ଶୀମୋରରେ ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ନୂତନ ସେବାକେନ୍ଦ୍ର ଉଦଘାଟିତ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 21, 202644 views

ଖୋର୍ଦ୍ଧା: ବେଗୁନିଆ ବ୍ଲକ ଅନ୍ତର୍ଗତ ଶୀମୋରଠାରେ ‘ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ’ର ନୂତନ ସେବାକେନ୍ଦ୍ର ଉଦଘାଟିତ ହୋଇଛି। ଏହି ନୂତନ ସେବାକେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଉଦଘାଟନ କରିବାର ସୌଭାଗ୍ୟ ମିଳିଥିବା ନେଇ ଆୟୋଜକମାନେ ଖୁସି ପ୍ରକାଶ କରିଛନ୍ତି।ନୂତନ ସେବାକେନ୍ଦ୍ର ମାଧ୍ୟମରେ ଅଞ୍ଚଳରେ ଆଧ୍ୟାତ୍ମିକତା, ଶାନ୍ତି, ସଦ୍ଭାବନା ଓ ସକାରାତ୍ମକ ଚିନ୍ତାଧାରାର ପ୍ରସାର ହୋଇପାରିବ ବୋଲି ଆଶା ପ୍ରକାଶ କରାଯାଇଛି। ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଚେତନା ବିକାଶରେ ଏହି କେନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେବ ବୋଲି ଉପସ୍ଥିତ ବ୍ୟକ୍ତିମାନେ କହିଥିଲେ।
ଏହି ଶୁଭ ଅବସରରେ ବ୍ରହ୍ମାକୁମାରୀ ଭାଇ-ଭଉଣୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ସେମାନଙ୍କର ଉପସ୍ଥିତି ଓ ସହଯୋଗ ପାଇଁ ଆୟୋଜକଙ୍କ ପକ୍ଷରୁ କୃତଜ୍ଞତା ଜଣାଯାଇଥିଲା।

