--:--:--
-- ---
Srishti News

ଶ୍ରୀକ୍ଷେତ୍ର ପୁରୀରେ ଆନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ ପାଳିତ:

Puri (ପୁରୀ)ରିପୋର୍ଟ: ପ୍ରତାପ ଚନ୍ଦ୍ର ଘୋଡେ଼ଇ ପିପିଲି ପୁରୀSeptember 21, 202618 views
ଶ୍ରୀକ୍ଷେତ୍ର ପୁରୀରେ ଆନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ ପାଳିତ:
ସମୁଦ୍ରକୂଳକୁ ସ୍ୱଚ୍ଛ ରଖିବାକୁ ଆହ୍ୱାନପୁରୀ:ଆମ ଉପକୂଳକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଜନସାଧାରଣଙ୍କ ସହଭାଗିତା ଏକାନ୍ତ ଜରୁରୀ। ଏହି ଉଦ୍ଦେଶ୍ୟରେ ଆନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ ଅବସରରେ ପୁରୀର ପ୍ରସିଦ୍ଧ ବ୍ଲୁ ଫ୍ଲାଗ୍ ବିଚ୍‌ଠାରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଏବଂ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। "ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର" ବାର୍ତ୍ତାକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପକୂଳ ସୁରକ୍ଷା ଓ ଏହାର ପରିମଳ ବ୍ୟବସ୍ଥା ଉପରେ ବିଶେଷ ଆଲୋକପାତ କରାଯାଇଛି।ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପକୂଳ ସ୍ୱଚ୍ଛତାର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ରଖିଥିଲେ। ସମୁଦ୍ର ଏବଂ ଏହାର ଆଖପାଖ ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ସମସ୍ତ ନାଗରିକ ଓ ପର୍ଯ୍ୟଟକମାନେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ସମୁଦ୍ରକୂଳ ସଫେଇ କାର୍ଯ୍ୟରେ ସାମିଲ ହୋଇଥିଲେ।