Web News

Kantabanji Stun Hosts Khariar 2–1, Book Semi-Final Berth: Thrilling Knockout Clash at Raja Artatrana Sports Ground
Khariar: The 17th Raja Anup Singh Deo Memorial Football Tournament witnessed an exciting fourth and final knockout encounter at the historic Raja Artatrana Sports Ground in Khariar, where Kantabanji of Balangir district defeated the host Khariar team of Nuapada district by a narrow 2–1 margin. With this impressive victory, Kantabanji secured its place in the second semi-final scheduled to be played on August 13. The match began with both teams displaying attacking football and creating several opportunities. Playing in front of a passionate home crowd, Khariar fought hard to take control of the game. However, Kantabanji maintained excellent coordination between its defence and attacking line and successfully converted its opportunities into goals. The match remained highly competitive throughout, with both sides refusing to give up. Despite a strong fightback from the hosts, Kantabanji held its nerve and finished the stipulated playing time with a 2–1 victory, sending its players and supporters into celebration. The match was witnessed by Khariar DFO Aziz Khan as the Chief Guest. Director of Mahatma Gandhi College, Khariar, Ruby Pradhan, former football player Chhabi Sagar, and young social worker Hemanta Kumar Tandi attended as Guests of Honour. They encouraged and motivated the players of both teams during the match. The match was officiated by Football Association of Odisha official referees Chhabi Nayak, Amulya Barik, Sourav Panda and Nilu Bhoi. Vedanta Pradhan handled the scoring, while Dhananjay Mallik and Nandu Sahu provided the live commentary. The tournament is being organised under the guidance of the Anup Singh Deo Memorial Football Trust. Trust President Ankit Singh Deo, Secretary Jitendra Nayak, Vice-President Prabhudatta Gaud, Treasurer Bishwaranjan Panda, along with Rupesh Tahani, Bibek Pod, Sushant Kumar Swain, Shyam Nag, Basanti Majhi, Punyatosh Mund, Deb Pradhan, Aqib Raja, Jhintu Mahapatra, Prashant Pattnaik, Niranjan Pod, Mohammad Arif, Gudu Panigrahi, Sushanu Sahu, Harihar Sahu and Deeptiranjan Satapathy extended their cooperation for the successful conduct of the tournament. With Kantabanji now through to the semi-final, football enthusiasts in Khariar are eagerly looking forward to the next crucial encounter on August 13, which promises another exciting battle on the field.
Nuapada (ନୂଆପଡ଼ା) • Report: Malaya Meher & Bhajan Lal Jagat

ମାଲ ପରିବହନକାରୀଙ୍କ ଦ୍ୱାରା ରାସ୍ତା ଅବରୋଧ ପ୍ରସଙ୍ଗ..... ବିଧାୟକ ଶ୍ରୀ ତନ୍ତୀଙ୍କ ଚିଠି ପରେ ଏନ ଏସ ପି ସି ଏଲର କାର୍ଯ୍ୟାନୁଷ୍ଠାନ ଗ୍ରହଣ
ରାଉରକେଲା ଇସ୍ପାତ କାରଖାନା ପରିସରରେ ଥିବା ଏନ ଏସ ପି ସି ଏଲରୁ ନିର୍ଗତ ବର୍ଜ୍ୟବସ୍ତୁ (ଫ୍ଲାଇ ଆସ୍ ଇତ୍ୟାଦି) ସବୁକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବା ପାଇଁ ନିୟୋଜିତ କରାଯାଇଥିବା ପରିବହନ କାରୀ ସଂସ୍ଥାମାନେ କାରଖାନା ଭିତରେ ନିଜ ନିଜ ଟ୍ରକ ଗୁଡିକୁ ଠିଆ ନକରି ଘଣ୍ଟା ଘଣ୍ଟା ଧରି ବିଶ୍ରା ଛକ-ବନ୍ଧମୁଣ୍ଡା ରାସ୍ତାରେ ଠିଆ କରୁଥିଲେ । ଫଳରେ ସେହି ମାର୍ଗ ଦେଇ ସାଧାରଣ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଆସୁଥିଲା । ଏ ସମ୍ବନ୍ଧରେ ସ୍ଥାନୀୟ ଅଞ୍ଚଳବାସୀ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଘଟଣାର ଗମ୍ଭୀରତାକୁ ହୃଦବୋଧ କରି ମାନ୍ୟବର ବିଧାୟକ ଶ୍ରୀ ତନ୍ତୀ କାରଖାନା ରୁ ନିର୍ଗତ ବର୍ଜ୍ୟବସ୍ତୁ ପରିବହନ ପାଇଁ ଆସୁଥିବା ଟ୍ରକ ଗୁଡିଜୁ ରାସ୍ତା ଉପରେ ଠିଆ ନକରି କାରଖାନା ପରିସର ଭିତରେ ନିର୍ଦ୍ଧାରିତ ପାର୍କିଂ ସ୍ଥଳରେ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଗତ ସପ୍ତାହରେ ଏନ ଏସ ପି ସି ଏଲକୁ ଚିଠି ଲେଖିଥିଲେ । ମାନ୍ୟବର ବିଧାୟକଙ୍କ ଚିଠି ପାଇବା ପରେ ଏନ ଏସ ପି ସି ଏଲ କର୍ତ୍ତୃପକ୍ଷ ଏ ସମ୍ବନ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି ।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ମୁକ୍ତିପଥ ର ନବୀକରଣ ଓ ଲୋକାର୍ପିତ
ରାଉରକେଲା: ସମାଜସେବା ଓ ବିଭିନ୍ନ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରତିବଦ୍ଧତା ଥିବା ଯୁବ ହଷ୍ଟେଲ ରାଉରକେଲା ର ଖାଲି ରାଜ୍ୟ କାହିଁକି ସମଗ୍ର ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆବଶ୍ୟକ ସ୍ଥଳେ ସ୍ବଳ୍ପ ମୂଲ୍ୟରେ ଶ୍ମଶାନ କୁ ନେବାପାଇଁ ଶବବାହକ ମୁକ୍ତିପଥ ଗାଡି ଯୋଗାଇ ଦିଆ ଯାଇଥାଏ। ଏହି କ୍ରମରେ ଆରଏସପି ର ପ୍ରାକ୍ତନ ପରିଚାଳନା ନିର୍ଦ୍ଦେଶକ ଡ ଅତନୁ ଭୈ।ମିକ ଙ୍କ ସହଧର୍ମିଣୀ ସୀମା ଦେଓ ଭୈ।ମିକ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୁରୁଣା ମୁକ୍ତିପଥ ଗାଡି କୁ ନବୀକରଣ କରାଯାଇ ସେବା ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା। ଏହାର ସମସ୍ତ ଖର୍ଚ୍ଚ ଡ ଭୈ।ମିକ ବହନ କରିଥିଲେ। ସେକ୍ଟର ୩ ସ୍ଥିତ ଯୁବ ହଷ୍ଟେଲ କାର୍ଯ୍ୟାଳୟ ଠାରେ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ଡ ଭୈ।ମିକଙ୍କ ସହ ହଷ୍ଟେଲର ସଭାପତି ପ୍ରତାପ କୁମାର ସ୍ବାଇଁ ଉପସ୍ଥିତ ରହି ଏହି ମୁକ୍ତିପଥ ଗାଡି କୁ ଲୋକାର୍ପିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ବେହେରା,ଜି ଏନ୍ ଶ୍ରୀବାସ୍ତବ,ଡି ମହାନ୍ତି,ଅମିତାଭ ଠାକୁର, ରମେଶ ପାତ୍ର,କେ ସି ପାଢ଼ୀ,ଏ ଏନ୍ ମହାନ୍ତି, ଇନ୍ଦିରା ପଟ୍ଟନାୟକ, ସୁଚିତ୍ରା ମଲ୍ଲିକ,ଏସ କେ ଦାସ,ବିଜୟ ପଣ୍ଡା,ସମରକାନ୍ତ ମଲ୍ଲିକ, ମୀନାକ୍ଷୀ ପାଢ଼ୀ, କବିତା ବିଶୋଇ, ମମତା ମିଶ୍ର, ନାରାୟଣ ମହନ୍ତ, କାମିନୀ ମହନ୍ତ,ଅସିତ କୁମାର ସ, ସରୋଜ ପଟ୍ଟନାୟକ, ଅନିର୍ବାଣ ଦତ୍ତ, ମନୋଜ ଖାନ୍,ଜେ ବେହେରା, ସୁରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଆନ୍ତଃରାଜ୍ୟ ଆପ୍ ଆଧାରିତ ସାଇବର ଠକେଇ ସିଣ୍ଡିକେଟ : ରାଉରକେଲା ପୋଲିସ୍ ଦ୍ବାରା ୪ ଅଭିଯୁକ୍ତ ଗିରଫ
ରାଉରକେଲା: ଆନ୍ତଃ ରାଜ୍ୟ ଆପ୍ ଅଧାରିତ ସାଇବର ଠକେଇ ସିଣ୍ଡିକେଟର ଚିହ୍ନଟ କରି ରାଉରକେଲା ପୋଲିସ୍ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଗୋଟିଏ ସ୍କର୍ପିଓ, ୨୪,୯୦୦ ନଗଦ ଟଙ୍କା, ୫ଟି ମୋବାଇଲ୍ ଫୋନ୍, ୫ଟି ଏଟିଏମ୍ କାର୍ଡ ଜବତ୍ କରାଯାଇଛି। ଆଜି ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ସୂଚନା ଦେଇଛନ୍ତି ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ୍ ଅଧିକାରୀ । ସୂଚନା ରାଉରକେଲା ପୋଲିସ ଓଡିଶା ଏବଂ ଝାଡଖଣ୍ଡରେ କାର୍ଯ୍ୟ କରୁଥିବା ଏକ ଆନ୍ତଃରାଜ୍ୟ ସାଇବର ଠକେଇ ନେଟୱାର୍କର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଉଦିତନଗର ଥାନାରେ ଗତ ୨୦୨୬ ଅଗଷ୍ଟ ୬ ତାରିଖରେ ରୁଜୁ ମାମଲା ନମ୍ବର ୩୨୬ର ତଦନ୍ତ ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରି ପୋଲିସ୍ ଝାଡ଼ଖଣ୍ଡର ଦେଓଘରରୁ ଆଉ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂର୍ବରୁ ଏହି ମାମଲାରେ ଉଦିତନଗର ପୋଲିସ୍ ଝାଡଖଣ୍ଡ ଗିରିଡିହ୍ ଜିଲ୍ଲାର ଜ୍ୟୋତିଷ ପ୍ରସାଦ ବର୍ମା (୨୫)ଙ୍କୁ ୭-୮-୨୦୨୬ ତାରିଖରେ ରାଉରକେଲା ସିଟି ସୁପର ବଜାର ଠାରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ପୋଲିସର ତଦନ୍ତରେ ସରକାରୀ ଯୋଜନା ଆବେଦନ (ବର୍ତ୍ତମାନର ମାମଲାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା) ଭାବରେ ଛଦ୍ମବେଶୀ କ୍ଷତିକାରକ ଏପିକେ(APK) ଫାଇଲଗୁଡ଼ିକ ସହିତ ଜଡିତ ଏକ ସୁଦୃଢ଼ କାର୍ଯ୍ୟପ୍ରଣାଳୀ ପ୍ରକାଶ ପାଇଛି, ଯାହାକୁ ପୀଡିତଙ୍କ ମୋବାଇଲ୍ ଫୋନ୍ ଏବଂ ୟୁପିଆଇ (UPI) ଆକାଉଣ୍ଟଗୁଡ଼ିକୁ ଅନଧିକୃତ ଭାବେ ମୋବାଇଲରେ ପ୍ରବେଶ ହାସଲ କରିବା ପାଇଁ ବ୍ୟବହାର କରାଯାଇଥିଲା। ଅଭିଯୁକ୍ତମାନେ ଏହା ପରେ ହଜିଯାଇଥିବା ୟୁପିଆଇ ଆକାଉଣ୍ଟ, ଏଟିଏମ୍ ଉଠାଣ ଏବଂ ବ୍ୟବସାୟୀଙ୍କ କ୍ୟୁଆର (QR) କୋଡ୍ ମାଧ୍ୟମରେ ଠକେଇ କାରବାରକୁ ସହଜ କରିଥିଲେ। ତା’ପରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଠକେଇ ଅର୍ଥର ସ୍ତର ସ୍ଥାପନ କରିଥିଲେ। ପୋଲିସ ପକ୍ଷରୁ ତୁରନ୍ତ କ୍ଷେତ୍ର କାର୍ଯ୍ୟାନୁଷ୍ଠାନ, ନିରନ୍ତର ପଚରାଉଚରା, ବୈଷୟିକ ତଦନ୍ତ ଏବଂ ସମନ୍ୱିତ ଅନୁସରଣ ମାଧ୍ୟମରେ, ପୋଲିସ ଦଳ ସଫଳତାର ସହ ନେଟୱାର୍କର ପ୍ରମୁଖ ସଦସ୍ୟମାନଙ୍କୁ ଚିହ୍ନଟ ଏବଂ ଗିରଫ କରିଥିଲେ। ପୋଲିସର ସୂଚନା ଅନୁସାରେ ଏଥିରେ ଅଭିଯୁକ୍ତଙ୍କ ୩.୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମୋଟ କାରବାର ଲିଙ୍କ୍ ହୋଇଛି। ଏହି କାରବାର ସଂଖ୍ୟା ବହୁଗୁଣ ବୃଦ୍ଧି ପାଇବାର ସମ୍ଭାବନା ଅଛି। ସମଗ୍ର ଭାରତରୁ ଅଭିଯୁକ୍ତମାନଙ୍କ ସହିତ ମୋଟ ୩୧ଟି ଅଭିଯୋଗ ବା FIR ଲିଙ୍କ୍ ହୋଇଛି, ଯେଉଁଥିରେ ୪୭ ଲକ୍ଷରୁ ଅଧିକ ଫ୍ରିଜ୍ ହୋଇଥିବା ପରିମାଣ ଅନ୍ତର୍ଭୁକ୍ତ। ବର୍ତ୍ତମାନ ମାମଲାରେ ୨୪,୯୦୦/- ନଗଦ, ୫ଟି ମୋବାଇଲ୍ ଫୋନ୍, ୫ଟି ATM କାର୍ଡ ଏବଂ ଗୋଟିଏ ସ୍କୋର୍ପିଓ ଗାଡ଼ି ଜବତ କରାଯାଇଛି। ପୋଲିସ୍ ପକ୍ଷରୁ ଅବଶିଷ୍ଟ ସଦସ୍ୟମାନଙ୍କୁ ଚିହ୍ନଟ କରିବା, ସେମାନଙ୍କର ନିର୍ଦ୍ଦିଷ୍ଟ ଭୂମିକା ନିର୍ଣ୍ଣୟ କରିବା, ସମ୍ପୂର୍ଣ୍ଣ ଟଙ୍କାର ଟ୍ରେଲ୍ ଖୋଜିବା, ଚୂଡ଼ାନ୍ତ ହିତାଧିକାରୀଙ୍କୁ ଚିହ୍ନଟ କରିବା ଏବଂ ଅପରାଧର ଅଧିକ ଅର୍ଥ ଆଦାୟ କରିବା ପାଇଁ ତଦନ୍ତ ଜାରି ରହିଛି। ସାଇବର ଅପରାଧୀଙ୍କ ବିରୁଦ୍ଧରେ ଦ୍ରୁତ, ପ୍ରଯୁକ୍ତିବିଦ୍ୟା ଚାଳିତ ସହ ବୃତ୍ତିଗତ ତଦନ୍ତ ପାଇଁ ରାଉରକେଲା ପୋଲିସ ଏହାର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି ଏବଂ ନାଗରିକମାନଙ୍କୁ ଆପ୍ଲିକେସନ୍ ଡାଉନଲୋଡ୍ କରିବା, ୟୁପିଆଇ ଏବଂ ଡିଜିଟାଲ୍ କାରବାର କରିବା ସମୟରେ ସତର୍କ ରହିବାକୁ ନିବେଦନ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ଦେଓଘର ଜିଲ୍ଲାର ସାରଥ ଥାନା ଅନ୍ତର୍ଗତ ବୋଚବନ୍ଧ ଗ୍ରାମର ବିକାଶ କୁମାର ମାଞ୍ଝି (୨୯), ପ୍ରଦୀପ କୁମାର (୨୪), ସୂରଜ କୁମାର (୨୪) ହୋଇଥିଲା ବେଳେ ମନୀଷ କୁମାର ଯାଦବ (୨୬)ଙ୍କ ଘର ଝାଡଖଣ୍ଡ ଦେଓଘର ଜିଲ୍ଲାର ମନୋହରପୁର ଥାନା ଅନ୍ତର୍ଗତ ଦହିଜୋର ଗ୍ରାମର ବୋଲି ଜଣାପଡିଛି। ପୂର୍ବରୁ ଏହି ଘଟଣାରେ ଝାଡଖଣ୍ଡ ଗିରିଡିହ୍ ଜିଲ୍ଲା ଓ ଗିରିଡିହ୍ ଥାନା ଅନ୍ତର୍ଗତ ପରଓ୍ବାତପୁରର ଜ୍ୟୋତିଷ ପ୍ରସାଦ ବର୍ମାଙ୍କୁ ରାଉରକେଲା ଉଦିତନଗର ଥାନା ଅଧିନସ୍ଥ ସିଟି ସୁପର ବଜାର ନିକଟରୁ ଏହି ମାମଲାରେ ୭.୦୮.୨୦୨୬ ତାରିଖରେ ଗିରଫ୍ କରାଯାଇ କୋର୍ଟ ପଠାଯାଇଥିଲା। ଅଭିଯୁକ୍ତମାନଙ୍କ ନିକଟରୁ ଏକ ଧଳା ରଙ୍ଗର ସ୍କୋର୍ପିଓ (S11 - ରେଜିଷ୍ଟର ନମ୍ବର JH-15AQ-7523) ସହିତ ପାଞ୍ଚଟି ଏଟିଏମ୍ କାର୍ଡ, ପାଞ୍ଚଟି ମୋବାଇଲ୍ ଫୋନ୍, ୨୪୯୦୦ ଟଙ୍କା ନଗଦ ସହ ବିଭିନ୍ନ ଏକାଉଣ୍ଟରେ ଥିବା ୪୭ ଲକ୍ଷ ଟଙ୍କା ଜବତ କରାଯାଇଛି। ପୂର୍ବରୁ ଏହି ମାମଲାରେ ପୋଲିସ ପକ୍ଷରୁ ମୋବାଇଲ୍ ଫୋନ୍, ବିଭିନ୍ନ ବ୍ୟାଙ୍କ ଏକାଉଣ୍ଟର ପାସବୁକ୍, ଚେକବୁକ୍ ସହିତ ବିଭିନ୍ନ ବ୍ୟାଙ୍କ ଡେବିଟ୍ କାର୍ଡ, ଜବତ କରାଯାଇଛି ।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଦୁଇ ଦ୍ବିଦିବସୀୟ ଏମଏସଏମଇ ସଚେତନତା କାର୍ଯ୍ୟକ୍ରମ
ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ସେଲ୍ ଏବଂ ଶାଖା ଏମଏସଏମଇ-ଡିଏଫଓ, ରାଉରକେଲାର ମିଳିତ ଆନୁକୂଲ୍ୟରେ ଅଗଷ୍ଟ ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ସେକ୍ଟର-୧୯ ସ୍ଥିତ ସିଭିକ ସେଣ୍ଟରଠାରେ ଏମଏସଏମଇ ମାନଙ୍କ ପାଇଁ ଏକ ବ୍ୟବସାୟିକ ସୁଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୁଡିକୁ ବଡ଼ ସାର୍ବଜନିକ କ୍ଷେତ୍ର ଅନୁଷ୍ଠାନ ସହିତ ଯୋଡି କ୍ରୟ ଓ ଯୋଗାଣ ସୁଯୋଗ ସମ୍ପର୍କରେ ସଚେତନ କରାଇବା। ପ୍ରଥମ ଦିନର ଉଦଘାଟନୀ ଅଧିବେଶନରେ ଶାଖା ଏମଏସଏମଇ-ଡିଏଫଓ, ରାଉରକେଲାର ସହକାରୀ ନିର୍ଦ୍ଦେଶକ ଏସ୍. କେ. ପତି ସ୍ୱାଗତ ଭାଷଣ ଦେଇଥିଲେ। ସେହି ଅନୁଷ୍ଠାନର ନିର୍ଦ୍ଦେଶକ ଡ ଏସ୍. କେ. ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରେ ସମ୍ମାନିତ ଅତିଥି ଭାବେ ଏନଏସଆଇସି, ରାଉରକେଲାର ବରିଷ୍ଠ ଶାଖା ପ୍ରବନ୍ଧକ ଦୁର୍ଗା ମାଧବ ନାୟକ ଏବଂ ସମ୍ବଲପୁର ଏସଏମଇ ଶାଖାର ଏଜିଏମ୍ ବିଶ୍ୱଜିତ ଦାସ ଯୋଗ ଦେଇଥିଲେ। ରାଉରକେଲା ଷ୍ଟିଲ ପ୍ଲାଣ୍ଟ ନିର୍ଦ୍ଦେଶକ ପ୍ରଭାରୀ ଆଲୋକ ବର୍ମା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦ୍ବୋଧନ ଦେଇ କହିଥିଲେ ଯେ ପରଷ୍ପର ସହଭାଗିତା ଆତ୍ମନିର୍ଭରଶୀଳ ଭାରତ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏଭଳି ସୁଯୋଗ କୁ ଆରଏସପି ସବୁବେଳେ ପ୍ରୋତ୍ସାହିତ କରିଆସିଛି। ଶେଷରେ ଶ୍ରୀ ପତି ଧନ୍ୟବାଦ ଅର୍ପଣ କରିଥିଲେ। ଉଦଘାଟନୀ ପରେ ସମସ୍ତ ଅତିଥିମାନେ ପ୍ରଦର୍ଶନୀ ଷ୍ଟଲ ଗୁଡିକ ପରିଦର୍ଶନ କରିଥିଲେ। ପରେ ବୈଷୟିକ ଅଧିବେଶନରେ ବ୍ୟବସାୟ ସୁଯୋଗ ଉପରେ ଆଲୋଚନା କରାଯାଇଥିଲା । ଶ୍ରୀ ପତି ଙ୍କ ସଂଯୋଜନାରେ ବିଭିନ୍ନ ଅନୁଷ୍ଠାନର ଅଧିକାରୀମାନେ ଏମଏସଏମଇ ଉଦ୍ୟୋଗୀମାନଙ୍କୁ ବ୍ୟବସାୟ ସୁଯୋଗ ସମ୍ପର୍କରେ ସୂଚନା ଦେଇଥିଲେ। ଏହି କ୍ରମରେ ଆରଏସପି ସାମଗ୍ରୀ ପରିଚାଳନା ବିଭାଗ ର ଡିଏମ ଏମ୍ ଚନ୍ଦ୍ରକୁମାର ଆରଏସପି ସହ ଏମଏସଏମଇ ମାନଙ୍କ ପାଇଁ ବ୍ୟବସାୟ ସୁଯୋଗ,ବଡମାଳ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ର ପ୍ରବନ୍ଧକ ଲଲିନ୍ଦ୍ର କୁମାର ନାୟକ ଅର୍ଡିନାନ୍ସ କାରଖାନା ସହ ଏମଏସଏମଇ ମାନଙ୍କ ପାଇଁ ବ୍ୟବସାୟ ସୁଯୋଗ, ନାଲକୋ ଭୁବନେଶ୍ୱରର ସାମଗ୍ରୀ ବିଭାଗର ମହାପ୍ରବନ୍ଧକ ଶଶି କେ ରଞ୍ଜନ ନାଲକୋ ସହ ଏମଏସଏମଇ ମାନଙ୍କ ପାଇଁ ବ୍ୟବସାୟ ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଏମଏସଏମଇ ଗୁଡିକୁ ଟେଣ୍ଡର ପ୍ରକ୍ରିୟା, ଗୁଣବତ୍ତା ମାନଦଣ୍ଡ ଏବଂ ଆରଏସପି, ଅର୍ଡିନାନ୍ସ ଫ୍ୟାକ୍ଟ୍ରି ଓ ନାଲକୋ ସହିତ ଭବିଷ୍ୟତ ବ୍ୟବସାୟ ସୁଯୋଗ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଦେଶଭକ୍ତି, ଜାତୀୟ ଏକତା, ସହିଦମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ବିଜେପିର ଲକ୍ଷ୍ୟ
ରାଉରକେଲା : ଦେଶ ମାତୃକାର ସମ୍ମାନାର୍ଥେ, ବୀର ସୈନିକଙ୍କ ସାହାସ ଓ ବଳିଦାନକୁ ସମ୍ମାନ ଜଣାଇ ବିଜେପିର ତ୍ରିରଙ୍ଗା ଶୋଭାଯାତ୍ରା ଆଜି ରାଉରକେଲା ସାଙ୍ଗଠନିକ ଜିଲ୍ଲା ତରଫରୁ ଜିଲ୍ଲା ସଭାନେତ୍ରୀ ପୁର୍ଣିମା କେରକେଟାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଥିଲା । ତ୍ରିରଙ୍ଗା ଯାତ୍ରା ରାଉରକେଲାର ବିଶ୍ରା ଛକ ଠାରୁ ଆରମ୍ଭ ହୋଇ ସ୍ଥାନୀୟ ମାର୍କେଟ ପରିକ୍ରମା କରି ପୁଣି ବିଶ୍ରା ଛକ କୁ ଫେରି ଆସିଥିଲା। ବରିଷ୍ଠ ନେତୃମଣ୍ଡଳୀ ଓ କର୍ମୀମାନେ ବିଭିନ୍ନ ସ୍ଲୋଗାନ ଦେଇ ଥିଲେ । ତ୍ରିରଙ୍ଗା ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶଭକ୍ତି ଓ ଜାତୀୟତାର ଭାବନାକୁ ଯୁବପିଢ଼ି ମଧ୍ୟରେ ଜାଗ୍ରତ କରିବା, ଜାତୀୟ ପତାକା ତ୍ରିରଙ୍ଗା ପ୍ରତି ସମ୍ମାନ ଓ ଗୌରବ ବଢ଼ାଇବା, ସ୍ୱାଧୀନତା ସଂଗ୍ରାମୀ ଓ ସହିଦମାନଙ୍କର ବଳିଦାନକୁ ସ୍ମରଣ ଓ ସମ୍ମାନ କରିବା,ଦେଶର ଏକତା, ଅଖଣ୍ଡତା ଓ ଭାଇଚାରାର ବାର୍ତ୍ତା ପହଞ୍ଚାଇବା, ଭାରତର ଏକତା ଓ ବିବିଧତାର ପ୍ରତୀକ ଭାବନାକୁ ଜନତାଙ୍କ ହୃଦୟରେ ଜାଗ୍ରତ କରିବା, ସ୍ୱାଧୀନତା ଦିବସରେ ଜନସାଧାରଣଙ୍କୁ ଜାତୀୟ ଉତ୍ସବରେ ସାମିଲ କରିବା ଏବଂ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବାର ଭାବନାକୁ ପ୍ରୋତ୍ସାହିତ କରିବା । “ତ୍ରିରଙ୍ଗା ଯାତ୍ରା କେବଳ ଏକ ଶୋଭାଯାତ୍ରା ନୁହେଁ; ଏହା ଦେଶଭକ୍ତି, ଜାତୀୟ ଏକତା, ସହିଦମାନଙ୍କ ପ୍ରତି କୃତଜ୍ଞତା ଏବଂ ଶକ୍ତିଶାଳୀ ଓ ଏକତ୍ରିତ ଭାରତ ଗଠନର ସଂକଳ୍ପର ପ୍ରତୀକ ବୋଲି ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ କେରକେଟା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରୀ ପୂର୍ଣିମା କେରକେଟାଙ୍କ ସମେତ ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଡ଼ଃ ଗୁରିନ୍ଦର ସିଂ, ଜିଲ୍ଲା ସାଧାରଣ ସମ୍ପାଦକ ରଂଜିତ ନାୟକ, ନିରଞ୍ଜନ ମହନ୍ତ, ଉପସଭାପତି ମନୋଜ ସେନାପତି, ପଦ୍ମିନୀ ଦାଶ, ଅମରେନ୍ଦ୍ର ନାଥ ଶର୍ମା, ସତ୍ୟପ୍ରିୟ ସାହୁ, କାର୍ଯ୍ୟାଳୟ ସମ୍ପାଦିକା ନିନା ଷଡଂଗୀ, ଜିଲ୍ଲା କୋଷାଧ୍ୟକ୍ଷ ସତ୍ୟ ଶର୍ମା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅବିନାଶ ବ୍ରହ୍ମ, କୃଷକ ମୋର୍ଚ୍ଚା ସଭାପତି ଅନିଲ୍ ମହନ୍ତ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ନିରଜ ଚତୁର୍ବେଦୀ, ପୂର୍ବତନ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଙ୍କୁଶ ବର୍ମା, ଅଜୟ କଂସାରି, ଜିଲ୍ଲା ଅନ୍ତର୍ଗତ ମଣ୍ଡଳ ଗୁଡିକର ସଭାପତି ମାନଙ୍କ ସମେତ ମଣ୍ଡଳ ପଦାଧିକାରୀ ବୃନ୍ଦ ଏବଂ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ତଥା ସମର୍ଥକ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ମୋଦି ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନିତୀ ବିରୁଦ୍ଧରେ ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ର ଦେଶବ୍ୟାପୀ ଆଇନ୍ ଅମାନ୍ୟ ଓ ଜେଲଭରୋ .
ରାଉରକେଲା :ସମସ୍ତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଯଥା ସି ଆଇ ଟି ୟୁ,ଏ ଆଇ ୟୁ ଟି ୟୁ ସି,ଏଚ ଏମ୍ ଏସ,ଏ ଆଇ ୟୁ ଟି ୟୁ ସି,ଏ ଆଇ ସି ସି ଟି ୟୁ,ଆଇ ଏନ୍ ଟି ୟୁ ସି, ସମସ୍ତ ସ୍ଵାଧୀନ କର୍ମଚାରୀ ଫେଡେରେସନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ର ଗତ ଜୁଲାଇ ୨୯ ତାରିଖ ଦିଲ୍ଲୀର ତାଲକୋତରା ଷ୍ଟାଡିୟମ ରେ ଅନୁଷ୍ଠିତ ଜାତୀୟ କନଭେନସନ ର ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ର ମୋଦି ସରକାର ଙ୍କ ଶ୍ରମିକ ବିରୋଧୀ ,କୃଷକ ବିରୋଧୀ ଓ ଜନ ବିରୋଧି ନିତୀ ବିରୁଦ୍ଧରେ ଦେଶ ବଂଚାଅ - ଜନତା ବଞ୍ଚାଅ ଆହ୍ଵାନରେ ଅଗଷ୍ଟ ୧୦ ତାରିଖ କ୍ରାନ୍ତି ଦିବସ ସ୍ମାରକୀ ରେ ୨୦ ଦଫା ଦାବିରେ ଆହ୍ବାନ କରାଯାଇଥିବା ଦେଶବ୍ୟାପୀ ଆଇନ୍ ଅମାନ୍ୟ ଓ ଜେଲଭରୋ ଆନ୍ଦୋଳନ ଆଜି ଅପରାହ୍ନରେ ଉଦିତ ନଗର ସ୍ଥିତ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଭା ସଂଗଠିତ କରାଯିବା ସହିତ ଆଇନ୍ ଅମାନ୍ୟ କରି ପ୍ରାୟ ୩ ଶହ ରୁ ଉର୍ଦ୍ଧ ଶ୍ରମିକ,କୃଷକ ଓ କର୍ମଚାରୀ ସମେତ ଜିଲ୍ଲାର ବିଭିନ୍ନ ନେତା ଏହି କାର୍ଯ୍ୟକ୍ରମ ରେ ସାମିଲ ହେବା ସହିତ ମୋଦି ସରକାର ଙ୍କ ଏହି ନୀତି ବିରୁଦ୍ଧରେ ନିଜର ଗିରଫଦାରୀ ଦେଇଥିଲେ। ଆଇନ୍ ଅମାନ୍ୟ ଓ ଜେଲଭରୋ ପୂର୍ବରୁ ଅନୁଷ୍ଠିତ ସଭାରେ ସି ଆଇ ଟି ୟୁ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ସଭାରେ ସି ଆଇ ଟି ୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ,ଶ୍ରୀମନ୍ତ ବେହେରା, ବସନ୍ତ ନାୟକ, ଶକୁନ୍ତଳା ମହାକୁଡ଼,ରାଜ କିଶୋର ପ୍ରଧାନ,ବି ପି ମହାପାତ୍ର, ଯଯାତି କେଶରୀ ସାହୁ, ଅଜିତ ଏକ୍କା,ଏ ଆଇ ଟି ୟୁ ସି ସାଧାରଣ ସମ୍ପାଦକ ପ୍ରଦୋଷ ମହାନ୍ତି,ସଦାନନ୍ଦ ସାହୁ,ରମେଶ ସେଠୀ, କୈଳାସ ନାୟକ,ଏଚ ଏମ୍ ଏସ ସାଧାରଣ ସମ୍ପାଦକ ଶଶଧର ନାୟକ, ପ୍ରମୋଦ ଦାସ, ସିଦ୍ଧେଶ୍ୱର ବଳ ଖଗେନ୍ଦ୍ର ବେହେରା, ଦିଗମ୍ବର ମହାନ୍ତି,ଏ ଆଇ ସି ସି ଟି ୟୁ ରାଜ୍ୟ ଉପ ସଭାପତି ଅଜିତ ନାୟକ, ଶ୍ରୀନିବାସ ସେଠୀ, ବିରେନ୍ ନାୟକ,ବିଜୟ ସାହୁ,ଏ ଆଇ ସି ସି ଟି ୟୁ ନେତା ରାଜା ମୁନ୍ନା, ସଂଯୁକ୍ତ କିଷାନ ମୋର୍ଚ୍ଚା ନେତା ସୁରେନ୍ଦ୍ର ଦାଶ,ବୁଧନୀ ମୁଣ୍ଡାରୀ, ଶାନ୍ତି ମିଞ୍ଜ, ରଜତ ମୁଣ୍ଡା ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ମୋଦି ସରକାର ବିଗତ ୧୨ ବର୍ଷ ଧରି କ୍ଷମତାରେ ରହିବା ସମୟରେ କେବଳ ଦେଶର କର୍ପୋରେଟ ସଂସ୍ଥା ଓ ପୁଞ୍ଜିପତି ମାନଙ୍କର ସ୍ବାର୍ଥ ରକ୍ଷା ପାଇଁ ବିଭିନ୍ନ ନିଷ୍ପତ୍ତି ନେଉଥିବା ବେଳେ ଦେଶର ସାଧାରଣ ଜନତା, ଶ୍ରମିକ,କୃଷକ ମାନଙ୍କ ବିରୁଦ୍ଧରେ ଆକ୍ରମଣ ଦିନକୁ ଦିନ ତୀବ୍ର କରିବାରେ ଲାଗିଛନ୍ତି। ଦେଶ ବଞ୍ଚାଅ ଜନତା ବଞ୍ଚାଅ ଦାବିରେ ଆଜିର ଆଇନ୍ ଅମାନ୍ୟ ଓ ଜେଲଭରୋ ଆନ୍ଦୋଳନ ଆହ୍ବାନ କରାଯାଇଥିଲା ବେଳେ ଆଗାମୀ ଦିନରେ ମୋଦି ସରକାର କୁ ଗାଦିଚ୍ୟୁତ କରିବା ପାଇଁ ବିଶାଳ ଆନ୍ଦୋଳନ କରାଯିବ ବୋଲି ଶ୍ରମିକ ଓ କୃଷକ ନେତାମାନେ ଚେତାବନୀ ଦେଇଥିଲେ। ୨୦ ଦଫା ଦାବିରେ ଯଥା ଶ୍ରମିକ ବିରୋଧୀ ୪ ଟି ଶ୍ରମ କୋର୍ଡ ବାତିଲ କରିବା, କୃଷକମାନଙ୍କୁ ଏମ୍ ଏସ ପି ପ୍ରଦାନ କରିବା, ମନରେଗା ଯୋଜନାରେ ବର୍ଷକୁ ୨ ଶହ ଦିନ କାମ ଓ ଦୈନିକ ୭ ଶହ ଟଙ୍କା ମଜୁରୀ ସହିତ ବି ଭି ଜି ଗ୍ରାମ ଜି ଯୋଜନା କୁ ବାତିଲ କରିବା,ବିଦ୍ୟୁତ ସଂଶୋଧନ ବିଲ୍ ପ୍ରତ୍ୟାହାର କରିବା, ଦରଦାମ ନିୟନ୍ତ୍ରଣ କରିବା,ଆଶା , ଅଙ୍ଗନବାଡି ସହିତ ସମସ୍ତ ସ୍କିମ ଶ୍ରମିକ ଙ୍କୁ ଶ୍ରମିକ ର ମାନ୍ୟତା ସହିତ ସାମାଜିକ ସୁରକ୍ଷା ଯୋଗାଇ ଦେବା, ରାଷ୍ଟ୍ରାୟତ ଉଦ୍ୟୋଗ ର ଘରୋଇକରଣ ବନ୍ଦ କରିବା,ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ନ୍ୟାୟିକ ଯାଞ୍ଚ ସହିତ ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧାନ କରିବା,ମୃତକ ଛାତ୍ର ଛାତ୍ରୀ ମାନଙ୍କ ପରିବାରବର୍ଗଙ୍କୁ କୋଟିଏ ଟଙ୍କା କ୍ଷତିପୂରଣ,ଇ-୨୦ ପେଟ୍ରୋଲ କୁ ତୁରନ୍ତ ସରକାର ବନ୍ଦ କରିବା ପ୍ରମୁଖ ସମେତ ଅନ୍ୟାନ୍ୟ ଦାବିର ଆଜିର ଏହି ଜେଲଭରୋ ଆନ୍ଦୋଳନ ସଂଗଠିତ ହୋଇଥିଲା । ବିକ୍ଷୋଭକାରୀ ମାନେ ଆଇନ୍ ଅମାନ୍ୟ କରି ନିଜର ଗିରଫଦାରୀ ଦେଇଥିଲେ। ଆଜିର ଆଇନ୍ ଅମାନ୍ୟ ଓ ଜେଲଭରୋ କାର୍ଯ୍ୟକ୍ରମ କୁ ସି ଆଇ ଟି ୟୁ ନେତା ଅଜୟ ଶର୍ମା, ଲକ୍ଷ୍ମୀଧର ନାୟକ, ବିଶ୍ଵଜିତ ମାଝୀ, ପ୍ରଭାତ ମହାନ୍ତି, ଚନ୍ଦ୍ରଭାନୁ ଦାସ, ରତ୍ନାକର ନାୟକ, ଅରୁଣ ମହାରଣା, ଅଜିତ ଦାସ, ସୁଧାଂଶୁ ଜେନା,ସମ୍ବିତ ସ୍ବାଇଁ, ସଚିନ୍ ରାୟ, ଏ ଆଇ ଟି ୟୁ ସି ନେତା ଅନୁପମ ଦତ୍ତ, ପଞ୍ଚାନନ ସୁନା,ସନ୍ତୋଷ ଲେହେରୀ,ଏଚ ଏମ୍ ଏସ ନେତା ପ୍ରଫୁଲ୍ଲ ଚରଣ ବେହେରା, ସରୋଜ କୁମାର ରାଉଳ, କଳାକାର ସାହୁ,ଏ ଆଇ ୟୁ ଟି ୟୁ ସି ନେତା ଆଲୋକ ବେହେରା, କୃଷ୍ଣ ଶର୍ମା, କୃଷକ ସଭା ନେତା ରାଜୀବ ବସନ୍ତ ରାୟ, ବିଶ୍ଵନାଥ ଲେଙ୍କା,ପ୍ରମୋଦ ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଜିଲ୍ଲାର ଗୈ।ରବ ବଢାଇଲେ ପୂର୍ଣ୍ଣେନ୍ଦୁ ଓ ଶୁଭେନ୍ଦୁ
ରାଉରକେଲା : ସୁନ୍ଦରଗଡ଼ର ମେଧାବୀ ଭ୍ରାତୃଦ୍ୱୟ ପୂର୍ଣ୍ଣେନ୍ଦୁ ଧର ଓୟୁଏଟି ୧୦୦ ପରସେଣ୍ଟାଇଲ୍ ସହ ୩ୟ ସ୍ଥାନରେ ଏବଂ ସାନଭାଇ ଶୁଭେନ୍ଦୁ ଧରଙ୍କ ଦଶମ ବୋର୍ଡରେ ୯୭ ପ୍ରତିଶତ ମାର୍କ ସହ ଅଭୂତପୂର୍ବ ସଫଳତା ପାଇ ଜିଲ୍ଲା କୁ ଗୈ।ରବାନ୍ବିତ କରିଛନ୍ତି। ସୂଚନାଯୋଗ୍ୟ ଯେ ସୁନ୍ଦରଗଡ଼ର ପିତା ଉମାଶଙ୍କର ଧର ଏବଂ ମାତା ଦିବ୍ୟଶ୍ରୀ ଧରଙ୍କ ଦୁଇଟି ଯାକ ମେଧାବୀ ପୁତ୍ର ଚଳିତ ଶିକ୍ଷାବର୍ଷର ବିଭିନ୍ନ ପ୍ରମୁଖ ବୋର୍ଡ ଏବଂ ଜାତୀୟ ଓ ରାଜ୍ୟ ସ୍ତରୀୟ ପରୀକ୍ଷାରେ ବିରଳ କୃତିତ୍ୱ ପ୍ରଦର୍ଶନ କରି ସମଗ୍ର ଅଞ୍ଚଳକୁ ଗୌରବାନ୍ୱିତ କରିଛନ୍ତି। ଦୁଇ ଭାଇଙ୍କର ଏହି ଗୌରବମୟ ସଫଳତା ବଡ଼ ଭାଇ ପୂର୍ଣ୍ଣେନ୍ଦୁ ଧରଙ୍କ ଓୟୁଏଟି ପରୀକ୍ଷା (ଓଡ଼ିଶା କୃଷି ଓ ବେଷାୟିକ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା)ରେ ସର୍ବଶ୍ରେଷ୍ଠ ୧୦୦ ପରସେଣ୍ଟାଇଲ୍ ରଖି ସମଗ୍ର ରାଜ୍ୟରେ ଯୋଗ୍ୟତା ଭିତ୍ତିରେ ୩ୟ ସ୍ଥାନ ହାସଲ କରି ସୁନ୍ଦରଗଡ଼ ଜିଲ୍ଲା ପାଇଁ ଏକ ଐତିହାସିକ ସଫଳତା ଆଣିଦେଇଛନ୍ତି। ବୋର୍ଡ ପରୀକ୍ଷାରେ ୯୮ ପ୍ରତିଶତମାର୍କ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୯୬.୪ ପ୍ରତିଶତ ମାର୍କ ରଖି ନିଜର ଶିକ୍ଷାଗତ ଶ୍ରେଷ୍ଠତା ପ୍ରତିପାଦିତ କରିଛନ୍ତି। ଜେଇଇ ଆଡଭାନ୍ସଡ୍ ଓ ନିଟ୍ ଜାତୀୟ ସ୍ତରର ଅତ୍ୟନ୍ତ କଠିନ ଇଞ୍ଜିନିୟରିଂ ଏବଂ ମେଡିକାଲ୍ ଉଭୟ ପ୍ରବେଶିକା ପରୀକ୍ଷାରେ ସେ ଉଚ୍ଚ ସ୍ଥାନ ସହ ସଫଳତା ପାଇଛନ୍ତି। ସେହିପରି ସାନ ଭାଇ ଶୁଭେନ୍ଦୁ ଧର ଦଶମ ବୋର୍ଡ ପରୀକ୍ଷାରେ ୯୭ ପ୍ରତିଶତ ମାର୍କ ହାସଲ କରି ପରିବାର ଓ ଅଞ୍ଚଳର ଗୌରବ ବଢ଼ାଇଛନ୍ତି।ଏକ ସଙ୍ଗେ ଗୋଟିଏ ପରିବାରର ଦୁଇ ଭାଇଙ୍କର ଏଭଳି ବିରଳ ଏବଂ ସର୍ବୋଚ୍ଚ ସଫଳତା ପାଇବା ପଛରେ ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ, ଏକାଗ୍ରତା, ପିତାମାତାଙ୍କର ସଠିକ୍ ସଂସ୍କାର ଓ ସହଯୋଗ ଏବଂ ଗୁରୁଜନ ମାନଙ୍କର ସଠିକ୍ ମାର୍ଗଦର୍ଶନ ରହିଛି।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ପଦ୍ମପୁରରେ ନିଃଶୁଳ୍କ କର୍କଟ ରୋଗ ନିରୂପଣ ଓ ସ୍ୱାସ୍ଥ୍ୟ ଶିବିର
ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲ ସହ ସଂପୃକ୍ତ ଜଗନ୍ନାଥ କ୍ୟାନସର ଏଡ୍ ଫାଉଣ୍ଡେସନ, ମୁମ୍ବାଇର ଆନୁକୂଲ୍ୟରେ ଫାଇଟର୍ସ ଗୃପ, ବରଗଡ଼ ଏବଂ ଟାଉନ କ୍ଲବ୍, ପଦ୍ମପୁରର ସହଯୋଗରେ ପଦ୍ମପୁର ଠାରେ ନିଶୁଳ୍କ କର୍କଟ ରୋଗ ନିରୂପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରକୁ ସାଧାରଣ ଲୋକଙ୍କର ଉତ୍ସାହ ଜନକ ସମର୍ଥନ ମିଳିଥିଲା । ଉଦ୍ଘାଟନୀ ଅବସରରେ ଟାଉନ କ୍ଲବ୍, ପଦ୍ମପୁରର ସଭାପତି ପ୍ରିତେଶ ବହିଦାର ସଭାପତିତ୍ୱ କରିଥିଲେ । ଫାଇଟର୍ସ ଗୃପର ଅଧ୍ୟକ୍ଷ ଅଶ୍ୱିନୀ ଦର୍ଜି ସମୀକ୍ଷା କରିଥିବା ବେଳେ ସଦସ୍ୟା ପ୍ରତିଭା ବାରିକ ମଞ୍ଚ ସଞ୍ଚାଳନ କରିଥିଲେ । ଶିବିରରେ ଅନୁଭବୀ କର୍କଟ ବିଶେଷଜ୍ଞ ଡା. ଦିଲୀପ କରଙ୍କ ଦ୍ୱାରା କର୍କଟ ରୋଗର ପ୍ରାରମ୍ଭିକ ନିରୂପଣ ପରୀକ୍ଷା କରାଯାଇଥିଲା । ଏହା ସହ ଅସ୍ଥିରୋଗ ବିଶେଷଜ୍ଞ ଡା. ପ୍ରବୀଣ ନାୟକ, ସାଧାରଣ ଚିକିତ୍ସକ ଡା. ସୁନୀଲ ସାହୁ, ସ୍ତ୍ରୀରୋଗ ବିଶେଷଜ୍ଞ ଡା ପ୍ରିତୀଶ ଭୋଇ, ବରଗଡ଼ କ୍ୟାନ୍ସର ୱିଙ୍ଗର ଡା. ଭକ୍ତିଭୂଷଣ ପତି ଏବଂ ଶଲ୍ୟ ବିଶେଷଜ୍ଞ ଡା. ରାକେଶ, ପଦ୍ମପୁରର ଡାକ୍ତର ଯଦୁମଣି ସାହୁଙ୍କ ଦ୍ୱାରା ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା, ପରାମର୍ଶ ଓ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା । ଫାଇଟର୍ସ ଗୃପର ଅଧ୍ୟକ୍ଷ ଅଶ୍ୱିନୀ ଦର୍ଜି ଓ ଫାଇଟର୍ସ ଗୃପର ସହଯୋଗୀ ସଦସ୍ୟ ବିଜୟ ସାହୁ, ଗୋପବନ୍ଧୁ ସିକା ଓ ଟାଉନ କ୍ଲବର ଉପ ସଭାପତି ଅଶୋକ ମିଶ୍ର, ନରେଶ ସୁନ୍ଦର ସାହୁ, ସମ୍ପାଦକ କୁନାଲ ପାଣିଗ୍ରାହୀ, ଅଖିଳ ପଟନାୟକ, ସୁବାଷ ପାତ୍ର, ସରୋଜ ମିଶ୍ର, ନରୋତ୍ତମ ପ୍ରଧାନ, ଚନ୍ଦନ ବଂଶଳ, ରମିଜ ରାଜା, ପ୍ରତାପ ନାଥ, ସରୋଜ ପାଣିଗ୍ରାହୀ, ଶ୍ରୀକାନ୍ତ ପାଣିଗ୍ରାହୀ, ଦୀନେଶ ବାରିକ, ସୁରଜ ସୁନା, ଜୋସ୍ନାରାଣୀ କର, ସୁନୀଲ ଅଗ୍ରୱାଲ, ସୁଶୀଲ ଅଗ୍ରୱାଲ, ସୁରେନ୍ଦ୍ର ସାହୁ, ସୁରେଶ ସାହୁ, ଟୁନା ଦଣ୍ଣ୍ଡସେନା, ଅକ୍ଷୟ ସାହୁ, ରୁଦ୍ର ସାହୁ, ଅମୀର ମେହେର, ସୁଧାଂଶୁ କୁମ୍ଭୀର, ବିରେନ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଶିବିର ସୁଚାରୁ ଭାବେ ପରିଚାଳିତ ହୋଇଥିଲା । ଏପରି ସ୍ୱାସ୍ଥ୍ୟମୂଳକ ପ୍ରୟାସ ଗ୍ରାମାଞ୍ଚଳରେ କର୍କଟ ସଚେତନତା ବୃଦ୍ଧି ସହ ପ୍ରାରମ୍ଭିକ ଚିହ୍ନଟକୁ ଅଧିକ ସୁଗମ କରିବ ବୋଲି ମତ ପ୍ରକାଶ ପାଇଛି । ଶିବିରରେ ପଦ୍ମପୁର ସହର ତଥା ପାଖଆଖ ଅଂଚଳ ମହିଳା ଓ ପୁରୁଷ ଚିକିତ୍ସା ପରାମର୍ଶ ଗ୍ରହଣ ସହ ଚିକିତ୍ସା ପାଇଥିଲେ । ପଦ୍ମପୁର ଟାଉନ୍ ହଲରେ ଆୟୋଜନ କରାଯାଇ ଥିବା କର୍କଟ ରୋଗ ନିରୂପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅବସରରେ ଡିସିବି ପଦ୍ମପୁର ଶାଖା ତରଫରୁ ଏହି ଶିବିରରେ ଉପସ୍ଥିତ ଥିବା ସମସ୍ତଙ୍କୁ ପାନୀୟ ଜଳ, ଫ୍ରୁଟ ଜୁସ ସହିତ ଫଳମୂଳ ବଣ୍ଟନ କରାଯାଇଥିଲା । ଏହି ଅବସରରେ ଶାଖା ପ୍ରବନ୍ଧକ ଏମ ରାଜେଶଙ୍କ ନିରୀକ୍ଷଣରେ ଉପଶାଖା ପ୍ରବନ୍ଧକ ରାଜୀବ ପଟ୍ଟନାୟକ, ଦିଲ୍ଲୀପ ଭୋଳ ଏବଂ ଅରବିନ୍ଦ ବିଶ୍ୱାଳ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ । ଏହି ଶିବିରରେ ଜିନିଥ୍ ନର୍ସିଂ କଲେଜର ଷ୍ଟାଫ୍ମାନେ ମଧ୍ୟ ସହଯୋଗ କରିଥିଲେ ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ନବନିର୍ମାଣ କୃଷକ ସଂଗଠନର ଜରୁରୀ ବୈଠକ
ଆଜି ନବନିର୍ମାଣ କୃଷକ ସଂଗଠନର ଯାଜପୁର ଜିଲ୍ଲା ସାଧାରଣ ପରିଷଦ ବୈଠକ ବରୁଆଁ ନିକଟସ୍ଥ ତାରାଦେବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂଯୋଜକ ଶ୍ରୀ ଦୁର୍ଗାପ୍ରସାଦ ଦାଶଙ୍କ ଅନୁମତି କ୍ରମେ ବରିଷ୍ଠ ଚାଷୀ ଚୋଧୁରୀ ଜେନା ସଭାପତିତ୍ୱ କରିଥିଲେ। ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସହ ସଂଯୋଜକ ନିମାଇଁ ରାୟଙ୍କ ପ୍ରାରମ୍ଭିକ ବକ୍ତବ୍ୟରେ ବର୍ତ୍ତମାନ ଚାଶିର ବିପର୍ଯ୍ୟୟ ଅବସ୍ଥା ଓ ଧାନମଣ୍ଡିରେ ପଞ୍ଜିକରଣ ସମସ୍ୟା ପ୍ରସଙ୍ଗରେ ଆଲୋକପାତ କରିଥିଲେ। ସାଂଗଠନିକ ଆଲୋଚନାକୁ ଆଗେଇ ନେଇ ପ୍ରତିଷ୍ଠାତା ଅକ୍ଷୟ କୁମାର ପ୍ରତ୍ୟେକ ସଦସ୍ୟ ଓ କର୍ମୀ ମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ଶୃଙ୍ଖଳା ସମ୍ପର୍କରେ ବୁଝାଇ କହିଥିଲେ।ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ନେତୃତ୍ୱ ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚାଷୀ ଙ୍କ ନେତୃତ୍ୱ ନେଇଥିବା ମାଧବାନନ୍ଦ ଶାନ୍ତି, ନଗେଶ ଜେନା, ଧନଞ୍ଜୟ ବିଶ୍ୱାଳ, ବଲ୍ଲଭ ଜେନା , ବ୍ରହ୍ମାନନ୍ଦ ଦାଶ, ପ୍ରଶାନ୍ତ ସ୍ୱାଇଁ, ରଙ୍ଗାଧର ଦାସ, ହରିଶ ଦଳାଇ, ଶରତ ନାୟକ, ରବିନ୍ଦ୍ର ସାହୁ, ପ୍ରଫୁଲ୍ଲ କଣ୍ଠ, ପ୍ରଫୁଲ୍ଲ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଗାମୀ ଦିନରେ ସଂଗଠନର କାର୍ଯ୍ୟକ୍ରମକୁ କିପରି ତୃଣମୂଳ ସ୍ତରରେ ମଜଭୂତ କରି ମଣ୍ଡି ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ଚାଶିଙ୍କୁ ଧାନ ବିକ୍ରୟର ସୁବିଧା ମିଳିବାର ପ୍ରଚେଷ୍ଟା ଜାରି ରହିବ ସେତିପ୍ରତି ଗୁରୁତ୍ବ ଦିଆଯିବ, ସାର , ଔଷଧ ସମସ୍ତ ଚାଶିଙ୍କୁ ମିଳିବା ଦରକାର,ଋଣଛାଡ ଉପରେ ସଂଗଠନର ଦାବିକୁ ପୁନର୍ବାର ଦୃଢ଼ୀକରଣ କରାଗଲା। ଶେଷରେ ରଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
Jajpur (ଯାଜପୁର) • ରିପୋର୍ଟ _ ନିରୋଜ କୁମାର ସେଠୀ

ନଦୀ ପଠାରେ ଫଶିଥିବା ଯୁବକ ଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହୀନି
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ଜନୈକ ଯୁବକ କାଠ ଆଣିବାକୁ ଯାଇ ନଦୀ କୁଦରେ ଫଶି ଯାଇଥିଲେ l ଅଜି ସକାଳ ସମୟରେ ଗୋବିନ୍ଦପୁର ଗ୍ରାମର ଦୁଇ ଯୁବକ ମିଥୁନ ମଲିକ୍ ଓ ଦେବାଶିଷ ଦାସ ବନ୍ୟାରେ ବ୍ରାହ୍ମଣୀ ନଦୀରେ କାଠ ଆସୁଥିବା ଜାଣି ନଦୀକୁ ଯାଇଥିଲେ I କିଛି ସମୟ ଭିତରେ ନଦୀରେ ମାତ୍ରାଧିକ ପାଣି ଆସିବାରୁ ଚତୁଃପାର୍ଶ୍ଵରେ ପାଣି ଘେରି ଯାଇଥିଲା ଓ ଦୁଇ ଜଣ ଙ୍କ ରହିଯାଇଥିଲେ । ମିଥୁନ ସାହସ କରି ପହଁରି ଆସିଥିବା ବେଳେ ଅନ୍ୟ ଜଣକ ଆସିପାରି ନଥିଲେ । କୁଦରେ ଜଣେ ରହିଯାଇଥିବା ସମ୍ପର୍କରେ ଲୋକଙ୍କୁ କହିବା ସହ ଅଗ୍ନିଶମ ବାହୀନି ଙ୍କୁ ଫୋନ କରି ଜଣାଇଥିଲେ l ଘଟଣା ସ୍ଥଳରେ ଭୁବନ ଅଗ୍ନିଶମ ବାହୀନି ପହଞ୍ଚି ବୋଟ ସାହାଯ୍ଯ ରେ ସୁରକ୍ଷିତ ସହ ଉଦ୍ଧାର କରିଥିଲେ l ଏହି ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହୀନି ର ମୁଖ୍ୟ ଅଗ୍ନି ଯୋଦ୍ଧା ସୁଶାନ୍ତ କୁମାର ରାଉତ, ଜିତେନ୍ଦ୍ର କୁମାର ସ୍ଵାଇଁ , ରାଜ କିଶୋର ମହାନ୍ତି,ମୁନା ସାହୁ, ଅଖିଲ ମୋହନ ପରିଡା, ଅଲେଖ ରାଉତ, ମାନସ ରଞ୍ଜନ ବେହେରା ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କରିଥିଲେ ।
Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ

ବାଜିରାଉତ କଲେଜ ରେ 'ତ୍ରିରଙ୍ଗା ଶୋଭାଯାତ୍ରା' ଅନୁଷ୍ଠିତ
ଢେ଼ଙ୍କାନାଳ ଜିଲ୍ଲା ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ପରିସରରେ କଲେଜ ପ୍ରଶାସନ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ମିଳିତ ଆନୁକୂଲ୍ୟରେ ଏକ ବିଶାଳ 'ତ୍ରିରଙ୍ଗା ଶୋଭାଯାତ୍ରା' ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଭୂୟାଁ ଯୋଗଦେଇ ଦେଶ ପାଇଁ ବଳିଦାନ ଦେଇଥିବା ବୀର ସହିଦମାନଙ୍କୁ ସ୍ମରଣ କରିବା ସହ 'ହର୍ ଘର୍ ତ୍ରିରଙ୍ଗା' ଅଭିଯାନର ବାର୍ତ୍ତାକୁ ସହରରୁ ଗାଁ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ସ୍ୱତନ୍ତ୍ର ଶୋଭାଯାତ୍ରାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଏନ୍.ସି.ସି. ଓ ସ୍କାଉଟ୍ର କ୍ୟାଡେଟମାନଙ୍କ ସମେତ କଲେଜର ସମସ୍ତ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏବିଭିପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଚିନ୍ମୟୀ ପ୍ରଧାନ, ଛାତ୍ରୀ ନେତ୍ରୀ ଶୁଭସ୍ମିତା ମହନ୍ତ, ଶ୍ରୀୟା ବାରିକ, ନେହା ଅଗ୍ରୱାଲା, ବର୍ଷାରାଣୀ ସାମନ୍ତରାୟ, ପ୍ରୀତି, ପୂଜା ଦାସ ଏବଂ ଛାତ୍ର ନେତା ପ୍ରଜ୍ଞାରଞ୍ଜନ ସାହୁ, ବିଶ୍ୱଜିତ୍ ବେହେରା, ପ୍ରଶାନ୍ତ ଦାଶ, ପ୍ରୀତି ରଞ୍ଜନ ସାହୁ, ସତ୍ୟଜିତ୍ ସାହୁ, ମହେଶ୍ୱର କର, ରାଜା, ରୁଦ୍ର ଦାସ, ଆଶିଷ ସାହୁ ଓ ରାଜେଶ ସାହୁଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।
Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ
