--:--:--
-- ---
Srishti News

ଜାତୀୟ କ୍ରୀଡ଼ା ଦିବସ ଉଦଯାପନୀରେ ସାଇକେଲ ରାଲି

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 30, 202674 views
ଜାତୀୟ କ୍ରୀଡ଼ା ଦିବସ ଉଦଯାପନୀରେ ସାଇକେଲ ରାଲି
ଅନୁଗୋଳ: ଜାତୀୟ କ୍ରୀଡ଼ା ଦିବସର ଉଦଯାପନୀ ଅବସରରେ ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଓ ୱାକାଥନ୍ ଆୟୋଜିତ ହୋଇଥିଲା। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଯୁବପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ ହେବାକୁ ବିଧାୟକ ଆହ୍ୱାନ ଦେଇଥିଲେ। ରାଲିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍‌, ସ୍ୱେଚ୍ଛାସେବୀ ଓ ସାମରିକ ବାହିନୀର ପ୍ରଶିକ୍ଷାର୍ଥୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜୀବ ଲୋଚନ ପଣ୍ଡାଙ୍କ ସମେତ ବହୁ କ୍ରୀଡ଼ା ସଂଗଠକ ଓ କ୍ରୀଡ଼ାବିତ୍‌ ଉପସ୍ଥିତ ଥିଲେ।