ତାଳଚେରରେ ମେଗା ରକ୍ତଦାନ ଶିବିର, ରକ୍ତଦାତାଙ୍କୁ ଉତ୍ସାହିତ କଲେ ବିଜେପି ନେତା ବିଭୂତି ସାହୁ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳOctober 12, 202647 views

ତାଳଚେର: ରକ୍ତଦାନ ମହତ୍ ଦାନ, ରକ୍ତଦାନ କରି ବଞ୍ଚାନ୍ତୁ ଅମୂଲ୍ୟ ଜୀବନ” ଏହି ମହତ୍ ଉଦ୍ଦେଶ୍ୟ ନେଇ ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ଗୋପବନ୍ଧୁ କଲ୍ୟାଣ ସମିତି ପକ୍ଷରୁ ତାଳଚେରସ୍ଥିତ ଜଗନ୍ନାଥ କଳା କେନ୍ଦ୍ରଠାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।
ଏହି ଶିବିରରେ ବିଜେପି ନେତା ତଥା ସମାଜସେବୀ ବିଭୂତି ସାହୁ, ବରିଷ୍ଠ ବିଜେପି ନେତା ବିଜୟ ମାଝୀ, ଯୁବ ସମାଜସେବୀ ଜଗନ୍ନାଥ ପ୍ରଧାନ, ସମିତିର ସଭାପତି ଗୌର ସାର୍, ସମ୍ପାଦକ ଭଜମନ ବେହେରାଙ୍କ ସମେତ ଅନୁଷ୍ଠାନର ସଦସ୍ୟ ଓ ବହୁ ଯୁବକ ଯୋଗଦେଇଥିଲେ।
ଏହି ଅବସରରେ ଅତିଥିମାନେ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ରକ୍ତଦାନ ଭଳି ମହତ୍ କାର୍ଯ୍ୟର ଆୟୋଜନ କରିଥିବା ଗୋପବନ୍ଧୁ କଲ୍ୟାଣ ସମିତିର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ।ରକ୍ତଦାନ ହେଉଛି ଏକ ମହାନ ମାନବୀୟ ସେବା। ଜଣେ ବ୍ୟକ୍ତିଙ୍କ ରକ୍ତଦାନ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇପାରେ। ତେଣୁ ସମାଜର ପ୍ରତ୍ୟେକ ସୁସ୍ଥ ନାଗରିକ ରକ୍ତଦାନ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଛି।
