--:--:--
-- ---
Srishti News

Web News

A Tree for the Girl Child: Plantation Message for a Bright Future
Sep 21, 2026•79 views

A Tree for the Girl Child: Plantation Message for a Bright Future

Nuapada, Aug 31: — A Gram Panchayat-level awareness camp for migrant workers and the ‘A Tree for the Girl Child’ programme were organised at Nagpada Gram Panchayat under Boden Block of Nuapada district. The programme was held under the chairmanship of Nuapada Collector Madhusudan Dash, with a focus on the safety, education and rights of the girl child, along with environmental protection. Chief Development Officer Lambodar Dharua, Sub-Collector Surmi Soren, Divisional Forest Officer Prantiy Aziz Khan, Boden BDO Chinmay Sagar, Tahasildar Sarita Gupta and local Sarpanch Gambhir Tandi were among those present. DSW Premashila Sethi, CDPO Archana Rout and Supervisor Brundabati Sagaria also attended the programme and extended their support for its successful implementation. A large number of Anganwadi workers were also present. As part of the ‘A Tree for the Girl Child’ initiative, Collector Madhusudan Dash held newborn girl Rabina Majhi in his arms and wished her a healthy, safe and bright future. A sapling along with a gift was presented to the child’s parents. The initiative sought to create awareness by symbolically connecting the growth of a girl child with the growth of a tree. A ‘One Day for the Unborn Child’ programme was also organised on the occasion. Awareness messages were shared on prenatal care, maternal health and the healthy development of the unborn child. Local girl students presented songs and dances carrying messages on the rights, education and safety of girl children, as well as environmental protection. Their performances generated enthusiasm among the guests and villagers. The initiative at Nagpada conveyed a meaningful message of respecting the birth of a girl child while linking her future with environmental conservation and community awareness.

Nuapada (ନୂଆପଡ଼ା) • Kashyap Jagat, Boden

ସମ୍ଭାବ୍ୟ ଗଭୀର ଅବପାତକୁ ନେଇ ଗଞ୍ଜାମରେ ପ୍ରସ୍ତୁତି ତଦାରଖ: ବାତ୍ୟା ଆଶ୍ରୟସ୍ଥଳୀ ଓ ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ
Sep 21, 2026•56 views

ସମ୍ଭାବ୍ୟ ଗଭୀର ଅବପାତକୁ ନେଇ ଗଞ୍ଜାମରେ ପ୍ରସ୍ତୁତି ତଦାରଖ: ବାତ୍ୟା ଆଶ୍ରୟସ୍ଥଳୀ ଓ ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ

ଗଞ୍ଜାମ: ସମ୍ଭାବ୍ୟ ଗଭୀର ଅବପାତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକର ପ୍ରସ୍ତୁତି ଓ ଆବଶ୍ୟକ ମୌଳିକ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ବାତ୍ୟା ଆଶ୍ରୟସ୍ଥଳୀରେ ପାନୀୟ ଜଳ, ବିଦ୍ୟୁତ୍, ଆଲୋକ, ଶୌଚାଳୟ, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଉପଲବ୍ଧ ଅଛି କି ନାହିଁ, ସେନେଇ ଜିଲ୍ଲାପାଳ ଅନୁଧ୍ୟାନ କରିଥିଲେ। ଆବଶ୍ୟକ ପଡ଼ିଲେ ତଳିଆ ଓ ବିପଦପ୍ରବଣ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବା ସହ ଜରୁରୀକାଳୀନ ସେବା ଯୋଗାଣ ବ୍ୟବସ୍ଥା ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା। ପରେ ଜିଲ୍ଲାପାଳ ଗୋପାଳପୁର ସମୁଦ୍ରକୂଳ ପରିଦର୍ଶନ କରି ସାମୁଦ୍ରିକ ସ୍ଥିତି ଓ ପାଣିପାଗ ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଏଥିସହ ଉପକୂଳବର୍ତ୍ତୀ ଅଞ୍ଚଳରେ ଜନସୁରକ୍ଷା ପାଇଁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ, ଆବଶ୍ୟକ ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ଏବଂ ପ୍ରଶାସନିକ ପ୍ରସ୍ତୁତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସମ୍ଭାବ୍ୟ ପାଣିପାଗ ପରିସ୍ଥିତିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ସଜାଗ ରହିବା ସହ ଯେକୌଣସି ଜରୁରୀ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ନେବାକୁ ପ୍ରସ୍ତୁତ ଥିବା ଜଣାପଡ଼ିଛି।

Ganjam (ଗଞ୍ଜାମ) • ରିପୋର୍ଟ ଦୀପକ କୁମାର ଚୌଧୁରୀ

ବରାଣସୀ–ଅଯୋଧ୍ୟା ଅଭିମୁଖେ ୧୦୯ ବରିଷ୍ଠ ନାଗରିକ, ତୀର୍ଥଯାତ୍ରାର ଶୁଭାରମ୍ଭ
Sep 21, 2026•43 views

ବରାଣସୀ–ଅଯୋଧ୍ୟା ଅଭିମୁଖେ ୧୦୯ ବରିଷ୍ଠ ନାଗରିକ, ତୀର୍ଥଯାତ୍ରାର ଶୁଭାରମ୍ଭ

ଛେଣ୍ଡିପଦା: ସ୍ଥାନୀୟ ସଭାଘରଠାରେ ଆଜି ତୃତୀୟ ପର୍ଯ୍ୟାୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ଏହି ତୀର୍ଥଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଛେଣ୍ଡିପଦା ଅଞ୍ଚଳର ୧୦୯ ଜଣ ବରିଷ୍ଠ ନାଗରିକ ବରାଣସୀ ଓ ଅଯୋଧ୍ୟା ଅଭିମୁଖେ ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି। ତୀର୍ଥଯାତ୍ରାକୁ ନେଇ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା। ଏହି ଉପଲକ୍ଷେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଛେଣ୍ଡିପଦା , ଅନୁଗୋଳ

ଜେନାସାହିରେ ଶ୍ରୀଗଣେଶଙ୍କ ଭସାଣି ଉତ୍ସବ ଧୁମଧାମରେ ସମାପିତ
Sep 21, 2026•26 views

ଜେନାସାହିରେ ଶ୍ରୀଗଣେଶଙ୍କ ଭସାଣି ଉତ୍ସବ ଧୁମଧାମରେ ସମାପିତ

ଯାଜପୁର, ବିଂଝାରପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ରାହାସ ଜେନାସାହିର ଯୁବବର୍ଗ ଶ୍ରୀଗଣେଶ ପୂଜା କମିଟି ପକ୍ଷରୁ ଆୟୋଜିତ ଶ୍ରୀଗଣେଶ ପୂଜାର ଭସାଣି ଉତ୍ସବ ବହୁ ଆଡମ୍ବର ଓ ଉତ୍ସାହର ସହ ସମାପିତ ହୋଇଯାଇଛି। କମିଟିର ସଭାପତି, ସମ୍ପାଦକ ଓ ସମସ୍ତ ସଦସ୍ୟଙ୍କ ଉଦ୍ୟମ ଏବଂ ସହଯୋଗରେ ବିଘ୍ନ ବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ଯଥାବିଧି ସମ୍ପନ୍ନ ହୋଇଥିଲା। ପୂଜାକୁ ନେଇ ଜେନାସାହି ଓ ଆଖପାଖ ଅଞ୍ଚଳରେ ଭକ୍ତିମୟ ପରିବେଶ ସହ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା। ପୂଜାର ଶେଷ ପର୍ଯ୍ୟାୟରେ ଆଜି ଭସାଣି ଉତ୍ସବ ଆୟୋଜିତ ହୋଇଥିଲା। ବାଜା, ବାଣ ଓ ରୋଷଣୀରେ ସଜ୍ଜିତ ଏକ ଶୋଭାଯାତ୍ରାରେ ଶ୍ରୀଗଣେଶଙ୍କ ବିସର୍ଜନ ମୂର୍ତ୍ତିକୁ ଗ୍ରାମ ପରିକ୍ରମା କରାଯାଇ ନଦୀ ଅଭିମୁଖେ ନିଆଯାଇଥିଲା। ଶୋଭାଯାତ୍ରାରେ ଯୁବକ ଓ ଗ୍ରାମବାସୀଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା। ବାଜାର ତାଳେ ତାଳେ ଭକ୍ତମାନଙ୍କ ଉତ୍ସାହ ଏବଂ ରୋଷଣୀର ଆଲୋକରେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା। ପରେ ଧାର୍ମିକ ରୀତିନୀତି ଅନୁସାରେ ଶ୍ରୀଗଣେଶଙ୍କ ମୂର୍ତ୍ତି ବିସର୍ଜନ କରାଯାଇଥିଲା।

Jajpur (ଯାଜପୁର) • ବିଂଝାରପୁରରୁ ଉଦୟ ନାଥ ଜେନାଙ୍କ ରିପୋର୍ଟ

ରାହାସରେ ବିନାୟକ ପୂଜା କମିଟିର ଭସାଣି ଉତ୍ସବ ଧୁମଧାମରେ ସମାପିତ
Sep 21, 2026•25 views

ରାହାସରେ ବିନାୟକ ପୂଜା କମିଟିର ଭସାଣି ଉତ୍ସବ ଧୁମଧାମରେ ସମାପିତ

ଯାଜପୁର, ବିଂଝାରପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ କପିଳା ଗ୍ରାମପଞ୍ଚାୟତର ରାହାସ ଗ୍ରାମରେ ବିନାୟକ ପୂଜା କମିଟି ପକ୍ଷରୁ ଆୟୋଜିତ ଗଣେଶ ପୂଜାର ଭସାଣି ଉତ୍ସବ ବହୁ ଆଡମ୍ବର ଓ ଉତ୍ସାହର ସହ ସମାପିତ ହୋଇଯାଇଛି। ପୂଜା କମିଟିର ସଭାପତି, ସମ୍ପାଦକ ଓ ସକ୍ରିୟ ସଦସ୍ୟମାନଙ୍କ ସହଯୋଗରେ ଭଗବାନ ଶ୍ରୀଗଣେଶଙ୍କ ପୂଜା ଯଥାବିଧି ଓ ଭକ୍ତିଭାବର ସହ ଅନୁଷ୍ଠିତ ହୋଇଥିଲା। ପୂଜା ଅବସରରେ ଗ୍ରାମରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ପୂଜାର ଶେଷ ପର୍ଯ୍ୟାୟରେ ଆଜି ଭସାଣି ଉତ୍ସବ ଆୟୋଜିତ ହୋଇଥିଲା। ବାଜା, ବାଣ ଓ ରୋଷଣିର ଆଲୋକମାଳା ମଧ୍ୟରେ ଶ୍ରୀଗଣେଶଙ୍କ ମୂର୍ତ୍ତିକୁ ଏକ ଶୋଭାଯାତ୍ରାରେ ନେଇ ଭସାଣି କରାଯାଇଥିଲା। ଏହି ଅବସରରେ ଭକ୍ତ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ଦେଖିବାକୁ ମିଳିଥିଲା। ପୂଜା କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗ ଓ ଗ୍ରାମବାସୀଙ୍କ ସହଭାଗିତାରେ ଭସାଣି ଉତ୍ସବ ସୁରୁଖୁରୁରେ ସମାପିତ ହୋଇଥିଲା।

Jajpur (ଯାଜପୁର) • ବିଂଝାରପୁରରୁ ଉଦୟ ନାଥ ଜେନାଙ୍କ ରିପୋର୍ଟ

ଜଳ, ଜମି, ଜଙ୍ଗଲ ଓ ଖଣି ସୁରକ୍ଷା ନେଇ ଆଲୋଚନା
Sep 21, 2026•60 views

ଜଳ, ଜମି, ଜଙ୍ଗଲ ଓ ଖଣି ସୁରକ୍ଷା ନେଇ ଆଲୋଚନା

ଭୁବନେଶ୍ୱର: ଓଡ଼ିଶାର ଜଳ, ଜମି, ଜଙ୍ଗଲ ଓ ଖଣିଜ ସମ୍ପଦର ସୁରକ୍ଷାକୁ ନେଇ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ଓ ସାମାଜିକ କର୍ମୀ ଭାଲଚନ୍ଦ୍ର ଷଡ଼ଙ୍ଗୀଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଦେଖାଯାଇଛି। ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଭାବେ ଖଣି ଖନନର ପ୍ରଭାବ, ଜଙ୍ଗଲ ଓ ଜଳସ୍ରୋତର ସୁରକ୍ଷା, ଆଦିବାସୀ ଓ ଜଙ୍ଗଲ ନିର୍ଭରଶୀଳ ଲୋକଙ୍କ ଅଧିକାର ଏବଂ ପ୍ରାକୃତିକ ସମ୍ପଦ ଉପରେ ସ୍ଥାନୀୟ ଲୋକଙ୍କ ଭୂମିକା ଭଳି ବିଷୟ ରହିଥିବା ସମ୍ପ୍ରତିକ ଆଲୋଚନାରୁ ଜଣାପଡ଼େ। ଓଡିଶା ପ୍ରଫୁଲ୍ଲ ସାମନ୍ତରା ବିଭିନ୍ନ ସମୟରେ ଓଡ଼ିଶାର ପାହାଡ଼, ଜଙ୍ଗଲ ଓ ଜଳସ୍ରୋତ ଉପରେ ଖଣି ଖନନର ପ୍ରଭାବ ନେଇ ପ୍ରଶ୍ନ ଉଠାଇଛନ୍ତି। ୨୦୨୬ ମସିହାରେ ମଧ୍ୟ ନୂଆ ବକ୍ସାଇଟ୍ ଖଣି ଲିଜ୍ ଉପରେ ରୋକ ଏବଂ ପ୍ରାକୃତିକ ସମ୍ପଦ ସୁରକ୍ଷା ଦାବି ଉଠିଛି। ଏହି ପରିପ୍ରେକ୍ଷୀରେ ଜଳ, ଜମି ଓ ଜଙ୍ଗଲ କେବଳ ପ୍ରାକୃତିକ ସମ୍ପଦ ନୁହେଁ, ଏହା ସହିତ ଲୋକଙ୍କ ଜୀବିକା, ପରିବେଶ ଓ ଭବିଷ୍ୟତ ପିଢ଼ିର ଅଧିକାର ଜଡ଼ିତ ବୋଲି ଆଲୋଚନାରେ ଗୁରୁତ୍ୱ ପାଇଥିବା ଦାବି କରାଯାଇଛି। ସାମ୍ବାଦିକ ରିପୋର୍ଟ: ଜଳ-ଜମି-ଜଙ୍ଗଲ ଓ ଖଣି ସୁରକ୍ଷାକୁ ନେଇ ଆଗାମୀ ଦିନରେ ଜନସଚେତନତା ଓ ଆଲୋଚନା ଆହୁରି ବଢ଼ିବାର ସମ୍ଭାବନା ରହିଛି।

Bhubaneswar (ଭୁବନେଶ୍ୱର) • ରିପୋର୍ଟ : ସୁକାନ୍ତ ପ୍ରଧାନ

Discussion on Water, Land, Forest and Mineral Resources
Sep 21, 2026•41 views

Discussion on Water, Land, Forest and Mineral Resources

Bhubaneswar: Environmentalist Prafulla Samantara and social activist Bhalachandra Sarangi were seen engaged in a discussion on issues related to water, land, forests and mineral resources in Odisha. The discussion focused on the protection of Odisha’s natural resources, the impact of mining activities on forests and water sources, and the rights and livelihoods of tribal and forest-dependent communities. The two activists also discussed the need to protect water sources, agricultural land and forest areas from environmental degradation and to ensure that local communities have a meaningful role in decisions concerning natural resources. The meeting highlights the continuing public debate over mining, environmental protection and the rights

Bhubaneswar (ଭୁବନେଶ୍ୱର) • Reports: Sukanta Pradhan

ହାଇକୋର୍ଟରେ ମାମଲା ଚାଲିଥିବାବେଳେ ଆଦିବାସୀ ବିଧବାଙ୍କ ଘର ଭାଙ୍ଗିବା ଅଭିଯୋଗ
Sep 21, 2026•14 views

ହାଇକୋର୍ଟରେ ମାମଲା ଚାଲିଥିବାବେଳେ ଆଦିବାସୀ ବିଧବାଙ୍କ ଘର ଭାଙ୍ଗିବା ଅଭିଯୋଗ

ଭୁବନେଶ୍ୱର: ୨୧/୦୯: ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ଏବଂ କୋର୍ଟଙ୍କ ପକ୍ଷରୁ ରହିତାଦେଶ ଥିବା ସତ୍ତ୍ୱେ ରାସ୍ତା ନିର୍ମାଣ ନାମରେ ଜଣେ ଆଦିବାସୀ ବିଧବା ମହିଳାଙ୍କ ଘର ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଜୟଦେବ ବିହାର–ନନ୍ଦନକାନନ ଅଞ୍ଚଳରେ ଟ୍ରାଫିକ୍ ଚାପ କମାଇବା ପାଇଁ ସମାନ୍ତରାଳ ରାସ୍ତା ଓ ଅନ୍ୟାନ୍ୟ ସଡ଼କ ଭିତ୍ତିଭୂମି କାମ ଚାଲିଛି। ଏହି ରାସ୍ତା ପ୍ରକଳ୍ପରେ ଜମି ଚିହ୍ନଟ ଓ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ମଧ୍ୟ ପୂର୍ବରୁ ବିବାଦ ରହିଛି। ଅଭିଯୋଗ ଅନୁସାରେ, ସମ୍ପୃକ୍ତ ମହିଳା ନିଜସ୍ୱ ଜମିରେ ଦୀର୍ଘଦିନ ଧରି ପକ୍କା ଘର କରି ରହୁଥିଲେ। ଘର ଭଙ୍ଗାକୁ ନେଇ ମାମଲା ହାଇକୋର୍ଟରେ ଚାଲିଥିବାବେଳେ କୋର୍ଟଙ୍କ ଆଦେଶ ଅନୁସାରେ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ନିର୍ଦ୍ଦେଶ ଥିବା ତାଙ୍କ ଓକିଲ ଦାବି କରିଛନ୍ତି। ତେବେ ଏହାରି ମଧ୍ୟରେ ପ୍ରଶାସନ ପକ୍ଷରୁ ଗତକାଲି ରାତିରେ ନୋଟିସ୍ ଦିଆଯାଇଥିବା ଏବଂ ପରେ ଘର ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। କୋର୍ଟଙ୍କ ଆଦେଶକୁ ଅମାନ୍ୟ କରି ଏପରି କାର୍ଯ୍ୟ କରାଯାଇଥିବା ମହିଳାଙ୍କ ଓକିଲ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ପ୍ରଶାସନର ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ। ଏବେ ପ୍ରଶ୍ନ ଉଠୁଛି—ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାବେଳେ ଏବଂ ରହିତାଦେଶ ଥିବା ଦାବି ମଧ୍ୟରେ ଘର ଭାଙ୍ଗିବା ପାଇଁ ପ୍ରଶାସନ କେଉଁ ଆଇନଗତ ଆଧାରରେ ପଦକ୍ଷେପ ନେଲା?

Bhubaneswar (ଭୁବନେଶ୍ୱର) • ରିପୋର୍ଟ: ଲକ୍ଷ୍ମୀଧର ମୁର୍ମୁ

ବିପୁଳ ପରିମାଣର ଦେଶୀ ମଦ, ଅଟୋ ଓ ନଗଦ ଟଙ୍କା ଜବତ : ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ
Sep 21, 2026•12 views

ବିପୁଳ ପରିମାଣର ଦେଶୀ ମଦ, ଅଟୋ ଓ ନଗଦ ଟଙ୍କା ଜବତ : ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ

ଜଗତପୁର: ଜଗତପୁର ଥାନା ଅନ୍ତର୍ଗତ ପାଗା ଫାଣ୍ଡି ପୁଲିସ ଗୋଟିଏ ଅଟୋ, ୧୨ଟି ପେଟିରେ ଥିବା ୩ ହଜାର ବୋତଲ ଆସ୍କା ୪୦ ଦେଶୀ ମଦ ଓ ନଗଦ ୩୦ ହଜାର ୩୬୦ ଟଙ୍କା ଜବତ କରିବା ସହ ଏହି ବେଆଇନ କାରବାରରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଗତପୁର ଥାନା ଅନ୍ତର୍ଗତ ତାଳବଣିଆ ସାହିର ଅଜୟ କୁମାର ଦାସ (୪୧) l ପୁଲିସ ସୂଚନା ଅନୁଯାୟୀ ରବିବାର ଅପରାହ୍ନ ସାଢେ ଗୋଟାଏ ବେଳେ ପାଗା ଫାଣ୍ଡି ଅଧିକାରୀ ଡି ସୋମେଶ୍ବରୀ ରାଓ ପାଟ୍ରୋଲିଙ୍ଗ କରୁଥିବା ବେଳେ ଏକ ଅଟୋ (ଓଡି ୦୫ସି ୪୬୨୫)ରେ ବିପୁଳ ପରିମାଣର ଆସ୍କା ୪୦ ଦେଶୀ ମଦ ଜରିପଡ଼ିଆ ଛକରୁ ମହାଜନପୁରକୁ ଚାଲାଣ ହେଉଥିବା ନେଇ ଖବର ପାଇଥିଲେ l ସେ ସଦଳବଳେ ମହାଜନପୁର ବାଲିସାହି ଛକରେ ଅଟୋକୁ ଅଟକାଇ ଥିଲେ l ଡ୍ରାଇଭର ପୁଲିସକୁ ଦେଖି ପଳାଉଥିବା ବେଳେ ତାକୁ ଅଟକାଇ ତା ନିକଟରୁ ମଦ, ଅଟୋ ଓ ନଗଦ ଟଙ୍କା ଜବତ କରିଥିଲେ l ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାସମଲ ସୂଚନା ଦେଇଛନ୍ତି ।

Cuttack (କଟକ) • ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

ବରୀରେ ସରକାରୀ ସ’ମିଲ ପାଇଁ ଦାବି : ବାତ୍ୟାରେ ଭାଙ୍ଗୁଥିବା ଓ ପୁରୁଣା ଗଛର କାଠ ବ୍ୟବହାରରେ ଅସୁବିଧା
Sep 21, 2026•18 views

ବରୀରେ ସରକାରୀ ସ’ମିଲ ପାଇଁ ଦାବି : ବାତ୍ୟାରେ ଭାଙ୍ଗୁଥିବା ଓ ପୁରୁଣା ଗଛର କାଠ ବ୍ୟବହାରରେ ଅସୁବିଧା

ଯାଜପୁର, ବରୀ: ବରୀ ବ୍ଲକ ଅଞ୍ଚଳରେ ସରକାରୀ ସ’ମିଲ ପ୍ରତିଷ୍ଠା ପାଇଁ ସାଧାରଣରେ ଦାବି ଜୋର ଧରିଛି। ବ୍ଲକର ବିଭିନ୍ନ ଅଞ୍ଚଳରେ ବ୍ୟାପକ ପରିମାଣରେ ବୃକ୍ଷ ରହିଥିବାବେଳେ ଅନେକ ଲୋକ ନିଜ ଘରବାଡ଼ି ପରିସରରେ ଆକାଶି, ପଣସ ଆଦି ବିଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି। ବାତ୍ୟା କିମ୍ବା ପ୍ରବଳ ପବନ ସମୟରେ ଏହି ଗଛଗୁଡ଼ିକ ଭାଙ୍ଗିପଡ଼ିବା ସହ ପୁରୁଣା ହୋଇଯାଇଥିବା ଗଛକୁ କାଟିବା ପରେ ତାହାର କାଠକୁ ଆବଶ୍ୟକତା ଅନୁସାରେ ଚିରାଇ ବ୍ୟବହାର କରିବାରେ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପୂର୍ବରୁ ବରୀ ବ୍ଲକରେ ସ’ମିଲ ବ୍ୟବସ୍ଥା ରହିଥିଲା। ତେବେ ପରବର୍ତ୍ତୀ ସମୟରେ ବନ ବିଭାଗ ପକ୍ଷରୁ ସ’ମିଲଟି ବନ୍ଦ କରାଯାଇଥିବାରୁ ଅଞ୍ଚଳବାସୀଙ୍କୁ କାଠ ଚିରାଇବା ପାଇଁ ଅନ୍ୟତ୍ର ଯିବାକୁ ପଡ଼ୁଛି। ଏଥିଯୋଗୁଁ ଅଯଥା ଖର୍ଚ୍ଚ ଓ ସମୟ ନଷ୍ଟ ହେବା ସହ ବିଭିନ୍ନ ସମସ୍ୟା ଉପୁଜୁଛି। ବରୀ ବ୍ଲକରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୁଣିଥରେ ଏକ ସରକାରୀ ସ’ମିଲ ପ୍ରତିଷ୍ଠା କରାଗଲେ ସ୍ଥାନୀୟ ଲୋକମାନେ ଉପକୃତ ହେବା ସହ ବାତ୍ୟା କିମ୍ବା ଅନ୍ୟାନ୍ୟ କାରଣରୁ ଭାଙ୍ଗିପଡ଼ୁଥିବା ଗଛର କାଠକୁ ସୁବିଧାରେ ବ୍ୟବହାର କରିପାରିବେ ବୋଲି ମତ ପ୍ରକାଶ ପାଇଛି। ଏନେଇ ସରକାର ଓ ସମ୍ପୃକ୍ତ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Jajpur (ଯାଜପୁର) • ବରୀରୁ ସୁଧାଂଶୁ ଶେଖର ଓଝାଙ୍କ ରିପୋର୍ଟ

ତାଳଚେରରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଅନୁଗୋଳ ଏସ୍‌ପି
Sep 21, 2026•49 views

ତାଳଚେରରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଅନୁଗୋଳ ଏସ୍‌ପି

ତାଳଚେର: ଉତ୍ସବ ପାଳନକୁ ଦୃଷ୍ଟିରେ ରଖି ଅନୁଗୋଳ ଆରକ୍ଷୀ ଅଧିକ୍ଷକ ତାଳଚେର ଅଞ୍ଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ପରିଚାଳନା ଏବଂ ପୋଲିସ ଉପସ୍ଥିତିର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ଏସ୍‌ପି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ବିଭିନ୍ନ ସୁବିଧା ଓ ବ୍ୟବସ୍ଥା ସମ୍ପର୍କରେ ମତାମତ ଗ୍ରହଣ କରିଥିଲେ। ଉତ୍ସବ ସମୟରେ ଭିଡ଼ ନିୟନ୍ତ୍ରଣ, ଯାତାୟାତ ବ୍ୟବସ୍ଥା ଏବଂ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନେଇ ପୋଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା। ଉତ୍ସବକୁ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ପାଳନ କରିବାରେ ସହଯୋଗ କରିଥିବାରୁ ଅନୁଗୋଳ ପୋଲିସ ପକ୍ଷରୁ ତାଳଚେରବାସୀଙ୍କୁ କୃତଜ୍ଞତା ଜଣାଯାଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳ

ତାଳଚେର ଗଣେଶ ପୂଜାରେ ଲୋକାରଣ୍ୟ, ବିଭିନ୍ନ ମଣ୍ଡପ ବୁଲିଲେ ନଗରପାଳ ଓ ବିଜେପି ନେତା
Sep 21, 2026•37 views

ତାଳଚେର ଗଣେଶ ପୂଜାରେ ଲୋକାରଣ୍ୟ, ବିଭିନ୍ନ ମଣ୍ଡପ ବୁଲିଲେ ନଗରପାଳ ଓ ବିଜେପି ନେତା

ତାଳଚେର: ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାକୁ ନେଇ ସହରରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ସପ୍ତମ ସନ୍ଧ୍ୟାରେ ବିଭିନ୍ନ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ, ତାଳଚେର ନଗରପାଳ ପବିତ୍ର ଭୁତିଆ ଓ ବିଜେପି ଜିଲ୍ଲା ସଭାପତି ଯଯାତୀ ପଟ୍ଟନାୟକ ବିଭିନ୍ନ ମଣ୍ଡପ ପରିଦର୍ଶନ କରି ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ନେଇଥିଲେ। ତାଳଚେରର ୧୦୦ରୁ ଊର୍ଦ୍ଧ୍ୱ ମଣ୍ଡପରେ ଚାଲିଥିବା ପୂଜା ଓ ଆକର୍ଷଣୀୟ ସାଜସଜ୍ଜା ଦର୍ଶକଙ୍କୁ ଆକୃଷ୍ଟ କରୁଛି। ଘୋଡ଼ାଶାଳରୁ ହାଣ୍ଡିଧୂଆଁ ପର୍ଯ୍ୟନ୍ତ ଆଲୋକମାଳା ଓ ତୋରଣରେ ସହର ଝଲସି ଉଠିଛି। ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଲଡୁ, ରାମଖେଚୁଡ଼ି ଓ ପାନୀୟଜଳ ବଣ୍ଟନ କରାଯାଉଛି। ଏଥିସହ ତାଳଚେର କଲେଜ ପରିସରରେ କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର