--:--:--
-- ---
Srishti News

ଜିଲ୍ଲାବ୍ୟାପି ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା ପାଇଁ ଜିଲ୍ଲାଙ୍କ ବାର୍ତ୍ତା

Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକAugust 7, 202615 views
ଜିଲ୍ଲାବ୍ୟାପି ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା ପାଇଁ ଜିଲ୍ଲାଙ୍କ  ବାର୍ତ୍ତା
ଆସନ୍ତା ୯ ଅଗଷ୍ଟରୁ ୧୭ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାରେ "ହର ଘର ତିରଙ୍ଗା" ଅଭିଯାନ ଓ "ବିଭାଜନ ବିଭୀଷିକା ସ୍ମୃତି ଦିବସ-୨୦୨୬" ପାଳନ ଅବସରରେ ବିଭିନ୍ନ ଦେଶାତ୍ମବୋଧକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଏବଂ ସାଧାରଣ ଜନତାଙ୍କୁ ଏହି ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ କରିବା ସହ ଭାରତୀୟ ଜାତୀୟ ପତାକା ସଂହିତା ଅନୁଯାୟୀ ସମସ୍ତେ ନିଜ ନିଜ ଘର, କାର୍ଯ୍ୟାଳୟ, ବସଷ୍ଟାଣ୍ଡ, ଦୋକାନ ବଜାର, ସରକାରୀ ଭବନ ତଥା ସହରର ପ୍ରମୁଖ ସ୍ଥାନ ଗୁଡ଼ିକୁ ତ୍ରିରଙ୍ଗା ପତାକା ଉତ୍ତୋଳନ ଏବଂ ଆଲୋକମାଳରେ ସଜାଇବା ସହ "ହର ଘର ତିରଙ୍ଗା"ର ସରକାରୀ ପୋର୍ଟାଲରେ ଜାତୀୟ ପତାକା ସହ ସେଲ୍ଫି ଅପଲୋଡ୍ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ସୂଚନା ଅନୁଯାଇ, ଆସନ୍ତା ୧୧ ଅଗଷ୍ଟ ସକାଳ ୯ ଟାରେ ଭିଏସଏସ୍ ଛକରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି ଆୟୋଜନ ହେବାକୁ ଥିବା ବେଳେ ୧୩ ଅଗଷ୍ଟ ସକାଳ ୧୦ଟାରେ ଗାନ୍ଧୀ ଛକଠାରେ ଚିତ୍ରକଳା ଶିବିର ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବା ଯେଉଁଥିରେ ଜିଲ୍ଲାର ପ୍ରମୁଖ ଚିତ୍ରଶିଳ୍ପୀ ଏବଂ ଛାତ୍ରଛାତ୍ରୀ ବନ୍ଦେ ମାତରଂ ଓ ତ୍ରିରଙ୍ଗା ଥିମ ଆଧାରିତ ଚିତ୍ର ଅଙ୍କିବେ। ସେହିଭଳି ୧୪ ଅଗଷ୍ଟ ସନ୍ଧ୍ୟା ୫ଟାରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ଉପଲକ୍ଷେ ବୀର ସୁରେନ୍ଦ୍ର ସାଏ ଛକ ଠାରୁ ଗାନ୍ଧିଛକ ପର୍ଯ୍ୟନ୍ତ କ୍ୟାଣ୍ଡେଲ୍ ରାଲି ଆୟୋଜିତ ହେବା। ୧୫ ଅଗଷ୍ଟ ସକାଳ ୯.୧୫ଟାରେ ବୀର ସୁରେନ୍ଦ୍ର ସାଏ ଛକ ନିକଟସ୍ତ ପେରେଡ ପ୍ରାଙ୍ଗଣରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ତ୍ରୀରଙ୍ଗା ପତାକାs ଉତ୍ତୋଳନ ପରେ ପରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ସାଇକେଲ୍/ଇ-ବାଇକ୍ ରାଲି ଭଳି ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ ଏବଂ ୧୭ ଅଗଷ୍ଟ ଅପରାହ୍ନ ୩ଟାରେ ସ୍ଥନୀୟ ଯଦୁମଣି ଅଡିଟୋରିୟମ୍‌ଠାରେ ତ୍ରିରଙ୍ଗା ସଂଗୀତ ସନ୍ଧ୍ୟା, ପ୍ରଦର୍ଶନୀ, ନୃତ୍ୟ ପରିବେଷଣ, ରଙ୍ଗୋଲି ଓ ବାଲୁକା କଳା ପ୍ରଦର୍ଶନୀ ଆଦି ଆୟୋଜିତ ହେବ। ଏତଦବ୍ୟତୀତ ସମସ୍ତ ବ୍ଳକ ଏବଂ ପଂଚାୟତ ସ୍ତରରେ ସ୍ଥାନୀୟ ଲୋକ ପ୍ରତିନିଧି ଓ ଜଣ ସାଧାରଣଙ୍କୁ ନେଇ ତ୍ରିରଙ୍ଗା ରାଲି ଆୟୋଜନ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ନାଗରିକ, ଛାତ୍ରଛାତ୍ରୀ, ଯୁବବର୍ଗ, ଶିକ୍ଷକ ଶିକ୍ଷୟିତ୍ରୀ, ସରକାରୀ କର୍ମଚାରୀ, ଏନ୍‌ଏସ୍‌ଏସ୍‌, ଏନ୍‌ସିସି, ସ୍କାଉଟ୍ ଓ ଗାଇଡ୍ ସ୍ୱେଚ୍ଛାସେବୀ, ସାମାଜିକ ସଂଗଠନ, ଗଣମାଧ୍ୟମ ପ୍ରତିନିଧି ଏବଂ ସର୍ବସାଧାରଣଙ୍କୁ ଆୟୋଜିତ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଯୋଗଦେଇ "ହର ଘର ତିରଙ୍ଗା" ଅଭିଯାନ-୨୦୨୬କୁ ସଫଳ କରିବା ସହ ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ସମ୍ମାନର ବାର୍ତ୍ତାକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ କରାଯାଇଛି।