Web News

ସାଉଥ୍ ଇବଲଣ୍ଡାରେ ମନମାନି ଗଛକଟା ଅଭିଯୋଗ, ତଦନ୍ତ ଦାବି
ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ଅଞ୍ଚଳରେ ବେଧଡକ ଗଛକଟାକୁ ନେଇ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି। ଓଆସରି ଛକଠାରୁ ବଲଣ୍ଡା ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତାକଡ଼ରେ ଥିବା ବହୁ ଗଛ କାଟି ଦିଆଯାଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟଙ୍କ କହିବାନୁସାରେ, ଦୀର୍ଘଦିନ ଧରି ଏହି ଗଛଗୁଡ଼ିକ ଯାତାୟାତକାରୀଙ୍କ ପାଇଁ ଛାଇର ଆଶ୍ରୟସ୍ଥଳ ପାଲଟିଥିଲା। ବିଶେଷକରି ଖରାଦିନେ ଲୋକେ ଗଛମୂଳରେ କିଛି ସମୟ ବିଶ୍ରାମ ନେଉଥିଲେ। ଏବେ ବହୁ ଗଛ କଟାଯିବା ପରେ ପରିବେଶ ସହ ଲୋକଙ୍କ ସୁବିଧା ମଧ୍ୟ ପ୍ରଭାବିତ ହୋଇଛି। ତେବେ କାହା ଅନୁମତିରେ ଏହି ଗଛକଟା ହୋଇଛି? ଏହାକୁ ନେଇ ପ୍ରଶ୍ନ ଉଠିଛି। ଗଛକଟା ପାଇଁ ଆବଶ୍ୟକ ସରକାରୀ ଅନୁମତି ନିଆଯାଇଥିଲା କି ନାହିଁ ଏବଂ ଯଦି ଅନୁମତି ମିଳିଥିଲା, ତେବେ କେଉଁ ବିଭାଗ ପକ୍ଷରୁ ଏହା ଦିଆଯାଇଥିଲା—ତାହା ସ୍ପଷ୍ଟ କରିବାକୁ ଦାବି ହୋଇଛି। ଅନ୍ୟପକ୍ଷରେ, ଘଟଣାର ତୁରନ୍ତ ତଦନ୍ତ କରି ଗଛକଟାର ବାସ୍ତବ କାରଣ, ଅନୁମତି ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆଣିବାକୁ ସ୍ଥାନୀୟମାନେ ବନ ବିଭାଗ ଓ ପ୍ରଶାସନ ନିକଟରେ ଦାବି କରିଛନ୍ତି। ସରକାର ଏକପଟେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଥିବାବେଳେ ଅନ୍ୟପଟେ ଏଭଳି ଗଛକଟା ଅଭିଯୋଗ ଚିନ୍ତାର ବିଷୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆବଶ୍ୟକ ଆଇନଗତ ପଦକ୍ଷେପ ସହ କଟାଯାଇଥିବା ଗଛ ବଦଳରେ ନୂଆ ଚାରାରୋପଣ କରିବାକୁ ମଧ୍ୟ ଦାବି ହୋଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଆଳି,ପଟ୍ଟାମୁଣ୍ଡାଇ,ରାଜକନିକା ବନ୍ୟା ପରିଦର୍ଶନ ରେ ରାଜ ନେତା ଙ୍କ ସହ ସମାଜ ସେବୀ ଅକ୍ଷୟ ସାମଲ
ପଟ୍ଟାମୁଣ୍ଡାଇ ,ରାଜକନିକା ଏବଂ ଆଳି ବ୍ଲକ ରେ ବନ୍ୟା ବହୁତ୍ କିଛି ଖେୟ କ୍ଷତି କରିଅଛି,ବନ୍ୟାରେ ଲୋକ ମାନଙ୍କ ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ ଦେବା ସହିତ ଗାଈ ଗୋରୁ ମାନଙ୍କୁ ଉଚ୍ଚ ଜାଗାକୁ ନେବା ଲୋକ ମାନଙ୍କ ମଧ୍ୟରେ ସାହସ ବଢେଇବା ପାଇଁ ବାର୍ତ୍ତା ପ୍ରଦାନ କରିଥାନ୍ତି, ଆଜିର ସମାଜରେ ଏଭଳି ସମାଜ ସେବୀ ମିଳିବା ବହୁତ ବିରଳ , ନିଜେ ବନ୍ୟା ପ୍ରପୀଡିତ ଥାଇ ମଧ୍ୟ ଲୋକ ମାନଙ୍କୁ ନୀରବଛିନ୍ନ ଭାବରେ ସାହାଯ୍ୟ କରି ସାମାଜିକ କ୍ଷେତ୍ରରେ ବହୁତ ପ୍ରଶଂସାର ପାତ୍ର ହୋଇପାରିଛନ୍ତି,ସେ ଜଣେ ଏକାଧାରରେ ସମାଜସେବୀ ,କୃଷକ ମାନଙ୍କ ବନ୍ଧୁ ପରିବେଶ କୁ କେମିତି ସୁରକ୍ଷା ଦେବା, ଏମିତିକି ଗରିବ ପିଲାମାନେ ପାଠପଢିବା , ଶିକ୍ଷିତ ଯୁବକ ବା ଯୁବତୀ ଦାଦନ ଖଟିବାକୁ ନଯାଇ ନିଜେ ନିଜବିଲ ରେ ଜୈବିକ ପଦ୍ଧତିରେ ଚାଷ କରି ନିଜର ଗୁଜୁରାଣ ମେଣ୍ଟାଇବା ବହୁ ପ୍ରକାର ବାର୍ତ୍ତା ସମାଜକୁ ଶିକ୍ଷା ପ୍ରଦାନ କରିଥାନ୍ତି
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟର -- କୈଳାଶ ଚନ୍ଦ୍ର ବଳ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ା ରୁ

ଚାନ୍ଦପୁର ହୋଟେଲ ରୁ ବିଦେଶୀ ମଦ ଜବତ, ୨ ଅଟକ
ଗତ ରାତି ୭ ଘଣ୍ଟା ସମୟ ରେ ନୂଆପଡା ଫାଣ୍ଡି ଚାନ୍ଦପୁର ବଜାର ରେ ରହିଥିବା ହୋଟେଲ ଏବଂ ଫାଷ୍ଟ ଫୁଡ ଦୋକାନ ଉପରେ କେ. ନୂଆଗାଁ ପୁଲିସ ଚଢ଼ାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଛି l ଏ ସମ୍ପର୍କ ରେ ଦୁଇ ଜଣଙ୍କୁ କେ. ଥାନା ରେ ଅଟକ ରଖାଯାଇ ପଚରା ଉଚରା କରାଯାଉଥିବା ପୁଲିସ କହିଛି lଆଗରୁ ମଧ୍ୟ ଏ ନେଇ ଅଭିଯୋଗ ହେଉଥିଲା l ଅବକାରୀ ଧରପଗଡରେ ଖସି ଯାଉଥିଲେ ବେପାରୀ l ଏହି ବେଆଇନ ମଦ ବେପାର ର ଚେର ନୂଆପଡା, ଚାନ୍ଦପୁର, ଲାଲମେଣ୍ଟା ତଥା ଦିଗପହଣ୍ଡି ବ୍ଲକ ର ଗୌଡ଼ଗାଁ, ଭ୍ରମରପୁର, ଟିକରପଡା ଆଦି ପଂଚାୟତ ର ଅନେକ ଗ୍ରାମ କୁ ବ୍ୟାପିଯାଇଥିଲା l ଫଳ ରେ ନାବାଳକ ଯୁବକ ପଥଭ୍ରଷ୍ଟ ହେଉଥିବା ଅଭିଯୋଗ ଆସିଲେ ବି କେହି ଭ୍ରୁକ୍ଷେପ କରୁ ନଥିଲେ l କେ. ନୂଆଗାଁ ଥାନାକୁ ନୂଆ କରି ଆସିଥିବା ଥାନା ଅଧିକାରୀ ବିଶ୍ୱଜିତ ନାୟକ ଙ୍କ ଟିମ ଆଜି ଚାନ୍ଦପୁର ବଜାର ରେ ବେଆଇନ ମଦ ବିକୁଥିବା ଫାଷ୍ଟ ଫୁଡ ଦୋକାନ ରେ ଚଢ଼ାଉ କରିବା ଫଳ ରେ ସାଧାରଣ ଜନତା ଆଶ୍ବସ୍ତି ହୋଇଛନ୍ତି l
Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

କୋଠଘରେ ଚୋରା ମଦ ଓ ଦେଶୀ ବନ୍ଧୁକ ଜବତ ଘଟଣାକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ
ପାତ୍ରପୁର ଅଞ୍ଚଳରେ ବେଆଇନ ମଦ ପ୍ରସ୍ତୁତି ଓ ଦେଶୀ ବନ୍ଧୁକ ଜବତ ଘଟଣାକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ଜରଡା ଥାନା ଅନ୍ତର୍ଗତ ବୁରାତାଲ ପଞ୍ଚାୟତର ଗୁରୁଡ଼ା (କୁମ୍ଭାରଢିଅ) ଗାଁରେ ଚଢ଼ାଉ ସମୟରେ ୧୩,୭୦୦ ଲିଟର ପୋଚ ଓ ୧,୪୦୦ ଲିଟର ଚୋରା ଦେଶୀ ରନ୍ଧା ମଦ ନଷ୍ଟ କରାଯିବା ସହ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଥିଲା। ଏହି ଘଟଣାକୁ ନେଇ ରବିବାର ଜରଡାଠାରେ ଚିକିଟି ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସମ୍ମିଳନୀରେ ଚିକିଟି ବିଜେଡିର ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପ ଦେଓ ଘଟଣାରେ ପୁଲିସ ଓ ପ୍ରଶାସନର ଭୂମିକା ନେଇ ପ୍ରଶ୍ନ ଉଠାଇଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ସୀମାନ୍ତ ଅଞ୍ଚଳରୁ ବିପୁଳ ପରିମାଣର ଚୋରା ମଦ ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ଅଭିଯୋଗ ରହିଛି। ଆନ୍ଧ୍ର ପୁଲିସର ଚାପ ପରେ ଧରପଗଡ଼ ହୋଇଥିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି।ରାସ୍ତା ପାର୍ଶ୍ୱରେ ଥିବା ସରକାରୀ ଅନୁଦାନପ୍ରାପ୍ତ କୋଠଘରେ ଏତେ ପରିମାଣର ପୋଚ ଓ ଚୋରା ମଦ ରଖାଯାଇଥିବା ସତ୍ତ୍ୱେ ପୁଲିସ ଓ ପ୍ରଶାସନ ପୂର୍ବରୁ କିପରି ଅବଗତ ହୋଇପାରିଲେ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଦେଶୀ ବନ୍ଧୁକ ଜବତ ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ଦେଇଛି। ତେବେ ଏତେ ବିପୁଳ ପରିମାଣର ମଦ ପ୍ରସ୍ତୁତି ଓ ଚାଲାଣ ପଛରେ କେବଳ ଜଣେ ବ୍ୟକ୍ତି ଥିଲେ କି ବୋଲି ଶ୍ରୀରୂପ ଦେଓ ପ୍ରଶ୍ନ କରିଛନ୍ତି। ଏହି କାରବାର ପଛରେ ଥିବା ସମସ୍ତ ଅଭିଯୁକ୍ତଙ୍କ ସହ ମୁଖ୍ୟ ଆସାମୀଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ଗିରଫ କରିବାକୁ ସେ ଦାବି କରିଛନ୍ତି। ଘଟଣାରେ କୌଣସି ରାଜନୈତିକ ହସ୍ତକ୍ଷେପ ରହିଛି କି ନାହିଁ, ତାହାର ମଧ୍ୟ ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ବିଜେଡି ପକ୍ଷରୁ ଦାବୀ କରାଯାଇଛି
Ganjam (ଗଞ୍ଜାମ) • ଦୂର୍ଗା ମାଧବ

ତାଳଚେରରେ ଷ୍ଟାର୍ ତାଏକୋଣ୍ଡୋ ଆସୋସିଏସନ୍ର ଦକ୍ଷତା ଶିବିର
ତାଳଚେର: ତାଳଚେର ଦେଉଳବେଡା କୋଲିୟରୀ ଗ୍ରୀନ୍ ଗ୍ରାସ୍ସ୍ଥିତ ଡିସିଆଇ କ୍ଲବ୍ ପରିସରରେ ଷ୍ଟାର୍ ତାଏକୋଣ୍ଡୋ ଆସୋସିଏସନ୍, ଅନୁଗୋଳ ପକ୍ଷରୁ ୨ୟ ବ୍ଲାକ୍ ବେଲ୍ଟ, ରେଫରି-ଇନ୍ଷ୍ଟ୍ରକ୍ଟର ଓ ୧୩ତମ କଲର ବେଲ୍ଟ ଦକ୍ଷତା ଶିବିର ଅଗଷ୍ଟ ୨୨ ଓ ୨୩ରେ ଅନୁଷ୍ଠିତ ହୋଇଛି। ଦକ୍ଷିଣ କୋରିଆରୁ ଆସିଥିବା ଗ୍ରାଣ୍ଡମାଷ୍ଟର ସିଓଙ୍ଗ କୁକୁ ଜିଓଙ୍ଗଙ୍କ ନିରୀକ୍ଷଣ ଓ ମାର୍ଗଦର୍ଶନରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ପରୀକ୍ଷା ଓ ମୂଲ୍ୟାୟନ କରାଯାଇଥିଲା। ଏଥିରେ ୨୨ ଜଣ ବ୍ଲାକ୍ ବେଲ୍ଟ ଓ ୮୦ ଜଣ କଲର ବେଲ୍ଟ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଯୋଗ୍ୟତା ପ୍ରମାଣପତ୍ର ଦିଆଯାଇଥିଲା। ସଂଘର ସଭାପତି ପେସ୍କାର ଗଡ଼ନାୟକଙ୍କ ସମେତ କର୍ମକର୍ତ୍ତା ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ। ସମ୍ପାଦକ ଯୋଗେନ୍ଦ୍ର ସାର୍ ଶିବିରକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏହି ଶିବିର ଯୁବପିଢ଼ିଙ୍କ ମଧ୍ୟରେ ଶୃଙ୍ଖଳା, ଆତ୍ମବିଶ୍ୱାସ ଓ କ୍ରୀଡ଼ା ମନୋଭାବ ବିକାଶରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

Door-to-Door Leprosy Detection Drive Underway in Sinapali
Sinapali, August 23: A door-to-door leprosy detection and awareness campaign is currently underway in the Sinapali area with the objective of identifying cases at an early stage, ensuring timely treatment and creating a leprosy-free community. The campaign, being conducted from August 17 to August 31, involves ASHA workers, health workers and health inspectors who are visiting households across the area to conduct surveys and spread awareness about leprosy. During the campaign, health workers are educating people about the importance of early detection and timely treatment. They are also encouraging residents not to hide or ignore suspicious symptoms and to seek medical attention at the earliest. To make the awareness campaign more effective and reach a wider section of society, Health Inspector Dhableswar Meher has been creating awareness through songs and videos. His efforts aim to convey important messages about leprosy in a simple and engaging manner. Angadram Majhi, Public Health Extension Officer, Community Health Centre, Sinapali, has also been extending his cooperation towards the awareness initiative. Health officials have urged people to actively cooperate with the door-to-door survey and provide correct information to the health workers. Early identification and proper treatment can help prevent complications and transmission, while also reducing the stigma associated with the disease. The ongoing initiative reflects the health department’s continued efforts to make the Sinapali area free from leprosy through early detection, treatment, community participation and sustained public awareness.
Nuapada (ନୂଆପଡ଼ା) • Reports: Malaya Meher, DC

କାଉଡ଼ିଆଙ୍କ ଭକ୍ତିରେ ଶିବମୟ ପାତାଳଗଙ୍ଗା: ବ୍ଲକ ଛକ କମିଟି ଦ୍ୱାରା ଶହଶହ ଭକ୍ତଙ୍କୁ ଅନ୍ନଭୋଗ ବଣ୍ଟନ
ସିନାପାଲି, ୨୩/୮: ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଭକ୍ତି ଓ ଆଧ୍ୟାତ୍ମିକତାରେ ଚଳଚଞ୍ଚଳ ହୋଇଉଠିଛି ଐତିହାସିକ ପାତାଳଗଙ୍ଗା ଶୈବପୀଠ। ପାତାଳଗଙ୍ଗାରୁ ପବିତ୍ର ଜଳ ସଂଗ୍ରହ କରି ଶିବଙ୍କ ଜଳାଭିଷେକ ପାଇଁ ହଜାର ହଜାର କାଉଡ଼ିଆଙ୍କ ସମାଗମରେ ସମଗ୍ର ତୀର୍ଥକ୍ଷେତ୍ର ଶିବମୟ ହୋଇପଡ଼ିଛି। ବୋଲବମ୍ ଧ୍ୱନିରେ ପ୍ରକମ୍ପିତ ହୋଇଥିବା ବେଳେ ଭକ୍ତଙ୍କ ଶ୍ରଦ୍ଧା ଓ ଆସ୍ଥା ପରିବେଶକୁ ଆହୁରି ଆଧ୍ୟାତ୍ମିକ କରିଦେଇଥିଲା। ପାତାଳଗଙ୍ଗା କେବଳ ଏକ ଶୈବପୀଠ ନୁହେଁ, ଏହା ସହ ଜଡ଼ିତ ରହିଛି ପୁରାଣ ଓ ଲୋକବିଶ୍ୱାସର ଏକ ସମୃଦ୍ଧ ଇତିହାସ। ପୌରାଣିକ କଥାନୁସାରେ, ପ୍ରଭୁ ଶ୍ରୀରାମ, ମାତା ସୀତା ଓ ଭ୍ରାତା ଲକ୍ଷ୍ମଣ ବନବାସ ସମୟରେ ଏହି ଅଞ୍ଚଳ ଦେଇ ଯାଉଥିବା ବେଳେ ମାତା ସୀତାଙ୍କୁ ତୃଷା ଅନୁଭବ ହୋଇଥିଲା। ତାଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ପ୍ରଭୁ ଶ୍ରୀରାମ ଧନୁତୀର ମାରି ଭୂଗର୍ଭରୁ ଜଳଧାରା ପ୍ରବାହିତ କରିଥିଲେ ବୋଲି ଲୋକକଥାରେ ବର୍ଣ୍ଣିତ ରହିଛି। ସେହି ପବିତ୍ର ଜଳଧାରାକୁ ‘ପାତାଳଗଙ୍ଗା’ ଭାବେ ଶ୍ରଦ୍ଧାଳୁମାନେ ଆଜି ମଧ୍ୟ ଭକ୍ତିର ସହ ସ୍ମରଣ କରିଥାନ୍ତି। ପବିତ୍ର ଜଳ ଓ ଶୈବ ଆରାଧନା ସହ ପାତାଳଗଙ୍ଗାର ଧାର୍ମିକ ମହତ୍ତ୍ୱ ଜଡ଼ିତ ଥିବାରୁ ଶ୍ରାବଣ ମାସରେ ଏଠାକୁ ଭକ୍ତଙ୍କ ସୁଅ ଛୁଟିଥାଏ। ବିଶେଷକରି ଶ୍ରାବଣର ଶେଷ ସୋମବାରରେ ଦୂରଦୂରାନ୍ତରୁ କାଉଡ଼ିଆମାନେ ଆସି ପବିତ୍ର ଜଳ ନେଇ ଶିବଙ୍କ ଜଳାଭିଷେକ କରିବାର ପରମ୍ପରା ପାଳନ କରିଥାନ୍ତି। କାଉଡ଼ିଆଙ୍କ ସେବାରେ ବ୍ଲକ ଛକ କମିଟି,ଏହି ପବିତ୍ର ଅବସରରେ ସିନାପାଲି ବ୍ଲକ ଛକ କମିଟି ପକ୍ଷରୁ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନଭୋଗ ବଣ୍ଟନ କରାଯାଇଥିଲା। ଦୀର୍ଘ ପଥ ଅତିକ୍ରମ କରି ପାତାଳଗଙ୍ଗାରେ ପହଞ୍ଚୁଥିବା ଭକ୍ତଙ୍କ ପାଇଁ ଏଭଳି ସେବା ନିଶ୍ଚିତ ଭାବେ ଏକ ମହତ୍ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି। ପ୍ରତିବର୍ଷ ଭଳି ଏଥର ମଧ୍ୟ କମିଟିର ସଦସ୍ୟମାନେ ନିଷ୍ଠା ଓ ସେବା ମନୋଭାବରେ ଅନ୍ନଭୋଗ ପ୍ରସ୍ତୁତ କରି ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରିଥିଲେ। ଭକ୍ତଙ୍କ ପାଇଁ ଖାଦ୍ୟ ଯୋଗାଇବା ସହ ସେମାନଙ୍କ ସୁବିଧା ଓ ସେବା ପ୍ରତି ଧ୍ୟାନ ଦେଇ କମିଟି ଏକ ଉଦାହରଣୀୟ ସାମାଜିକ ଦାୟିତ୍ୱ ପ୍ରଦର୍ଶନ କରିଛି। କମିଟିର ଏହି ମହତ୍ ସେବାକାର୍ଯ୍ୟକୁ କାଉଡ଼ିଆ ଓ ଶ୍ରଦ୍ଧାଳୁମାନେ ପ୍ରଶଂସା କରିବା ସହ ଏହା ଧର୍ମୀୟ ଭାବନା ସହ ସେବା ଓ ମାନବିକତାର ଏକ ସୁନ୍ଦର ଉଦାହରଣ ବୋଲି କହିଛନ୍ତି । ଭକ୍ତି, ପରମ୍ପରା ଓ ସେବାର ଏହି ତ୍ରିବେଣୀ ସଙ୍ଗମରେ ଶ୍ରାବଣ ଶେଷ ସୋମବାରରେ ପାତାଳଗଙ୍ଗା ଶୈବପୀଠର ଆଧ୍ୟାତ୍ମିକ ପରିବେଶ ଅତ୍ୟନ୍ତ ମନୋରମ ହୋଇଉଠିଥିଲା ।
Nuapada (ନୂଆପଡ଼ା) • ରିପୋର୍ଟ: ମଳୟ ମେହେର ଓ କଶ୍ୟପ ଜଗତ:

Dandapat Youth Service Organisation Elects New Office-Bearers
Kalahandi: The Dandapat Youth Service Organisation, Behera, a leading organisation actively involved in various awareness, creative and social service initiatives across the Dandapat region of Kalahandi, has elected its new office-bearers. Young social worker Kshirasindhu Bag has been appointed as the President, while social worker and artist Lalit Banua has taken charge as the Vice-President. After assuming his responsibility, President Kshirasindhu Bag said that the organisation remains committed to serving people at the grassroots level. He stated that the organisation would undertake several more programmes in the coming days for people belonging to different sections of society and strive to become a guiding force in the field of social service. The newly constituted team includes Bhujabal Naik as Secretary, Sushil Chandra Nag as Joint Secretary and Bhabani Shankar Barik as Treasurer. Members of the organisation include Bhikari Charan Gopal, Suchitra Gopal, Kshirasindhu Banua, Trilok Nath Singh, Hemal Bishi and Rupesh Naik. Rajat Bansal has been selected as the Coordinator, while Avinash Munda has been appointed as the Guide of the organisation. The newly elected team expressed its commitment to strengthening the organisation’s social service activities and working for the welfare and development of people across the Dandapat region. The new leadership is expected to further expand the organisation’s awareness, constructive and community-oriented initiatives in the days ahead.
Kalahandi (କଳାହାଣ୍ଡି) • Reports: Rupendra Sunani

ସୋସିଆଲ ମେଡିଆ ଓ ଗଣମାଧ୍ୟମର ପ୍ରଭାବ- ମୃତକଙ୍କ ପରିବାରକୁ ସାହାଯ୍ୟର ସୁଅ
ଚିକିଟି ଚାନ୍ଦପୁର ନିକଟବର୍ତ୍ତୀ ଗୈ।ଡ଼ଗାଁ ର ନୁଆସାହି ନିବାସୀ ଗୋବିନ୍ଦ ମହାରଣାଙ୍କ ଆକସ୍ମିକ ମୃତ୍ୟୁ ଖବର ବିଭିନ୍ନ ସୋସିଆଲ ମେଡିଆ ,ଓଡିଶା ରିପୋର୍ଟର ରେ ପ୍ରକାଶ ହେବା ସହ ତାଙ୍କ କନ୍ୟା ଗ୍ରାମବାସୀଙ୍କୁ ସାହାଯ୍ୟ ମାଗୁଥିବା ଖବର ମଧ୍ୟ ପ୍ରସାର ହୋଇଥିଲା। ଯାହା କି ଗଞ୍ଜାମର ସମଗ୍ର ବିଶ୍ୱକର୍ମା ସମାଜ ଓ ବୁଦ୍ଧିଜୀବିମାନେ ଏହାକୁ ଗୁରୁତର ମନେ କରି ମାନବିକତା ଦୃଷ୍ଟିରୁ ସହାୟତା କରିବାକୁ ଆଗେଇ ଆସିଥିଲେ। ଦଶାହ ଓ ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ଅଭାବ କୁ ଦେଖି ପ୍ରଥମେ ସ୍ବର୍ଗତ ଗୋବିନ୍ଦ ମହାରଣାଙ୍କ ବଂଶଭାଇ ମାନେ(କୁଠାରୀ ବଂଶ) ସଭାପତି ସୀମାଞ୍ଚଳ ମହାରଣାଙ୍କ ନେତୃତ୍ୱରେ ୧୭୮୦୦ ଟଙ୍କା ସଂଗ୍ରହ କରିଥିଲ ଓ ମୃତକଙ୍କ ଘରକୁ ଯାଇ ସମବେଦନା ଜଣାଇଥିଲେ । ତା ପର ଦିନ ବ୍ରହ୍ମପୁରର ବିଶ୍ବକର୍ମା ମହାସଂଘ ତରଫରୁ କାମ ରାଜୁ ମହାରଣାଙ୍କ ଅନୁରୋଧ କ୍ରମେ ୬୫୦୦ ଟଙ୍କା ସଂଗ୍ରହ କରି ସୀମାଞ୍ଚଳ ମହାରଣାଙ୍କ ଦ୍ବାରା ମୃତକଙ୍କ ପରିବାରକୁ ପ୍ରଦାନ କରିଥିଲେ।ଆଜି ସ୍ବର୍ଗତ ଗୋବିନ୍ଦଙ୍କ ମୃତ୍ୟୁର ନ ଅ ଦିନ ପଣା ଅବସରରେ ଦକ୍ଷିଣ ଓଡ଼ିଶା ବିଶ୍ଵକର୍ମା ସମାଜର 34 ତାଲୁକା ର ସଭାପତି ଶ୍ରୀ ସନ୍ତୋଷ ମହାରଣା ଙ୍କ ନେତୃରେ ଅଧିକାଂଶ ତାଲୁକା କର୍ମକର୍ତ୍ତା ଏକତ୍ରିତ ହୋଇ, ସ୍ୱର୍ଗତ ଗୋବିନ୍ଦ ମହାରଣା ଙ୍କ ବାସଭବନକୁ ଯାଇ ଶୋକାକୁଳ ପରିବାର କୁ ଆଶ୍ବାସନା ଦେବା ସହିତ ସମବେଦନା ଜଣାଇଥିଲେ । ଅସହାୟ ପରିବାର କୁ ପ୍ରତ୍ୟକ ତାଲୁକା ରୁ କିଛି କିଛି ମିଳିଥିବା ଅର୍ଥରାଶି ସମୁଦାୟ 31,000 ଅର୍ଥ ରାଶି ପ୍ରଦାନ କରାଗଲା ! ତା ସହିତ 4 ପକେଟ ଚାଉଳ , ଏକ ଆଳୁ ପକେଟ ଓ କିଛି ବସ୍ତ୍ର ପ୍ରଦାନ କରାଯାଇଥିଲା ।ବିଭିନ୍ନ ତାଲୁକାରୁ ଆସିଥିବା ସଭାପତି ଗଣ, 22ତାଲୁକା ଦଣ୍ଡପାଟ ରାଜଶ୍ରୀ ମହୋଦୟ ଓ ଅନାନ୍ୟ କର୍ମକର୍ତ୍ତା ମାନେ ସେହି ବାପ ଛେଉଣ୍ଡ ତିନିଜଣ ପିଲା ଙ୍କ ହାତରେ ଏହି ଅର୍ଥ ପ୍ରଦାନ କରିଥିଲେ । ସଭାପତି ଶ୍ରୀ ସନ୍ତୋଷ ମହାରଣା ବ୍ୟକ୍ତିଗତ ଭାବେ ତାଙ୍କର ଅକର୍ମଣ୍ୟ ମାଙ୍କ ହାତରେ ଟ ୧୦୦୦/- ପ୍ରଦାନ କରିଥିଲେ ! ସେହି ଗ୍ରାମର ସରପଞ୍ଚ ଙ୍କୁ ଅନୁରୋଧ କରି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରିଥିଲେ । ଉପସ୍ଥିତ ଥିବା ସମସ୍ତ କୂଳ ଭାଇ ମାନେ ପ୍ରତ୍ୟକ କ୍ଷେତ୍ରରେ ସାହାଯ୍ୟ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ।ଏଥିରେ ବଡଖେମୁଣ୍ଡି ତାଲୁକା , ପୂର୍ବଖଣ୍ଡ ତାଲୁକା , ଚିକିଟି ତାଲୁକା , ସୋରଡ଼ା ତାଲୁକା , ଶେରଗଡ଼ ତାଲୁକା , ସୁରଙ୍ଗୀ ତାଲୁକା ଅନାନ୍ୟ ତାଲୁକା ର କର୍ମକର୍ତ୍ତା ଗଣ ଯୋଗ ଦେଇଥିଲେ । ଅସୁବିଧା ସମୟରେ ବିଶ୍ଵକର୍ମା କୁଳ ଭାଇମାନଙ୍କ ଏପ୍ରକାର ସହଭାଗିତାକୁ ଗ୍ରାମବାସୀ ପ୍ରଶଂସା କରିଥିଲେ।
Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ଡିଜିଟାଲ ସାମ୍ବାଦିକତାର ଦିଗ୍ଦର୍ଶନ ଦେଲା ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପ୍ରଶିକ୍ଷଣ ଶିବିର
ଯାଜପୁର ରୋଡ୍, ୨୩/୮: ଡିଜିଟାଲ ଯୁଗରେ ସାମ୍ବାଦିକତାର ଦାୟିତ୍ୱ, ସତ୍ୟନିଷ୍ଠା ଓ ନିର୍ଭରଯୋଗ୍ୟ ସମ୍ବାଦ ପରିବେଷଣକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ପକ୍ଷରୁ ଯାଜପୁର ଜିଲ୍ଲା ଷଠିପୁରଠାରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହା ହେଉଛି ଦ୍ଵିତୀୟ କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ ଶିବିର । ପ୍ରଥମ ପ୍ରଶିକ୍ଷଣ ଶିବିର ପଶ୍ଚିମ ଓଡିଶା ର ୧୧ ଟି ଜିଲ୍ଲା କୁ ନେଇ ହୋଇ ଥିବା ବେଳେ ଆଜିର ପ୍ରଶିକ୍ଷମ ଶିବିର ମଧ୍ୟ ୧୧ ଜିଲ୍ଲା ଯଥା ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କେନ୍ଦୁଝର, କଟକ, ଖୋର୍ଦ୍ଧା, ପୁରୀ ଓ ଢେଙ୍କାନାଳ କୁ ନେଇ ହୋଇଥିଲା । ମହାସଂଘର ରାଜ୍ୟ ସଭାପତି ମନୋଜ କୁମାର ଶତପଥୀ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମା’ ବିରଜାଙ୍କ ପଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ପ୍ରଶିକ୍ଷକ ଅରବିନ୍ଦ ଦାସ ଏବଂ ନନ୍ଦିଘୋଷ ସାଟେଲାଇଟ୍ ଚ୍ୟାନେଲର ଯଯାତି କେଶରୀ ମହାନ୍ତି ଯୋଗଦେଇ ବିଭିନ୍ନ ଗଣମାଧ୍ୟମର କାର୍ଯ୍ୟପ୍ରଣାଳୀ, ଡିଜିଟାଲ ମିଡିଆର ବିକାଶ ଓ ସାମ୍ବାଦିକତା କ୍ଷେତ୍ରରେ ଏହାର ବଢ଼ୁଥିବା ଭୂମିକା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ସାଙ୍ଗଠନିକ ସମ୍ପାଦକ ଗୌରାଙ୍ଗ ଚରଣ ସମଗ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରିଥିଲେ। ଶିବିରର ଦ୍ୱିତୀୟ ପର୍ଯ୍ୟାୟରେ ଯାଜପୁର ବିଧାୟିକା ସୁଜାତା ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗଦେଇଥିଲେ। ଡିଜିଟାଲ ମାଧ୍ୟମରେ ଦ୍ରୁତ ଗତିରେ ସମ୍ବାଦ ପରିବେଷଣ ସହ ସାମ୍ବାଦିକଙ୍କ ନୈତିକ ଦାୟିତ୍ୱ, ତଥ୍ୟର ସତ୍ୟତା ଯାଞ୍ଚ ଏବଂ ନିର୍ଭରଯୋଗ୍ୟ ଖବର ପ୍ରସାରଣ ଉପରେ ଏହି ଅବସରରେ ଗୁରୁତ୍ୱାରୋପ କରାଯାଇଥିଲା। ରାଜ୍ୟର ୧୩ଟି ଜିଲ୍ଲାରୁ ଯୋଗଦେଇଥିବା ସାମ୍ବାଦିକମାନେ ଶିବିରରେ ଅଂଶଗ୍ରହଣ କରି ଡିଜିଟାଲ ସାମ୍ବାଦିକତାର ବିଭିନ୍ନ ଦିଗ ସମ୍ପର୍କରେ ଉପଯୁକ୍ତ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରର ଖ୍ୟାତିସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଂଶଗ୍ରହଣକାରୀ ସାମ୍ବାଦିକମାନଙ୍କ ପାଇଁ ପ୍ରାତଃ ଜଳଖିଆ ଓ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଶେଷରେ ମହାସଂଘର ସମ୍ପାଦକ କବିରାଜ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଡିଜିଟାଲ ମିଡିଆ ସାମ୍ବାଦିକଙ୍କ ଦକ୍ଷତା ବୃଦ୍ଧି ସହ ଗୁଣାତ୍ମକ ଓ ଦାୟିତ୍ୱସମ୍ପନ୍ନ ସାମ୍ବାଦିକତା ପାଇଁ ଏହି ଶିବିର ଏକ ଉପଯୋଗୀ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।
Jajpur (ଯାଜପୁର) • ବ୍ୟୁରୋ ରିପୋର୍ଟ

ଧାନ ରୋଇବାକୁ ଯାଇ ନଈ ମଝିରେ ଫସିଥିଲେ ୫ ଜଣ, ସୁରକ୍ଷିତ ଉଦ୍ଧାର
ଧାନ ରୋଇବାକୁ ଯାଇ ନଈ ମଝିରେ ଫସିଗଲେ ଗୋଟିଏ ପରିବାରର ୫ ଜଣ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମରେ ରବିବାର ଏଭଳି ଏକ ଅଘଟଣ ଘଟିଛି। ତେବେ ଧର୍ମଗଡ଼ ଅଗ୍ନିଶମ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁଁ ପରିବାରର ସମସ୍ତ ୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଖୁଣ୍ଟିଆ ଗ୍ରାମର ସୋମନାଥ ଧରୁଆ, ତାଙ୍କ ମା’ ପଦ୍ମା ଧରୁଆ, ସ୍ତ୍ରୀ ସଂମତୀ ଧରୁଆ, ଝିଅ ମମିତା ଧରୁଆ ଓ ପାର ଧରୁଆ ଧାନ ରୋଇବା ପାଇଁ ନଈ ପାର ହୋଇ ଚାଷଜମିକୁ ଯାଇଥିଲେ। ତେବେ ଏହି ସମୟରେ ନଈରେ ହଠାତ୍ ପାଣି ବଢ଼ିଯିବାରୁ ସେମାନେ ନଈ ମଝିରେ ଫସି ରହିଥିଲେ। ପରିବାରର ୫ ଜଣ ନଈ ମଝିରେ ଫସିଥିବା ଖବର ପାଇ ସ୍ଥାନୀୟ ଲୋକେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ଉପାଧ୍ୟକ୍ଷ ତୁରନ୍ତ ବ୍ଲକ ପ୍ରଶାସନ ସହ ଯୋଗାଯୋଗ କରି ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କ ସହ କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ ଓ ବିଡିଓ ଡ. ହିମାଞ୍ଚଳ ମାଝୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ପାଇ ଧର୍ମଗଡ଼ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ନଈରେ ପାଣିର ପ୍ରଖର ସ୍ରୋତ ରହିଥିବା ସତ୍ତ୍ୱେ ଅଗ୍ନିଶମ କର୍ମଚାରୀମାନେ ସାହସିକତାର ସହ ଉଦ୍ଧାର କାର୍ଯ୍ୟ ଚଳାଇ ପରିବାରର ସମସ୍ତ ୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଅଗ୍ନିଶମ ବିଭାଗର ତ୍ୱରିତ ଓ ସାହସିକ ପଦକ୍ଷେପ ଯୋଗୁଁ ଏକ ବଡ଼ ଅଘଟଣରୁ ପରିବାରଟି ରକ୍ଷା ପାଇଛି। ଏହି ଘଟଣା ପରେ ବର୍ଷା ଦିନରେ ନଈ, ନାଳ ପାର ହୋଇ ଚାଷଜମିକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ସ୍ଥାନୀୟ ଲୋକଙ୍କୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।
Kalahandi (କଳାହାଣ୍ଡି) • କୋକସରା: ରିତେଶ କୁମାର ମୁଣ୍ଡ

ସିନ୍ଧେକେଲାର ସୁନା ଗହଣା ବେପାରୀଙ୍କ ଘରୁ ଲୁଟ୍
ବଙ୍ଗୋମୁଣ୍ଡା :-ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ର ଏକ ସୁନା ବେପାରୀ ଫୁଲଚନ୍ଦ୍ ଜୈନ ଙ୍କ ଘରୁ ମାରଣାସ୍ତ୍ର ଦେଖାଇ ପ୍ରାୟ ୧ କୋଟି ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଅଧରାତିରେ ଘରେ ପଶି ବନ୍ଧୁକ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରିବା ସହ ଏକ ପ୍ରକାର ବନ୍ଧକ ରଖିଥିଲେ।ଲୁଟ୍ କରିବା ପରେ ଚିହ୍ନଟ ହେବା ଭୟରେ ଦୁର୍ବୃତ୍ତମାନେ ଘରେ ଲାଗିଥିବା ସିସିଟିଭି ର ହାର୍ଡଡିସ୍କ ମଧ୍ୟ ନେଇଯାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ସଶସ୍ତ୍ର ଲୁଟପାଟ ଘଟଣା ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଘଟିଛି, ଯାହା ପୋଲିସର ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ପୋଲିସର କାର୍ଯ୍ୟାନୁଷ୍ଠାନଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି।ଖବର ପାଇ ସିନ୍ଧେକେଲା ପୋଲିସ ଏବଂ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଆଖପାଖ ଅଞ୍ଚଳରେ ଥିବା ଅନ୍ୟ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି ଏବଂ ବିଭିନ୍ନ ରାସ୍ତାରେ ନାକାବନ୍ଦୀ କରାଯାଇ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି ।
Balangir (ବଲାଙ୍ଗୀର) • ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ବଲାଙ୍ଗୀର
