--:--:--
-- ---
Srishti News

ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକOctober 12, 202613 views
ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ
ବରଗଡ -ବରଗଡ଼ସ୍ଥିତ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟର ମନସ୍ତତ୍ତ୍ୱ ବିଜ୍ଞାନ ବିଭାଗ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଏକ ସଚେତନତାମୂଳକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଛାତ୍ରୀମାନଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ, ଆବେଗାତ୍ମକ ସନ୍ତୁଳନ ଓ ସାମଗ୍ରିକ ମାନସିକ ସୁସ୍ଥତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ନିରୋଦ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଦୈନନ୍ଦିନ ଜୀବନରେ ଚାପକୁ ସଠିକ୍ ଭାବେ ପରିଚାଳନା କରିବା, ନିଜ ଭାବନାକୁ ବୁଝିବା ଏବଂ ଆବଶ୍ୟକ ସମୟରେ ଅନ୍ୟମାନଙ୍କ ସହ ନିଜ ସମସ୍ୟା ବାଣ୍ଟିବା ଦ୍ୱାରା ମାନସିକ ସୁସ୍ଥତା ବଜାୟ ରଖିହେବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପିକା ଶ୍ରୀମତୀ ମଧୁସ୍ମିତା ନନ୍ଦ ଯୋଗଦେଇ ଛାତ୍ରୀମାନଙ୍କ ଶିକ୍ଷାଗତ ଉନ୍ନତି ସହିତ ମାନସିକ ସୁସ୍ଥତାର ସମ୍ପର୍କ ଉପରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମରେ ମନସ୍ତତ୍ତ୍ୱ ବିଜ୍ଞାନ ବିଭାଗର ଅଧ୍ୟାପିକା ଅଭିପ୍ସା ପତି ଏକ ସେମିନାର ଉପସ୍ଥାପନ କରି ମାନସିକ ସ୍ୱାସ୍ଥ୍ୟ ଓ ସାମଗ୍ରିକ ସୁସ୍ଥତାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଛାତ୍ରୀ ମିତା ସାହୁ ଓ ଅଦ୍ୱେତା ଷଡ଼ଙ୍ଗୀ ମଧ୍ୟ ସେମିନାରରେ ଅଂଶଗ୍ରହଣ କରି ମାନସିକ ସ୍ୱାସ୍ଥ୍ୟର ଆବଶ୍ୟକତା ଏବଂ ଏହାର ସୁରକ୍ଷା ସମ୍ପର୍କରେ ନିଜ ମତ ଉପସ୍ଥାପନ କରିଥିଲେ। ମନସ୍ତତ୍ତ୍ୱ ବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀମତୀ ଅର୍ପିତା ପଣ୍ଡାଙ୍କ ସଂଯୋଜନାରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ପରିଚାଳିତ ହୋଇଥିଲା। ଶେଷରେ ମନସ୍ତତ୍ତ୍ୱ ବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ନିରୁପମା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।