ନିଟ ପରୀକ୍ଷା ରେ ସଫଳ ହେଲେ ଶିକ୍ଷକଙ୍କ ଝିଅ ଦୀପାଳି
Kalahandi (କଳାହାଣ୍ଡି)ରିତେଶ କୁମାର ମୁଣ୍ଡAugust 26, 202658 views

ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ( ନିଟ ) ୨୦୨୬ ରେ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଗ୍ରାମ ପଂଚାୟତ ଅନ୍ତର୍ଗତ ନୁନପାଣି ଗ୍ରାମର ଦୀପାଳି ପୁଝାରୀ। ଦୀପାଳି ଜାତୀୟ ସ୍ତରରେ ୩୪୪୦୭୬ ଏବଂ ରାଜ୍ୟରେ ୪୨୯୪ଓ ଏସଟି ବର୍ଗରେ ୧୬୦ରେଙ୍କ ରଖି କୃତକାର୍ଯ୍ୟ ହୋଇ ଗାଁ ତଥାଅଂଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଦୀପାଳି ନୁନପାଣି ଗ୍ରାମର ଶିକ୍ଷକ ମହେଶ୍ୱର ପୁଝାରୀ ଓ ଗୀତାଞ୍ଜଳି ପୁଝାରୀ ଙ୍କ ଝିଅ ଅଟନ୍ତି।
ଦୀପାଳି ଏହି ସଫଳତା ରେ ସମଗ୍ର ଦଣ୍ଡପାଟ ଅଂଚଳ ରେ ଖୁସିର ଲହରୀ ଖେଳିଯାଇଛ। ନିଜର କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ବଳରେ ଦୀପାଳି ଏହି ସଫଳତା ହାସଲ କରିଛନ୍ତି।
ତାଙ୍କ ସଫଳତାରେ ପରିବାର ବର୍ଗ ନୁନପାଣି ଗ୍ରାମବାସୀ ସମେତ ଦଣ୍ଡପାଟ ଅଂଚଳ ବାସି ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଦୀପାଳି ଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହଁ ସମଗ୍ର ଦଣ୍ଡପାଟ ଅଂଚଳ ପାଇଁ ଗର୍ବର ବିଷୟ ପାଲିଟିଛି।
ତାଙ୍କ ସଫଳତା ର ଅଞ୍ଚଳ ଅନ୍ୟ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଓ ଡାକ୍ତରୀ ପାଠପଢ଼ା ପାଇଁ ପ୍ରେରଣା ଯୋଗାଇବବୋଲି ଅଞ୍ଚଳ ବାସି ଆଶା ପ୍ରକାଶ କରିଛନ୍ତି।
ଭବିଷ୍ୟତରେ ସେ ଜଣେ ଭଲ ଡାକ୍ତର ହୋଇ ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନ କରିବି ବୋଲି ପ୍ରକାଶ କରିଛନ୍ତି ଦୀପାଳି।
