ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ,ଜୁନାଗଡ ବ୍ଲକ କାର୍ଯ୍ୟ ଉପରେ ପ୍ରଶ୍ନ
Kalahandi (କଳାହାଣ୍ଡି)ଦେବରାଜ ବଣୁଆAugust 4, 2026106 views

ଜୁନାଗଡ଼ ବ୍ଲକ୍ ରେ ସାମାଜିକ ସୁରକ୍ଷା ଦେବାରେ ବିଳମ୍ବ ହେବାରୁ ପ୍ରଶାସନ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠୁଛି। ଯେମିତିକି ଲୋକେ କିପରି ଭାବରେ ବିଧବା ଭତ୍ତା , ବିକଳାଙ୍ଗ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ଶୀଘ୍ର ଲାଭବାନ୍ ହେବେ ବିଭାଗ ସୁନିଶ୍ଚିତ କରିବା ଆବଶ୍ୟକ ଅଟେ । ମାଆ କୁ ସମ୍ମାନ ଦେବା ଦୂରର ବିଷୟ ବିଧବା ଭତ୍ତା ପ୍ରଦାନ ପାଇଁ ଆବେଦନ ର ମାସ ମାସ ବିତଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ବ୍ଲକ୍ ପ୍ରଶାସନ ପକ୍ଷରୁ ହୋଇନଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି।ସୂଚନା ମୁତାବକ ଭଇଁ ରୀଗୁଡ଼ା ର ଛଅ ଜଣ ମାଆ ବିଧବା ଭତ୍ତା ପ୍ରଦାନ ପାଇଁ ବ୍ଲକ୍ ପ୍ରଶାସନ ପାଖରେ ସମସ୍ତ ତଥ୍ଯ ପ୍ରଦାନ କରିଛନ୍ତି କିନ୍ତୁ ଆର୍ଥିକ ଅସୁବିଧା ସମୟରେ ଭତ୍ତା ମିଲେଲେ ହୁଏତ କିଛି ମାତ୍ରାରେ ପରିବାର ଲାଭବାନ୍ ହୋଇପାରିବେ ଅଥଚ ଅପେକ୍ଷାରେ ଅନ୍ତ ନାହିଁ । ବିଧବା ଭତ୍ତା ପ୍ରଦାନ ଅପେକ୍ଷା ରେ
ସୁଶୀଳା ନାୟକ ଓ ଚଞ୍ଚଳା ପ୍ରଧାନୀ ମଇ ମାସ ୨୦୨୫,ପଦ୍ମ ହରିଜନ ଜୁନ୍ ମାସ ୨୦୨୫, ପଦ୍ମା ପୂଝାରୀ ଜାନୁଆରୀ ମାସ ୨୦୨୬,କୁନ୍ତଳା ଧ ମାଝୀ ଫେବୃଆରି ମାସ ୨୦୨୬ ଓ ସୂର୍ଯ୍ୟ ବିଶି ଏପ୍ରିଲ ମାସ ୨୦୨୬। ଗରିବ ଓ ଅସହାୟ ମହିଳା ପଞ୍ଚାଯତ ରୁ ବ୍ଲକ୍ ପର୍ୟ୍ୟନ୍ତ କେବଳ ପ୍ରତାରଣା ପାଇଛନ୍ତି। ଠିକ୍ ସେହିପରି ବ୍ଲକ୍ ର ଶହଶହ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ଆବେଦନ କରି ଭତ୍ତା ଅପେକ୍ଷାରେ ରହିଛନ୍ତି। ଜିଲ୍ଳା ଓ ଜୁନାଗଡ ବ୍ଲକ ପ୍ରଶାସନ ଶୀଘ୍ର ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
