--:--:--
-- ---
Srishti News

ଖଲ୍ଲିକୋଟ ମର୍ଦ୍ଦରାଜ ଶିକ୍ଷକ ଭବନରେ ଗୁରୁଦିବସ ପାଳିତ

Ganjam (ଗଞ୍ଜାମ)ରିପୋର୍ଟ: ଶିବରାମ ଜେନାSeptember 5, 2026157 views
ଖଲ୍ଲିକୋଟ ମର୍ଦ୍ଦରାଜ ଶିକ୍ଷକ ଭବନରେ ଗୁରୁଦିବସ ପାଳିତ
ଖଲ୍ଲିକୋଟ, ୫/୯: ଖଲ୍ଲିକୋଟସ୍ଥିତ ମର୍ଦ୍ଦରାଜ ଶିକ୍ଷକ ଭବନରେ ଶୁକ୍ରବାର ମହାସମାରୋହରେ ଗୁରୁଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ, ଶିକ୍ଷାଦାନରେ ଗୁରୁଙ୍କ ଭୂମିକା ଏବଂ ସମାଜ ଗଠନରେ ଶିକ୍ଷକଙ୍କ ଅବଦାନ ଉପରେ ଆଲୋଚନା କରାଯାଇଥିଲା। ଭାରତର ପୂର୍ବତନ ରାଷ୍ଟ୍ରପତି, ଦାର୍ଶନିକ ଓ ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଦେଶରେ ଗୁରୁଦିବସ ଭାବେ ପାଳନ କରାଯାଉଛି। ୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ତାଙ୍କ ଜନ୍ମ ହୋଇଥିଲା। ତାଙ୍କ ଜନ୍ମଦିନକୁ ନିଜ ଜୟନ୍ତୀ ଭାବେ ପାଳନ କରିବା ପରିବର୍ତ୍ତେ ଶିକ୍ଷକମାନଙ୍କ ସମ୍ମାନରେ ଗୁରୁଦିବସ ଭାବେ ପାଳନ କରିବାକୁ ସେ ଇଚ୍ଛା ପ୍ରକାଶ କରିଥିଲେ। ଏହା ପରଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୫ରେ ସାରା ଦେଶରେ ଗୁରୁଦିବସ ପାଳିତ ହୋଇଆସୁଛି। ‘ଶିକ୍ଷକ ହେଉଛନ୍ତି ଜାତିର ମେରୁଦଣ୍ଡ’—ଏହି ମତକୁ ଆଧାର କରି ଶିକ୍ଷକଙ୍କ ତ୍ୟାଗ, ନିଷ୍ଠା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ସେମାନଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା। ଗୁରୁଦିବସ ଅବସରରେ ଖଲ୍ଲିକୋଟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ଛାତ୍ରଛାତ୍ରୀମାନେ ଗୁରୁପୂଜନ କରିଥିବା ଜଣାପଡ଼ିଛି। କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ପ୍ରସାଦ ଆଚାର୍ଯ୍ୟ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ଆଚାର୍ଯ୍ୟ, ଅବସରପ୍ରାପ୍ତ ଶିକ୍ଷକ, ସିଆରସିସି, ସ୍ୱେଚ୍ଛାସେବୀ ଏବଂ କାର୍ଯ୍ୟରତ ଶିକ୍ଷକମାନଙ୍କ ସମେତ ସ୍ରିଷ୍ଠି ନିୟୁଜ୍‌ର ସ୍ୱତନ୍ତ୍ର ପ୍ରତିନିଧି ତଥା ଓଡିଏମ୍‌ଏମ୍‌ର ଗଞ୍ଜାମ ଜିଲ୍ଲା ସହସମ୍ପାଦକ ଶିବରାମ ଜେନା, ମଧୁଚରଣ ସେଠୀ, ସନ୍ତୋଷ କୁମାର ମଲ୍ଲିକ, ପ୍ରଦ୍ୟୁମ୍ନ ଦଳବେହେରା, ବଳରାମ ଘୋଷ, ସୀମାଞ୍ଚଳ ଗଉଡ, କୃଷ୍ଣଚନ୍ଦ୍ର ପରିଡ଼ା, ପୂର୍ଣ୍ଣଚନ୍ଦ୍ର ଜାନିଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।