--:--:--
-- ---
Srishti News

Web News

ବାଘମାରି ଠାରେ ଗ୍ୟାସ ବୋଝେଇ ଟ୍ରକ ସହ ବାଲି ବୋଝେଇ ହାଇୱା ଧକ୍କା
Jul 3, 202693 views

ବାଘମାରି ଠାରେ ଗ୍ୟାସ ବୋଝେଇ ଟ୍ରକ ସହ ବାଲି ବୋଝେଇ ହାଇୱା ଧକ୍କା

ଖୋର୍ଦ୍ଧା-ବାଘମାରି–ବାଙ୍କୀ ରାସ୍ତାର ପୋଡ଼ାଡ଼ିହ ନିକଟରେ ଗ୍ୟାସ ବୋଝେଇ ଏକ ଟ୍ରକ ସହ ବାଲି ବୋଝେଇ ଏକ ହାଇୱାର ଧକ୍କା ଘଟିଛି। ଘଟଣା ପରେ ହାଇୱା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏହି ବାଲି ଚାଲାଣ ଚୋରାଭାବେ ହେଉଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

କୋଡ଼ିଏ ଦିନ ହେବ ଅନ୍ଧାରରେ ଦୁଇ ଗାଁ, ନୂଆ ଟ୍ରାନ୍ସଫର୍ମର ଦାବିରେ କଲେ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ
Jul 3, 202646 views

କୋଡ଼ିଏ ଦିନ ହେବ ଅନ୍ଧାରରେ ଦୁଇ ଗାଁ, ନୂଆ ଟ୍ରାନ୍ସଫର୍ମର ଦାବିରେ କଲେ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ

କିଛି ଦିନ ପୂର୍ବେ ବିଜୁଳି ଚଡକ ମାରିବାରୁ ଗାଁ ର ଟ୍ରାନ୍ସଫର୍ମର ଜଳିଯାଇଥିଲା I ସେହି ଦିନ ଠାରୁ ବିଦ୍ୟୁତ ସେବା ଗାଁ ରେ ଠପ୍ ହୋଇଯାଇଛି I ପରେ ଗ୍ରାମବାସୀ ବୀରମିତ୍ରପୁର TPWODL କର୍ତ୍ତୃପକ୍ଷ ଙ୍କୁ ସୂଚନା ଦେବା ସହିତ ନୂଆ ଟ୍ରାନ୍ସଫର୍ମର ଲଗାଇବା ପାଇଁ ଦରଖାସ୍ତ ମଧ୍ୟ ଦେଇଥିଲେ I ହେଲେ କୋଡ଼ିଏ ଦିନ ରୁ ଉର୍ଦ୍ଧ ଦିନ ବିତିଯାଇଥିଲେ ସୁଦ୍ଧା ସମସ୍ୟା ର ସମାଧାନ ହୋଇ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସୀ l ବାଧ୍ୟ ହୋଇ ଦୁଇ ଗାଁ ଲୋକେ ଆଜି ବୀରମିତ୍ରପୁର ବିଦ୍ୟୁତ୍ ବିଭଗ କାର୍ଯ୍ୟାଳୟ ପହଂଚି କାର୍ଯ୍ୟାଳୟ କୁ ଘେରାଉ କରିଥିଲେ l ଏପରି ସମସ୍ୟା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଦଲକି ଓ ଭଦରପୁର ଗାଁ ରେ l କୋଡ଼ିଏ ଦିନ ହୋଇଗଲା ଗାଁ ଲୋକେ ଅନ୍ଧାରେ ଜୀବନ କାଟୁଛନ୍ତି I ଛାତ୍ରଛାତ୍ରୀ ଙ୍କ ପାଠ ପଢା ହେଉ ବା ପିଇବା ପାଣି ସମସ୍ୟା ବିଜୁଳି ନ ଥିବା ଯୋଗୁ ଲୋକେ ଗରମ ରେ ଜୀବନ ଅତିବାହିତ କରିବାକୁ ବାଧ୍ୟ ହେବା ସହ ଅନେକ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ l

Sundargarh (ସୁନ୍ଦରଗଡ଼)ରିପୋର୍ଟ : ଗଣପତି ଦାସ

ଜନବସତି ମଧ୍ୟରେ ବିଦେଶୀ ମଦ ଦୋକାନକୁ ବିରୋଧ, ତହସିଲଦାରଙ୍କୁ ଦାବିପତ୍ର
Jul 3, 202639 views

ଜନବସତି ମଧ୍ୟରେ ବିଦେଶୀ ମଦ ଦୋକାନକୁ ବିରୋଧ, ତହସିଲଦାରଙ୍କୁ ଦାବିପତ୍ର

ଜନବସତି ଭିତରେ ବିଦେଶୀ ମଦ ଦୋକାନ ଖୋଲାକୁ ନେଇ ବଢ଼ିଛି ଜନଅସନ୍ତୋଷ। ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ର ମୋଚିଟୋଲା ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏକତ୍ରିତ ହୋଇ ମଦ ଦୋକାନ ବିରୋଧରେ ଆନ୍ଦୋଳନ କରିଛନ୍ତି। ପଦଯାତ୍ରା କରିବା ସହ କୁଆଁରମୁଣ୍ଡା ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରି ତୁରନ୍ତ ଦୋକାନ ସ୍ଥାନାନ୍ତର ପାଇଁ ଦାବି ଜଣାଇଛନ୍ତି ଗ୍ରାମବାସୀ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି, ପ୍ରସ୍ତାବିତ ମଦ ଦୋକାନ ନିକଟରେ ସ୍କୁଲ, ମନ୍ଦିର ଏବଂ ଅଙ୍ଗନୱାଡି କେନ୍ଦ୍ର ରହିଥିବା ବେଳେ କେଉଁ ନିୟମ ଆଧାରରେ ଏବଂ କାହାର ଅନୁମତିରେ ଏଠାରେ ମଦ ଦୋକାନ ଖୋଲାଯାଉଛି, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେମାନେ। ଏହାଦ୍ୱାରା ଅଞ୍ଚଳର ସାମାଜିକ ପରିବେଶ ନଷ୍ଟ ହେବା ସହିତ ଛାତ୍ରଛାତ୍ରୀ ଏବଂ ମହିଳାଙ୍କ ସୁରକ୍ଷା ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ଅସନ୍ତୋଷ ବଢ଼ୁଥିବା ବେଳେ ପ୍ରଶାସନ ଏହା ଉପରେ କଣ ପଦକ୍ଷେପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Sundargarh (ସୁନ୍ଦରଗଡ଼)ରିପୋର୍ଟ : ଗଣପତି ଦାସ

ବଣେଇ ରୁ ନୂଆଗାଁ 28 ବର୍ଷର ଶିକ୍ଷକତା କରି ଅବସର ନେଲେ ଅନଦା ସାର, ଶିକ୍ଷକ ସଂଘ ଓ ଛାତ୍ର ଛାତ୍ରୀ ଦେଲେ  ଅବସର କାଳୀନ ବିଦାୟ ସମ୍ଭର୍ଦ୍ଧନା
Jul 3, 2026140 views

ବଣେଇ ରୁ ନୂଆଗାଁ 28 ବର୍ଷର ଶିକ୍ଷକତା କରି ଅବସର ନେଲେ ଅନଦା ସାର, ଶିକ୍ଷକ ସଂଘ ଓ ଛାତ୍ର ଛାତ୍ରୀ ଦେଲେ ଅବସର କାଳୀନ ବିଦାୟ ସମ୍ଭର୍ଦ୍ଧନା

ହାତୀବାରୀ-2/07/2026 =ଅନଦା ଶଙ୍କର ପାଢ଼ୀ ଜଣେ ଉଚ୍ଚଶିକ୍ଷିତ ତଥା ଜଣା ଶୁଣାଶିକ୍ଷକ ଭାବରେ ନୂଆଗାଁ ବ୍ଲକ ରେ ତାଙ୍କ ବେଶ ନା ରହିଥିଲା, 1997 ରେ ପ୍ରଥମେ ବଣେଇଶିକ୍ଷାଜିଲ୍ଲା ରେ ଶିକ୍ଷକ ଭାବରେ ପ୍ରଥମେ ନିଯୁକ୍ତି ପାଇଥିବା ଶିକ୍ଷକ ପାଢ଼ୀ ପରେ ନୂଆଗାଁ ବ୍ଲକ କୁ ବଦଳୀ ହୋଇଆସିଥିଲେ, ତେବେ ଦୀର୍ଘ 28 ବର୍ଷ ର ଚାକରି ଜୀବନରେ ସେ ଜଣେ ନିଷ୍ଠାପର, ସମୟାନୁବର୍ତ୍ତିତା, ମିଷ୍ଠଭାଷି ଶିକ୍ଷକ ଭାବରେ ବ୍ଲକରେ ଜଣାଶୁଣା ଥିଲେ ତାଙ୍କ ସମୟ ରେ ହିଁ ହାତିବାରୀ ଠାରେ କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ଏବଂ ସେ ହିଁ ସେଇ ସ୍କୁଲ ର ପ୍ରଥମ ପ୍ରଧାନ ଶିକ୍ଷକ ଭାବରେ ଦାୟୀତ୍ବ ତୁଲେଇଥିଲେ, ମଙ୍ଗଳବାର ତାଙ୍କୁ ଅବସର କାଳୀନ ବିଦlୟ ଦିଆଯାଇଥିଲା ତାଙ୍କ ସହ ନୂଆଗାଁ ବ୍ଲକ ର ଦୁଇ ଜଣ ଶିକ୍ଷୟତ୍ରୀ ଙ୍କୁ ମଧ୍ୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଛି,ନୂଆଗାଁ ସାହୁଟୋଲୀ ସ୍କୁଲ ର ଶିକ୍ଷୟତ୍ରୀ ସୋଶlନ ଡାଙ୍ଗ ଏବଂ ପୁରୁଣlପାଣି ୟୁପି ସ୍କୁଲ ର ଶିକ୍ଷୟତ୍ରୀ ରୋଜମେରୀ ଶାନ୍ତି ସୋରେଙ୍ଗ ଅବସର ଗ୍ରହଣ କରିଥିବା ବେଳେ ପୁରୁଣାପାଣି ନିକଟସ୍ଥ ଟିସ୍କୋ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଅନଦା ଶଙ୍କର ପାଢ଼ୀ ଅବସର ଗ୍ରହଣ କରିଛନ୍ତି ଅବସରର ଗ୍ରହଣ କରିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନିଜ ନିଜ ସ୍କୁଲ ରେ ଛାତ୍ର ଛାତ୍ରୀ ମାନେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରି ନିଜ ନିଜ ପ୍ରିୟ ଶିକ୍ଷକ ଙ୍କୁ ଵିଦାୟ ଦେଇଥିଲେ, ସେହି ଭଳି ନୂଆଗାଁ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ଦିଲୀପ କୁମାର ସାହୁ, ଶିକ୍ଷକ ଅଶୋକ କୁମାର ସାହୁ, ମଙ୍ଗଲ କେର୍କେଟା,ପର୍ଶୁରାମ ବେହେରା, ରଂଜିତ ଏକ୍କା, ମଧୁସୂଦନ କୋରିଆଲି, ସଞ୍ଜୟ ରଥ, ଅରୁଣ ବେହେରା, ଶଙ୍କର୍ଷଣ ବେହେରା, ବାସୁଦେବ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ବିଦାୟୀ ଶିକ୍ଷକ ମାନଙ୍କୁ ମଧ୍ୟ ସମସ୍ତ ଅବସର ଗ୍ରହଣ କରିଥିବା ତିନିଜଣ ଶିକ୍ଷକ ଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସେମାନଙ୍କ ଉତ୍ତରତ୍ତର କାମନା କରିଥିଲେ

Sundargarh (ସୁନ୍ଦରଗଡ଼)ରିପୋର୍ଟ : ଗଣପତି ଦାସ

ଜୁନାଗଡ଼ ବ୍ଲକ କଟନି ଛଟନି ଓ ମୌସମୀ ଜନିତ ବର୍ଷା ରେ ଚାଷୀ ବେହାଲ
Jul 3, 2026130 views

ଜୁନାଗଡ଼ ବ୍ଲକ କଟନି ଛଟନି ଓ ମୌସମୀ ଜନିତ ବର୍ଷା ରେ ଚାଷୀ ବେହାଲ

ଜୁନାଗଡ - ଜୁନାଗଡ ବ୍ଲକ ଚାଷୀଙ୍କ ଦୁଃଖ ବୁଝିବ କିଏ। ଗୋଟିଏ ପଟେ ମୌସମୀ ଜନିତ ବର୍ଷା ଓ ଆଉଗୋଟେ ପଟେ ମିଲର୍ସ ଙ୍କ ମନମୁଖୀ କଟନି ଛଟନି l ରେ ଚାଷୀ ମାନେ ଶୋଷିତ । ସରକାର ଧାନ କ୍ୟୁଣ୍ଟାଲ ପ୍ରତି ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତି ।କିନ୍ତୁ ବାସ୍ତବରେ ଚାଷୀକୁ ମିଳୁଛି କେତେ। ମୁଁ ଜୁନାଗଡ ବ୍ଲକ ଅନ୍ତର୍ଗତ ବିଭିନ୍ନ ମଣ୍ଡି ର ଚାଷୀଙ୍କ ସହ ଆଲୋଚନା କରିଛି। ଚାଷୀଙ୍କ କହିବା ଅନୁସାରେ ପ୍ରତି ୧୦୦ କିଲୋଗ୍ରାମ ଓଜନର ୭ ରୁ ୯ କିଲୋଗ୍ରାମ ପର୍ଯ୍ୟନ୍ତ ମଣ୍ଡି କଟନି ନାମରେ ମିଲର୍ସ ଶୋଷଣ କରୁଛନ୍ତି ତା ସହିତ ବସ୍ତା ପିଛା ପ୍ରାୟ ୧.୫ - ୨ କିଲୋଗ୍ରାମ ପୁନର୍ବାର ବସ୍ତା ଓଜନ ନାମରେ ଚାଷୀଙ୍କ ଠାରୁ ଅଧିକ ନେଉଥିବା ଚାଷୀ ପ୍ରକାଶ କରିଛନ୍ତି। ଠିକ୍ ସେହିପରି ଧାନ ଉଜନ କରୁଥିବା ଶ୍ରମିକ ମାନେ ବସ୍ତା ପିଛା ୭ରୁ୧୦ ଟଙ୍କା ନେବା ନଜର କୁ ଆସିଛି।ଚାଷୀ କେବଳ ଶୋଷଣ ର ଶିକାର ହେଉଛି। ଏହା ହେଉଛି ମଣ୍ଡି ର ବାସ୍ତବତା। ଚାଷୀ ଙ୍କ ଉପାର୍ଜିତ ଧାନ କୁ କିପରି ଭାବରେ ହରିଲୁଟ ଚାଲିଛି ଟିକିଏ ବିଚାର କରନ୍ତୁ।ସରକାର ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Kalahandi (କଳାହାଣ୍ଡି)ରିପୋର୍ଟ - ଦେବରାଜ ବାଣୁଆ, ଜୁନାଗଡ

ଭାଇବ୍ରାଣ୍ଟ ର ସାମାଜିକ କାର୍ଯ୍ୟକ୍ରମ
Jul 3, 202632 views

ଭାଇବ୍ରାଣ୍ଟ ର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା: ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ର ନୂତନ ସଭାପତି ଭାବେ ରୋଟାରୀଆନ ଡ ସଞ୍ଜୁକ୍ତା ପତି ମନୋନୀତ ହେବା ପରେ ପ୍ରଥମ ପ୍ରୟାସ ସ୍ଵରୁପ ଅନୁଷ୍ଠାନର ସାମାଜିକ କାର୍ଯ୍ୟକ୍ରମରେ ଛେଣ୍ଡ ପ୍ରଥମ ଫେଜ ରେ ଥିବା ଡାକଘର ଠାରେ ଏକ ୱଟର କୁଲର ଉନ୍ମୋଚନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ଦାୟିତ୍ଵ ନେଇଥିବା ୩୨୬୧ ଜିଲ୍ଲା ଗଭର୍ଣ୍ଣର ଆଲାମ ସିଂ ରୂପ୍ରା ଓ ଫାଷ୍ଟ ଲେଡି ହରପାଲ ରୂପ୍ରା ଅତିଥି ଭାବେ ଯୋଗ ଦେଇ ଏହି ଥଣ୍ଡା ପାନୀୟ ଯନ୍ତ୍ରକୁ ଉଦ୍ଘାଟନ କରିଥିଲେ। ଫଳରେ ଏଠାରେ ଆବଶ୍ୟକ ହେଉଥିବା ତଥା ସେହି ରାସ୍ତା ରେ ଯାଉଥିବା ସମସ୍ତ ପଥଚାରୀ ଏହାର ସୁଫଳ ପାଇପାରିବେ ବୋଲି କୁହାଯାଇଛି। ପ୍ରାରମ୍ଭରେ ସଭାପତି ରୋଟାରୀଆନ ଡ ପତି ସ୍ବାଗତ ଭାଷଣ ଦେଇଥିବା ବେଳେ ଶେଷରେ ସାଧାରଣ ସମ୍ପାଦକ ରୋଟାରୀଆନ ବିଜୟଲକ୍ଷ୍ମୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ରୋଟାରୀଆନ ତଥା ପ୍ରାକ୍ତନ ସଭାପତି ଡ ମୀନତି ପଣ୍ଡା, ପ୍ରଶାନ୍ତ କୁମାର ପତି,ଅଜିତ ପୁଜାରୀ, ଗଣେଶ୍ୱର ପଟ୍ଟନାୟକ, ପ୍ରଶାନ୍ତ ରଞ୍ଜନ ପାତ୍ର, ସବିତା ମହାନ୍ତି, ବସନ୍ତ କୁମାର ତନ୍ତୀ, ସଞ୍ଜୟ ମହାନ୍ତି,ସୋମା ମହାପାତ୍ର, ବିଗ୍ନେଶ ପତି, ଶ୍ରୀଧର ମଲ୍ଲିକ, ଅଞ୍ଜଳି ହୋତା ,ସଞ୍ଜିତ ଛୋଟରାୟ, ଅଶୋକ କୁମାର ମିଶ୍ର, ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ସନ୍ତୋଷ ମହାପାତ୍ର, ନିତ୍ୟାନନ୍ଦ ବିଶ୍ବାଳ, ପ୍ରସନ୍ନ ତ୍ରିପାଠୀ, ରବିନ୍ଦ୍ର ପଣ୍ଡା, ବ୍ରଜକିଶୋର ପାଣି ପ୍ରମୁଖ ଉପସ୍ଥିତ ଥିଲେ। ଏଭଳି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି।

Rourkela (ରାଉରକେଲା)ରିପୋର୍ଟ : ସୁବାସ କୁମାର ଗୁପ୍ତା

ଓଡ଼ିଆ ସାହିତ୍ୟରେ ବର୍ଷା ଆଲୋଚନାଚକ୍ର
Jul 3, 202630 views

ଓଡ଼ିଆ ସାହିତ୍ୟରେ ବର୍ଷା ଆଲୋଚନାଚକ୍ର

ରାଉରକେଲା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେଶବ ନଗର ଶାଖା ତରଫରୁ ସେକ୍ଟର ୧୭ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମାସିକିଆ ସାରସ୍ଵତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଶାଖାର ସଭାପତି ବିଜୟିନୀ ଜେନାଙ୍କ ସଭାପତିତ୍ବ ଓ ସମ୍ପାଦିକା ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା କଲେଜର ପ୍ରାକ୍ତନ ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ ମୁଖ୍ୟଅତିଥି ଓ ବିଷୟ ବିଶେଷଜ୍ଞ ଭାବେ ଶିକ୍ଷାବିତ୍ ବ୍ରଜେନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ଓଡ଼ିଆ ସାହିତ୍ୟରେ ବର୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଉଭୟ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି ବର୍ଷା ର ଆଗମନ, ବର୍ଷା ଋତୁର ସୈ।ନ୍ଦର୍ଯ୍ୟବୋଧ, ଚାଷୀ ଭାଇର ମିତ, ବର୍ଷା କୁ ନେଇ କିପରି ସାହିତ୍ୟିକ କବିମାନଙ୍କ ର କଲମ ଚଳଚଞ୍ଚଳ ହୁଏ ତଥା ବିଭିନ୍ନ ସାହିତ୍ୟିକଙ୍କ ଲେଖନୀ ଚାଳନାରେ ସାହିତ୍ୟ କିପରି ଉଦବୁଦ୍ଧ ହୋଇଛି ସେ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ। ପରେ ପୁଷ୍ପାରାଣୀ ପଟେଲ ଏକ ଅଣୁ ଗଳ୍ପ ପାଠ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ ବାପା ସମ୍ପର୍କିତ କବିତା ପାଠ କାର୍ଯ୍ୟକ୍ରମରେ ଇଂ ଅଶୋକ କୁମାର ପଟ୍ଟନାୟକ ସଭାପତିତ୍ବ କରିଥିଲାବେଳେ କବୀ ଅର୍ଚ୍ଚନା ପାତ୍ର କବିତା ଗୁଡ଼ିକ ସଂଯୋଜନା କରିଥିଲେ। ସର୍ବଶ୍ରୀ ତ୍ରିଲୋଚନ ମଥାନ, ହରମୋହନ ମିଶ୍ର,ମୀନକେତନ ପଶାୟତ, ବିଜୟିନୀ ଜେନା,କୁଞ୍ଜବିହାରୀ ରାଉତ, ସୁସ୍ମିତା ମହାପାତ୍ର, ସୁମନ୍ତ ଉପାଧ୍ୟାୟ, ଗଙ୍ଗାଧର ପୁହାଣ, ଅଶୋକ କୁମାର ପଟ୍ଟନାୟକ, ଅର୍ଚ୍ଚନା ପାତ୍ର ପ୍ରମୁଖ ବାପା ସମ୍ପର୍କିତ କବିତା ପାଠ କରିଥିଲେ। ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ରାଉତ ପ୍ରାକ କଥନ ଓ ଶିକ୍ଷାବିତ ସୈ।ମ୍ୟପ୍ରସାଦ ନନ୍ଦ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶେଷରେ ଶାଖାର ଉପସଭାପତି ପ୍ରବୀର କୁମାର ଦୁବେ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ କରୁଣାକର ପାଟ୍ଟଶାଣୀ, ସସ୍ମିତା ପ୍ରଧାନ, କୈଳାଶ ଚନ୍ଦ୍ର ମାହାଳୀ, ଗଣେଶ ଜୟସିଂହ, ରମେଶ ମହନ୍ତ, ଲୀଳାବତୀ ମହନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Rourkela (ରାଉରକେଲା)ରିପୋର୍ଟ : ସୁବାସ କୁମାର ଗୁପ୍ତା

ରାଉରକେଲା ପୁଲିସର ନିଶାମୁକ୍ତ ଓଡିଶା ଅଭିଯାନ
Jul 3, 202681 views

ରାଉରକେଲା ପୁଲିସର ନିଶାମୁକ୍ତ ଓଡିଶା ଅଭିଯାନ

ରାଉରକେଲା: ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଓଡ଼ିଶା ପୁଲିସର ନିଶାମୁକ୍ତ ଓଡିଶା କାର୍ଯ୍ୟକ୍ରମରେ ଡିଏସପି ମନୋରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ସେକ୍ଟର ୧୯ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଥାନା ପ୍ରଭାରୀ ବୈଦ୍ୟନାଥ ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ଶତାଧିକ ଛାତ୍ର ଯୋଗଦେଇଥିଲାବେଳେ ପ୍ରାକ୍ତନ ପୁଲିସ ଅଧିକାରୀ ଡ ସୁମନ ଦତ୍ତ, ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ, ଯୋଗଗୁରୁ ଗଙ୍ଗାଧର ଦାଶ, ଏସଏସଆରଭିଏମ୍ ପରିଚାଳିତ ଇସ୍ପାତ ବିଦ୍ୟାମନ୍ଦିରର ଅଧ୍ୟାପକ ପାର୍ଥସାରଥୀ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନିଶା ବ୍ୟବହାର ର ଅପକାରିତା ଓ ଏହା କିପରି ଜନଜୀବନ, ସାମାଜିକ ସ୍ଥିତି କୁ ନଷ୍ଟ କରେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଡିଏସପି ଶ୍ରୀ ପ୍ରଧାନ ଓ ଥାନା ପ୍ରଭାରୀ ଶ୍ରୀ ସାହୁ ନିଶା ବର୍ଜନ ପାଇଁ ଛାତ୍ରମାନଙ୍କୁ ଶପଥ ପାଠ କରାଇଥିଲେ। ଶ୍ରୀ ପ୍ରଧାନ ନିଶା ବର୍ଜନ ପାଇଁ ଗୁରୁତ୍ୱାରୋପ କରିଥିଲା ବେଳେ ଶ୍ରୀ ସାହୁ ପଞ୍ଚନ୍ଦ୍ରିୟ କୁ ନିୟନ୍ତ୍ରଣ ସହ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ ସମ୍ପର୍କରେ ତଥା ସମସ୍ତ ଅତିଥି ନିଜ ଭିତରେ ଆତ୍ମବିଶ୍ଵାସ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ଏଏସଆଇ ମନୋରଞ୍ଜନ ପରିଡା ନିଶା ଅପକାରିତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ରମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଥାନା ପକ୍ଷରୁ ଏସଆଇ ଦୁର୍ଯୋଧନ ପ୍ରଧାନ, ଏଏସଆଇ ସୁରେଶ ଦାସ, ବସନ୍ତ ବେହେରା,ଗୁଲାବ ଖାନ୍, ସ୍ନେହଲତା ମିଶ୍ର, ଆରତୀ ନାଏକ, ବାଲେଶ୍ଵରୀ ସିଂ,ନଖିଲ ଡୁଙ୍ଗୁରୀ,କମଳ ନାୟକ, ଶ୍ୟାମସୁନ୍ଦର ଜୟପୁରିଆ, ଯଶମିନ ଜାତେ,ଅଜିତ ନାଗ,ଅନୁପ ଏକ୍କା,ଲାଜରୁସ କାଣ୍ଡୁଲନା, ପ୍ରଶାନ୍ତ ଆପଟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Rourkela (ରାଉରକେଲା)ରିପୋର୍ଟ : ସୁବାସ କୁମାର ଗୁପ୍ତା

ସହଯୋଗ ର ହାତ ବଢ଼ାଇଲା ଆମ ସ୍ୱାଭିମାନ ଟ୍ରଷ୍ଟ
Jul 3, 202687 views

ସହଯୋଗ ର ହାତ ବଢ଼ାଇଲା ଆମ ସ୍ୱାଭିମାନ ଟ୍ରଷ୍ଟ

କେନ୍ଦ୍ରାପଡ଼ା : ଆଳି, ଅଗ୍ନି ବିପନ୍ନଙ୍କୁ ସହାୟତା ହାତ ବଢାଇଲା ଆମ ସ୍ବାଭିମାନ ଟ୍ରଷ୍ଟ l ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ପଞ୍ଚାୟତ ଅହ୍ଳିଆ ଗ୍ରାମର ମିନତି ମଲିକ ଙ୍କ ବହୁ ପୂର୍ବରୁ ସ୍ବାମୀ ଙ୍କ ମୃତ୍ୟୁ ଘଟିଥିଲା l ମିନତିଙ୍କ ଅସହାୟତା ଦେଖି ତାଙ୍କ ନିକଟରେ ବିବାହିତ ଝିଅର ଦୁଇ ଝିଅ ଅର୍ଥାତ ନାତୁଣୀଙ୍କୁ ନେଇ ରହୁଥିଲେ l ଗତ ଜୁନ ମାସ ୨୬ ତାରିଖ ଦିନ ସନ୍ଧ୍ୟାରେ ହଠାତ ମିନତୀଙ୍କ ଚାଳ ଛପର ଘରେ ନିଆଁ ଲାଗି ଯାଇଥିଲା l ଅଗ୍ନିକାଣ୍ଡ ର କରାଳତାଣ୍ଡବ ରେ ଘରର ଆସବାବପତ୍ର ସହିତ ଦୁଇ ନାତୁଣୀ ଙ୍କର ଖାତାବହି ଓ ପିନ୍ଧିବା ବସ୍ତ୍ର ସବୁ ପୋଡ଼ି ଯାଇଥିଲା l ସ୍ଥାନୀୟ ଲୋକଙ୍କ ନିକଟରୁ ଖବର ପାଇ ଆଳି ବ୍ଲକ ମାଣିକପାଟଣା ଠାରେ ଗଢିଉଠିଥିଥିବା ଆମ ସ୍ବାଭିମାନ ଟ୍ରଷ୍ଟ ସଦସ୍ୟା ମାନେ ସହଯୋଗ ର ହାତ ବଢ଼ାଇଛନ୍ତି l ଏହି ଖବରଟି ପାଇବା ପରେ ଟ୍ରଷ୍ଟ ମୁଖ୍ୟ ମ‌୍ୟାନେଜମେଟ ଦେବେନ୍ଦ୍ର ଦାଶ, ସଭାପତି ବିନୋଦ କୁମାର ତରାଇ ସମସ୍ତ ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ଆଦାୟ ଅର୍ଥ ରାଶି ନେଇ ମିନତୀ ଙ୍କ ନିକଟରେ ପହଞ୍ଚିଥିଲେ l ଏହି ସହଯୋଗ ରେ ଅବସରପ୍ରାପ୍ତ ରିଜର୍ଭ ବ୍ୟାଙ୍କ ଅଧିକାରୀ ତଥା ବରିଷ୍ଠ ସମାଜସେବୀ ଚକ୍ରଧର ଦାଶ ଚକ୍ରଧର ଦାଶ ମଧ୍ୟ ଟ୍ରଷ୍ଟ ର ସଦସ୍ୟ ମାନଙ୍କ ଦ୍ଵାରା ଅର୍ଥ ରାଶି ସାହାଯ୍ୟ କରିଥିଲେl ଟ୍ରଷ୍ଟ ର ମୁଖ୍ୟ ପରିଚାଳକ ନବକିଶୋର ପରିଡ଼ା, ବିକାଶ ସାହୁ, ବିଚିତ୍ର ଲେଙ୍କା, ବିପିନ୍ ବେହେରା, ଶିବ ପ୍ରସାଦ ବେହେରା ଅନିରୁଦ୍ଧ ସେଠୀ, ସୁଶାନ୍ତ ବିଶ୍ୱାଳ, ସଞ୍ଜୟ ଦାସ ଉପସ୍ଥିତ ଟ୍ରଷ୍ଟ ର ସମସ୍ତ ସଦସ୍ୟ ମାନେପରିଚାଳନା ରେ ସହଯୋଗ କରିଥିଲେ l

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ - ଦିଲ୍ଲୀପ ପରିଡା, ଆଳି

ମହିଳାଙ୍କୁ ମାଡ ମାରି ବିଳମ୍ବିତ ରତିରେ ଘରେ ପଶି ଲୁଟିଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନଗଦ ୨୫ ହଜାର ଟଙ୍କା
Jul 3, 202670 views

ମହିଳାଙ୍କୁ ମାଡ ମାରି ବିଳମ୍ବିତ ରତିରେ ଘରେ ପଶି ଲୁଟିଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନଗଦ ୨୫ ହଜାର ଟଙ୍କା

ଘରେ ସୋଇଥିବା ସମୟରେ ମହିଳାଙ୍କ ଵେକରୁ ସୁନା ଚେନ କାଟିଲେ ଆଉ ମହିଳାଙ୍କୁ ମାଡ ମାରି କ୍ଷତ ବିକ୍ଷତ କଲେ ଦୁର୍ବୃତ୍ତ ଆଉ ଲୁଟି ନେଇ ଗଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନଗଦ ୨୫ ହଜାର ଟଙ୍କା। ଏଭଳି ଚାଞ୍ଚଲ୍ୟକର ଘାଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଧିନ ନିଆଳ ଗ୍ରାମର ଧର୍ମୋଜୟ ନନ୍ଦଙ୍କ ସଂପର୍କୀୟ ସାନ ଭାଇ ଙ୍କ ବିବାହ ଘର ଥିଲା ସେହି ଟେଣ୍ଟ ବନ୍ଧାହୋଇଥିବା ବାଉଁଶ ସାହାଯ୍ୟ ରେ ଛାତ ଉପରେ ଚଢ଼ି ସେଢ଼ି ଘର ଅଜବେଷ୍ଟ କୁ ତାଡ଼ି ଘରେ ପଶିଥିଲେ ଦୁଇ ଜଣ ଲୁଟେରା l ଘରେ ଶୋଇଥିବା ବେଳେ ଧର୍ମୋଜୟ ସ୍ତ୍ରୀ ଓ ତାଙ୍କ ମା ଙ୍କୁ ମାଡ ମାରି ପରିଧାନ କରିଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇ ଘରେ କଳାକନା ବୁଲେଇ ଦେଇଛନ୍ତି ଦୁଇ ଜଣ ଲୁଟେରା। ଘର ଲୋକ ପାଟି କରିବାରୁ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ। ପରିବାର ଲୋକ ପୋଲିସ କୁ ଜଣେଇବେ ପରେ ଘଟଣା ସ୍ଥଳରେ ଆଳି ପୋଲିସ୍ ପହଞ୍ଚି ଏତଲା ଅଧାରରେ ତଦନ୍ତ ଆରମ୍ଭ କରିଛି l

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ - ଦିଲୀପ ପରିଡା, ରାଜକନିକା

ସବୁଜ ଭବିଷ୍ୟତ ପାଇଁ ଟାଟା ଷ୍ଟିଲ୍ କଳିଙ୍ଗନଗରରେ ‘ସର୍କୁଲାର ଇକୋନୋମି’କୁ ପ୍ରୋତ୍ସାହନ
Jul 3, 202670 views

ସବୁଜ ଭବିଷ୍ୟତ ପାଇଁ ଟାଟା ଷ୍ଟିଲ୍ କଳିଙ୍ଗନଗରରେ ‘ସର୍କୁଲାର ଇକୋନୋମି’କୁ ପ୍ରୋତ୍ସାହନ

ଯାଜପୁର: ପ୍ରାକୃତିକ ପରିବେଶ ସହିତ ସମନ୍ୱୟ ରକ୍ଷା କରି ମଧ୍ୟ ଶିଳ୍ପାଞ୍ଚଳଗୁଡ଼ିକ ସମୃଦ୍ଧ ହୋଇପାରିବେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛି ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ)। ଏହି ପ୍ଲାଣ୍ଟ ପରିସରର ପ୍ରାୟ ୩୩ ପ୍ରତିଶତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ସବୁଜ ବଳୟରେ ବିକଶିତ କରାଯାଇଛି, ଯାହା ମୂଳ ଶିଳ୍ପ କାର୍ଯ୍ୟକଳାପ ସହ ଜୈବ ବିବିଧତାକୁ ସୁନ୍ଦର ଭାବେ ଯୋଡ଼ିପାରିଛି । ଏଠାରେ ୮,୨୪,୦୦୦ ରୁ ଅଧିକ ଚାରା ରୋପଣ କରାଯିବା ସହ ଅତ୍ୟାଧୁନିକ ‘ମିୟାୱାକି’ ପଦ୍ଧତିକୁ ଆପଣାଯାଇଛି । ଏହା ହେଉଛି ସହରାଞ୍ଚଳ ବନୀକରଣର ଏକ ଅଭିନବ ପ୍ରଣାଳୀ, ଯାହା ପାରମ୍ପରିକ ପଦ୍ଧତି ତୁଳନାରେ ପ୍ରାୟ ୧୦ ଗୁଣ ଶୀଘ୍ର ଅତି ଘଞ୍ଚ ତଥା ସ୍ୱୟଂ-ନିର୍ଭରଶୀଳ ସ୍ଥାନୀୟ ଜଙ୍ଗଲ ସୃଷ୍ଟି କରିଥାଏ । ଏହି ପ୍ରକ୍ରିୟା ଇସ୍ପାତ କାରଖାନା ସହିତ ଏକ ଜୀବନ୍ତ ପରିବେଶ ପ୍ରଣାଳୀକୁ ମଧ୍ୟ ସୁଦୃଢ କରୁଛି । ଟାଟା ପାୱାର ସହିତ ଏକ ସହଭାଗିତା ମାଧ୍ୟମରେ ଏଠାରେ ଏକ ଗ୍ରୀଡ୍-ସଂଯୁକ୍ତ ସୌର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି, ଯେଉଁଥିରେ ଦ୍ୱିମୁଖୀ ଭିତ୍ତିଭୂମି କୌଶଳ ଆପଣାଯାଇଛି। କାରଖାନାର ଛାତ ଉପରେ ୯.୧୨ ମେଗାୱାଟ୍ ପାୱାରର ରୁଫ୍‌ଟପ୍ ସୋଲାର ଏବଂ ଜଳାଶୟଗୁଡ଼ିକ ଉପରେ ଏକ ଅଭିନବ ୧୦.୧୦ ମେଗାୱାଟ୍ ପାୱାରର ଭାସମାନ ସୌର ପ୍ରକଳ୍ପ (ଫ୍ଲୋଟିଂ ପିଭି) ର ସମନ୍ୱୟ କରାଯାଇଛି । ଏଥିପାଇଁ କୌଣସି ଅତିରିକ୍ତ ଜମିର ଆବଶ୍ୟକତା ପଡ଼ିନଥିବା ବେଳେ ଏଥିରୁ ସର୍ବାଧିକ ସ୍ୱଚ୍ଛ ଶକ୍ତି ଉତ୍ପାଦନ କରାଯାଇପାରୁଛି । ସେହିଭଳି, ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ଦ୍ୱାରା ଅଙ୍ଗାରକାମ୍ଳ ନିର୍ଗମନ (କାର୍ବନ ଫୁଟପ୍ରିଣ୍ଟ) କୁ ହ୍ରାସ କରାଯାଉଛି। କର୍ମଚାରୀମାନଙ୍କ ଦୈନନ୍ଦିନ ଯାତାୟାତ ପାଇଁ ଏବେ ୧୯ଟି ଇଲେକ୍ଟ୍ରିକ୍ କାର୍ ଏବଂ ୨୦ଟି ଇଲେକ୍ଟ୍ରିକ୍ ବସ ଚାଲୁଛି । ଏକ ସ୍ୱଚ୍ଛ ଓ ସୁସ୍ଥ କର୍ମକ୍ଷେତ୍ର ସୁନିଶ୍ଚିତ କରିବା ପାଇଁ ପ୍ଲାଣ୍ଟ ପରିସରରେ ଏକ ସ୍ୱତନ୍ତ୍ର ‘ଇଭି ବସ୍ ଚାର୍ଜିଂ ବେ’ ମଧ୍ୟ ନିର୍ମାଣ କରାଯାଇଛି। ପ୍ରକୃତ ଦୀର୍ଘସ୍ଥାୟୀତା, ସମ୍ପଦର ସଠିକ୍ ପରିଚାଳନା ମଧ୍ୟରେ ହିଁ ନିହିତ ଥାଏ। ସ୍ମାର୍ଟ ଅପ୍ଟିମାଇଜେସନ ପଦକ୍ଷେପ ମାଧ୍ୟମରେ ଟିଏସକେ ମଧୁର ଜଳ ବ୍ୟବହାରକୁ ପ୍ରାୟ ୪୦ ପ୍ରତିଶତ ହ୍ରାସ କରିବାରେ ବଡ଼ ସଫଳତା ହାସଲ କରିଛି, ଯାହା ସ୍ଥାନୀୟ ପ୍ରାକୃତିକ ସମ୍ପଦ ଉପରେ ପ୍ରଭାବ କୁ ଯଥେଷ୍ଟ କମାଇ ଦେଇଛି । ଏହା ବ୍ୟତୀତ, ଏହି ପ୍ରକଳ୍ପ ‘ଜିରୋ ଏଫ୍ଲୁଏଣ୍ଟ ଡିସଚାର୍ଜ’ ମଡେଲ ଅଧୀନରେ ପରିଚାଳିତ ହେଉଛି । ଏହାର ସହାୟତା ପାଇଁ ଏକ ବିଶାଳ ୧୦,୫୦୦ ବର୍ଗ ମିଟରର ବର୍ଷା ଜଳ ଅମଳ ଏବଂ ଭୂତଳ ଜଳ ଭରଣ ପୋଖରୀ (ପରକୋଲେସନ ପଣ୍ଡ) ନିର୍ମାଣ କରାଯାଇଛି । ୪୬,୦୦୦ କ୍ୟୁବିକ୍ ମିଟର କ୍ଷମତା ବିଶିଷ୍ଟ ଏହି ସଂରଚନା ଭୂତଳ ଜଳ ସ୍ତରକୁ ବୃଦ୍ଧି କରିବା ସହ ସ୍ଥାନୀୟ ଜୈବ ବିବିଧତା ପାଇଁ ଏକ ସମୃଦ୍ଧ ଆବାସସ୍ଥଳୀ ସୃଷ୍ଟି କରୁଛି। ଏହା ବ୍ୟତୀତ, ଟାଟା ଷ୍ଟିଲ୍ କଳିଙ୍ଗନଗରର କାର୍ଯ୍ୟକ୍ଷେତ୍ରରେ ବୈଷୟିକ ଅଗ୍ରଗତି ଏବଂ ଅଭିନବ ପ୍ରଣାଳୀକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି । ପ୍ରତ୍ୟେକ କ୍ଷେତ୍ରରେ ନିର୍ଗମନ ହ୍ରାସ କରିବା ଏବଂ ପରିବେଶଗତ ପ୍ରଭାବକୁ ସର୍ବନିମ୍ନ କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥାଗୁଡ଼ିକୁ ସକ୍ରିୟ ଭାବେ ପ୍ରୟୋଗ କରାଯାଉଛି । ଏହି ଦୃଢ ପରିବେଶ ସଚେତନ କାର୍ଯ୍ୟକଳାପର ପରିଣାମ ସ୍ୱରୂପ ଶତପ୍ରତିଶତ (୧୦୦%) କଠିନ ବର୍ଜ୍ୟବସ୍ତୁର ସଦୁପଯୋଗ କରାଯାଇପାରୁଛି, ଯାହା ପରିବେଶ ସୁରକ୍ଷା ପ୍ରତି କାରଖାନାର ଗଭୀର ନିଷ୍ଠାକୁ ଦର୍ଶାଉଛି । ବିଶ୍ୱ ସ୍ତରରେ ଏହି ପ୍ରୟାସର ଫଳ ସ୍ୱରୂପ, ଟିଏସକେ ୨୦୨୪ ମସିହାରେ ସମ୍ମାନଜନକ ‘ରେସପନ୍ସିବଲ ଷ୍ଟିଲ’ ସାର୍ଟିଫିକେସନ ହାସଲ କରିଥିଲା, ଯାହା ଏହାର ନୈତିକ ଉତ୍ସ ଏବଂ ଦାୟିତ୍ୱସମ୍ପନ୍ନ ଉତ୍ପାଦନ ପ୍ରଣାଳୀକୁ ପ୍ରମାଣିତ କରୁଛି । ଶିଳ୍ପ ବର୍ଜ୍ୟବସ୍ତୁକୁ ମଧ୍ୟ ଏକ ମୂଲ୍ୟବାନ ସମ୍ପଦ ଭାବେ ପୁନଃବ୍ୟାଖ୍ୟା କରାଯାଉଛି । ଟିଏସକେ ୧୦୦% ଏଲ୍‌ଡି ସ୍ଲାଗ୍ ର ସଦୁପଯୋଗ କରୁଛି; ଏହି ଇସ୍ପାତ ଉତ୍ପାଦନରୁ ବାହାରୁଥିବା ଉପଜାତ ଦ୍ରବ୍ୟକୁ ରାସ୍ତା ନିର୍ମାଣ ଏବଂ ସିମେଣ୍ଟ ତିଆରିରେ ବ୍ୟବହାର କରାଯାଉଛି। ସେହିପରି ଅଙ୍ଗାରକାମ୍ଳ ବର୍ଜ୍ୟବସ୍ତୁର ମୁକାବିଲା ପାଇଁ ଦୈନିକ ୧୦ ଟନ୍ କ୍ଷମତା ବିଶିଷ୍ଟ ‘ପଲିକ୍ରାକ୍’ ୟୁନିଟ୍ ସ୍ଥାପନ କରାଯାଇଛି । ଏହି ଉନ୍ନତ ‘ୱେଷ୍ଟ-ଟୁ-ଏନର୍ଜି’ (ବର୍ଜ୍ୟରୁ ଶକ୍ତି) ପ୍ରଯୁକ୍ତିବିଦ୍ୟା ପୌରପାଳିକାର କଠିନ ବର୍ଜ୍ୟବସ୍ତୁ, ବାୟୋମାସ ଏବଂ ବର୍ଜିତ ରବରକୁ ମୂଲ୍ୟବାନ ହାଇଡ୍ରୋକାର୍ବନ ଓ ଶକ୍ତିରେ ରୂପାନ୍ତରିତ କରିଥାଏ । ଏଭଳି ଶୂନ୍ୟ-ନିଷ୍କାସନ ଏବଂ ସର୍କୁଲାର-ଇକୋନୋମି କୁ ଆପଣେଇବା ସହ ଭାରୀ ବର୍ଜ୍ୟବସ୍ତୁକୁ ଆବର୍ଜନା ସ୍ଥାନ କୁ ଯିବାରେ ରୋକ ଲଗାଇ ପାରିଛି । ଟାଟା ଷ୍ଟିଲ୍ କଳିଙ୍ଗନଗର ଆଗାମୀ ଦିନରେ ଶିଳ୍ପ ଜଗତ ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରୁଛି ।

Jajpur (ଯାଜପୁର)ଯାଜପୁର ରିପୋର୍ଟ - ନିରୋଜ କୁମାର ସେଠୀ

ଡ଼ାକ୍ତରଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ସ୍ବାସ୍ଥ୍ୟ ସେବା ପ୍ରଭାବିତ
Jul 3, 202629 views

ଡ଼ାକ୍ତରଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ସ୍ବାସ୍ଥ୍ୟ ସେବା ପ୍ରଭାବିତ

ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍ (ଓମସା) ର ଆହ୍ଵାନ କ୍ରମେ ଗତକାଲି ଠାରୁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ମ ବିରତି ଆନ୍ଦୋଳନରେ ଯୋଗ ଦେବାରୁ OPD/ IPD ସେବା ବାଧାପ୍ରାପ୍ତ ହୋଇଥିବା ବେଳେ ଚିକିତ୍ସା ପାଇଁ ଆସୁଥିବା ବହୁ ରୋଗୀ ଓ ତାଙ୍କ ସମ୍ପର୍କିୟ ମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇ ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳିଛି। ଏବଂ ବିଶେଷକରି ଦୂରଦୂରାନ୍ତରୁ ଆସୁଥିବା ରୋଗି ମାନେ ଚିକିତ୍ସା ନପାଇ ନିରାଶ ହୋଇ ଫେରୁଛନ୍ତି। ତେବେ ଓମସା ତରଫରୁ ଆପତକାଳୀନ ଚିକିତ୍ସା ସେବାରେ କୈ।ଣସି ବାଧା ସୃଷ୍ଟି କରାଯାଇନାହିଁ ଏବଂ ଗୁରୁତର ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।ଆନ୍ଦୋଳନ କାରୀ ଡାକ୍ତର ମାନଙ୍କ ତରଫରୁ କୁହାଯାଇଛି ଯେ,ଦିର୍ଘ ଦିନଧରି ଓମସା ତରଫରୁ ୧୦ ଦଫା ଦାବିରେ କୁହାଯାଇଛି ଯେ, ଖାଲିଥିବା ବିଶେଷଜ୍ଞ ଡାକ୍ତର, ଏମ ବି ଏସ ଡାକ୍ତର ପଦ ପଦବୀ ରେ ନିଯୁକ୍ତି, ଆବଶ୍ୟକତା ଅନୁଯାୟୀ ଡାକ୍ତର ନିଯୁକ୍ତି, ଡାକ୍ତର ମାନଙ୍କ ସୁରକ୍ଷା ଓ ସେବା ସମ୍ବନ୍ଧୀୟ ଦାବି ସବୁ ସରକାର ଙ୍କ ନିକଟରେ ଉପସ୍ଥାପିତ କରାଯାଇଥିଲେ ମଧ୍ୟ ଦାବି ଗୁଡିକ ପୂରଣ ନହେବାରୁ କର୍ମ ବିରତି ଭଳି କଠୋର ନିଷ୍ପତ୍ତି ନେବାକୁ ଓମସା ବାଧ୍ୟ ହୋଇଛି। ବର୍ତ୍ତମାନ ଦୁଇ ଜଣ ଆୟୁଷ ଡାକ୍ତରଙ୍କ ଭରସାରେ ଚାଲିଛି ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜଗାଙ୍ଗପୁର ବିଧାନ ସଭା ଅନ୍ତର୍ଗତ ଅଧାରୁ ଅଧିକ ଲୋକେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଏଠାରେ ସ୍ଵିକୃତି ପ୍ରାପ୍ତ ପୋଷ୍ଟ ଖାଲିପଡ଼ିଛି , ମଝି ମଝିରେ ଡାକ୍ତର ମାନେ ଛୁଟିରେ ରହିବାରୁ ଏବଂ କେତେକ ଡାକ୍ତର ମାନେ ଅଭ୍ୟାସଗତ୍ ଭାବେ ନିର୍ଧାରିତ ସମୟ ସୀମା ମଧ୍ୟରେ OPD ରେ ବସୁନଥିବାରୁ ଡାକ୍ତରଖାନାରେ ଅଧିକ ଭିଡ ହୋଇଥାଏ ଏବଂ ଘଣ୍ଟା ଘଣ୍ଟା ଧରି ରୋଗି ଓ ରୋଗିଙ୍କ ସମ୍ପର୍କିୟ ମାନଙ୍କୁ ଧାଡ଼ିରେ ଛିଡ଼ା ହୋଇ ଅହେତୁକ ପିଡା ଭୋଗିବାକୁ ପଡ଼ିଥାଏ ,ଏଥିପାଇଁ ଅନେକ ରୋଗୀ ମାନେ ଶିଘ୍ର ସ୍ବାସ୍ଥ୍ୟ ସେବା ପାଇବା ପାଇଁ ପ୍ରାଇଭେଟ୍ କ୍ଲିନିକ୍ ମୁହାଁ ହେବାକୁ ବାଧ୍ୟ ହେଉଥିବାର ଅଭିଯୋଗ ମଧ୍ୟ ହେଉଛି। ଏବିଷୟରେ ବାରମ୍ବାର ଅଭିଯୋଗ କରାଯିବା ସତ୍ବେ ଶାସନ ପ୍ରଶାସନ ତରଫରୁ ଆବଶ୍ୟକତା ଅନୁଯାୟୀ ଡାକ୍ତରଙ୍କ, ନର୍ସିଙ୍ଗ ଷ୍ଟାଫ , ଫାର୍ମାସିଷ୍ଟ ନିଯୁକ୍ତି କରାଯାଉନାହିଁ କି ଅନ୍ୟାନ୍ୟ ଆବଶ୍ୟକ ସୁବିଧା ପ୍ରତି ଧ୍ୟାନ ଦିଆଯାଉନାହିଁ ଏବଂ ରୋଗି ମାନେ ଉନ୍ନତ ମାନର ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ସରକାର ଯଥା ଶୀଘ୍ର ଓମସା ସହିତ ଆଲୋଚନା କରି ରୋଗୀ ମାନଙ୍କୁ ଉତମ ସେବା ଯୋଗାଇବା ପାଇଁ ବ୍ୟବସ୍ଥା କରିବା ପାଇଁ ଦାବି ହେଉଛି। ରାଜଗାଙ୍ଗପୁର ରୁ ରମେଶ ସୋନିଙ୍କ ରିପୋର୍ଟ।

Sundargarh (ସୁନ୍ଦରଗଡ଼)ବ୍ୟୁରୋ ରିପୋର୍ଟ, ରାଜଗାଙ୍ଗପୁର