ସନ୍ତୋଷ ନନ୍ଦଙ୍କ ସହ ଦଶରଥପୁର ବନ୍ୟାଞ୍ଚଳ ପରିଦର୍ଶନ କଲେ ଭକ୍ତ ଚରଣ ଦାସ
Jajpur (ଯାଜପୁର)ରିପୋର୍ଟ: ଅନିଲ କୁମାର ଜେନା, ଯାଜପୁରAugust 11, 2026129 views

ଯାଜପୁର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ଯାଜପୁର ଗସ୍ତ ଅବସରରେ ଦଳୀୟ ନେତା ଓ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ପିସିସି ସଭାପତି ଯାଜପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦଶରଥପୁର ବ୍ଲକର ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ।
ଏହି ସମୟରେ ଯାଜପୁରର ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ କୁମାର ନନ୍ଦ ପିସିସି ସଭାପତିଙ୍କ ସହ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ। ଦଶରଥପୁର ବ୍ଲକର ବିଭିନ୍ନ ବନ୍ୟାପ୍ରପୀଡ଼ିତ ଅଞ୍ଚଳ ବୁଲି ସେଠାକାର ପରିସ୍ଥିତି ଓ ବନ୍ୟାପୀଡ଼ିତଙ୍କ ସମସ୍ୟା ସମ୍ପର୍କରେ ସେମାନେ ଅବଗତ ହୋଇଥିଲେ।
ପିସିସି ସଭାପତିଙ୍କୁ ସ୍ୱାଗତ କରିବା ଅବସରରେ ବରିଷ୍ଠ ନେତା ସନ୍ତୋଷ ନନ୍ଦଙ୍କ ସମେତ ନାରାୟଣ ସାମନ୍ତ, ଗଦାଧର ଦାସ, ବିଳାସ ରାଉତ, ବିଦ୍ୟାଧର ଜେନା, ଶ୍ରୀକାନ୍ତ ମହାନ୍ତି, ସୁଶାନ୍ତ ମିଶ୍ର, ଭାସ୍କର ମହାନ୍ତି, ବିଭୂତି ମହାପାତ୍ର, ସୁଧାଂଶୁ ଦେଓ, ସଂଗ୍ରାମ ସାହାଣୀ, ଅର୍ଜିତ ନାୟକ, ମିହିର ମହାନ୍ତି, ନକୁଳ ସାହୁ, ସାଗର ପରିଡ଼ା, ଅର୍ଣ୍ଣବ ମିଶ୍ର, କପିଳ ଦଳାଇ, ଅଧୀର ଜେନା, କନକଲତା ମଲିକ, ଆଦିତ୍ୟ ମହାନ୍ତି ଓ ଗଣେଶ ଦାସଙ୍କ ସମେତ ବହୁ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ରହି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ବନ୍ୟାଞ୍ଚଳ ପରିଦର୍ଶନ ସମୟରେ ପିସିସି ସଭାପତି ଭକ୍ତ ଚରଣ ଦାସ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ବନ୍ୟାଜନିତ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ବନ୍ୟାପୀଡ଼ିତଙ୍କ ସମସ୍ୟା ପ୍ରତି ଦଳ ପକ୍ଷରୁ ଆବଶ୍ୟକ ସହଯୋଗ ଓ ସ୍ୱର ଉତ୍ତୋଳନ କରାଯିବ ବୋଲି ଦଳୀୟ ନେତାମାନେ କହିଥିଲେ।
ପିସିସି ସଭାପତିଙ୍କ ଦଶରଥପୁର ବନ୍ୟାଞ୍ଚଳ ଗସ୍ତକୁ ନେଇ ସ୍ଥାନୀୟ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା। ବନ୍ୟାପୀଡ଼ିତଙ୍କ ଦୁର୍ଦ୍ଦଶା ସମ୍ପର୍କରେ ସଭାପତିଙ୍କୁ ଅବଗତ କରାଇବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

