--:--:--
-- ---
Srishti News

ଛାତ ରୁ ପଡ଼ି ଅବସର ପ୍ରାପ୍ତ କିରାଣୀ ଙ୍କ ମୃତ୍ୟୁ

Ganjam (ଗଞ୍ଜାମ)ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ ଭଂଜନଗରSeptember 5, 202610 views
ଛାତ ରୁ ପଡ଼ି ଅବସର ପ୍ରାପ୍ତ କିରାଣୀ ଙ୍କ ମୃତ୍ୟୁ
ଭଞ୍ଜନଗର: ଭଞ୍ଜନଗର କୋର୍ଟର ଅବସରପ୍ରାପ୍ତ ବରିଷ୍ଠ କିରାଣି ଆନନ୍ଦ ରାଓ ସୁବୁଦ୍ଧି (୬୫)ଙ୍କର ଛାତରୁ ପଡ଼ି ମୃତ୍ୟୁ ଘଟିଛି। ନିଜ ଘରର ଉପର ମହଲା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଶୁକ୍ରବାର ସକାଳ ସାଢେ ୯ଟାରେ ସେ କାମ ଦେଖିବାକୁ ଛାତକୁ ଯାଇଥିଲେ। ସେଠାରେ ଏକ କବାଟକୁ ବାହାରକୁ କାଢୁଥିବା ସମୟରେ ଅସାବଧାନତା ଯୋଗୁଁ ପ୍ରଥମ ମହଲାରୁ ତଳକୁ ଖସି ପଡିଥିଲେ। ତଳେ ସିମେଣ୍ଟ କଂକ୍ରିଟ୍‌ ରାସ୍ତାରେ ପଡିବା ସହ ତାଙ୍କ ମୁଣ୍ଡର ପଛ ଭାଗରେ ପ୍ରବଳ ଆଘାତ ଲାଗିଥିଲା। ସଂଜ୍ଞାହୀନ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏଠାରୁ ବ୍ରହ୍ମପୁର ଓ ପରେ କଟକ ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଶବକୁ ବ୍ରହ୍ମପୁର ମେଡିକାଲରେ ବ୍ୟବଚ୍ଛେଦ କରାଯାଇଥିଲା। ଭଞ୍ଜନଗର ସହରକୁ ସନ୍ଧ୍ୟାରେ ମରଶରୀର ପହଞ୍ଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କର ଅନେକ ଶୁଭେଚ୍ଛୁ ଓ ବହୁ ଓକିଲ ଶେଷ ଦର୍ଶନ କରିଥିଲେ।