ ସ୍ତରରେ କିପରି ଅଧିକ ସକ୍ରିୟ କରାଯିବ, ସେନେଇ ଆଲୋଚନା କରିଥିଲେ। ବିଶେଷକରି ୧୭ ନମ୍ବର ଜୋନ୍‌ ସଭାପତି ସ୍ୱାଗତ କୁମାର ଦାସ ନିଜ ଅଞ୍ଚଳର ବହୁ କର୍ମୀଙ୍କୁ ନେଇ ବୈଠକରେ ଯୋଗଦେଇଥିଲେ। ଦଳୀୟ କର୍ମୀମାନେ ତାଙ୍କ ସାଙ୍ଗଠନିକ ଦକ୍ଷତା ଏବଂ ଚନ୍ଦନନଗର ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପର ପ୍ରଶଂସା କରିଥିଲେ। ବୈଠକରେ ଆଗାମୀ ଦିନରେ ଜନସମସ୍ୟାର ସମାଧାନ, ସଂଗଠନର ସମ୍ପ୍ରସାରଣ ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ନେତୃବୃନ୍ଦ ଆହ୍ୱାନ ଜଣାଇଥିଲେ।

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ: କୈଳାଶ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇ

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରଦର୍ଶନୀ ଶୁଭାରମ୍ଭ
Jun 27, 202640 views

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରଦର୍ଶନୀ ଶୁଭାରମ୍ଭ

ଢ଼େଙ୍କାନାଳ, ୨୭.୬.- ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଆଜି ଶନିବାର ଅପରାହ୍ନରେ ମିନି ଷ୍ଟାଡ଼ିୟମ୍ ଠାରେ ଉଦ୍ୟମୀ ଓଡ଼ିଶା-ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚ଼ନ୍ଦ୍ର ପାତ୍ର ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ଯୁବ ଗୋଷ୍ଠୀ ପ୍ରେରିତ ହୋଇ ବିଭିନ୍ନ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପ୍ରେରଣା ପାଇବେ। ସରକାରୀ ପ୍ରୋତ୍ସାହନ ପାଇ ଉଦ୍ୟୋଗ ପ୍ରତିଷ୍ଠା ମାଧ୍ୟମରେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର ପ୍ରକାଶ କରିଥିଲେ । ଏହି ପ୍ରଦର୍ଶନୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତୀ ରଂଜନ ସେଠୀ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ରର ସହକାରୀ ଶିଳ୍ପ ଅଧିକାରୀ ଶ୍ରୀ ପ୍ରେମାନନ୍ଦ ମିଶ୍ର ମାନ୍ୟବର ମନ୍ତ୍ରୀଙ୍କୁ ସ୍ଵାଗତ ଜଣାଇ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ । ଜିଲ୍ଲା ଶିଳ୍ପ କେନ୍ଦ୍ରର ପ୍ରୋତ୍ସାହନରେ ହେଉଥିବା ସର୍ଜିକାଲ ଯନ୍ତ୍ରପାତି ନିର୍ମାଣ, ସେଡ୍ ନେଟ ପ୍ରସ୍ତୁତି, ଟ୍ରି ଗାର୍ଡ଼, ଷ୍ଟିଲ ବାସନ ଆଦି ନିର୍ମାଣ, ପିଭିସି ପାଇପ୍, ଡୋର୍ ଫିଟିଙ୍ଗ୍ସ , ହସ୍ତତନ୍ତ, ଡୋକ୍ରା, ବାଉଁଶ ଓ କାଠ ନିର୍ମିତ ସୌଖିନ ଗୃହ ଉପକରଣ, ଖାଦ୍ୟ ସାମଗ୍ରୀ ଆଦିର ୩୦ ଗୋଟି ଷ୍ଟଲରେ ପ୍ରଦର୍ଶନୀ ଓ ବିକ୍ରି ହେଉଥିବା ଜଣାଯାଇଛି ।

Dhenkanal (ଢେଙ୍କାନାଳ)ରିପୋର୍ଟ : ସୁଶାନ୍ତ କୁମାର ପୋଥାଳ, ସ୍ୱତନ୍ତ୍ର ପ୍ରତିନିଧି, ଢେ଼ଙ୍କାନାଳ

ଅବ୍ୟବସ୍ଥା ଘେରରେ ବ୍ରିଟିଶ ଶାସନ ସମୟର ସୋମନାଥ ସରକାରୀ ବିଦ୍ୟାଳୟ , ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖୁଛନ୍ତି ପିଲାମାନେ
Jun 27, 202681 views

ଅବ୍ୟବସ୍ଥା ଘେରରେ ବ୍ରିଟିଶ ଶାସନ ସମୟର ସୋମନାଥ ସରକାରୀ ବିଦ୍ୟାଳୟ , ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖୁଛନ୍ତି ପିଲାମାନେ

ରଣପୁର,୨୭/୦୬(): ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି  ବିଦ୍ୟାଳୟକୁ ଚକାଚକ୍ କରୁଥିବା ବେଳେ ଆଜି ବି ଅବ୍ୟବସ୍ଥା ଘେରରେ ବ୍ରିଟିଶ ଶାସନ ସମୟର ସୋମନାଥ ବିଦ୍ୟାଳୟ ।ନୟାଗଡ ଜିଲ୍ଲା ଶିକ୍ଷା ରଣପୁର ବ୍ଲକ ଅନ୍ତର୍ଗତ ସରକାରୀ ସୋମନାଥ ଉଚ୍ଚ ମୌଳିକ ବିଦ୍ୟାଳୟ ରାଜସୁନାଖଳା ୧୯୪୫ ମସିହାରେ ସ୍ଥାପିତ ହୋଇ ଥିଲା। ଏହି ବିଦ୍ୟାଳୟଟି ବହୁ ପୁରାତନ କାଳରୁ ଚାଲୁ ରହିଛି । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢା ଯାଇ ଥାଏ। ଏଠାରେ ୨୫୦ ରୁ ଉର୍ଦ୍ଧ ପିଲା ପାଠ ପଢୁଛନ୍ତି । ଏହି ବିଦ୍ୟାଳୟରେ ୯ଟି ଶ୍ରେଣୀ ଗୃହ ଥିବା ବେଳେ ୧୦ ଜଣ ଶିକ୍ଷକ ଅଛନ୍ତି ।ଏହି ବିଦ୍ୟାଳୟକୁ ରଙ୍ଗମାରି ଉପର ଚିକ୍କଣ କରାଯାଇ ଥିବା ବେଳେ ଭିତରର ବାସ୍ତବତା ରହିଛି ଅଲଗା । ଏହି ବିଦ୍ୟାଳୟର କାନ୍ଥ ଫାଟି ଆଁ କରି ଥିବାର ଦେଖିବାକୁ ମିଳିଛି । ଶ୍ରେଣୀ ଗୃହର ଝରକା କବାଟ ଉଇ ଖାଇ ନଷ୍ଟ କରି ସାରିଲାଣି ଏବଂ ଗୃହର  ଟିଣ ଛପର ଉଡ଼ି ଗଲାଣି । ଫଳରେ ପିଲାମାନେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖୁଛନ୍ତି । ଟିଣ ଛପର ତଳେ ଲାଗିଥିବା କାଠ ଗୁଡ଼ିକ ଉଇ ଖାଇ ନଷ୍ଟ କରି ଦେଇଛି କେତେ ବେଳେ କଣ ଘଟି ଯାଇ ପରେ ତାହା କଳ୍ପନା ବାହାରେ ରହିଛି । ଆଗାମୀ ଦିନରେ ବର୍ଷାର ସମ୍ଭାବନା ରହୁ ଥିବାରୁ ପିଲା କେମିତି ପାଠ ପଢିବେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ବହୁ ଅଭିଭାବକମାନେ ଏହି କାରଣରୁ ନିଜ ପିଲାମାନଙ୍କୁ ଅନ୍ୟାତ୍ର ପାଠ ପଢାଇବା ବାଧ୍ୟ ହେଉଛନ୍ତି । ଫଳରେ ବିଦ୍ୟାଳୟର ପିଲା ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି। ପ୍ରଶାସନ ଦୃଷ୍ଟି ନ ଦେଲେ କାଳକ୍ରମେ ଏଠାକୁ ଆସୁଥିବା ପିଲମାନଙ୍କ ସଂଖ୍ୟା କମି ଯାଇ  ବ୍ରିଟିଶ ଅମଳର ବିଦ୍ୟାଳୟର ସ୍ମୁତି ସ୍ମୁତିରେ ରହି ଯିବ। ଏ ନେଇ ସ୍ଥାନୀୟ ବିଧାୟିକା ତଥା ବାଚସ୍ପତି ସୁରମା ପାଢୀ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକକୁ  ଅଭିଯୋଗ କରି ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ପ୍ରସନ୍ନ କୁମାର ନାୟକ କହିଛନ୍ତି। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଏହାର ତ୍ୱରିତ ସମାଧାନ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Khordha (ଖୋର୍ଦ୍ଧା)ରିପୋର୍ଟ: ନିରଞ୍ଜନ ମହାପାତ୍ର, ରଣପୁର

କଳମଛୁଇଁର ଗୋପବନ୍ଧୁ ଜରାଶ୍ରମ ପରିଦର୍ଶନ କଲେ ବିଧାୟକ ବ୍ରଜକିଶୋର ପ୍ରଧାନ
Jun 27, 202699 views

କଳମଛୁଇଁର ଗୋପବନ୍ଧୁ ଜରାଶ୍ରମ ପରିଦର୍ଶନ କଲେ ବିଧାୟକ ବ୍ରଜକିଶୋର ପ୍ରଧାନ

ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଗ୍ରାମରେ ଗୋପବନ୍ଧୁ ମାନବ କଲ୍ୟାଣ ସମିତି ଦ୍ୱାରା ପରିଚାଳିତ "ଗୋପବନ୍ଧୁ ଜରାଶ୍ରମ" ପରିଦର୍ଶନ କରିଛନ୍ତି ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ। ପରିଦର୍ଶନ ସମୟରେ ସେ ଜରାଶ୍ରମରେ ଆଶ୍ରୟ ନେଇଥିବା ବୟସ୍କ ଗୁରୁଜନମାନଙ୍କ ସହ ସାକ୍ଷାତ କରି ସେମାନଙ୍କ ସୁଖ-ଦୁଃଖ, ସ୍ୱାସ୍ଥ୍ୟାବସ୍ଥା ଓ ଦୈନନ୍ଦିନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ସେମାନଙ୍କ ସହ କିଛି ସମୟ ଅତିବାହିତ କରି ସେମାନଙ୍କ ଆଶୀର୍ବାଦ ଗ୍ରହଣ କରିବା ସହ ସଦା ସର୍ବଦା ସେମାନଙ୍କ ସହଯୋଗରେ ରହିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଜରାଶ୍ରମ ପକ୍ଷରୁ ବିଧାୟକଙ୍କୁ ସ୍ୱାଗତ କରାଯାଇଥିବା ବେଳେ ସେ ଜରାଶ୍ରମର ପରିଚାଳନା ଓ ବୃଦ୍ଧବୃଦ୍ଧାଙ୍କ ସେବାକାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହି ପରିଦର୍ଶନ ସମୟରେ ସ୍ଥାନୀୟ ବିଜେଡି କର୍ମୀ, ସମାଜସେବୀ ଓ ଜରାଶ୍ରମର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Angul (ଅନୁଗୋଳ)ରିପୋର୍ଟ:ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ପେଟ୍ରୋଲ୍ ନା ପାଣି ମିଶା କେମିକାଲ୍ ? ନୂଆଗାଁରେ ପେଟ୍ରୋଲ ପମ୍ପ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ
Jun 27, 2026159 views

ପେଟ୍ରୋଲ୍ ନା ପାଣି ମିଶା କେମିକାଲ୍ ? ନୂଆଗାଁରେ ପେଟ୍ରୋଲ ପମ୍ପ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ

ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବଜାର ନିକଟସ୍ଥ 'ମା ଶକ୍ତି ଭାରତ ପେଟ୍ରୋଲ ପମ୍ପ' ବିରୋଧରେ ପେଟ୍ରୋଲରେ ଭେଜାଲ କିମ୍ବା ନିମ୍ନମାନର ଇନ୍ଧନ ବିକ୍ରି ହେଉଥିବା ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ପେଟ୍ରୋଲ ପକାଇବା ପରେ ଅନେକ ଗ୍ରାହକଙ୍କ ଗାଡ଼ି ହଠାତ୍ ଅଧବାଟରେ ବନ୍ଦ ହୋଇଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଅଭିଯୋଗ ଅନୁସାରେ, ବିଗତ ଦୁଇ ଦିନ ମଧ୍ୟରେ ଏହି ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଭରିଥିବା ଅନେକ ଗ୍ରାହକଙ୍କ ଗାଡ଼ି ଷ୍ଟାର୍ଟ ହେଉନଥିଲା କିମ୍ବା କିଛି ଦୂର ଯିବା ପରେ ହଠାତ୍ ବନ୍ଦ ହୋଇଯାଉଥିଲା। ପରେ ମେକାନିକଙ୍କ ଯାଞ୍ଚରେ ପେଟ୍ରୋଲର ଗୁଣବତ୍ତା ନେଇ ସନ୍ଦେହ ପ୍ରକାଶ ପାଇଥିବା ଗ୍ରାହକମାନେ ଦାବି କରିଛନ୍ତି। ନୂଆଗାଁ ଓ ଆଖପାଖର ଶତାଧିକ ଗାଁର ଲୋକ ଦୈନନ୍ଦିନ ଯାତାୟାତ ପାଇଁ ଏହି ପେଟ୍ରୋଲ ପମ୍ପ ଉପରେ ନିର୍ଭର କରୁଥିବାରୁ ଏହି ଅଭିଯୋଗକୁ ନେଇ ଚିନ୍ତା ବଢ଼ିଛି। ଗ୍ରାହକମାନେ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଘଟଣାସ୍ଥଳରେ ନୂଆଗାଁ ଫାଣ୍ଡି ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଏପଟେ ଘଟଣା ସମ୍ବନ୍ଧୀୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ, ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ। (ଟିପ୍ପଣୀ: ବର୍ତ୍ତମାନ ସୁଦ୍ଧା ଏହା ଗ୍ରାହକଙ୍କ ଅଭିଯୋଗ ଆଧାରିତ ସୂଚନା। ପ୍ରକୃତ କାରଣ ତଦନ୍ତ ଓ ପରୀକ୍ଷା ରିପୋର୍ଟ ପରେ ସ୍ପଷ୍ଟ ହେବ।)

Sundargarh (ସୁନ୍ଦରଗଡ଼)ରିପୋର୍ଟ: ଗଣପତି ଦାସ, ନୂଆଗାଁ

ନୂଆପଡ଼ାରେ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ’ ଶୁଭାରମ୍ଭ
, ମହିଳା ଉଦ୍ୟମିତାକୁ ଗୁରୁତ୍ୱ, ଯୁବପିଢ଼ି ନିଯୁକ୍ତିଦାତା ହେବାକୁ ଜିଲ୍ଲାପାଳଙ୍କ ଆହ୍ୱାନ
Jun 27, 202657 views

ନୂଆପଡ଼ାରେ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ’ ଶୁଭାରମ୍ଭ
, ମହିଳା ଉଦ୍ୟମିତାକୁ ଗୁରୁତ୍ୱ, ଯୁବପିଢ଼ି ନିଯୁକ୍ତିଦାତା ହେବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

ନୂଆପଡ଼ା, ୨୭/୦୬ ନୂଆପଡ଼ା ଜିଲ୍ଲାରେ ଉଦ୍ୟମିତା ବିକାଶ ଓ ନୂଆ ଶିଳ୍ପ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ’ ଏବଂ ମହିଳା ଉଦ୍ୟମିତା ମଞ୍ଚ (WEP) ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ ସ୍ଥାନୀୟ ପୁରୁଣା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ହୋଇଯାଇଛି l ମାନ୍ୟବର ବିଧାୟକ, ନୂଆପଡ଼ା ଜୟ ଢୋଲକିଆ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ୟମୀମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାପାଳ ମଧୁସୂଦନ ଦାଶ, ଖରିଆର ଡିଏଫଓ (ଟି) ଅଜିଜ୍ ଖାନ, ଜିଲ୍ଲା ଶିଳ୍ପକେନ୍ଦ୍ରର ମହାପ୍ରବନ୍ଧକ ସମୀର ମୁଦୁଲି, ପୂର୍ବତନ ଏଲଡିଏମ୍ ସୀତାକାନ୍ତ ମେହେର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରରେ ରହିଥିବା ସୁଯୋଗ, ସରକାରୀ ସହାୟତା ଯୋଜନା ଓ ଉଦ୍ୟୋଗ ସ୍ଥାପନ ପ୍ରକ୍ରିୟା ସମ୍ପର୍କରେ ସଚେତନତା କରାଯାଇଥିଲା। ଜିଲ୍ଲା ଶିଳ୍ପକେନ୍ଦ୍ରର ମହାପ୍ରବନ୍ଧକ ସମୀର ମୁଦୁଲି ଉଦ୍ୟମୀମାନଙ୍କ ପାଇଁ ଉପଲବ୍ଧ ସୁବିଧା ଓ ଯୋଜନା ବିଷୟରେ ସୂଚନା ଦେଇଥିଲେ। ପୂର୍ବତନ ଏଲଡିଏମ୍ ସୀତାକାନ୍ତ ମେହେର ବ୍ୟାଙ୍କିଂ ସାକ୍ଷରତା ଉପରେ ଆଲୋଚନା କରିଥିଲେ । ସେହିପରି, ସଫଳ ଉଦ୍ୟମୀମାନେ ନିଜର ଅନୁଭବ ବାଣ୍ଟିଥିଲେ । ମୁଖ୍ୟ ଅତିଥି ବିଧାୟକ ଜୟ ଢୋଲକିଆ ମହିଳାମାନେ ଜିଲ୍ଲାରେ ଉଦ୍ୟୋଗ କ୍ଷେତ୍ରରେ ଆଗକୁ ଆସୁଥିବାରୁ ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ଉଦ୍ୟମୀମାନେ ଲାଭ ଲକ୍ଷ୍ୟ ସହ ଦୂରଦୃଷ୍ଟି ଓ ସଠିକ୍ ଯୋଜନା ନେଇ ଆଗକୁ ବଢ଼ିବା ଆବଶ୍ୟକ। ଆରସେଟି (Rural Self Employment Training Institute)ତାଲିମ ସମାପ୍ତ କରିଥିବା ମହିଳାମାନଙ୍କୁ ତାଙ୍କ ପିତାଙ୍କ ଟ୍ରଷ୍ଟ ମାଧ୍ୟମରେ ୫୦ ପ୍ରତିଶତ ସବସିଡିରେ ସିଲାଇ ମେସିନ୍ ଯୋଗାଇବାକୁ ସେ ଘୋଷଣା କରିଥିଲେ। ଜିଲ୍ଲାପାଳ ମଧୁସୂଦନ ଦାଶ ନୂଆପଡ଼ା ଜିଲ୍ଲାରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଅନେକ ସମ୍ଭାବନା ରହିଥିବା ଉଲ୍ଲେଖ କରି ଯୁବପିଢ଼ିଙ୍କୁ କେବଳ ଚାକିରି ଖୋଜୁଥିବା ନୁହେଁ, ବରଂ ନିଯୁକ୍ତିଦାତା ହେବା ପାଇଁ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅତିଥିମାନେ ୨୦ଟି ଉଦ୍ୟମୀ ଷ୍ଟଲ୍‌ର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବହୁ ଉଦ୍ୟମୀ, ମହିଳା ଅଂଶଗ୍ରହଣକାରୀ ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

Nuapada (ନୂଆପଡ଼ା)ରିପୋର୍ଟର: ବିଜୟ ବରିହା

ଆସାଢ଼ ଖେନା ପୂଜାରେ ଭକ୍ତିମୟ ହେଲା ଦେଓଦରା: ମା’ ଇନ୍ଦ୍ରାଣୀ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ
Jun 27, 202655 views

ଆସାଢ଼ ଖେନା ପୂଜାରେ ଭକ୍ତିମୟ ହେଲା ଦେଓଦରା: ମା’ ଇନ୍ଦ୍ରାଣୀ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ

କୋମନା, ୨୬/୦୬ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଦେଓଦରା ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ମା’ ଇନ୍ଦ୍ରାଣୀ ଦେବୀଙ୍କ ପୀଠରେ ପାରମ୍ପରିକ ଆସାଢ଼ ଖେନା ପୂଜା ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି । ଏହି ଅବସରରେ ଅଞ୍ଚଳର ବହୁ ସଂଖ୍ୟକ ଭକ୍ତ ମା’ଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ । ପ୍ରକୃତି ଉପାସନା ଓ ଗ୍ରାମ୍ୟ ଦେବୀ-ଦେବତାଙ୍କ ପୂଜା ପରମ୍ପରା ପାଇଁ ପରିଚିତ ଏହି ଅଞ୍ଚଳରେ ‘ବାର ମାସରେ ତେର ପର୍ବ’ ପାଳନ କରାଯାଏ। ବର୍ଷସାରା ବିଭିନ୍ନ ପର୍ବ ଓ ତିଥିରେ ମା’ ଇନ୍ଦ୍ରାଣୀଙ୍କ ସମେତ ଗ୍ରାମ୍ୟ ଦେବୀ-ଦେବତାଙ୍କ ନିକଟରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥାଏ । ସେହିପରି ମା’ଙ୍କ ପ୍ରମୁଖ ବାର୍ଷିକ ଉତ୍ସବ ଦଶହରା ବିଜୟାଦଶମୀ ଅବସରରେ ପାଳିତ ଛତର ଯାତ୍ରା ଅଞ୍ଚଳର ଏକ ପ୍ରମୁଖ ଧାର୍ମିକ ପରମ୍ପରା । ଏହି ଯାତ୍ରାରେ ଆଠଖଣ୍ଡ ଗାଁ ଓ ୨୪ ଟିକିରୀର ଶ୍ରଦ୍ଧାଳୁ, ସେବାୟତ ଓ ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣରେ ଉତ୍ସବ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥାଏ । ସ୍ଥାନୀୟ ଲୋକବିଶ୍ୱାସ ଅନୁଯାୟୀ, ନିଷ୍ଠା ଓ ଭକ୍ତିର ସହ ମା’ ଇନ୍ଦ୍ରାଣୀଙ୍କ ଶରଣାପନ୍ନ ହେଲେ ଭକ୍ତଙ୍କ ମନୋକାମନା ପୂରଣ ହୁଏ । ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତି, ଦରିଦ୍ର ପରିବାରକୁ ଆର୍ଥିକ ସମୃଦ୍ଧି ଏବଂ ସମସ୍ତ ଭକ୍ତଙ୍କୁ ସୁଖ, ଶାନ୍ତି ଓ ମଙ୍ଗଳ ପ୍ରଦାନ କରନ୍ତି ବୋଲି ଲୋକଙ୍କ ମଧ୍ୟରେ ଦୃଢ଼ ଆସ୍ଥା ରହିଛି । ଆସାଢ଼ ଖେନା ପୂଜା ଅବସରରେ ସମଗ୍ର ଦେଓଦରା ଗ୍ରାମ ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଥିଲା । ଭକ୍ତମାନଙ୍କ ଜୟଧ୍ୱନି, ପାରମ୍ପରିକ ରୀତିନୀତି ଓ ଧାର୍ମିକ ଆଚାର-ବିଚାର ମଧ୍ୟରେ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମା’ ଇନ୍ଦ୍ରାଣୀ ମ୍ୟାନେଜିଂ ଟ୍ରଷ୍ଟର ସଭାପତି ମୁରଲୀଧର ଭୋଇ, ପୂଜକ ଧବଳେଶ୍ୱର ପୂଜାରୀ, ରାମେଶ୍ୱର ଛତ୍ରିଆ, ଜୟସିଂ ସିଂ ଛତ୍ରିଆ, ମହାଦେବ ଦୀପ, ଟୁନା ପୂଜାରୀ, ମହେନ୍ଦ୍ର ଦୀପ, ଘନ ଝାଙ୍କର, ଖାଡ଼ିରତ୍ନ ମାଝୀ, ମଦନ କଟା, ଜଗଲ ଚିନ୍ଦା, ଉଦେଶ୍ୱର ପୂଜାରୀ, କେଶରାଜ ମାଝୀ, ହରି ମାଝୀ, ଭଜ ମାଝୀ, ଚନ୍ଦ୍ର କଟା, ଜୟନ୍ତ ବାଗ, ହରିସିଂ ଧରୁଆ, ଫଗନୁ ହେଣ୍ଡା, ଦିଲୀପ ଦୀପ, ସାନ ମହାନନ୍ଦ, ସନୁ ମାଝୀଙ୍କ ସମେତ ଆଠଖଣ୍ଡ ଗାଁ ଓ ୨୪ ଟିକିରୀର ସେବାୟତ ଏବଂ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

ରିପୋର୍ଟର: ଗିରେନ୍ଦ୍ର ଜଗତ

ଆସିକା ପୋଲିସ ଜାଲରେ ସୁଧ ବେପାରୀ, ୧୭ ବାଇକ୍ ସମେତ ବିପୁଳ ସାମଗ୍ରୀ ଜବତ
Jun 27, 202692 views

ଆସିକା ପୋଲିସ ଜାଲରେ ସୁଧ ବେପାରୀ, ୧୭ ବାଇକ୍ ସମେତ ବିପୁଳ ସାମଗ୍ରୀ ଜବତ

ଗଞ୍ଜାମ ଜିଲ୍ଲାର ଆସିକା ପୋଲିସ ଜଣେ କଥିତ ସୁଧ ବେପାରୀଙ୍କୁ ଗିରଫ କରି ବିପୁଳ ପରିମାଣର ସାମଗ୍ରୀ ଜବତ କରିଛି। ଗିରଫ ବ୍ୟକ୍ତି ହେଲେ ମାମୁଁଡିହ ଗ୍ରାମର ଲକ୍ଷ୍ମଣ ପାଣି। ପୋଲିସ ସୂଚନା ଅନୁଯାୟୀ, ଲକ୍ଷ୍ମଣ ପାଣି ଦୀର୍ଘ ଦିନ ଧରି ସ୍ଥାନୀୟ ଲୋକଙ୍କୁ ଟଙ୍କା ଧାର ଦେଇ ଅତ୍ୟଧିକ ସୁଧ ଆଦାୟ କରୁଥିବା ଅଭିଯୋଗ ରହିଥିଲା। ଏହା ସହିତ ଋଣ ବଦଳରେ ଲୋକଙ୍କ ବାଇକ୍, ମୋବାଇଲ୍ ଫୋନ, ଜମିବାଡ଼ି ସମ୍ବନ୍ଧୀୟ କାଗଜପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ବନ୍ଧକ ରଖି ସେମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ମଧ୍ୟ ଆସିଥିଲା। ଅଭିଯୋଗକୁ ଆଧାର କରି ଆସିକା ପୋଲିସ ତଦନ୍ତ କରି ଚଢ଼ାଉ ବେଳେ ଅଭିଯୁକ୍ତଙ୍କ ନିକଟରୁ ୧୭ଟି ମୋଟରସାଇକେଲ, ୧୮ଟି ମୋବାଇଲ୍ ଫୋନ, ନଗଦ ୩୧ ହଜାର ଟଙ୍କା, ୨୫ଟି ଡ୍ରାଇଭିଂ ଲାଇସେନ୍ସ, ୧୦ଟି ଏଟିଏମ୍ କାର୍ଡ ଓ ଏକ ଡାଏରୀ ଜବତ କରିଛି। ଆସିକା ଏସଡିପିଓ କହିଛନ୍ତି, ଜବତ ସାମଗ୍ରୀ ଓ ଅନ୍ୟାନ୍ୟ ଦସ୍ତାବିଜକୁ ଆଧାର କରି ତଦନ୍ତ ଜାରି ରହିଛି। ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଚାଲିଛି।

Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଆସିକା/ଭଞ୍ଜନଗର

Delayed Monsoon Puts Nuapada Farmers on Edge as Sowing Season Stalls
Jun 27, 202682 views

Delayed Monsoon Puts Nuapada Farmers on Edge as Sowing Season Stalls

Nuapada, June 27: The delayed arrival of the southwest monsoon has cast a shadow over the ongoing kharif season in Nuapada district, leaving thousands of farmers anxious as agricultural activities remain largely stalled despite the onset of the sowing period. Known as one of Odisha’s major agrarian districts, nearly 90 per cent of Nuapada’s population depends on agriculture for their livelihood. While irrigated areas have limited alternatives, farmers in vast rain-fed regions traditionally cultivate Kharadi (Khorda) paddy, with sowing beginning in the first week of June and completed before the annual Rath Yatra. Farmers with irrigation facilities usually begin paddy transplantation soon afterwards. This year, however, the delayed southwest monsoon has disrupted the agricultural calendar. Although pre-monsoon showers during the summer enabled farmers to plough and prepare their fields, the absence of consistent rainfall has prevented large-scale sowing operations. Many farmers have already purchased paddy seeds and are now anxiously waiting for the rains. The situation is particularly critical in Komna block, where irrigation facilities are scarce across several gram panchayats. Farmers in these rain-fed areas depend entirely on monsoon showers to cultivate Kharadi paddy, which is usually harvested before Dussehra. After the harvest, many residents migrate to other states for seasonal employment, while those who remain cultivate pulses and other cash crops. Despite uncertain weather conditions, farmers in villages such as Bharuamunda, Jatgarh, Babeghati, Soripada, Tarbod, Balipati, and several settlements in the Goda hill region have already sown paddy seeds, hoping for timely rainfall. However, while the skies remain overcast, substantial rain has yet to arrive. The prevailing hot and humid weather has further heightened concerns. Farmers fear that prolonged dry conditions and soaring temperatures may prevent the seeds from germinating. If the initial sowing fails, they may be forced to purchase seeds and re-sow their fields, significantly increasing cultivation costs. Farmers have warned that if adequate rainfall does not occur within the next week, agricultural operations across the district will face serious delays, potentially affecting crop productivity and the livelihoods of thousands of farming families. The farming community is now pinning its hopes on the early arrival of the monsoon, which is crucial for safeguarding this year’s kharif crop and the rural economy of Nuapada district.

Nuapada (ନୂଆପଡ଼ା)Reporter: Malaya Meher