ମୀନଗୁର ନିକଟରେ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀର ମୃତ୍ୟୁ
Kalahandi (କଳାହାଣ୍ଡି)ରିତେଶ କୁମାର ମୁଣ୍ଡAugust 28, 202610 views

ଆଜି ସକାଳ ପ୍ରାୟ ସାଢେ ୮ଟା ବେଳେ ମୀନଗୁର ବଡ କୁଟୁ ଆର.ଡି ରାସ୍ତାର ମୀନଗୁର ନିକଟରେ ଘଟିଛି ଏକ ମର୍ମଦ ସଡକ ଦୁର୍ଘଟଣା । ଏକ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିବା ଭଳି ଅଭାବନୀୟ ଘଟଣା କଲମପୁର ଥାନା ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ସୂଚନା ଅନୁସାରେ ମୀନଗୁର ଗ୍ରାମର ଇନଦାଦ ମହମ୍ମଦ ନାମକ ଜନୈକ ବାକ ଶକ୍ତି ହୀନ ଦିବ୍ୟାଙ୍ଗ ଯୁବକ ଏକ ବାଇକ ଯୋଗେ କୁକୁଡା ବୋଝେଇ କରି ଏକ ବାଇକ ଯୋଗେ ବଡ କୁଟୁ ର ଜନୈକ ଦୋକାନୀକୁ ନେଇ ଦେଉଥୁବା ବେଳେ ବିପରିତ ଦିଗରୁ ବାଲି ବୋଝେଇ କରି ତିବ୍ ଗତିରେ ଆସୁଥିବା ଏକ ନମ୍ବର ବିହୀନ ମହିନ୍ଦ୍ରା ଟ୍ରାକ୍ଟର ଇନ୍ଦାଦର ବାଇକକୁ ଧକ୍କା ଦେଇଥିଲା । ଏହାସହ ରାସ୍ତା ଉପରେ ବାଲି ବୋଝେଇ ହେଇଥିବା ଟ୍ରାକ୍ଟର ଟ୍ରଲି ଓଲଟି ପଡିଥିଲା l ଇନଦାଦ ରାସ୍ତାକଡରେ ଛିଟିକି ପଢି ଗୁରୁତର ହେଇଥିଲା । ଏନେଇ ସ୍ଥାନୀୟ ଲୋକେ ଇନଦାଦର ପରିବାର ଲୋକକୁ ସୂଚନା ଦେବା ପରେ ପରିବାର ଲୋକ ଦୁର୍ଘଟଣାସ୍ଥଳରେ ପହଂଚି ଗୁରୁତର ଇନଦାଦକୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେତେବେଳକୁ ଇନଦାଦର ମୃତ୍ୟୁ ଘଟି ସାରିଥିଲା । ଏନେଇ ଦାଇତ୍ବରେ ଥିବା ଡାକ୍ତର ଘୋଷଣା କରିବା ସହ କଲମପୁର ଥାନାକୁ ସୂଚନା ଦେଇଥିଲେ । ପୁଲିସ ଦୁର୍ଘଟଣା ସ୍ଥଳରେ ପହଂଚି ଉଭୟ ଟ୍ରାକ୍ଟର ଏବଂ ବାଇକକୁ ଜବତ କରିଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଂଚି ଶବ ଜବତ କରିଛନ୍ତି ।
