--:--:--
-- ---
Srishti News

ପାଟରଙ୍ଗା ଠାରେ ଜିନ୍ଦଲ ଷ୍ଟେନଲେସ ର ମେଗା ସ୍ବାସ୍ଥ୍ୟ ଶିବିର

Jajpur (ଯାଜପୁର)ରିପୋର୍ଟ ଅନିଲ କୁମାର ଜେନା କଳିଙ୍ଗନଗରAugust 25, 202626 views
ପାଟରଙ୍ଗା ଠାରେ ଜିନ୍ଦଲ ଷ୍ଟେନଲେସ ର ମେଗା ସ୍ବାସ୍ଥ୍ୟ ଶିବିର
କଳିଙ୍ଗନଗର ଗ୍ରାମାଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ ଜିନ୍ଦଲ ଷ୍ଟେନଲେସ୍‌ର ସିଏସଆର ଶାଖା ଓ ଜିନ୍ଦଲ ଷ୍ଟେନଲେସ୍ ଫାଉଣ୍ଡେସନ୍ ପକ୍ଷରୁ ଯାଜପୁର ଜିଲ୍ଲା କୋରେଇ ବ୍ଲକର ପାଟରଙ୍ଗା ଗ୍ରାମରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ଏଥିରେ ପାଟରଙ୍ଗା ଓ ଆଖପାଖ ଅଞ୍ଚଳର ୩୦୦ରୁ ଅଧିକ ଲୋକ ମାଗଣା ଚିକିତ୍ସା ପରାମର୍ଶ, ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ପାଇଥିଲେ। ଶିବିରରେ ଜେନେରାଲ୍ ମେଡିସିନ୍, ପ୍ରସୂତି ଓ ସ୍ତ୍ରୀରୋଗ, ଶିଶୁରୋଗ ଏବଂ ମଧୁମେହ ବିଶେଷଜ୍ଞମାନେ ରୋଗୀଙ୍କୁ ପରାମର୍ଶ ଦେଇଥିଲେ। ଭୁବନେଶ୍ୱରସ୍ଥିତ CureBayର ପାରାମେଡିକାଲ୍ ଟିମ୍ ପକ୍ଷରୁ ରକ୍ତ ପରୀକ୍ଷା, ରକ୍ତଚାପ ଓ ମଧୁମେହ ପରୀକ୍ଷା କରାଯାଇଥିଲା। ପରୀକ୍ଷା ଅନୁଯାୟୀ ରୋଗୀମାନଙ୍କୁ ଆବଶ୍ୟକ ଚିକିତ୍ସା ପରାମର୍ଶ ସହ ମାଗଣା ଔଷଧ ପ୍ରଦାନ କରାଯାଇଥିଲା। ପାଟରଙ୍ଗା ଗ୍ରାମ ପଞ୍ଚାୟତର ସରପଞ୍ଚ ରଞ୍ଜନ କୁମାର ଦାସ ଶିବିରର ଉଦ୍‌ଘାଟନ କରି ଏଭଳି ଲୋକକଲ୍ୟାଣମୂଳକ ପଦକ୍ଷେପ ପାଇଁ ଜିନ୍ଦଲ ଷ୍ଟେନଲେସ୍‌କୁ ପ୍ରଶଂସା କରିଥିଲେ। ଜିନ୍ଦଲ ଷ୍ଟେନଲେସ୍‌ର ଯାଜପୁର ୟୁନିଟ୍ ମୁଖ୍ୟ ଦୀପକ ଅଗ୍ରୱାଲ କହିଛନ୍ତି ଯେ, ଗ୍ରାମୀଣ ଅଞ୍ଚଳରେ ବିଶେଷଜ୍ଞ ସ୍ୱାସ୍ଥ୍ୟସେବା ପହଞ୍ଚାଇବା କମ୍ପାନୀର ପ୍ରମୁଖ ପ୍ରତିବଦ୍ଧତା ମଧ୍ୟରୁ ଅନ୍ୟତମ। ଜିନ୍ଦଲ ଷ୍ଟେନଲେସ୍‌ର ସିଏସଆର ପଦକ୍ଷେପ ଅଧୀନରେ ଦାନଗଦୀର ହୁଡିସାହିସ୍ଥିତ ଷ୍ଟାଟିକ୍ ହେଲ୍ଥ କ୍ଲିନିକ୍ ମାଧ୍ୟମରେ ପ୍ରାୟ ୧୫ଟି ଗ୍ରାମକୁ ନିୟମିତ ମାଗ ଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଏହାସହ ମୋବାଇଲ୍ ହେଲ୍ଥ ୟୁନିଟ୍ ଜରିଆରେ ଦୁର୍ଗମ ଅଞ୍ଚଳରେ ମଧ୍ୟ ସ୍ୱାସ୍ଥ୍ୟସେବା ପହଞ୍ଚାଯାଉଛି। ପୂର୍ବରୁ ସୁକିନ୍ଦା ବ୍ଲକର ବାମ୍ବିଲୋ ଓ ଦାନଗଦି ବ୍ଲକର ଦାମୋଦରପୁରରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ପ୍ରାୟ ୭୦୦ ଗ୍ରାମବାସୀ ଉପକୃତ ହୋଇଥିଲେ।