ବନ୍ୟା ପୀଡ଼ିତଙ୍କ ପାଖରେ ପହଞ୍ଚିଲେ ସମାଜସେବୀ ଭାରତ ବାଇ ଓ ପ୍ରବୀର କୁମାର ସେଠୀ, ବଣ୍ଟନ କଲେ ରିଲିଫ୍ ସାମଗ୍ରୀ
Jajpur (ଯାଜପୁର)ରିପୋର୍ଟ: ଉଦୟନାଥ ଜେନା, ଯାଜପୁରAugust 7, 202636 views

ଯାଜପୁର ଜିଲ୍ଲାରେ ବନ୍ୟା ବିଭୀଷିକା ଯୋଗୁଁ ଅନେକ ଲୋକ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବାବେଳେ ସେମାନଙ୍କ ସହାୟତା ପାଇଁ ଆଗକୁ ଆସିଛନ୍ତି ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଦିହକୁଳ ଗ୍ରାମର ସମାଜସେବୀ ଭାରତ ବାଇ ଓ ତାଙ୍କ ସହଯୋଗୀ ପ୍ରବୀର କୁମାର ସେଠୀ।
ଉଭୟ ସମାଜସେବୀ ବନ୍ୟା ପ୍ରଭାବିତ ବାରୀଙ୍ଗି ଅଞ୍ଚଳରେ ପହଞ୍ଚି ବିପନ୍ନ ପରିବାରମାନଙ୍କୁ ଆବଶ୍ୟକୀୟ ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିଲେ। ବନ୍ୟା ପରିସ୍ଥିତିରେ ଖାଦ୍ୟ ଓ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ପାଇଁ ହଇରାଣ ହେଉଥିବା ଲୋକଙ୍କୁ ସେମାନେ ସହଯୋଗର ହାତ ବଢ଼ାଇଥିଲେ।
ଭାରତ ବାଇ ଏହା ପୂର୍ବରୁ ମଧ୍ୟ ବିଭିନ୍ନ ସାମାଜିକ କାର୍ଯ୍ୟରେ ସକ୍ରିୟ ରହିଆସିଛନ୍ତି। ବିଶେଷକରି ନିରାଶ୍ରୟ ଓ ଅସହାୟ ଲୋକଙ୍କ ପାଇଁ ଘର ନିର୍ମାଣ କରି ସହଯୋଗ କରିବାର ଅନେକ ଉଦାହରଣ ରହିଛି। ପୁଣିଥରେ ବନ୍ୟା ସମୟରେ ନିଜସ୍ୱ ଉଦ୍ୟମ ଓ ସହଯୋଗୀମାନଙ୍କ ସହଯୋଗରେ ପୀଡ଼ିତ ଲୋକଙ୍କ ପାଖରେ ପହଞ୍ଚି ସେବା କାର୍ଯ୍ୟ କରିବାକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି।
ସ୍ଥାନୀୟ ବାସିନ୍ଦାମାନେ ଏଭଳି ମାନବିକ ପଦକ୍ଷେପକୁ ସ୍ୱାଗତ କରିବା ସହ ସମାଜର ଅନ୍ୟ ସକ୍ଷମ ବ୍ୟକ୍ତିମାନେ ମଧ୍ୟ ବିପଦ ସମୟରେ ଆଗକୁ ଆସିବାକୁ ଆହ୍ୱାନ ଜଣାଇଛନ୍ତି।
