--:--:--
-- ---
Srishti News

Web News

ଟାଙ୍କିରେ ଖସିପଡ଼ିଥିବା ଗୋମାତାଙ୍କୁ ଉଦ୍ଧାର କଲା ଲୁଲୁ ସେନା
Aug 30, 2026•104 views

ଟାଙ୍କିରେ ଖସିପଡ଼ିଥିବା ଗୋମାତାଙ୍କୁ ଉଦ୍ଧାର କଲା ଲୁଲୁ ସେନା

ଅନୁଗୋଳ: ବନ୍ତଳାର ଖିଣ୍ଡା ଅଞ୍ଚଳରେ ଏକ ଟାଙ୍କି ଭିତରେ ଗୋମାତା ଖସିପଡ଼ିଥିବା ଖବର ପାଇ ଲୁଲୁ ସେନାର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଟିମ୍ ସଦସ୍ୟ ସଂଗ୍ରାମ ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୋମାତାଙ୍କୁ ଟାଙ୍କି ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏହି ମାନବିକ ପ୍ରୟାସ ପାଇଁ ଲୁଲୁ ସେନାର ସଦସ୍ୟମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ଲୁଲୁ ସେନାର ସେବା ଓ ସାମାଜିକ ଚିନ୍ତାଧାରାରୁ ପ୍ରେରଣା ନେଇ ବିଭିନ୍ନ ଅଞ୍ଚଳରେ ସଦସ୍ୟମାନେ ସ୍ୱତଃସ୍ଫୂର୍ତ୍ତ ଭାବେ ସେବାମୂଳକ କାର୍ଯ୍ୟ କରୁଥିବା କୁହାଯାଇଛି। ପ୍ରତ୍ୟେକ ଗାଁରେ ଜଣେ ନେତା ନୁହେଁ, ଅନେକ ସେବାମନୋଭାବୀ ନେତା ତିଆରି କରିବା ଲୁଲୁ ସେନାର ଲକ୍ଷ୍ୟ ବୋଲି ଜଣାପଡ଼ିଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଜାତୀୟ କ୍ରୀଡ଼ା ଦିବସ ଉଦଯାପନୀରେ ସାଇକେଲ ରାଲି
Aug 30, 2026•74 views

ଜାତୀୟ କ୍ରୀଡ଼ା ଦିବସ ଉଦଯାପନୀରେ ସାଇକେଲ ରାଲି

ଅନୁଗୋଳ: ଜାତୀୟ କ୍ରୀଡ଼ା ଦିବସର ଉଦଯାପନୀ ଅବସରରେ ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଓ ୱାକାଥନ୍ ଆୟୋଜିତ ହୋଇଥିଲା। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଯୁବପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ ହେବାକୁ ବିଧାୟକ ଆହ୍ୱାନ ଦେଇଥିଲେ। ରାଲିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍‌, ସ୍ୱେଚ୍ଛାସେବୀ ଓ ସାମରିକ ବାହିନୀର ପ୍ରଶିକ୍ଷାର୍ଥୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜୀବ ଲୋଚନ ପଣ୍ଡାଙ୍କ ସମେତ ବହୁ କ୍ରୀଡ଼ା ସଂଗଠକ ଓ କ୍ରୀଡ଼ାବିତ୍‌ ଉପସ୍ଥିତ ଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ପାନୀୟଜଳ ପାଇଁ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ
Aug 30, 2026•81 views

ପାନୀୟଜଳ ପାଇଁ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ତାଳଚେର: ପାନୀୟଜଳ ସମସ୍ୟାର ସମାଧାନ ଦାବିରେ ତାଳଚେର ବ୍ଲକ କଣ୍ଢାଳ ପଞ୍ଚାୟତର ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପଞ୍ଚାୟତର ପ୍ରାୟ ୭୦ ପ୍ରତିଶତ ଅଞ୍ଚଳ ଲିଙ୍ଗରାଜ କୋଇଲା ଖଣିରେ ଜମି ଅଧିଗ୍ରହଣ ହୋଇଥିବାରୁ ବର୍ଷସାରା ଜଳସଙ୍କଟ ଲାଗି ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଖଣି ଖନନ ଯୋଗୁଁ ଭୂତଳ ଜଳସ୍ତର ହ୍ରାସ ପାଇ କୂଅ ଓ ପୋଖରୀ ଶୁଖିଯାଉଥିବା ବେଳେ ଏନଏଚ୍-୧୪୯ ସମ୍ପ୍ରସାରଣ କାର୍ଯ୍ୟ ଯୋଗୁଁ ପାଇପ୍‌ଲାଇନ କଟିଯାଇଛି। ଫଳରେ ପ୍ରାୟ ୭ ମାସ ହେବ ଏମସିଏଲ ପକ୍ଷରୁ ଯୋଗାଯାଉଥିବା ପାନୀୟଜଳ ବ୍ୟବସ୍ଥା ଠପ୍ ହୋଇପଡ଼ିଛି। ତାଳବେଡ଼ା ସମେତ ଆଖପାଖ ଅଞ୍ଚଳରେ ଜଳକଷ୍ଟ ଚରମ ସୀମାରେ ପହଞ୍ଚିବାରୁ ଗ୍ରାମବାସୀ ବାଧ୍ୟହୋଇ ରାଜପଥ କାର୍ଯ୍ୟ ବନ୍ଦ କରିଥିଲେ। କଣ୍ଢାଳ ପଞ୍ଚାୟତ ସରପଞ୍ଚ ଯୋଶବନ୍ତୀ ବେହେରାଙ୍କ ନେତୃତ୍ୱରେ ଗ୍ରାମବାସୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ପୂର୍ବରୁ ତାଳଚେର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଗ୍ରାମବାସୀ କହିଛନ୍ତି। ଏନଏଚଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଶୀଘ୍ର ପାନୀୟଜଳ ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ରାଇଫଲ କ୍ଲବର ବାଜିମାତ
Aug 30, 2026•80 views

ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ରାଇଫଲ କ୍ଲବର ବାଜିମାତ

ତାଳଚେର: ୱେଷ୍ଟବେଙ୍ଗଲର ଆସାନସୋଲଠାରେ ଅଗଷ୍ଟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ରାଇଫଲ କ୍ଲବର ପ୍ରତିଯୋଗୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ତାଳଚେର ରାଇଫଲ କ୍ଲବର ୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ମହିଳା ବିଭାଗରେ .୧୭୭ ଏଆର ପିସ୍ତଲରେ ସ୍ୱାତୀରାଣୀ ଗଡ଼ନାୟକ ଏବଂ .୧୭୭ ପିସ୍ତଲ ବିଭାଗରେ ରିତିକା ରାଜ ଓ ସାଇନା ସାହୁ ସଫଳତା ହାସଲ କରିଛନ୍ତି। ସେହିପରି .୧୭୭ ପିପି ସାଇଡ୍‌ ପୁରୁଷ ବିଭାଗରେ ଆୟୁଷ୍ମାନ ଦାସ, ଅମ୍ରିତ ଆନନ୍ଦ ଓ ସୋମନାଥ ବାରିକ ଉତ୍କୃଷ୍ଟ ପ୍ରଦର୍ଶନ କରି ଜାତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାଗନେବା ପାଇଁ ମନୋନୀତ ହୋଇଛନ୍ତି। ତାଳଚେର ରାଇଫଲ କ୍ଲବର ପ୍ରତିଯୋଗୀମାନଙ୍କ ଏହି ସଫଳତା ପାଇଁ ଅନୁଗୋଳ ଓ ତାଳଚେର ରାଇଫଲ କ୍ଲବର ବରିଷ୍ଠ ସଦସ୍ୟମାନେ ସମସ୍ତ ସଫଳ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଜାତୀୟ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ତାଳଚେର ଅଞ୍ଚଳରେ ବଜ୍ରାଘାତ ୧୧ ଗୋରୁଗାଈ ମୃତ
Aug 30, 2026•81 views

ତାଳଚେର ଅଞ୍ଚଳରେ ବଜ୍ରାଘାତ ୧୧ ଗୋରୁଗାଈ ମୃତ

ତାଳଚେର: ତାଳଚେର ଅଞ୍ଚଳରେ ରବିବାର ଅପରାହ୍ଣରେ ହଠାତ୍ ବର୍ଷା ସହ ବଜ୍ରପାତ ଘଟିବାରୁ ୧୧ଟି ଗୋରୁଗାଈଙ୍କ ମୃତ୍ୟୁ ଘଟିଛି। ତାଳଚେର ବ୍ଲକ କଣ୍ଢାଳ ପଞ୍ଚାୟତ ଅନ୍ତର୍ଗତ ବଡ଼ବନ୍ଧ ନିକଟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ଣ ପ୍ରାୟ ୨ଟା ସମୟରେ ତାଳଚେର ଅଞ୍ଚଳରେ ବର୍ଷା ସହ ଘନଘନ ବଜ୍ରପାତ ହୋଇଥିଲା। ଏହି ସମୟରେ ବଡ଼ବନ୍ଧ ନିକଟରେ ଥିବା ୧୧ଟି ଗୋରୁଗାଈ ବଜ୍ରାଘାତର ଶିକାର ହୋଇ ମୃତ୍ୟୁବରଣ କରିଥିଲେ। ମୃତ ଗୋରୁଗାଈଗୁଡ଼ିକର ମାଲିକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। କଣ୍ଢାଳ ସରପଞ୍ଚ ଯଶୋବନ୍ତୀ ବେହେରା ମୃତ ଗୋରୁଗାଈଗୁଡ଼ିକୁ ମାଲିକମାନେ ଚିହ୍ନଟ କରି ନେବା ସହ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ହ୍ୱାଟସଆପ୍ ମାଧ୍ୟମରେ ସୂଚନା ଦେଇଛନ୍ତି। ଘଟଣାର ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ୧୧ଟି ଗୋରୁଗାଈଙ୍କ ଏଭଳି ଦୁଃଖଦ ମୃତ୍ୟୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଅନୁଗୋଳ ବିଜେଡିରେ ମିଶ୍ରଣ ପର୍ବ: ବିଜେପି ଛାଡ଼ି ବିଜେଡିରେ ଯୋଗଦେଲେ ୩ ବରିଷ୍ଠ ନେତା
Aug 30, 2026•136 views

ଅନୁଗୋଳ ବିଜେଡିରେ ମିଶ୍ରଣ ପର୍ବ: ବିଜେପି ଛାଡ଼ି ବିଜେଡିରେ ଯୋଗଦେଲେ ୩ ବରିଷ୍ଠ ନେତା

ଅନୁଗୋଳ: ଅନୁଗୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଅଁରପାଳ ବ୍ଲକର ବଳରାମପ୍ରସାଦ ଓ କୁଲାଡ଼ ଗ୍ରାମର ବିଜେପିର ୩ ଜଣ ବରିଷ୍ଠ ନେତା ଦଳ ଛାଡ଼ି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗଦାନ କରିଛନ୍ତି ବଳରାମପ୍ରସାଦ ଗ୍ରାମର ବରିଷ୍ଠ ନେତା ତଥା ପୂର୍ବତନ ଗ୍ରାମ ସଭାପତି ଓ ପୂର୍ବତନ ଆଦିବାସୀ ସଂଘ ସଭାପତି ଶ୍ରୀ ତୀର୍ଥବାସୀ ବେହେରା, ବିଶିଷ୍ଟ ନେତା ଶ୍ରୀ ଲୋକନାଥ ସିଂହ (ନଗି) ଏବଂ କୁଲାଡ଼ ଗ୍ରାମର ଶ୍ରୀ ସତ୍ୟବ୍ରତ ଦେହୁରୀ ବିଜେପି ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ନୀତି ତଥା ପୂର୍ବତନ ବିଧାୟକ ଶ୍ରୀ ରଜନୀକାନ୍ତ ସିଂହଙ୍କ ଜନହିତକର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି। ଅନୁଗୋଳ ଜିଲ୍ଲା ବିଜେଡି କାର୍ଯ୍ୟାଳୟଠାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ପୂର୍ବତନ ବିଧାୟକ ତଥା ପୂର୍ବତନ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାଥ, ଜିଲ୍ଲା ବିଜେଡି ଯୁବ ସଭାପତି ଶ୍ରୀ ଅରୁଣାଭ ସିଂହ ଏବଂ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ସମେତ ଦଳର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ନବାଗତ ନେତାମାନଙ୍କୁ ବିଜେଡି ପକ୍ଷରୁ ସ୍ୱାଗତ କରାଯିବା ସହ ଏହି ମିଶ୍ରଣ ଦଳକୁ ତୃଣମୂଳସ୍ତରରେ ଆହୁରି ସୁଦୃଢ଼ କରିବ ବୋଲି ଦଳୀୟ ନେତାମାନେ ଆଶା ପ୍ରକାଶ କରିଛନ୍ତି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ମା’ ରାମଚଣ୍ଡୀଙ୍କ ବାର୍ଷିକ ଯାତ୍ରା
Aug 30, 2026•92 views

ମା’ ରାମଚଣ୍ଡୀଙ୍କ ବାର୍ଷିକ ଯାତ୍ରା

ଅନୁଗୋଳ: ଛେଣ୍ଡିପଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପ୍ରସିଦ୍ଧ ଧାର୍ମିକ ପୀଠ କୋଶଳାର ଅଧିଷ୍ଠାତ୍ରୀ ଦେବୀ ମା’ ରାମଚଣ୍ଡୀଙ୍କ ପବିତ୍ର ଯାତ୍ରା ଅବସରରେ ମା’ଙ୍କ ପୀଠ ପରିଦର୍ଶନ କରି ଦିବ୍ୟ ଦର୍ଶନ ଲାଭ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ। ଏହି ପବିତ୍ର ଅବସରରେ ମା’ ରାମଚଣ୍ଡୀଙ୍କ ଚରଣ କମଳରେ ସମଗ୍ର ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ଆରୋଗ୍ୟମୟ ଜୀବନ କାମନା କରି ପ୍ରାର୍ଥନା କରିଥିଲେ ବିଧାୟକ ଶ୍ରୀ ପ୍ରଧାନ। ମା’ଙ୍କ ଆଶୀର୍ବାଦରେ ଅଞ୍ଚଳବାସୀଙ୍କ ଜୀବନ ସୁଖମୟ ଓ ସମୃଦ୍ଧିମୟ ହେଉ ବୋଲି ସେ କାମନା କରିଥିଲେ।ଏହି ଭକ୍ତିମୟ ପରିବେଶରେ ତାଙ୍କ ସହ ପୂର୍ବତନ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ସାହୁ, ଅନୁଗୋଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଅରୁଣାଭ ସିଂହ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ସମେତ ମା’ ରାମଚଣ୍ଡୀ ଟ୍ରଷ୍ଟ ବୋର୍ଡର କର୍ମକର୍ତ୍ତା ଓ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ମା’ ରାମଚଣ୍ଡୀଙ୍କ ପବିତ୍ର ଯାତ୍ରାକୁ ନେଇ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ବହୁ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

Dedicated Teacher Felicitated on Retirement at Hatibandha Cluster-Level Farewell Ceremony
Aug 30, 2026•31 views

Dedicated Teacher Felicitated on Retirement at Hatibandha Cluster-Level Farewell Ceremony

Colleagues Remember Mohan Charan Meher’s Long and Dedicated Service Sinapali, Aug. 30: A cluster-level retirement farewell ceremony was organised at Hatibandha Nodal Upper Primary School under the Hatibandha Cluster of Sinapali Block to honour Mohan Charan Meher, Assistant Teacher of Barpali Upper Primary School, on his retirement. The programme was presided over by CRCC Upendra Sunani. ABEO Arun Kumar Joshi attended as the chief guest, while Kandarp Meher was the chief speaker. Kailash Chandra Meher and Madhuri Majhi were present as guests of honour. During the programme, the guests and fellow teachers recalled the dedicated service, discipline and contribution of the retiring teacher throughout his teaching career. They appreciated his commitment towards students and the education sector and expressed hope that his values and experience would continue to inspire fellow teachers and the younger generation. On the occasion, Mohan Charan Meher was felicitated with a citation and traditional upadhaukan as a mark of respect for his long years of service. Bindu Behera read out the citation. The programme began with an opening song and dance performance by girl students of the local school, adding colour and warmth to the farewell ceremony. Atul Kumar Patra conducted the proceedings, while Benudhar Naik proposed the vote of thanks at the conclusion. Among others, Binod Bihari Chinagun, Nirakar Kata, Nrusingha Chandra Kata, Akhil Majhi, Sushant Kand, Bishnumurali Kand, Prashant Kumar Lenka, Ananda Naik, Romancha Meher, Bibhishan Meher, Badrinarayan Khamari, Hemanta Mani Kata, Yubaraj Takri, Tilaram Tandi, Rajendra Shipka, Kishore Chandra Meher, Sulochana Majhi, Anju Sahu, Rashmita Majhi, Namita Parida, Ranjita Meher, Binisha Meher, Urmila Majhi, Padmalata Naik and Reena Majhi were present and extended their cooperation for the successful organisation of the programme. The gathering wished the retiring teacher a healthy, peaceful and fulfilling life in his post-retirement years.

Nuapada (ନୂଆପଡ଼ା) • Reports: Malaya Meher

Gandabahali Reverberates with the Literary Legacy of Swabhaba Kabi Gangadhar Meher: Jayanti Celebrated by Gramya Meher Bhulia Samaj
Aug 30, 2026•132 views

Gandabahali Reverberates with the Literary Legacy of Swabhaba Kabi Gangadhar Meher: Jayanti Celebrated by Gramya Meher Bhulia Samaj

Sinapali, Aug. 30: The birth anniversary of legendary Odia poet and literary icon Swabhaba Kabi Gangadhar Meher was celebrated with great enthusiasm and reverence by the Gramya Meher Bhulia Samaj at Gandabahali village under Sinapali block of Nuapada district. The celebration was organised under the chairmanship of Gramya Samaj president Purnachandra Meher. Khariar MLA Adhiraj Mohan Panigrahi attended the programme as the chief guest, while Odia lecturer Brajmohan Meher was the chief speaker. Distinguished guest Baishampayan Meher, guest of honour Sureshwar Meher, and Samaj secretary Rathi Meher were also present on the dais. The programme began with an opening song performed by the girl students of the Panchayat High School. Students and women who had excelled in various competitions were felicitated and awarded prizes on the occasion. As part of the programme, noted social workers and educationists of the village, including Pankaj Meher, Rahasbihari Meher and Trinath Meher, along with meritorious student Rajat Kumar Meher, were felicitated for their contributions and achievements. Addressing the gathering, the guests highlighted Gangadhar Meher’s remarkable contribution to Odia literature and his role in promoting social consciousness and community organisation. They said his literary creations continue to inspire generations with messages of humanity, morality, social responsibility and cultural awareness. The speakers also emphasised the need to introduce the younger generation to Gangadhar Meher’s timeless literary works and ideals. They stressed that such celebrations help preserve Odisha’s rich literary and cultural heritage while strengthening social unity and educational awareness. The programme concluded with a vote of thanks proposed by Bhubaneswar Meher, while Gupteswar Meher conducted the proceedings. The celebration witnessed enthusiastic participation from members of the Meher Bhulia community, villagers, students and local dignitaries.

Nuapada (ନୂଆପଡ଼ା) • Report: Malaya Meher, Sinapali

ସ୍ୱର୍ଗତ ରମେଶ ଚନ୍ଦ୍ର ଖିଲାରଙ୍କ ଏକାଦଶାହରେ ପୂର୍ବତନ ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
Aug 30, 2026•22 views

ସ୍ୱର୍ଗତ ରମେଶ ଚନ୍ଦ୍ର ଖିଲାରଙ୍କ ଏକାଦଶାହରେ ପୂର୍ବତନ ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

କଳିଙ୍ଗନଗର, ଦାନଗଦୀ: ସୁକିନ୍ଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦାନଗଦୀ ବ୍ଲକର ରାବେଣ ଗ୍ରାମର ସ୍ୱର୍ଗତ ରମେଶ ଚନ୍ଦ୍ର ଖିଲାରଙ୍କ ଏକାଦଶାହ ଅବସରରେ ପୂର୍ବତନ ମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଯୋଗଦେଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଏହି ଅବସରରେ ଡ. ଘଡେଇ ସ୍ୱର୍ଗତ ଖିଲାରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ସ୍ୱର୍ଗତ ଖିଲାରଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କ ପରିବାରବର୍ଗଙ୍କୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ ପାଇଁ ପ୍ରାର୍ଥନା କରିଥିଲେ। ଏକାଦଶାହ କାର୍ଯ୍ୟକ୍ରମରେ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ସ୍ଥାନୀୟ ଲୋକେ ଉପସ୍ଥିତ ରହି ସ୍ୱର୍ଗତ ଖିଲାରଙ୍କ ସ୍ମୃତିଚାରଣ କରିଥିଲେ।

Jajpur (ଯାଜପୁର) • ରିପୋର୍ଟ: ଅନିଲ କୁମାର ଜେନା

ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ
Aug 30, 2026•19 views

ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ

ରାଉରକେଲା : ସ୍ୱଭାବକବି ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟର ରିତିଯୁଗୀୟ କଳାପାଟବ ଓ ଆଧୁନିକ ଯୁଗଚେତନାର ଏକ ଅନନ୍ୟ ସେତୁବନ୍ଧ। ପାରମ୍ପରିକ ପୌରାଣିକ ଆଖ୍ୟାନକୁ ଆଧାର କରି ମଧ୍ୟ ସେଥିରେ ନୂତନ ଜୀବନଦୃଷ୍ଟି, ନୈତିକତା ଓ ସୌନ୍ଦର୍ଯ୍ୟବୋଧ ଭରିଦେବା ତାଙ୍କ ସାହିତ୍ୟର ମୁଖ୍ୟ ସ୍ୱତନ୍ତ୍ରତା। ସମାଜକୁ ଶୃଙ୍ଖଳିତ ତଥା ଆଦର୍ଶମୟ ଜୀବନଯାପନ ପାଇଁ ପ୍ରେରଣା ଯୋଗାଇବା ତାଙ୍କ ସାହିତ୍ୟର ଅନ୍ୟତମ ପ୍ରମୁଖ ବୈଶିଷ୍ଟ୍ୟ। ରାଉରକେଲାର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ୍ ସର୍କଲ ଆନୁକୂଲ୍ୟରେ ଅନୁଷ୍ଠାନର ମେହେର ମଣ୍ଡପ ରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ଅବସରରେ ବକ୍ତାମାନେ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ରେଢ଼ାଖୋଲ କଳିଙ୍ଗ ମହାବିଦ୍ୟାଳୟର ଅଧ୍ୟାପକ ବିପିନ ମହାନନ୍ଦ ଯୋଗଦେଇ 'କବି ଗଙ୍ଗାଧରଙ୍କ କବିତାରେ ସ୍ୱତନ୍ତ୍ରତା' ଶୀର୍ଷକରେ ଆଲୋଚନା କରି କହିଲେ ଯେ, ଗଙ୍ଗାଧରଙ୍କ କବିତା ସମାଜରେ ଶାନ୍ତି, ମୈତ୍ରୀର ବାର୍ତ୍ତା ଦେବାସହ ମଣିଷକୁ ସ୍ନେହ, ଶ୍ରଦ୍ଧା ଓ ପ୍ରେମର ନୈସର୍ଗିକ ବାର୍ତ୍ତା ପ୍ରଦାନ କରି ପାଠକକୁ ଆତ୍ମସମୀକ୍ଷା କରିବା ପାଇଁ ପ୍ରେରିତ କରିଥାଏ। ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ ଓଡ଼ିଆ କାବ୍ୟ ଏବଂ କବିତା ମଧ୍ୟରେ ଥିବା ପ୍ରଭେଦ ସମ୍ପର୍କରେ ତାତ୍ବିକ ସୂଚନା ପ୍ରଦାନ କରିବା ସହ କହିଲେ ଯେ, ଗଙ୍ଗାଧର କେବଳ ଜଣେ ସ୍ବଭାବ କବି ନଥିଲେ, ସେଥିଲେ ଋଷି କବି। ତାଙ୍କ କବିତାରେ ସେ ସମଗ୍ର ବିଶ୍ବକୁ ମଧୁମୟ କରିବାର କଳ୍ପନା କରିବା ସହ ପ୍ରାଚୀନତାରେ ନୂତନତ୍ବ ଭରିଦେଇଛନ୍ତି। ପ୍ରାରମ୍ଭରେ ଅତିଥି ମାନେ କବିଙ୍କ ତୈଳ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ, ଅନୁଷ୍ଠାନର କଳାକାର - ଅଙ୍କିତା ବେହେରା, ସଙ୍ଗୀତା ପଣ୍ଡା, ସରସ୍ୱତୀ ନାଗ, ବାପିନା ନାୟକ, ଦୀପକ ରାଉତ ଏବଂ ଦେବରଞ୍ଜନ ସାମଲ ପ୍ରମୁଖ ଗଙ୍ଗାଧରଙ୍କ ରଚିତ 'ମଙ୍ଗଳେ ଅଇଲା ଉଷା..' ଏବଂ ବିଶ୍ଵ ଦେଖ ମଧୁମୟ ରେ ଜୀବନ..' ସୁଲଳିତ କଣ୍ଠରେ ଗାନ କରିଥିଲେ। ବାଦ୍ୟଯନ୍ତ୍ରରେ ଗୁରୁ ବାବାଜୀ ଚରଣ ବିଶ୍ବାଳ ଏବଂ ବିବେକାନନ୍ଦ ପଣ୍ଡା ସହାୟତା କରିଥିଲେ। ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଉପଦେଷ୍ଟା ଲକ୍ଷ୍ମଣ ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ କବି ତ୍ରିଲୋଚନ ସ୍ବାଇଁ ଓ କବୀ ରଶ୍ମିବାଳା ରାଉତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ସର୍ବଶ୍ରୀ ଆଲୋକ ବୋଷ, କିଶୋରୀ ମୋହନ କର, ଗୀତାଞ୍ଜଳି ପତ୍ରୀ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଅଶୋକ କୁମାର ପଟ୍ଟନାୟକ, ସଂଗ୍ରାମ ସିଂ ସାମଲ, ମଞ୍ଜୁଳା କୁମାରୀ ରଥ, ଏସ ନାୟକ, ସତ୍ୟବ୍ରତ ଦାଶ, ତ୍ରିଲୋଚନ ସ୍ବାଇଁ ଏବଂ ରଶ୍ମିବାଳା ରାଉତରାୟ ପ୍ରମୁଖ ସ୍ବରଚିତ କବିତାମାନ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ନେହଲତା ନାୟକ, ସନ୍ତୋଷ କୁମାର ମଲ୍ଲିକ, ନିଖିଳେଶ୍ବର ଦାଶ, ଅଜିତ ବାରଓ୍ବା ଏବଂ ଅନିନ୍ଦିତା ମାଇତିଙ୍କ ସହ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏବଂ ଅନୁଷ୍ଠାନ ଦ୍ବାରା ପରିଚାଳିତ ସ୍ପ୍ରିଂ ଭେଲି ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନେ ସକ୍ରିୟ ସହଯୋଗ କରିଥିବାବେଳେ ରାଜୀବ ପାଣି, ବଳରାମ ଦାଶ, ଡ.ଅଶ୍ବିନୀ କୁମାର ରାୟ, ଡ. ନଗେନ କୁମାର ଦାସ, ଜୟଶ୍ରୀ ଦାସ, ବିଶ୍ବନାଥ ଜେନା, ବିକ୍ରମ ଆଚାର୍ଯ୍ୟ, ରବିନାରାୟଣ ସିଂହ, ରମେଶ ଚନ୍ଦ୍ର ସିଂହ, କମଳ ଆଚାର୍ଯ୍ୟ, ଶରତ କୁମାର ଦାସ, ଅକ୍ଷୟ କୁମାର ଧଳ, ସୁକାନ୍ତ ଖୁଣ୍ଟିଆ, ଡ.ସୁମନ ଦତ୍ତ, ନାରାୟଣ ଚନ୍ଦ୍ର ମହନ୍ତ ପ୍ରମୁଖ ଶତାଧିକ ସାହିତ୍ୟ -ସଂସ୍କୃତି ପ୍ରେମୀ ଯୋଗ ଦେଇଥିଲେ।

Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ

୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଲହୁଣୀପଡା ଥାନା ଏଏସ୍ଆଇ ମଦନ ମୋହନ ପ୍ରଧାନ ଗିରଫ
Aug 30, 2026•11 views

୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଲହୁଣୀପଡା ଥାନା ଏଏସ୍ଆଇ ମଦନ ମୋହନ ପ୍ରଧାନ ଗିରଫ

ରାଉରକେଲା ୩୦/୮, ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନାର ସହକାରୀ ସବ୍-ଇନିସପେକ୍ଟର ମଦନ ମୋହନ ପ୍ରଧାନଙ୍କ ସମେତ ତାଙ୍କ ସହଯୋଗୀଙ୍କୁ ଓଡିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ଏକ ଜାଲିଆତି ମାମଲାରେ ଜଣେ ଖାଦ୍ୟ ମାଲିକଙ୍କୁ ସାହାଯ୍ୟ କରିବା ପାଇଁ ଅଭିଯୁକ୍ତ ଶ୍ରୀ ପ୍ରଧାନ ୨୦,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ ଶନିବାର ୨୦୨୬ ଅଗଷ୍ଟ ୨୯ ତାରିଖ ଦିନ ସୁନ୍ଦରଗଡ଼ ଜିଲ୍ଲା ଅଧିନସ୍ଥ ଲହୁଣୀପଡ଼ା ଥାନାର ଏଏସଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ବ୍ୟକ୍ତିଗତ ବ୍ୟକ୍ତି)ଙ୍କୁ ଓଡ଼ିଶା ଭିଜିଲାନ୍ସ ଜଣେ ଖାଦ୍ୟ ଦୋକାନ ମାଲିକଙ୍କୁ ଗିରଫ ନକରିବା ପାଇଁ ଏବଂ ତାଙ୍କ ସାନ ଭାଇ ବିରୁଦ୍ଧରେ ରୁଜୁ ହୋଇଥିବା ଏକ ଉତ୍ପାଦ ଶୁଳ୍କ ମାମଲାରେ ସାହାଯ୍ୟ କରିବା ପାଇଁ ଏହି ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରି ନେଉଥିବା ସମୟରେ ଭିଜିଲାନ୍ସ ଗିରଫ କରିଛି। ଅଭିଯୁକ୍ତ ଏଏସ୍ଆଇ ଶ୍ରୀ ପ୍ରଧାନ ଖାଦ୍ୟ ମାଲିକଙ୍କୁ ୨୦,୦୦୦ ଟଙ୍କା ଦାବି କରିଥିଲେ ଏବଂ ଦେବାକୁ ଧମକ ଦେଇଥିଲେ। ଅଭିଯୁକ୍ତ ଏଏସ୍ଆଇ ମଦନ ମୋହନ ପ୍ରଧାନ ଧମକ ଦେଇଥିଲେ ଯେ, ଯଦି ତାଙ୍କୁ ଦାବି କରାଯାଇଥିବା ଲାଞ୍ଚ ପ୍ରଦାନ କରା ନ ଯାଏ, ତେବେ ସେ (ଏଏସ୍ଆଇ ଶ୍ରୀ ପ୍ରଧାନ) ତାଙ୍କୁ ଗିରଫ କରି କୋର୍ଟକୁ ପଠାଇବେ। ଅନ୍ୟ କୌଣସି ଉପାୟ ନ ପାଇ, ଖାଦ୍ୟ ମାଲିକ (ଅଭିଯୋଗକାରୀ) ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଓଡ଼ିଶା ଭିଜିଲାନ୍ସର ଏକ ଦଳ ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତ ଏଏସ୍ଆଇ ଶ୍ରୀ ପ୍ରଧାନ ଏବଂ ତାଙ୍କ ନିକଟତମ ସହଯୋଗୀ ଶ୍ରୀ ଦାସମୋଦକ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଉଭୟଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଥିଲେ। ଅଭିଯୁକ୍ତଙ୍କ କବଜାରୁ ସମଗ୍ର ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଭିଜିଲାନ୍ସର ଫାଶ ପରେ, DA ଦୃଷ୍ଟିରୁ ଏଏସ୍ଆଇ ଶ୍ରୀ ପ୍ରଧାନଙ୍କ ସହ ଜଡିତ ତିନୋଟି ସ୍ଥାନରେ ଏକକାଳୀନ ତଲାସ ଚାଲିଛି। ଏ ସମ୍ପର୍କରେ, ରାଉରକେଲା ଭିଜିଲାନ୍ସ ପି.ଏସ୍. ମାମଲା ନଂ.୧୦/୨୯-୮-୨୦୨୬ ରୁଜୁ କରାଯିବା ସହିତ ଦଫା ୭ ପି.ସି. (ସଂଶୋଧନ) ଆଇନ, ୨୦୧୮ରେ ପଞ୍ଜିକୃତ କରାଯାଇଛି। ଦୁଇ ଅଭିଯୁକ୍ତ ଏଏସ୍ଆଇ ଶ୍ରୀ ପ୍ରଧାନ ଏବଂ ଶ୍ରୀ ଦାସମୋଦକ (ବ୍ୟକ୍ତିଗତ ବ୍ୟକ୍ତି)ଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି।

Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ