--:--:--
-- ---
Srishti News

ରକ୍ଷାବନ୍ଧନ ଉତ୍ସବରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 27, 202627 views
ରକ୍ଷାବନ୍ଧନ ଉତ୍ସବରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର
ଖୋର୍ଦ୍ଧା: ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅବସରରେ ଖୋର୍ଦ୍ଧା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଭାଇଚାରା, ସ୍ନେହ ଓ ସମ୍ପର୍କର ବାର୍ତ୍ତା ନେଇ ଏକ ଅଭିନବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ସମସ୍ତ ମାନନୀୟ ଗୁରୁଜୀ, ଗୁରୁମା ଓ ଶିଶୁମାନେ ମିଳି ଖୋର୍ଦ୍ଧା ଜେଲ, ଡାକ୍ତରଖାନା, ଥାନା, ମନ୍ଦିର ଆଦି ବିଭିନ୍ନ ସ୍ଥାନକୁ ଯାଇ ସେଠାରେ ଉପସ୍ଥିତ ବ୍ୟକ୍ତିମାନଙ୍କ ହାତରେ ରାଖୀବାନ୍ଧିଥିଲେ। ଏହି ଅବସରରେ ସମସ୍ତଙ୍କ ମଧ୍ୟରେ ସ୍ନେହ, ସମ୍ପ୍ରୀତି ଓ ଭାଇଚାରାର ଭାବନା ସୃଷ୍ଟି ହୋଇଥିଲା। ଏଭଳି ମହତ୍‌ କାର୍ଯ୍ୟରେ ସାମିଲ ହୋଇ ଗୁରୁଜୀ, ଗୁରୁମା ଓ ଶିଶୁମାନେ ଆନନ୍ଦ ଅନୁଭବ କରିଥିଲେ।ବିଦ୍ୟାଳୟ ପରିସରରେ ମଧ୍ୟ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଥିଲା। ମାନନୀୟ ପ୍ରଧାନ ଆଚାର୍ଯ୍ୟ ଗିରିଜା ଭାଇ ଗୋମାତାଙ୍କୁ ପୂଜାର୍ଚ୍ଚନା କରି ପରିବେଶକୁ ପବିତ୍ରମୟ କରିଥିଲେ। ଏହାସହ ସହ-ପ୍ରଧାନ ଆଚାର୍ଯ୍ୟ ମାନନୀୟ ପ୍ରଭାକର ଭାଇ ଶିଶୁମାନଙ୍କୁ ରକ୍ଷାବନ୍ଧନର ମହାନତା ଓ ଏହାର ପୌରାଣିକ ମହତ୍ତ୍ୱ ସମ୍ପର୍କରେ ବିଭିନ୍ନ କଥା ମାଧ୍ୟମରେ ବୁଝାଇଥିଲେ। ରକ୍ଷାବନ୍ଧନ କେବଳ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ନୁହେଁ, ବରଂ ସମାଜରେ ପରସ୍ପର ପ୍ରତି ସ୍ନେହ, ସୁରକ୍ଷା, ସମ୍ମାନ ଓ ଭାଇଚାରାର ବନ୍ଧନକୁ ସୁଦୃଢ଼ କରିବାର ଏକ ପବିତ୍ର ଅବସର ବୋଲି କାର୍ଯ୍ୟକ୍ରମରେ ବାର୍ତ୍ତା ଦିଆଯାଇଥିଲା।