--:--:--
-- ---
Srishti News

Web News

ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପରଲୋକ
Aug 26, 2026•16 views

ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପରଲୋକ

ବରଗଡ -ବରଗଡ ଜିଲ୍ଲା ପଦ୍ମପୁରର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସତ୍ୟ ଭୂଷଣ ସାହୁ ଆଉ ନାହାନ୍ତି । ଆଜି ଅପରାହ୍ନ ୨ଘଣ୍ଟା ୧୦ ମିନିଟରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଥିବା ପରିବାର ସୂତ୍ରରୁ ଜଣାପଡ଼ିଛି । ସ୍ୱର୍ଗତ ସାହୁ ପଦ୍ମପୁର ବିଧାନସଭା ଆସନରୁ ଏକାଧିକ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହେଉଥିଲା ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

Protest Meeting by Lower Indra Public Awareness Forum Opposes Proposed Office Relocation
Aug 26, 2026•30 views

Protest Meeting by Lower Indra Public Awareness Forum Opposes Proposed Office Relocation

Konabira, August 24: The Lower Indra Public Awareness Forum, Konabira, organised a protest meeting opposing the proposed relocation of the Lower Indra Irrigation Office from Khariar to the Collectorate premises in Nuapada district headquarters. According to the forum, shifting the office would create serious difficulties for families who have been fully or partially affected by the Lower Indra Irrigation Project. The forum pointed out that the office is currently located at Khariar, close to several project-affected villages, allowing many affected families to reach the office within a distance of around 10 to 15 kilometres for various official requirements. However, if the office is shifted to Nuapada headquarters, people from some affected areas may have to travel nearly 80 kilometres to access its services, the forum claimed. Members expressed concern that affected families would have to undertake repeated and costly journeys for matters related to land, compensation and other project-related issues. The members demanded that the Lower Indra Irrigation Office should continue functioning from Khariar in the interest and convenience of the project-affected families. During the meeting, allegations were also raised that personal interests were involved behind the demand for shifting the office. The forum expressed dissatisfaction over an alleged request made to the Chief Minister for relocating the office under the leadership of BJP district president and advocate Kamalesh Dixit. However, these allegations could not be independently verified. The forum warned that it would intensify its agitation in the coming days in the interest of people from around 30 villages if the proposed relocation is not reconsidered. It appealed to the administration to give priority to the convenience and interests of fully and partially affected families and refrain from shifting the office from Khariar. Forum president Nilakantha Pradhan, secretary Kishore Chandra Kathar, joint secretary Tukaram Sagaria, advisers Girish Chandra Panigrahi and Ishwar Chandra Naik, along with Jagannath Majhi, Brajasundar Patel, Hari Majhi, Ghanshyam Karua, Kishore Majhi and other members of the forum and a large number of villagers were present at the meeting.

Nuapada (ନୂଆପଡ଼ା) • Reports: Girendra Jagat, Komna

Heavy Vehicles Face ‘No Entry’ in Nuapada: Daytime Restrictions Imposed in Key Urban Areas
Aug 26, 2026•31 views

Heavy Vehicles Face ‘No Entry’ in Nuapada: Daytime Restrictions Imposed in Key Urban Areas

Nuapada, August 26: In a major step towards strengthening road safety and streamlining traffic movement, the Nuapada district administration has imposed time-bound restrictions on the movement of heavy goods vehicles on NH-353 and the Biju Expressway, covering the urban areas of Khariar Road, Nuapada and Khariar NAC. The decision has been taken in view of increasing traffic congestion caused by heavy vehicles during daytime hours, which has been affecting the safe movement of school students, pedestrians and commuters. Nuapada Collector and District Magistrate Madhusudan Dash issued the order by exercising powers under Section 115 of the Motor Vehicles Act, 1988, and Rule 173 of the Odisha Motor Vehicles Rules, 1993. As per the order, heavy goods vehicles will not be permitted to enter the notified routes from 7:00 AM to 1:00 PM and again from 3:00 PM to 7:00 PM. During the restricted hours, heavy vehicles will have to remain parked at designated locations identified by the district administration. To ensure effective implementation of the restriction, check points have been established at strategic entry points. For Khariar Road NAC, a check point will be located near the Jalaram Temple at Jank. In Nuapada NAC, check points have been identified near Sahipala on the Biju Expressway for vehicles approaching from Padampur, near Ghatipada for vehicles coming from the Dharamgarh side on the Biju Expressway, and near Ghatipada for vehicles entering from Komna via NH-353. For Khariar NAC, check points will be located near Padampur on NH-59 for vehicles coming from Bangomunda and Balangir, and near Gosala on SH-16 for vehicles approaching from Bhawanipatna and Kalahandi. However, heavy vehicles transporting essential commodities have been exempted from the ‘No Entry’ restriction. The administration stated that the move aims to reduce traffic congestion, improve road safety and ensure safer movement of the general public. Heavy vehicle owners, drivers and transport operators have been urged to strictly follow the prescribed timings and comply with the restrictions.

Nuapada (ନୂଆପଡ଼ା) • Reports: Malaya Meher & Bijay Bariha

ନିଟ ପରୀକ୍ଷା ରେ ସଫଳ ହେଲେ ଶିକ୍ଷକଙ୍କ ଝିଅ ଦୀପାଳି
Aug 26, 2026•55 views

ନିଟ ପରୀକ୍ଷା ରେ ସଫଳ ହେଲେ ଶିକ୍ଷକଙ୍କ ଝିଅ ଦୀପାଳି

ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ( ନିଟ ) ୨୦୨୬ ରେ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଗ୍ରାମ ପଂଚାୟତ ଅନ୍ତର୍ଗତ ନୁନପାଣି ଗ୍ରାମର ଦୀପାଳି ପୁଝାରୀ। ଦୀପାଳି ଜାତୀୟ ସ୍ତରରେ ୩୪୪୦୭୬ ଏବଂ ରାଜ୍ୟରେ ୪୨୯୪ଓ ଏସଟି ବର୍ଗରେ ୧୬୦ରେଙ୍କ ରଖି କୃତକାର୍ଯ୍ୟ ହୋଇ ଗାଁ ତଥାଅଂଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଦୀପାଳି ନୁନପାଣି ଗ୍ରାମର ଶିକ୍ଷକ ମହେଶ୍ୱର ପୁଝାରୀ ଓ ଗୀତାଞ୍ଜଳି ପୁଝାରୀ ଙ୍କ ଝିଅ ଅଟନ୍ତି। ଦୀପାଳି ଏହି ସଫଳତା ରେ ସମଗ୍ର ଦଣ୍ଡପାଟ ଅଂଚଳ ରେ ଖୁସିର ଲହରୀ ଖେଳିଯାଇଛ। ନିଜର କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ବଳରେ ଦୀପାଳି ଏହି ସଫଳତା ହାସଲ କରିଛନ୍ତି। ତାଙ୍କ ସଫଳତାରେ ପରିବାର ବର୍ଗ ନୁନପାଣି ଗ୍ରାମବାସୀ ସମେତ ଦଣ୍ଡପାଟ ଅଂଚଳ ବାସି ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଦୀପାଳି ଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହଁ ସମଗ୍ର ଦଣ୍ଡପାଟ ଅଂଚଳ ପାଇଁ ଗର୍ବର ବିଷୟ ପାଲିଟିଛି। ତାଙ୍କ ସଫଳତା ର ଅଞ୍ଚଳ ଅନ୍ୟ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଓ ଡାକ୍ତରୀ ପାଠପଢ଼ା ପାଇଁ ପ୍ରେରଣା ଯୋଗାଇବବୋଲି ଅଞ୍ଚଳ ବାସି ଆଶା ପ୍ରକାଶ କରିଛନ୍ତି। ଭବିଷ୍ୟତରେ ସେ ଜଣେ ଭଲ ଡାକ୍ତର ହୋଇ ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନ କରିବି ବୋଲି ପ୍ରକାଶ କରିଛନ୍ତି ଦୀପାଳି।

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ଦ୍ବିଦିବସୀୟ ଆନ୍ତଃରାଜ୍ୟ ଆଞ୍ଚଳିକ ଅଭିଭାବକ ସମ୍ମିଳନୀ ଉଦଯାପିତ
Aug 26, 2026•23 views

ଦ୍ବିଦିବସୀୟ ଆନ୍ତଃରାଜ୍ୟ ଆଞ୍ଚଳିକ ଅଭିଭାବକ ସମ୍ମିଳନୀ ଉଦଯାପିତ

ରାଉରକେଲା: ପରିବାର ଓଡ଼ିଶା ଓ ଶ୍ରଦ୍ଧା ଦ୍ଵାରା ମିଳିତ ୨ ଦିନିଆ ୯୮ ତମ ଦ୍ବିଦିବସୀୟ ଆଞ୍ଚଳିକ ଅଭିଭାବକ ସମ୍ମିଳନୀ ଓଡିଶା -୨୦୨୬ ବରଟୋଲି ସ୍ଥିତ ପଦ୍ମିନୀ ପାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ର ବିଧାୟକ ସାରଦା ପ୍ରସାଦ ନାୟକ ପ୍ରଥମ ଦ୍ଵିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମାନସିକ ଭିନ୍ନକ୍ଷମ ମାନଙ୍କର ଚାଲିଚଳନ, ବ୍ୟବହାର ଅନ୍ୟ ଭିନ୍ନକ୍ଷମ ମାନଙ୍କ ଠାରୁ ଅଲଗା , ଏମାନଙ୍କର ମନରେ ଟିକିଏ ମାତ୍ର ଛନ୍ଦକପଟ ନଥାଏ ଆଉ ଏମାନେ ଭାରି ସ୍ନେହୀ ଓ ସରଳ । ଏମାନେ ମଧ୍ୟ ବହୁ ଖେଳ, ନାଚ, ଚିତ୍ର ଆଙ୍କିବା ବହୁ ଗୁଣରେ ପାରଙ୍ଗମ। ଏମାନଙ୍କ ର ସ୍ଵତନ୍ତ୍ର ଶିକ୍ଷା, ଅନ୍ୟାନ୍ୟ ତାଲିମ, ଥଇଥାନ ଓ ଯାତାୟାତ ପ୍ରଭୃତି ରେ ସରକାର ସ୍ଵତନ୍ତ୍ର ଆଇନ ପ୍ରଣୟନ କରିଛନ୍ତି । ସେହି ଆଇନ କୁ ସଠିକ୍ ଭାବେ ପ୍ରଣୟନ କରିବା ପାଇଁ ଅଭିଭାବକ, ଭିନ୍ନକ୍ଷମ ସଂସ୍ଥା ଓ ସରକାର ଙ୍କ ମିଳିତ ପ୍ରଚେଷ୍ଟା ରହିବା ଉଚିତ୍ । ଦୀର୍ଘ ୨୫ ବର୍ଷ ହେବ ରାଉରକେଲା ର ବିଭିନ୍ନ ସଂସ୍ଥା ତଥା ଶ୍ରଦ୍ଧା ଓ ହୋମ୍ ଆଣ୍ଡ ହୋପ୍ ବହୁ ସମୟରେ ଏହି ମାନସିକ ଭିନ୍ନକ୍ଷମ ମାନଙ୍କ ସହିତ ମିଶି ବାର ସୁଯୋଗ ପାଇଛି । ତେଣୁ ଏମାନଙ୍କ ର ସାମୁହିକ ଉନ୍ନତି ପାଇଁ ଆମ୍ଭମାନଙ୍କର ମିଳିତ ପ୍ରଚେଷ୍ଟା ରହିବା ଉଚିତ୍ । ପ୍ରାରମ୍ଭରେ ସମ୍ମୀଳନୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ପରିବାର ଓଡ଼ିଶା ର ସଭାପତି ପ୍ରଭାକର ସାହୁ ଆଲୋକପାତ କରିଥିବା ବେଳେ ଆବାହକ ଡ଼. ରାମକୃଷ୍ଣ ବିଶ୍ଵାଳ ଅତିଥି ପରିଚୟ ଓ ସ୍ଵାଗତ ଅଭିଭାଷଣ ରଖିଥିଲେ । ଯତ୍ନରୁ ସଶକ୍ତିକରଣ: ସଦୃଢ଼ ପରିବାର ଏବଂ ସାମୂହିକ ପ୍ରୟାସ ମାଧ୍ୟମରେ ସମାବେଶୀ ସମାଜ ଗଠନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ମାନସିକ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କର ଶୈଶବରୁ ଯୁବାବସ୍ଥା ପର୍ଯ୍ୟନ୍ତ ଅଭିଭାବକ ଏବଂ ସେବା ଓ ଯତ୍ନ ଯୋଗାଉଥିବା ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା । ଏହି ଦ୍ଵିଦିବସୀୟ କର୍ମଶାଳାରେ ସାମ୍ବିଧାନିକ ବ୍ୟବସ୍ଥା, ଦିବ୍ୟାଙ୍ଗ ମାନଙ୍କର ଅଧିକାର ଓ ଆଇନ ନିୟମ ୨୦୧୬, ନ୍ୟାସନାଲ ଟ୍ରଷ୍ଟ ଆଇନ ୧୯୯୯, ଦିବ୍ୟାଙ୍ଗଙ୍କ ମୈ।ଳିକ ଅଧିକାର ସମ୍ପର୍କରେ ବିସ୍ତୃତ ଭାବେ ବିଶେଷଜ୍ଞ ମାନେ ଆଲୋଚନା କରିଥିଲେ । ଚୈତାଲି ଗାମୀ, ଦୀପା ବାନାର୍ଜୀ, ପ୍ରତୀକ ଅଗ୍ରୱାଲ, ଓଡିଶା ରାଜ୍ୟ ଭିନ୍ନକ୍ଷମ ଆୟୋଗର ଆୟୁକ୍ତ ବ୍ରତତୀ ହରିଚନ୍ଦନ , ରାଜ୍ୟ ଭିନ୍ନକ୍ଷମ ବିଭାଗର ଡେପୁଟି ସେକ୍ରେଟାରୀ ସନ୍ୟାସୀ ବେହେରା, ସ୍ବାଭିମାନ ର ପ୍ରତିଷ୍ଠାତା ଡ ସୃତି ମହାପାତ୍ର, ଜାତୀୟ ପରିବାର ର ସାଧାରଣ ସମ୍ପାଦକ ଡଃ. ସୁଦୀପ ଗୋୟଲ, ହାଇଦ୍ରାବାଦ ମୈ।ଲାନା ଆଜାଦ୍ ନ୍ୟାସନାଲ ଉର୍ଦ୍ଦୁ ବିଶ୍ବବିଦ୍ୟାଳୟର ଦିବ୍ୟାଙ୍ଗ ସାରଥୀ ସୁଶ୍ରୀ ଆକାଂକ୍ଷା, କଲିକତା ନାଇପିଡ ର ଦଶରଥ ଚୈ।ଧୁରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମୂଲ୍ୟବାନ ବକ୍ତବ୍ୟ ରଖିଥଲେ । ଶେଷରେ ପରିବାର ଓଡ଼ିଶାର ସହ ସମ୍ପାଦକ ରଞ୍ଜନ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।ସେହିପରି ଦ୍ବିତୀୟ ଦିବସରେ ଉଦ୍‌ଯାପନୀ ଅଧିବେଶନରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମିତାଲୀ ରଣା ମୁଖ୍ୟଅତିଥି, ଆରଜିଏଚ ର ସୁପରିଟେଣ୍ଡେଣ୍ଟ ଡାକ୍ତର ସୁଧା ପ୍ରଧାନ ଏବଂ, ସୁଦୀପ ଗୋୟଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ପରିବାର ଓଡ଼ିଶାର ଉପସଭାପତି ଡ ଜଗନ୍ନାଥ ମିଶ୍ର ସ୍ବାଗତ ଭାଷଣ ଓ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ମଞ୍ଚ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ସର୍ବଶ୍ରୀ ଡ. ସୁଦୀପ ଗୋୟେଲ, ଡ. ରାମକୃଷ୍ଣ ବିଶ୍ବାଳ, ଉମେଶ ପୁରୋହିତ, ପ୍ରତୀକ ଅଗ୍ରୱାଲ, ଚୈତାଲୀ ଗାମୀ, ଦୀପା ବାନାର୍ଜ, ଧ୍ଵନୀ ଫାଉଣ୍ଡେସନ ର ମିହିର ମହାନ୍ତି, ପ୍ରମୁଖ ଦିବ୍ୟାଙ୍ଗ ଙ୍କ ସମ୍ପର୍କିତ ତଥା ବିଭିନ୍ନ ବୈଷୟିକ ବିଷୟରେ ଅଭିଭାବକ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଓଡ଼ିଶା ପରିବାର ତରଫରୁ ସଭାପତି ପ୍ରଭାକର ସାହୁ, ଉପ ସଭାପତି ପ୍ରମୁଖ ସୁଜାତା ପଟ୍ଟନାୟକ,ଜଗନ୍ନାଥ ମିଶ୍ର, ଅନଙ୍ଗ ନେଗୀ, ସମ୍ପାଦକ କାର୍ତ୍ତିକ ପାଣ୍ଡବ, ଉପ ସମ୍ପାଦକ ପ୍ରମୁଖ ରଞ୍ଜିତ କୁମାର ମହାପାତ୍ର, ରଞ୍ଜନ ମହାରଣା, ପଞ୍ଚାନନ ପାତ୍ର, କୋଷାଧ୍ୟକ୍ଷ ଆଶିର୍ବାଦ ସାମଲ ତଥା ପ୍ରମୁଖ ସଦସ୍ୟ ଗଗନ ବିହାରୀ ଧଳ,ରଜତ କୁମାର ସାହୁ ଏବଂ ଶୁଭକାନ୍ତ ବୋଇତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ ପ୍ରଥମ ଦିନ ସନ୍ଧ୍ୟାରେ ଭିନ୍ନକ୍ଷମ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଦ୍ବିତୀୟ ଦିନରେ ରଜତ କୁମାର ସାହୁ ସଂଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରଦ୍ଧାର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ

ସଚ୍ଚିଦାନନ୍ଦ ସ୍ମାରକୀ ବକ୍ତୃତାମାଳା ଓ ଆଲୋଚନାଚକ୍ର : ସାହିତ୍ୟ ହେଉଛି ସମ୍ବେଦନାର ବିଦ୍ୟାଳୟ
Aug 26, 2026•13 views

ସଚ୍ଚିଦାନନ୍ଦ ସ୍ମାରକୀ ବକ୍ତୃତାମାଳା ଓ ଆଲୋଚନାଚକ୍ର : ସାହିତ୍ୟ ହେଉଛି ସମ୍ବେଦନାର ବିଦ୍ୟାଳୟ

ରାଉରକେଲା: ସଚ୍ଚିଦାନନ୍ଦ ସ୍ମୃତି ସମିତି ପକ୍ଷରୁ ଛେଣ୍ଡସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଆୟୋଜିତ ଦ୍ବିଦିବସୀୟ ସଚ୍ଚିଦାନନ୍ଦ ସ୍ମାରକୀ ବକ୍ତୃତାମାଳା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ବିଶିଷ୍ଟ ସାରସ୍ଵତ ସାଧକ ପୀତାମ୍ବର ତରାଇ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ସମାଜ ପରିବର୍ତ୍ତନ ଓ ସାହିତ୍ୟ: ଏକ ସମକାଳୀନ ପରିପେକ୍ଷ ଶୀର୍ଷକ ଉପରେ ଆଲୋଚନା କରି କହିଲେ ଯେ ଦେବାଳୟ ଅପେକ୍ଷା ବିଦ୍ୟାଳୟ ଗୁରୁତ୍ବପୂର୍ଣ୍ଣ। ତେବେ ସାହିତ୍ୟ ଯେ ଭଲ ମଣିଷ ତିଆରି କରିପାରିବ ଏ ବିଶ୍ବାସ ବୃଦ୍ଧି ହୋଇଛି। ସମାଜରେ ଭଲ ମଣିଷ ଗଢିବା ସହ ଏକ ସୁସ୍ଥ ଓ ମାନବୀୟ ମୂଲ୍ୟବୋଧ ସମାଜ ନିର୍ମାଣ କରିବା ହିଁ ସାହିତ୍ୟର ମୂଳଲକ୍ଷ୍ୟ ବୋଲି ମତ ରଖିଥିଲେ। ସେହିପରି ଅନ୍ୟତମ ଆଲୋଚକ କବି ରାଜୀବ ପାଣି ଚିରନ୍ତନ ଚେତନାର ଅନ୍ବେଷଣ: ଭାରତୀୟ ଦର୍ଶନ ଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରି କହିଲେ ଯେ ସାହିତ୍ୟ ମଣିଷର ଚେତନା କୁ ବଦଳାଇବାର କ୍ଷମତା ରଖେ। ଚେତନା ହେଉଛି ଅନ୍ତର୍ନିହିତ ଆଲୋକ , ଯାହା ମଣିଷକୁ ଜ୍ଞାନଦୀପ୍ତ କରିପାରେ। ସାହିତ୍ୟ ହେଉଛି ସମ୍ବେଦନାର ବିଦ୍ୟାଳୟ ବୋଲି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ପୈ।ରହିତ୍ୟ କରିଥିଲେ। ସେହିପରି ଉଦ୍ଘାଟନୀ ସନ୍ଧ୍ୟାରେ ଅଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ପୈ।ରହିତ୍ୟରେ ଆଲୋଚିକା ମୋନାଲିସା ମିଶ୍ର ଓଡ଼ିଆ କବିତାରେ ବ୍ୟକ୍ତିବିଶ୍ବ ଓ ବିଶ୍ବବ୍ୟକ୍ତି ସମ୍ପର୍କରେ ମତରଖି କହିଲେ ଯେ ସମସ୍ତଙ୍କ ମଧ୍ୟରେ ଐଶ୍ବରିକ ସତ୍ତା ଥାଏ। କବି ଯୋଗୀ ହେଲେ ତା'ର ଅନ୍ତର୍ଦୃଷ୍ଟି ଉନ୍ମୋଚିତ ହୁଏ। କବି ସ୍ବପ୍ନ ଦେଖିଲେ ସେ ନିଜ ସତ୍ତାରେ ନଥାଏ ସେ ବିଶ୍ବସତ୍ତା ରେ ମଜ୍ଜିଯାଏ। ଅନ୍ୟତମ ଆଲୋଚକ ଡ ପ୍ରଭାତ କୁମାର ମଲ୍ଲିକ ଆଲୋଚ୍ୟ ପ୍ରସଙ୍ଗ ଆତୀତର ଆଲୋକ: ବର୍ତ୍ତମାନର ପଥ ସମ୍ପର୍କରେ ବକ୍ତବ୍ୟ ରଖି କହିଲେ ଯେ ଶିକ୍ଷା ହେଉଛି ଆଲୋକ। ଅନ୍ଧକାର ନଥିଲେ ଆଲୋକର ସୈ।ନ୍ଦର୍ଯ୍ୟ ମୂଲ୍ୟ ରହିବ ନାହିଁ। ଯେଉଁ ରାଷ୍ଟ୍ରରେ ଆଇନ ଥିବ,ଶାସନ ବ୍ୟବସ୍ଥା ଥିବ ସେ ହେଉଛି ଆଲୋକିତ ରାଷ୍ଟ୍ର। ଏହା ସହ ସେ ପ୍ରବୁଦ୍ଧ ଭାରତ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ଆବାହିକା ଶର୍ମିଷ୍ଠା କବିଶତପଥୀ ଉଭୟ ଦିନର ଆଲୋଚନାଚକ୍ରର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲା ବେଳେ ଶ୍ବାସ୍ବତୀ ମହାପାତ୍ର ଅତିଥି ପରିଚୟ ସହ ସ୍ବାଗତ ଭାଷଣ ଦେଇଥିଲେ। ଶେଷରେ ଅନୀଲ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଡ ସୁଶାନ୍ତ ପାଣି ଦିବଙ୍ଗତ ପ୍ରଣବ ପଟ୍ଟନାୟକଙ୍କ ସ୍ମୃତିରେ ସଂଗୀତ ପରିବେଷଣ କରିଥିଲାବେଳେ ଆଲୋକ ନାୟକ ଓ ରୁଦ୍ଧିକିଶୋର ଦାସ ବାଦ୍ୟଯନ୍ତ୍ର ରେ ସହଯୋଗ କରିଥିଲେ। ସେହିପରି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟ ର ସୁପ୍ରଭା ଦାସ, ସୁଶ୍ରୀ ସଂଗୀତା ପାଣି, ନିରୁପମା ପାଣି ଓ ଅନ୍ୟମାନେ ସହଯୋଗ କରିଥିଲେ।

Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ

ବ୍ୟାସ ପୂଜନ ଉତ୍ସବ ପାଳନ
Aug 26, 2026•9 views

ବ୍ୟାସ ପୂଜନ ଉତ୍ସବ ପାଳନ

ରାଉରକେଲା: ଭାରତୀୟ ଶିକ୍ଷଣ ମଣ୍ଡଳ ଓ ରାଉରକେଲା କଲେଜ, ରାଉରକେଲାର ମିଳିତ ଆନୁକୂଲ୍ୟରେ ବ୍ୟାସ ପୂଜନ ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ମାର୍ଗଦର୍ଶନ ଓ ଓଡ଼ିଆ ବିଭାଗର ବରିଷ୍ଠ ପ୍ରାଧ୍ୟାପିକା ରଶ୍ମିପ୍ରଭା ମଥାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରଫେସର ଦିଲ୍ଲୀପ କୁମାର ପ୍ରଧାନ ଓ ବିଷୟ ବିଶେଷଜ୍ଞ ଭାବେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଓଡ଼ିଶା ପଶ୍ଚିମର ପ୍ରାନ୍ତ ସଂଘଚାଳକ ଡ. ସନାତନ ପ୍ରଧାନ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ଭାରତୀୟ ଜୀବନ-ଦର୍ଶନ-ଗୁରୁ-ଶିଷ୍ୟ ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ। ବିଷୟ ବିଶେଷଜ୍ଞ ଡ. ପ୍ରଧାନ ତାଙ୍କ ବକ୍ତବ୍ୟରେ ମାନବୀୟ ମୂଲ୍ୟବୋଧ ଓ ବିଦ୍ୟାର୍ଥୀଙ୍କ ପଞ୍ଚ ଲକ୍ଷଣ ତଥା ସମସ୍ତଙ୍କୁ ଶୁଣିବା, କେଉଁଟା ସମାଜ ଓ ପ୍ରକୃତି ପାଇଁ ଭଲ ସେହିଭଳି ବିବେକାନୁମୋଦିତ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟଅତିଥି ପ୍ରଫେସର ପ୍ରଧାନ ତାଙ୍କ ବକ୍ତବ୍ୟରେ ଗୁରୁ-ଶିଷ୍ୟ ପରମ୍ପରାର ଉତ୍ପତ୍ତି ଓ ଏହା କିପରି ସାର୍ବଜନୀନ ଜୀବନରେ ଆବଶ୍ୟକତା ତଥା ମାର୍ଗଦର୍ଶକ ଅଧ୍ୟକ୍ଷ ଡ. ଜେନା ତାଙ୍କ ବକ୍ତବ୍ୟରେ ଗୁରୁ-ଶିଷ୍ୟ ପରମ୍ପରା କିପରି ଭାରତୀୟ ସଂସ୍କୃତିର ପ୍ରାଣ ଓ ଏହି ପରମ୍ପରା କିପରି ଆମର ସାଂସ୍କୃତିକ ପରିମଣ୍ଡଳକୁ ପରିବ୍ୟାପ୍ତ କରିଛି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥି ଡ. ଉମେଶ କୁମାର ସିଂ ବ୍ୟାସଦେବଙ୍କ ଗୁରୁଙ୍କ ପ୍ରତି ଭୂମିକା ସମ୍ପର୍କରେ ସୁଚିନ୍ତିତ ମତ ରଖିଥିଲେ। ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ଛାତ୍ରୀ ଆରୁଷୀ ସେନାପତି। ଶେଷରେ ବରିଷ୍ଠ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଅନନ୍ଦିତା ପାଲ୍, ଡ. ଜଗନ୍ନାଥ ଦେବାଶିଷ ପାଢୀ, ଅମିଶା ଓରାମ, ଲଳିତା କୁମାରୀ, ଭାରତୀ ବରୁଆ, ସନ୍ତୋଷ ରଜକ୍,ସୌମ୍ୟରଞ୍ଜନ ପ୍ରଧାନ, ନୀଳମାଧବ ନାୟକ, ସୂର୍ଯ୍ୟକାନ୍ତ ଦାସ, ପ୍ରୀତମ ସାମଲ, ସୁଶାନ୍ତ ପଟେଲ, ସିଦ୍ଧାର୍ଥ ସାହୁ,ସାଜନ ସରାଫ ପ୍ରମୁଖଙ୍କ ସହ ଆନିମା ମୁଣ୍ଡା, ସଞ୍ଜୁ ତିର୍କି, ପ୍ରୀତି କୁମାର, ଶ୍ରୁତି କୁମାର, ବିକି ନାଗ ପ୍ରମୁଖ ବହୁ ଛାତ୍ର-ଛାତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ।

Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ

କବିବର ପରିଡାଙ୍କ ବିୟୋଗରେ ଶୋକ ସଭା
Aug 26, 2026•10 views

କବିବର ପରିଡାଙ୍କ ବିୟୋଗରେ ଶୋକ ସଭା

ରାଉରକେଲା: ଆଜି ସଂଧ୍ୟା ୬ଘଟିକା ସମୟରେ ଖଣ୍ଡାୟତ କ୍ଷତ୍ରିୟ ମହାସଭା କାର୍ଯ୍ୟାଳୟ ପରିସରରେ ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଦିବଂଗତ କବି ତଥା ଖଣ୍ଡାୟତ ମହାସଭାର ଆଜୀବନ ସଦସ୍ୟ କବିବର ପରିଡ଼ାଙ୍କ ଦେହାନ୍ତ ଅବସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ତାଙ୍କ ଅବର୍ତ୍ତମାନରେ ମହାସଭା ଜଣେ ମହାନ କବି, ହୃଦୟବାନ ମାନବ ଓ ସକ୍ରୀୟ ସଦସ୍ୟ ହରେଇଲା ବୋଲି ଉପସ୍ଥିତ ସଭ୍ୟମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକ,ଉପ ସାଧାରଣ ସମ୍ପାଦକ କିଶୋର ନାୟକ,ସଂଗଠନ ସମ୍ପାଦକ ରବି ନାରାୟଣ ପରିଡ଼ା, ଜଗନ୍ନାଥ ରାଉତ, କୁଞ୍ଜବିହାରୀ ରାଉତ, ସୁବ୍ରତ କୁମାର ମଲ୍ଲିକ, ଜଟାଧାରୀ ମାଝୀ, ଚାନ୍ଦମଣି ବେହୁରା, ଗଙ୍ଗାଧର ନାୟକ, ଉଗ୍ରସେନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ପରିଡ଼ା ଙ୍କ ଜୀବନାଦର୍ଶ, ସାହିତ୍ୟ ଜଗତକୁ ତଥା ମହାସଭା କୁ ବଳିଷ୍ଠ କରିବା ପାଇଁ ତାଙ୍କର ଉପଦେଶ ଓ ଅବଦାନ ଉପରେ ଆଲୋଚନା କରାଯାଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରାଯାଇଥିଲା।

Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ

ଇନର ହୁଇଲ ର ସାମାଜିକ କାର୍ଯ୍ୟକ୍ରମ
Aug 26, 2026•137 views

ଇନର ହୁଇଲ ର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା:ଇନର ହୁଇଲ କ୍ଲବ୍ ଅଫ୍ ରାଉରକେଲା ରିଭରସାଇଡ ତରଫରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରାଯାଇଛି। ଅନୁଷ୍ଠାନର ସଭାପତି ଅଞ୍ଜଳି ହୋତା ଓ ସମ୍ପାଦିକା ମଞ୍ଜୁଳା ପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି ସାମାଜିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଲହୁଣିପଡା ଠାରେ ଥିବା କଳ୍ପତରୁ ଆଶ୍ରମର ୩୫ ଜଣ ଅନ୍ତେବାସୀମାନଙ୍କ ପାଇଁ ଆହାର ପ୍ରୋଜେକ୍ଟ କାର୍ଯ୍ୟକ୍ରମରେ ଚାଉଳ,ହରଡ ଡାଲି,ଚଣା ଡାଲି,ଚୁଡା, ଚିନି,ସୁଜି, ବିସ୍କୁଟ,ସର୍ଫ, ସାବୁନ, ଟୁଥପେଷ୍ଟ ଆଦି ପ୍ରାୟ ଚଉଦ ହଜାର ଟଙ୍କାର ସାମଗ୍ରୀ ପ୍ରଦାନ କରାଯାଇଥିଲା। ସେହିପରି ସମ୍ପ୍ରତ୍ତି ବର୍ଷାକୁ ଲକ୍ଷ୍ୟ ରେ ରଖି ରାସ୍ତା କଡ଼ରେ ବସି ବ୍ୟବସାୟ କରୁଥିବା ବ୍ୟବସାୟୀ ଭାଇ ମାନଙ୍କୁ ଛତା ବଣ୍ଟନ କରାଯାଇଥିଲା। ଅନ୍ୟପଟେ ରିଭରସାଇଡ ର ସମସ୍ତ ସଦସ୍ୟା ଙ୍କ ମଧ୍ୟରେ ଐକ୍ୟବଦ୍ଧତା ରକ୍ଷା କରିବା ପାଇଁ ସ୍ଥାନୀୟ ପ୍ଲୁଟନ ମଲ ଠାରେ ଏକ ବନ୍ଧୁମିଳନ ର କାର୍ଯ୍ୟକ୍ରମ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ସଭାପତି ଶ୍ରୀମତୀ ହୋତା, ସମ୍ପାଦିକା ଶ୍ରୀମତୀ ପାତ୍ରଙ୍କ ବ୍ୟତୀତ ସୁପ୍ରିୟା ମହାନ୍ତି, ସବିତା ମହାନ୍ତି, ଅନିତା ନାୟକ,ଅମ୍ରିତା ତ୍ରିପାଠୀ,ଅଜିତା ମହାନ୍ତି,ସମରଜିତ ଶେଖନ, ମମତା ପାଠୀ,ମଞ୍ଜୁବାଳା ପାଢ଼ୀ, ସୁଚିତ୍ରା, ସୁପ୍ରଭା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ

ପ୍ରଣବ ପଟ୍ଟନାୟକଙ୍କ ସମେତ ମହମ୍ମଦ ରଫି ଓ ଲତାଙ୍କୁ ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବର ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି
Aug 26, 2026•54 views

ପ୍ରଣବ ପଟ୍ଟନାୟକଙ୍କ ସମେତ ମହମ୍ମଦ ରଫି ଓ ଲତାଙ୍କୁ ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବର ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି

ରାଉରକେଲା: ରାଉରକେଲା ଇସ୍ପାତ ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ "ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବ୍" ର ପ୍ରତିଭା ସମ୍ପନ୍ନ କଳାକାରମାନେ ଇସ୍ପାତ ମାର୍କେଟ ସ୍ଥିତ ସରୋବର କୋର୍ଟ ନିକଟରେ ଆୟୋଜିତ ଏକ ମନୋରମ ସଙ୍ଗୀତ ସନ୍ଧ୍ୟାରେ ବଲିଉଡର ବିଗତ ଦିନର ପ୍ରଖ୍ୟାତ ପ୍ରଛଦପଟ କଣ୍ଠଶିଳ୍ପୀ ମହମ୍ମଦ ରଫି, ଲତା ମଙ୍ଗେସକରଙ୍କ ଶ୍ରାଦ୍ଧ ବାର୍ଷିକୀ ତଥା ନିକଟରେ ଇହ ଧାମ ତ୍ୟାଗ କରିଥିବା ଓଡ଼ିଶା ସିନେ ଜଗତର ଲୋକପ୍ରିୟ ପ୍ରଖ୍ୟାତ କଣ୍ଠ ଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଉପଲକ୍ଷେ ବିଶେଷ ସଙ୍ଗୀତ ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ମନୋରଞ୍ଜନ ଦାଶ, ଡକ୍ଟର୍ ପି କେ ସାହୁ, ଡାକ୍ତର ଜୟନ୍ତ ଆଚାର୍ଯ୍ୟ, ବଲଜିତ ସିଂହ ଓ ଅନ୍ୟାନ୍ୟ କାର୍ଯ୍ୟନିର୍ବାହୀ ସଭ୍ୟ ସମୁହ ପ୍ରଦୀପ ପ୍ରଜ୍ବଳନ ସହ ଶୁଭାରମ୍ଭ କରିଥିଲେ | ସଭାପତି ତପନ ନାୟକ ପ୍ରାରମ୍ଭିକ ସମ୍ଭାଷଣ ଦେଵା ସହ ସାଧାରଣ ସମ୍ପାଦକ ସନ୍ତୋଷ ଦାସ ଅନୁଷ୍ଠାନର ସୃଷ୍ଟି, ଉଦ୍ଦେଶ୍ୟ, ଯୋଜନା ସମ୍ପର୍କରେ ସଂକ୍ଷେପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଆୟୋଜକ ସମ୍ପାଦକ ସତ୍ୟବ୍ରତ ମହାନ୍ତି ଓ ପ୍ରଶାସନିକ ସଚିବ ପ୍ରଦୀପ ମହନ୍ତ ଯଥାକ୍ରମେ ପ୍ରଣବ ପଟ୍ଟନାୟକଙ୍କ ସଂଗୀତ ଜୀବନ ଉପରେ ଦୃଷ୍ଟି ଆକର୍ଷଣ କରିବା ସହ ଦିବଂଗତ ଆତ୍ମାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ସହ କାର୍ଯ୍ୟକ୍ରମକୁ ଆଗେଇନେଇଥିଲେ | ଏହି ଅବସରରେ ପୁରୁଣା ଓ ନୂଆ ବିଭିନ୍ନ ସ୍ୱାଦର ରଫି, ଲତା ତଥା ପ୍ରଣବ ପଟ୍ଟନାୟକଙ୍କ ଗାଇଥିବା ଗୀତ ପରିବେଷଣ କରି କଳାକାର ମାନେ ଦର୍ଶକଙ୍କ ମନମୁଗ୍ଧ କରିଥିଲେ | ବଂଶୀ ଓ ସେକ୍ସୋଫୋନର ଯୁଗ୍ମ ପରିବେଷଣରେ ଛୁପ୍ ଗଏ ସାରେ ନଜାରେ ଏବଂ ସେକ୍ସୋଫୋନର ଏକକରେ ତୁମ୍ ବିନ ଯାଉଁ କାହାଁ ଗୀତର ଧୁନ୍ ରେ ଡା ଆଚାର୍ଯ୍ୟ ଓ ଶ୍ରୀ ସିଂହ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ | ସନ୍ଧ୍ୟାର କଳାକାର ମାନେ ଥିଲେ ସଙ୍ଗୀତା ପାତ୍ର , ମିନତୀ ତ୍ରିପାଠୀ, ଶୁଭସ୍ମିତା ଦାସ, ଶୁଭଶ୍ରୀ ଦାସ, ମନୋରଞ୍ଜନ ଦାଶ, ଡକ୍ଟର୍ ପିକେ ସାହୁ, ଡା ଜୟନ୍ତ ଆଚାର୍ଯ୍ୟ, ବଲ୍ଜିତ୍ ସିଂହ, ତପନ ନାୟକ, ସନ୍ତୋଷ ଦାସ, ସତ୍ୟବ୍ରତ ମହାନ୍ତି, ପ୍ରଦୀପ ମହନ୍ତ, ଅଶ୍ଵିନୀ ସିଂ, ଅଶୋକ ପଟେଲ, ରାମ ମହନ୍ତ, ପ୍ରଭାତ ମିଶ୍ର ଓ ରଜତ ପଣ୍ଡା । ଫିରୋଜ୍ ଓ ଶୁଭଶ୍ରୀଙ୍କ ମଞ୍ଚ ସଞ୍ଚାଳନ ବେଶ୍ ଆକର୍ଷଣୀୟ ହୋଇଥିଲା । ଅନୁଷ୍ଠାନର ସାଂସ୍କୃତିକ ସଚିବ ଗଦାଧର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ

୩୨ତମ ରାଜ୍ୟ ଉଷୁ ପ୍ରତିଯୋଗିତା ଉଦ୍‌ଯାପିତ
Aug 26, 2026•36 views

୩୨ତମ ରାଜ୍ୟ ଉଷୁ ପ୍ରତିଯୋଗିତା ଉଦ୍‌ଯାପିତ

*ଜୁନିୟରରେ ଦଳଗତ ବିଜେତା, ସିନିୟରରେ ଉପବିଜେତା ଭାବେ ଟ୍ରଫି ହାତେଇଲା ସୁନ୍ଦରଗଡ଼ ଉଷୁ ଦଳ* ରାଉରକେଲା ୨୫/୮, ବେଲପାହାଡ଼ ସ୍ଥିତ ହୋଟେଲ ସନ୍‌ସିଟି ପ୍ୟାଲେସ୍‌ଠାରେ ତିନିଦିନ ଧରି ଚାଲିଥିବା ୩୨ତମ ଓଡ଼ିଶା ରାଜ୍ୟ ଉଷୁ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ସମଗ୍ର ଓଡ଼ିଶାରୁ ପ୍ରାୟ ୪୦୦ ଜଣ କ୍ରୀଡ଼ାବିତ୍‌ ଓ ୫୦ ଜଣ ଅଧିକାରୀ ଅଂଶଗ୍ରହଣ କରିଥିଲେ। ସ୍ପୋର୍ଟସ ଉଷୁ ଆସୋସିଏସନ୍ ଅଫ୍ ସୁନ୍ଦରଗଡ଼ (SWAS)ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରୁ ୪୫ ଜଣ କ୍ରୀଡ଼ାବିତ୍‌ ଏବଂ ୨ ଜଣ ଅଧିକାରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଜୁନିୟର ବର୍ଗରେ ସୁନ୍ଦରଗଡ଼ ଦଳ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରି ୭ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୧ଟି କାଂସ୍ୟ ପଦକ ହାସଲ କରିବା ସହ ଦଳଗତ ବିଜେତା ଟ୍ରଫି କ୍ରମାଗତ ଦ୍ୱିତୀୟ ଥର ପାଇଁ ହାତେଇଛି। ସେହିପରି ସିନିୟର ବର୍ଗରେ ୮ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୨ଟି କାଂସ୍ୟ ପଦକ ହାସଲ କରି ଦଳଗତ ଉପବିଜେତା ଟ୍ରଫି ଅର୍ଜନ କରିଛି। ସବ୍‌-ଜୁନିୟର ବର୍ଗରେ ସୁନ୍ଦରଗଡ଼ ଦଳ ୭ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୯ଟି କାଂସ୍ୟ ପଦକ ହାସଲ କରି ୪ର୍ଥ ସ୍ଥାନରେ ରହିଛି। ଜିଲ୍ଲା ଉଷୁ ସଂଘର ସାଧାରଣ ସମ୍ପାଦକ ସୁଜନ ରଥଙ୍କ ସମେତ ଉପସଭାପତି ଟିକା ବାହାଦୁର ପ୍ରତିଯୋଗିତାରେ ଟେକ୍ନିକାଲ୍‌ ଅଫିସିଆଲ୍‌ ଭାବେ ଦାୟିତ୍ୱ ତୁଲାଇଥିଲେ। ସୁନ୍ଦରଗଡ଼ ଉଷୁ ଦଳର ଏହି ସଫଳତା ପାଇଁ ଜିଲ୍ଲା ଉଷୁ ସଂଘର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ, ଡେପୁଟି ଡାଇରେକ୍ଟର ଅଫ୍ ସ୍ପୋର୍ଟସ୍‌ ସୁଦୀପ୍ତ ନାଏକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଶୀଲ ମିଶ୍ର, ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ପ୍ରଭାତ ଭୋଳ, ରାଇମା କ୍ଲବ୍‌ର ସାଧାରଣ ସମ୍ପାଦକ ବାସୁଦେବ ବାନାର୍ଜୀ ଏବଂ କ୍ରୀଡ଼ାପ୍ରେମୀ ଓ. ପି. ସିଂହ ସମସ୍ତ କ୍ରୀଡ଼ାବିତ୍‌ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Rourkela (ରାଉରକେଲା) • ରିପୋର୍ଟ: କୁଞ୍ଜ ବିହାରୀ ରାଉତ

ଏନଆଇଟିଆର ବିକାଶ ପାଣ୍ଠିକୁ ଏକ କୋଟି ୧୮ଲକ୍ଷ ପ୍ରଦାନ
Aug 26, 2026•212 views

ଏନଆଇଟିଆର ବିକାଶ ପାଣ୍ଠିକୁ ଏକ କୋଟି ୧୮ଲକ୍ଷ ପ୍ରଦାନ

ରାଉରକେଲା: ଏନ୍ଆଇଟିଆର ବିକାଶ ପାଣ୍ଠିକୁ ପୁରାତନ ଛାତ୍ର ସଂଘ ନିଟ୍ରା ତରଫରୁ ଏକ କୋଟି ଅଠର ଲକ୍ଷ ଏଗାର ହଜାର ଶହେ ଏଗାର ଟଙ୍କା ପ୍ରଦାନ କରାଯାଇଛି। ୧୯୭୧ ବ୍ୟାଚ ତରଫରୁ ୧୮ ଲକ୍ଷ ଟଙ୍କା ଯାହା ଦ୍ବାରା ୧୨ ଜଣ ଛାତ୍ରଛାତ୍ରୀ ଓ ନିଟ୍ରା ତରଫରୁ ୧ କୋଟି ୧୧,୧୧୧ ଟଙ୍କା ପ୍ରଦାନ କରାଯାଇଛି। ପୂର୍ବରୁ ୮୦ ଜଣ ଛାତ୍ରଛାତ୍ରୀ ବୃତ୍ତି ପାଉଥିବା ବେଳେ ଏଥର ୯୨ ଜଣ ଛାତ୍ରବୃତ୍ତି ପାଇବେ। ଏହି ଅର୍ଥ ଅନୁଷ୍ଠାନର ହିତ ଯଥା ଛାତ୍ର ବୃତ୍ତି, ଗବେଷଣା ଓ ଭିତ୍ତିଭୂମି ର ଉନ୍ନତି ଆଦି ପ୍ରକଳ୍ପରେ ବିନିଯୋଗ କରାଯିବ। ସେହିପରି ଆଗାମୀ ଦିନରେ ଏହି ଛାତ୍ରବୃତ୍ତି ଶହେକୁ ଛୁଇଁବ ବୋଲି ନିଟ୍ରା ତରଫରୁ କୁହାଯାଇଛି। ଏହି ଅର୍ଥରାଶି କୁ ଏନ୍ଆଇଟି ର ନିର୍ଦ୍ଦେଶକ ପ୍ରଫେସର କେ ଊମା ମହେଶ୍ଵର ରାଓ ଗ୍ରହଣ କରି ନିଟ୍ରାକୁ ଧନ୍ୟବାଦ ଦେବାସହ ଏଭଳି ମନୋଭାବ କୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ନିଟ୍ରାର ସଭାପତି ଫକୀର ଚରଣ ମହାନ୍ତି, ସମ୍ପାଦକ ଡ ହୃଷିକେଶ ନାଏକ, ରାଉରକେଲା ଚାପ୍ଟର ସଭାପତି ବିମଳ କୁମାର ବିଶି,ଭାରତ ଭୂଷଣ ମହାନ୍ତି,ଅସୀମ ସାବତ, ସ୍ବରୂପ କୁମାର ପାଣିଗ୍ରାହୀ, ଉଦୟ ପଟେଲ, ପ୍ରବୋଧ ପାଢ଼ୀ,ଜି ପି ମାଲାନୀ,ଆର ପି ଗୁପ୍ତା,ବିଜୟ ଦାସ, ରାହୁଲ ଅଗ୍ରୱାଲ,ସରୋଜ ଦାଶ, ସମ୍ପଦ ମିଶ୍ର ଓ ଏନ୍ଆଇଟି ର ପ୍ରଫେସର ଡ ପୁନମ ସିଂ,ଡ ସରୋଜ ପଟେଲ,ଡ ଅର୍ଚ୍ଚନା ମଲ୍ଲିକ,ଡ ଦୀପ୍ତିଲତା ପାତ୍ର,ଡ ଶାନ୍ତନୁ ବେହେରା,ଡ଼ ସୂରଜ ବେହେରା,ଡ ହିମାଂଶୁ ଶତପଥୀ, ରେଜିଷ୍ଟ୍ରାର ରୋହନ ଧୀମାନ,ଡ ପଙ୍କଜ ସା,ଡ ଶରତ ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ। ସଭାପତି ଶ୍ରୀ ମହାନ୍ତି, ଶ୍ରୀ ବିଶି,ବି ବି ମହାନ୍ତି ପ୍ରମୁଖ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲା ବେଳେ ଶେଷରେ ସମ୍ପାଦକ ଡ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ