--:--:--
-- ---
Srishti News

Web News

ଚନ୍ଦୋପଲା ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ଟେଣ୍ଡର ଓ ପାଣି ପଞ୍ଚାୟତ ଗଠନ ଦାବିରେ ଘେରାଉ:  ଶତାଧିକ ଚାଷୀଙ୍କ ଗଣଧାରଣା, ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ
Aug 4, 20266 views

ଚନ୍ଦୋପଲା ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ଟେଣ୍ଡର ଓ ପାଣି ପଞ୍ଚାୟତ ଗଠନ ଦାବିରେ ଘେରାଉ: ଶତାଧିକ ଚାଷୀଙ୍କ ଗଣଧାରଣା, ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲାର ଖଡ଼ିଆଳସ୍ଥିତ ନିର୍ବାହୀ ଯନ୍ତ୍ରୀ, ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଡିଭିଜନ କାର୍ଯ୍ୟାଳୟକୁ ସୋମବାର ୟୁକ୍ତ ଅଣଜଳସେଚିତ ଜଳ ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଘେରାଉ କରାଯାଇଥିଲା। ଚନ୍ଦୋପଲା ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ଟେଣ୍ଡର ଶୀଘ୍ର ପ୍ରକାଶ କରିବା ଓ ପାଣି ପଞ୍ଚାୟତ ଗଠନରେ ହେଉଥିବା ବିଳମ୍ବକୁ ପ୍ରତିବାଦ କରି ଶତାଧିକ ଚାଷୀ ଏବଂ କମିଟି ସଦସ୍ୟ ଗଣଧାରଣାରେ ସାମିଲ ହୋଇଥିଲେ। ଆନ୍ଦୋଳନକାରୀମାନଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘଦିନ ଧରି ପ୍ରକଳ୍ପ ସମ୍ବନ୍ଧୀୟ ବିଭିନ୍ନ ପ୍ରଶାସନିକ ପ୍ରକ୍ରିୟା ଅଧରାରେ ରହିଥିବାରୁ ଚାଷୀମାନେ ଜଳସେଚନ ସୁବିଧାରୁ ବଞ୍ଚିତ ହେଉଛନ୍ତି। ବିଶେଷକରି ଚନ୍ଦୋପଲା ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟାକୁ ଶୀଘ୍ର ସମ୍ପନ୍ନ କରିବା ସହ ପାଣି ପଞ୍ଚାୟତ ଗଠନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସେମାନେ ଦାବି ଉଠାଇଥିଲେ। ସୂଚନା ଅନୁସାରେ, ପ୍ରକଳ୍ପ ଅଧୀନରେ ୯ଟି ଜୋନ ଏବଂ ୩ଟି ଉପଖଣ୍ଡ ଗଠନ କରାଯାଇଛି। ପ୍ରଥମ ଓ ଦ୍ୱିତୀୟ ଡିଭିଜନରେ ପାଣି ପଞ୍ଚାୟତ ଗଠନ ପ୍ରକ୍ରିୟା ଆଗକୁ ବଢ଼ିଥିବା ବେଳେ, ତୃତୀୟ ଡିଭିଜନର କେନ୍ଦ୍ର କମିଟି ପାଇଁ ତିନିଜଣ ସଦସ୍ୟଙ୍କ ମନୋନୟନ ପ୍ରକ୍ରିୟା ଏପର୍ଯ୍ୟନ୍ତ ସମ୍ପନ୍ନ ହୋଇନାହିଁ। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବାରୁ ତୁରନ୍ତ ମନୋନୟନ ପ୍ରକ୍ରିୟା ସମ୍ପନ୍ନ କରି ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଧାରଣାସ୍ଥଳରେ ବିଭାଗୀୟ ଅଧିକାରୀମାନେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଆଶ୍ୱାସନ ଦେଇଥିଲେ। ତେବେ ଦାବି ପୂରଣ ଦିଗରେ ଠୋସ ପଦକ୍ଷେପ ନ ନିଆଯାଏ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ସ୍ପଷ୍ଟ କରିଛନ୍ତି। ଏହି ଆନ୍ଦୋଳନକୁ ଜିଲ୍ଲା କୃଷି ଶକ୍ତି ସଂଗଠନ ପକ୍ଷରୁ ସମର୍ଥନ ଜଣାଯାଇଥିଲା। ସଂଗଠନର ଆବାହକ ସଞ୍ଜୟ ତିୱାରୀ କହିଥିଲେ ଯେ, ଚାଷୀଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ପାଇଁ ସଂଗଠନ ସଦା ସେମାନଙ୍କ ସହ ରହିବ। ଆନ୍ଦୋଳନରେ ସଂଗଠନର ସମ୍ପାଦକ ଡଃ ସିଦ୍ଧାର୍ଥ ଶଙ୍କର ମହାପାତ୍ର, ରାଜେନ୍ଦ୍ର ମହାପାତ୍ର, ଭଗତରାମ ଶବର, ଅମରେଶ ପଟ୍ଟନାୟକଙ୍କ ସମେତ ଶତାଧିକ ଚାଷୀ ଯୋଗଦେଇଥିଲେ।

Nuapada (ନୂଆପଡ଼ା)ରିପୋର୍ଟ: ଭଜନ ଲାଲ ଜଗତ ଓ କଶ୍ୟପ ଜଗତ

ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇଆରସି ଭିଲେଜ୍‌ରେ ସ୍କୁଲ ପରିଚାଳନା ସମିତି (SMC) ର ଗୁରୁତ୍ବପୂର୍ଣ୍ଣ ବୈଠକ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସଙ୍କଳ୍ପ
Aug 4, 202629 views

ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇଆରସି ଭିଲେଜ୍‌ରେ ସ୍କୁଲ ପରିଚାଳନା ସମିତି (SMC) ର ଗୁରୁତ୍ବପୂର୍ଣ୍ଣ ବୈଠକ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସଙ୍କଳ୍ପ

ଭୁବନେଶ୍ୱରସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇଆରସି ଭିଲେଜ୍ (IRC Village) ପରିସରରେ ବିଦ୍ୟାଳୟ ପରିଚାଳନା ସମିତି (School Management Committee - SMC) ର ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଶିକ୍ଷାଗତ ବାତାବରଣ, ଭିତ୍ତିଭୂମିର ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସମିତିର କର୍ମକର୍ତ୍ତା, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଏକାଠି ହୋଇ ଆଲୋଚନା କରିଛନ୍ତି। ​ଜାତୀୟ ଶିକ୍ଷା ନୀତି (NEP 2020) ଏବଂ 'ପିଏମ୍ ଶ୍ରୀ' (PM SHRI) ଯୋଜନା ଅଧୀନରେ ବିଦ୍ୟାଳୟକୁ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବେ ଗଢ଼ିତୋଳିବା ପାଇଁ ସମିତି ସଙ୍କଳ୍ପବଦ୍ଧ ହୋଇଛି। ​ସ୍କୁଲ ପରିଚାଳନା ସମିତି (SMC) ର ମୁଖ୍ୟ କାର୍ଯ୍ୟ ଓ ଦାୟିତ୍ଵ: ​ସ୍କୁଲର ଶୃଙ୍ଖଳିତ ପରିଚାଳନା ଏବଂ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ପାଇଁ SMC ର ନିମ୍ନଲିଖିତ ମୁଖ୍ୟ କାର୍ଯ୍ୟ ରହିଛି: ​ବିଦ୍ୟାଳୟ ବିକାଶ ଯୋଜନା (School Development Plan): ​ବିଦ୍ୟାଳୟର ଆଗାମୀ ୩ ବର୍ଷର ଆବଶ୍ୟକତା, ନିର୍ମାଣ ଓ ପାଠପଢ଼ା ମାନକୁ ନେଇ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା। ​ଗୁଣାତ୍ମକ ଶିକ୍ଷା ଓ ଶିକ୍ଷକ-ଛାତ୍ର ଉପସ୍ଥାନ: ​ପ୍ରତିଦିନ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ନିୟମିତ ଉପସ୍ଥାନ ଉପରେ ନଜର ରଖିବା। ​କୌଣସି ପିଲା ଯେପରି ମଝିରୁ ପାଠ ନ ଛାଡ଼ନ୍ତି (Drop-out prevention) ସେଥିପାଇଁ ଅଭିଭାବକଙ୍କ ସହ ଆଲୋଚନା କରିବା। ​ଭିତ୍ତିଭୂମି ଓ ନିରାପତ୍ତା: ​ଶ୍ରେଣୀଗୃହ, ପାଠାଗାର, ବିଜ୍ଞାନଗାର, ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ ଏବଂ ଖେଳପଡ଼ିଆର ରକ୍ଷଣାବେକ୍ଷଣ ଓ ସୁରକ୍ଷା ନିରୀକ୍ଷଣ କରିବା। ​ପୋଷଣ ଓ ସ୍ୱାସ୍ଥ୍ୟ (PM POSHAN / Mid-Day Meal): ​ମାଧ୍ୟାହ୍ନ ଭୋଜନର ଗୁଣବତ୍ତା, ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟକର ପରିବେଶ ତଦାରଖ କରିବା। ​ସରକାରୀ ଯୋଜନାର ସଫଳ ରୂପାୟନ: ​ସମଗ୍ର ଶିକ୍ଷା, ପିଏମ୍ ଶ୍ରୀ (PM SHRI) ଏବଂ ଅନ୍ୟାନ୍ୟ ସରକାରୀ ଅନୁଦାନର ସଠିକ୍ ଓ ପାରଦର୍ଶୀ ବ୍ୟବହାର ସୁନିଶ୍ଚିତ କରିବା।

Bhubaneswar (ଭୁବନେଶ୍ୱର)ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ଜନଅଭିଯୋଗର ତ୍ୱରିତ ସମାଧାନକୁ ଗୁରୁତ୍ୱ: ନୂଆପଡ଼ାରେ ଜିଲ୍ଲାପାଳ–ଏସ୍‌ପିଙ୍କ ଯୁଗ୍ମ ଶୁଣାଣି ଶିବିର
Aug 4, 20267 views

ଜନଅଭିଯୋଗର ତ୍ୱରିତ ସମାଧାନକୁ ଗୁରୁତ୍ୱ: ନୂଆପଡ଼ାରେ ଜିଲ୍ଲାପାଳ–ଏସ୍‌ପିଙ୍କ ଯୁଗ୍ମ ଶୁଣାଣି ଶିବିର

ନୂଆପଡ଼ା ସଦର ମହକୁମାସ୍ଥିତ ସଦ୍‌ଭାବନା ସଭାଗୃହରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଳ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିର ଶିବିରରେ ମୋଟ ୧୩୯ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୧୧୯ଟି ବ୍ୟକ୍ତିଗତ, ୧୯ଟି ସାମୂହିକ ଏବଂ ୧ଟି ରେଡ୍ କ୍ରସ ସମ୍ବନ୍ଧୀୟ ଆବେଦନ ରହିଥିଲା। ଶିବିରରେ ପଞ୍ଜିକୃତ ସମସ୍ତ ଅଭିଯୋଗର ଗୁରୁତ୍ୱର ସହ ଶୁଣାଣି କରି ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଅଭିଯୋଗଗୁଡ଼ିକର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ଜନସାଧାରଣଙ୍କ ସହ ସିଧାସଳଖ ସଂପର୍କ ସ୍ଥାପନ କରି ସେମାନଙ୍କ ସମସ୍ୟାର ସମାଧାନ କରିବା ପ୍ରଶାସନର ପ୍ରମୁଖ ଦାୟିତ୍ୱ। ବିଶେଷକରି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ସେ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା। ସେହିପରି ରେଡ୍ କ୍ରସ ପାଣ୍ଠିରୁ କୁରୁମପୁରୀ ଗ୍ରାମର ବେଲମତୀ ସତନାମୀଙ୍କୁ ତତ୍କାଳୀନ ସହାୟତା ସ୍ୱରୂପ ୫,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ ଖାଁ, ବନଖଣ୍ଡ ଅଧିକାରୀ (ବନ୍ୟଜନ୍ତୁ) ସମୀର ସାହୁ, ବନଖଣ୍ଡ ଅଧିକାରୀ, କେନ୍ଦୁପତ୍ର ଏ ମାଧବୀଲତା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଡେପୁଟି ଜିଲ୍ଲାପାଳ ଶେଖ ନସୀମ, ରୋଶନ ଜେନା ଏବଂ ନୂଆପଡ଼ା ବିଡିଓ ରୋହିତ ଭୋଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ଲାଇନ ବିଭାଗର ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Nuapada (ନୂଆପଡ଼ା)ବିଜୟ ବରିହା

ବିଞ୍ଝାରପୁର ମୋଗଲ ମହଲା ବାସୀ ଲଗାଣ ବର୍ଷା ରେ ହନ୍ତ ସନ୍ତ
Aug 4, 202614 views

ବିଞ୍ଝାରପୁର ମୋଗଲ ମହଲା ବାସୀ ଲଗାଣ ବର୍ଷା ରେ ହନ୍ତ ସନ୍ତ

ଯାଜପୁର ବିଞ୍ଝାରପୁର ର ଶୟଦପୁ ଗ୍ରାମ ପଞ୍ଚାୟତ ର ମୋଗଲ ମହଲା ରେ ବାସକରୁଥିବା ଲୋକେ ବହୁ ହାନ୍ତ ସନ୍ତ ସନ୍ତ ରେ କାଳତିପାତ କରୁ ଥିବାର ଆମ ଦୃଶ୍ୟ କୁ ଆସିଥିଲା , ଆମେ ଅନୁଧ୍ୟାନ କରି ଦେଖିଲୁ, ସେଠାକାର ଲୋକେ ପାଣି ଘେର ମଧ୍ୟରେ ଅଛନ୍ତି , ବିଦ୍ୟାର୍ଥୀ ମାନେ ଆଣ୍ଠୁଏ ପାଣିରେ ବିଦ୍ୟାଳୟ କୁ ଯିବାର ଦୃଶ୍ୟ ମନ୍ ହୁଏ , ସେଠାକାର ବାସିନ୍ଦା ଙ୍କ ପ୍ରତିକ୍ରିୟା ରୁ ଅବଗତ ହେଲି ଯେ ସେମାନଙ୍କ ଅଭିଯୋଗ , ଡ୍ରେନେଜ୍ ବିଭାଗ ର ଖମ ଖିଆଲି କାର୍ଯ୍ୟ ଯୋଗୁଁ ଆମ୍ଭେ ଏଭଳି ଦୁର୍ଦ୍ଦଶା ଭୋଗୁଛୁ , ତାଙ୍କର ଦାବି ଯଥାଶୀଘ୍ର ପାଣି ନିଷ୍କାସନ କରି ରାସ୍ତା ଓ ଡ୍ରେନ ର ତ୍ଵରାନିତ କରାଇଲେ ଆମ୍ଭେ ଉପକୃତ ହେବୁ , ନୋଚେତ୍ ରାଜରାସ୍ତା କୁ ଓହ୍ଲିବୁ , ଆବଶ୍ୟକ ପଡ଼ିଲେ ଭୋଟ ବର୍ଜନ କରିବୁ , ତାଙ୍କର ଦାବି ଥିଲା ପ୍ରସାସନ୍ ଏହା ତଦନ୍ତ ପରିସରକୁ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ l

Jajpur (ଯାଜପୁର)ଉଦୟ ନାଥ ଯେନା

ଚିକିଟି ପେଣ୍ଠ ଶିଶୁମନ୍ଦିର ରୋଡରେ ଜଳବନ୍ଦୀ; ଯାତାୟାତରେ ଅସୁବିଧା ବିଭିନ୍ନ ସ୍ଥାନରେ ଅବ୍ୟବସ୍ଥା
Aug 4, 202657 views

ଚିକିଟି ପେଣ୍ଠ ଶିଶୁମନ୍ଦିର ରୋଡରେ ଜଳବନ୍ଦୀ; ଯାତାୟାତରେ ଅସୁବିଧା ବିଭିନ୍ନ ସ୍ଥାନରେ ଅବ୍ୟବସ୍ଥା

ଚିକିଟି ପେଣ୍ଠ ଶିଶୁମନ୍ଦିର ରୋଡରେ ଲଗାଣ ବର୍ଷା ହେଲେ ବର୍ଷାପାଣି ଜମି ରହିଯାଉଛି ଓ ରାସ୍ତା ଉପରେ ମଧ୍ୟ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବ୍ୟାହତ ହେଉଛି। ଏହି ରାସ୍ତା ଦେଇ ଶିଶୁମନ୍ଦିରର ଛାତ୍ରଛାତ୍ରୀ,ବିଇଓ ଅଫିସ୍, ଷ୍ଟାଡିୟମ ପାଇଁ ଯୁବକ ଓ ବୟସ୍କ, ସମସ୍ତେ ଚାଲିଚାଲି କି ଗାଡ଼ିରେ ଯାତାୟାତ କରୁଥିବାବେଳେ ପାଣି ଲାଗି ହନ୍ତସନ୍ତ ହେଉଛନ୍ତି। ବିଭିନ୍ନ ଓ୍ବାଡ ଦେଇ ଯାଇଥିବା ନାଳ ଗୁଡିକରେ ବର୍ଷା ପୂର୍ବରୁ ସଫା ନ ହୋଇ ଥିବାରୁ ଆବର୍ଜନା ଜମା ହେହୋଇଯାଉଛି। ୭ନମ୍ବର ଓ୍ବାଡ ନାଳ ପାଖରେ ଥିବା ଆବର୍ଜନା କୁଣ୍ଡର ଫାଟକ ଭାଙ୍ଗି ଯାଇଥିବାରୁ ଗୋରୁଗାଈ ଓ ମାଙ୍କଡ ଆବର୍ଜନା ଟାଣିଆଣି ରାସ୍ତାରେ ଭରି କରୁଛନ୍ତି ଯା ଦ୍ଵାରା ନାଳରେ ଆବର୍ଜନା ପ୍ରବେଶ ହେବା ସହ ଦୁର୍ଗନ୍ଧ ହେଉଛି। ରଘୁନାଥ ବିହାର ରୁ ବ୍ରହ୍ମା ନଗର ବସଷ୍ଟାଣ୍ଡ ରାସ୍ତାର ନାଳ ଉପରେ ଥିବା ଛୋଟ କଲଭର୍ଟ ମରାମତି ଅଭାବରୁ ସ୍କୁଲ୍ ପିଲା ଓ ବଡ ଲୋକ ମଧ୍ୟ ପଡିଯାଇ ଆହତ ହେଉଛନ୍ତି। ଶିଶୁମନ୍ଦିରର ପାଚେରୀ ନିର୍ମାଣ ପରେ ସଠିକ୍ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ବର୍ଷାର ପାଣି ନିଷ୍କାସିତ ହୋଇପାରୁନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଫଳରେ ସାମାନ୍ୟ ବର୍ଷା ହେଲେ ମଧ୍ୟ ରାସ୍ତା ଜଳମଗ୍ନ ହୋଇପଡ଼ୁଛି। ଏଥିଯୋଗୁଁ ସ୍କୁଲକୁ ଯାଉଥିବା ଶିଶୁମାନଙ୍କ ସହ ସାଧାରଣ ପଥଚାରୀମାନେ ମଧ୍ୟ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଚିକିଟି ଏନଏସି କର୍ତ୍ତୃପକ୍ଷ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି ସହ ଆବଶ୍ୟକ ମରାମତି କାର୍ଯ୍ୟ ହାତକୁ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ସମସ୍ୟା ସମାଧାନ ପାଇଁ ରଘୁନାଥ ବିହାର ବାସିନ୍ଦା ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଜଣାଇଥିବା ପ୍ରକାଶ।

Ganjam (ଗଞ୍ଜାମ)ଚିକିଟି,ଦୁର୍ଗା ମାଧବ ମହାରଣା

ପଞ୍ଚଲିଙ୍ଗେଶ୍ୱର ମହାଦେବ ପୀଠ ରାସ୍ତା ବିପର୍ଯ୍ୟସ୍ତ
Aug 4, 202610 views

ପଞ୍ଚଲିଙ୍ଗେଶ୍ୱର ମହାଦେବ ପୀଠ ରାସ୍ତା ବିପର୍ଯ୍ୟସ୍ତ

ନୀଳଗିରି :ଓଡ଼ିଶାର ପ୍ରମୁଖ ଶୈବପୀଠ ମଧ୍ୟରେ ଅନ୍ୟତମ ପଞ୍ଚଲିଙ୍ଗେଶ୍ୱର ପୀଠକୁ ଥିବା ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଚାନ୍ଦିପୁର-ଜଳେଶ୍ୱର-ବଳଦେବପୀଠ (ପିଠାପୁର) ରାସ୍ତାଦେଇ ଯାତାୟାତରେ କଷ୍ଟ ହେଉଛି। ରାସ୍ତା ଦୁରବସ୍ଥା ଯୋଗୁଁ ଚାନ୍ଦିପୁରୀମାନେ ବାଲିମାଳରେ ସମସ୍ୟା ଭୋଗୁଥିବା ବେଳେ ବହୁ ପର୍ଯ୍ୟଟକ ମଧ୍ୟ ପ୍ରଭାବିତ ହେଉଛନ୍ତି। ଦୂରନ୍ତ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ପ୍ରକାଶ ଯେ, ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସଠାରୁ ଆରମ୍ଭ ଏବଂ ବାର୍ଷିକ ଯାତ୍ରାକୁ ନଜରରେ ରଖି ପୀଠକୁ ଆସୁଛନ୍ତି। ଚଳିତବର୍ଷ ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର ସୁଦ୍ଧା ସମୟରେ ମାଛଡ଼ିହ-ପଞ୍ଚଲିଙ୍ଗେଶ୍ୱର-ଜଳଦେବପୀଠ (ପିଠାପୁର) ରାସ୍ତାରେ ଚାଲିଚାଲି ଯାଉଥିବା ଦେଖାଯାଇଥିଲା। ମାତ୍ର ରାସ୍ତା ଦୁରବସ୍ଥା ଯୋଗୁଁ କାଉଡ଼ିଆଙ୍କ ମଧ୍ୟରେ ଅସନ୍ତୋଷ ଦେଖାକୁ ମିଳିଥିଲା। ପ୍ରଶାସନ ପଞ୍ଚଲିଙ୍ଗେଶ୍ୱର ପୀଠକୁ ସଂଯୋଗ କରୁଥିବା ମାଛଡ଼ିହ-ପଞ୍ଚଲିଙ୍ଗେଶ୍ୱର-ବଳଦେବପୀଠ ରାସ୍ତାର ଦୂରବସ୍ଥା ଯୋଗୁଁ ବହୁତ ଲୋକଙ୍କୁ କଷ୍ଟ ସହିବା, ଚାଲିବାରେ ଅସୁବିଧା ହେବା, ଏପରିକି ମହିଳା ଭକ୍ତ ପଡ଼ିଯିବା ଘଟଣା ଦେଖିବାକୁ ମିଳିଥିଲା। ଏଥିସହ ରାସ୍ତାରେ ଆଣ୍ଠୁଏ ଲେଖାଏଁ କାଦୁଅ ଯୋଗୁଁ ବହୁ ନାକେଦମ ହେବା ସହ କାଉଡ଼ିଆଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାସ୍ତାରେ ପଡ଼ି ବହୁଗୁଡ଼ିଏ ଖଦିଗୁଣ୍ଡ ହେଉଥିବାରୁ ସ୍ଥାନୀୟ ବହୁ ମାଲିକ ସଂଘ ରାସ୍ତାରେ ଯାଉଥିବା ହିଁ ବହୁ ଅତିଥିଙ୍କ କାମ ପାଇଁ ହତାଦର ସହ ରହୁଛନ୍ତି। ତେବେ ଆଗାମୀ ସୋମବାର ବେଳକୁ ପାଣି ଅବସରରେ ପ୍ରଶାସନ ଉକ୍ତ କାମନା ପ୍ରତି ତତ୍ପରତା ସହିତ ପଦକ୍ଷେପ ନେବାକୁ ଦାବି ହୋଇଛି। ପୂର୍ତ୍ତ ବିଭାଗ ଏପରିକି ଶୀଘ୍ରତାର ଦେବା କହିଛନ୍ତି, ବହୁ ଗାଡ଼ିଓ ମରାମତି କାମରେ ବର୍ଷ ବାଧକ ସାଜିଥିଲା। ଏବେ ରାସ୍ତାର ତିନ୍ତୁଳି ପଦରରୁ କାର୍ଯ୍ୟ ଆରମ୍ଭ ହେଲେ ରାସ୍ତାରେ ଜେସିବି ପଠାଯାଇଛି ବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ।

Balasore (ବାଲେଶ୍ୱର)ରିପୋର୍ଟ: ପ୍ରଭାତ କୁମାର ବାରିକ

ବେଗୁନିଆରେ ସ୍ଥାନୀୟଙ୍କୁ ନିଯୁକ୍ତି ଦାବିରେ ସରଗରମ ଜନ ଅଧିକାର ମଞ୍ଚ, ଖୁବଶୀଘ୍ର ଆନ୍ଦୋଳନ ଚେତାବନୀ
Aug 4, 202694 views

ବେଗୁନିଆରେ ସ୍ଥାନୀୟଙ୍କୁ ନିଯୁକ୍ତି ଦାବିରେ ସରଗରମ ଜନ ଅଧିକାର ମଞ୍ଚ, ଖୁବଶୀଘ୍ର ଆନ୍ଦୋଳନ ଚେତାବନୀ

ଖୋର୍ଦ୍ଧା-: ବେଗୁନିଆ ଶିଳ୍ପାଞ୍ଚଳରେ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ପ୍ରାଥମିକତା ଭିତ୍ତିରେ ନିଯୁକ୍ତି ଦେବା ଦାବିରେ ଜନ ଅଧିକାର ମଞ୍ଚ ପକ୍ଷରୁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଅଞ୍ଚଳର ବିଭିନ୍ନ ସମସ୍ୟା ସହ ସ୍ଥାନୀୟଙ୍କ ରୋଜଗାର ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଥିଲା।ବୈଠକରେ ଉପସ୍ଥିତ ସଦସ୍ୟମାନେ କହିଥିଲେ ଯେ, ଶିଳ୍ପାଞ୍ଚଳରେ ଅନେକ କମ୍ପାନୀ କାର୍ଯ୍ୟ କରୁଥିଲେ ମଧ୍ୟ ସ୍ଥାନୀୟ ଯୁବକ-ଯୁବତୀମାନେ ଆଶାନୁରୂପ ନିଯୁକ୍ତି ସୁଯୋଗ ପାଉନାହାନ୍ତି। ଏହି ପ୍ରସଙ୍ଗରେ ପ୍ରଶାସନ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଛି।ଦାବି ପୂରଣ ନହେଲେ ଖୁବଶୀଘ୍ର ଜନ ଆନ୍ଦୋଳନକୁ ଓହ୍ଲାଇବାକୁ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର

ଇଛଦା ବାବା ତପନେଶ୍ୱର ମନ୍ଦିରରେ ବିଶାଳ ବୋଲବମ ଭକ୍ତଙ୍କ ଜଳାଭିଷେକ
Aug 4, 202617 views

ଇଛଦା ବାବା ତପନେଶ୍ୱର ମନ୍ଦିରରେ ବିଶାଳ ବୋଲବମ ଭକ୍ତଙ୍କ ଜଳାଭିଷେକ

ଧାମନଗର ବ୍ଲକର ଭଗବାନପୁର ପଞ୍ଚାୟତ ଅନ୍ତର୍ଗତ ଇଛଦା ଅଞ୍ଚଳରେ ଅବସ୍ଥିତ ପ୍ରସିଦ୍ଧ ବାବା ତପନେଶ୍ୱର ମନ୍ଦିରରେ ପବିତ୍ର ଶ୍ରାବଣ ମାସ ଅବସରରେ ସୋମବାର ବିଶାଳ ବୋଲବମ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ସକାଳୁ ବୋଲବମ ଭକ୍ତମାନେ ରେବ ନଦୀ ଘାଟରେ ପହଞ୍ଚି ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରି ପବିତ୍ର ଜଳ ସଂଗ୍ରହ କରିଥିଲେ। ପରେ ପ୍ରାୟ ୧୦ କିଲୋମିଟରରୁ ଅଧିକ ପଦଯାତ୍ରା କରି ବାବା ତପନେଶ୍ୱରଙ୍କ ମନ୍ଦିରରେ ପହଞ୍ଚି ଜଳାଭିଷେକ କରିଥିଲେ। ଏହି ପୁଣ୍ୟ କାର୍ଯ୍ୟରେ ପ୍ରାୟ ଏକ ହଜାରରୁ ଅଧିକ ବୋଲବମ ଭକ୍ତ ଇଛଦା, ସରେଇ, ଚୁଡ଼ାକୁଟି, ସୋରିଷଡିହି, ଭଗବାନପୁର, ତମ୍ପଳା, ମଙ୍କିଡିଆ, ବରମପୁର, ବିଦ୍ୟାଧରପୁର ସମେତ ବିଭିନ୍ନ ଗ୍ରାମରୁ ଯୋଗଦେଇଥିଲେ। ଭକ୍ତମାନଙ୍କ ଶୃଙ୍ଖଳାବଦ୍ଧ ପଦଯାତ୍ରା ଓ ଧାର୍ମିକ ଉତ୍ସାହରେ ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶରେ ପରିଣତ ହୋଇଥିଲା। କାର୍ଯ୍ୟକ୍ରମରେ ନାରାୟଣ ଚନ୍ଦ୍ର ବଳ ଓ ସୁକାନ୍ତି ଜେନା ପ୍ରମୁଖ ଭାବେ ଅଂଶଗ୍ରହଣ କରିଥିବା ବେଳେ ନାରାୟଣ ଚନ୍ଦ୍ର ସୁତାର, ହୃଷୀକେଶ ବଳ, ଆନନ୍ଦ ମହାନ୍ତି, ଉଦ୍ଧବ ସ୍ୱାଇଁ, ମଧୁସୂଦନ ଜେନା ଓ ଉଦୟ ନାୟକଙ୍କ ସକ୍ରିୟ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।ମନ୍ଦିର ସେବା ସମିତି ଓ କର୍ମକର୍ତ୍ତାମାନଙ୍କ ପକ୍ଷରୁ ଭକ୍ତମାନଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧାର ସୁବ୍ୟବସ୍ଥା କରାଯାଇଥିବାରୁ ସମଗ୍ର କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଶୃଙ୍ଖଳିତ ପରିବେଶରେ ସମ୍ପନ୍ନ ହୋଇଥିଲା।

Bhadrak (ଭଦ୍ରକ)ରିପୋର୍ଟ : ଶିଶିର କୁମାର ସ୍ୱାଇଁ

ଟୋଲକାନି ଝଡ଼େଶ୍ୱର ବିଦ୍ୟାଳୟରେ ନିର୍ମାଣ ତ୍ରୁଟି: ଖୋଲିଲା ଠିକା ସଂସ୍ଥାର ପୋଲ୍‌:  ​ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ: ନିୟମର ଖୋଲାଖୋଲି ଉଲ୍ଲଂଘନ
Aug 4, 202627 views

ଟୋଲକାନି ଝଡ଼େଶ୍ୱର ବିଦ୍ୟାଳୟରେ ନିର୍ମାଣ ତ୍ରୁଟି: ଖୋଲିଲା ଠିକା ସଂସ୍ଥାର ପୋଲ୍‌: ​ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ: ନିୟମର ଖୋଲାଖୋଲି ଉଲ୍ଲଂଘନ

​ ​କଳିଙ୍ଗନଗର: ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଖଣିଜ ପାଣ୍ଠି  ଅନୁଦାନରେ ଚାଲିଥିବା ଶ୍ରେଣୀଗୃହ ନିର୍ମାଣ ଓ ନବୀକରଣ କାର୍ଯ୍ୟରେ ଗୁରୁତର ଦୁର୍ନୀତି, ନିମ୍ନମାନର ସାମଗ୍ରୀ ବ୍ୟବହାର ଏବଂ ସରକାରୀ ନିର୍ମାଣ ସଂହିତାର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ନେଇ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି। ପ୍ରଶାସନିକ ତଦାରଖର ଚରମ ଅବହେଳାର ଫାଇଦା ନେଇ ଠିକା ସଂସ୍ଥା ମନମୁଖୀ ଭାବେ କାର୍ଯ୍ୟ କରୁଥିବାରୁ, ଭବିଷ୍ୟତର କୋମଳମତି ଛାତ୍ରଛାତ୍ରୀଙ୍କ ସୁରକ୍ଷା ବିପଦ ମୁହଁକୁ ଠେଲି ହୋଇଯାଉଛି। ଏହାକୁ ନେଇ ସ୍ଥାନୀୟ ଅଭିଭାବକ, ଗ୍ରାମବାସୀ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ପ୍ରକାଶ ପାଇଛି।​ସୂଚନା ଅନୁସାରେ, ଦାନଗଦି ବ୍ଲକର ୧୨ ଗୋଟି ଉଚ୍ଚ ବିଦ୍ୟାଳୟର ନବୀକରଣ କାର୍ଯ୍ୟ ପାଇଁ ୧,୯୨,୦୩,୮୬୪/- (ଏକ କୋଟି ବାୟାନବେ ଲକ୍ଷ ତିନି ହଜାର ଆଠ ଶହ ଛଷଠି ଟଙ୍କା) ର ଅଟକଳ ମଞ୍ଜୁର ହୋଇଛି (ମଞ୍ଜୁରୀ ବର୍ଷ: ୨୦୨୪-୨୫)। ଏହି କାର୍ଯ୍ୟର ନିର୍ବାହୀ ସଂସ୍ଥା ଭାବେ 'ହିନ୍ଦୁସ୍ତାନ ଷ୍ଟିଲ ୱାର୍କର୍ସ କନଷ୍ଟ୍ରକ୍ସନ ଲିମିଟେଡ' ( ଏଚେ ଏସ ଏ ଲ ) କାର୍ଯ୍ୟ କରୁଛି। ଗତ ୦୧.୦୭.୨୦୨୪ ରୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ନିର୍ମାଣାଧୀନ କାମର ଗୁଣବତ୍ତା ଓ ବୈଷୟିକ ମାନଦଣ୍ଡକୁ ନେଇ ଏବେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।​ଦାନଗଦି ବ୍ଲକ ଚିତ୍ରୀ ପଞ୍ଚାୟତ ଟୋଲକାନି ଗ୍ରାମସ୍ଥିତ ପୁରାତନ ଝଡ଼େଶ୍ୱର ଉଚ୍ଚ ବିଦ୍ୟାଳୟରେ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଶ୍ରେଣୀଗୃହ ନିର୍ମାଣ ଓ ନବୀକରଣ କାମ ଚାଲିଛି। ମାତ୍ର କାର୍ଯ୍ୟସ୍ଥଳରେ ସରକାରୀ ନିର୍ମାଣ ନିୟମାବଳୀକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦିଆଯାଉଥିବା ନେଇ ଦେଖିବାକୁ ମିଳିଛି।​ରଡ୍‌ ବାନ୍ଧିବାରେ ବିପଜ୍ଜନକ ଅବହେଳା: ୱାଲ୍ ରନିଂ ବିମ୍‌ରେ ରଡ୍ ରିଙ୍ଗ୍‌ ମଧ୍ୟରେ ନିର୍ଦ୍ଧାରିତ ମାପ (୪ ରୁ ୬ ଇଞ୍ଚ) ବଦଳରେ ୧୦ ରୁ ୧୨ ଇଞ୍ଚରୁ ଅଧିକ ଦୂରତା ରଖାଯାଇଛି। ଏହା ଭୂକମ୍ପ, ବନ୍ୟା ଓ ବାତ୍ୟା ନିରୋଧୀ ବିଲ୍ଡିଂ କୋଡ୍‌ର ସମ୍ପୂର୍ଣ୍ଣ ବିପରୀତ, ଯାହା ଭବିଷ୍ୟତରେ ବିଲ୍ଡିଂ ଭୁଶୁଡ଼ିବାର ପ୍ରତ୍ୟକ୍ଷ ବିପଦ ସୃଷ୍ଟି କରୁଛି। ​ଢଳାଇରେ 'ହନିକମ୍‌' ଓ କମ୍‌ ମୋଟେଇ: ଛାତ ଓ ପ୍ଲିନ୍ଥ ଢଳାଇରେ ମୋଟେଇ ନିର୍ଦ୍ଧାରିତ ମାପଠାରୁ ଯଥେଷ୍ଟ କମ୍‌ ରହିଛି। ସଠିକ୍‌ ଭାବେ କମ୍ପାକ୍ସନ୍‌ ବ୍ୟବହାର ନହେବା ଯୋଗୁଁ ପ୍ଲିନ୍ଥ ଢଳାଇରେ 'ହନିକମ୍‌' (ବାୟୁ ଶୂନ୍ୟତା ଓ ଗାତ) ଭଳି ବିପଜ୍ଜନକ ତ୍ରୁଟି ଦେଖାଦେଇଛି।ଠିକାଦାର ​ନିମ୍ନମାନର ସାମଗ୍ରୀ ବ୍ୟବହାର କରୁଥିବା ସାଧାରଣ ରେ ହେଉଛି ଅଭିଯୋଗ। ସ୍କୁଲ ଗୃହ ନିର୍ମାଣ ସ୍ଥଳରେ ଅସଜଡ଼ା ଭାବେ ନିମ୍ନମାନର, ସହଜରେ ଭାଙ୍ଗିଯାଉଥିବା ଫ୍ଲାଇ-ଆସ୍ ସିମେଣ୍ଟ ଇଟା ଏବଂ ମାଟି ମିଶା ଅପରିଷ୍କାର ଗୋଡ଼ି ଓ ବାଲି ବ୍ୟବହାର କରାଯାଉଥିବା ଅଭିଭାବକମାନେ ପ୍ରତ୍ୟକ୍ଷ ଦେଖି ଅଭିଯୋଗ କରିଛନ୍ତି। ​ଯନ୍ତ୍ରୀ ଓ ପ୍ରଶାସନର ଅନୁପସ୍ଥିତିର ସୁଯୋଗ ନେଇ ସମ୍ପୃକ୍ତ ଠିକାଦାର ମନ ମାନି ବଢ଼ି ଚାଲୁଛି। ନିର୍ମାଣ ଧୀନ ସ୍କୁଲ ଗୃହର ସ୍ଥାଇତ୍ୱ ନେଇ ଉଠୁଛି ପ୍ରଶ୍ନବାଚୀ !ସାଧାରଣ ରେ ଅଭିଯୋଗ ପରେ ବି କାର୍ଯ୍ୟ ସ୍ଥଳରେ ବିଭାଗୀୟ ଅଧିକାରୀ ଙ୍କ ଅନୁପସ୍ଥିତ ଅଭିଯୋଗ ପରେକାର୍ଯ୍ୟ ହାତେଇଥିବା ଠିକାଦାର ବିଭାଗୀୟ ଅଧିକାରୀ ଙ୍କ ଅସାଧୁ ମେଣ୍ଟ ନେଇ ବଢ଼ିଲା ସନ୍ଦେହ। ​ନିୟମାନୁସାରେ ଜିଲ୍ଲା ଖଣିଜ ପାଣ୍ଠିରୁ ହେଉଥିବା ସମସ୍ତ ନିର୍ମାଣ କାର୍ଯ୍ୟର ବ୍ଲକ ଶିକ୍ଷା ବିଭାଗ, ବିଭାଗ ର କନିଷ୍ଠ ଯନ୍ତ୍ରୀ  ଓ ବିହଗୀୟ ଅଧିକାରୀ  ଦ୍ୱାରା ନିୟମିତ ବୈଷୟିକ ଅନୁଧ୍ୟାନ ଓ ତଦାରଖ କରାଯିବା କଥା। ମାତ୍ର କୌଣସି ଅଧିକାରୀଙ୍କ ନିୟମିତ ତଦାରଖ ନଥିବାରୁ ଠିକା ସଂସ୍ଥା ମନମୁଖୀ ଭାବେ ନିମ୍ନମାନର କାମ କରି ଚାଲିଥିବା ଅଭିଯୋଗ ହୋଇଛି। ​"ଛାତ୍ରଛାତ୍ରୀଙ୍କ ସୁରକ୍ଷା ସହ କୌଣସି ପ୍ରକାର ଆପୋଷ ବରଦାସ୍ତ କରାଯିବ ନାହିଁ।"ଆବଶ୍ୟକ ହେଲେ ତ୍ରୁଟିପୂର୍ଣ୍ଣ ନିର୍ମାଣକୁ ସମ୍ପୂର୍ଣ୍ଣ ଭାଙ୍ଗି ପୁନର୍ବାର ଉଚ୍ଚ ମାନର କାମ କରିବା ସହ ଦୋଷୀ ଠିକା ସଂସ୍ଥା ଓ ଦାୟିତ୍ୱହୀନ ଯନ୍ତ୍ରୀଙ୍କ ବିରୋଧରେ ଦୃଢ଼ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ​କୋମଳମତି ଶିଶୁଙ୍କ ଜୀବନ ଓ ଭବିଷ୍ୟତ ସହ ଖେଳାଯାଉଥିବା ବେଳେ ସରକାରୀ ଅର୍ଥର ସୁବିନିଯୋଗ ନେଇ ଉଠିଥିବା ଏହି ଅଭିଯୋଗ ଉପରେ ଯାଜପୁର ଜିଲ୍ଲା ପ୍ରଶାସନ କେବେ ଏବଂ କିଭଳି କଠୋର ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା।

Jajpur (ଯାଜପୁର)ରିପୋର୍ଟ: ଅନିଲ କୁମାର ଜେନା

ଜିନ୍ଦଲ ଷ୍ଟେନଲେସ୍ ପକ୍ଷରୁ କୁମ୍ଭିରଗାଡିଆରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ   ୩୦୦ରୁ ଅଧିକ ଗ୍ରାମବାସୀ ମାଗଣା ବିଶେଷଜ୍ଞ ଡାକ୍ତରୀ ପରାମର୍ଶ, ନିଦାନାତ୍ମକ ପରୀକ୍ଷା ଓ ଔଷଧ ସେବା ପାଇଲେ।
Aug 4, 202611 views

ଜିନ୍ଦଲ ଷ୍ଟେନଲେସ୍ ପକ୍ଷରୁ କୁମ୍ଭିରଗାଡିଆରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ ୩୦୦ରୁ ଅଧିକ ଗ୍ରାମବାସୀ ମାଗଣା ବିଶେଷଜ୍ଞ ଡାକ୍ତରୀ ପରାମର୍ଶ, ନିଦାନାତ୍ମକ ପରୀକ୍ଷା ଓ ଔଷଧ ସେବା ପାଇଲେ।

ଯାଜପୁର, ଗ୍ରାମାଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ସୁଯୋଗ ବୃଦ୍ଧି କରିବା ଲକ୍ଷ୍ୟରେ ଜିନ୍ଦଲ ଷ୍ଟେନଲେସ୍‌ର ସିଏସ୍ଆର (CSR) ଶାଖା ଜିନ୍ଦଲ ଷ୍ଟେନଲେସ୍ ଫାଉଣ୍ଡେସନ୍ ଯାଜପୁର ଜିଲ୍ଲାର କୁମ୍ଭୀରଗଡ଼ିଆ ଗ୍ରାମରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲା। ଏହି ଶିବିରରେ ଟିକର, କୁମ୍ଭୀରଗଡ଼ିଆ, ଜଗାଡ଼ିହି ଏବଂ ଦାମୋଦରପୁର ଅଞ୍ଚଳର ପ୍ରାୟ ୩୧୦ ଜଣ ଗ୍ରାମବାସୀ ମାଗଣାରେ ସମନ୍ୱିତ ସ୍ୱାସ୍ଥ୍ୟସେବାର ସୁବିଧା ପାଇଥିଲେ। ଶିବିରରେ ଗ୍ରାମବାସୀଙ୍କୁ ବିଶେଷଜ୍ଞ ଡାକ୍ତରୀ ପରାମର୍ଶ, ନିଦାନାତ୍ମକ ଲାବରେଟୋରୀ ପରୀକ୍ଷା ଏବଂ ଆବଶ୍ୟକ ଔଷଧ ଯୋଗାଇ ଦିଆଯାଇଥିଲା, ଯାହା ଫଳରେ ସେମାନେ ନିଜ ଘର ନିକଟରେ ହିଁ ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିଥିଲେ। ଜେନେରାଲ ମେଡିସିନ୍, ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସୂତି ରୋଗ ଏବଂ ଚକ୍ଷୁ ରୋଗ ବିଭାଗର ଚାରିଜଣ ବିଶେଷଜ୍ଞ ଡାକ୍ତରଙ୍କ ସହ ଅଭିଜ୍ଞ ପାରାମେଡିକାଲ୍ କର୍ମଚାରୀମାନେ ବିଭିନ୍ନ ବୟସ ବର୍ଗର ରୋଗୀଙ୍କୁ ପରାମର୍ଶ, ରୋଗ ନିର୍ଣ୍ଣୟ, ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରିଥିଲେ। ଏହି ପଦକ୍ଷେପ ଜିନ୍ଦଲ ଷ୍ଟେନଲେସ୍‌ର ‘ନିରାମୟ’ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଏକ ଅଂଶ, ଯାହା ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ସୁବିଧାକୁ ସୁଦୃଢ଼ କରିବା ଏବଂ କମ୍ପାନୀର ଆଖପାଖ ଅଞ୍ଚଳର ସମୁଦାୟମାନଙ୍କ ମୌଳିକ ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ କରିବା ଉଦ୍ଦେଶ୍ୟରେ ପରିଚାଳିତ ହେଉଛି। ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ହସ୍ତକ୍ଷେପ ମାଧ୍ୟମରେ କମ୍ପାନୀ ସ୍ଥାନୀୟ ସମୁଦାୟର ସ୍ୱାସ୍ଥ୍ୟ ଓ କଲ୍ୟାଣ ବୃଦ୍ଧି ପାଇଁ ନିରନ୍ତର କାର୍ଯ୍ୟ କରୁଛି। ସମ୍ପ୍ରଦାୟ ସ୍ୱାସ୍ଥ୍ୟ ପ୍ରତି କମ୍ପାନୀର ଦାୟିତ୍ୱବୋଧ ବିଷୟରେ ଜିନ୍ଦଲ ଷ୍ଟେନଲେସ୍, ଯାଜପୁରର ୟୁନିଟ୍ ହେଡ୍ ଶ୍ରୀ ଦୀପକ ଅଗ୍ରୱାଲ କହିଛନ୍ତି, “ଜିନ୍ଦଲ ଷ୍ଟେନଲେସ୍‌ରେ ସମୁଦାୟର କଲ୍ୟାଣ ଆମର ଦାୟିତ୍ୱପୂର୍ଣ୍ଣ ଅଭିବୃଦ୍ଧି ଦୃଷ୍ଟିକୋଣର ଏକ ଅଭିନ୍ନ ଅଂଶ। ‘ନିରାମୟ’ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ପଡ଼ୋଶୀ ସମୁଦାୟମାନଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ପହଞ୍ଚ ବୃଦ୍ଧି କରିବା ଏବଂ ସ୍ୱାସ୍ଥ୍ୟସେବାର ମୁଖ୍ୟ ଅଭାବଗୁଡ଼ିକୁ ଦୂର କରିବା ପାଇଁ ପ୍ରତିବଦ୍ଧ। ଏହି ଶିବିରର ସଫଳତା ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାର ଗୁରୁତ୍ୱକୁ ପୁଣିଥରେ ପ୍ରମାଣିତ କରିଛି ଏବଂ ଆଗାମୀ ଦିନରେ ମଧ୍ୟ ସମୁଦାୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୀର୍ଘସ୍ଥାୟୀ ଓ ସକାରାତ୍ମକ ପ୍ରଭାବ ସୃଷ୍ଟି କରୁଥିବା ପଦକ୍ଷେପଗୁଡ଼ିକରେ ଆମେ ନିବେଶ ଜାରି ରଖିବୁ।” ନିଜର ସିଏସ୍ଆର କାର୍ଯ୍ୟକ୍ରମ ଅଧୀନରେ ଜିନ୍ଦଲ ଷ୍ଟେନଲେସ୍ ହୁଡିସାହି, ଦାନଗଦିରେ ଅବସ୍ଥିତ ତାହାର ଷ୍ଟାଟିକ୍ ହେଲ୍ଥ କ୍ଲିନିକ୍ ମାଧ୍ୟମରେ ଆଖପାଖର ୧୫ଟି ଗ୍ରାମକୁ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛି। ଏହା ସହିତ ମୋବାଇଲ୍ ହେଲ୍ଥକେୟାର ୟୁନିଟ୍ ନିୟମିତ ଭାବେ ଦୁର୍ଗମ ଅଞ୍ଚଳରେ ପହଞ୍ଚି ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛି। କମ୍ପାନୀ ବର୍ଷ ସାରା ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ ଜନସ୍ୱାସ୍ଥ୍ୟ ବିଷୟକ ସଚେତନତା ଅଭିଯାନ ମଧ୍ୟ ଆୟୋଜନ କରୁଛି। ଏହା ପୂର୍ବରୁ ସୁକିନ୍ଦା ବ୍ଲକ୍‌ର ବାମ୍ବିଲୋ ଏବଂ ଦାମୋଦରପୁର ଗ୍ରାମରେ ଆୟୋଜିତ ସମାନ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ପ୍ରାୟ ୭୦୦ ଜଣ ଗ୍ରାମବାସୀ ଉପକୃତ ହୋଇଥିଲେ। ସ୍ୱାସ୍ଥ୍ୟ ଶିବିରକୁ କୁମ୍ଭୀରଗଡ଼ିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ବିନୋଦ କୁମାର ଦଳେଇ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସ୍ଥାନୀୟ ପ୍ରତିନିଧି ଶ୍ରୀ ଲକ୍ଷ୍ମୀବଲ୍ଲଭ ସାମଲ, ଶ୍ରୀ ପ୍ରଶାନ୍ତ କୁମାର ଜେନା ଓ ଶ୍ରୀ ବଳରାମ ଆଇଚ, ଏବଂ ଜିନ୍ଦଲ ଷ୍ଟେନଲେସ୍‌ର ସିଏସ୍ଆର ବିଭାଗର ଶ୍ରୀ ସୁକାନ୍ତ ରଥ ଉପସ୍ଥିତ ଥିଲେ। କୁମ୍ଭୀରଗଡ଼ିଆର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସଦସ୍ୟାମାନେ ଏବଂ ଜିନ୍ଦଲ ଷ୍ଟେନଲେସ୍ ଫାଉଣ୍ଡେସନ୍ ପରିଚାଳିତ ଟେଲରିଂ କେନ୍ଦ୍ରର ପ୍ରଶିକ୍ଷାର୍ଥୀମାନେ ମଧ୍ୟ ଉତ୍ସାହର ସହ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ନିୟମିତ ସ୍ୱାସ୍ଥ୍ୟ ଶିବିର, ଷ୍ଟାଟିକ୍ କ୍ଲିନିକ୍, ମୋବାଇଲ୍ ହେଲ୍ଥକେୟାର ୟୁନିଟ୍ ଏବଂ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଜିନ୍ଦଲ ଷ୍ଟେନଲେସ୍ ତାହାର ଆଖପାଖ ଗ୍ରାମଗୁଡ଼ିକରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଗୁଣାତ୍ମକ ଚିକିତ୍ସା ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛି।

Jajpur (ଯାଜପୁର)ରିପୋର୍ଟ: ଅନିଲ କୁମାର ଜେନା

ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ: 'ଗ୍ରୋ ଟୁଗେଦର୍' ପକ୍ଷରୁ ତାରାଝରାରେ ମଶାରୀ ବଣ୍ଟନ
Aug 4, 202617 views

ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ: 'ଗ୍ରୋ ଟୁଗେଦର୍' ପକ୍ଷରୁ ତାରାଝରାରେ ମଶାରୀ ବଣ୍ଟନ

କଳିଙ୍ଗନଗର ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ତାରାଝରା ଗ୍ରାମରେ 'ଗ୍ରୋ ଟୁଗେଦର୍' ସଂଗଠନ ପକ୍ଷରୁ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ସହ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଛି। ବର୍ଷା ଋତୁରେ ମଶାବାହିତ ରୋଗ ଯଥା ଡେଙ୍ଗୁ, ମ୍ୟାଲେରିଆ ଓ ଅନ୍ୟାନ୍ୟ ସଂକ୍ରାମକ ରୋଗରୁ ଗ୍ରାମବାସୀଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଗ୍ରାମବାସୀଙ୍କୁ ମଶାବାହିତ ରୋଗରୁ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ପରାମର୍ଶ ଦିଆଯିବା ସହ ସେମାନଙ୍କୁ ମଶାରୀ ବଣ୍ଟନ କରାଯାଇଥିଲା, ଯାହାଦ୍ୱାରା ସେମାନେ ମଶା କାମୁଡ଼ାରୁ ସୁରକ୍ଷିତ ରହିପାରିବେ। ଏହି ସେବାମୂଳକ କାର୍ଯ୍ୟକ୍ରମର ନେତୃତ୍ୱ ସନ୍ତୋଷ ହାଇବ୍ରୁ, ରାମହରି ଜାମୁଦା, ସୁଭାଷିଷ ଜାମୁଦା ଏବଂ ସିକନ୍ଦର ଜାମୁଦା ନେଇଥିଲେ। ସେମାନଙ୍କ ନେତୃତ୍ୱରେ ସଂଗଠନର ସଦସ୍ୟମାନେ ଗ୍ରାମବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ପହଞ୍ଚାଇବା ସହ ମଶାରୀ ବଣ୍ଟନ କରିଥିଲେ। 'ଗ୍ରୋ ଟୁଗେଦର୍' ସଂଗଠନର ଏହି ଜନହିତକର ପଦକ୍ଷେପକୁ ତାରାଝରା ଗ୍ରାମବାସୀ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ପ୍ରଶଂସା କରିଥିବା ବେଳେ, ଆଗାମୀ ଦିନରେ ମଧ୍ୟ ଏଭଳି ସାମାଜିକ ଓ ସ୍ୱାସ୍ଥ୍ୟ ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।i

Jajpur (ଯାଜପୁର)ଅନିଲ କୁମାର ଜେନା ଙ୍କ ରିପୋର୍ଟ କଳିଙ୍ଗନଗର

NH-143 ମରାମତି ପାଇଁ 5 ଦିନର ଅଲଟିମେଟମ୍, ନହେଲେ ରାସ୍ତାରୋକ୍.
Aug 4, 202611 views

NH-143 ମରାମତି ପାଇଁ 5 ଦିନର ଅଲଟିମେଟମ୍, ନହେଲେ ରାସ୍ତାରୋକ୍.

ଆଜି ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଜୋସେଫ ତିର୍କ ଏବଂ କଂଗ୍ରେସ ନେତାମାନଙ୍କ ସହ ବୀରମିତ୍ରପୁର ଥାନାକୁ ଯାଇ ବୀରମିତ୍ରପୁର ଥାନା ଅଧିକାରି ରାମ ପ୍ରସାଦ ନାଗ ଙ୍କ ସହ NH-143 ର ବିପଦପୂର୍ଣ୍ଣ ଅବସ୍ଥା ସମ୍ବନ୍ଧରେ ଆଲୋଚନା କରିଥିଲେ। ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ଙ୍କ ସହ ଫୋନେ ମଧ୍ୟରେ ଏହି ବାବଦରେ ଅବଗତ କରିଥିଲେ ବିଧାୟକ | ବିଧାୟକ କହିଲେ, "ତଲସେରା ଠାରୁ ବର୍ଡର ପର୍ଯ୍ୟନ୍ତ NH-143 ରେ ପ୍ରତିଦିନ ଧୂଳି ଉଡୁଛି, ଗାତ ରହିଛି ଏବଂ ଦୁର୍ଘଟଣା ବଢୁଛି। NHAI ର ଅବହେଳା ଯୋଗୁଁ ଲୋକମାନେ ଅତ୍ୟନ୍ତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।" ସେ NHAI କୁ 5 ଦିନର ସମୟ ଦେଇଛନ୍ତି। ଯଦି 5 ଦିନ ମଧ୍ୟରେ ମରାମତି କାର୍ଯ୍ୟ ଆରମ୍ଭ ନହୁଏ, ତେବେ ବୀରମିତ୍ରପୁର ବିଧାୟକଙ୍କ ନେତୃତ୍ୱରେ ସ୍ଥାନୀୟ ନାଗରିକମାନେ ଗଣତାନ୍ତ୍ରିକ ଉପାୟରେ NH ରାସ୍ତାରୋକ୍ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ସମୟରେ ବିଧାୟକ ଙ୍କ ସହ ବିଧାୟକ ପ୍ରାର୍ଥନିଧି ଶଶି ସାଗର, ମହେଶ ସାହୁ, ବିଜେଡ଼ି ନଗର ସଭାପତି କୁନା ଦେଓ, କଂଗ୍ରେସ ନେତା ବିକ୍ରମ ପଟ୍ଟନାୟକ, ଯୁବ ନେତା ପ୍ରମୋଦ ବୁଡ଼ା, ଜାନୁ ଏବଂ ଅନନ୍ୟା ଜନସାଧାରଣ ମାନେ ଉପସ୍ଥିତ ଥିଲେ |

Rourkela (ରାଉରକେଲା)ବୀରମିତ୍ରପୁର ରୁ ଗଣପତି ଦାଶ ଙ୍କ ରିପୋର୍ଟ