ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ରାଇଫଲ କ୍ଲବର ବାଜିମାତ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 30, 202681 views

ତାଳଚେର: ୱେଷ୍ଟବେଙ୍ଗଲର ଆସାନସୋଲଠାରେ ଅଗଷ୍ଟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ରାଇଫଲ କ୍ଲବର ପ୍ରତିଯୋଗୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।
ଏହି ପ୍ରତିଯୋଗିତାରେ ତାଳଚେର ରାଇଫଲ କ୍ଲବର ୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ମହିଳା ବିଭାଗରେ .୧୭୭ ଏଆର ପିସ୍ତଲରେ ସ୍ୱାତୀରାଣୀ ଗଡ଼ନାୟକ ଏବଂ .୧୭୭ ପିସ୍ତଲ ବିଭାଗରେ ରିତିକା ରାଜ ଓ ସାଇନା ସାହୁ ସଫଳତା ହାସଲ କରିଛନ୍ତି।
ସେହିପରି .୧୭୭ ପିପି ସାଇଡ୍ ପୁରୁଷ ବିଭାଗରେ ଆୟୁଷ୍ମାନ ଦାସ, ଅମ୍ରିତ ଆନନ୍ଦ ଓ ସୋମନାଥ ବାରିକ ଉତ୍କୃଷ୍ଟ ପ୍ରଦର୍ଶନ କରି ଜାତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାଗନେବା ପାଇଁ ମନୋନୀତ ହୋଇଛନ୍ତି।
ତାଳଚେର ରାଇଫଲ କ୍ଲବର ପ୍ରତିଯୋଗୀମାନଙ୍କ ଏହି ସଫଳତା ପାଇଁ ଅନୁଗୋଳ ଓ ତାଳଚେର ରାଇଫଲ କ୍ଲବର ବରିଷ୍ଠ ସଦସ୍ୟମାନେ ସମସ୍ତ ସଫଳ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଜାତୀୟ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
