ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀଙ୍କ ପରଲୋକ: ହୃଦ୍ଘାତରେ ଡାକ୍ତର ଆଶିଷ କୁମାର କାର୍ଜିଙ୍କ ଦେହାନ୍ତ
Jajpur (ଯାଜପୁର)ରିପୋର୍ଟ: ଅନିଲ କୁମାର ଜେନା, ଯାଜପୁରAugust 12, 202631 views

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆଶିଷ କୁମାର କାର୍ଜି (୪୬)ଙ୍କର ବୁଧବାର ସକାଳେ ହୃଦ୍ଘାତରେ ପରଲୋକ ଘଟିଛି। ତାଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ବଡ଼ଚଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଡାକ୍ତର ଆଶିଷ କୁମାର କାର୍ଜି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୁଖ୍ୟ ଚିକିତ୍ସାଧିକାରୀ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଅକାଳ ମୃତ୍ୟୁରେ ସହକର୍ମୀ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ରୋଗୀଙ୍କ ପରିବାରବର୍ଗ ଏବଂ ବଡ଼ଚଣାର ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।
ଜଣେ ଦାୟିତ୍ୱବାନ ଚିକିତ୍ସାଧିକାରୀ ଭାବେ ସେ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟସେବାରେ ନିଜର ଦାୟିତ୍ୱ ତୁଲାଇ ଆସୁଥିଲେ। ତାଙ୍କ ବିୟୋଗ ସ୍ୱାସ୍ଥ୍ୟ ବିଭାଗ ସହିତ ବଡ଼ଚଣା ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି।
