--:--:--
-- ---
Srishti News

ଜୀବନ ବାର୍ତ୍ତା: ସଙ୍ଗତର ପ୍ରଭାବ ଓ ପରିବର୍ତ୍ତନ

Bhubaneswar (ଭୁବନେଶ୍ୱର)ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼October 12, 202628 views
ଜୀବନ ବାର୍ତ୍ତା: ସଙ୍ଗତର ପ୍ରଭାବ ଓ ପରିବର୍ତ୍ତନ
​"ପାଣିର ରୂପ ଯେମିତି ପରିସ୍ଥିତି ଅନୁସାରେ ବଦଳେ, ଜୀବନ ବି ସେମିତି ସଙ୍ଗତ ଅନୁସାରେ ଗତି କରେ" ​ପ୍ରକୃତି ଆମକୁ ସବୁବେଳେ ଜୀବନଜିଇଁବାର ସଠିକ୍ ମାର୍ଗ ଦେଖାଇଥାଏ। ଯେପରି ଗୋଟିଏ 'ପାଣି' ଅଲଗା ଅଲଗା ପରିସ୍ଥିତି ଓ ପରିବେଶରେ ନିଜର ନାମ ଓ ସ୍ୱରୂପ ବଦଳାଇଥାଏ— ​ଆକାଶରୁ ପଡ଼ିଲେ: ବର୍ଷା ​ତଳୁ ଉପରକୁ ଉଠିଲେ: ବାଷ୍ପ ​ଦେହରୁ ବହିଲେ: ଝାଳ ​ଆଖିରୁ ଗଡ଼ିଲେ: ଲୁହ ​ଠାକୁରଙ୍କ ପାଦରୁ ବହିଲେ: ପାଦୁକା ​ନଦୀରେ ପ୍ରବାହିତ ହେଲେ: ପାଣି / ଜଳ ​କଠିନ ହେଲେ: ବରଫ ​ଠିକ୍ ସେହିପରି, ମଣିଷର ଜୀବନ ମଧ୍ୟ ତା’ର ପରିବେଶ ଓ ସଙ୍ଗତ ଉପରେ ନିର୍ଭର କରେ। ଆମେ କେଉଁ ପ୍ରକାରର ମଣିଷଙ୍କ ସହ ମିଶୁଛେ, ତାହା ଆମ ଚିନ୍ତାଧାରା, ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତକୁ ନିର୍ଦ୍ଧାରଣ କରିଥାଏ। ଉତ୍ତମ ସଙ୍ଗତ ଜୀବନକୁ ସୁନ୍ଦର ଓ ସଫଳ କରିଥାଏ।