--:--:--
-- ---
Srishti News

ଗ୍ରାମପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଓ ସଚେତନତା ଶିବିର

Balangir (ବଲାଙ୍ଗୀର)ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼, ବଲାଙ୍ଗୀରSeptember 21, 2026138 views
ଗ୍ରାମପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଓ ସଚେତନତା ଶିବିର
ଟିଟିଲାଗଡ଼ :-୨୧/୯/୨ 'ଗାଁ କୁ ପ୍ରଶାସନ 'ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ବ୍ଲକ ଅଧିନସ୍ତ ବିନେକେଲା ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଡ଼ିଓ ଶ୍ରୀ ଚନ୍ଦ୍ରମଣି ନାଗ ଉପସ୍ଥିତରହି ଜନସାଧାରଣଙ୍କ ଅଭିଯୋଗ ପତ୍ର ଗ୍ରହଣକରି ସମାଧାନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ l ଏହି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ବିନେକେଲା ଗ୍ରାମପଞ୍ଚାୟତର ଜନସାଧାରଣ ନିଜ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ l ଅଧିକାଂଶ ଭତ୍ତା ପାଇଁ ଯୋଗ୍ୟ ହିତାଧିକାରୀମାନେ ଆବେଦନପତ୍ର ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବ୍ଲକର ଜିପିଓ, ବିଏସଓ, ଗ୍ରାମ୍ୟ କୃଷି ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ସମନ୍ୱିତ ଶିଶୁ ବିକାଶ ବିଭାଗର ସମସ୍ତ ଅଙ୍ଗନୱାଡି କର୍ମୀ ଏବଂ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଯଜ୍ଞସେନି ସାହୁ, ପିଇଓ ଲକ୍ଷ୍ମଣ ନାଏକ ଓ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ l