Web News

ଓଡିଶା ଆଦର୍ଶ ବିଦ୍ୟାଳୟ ର ୧୧ ତମ ସ୍ଥାପନା ଦିବସ ପାଳିତ
ଖଲ୍ଲିକୋଟ-୧୯-୯-୨୦୨୬ : ଖଲ୍ଲିକୋଟ ବ୍ଲକ ବି.ଗଣ୍ଡାପଲ୍ଲୀ ଠାରେ ଥିବା ଓଡ଼ିଶା ଆଦର୍ଶବିଦ୍ୟାଳୟ ର ୧୧ତମ ସ୍ଥାପନା ଦିବସ ସନିବାରେ ପାଳିତ ହୋଇଯାଇଛି। ଆଦର୍ଶ ବିଦ୍ୟାଳୟ ର ଇନଚାର୍ଜ ପ୍ରିନ୍ସପାଲ ଦ୍ୱୀପକ ବେହେରା ଙ୍କ ପୈରହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ମାନସ ବେହେରା ମୁଖ୍ୟ ଅତିଥି ,ସାବୁଳିଆ ଗ୍ରାମ ପଂଚାୟତ ସରପଞ୍ଚ ଅହଲ୍ୟା ବେହେରା ସମ୍ମାନିତ ଅତିଥି, କେଶପୁର ଡିଗ୍ରୀ କଲେଜ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ବିଷ୍ଣୁ ପ୍ରସାଦ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଅତିଥି ମାନେ ନିଜ ବକ୍ତବ୍ୟ ରେ ଛାତ୍ରୀଛାତ୍ର ଙ୍କୁ ଶୃଙ୍ଖଳିତ ଏବଂ କଠୋର ଅଧ୍ୟବସାୟ ଦ୍ୱାରା ଜଣେ ସୁନାଗରିକ ହୋଇ ପାରିବେ ବୋଲି ପରାମର୍ଶ ଦେଇଥିଲେ, ସେହିପରି ମୁଖ୍ୟ ବକ୍ତା ଅଧ୍ୟାପକ ଦାଶ ନିଜ ର ବାପ ଓ ମା ଏବଂ ଗୁରୁଜନଙ୍କୁ ଉଚିତ ସନ୍ନମାନ ଦେବା ସହ ଜୀବନରେ ଜଣେ ସଂସ୍କାର ସମ୍ପର୍ଣ୍ଣ ଆଦର୍ଶ ମଣିଷ ହେବା ପାଇଁ ଉଦାହରଣ ଦେଇ ବୁଝାଇ ଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଶେଷରେ ବିଦ୍ୟାଳୟ ର ଛାତ୍ରୀଛାତ୍ର ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ,ଅଧ୍ୟାପିକା ଅଧ୍ୟାପକ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।
Ganjam (ଗଞ୍ଜାମ) • ଖଲ୍ଲିକୋଟ ରୁ ଶିବରାମ ଜେନା ସ୍ବତନ୍ତ୍ର ପ୍ରତିନିଧି

ନେଳିଆ ବନ୍ଧ କାମ ଅଧାରେ, ଅବ୍ୟବସ୍ଥା ନେଇ ପ୍ରଶ୍ନ ଡବଲ୍ ଇଞ୍ଜିନ୍ ସରକାରଙ୍କ ଦୃଷ୍ଟି ପଡ଼ିବ କେବେ?
ଖଲ୍ଲିକୋଟ: ୧୯/୦୯: ଖଲ୍ଲିକୋଟ ସହରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାଲିଥିବା ବେଳେ ନେଳିଆ ବନ୍ଧର ଅଧାପନ୍ତରିଆ କାମକୁ ନେଇ ସ୍ଥାନୀୟ ମହଲରେ ଅସନ୍ତୋଷ ଦେଖାଦେଇଛି। ବିକାଶ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଦୀର୍ଘ ସମୟ ଧରି କାମ ସମ୍ପୂର୍ଣ୍ଣ ନହେବାରୁ ବନ୍ଧର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ଅଭିଯୋଗ ଅନୁଯାୟୀ, ନେଳିଆ ବନ୍ଧର ଗାର୍ଡୱାଲ୍ର ଅବସ୍ଥା ଠିକ୍ ନଥିବା ସହ ବନ୍ଧ ଅଞ୍ଚଳର ଜବରଦଖଲ ଉଚ୍ଛେଦ ନକରି ବନ୍ଧ ଭିତରେ ହୁଡ଼ା ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ବନ୍ଧର ଚତୁଃପାର୍ଶ୍ୱରେ ଗଛଲତା ଓ ଅନାବନା ଜଙ୍ଗଲ ବଢ଼ିଯାଇଥିବାରୁ ଏହାର ସଫେଇ ଓ ରକ୍ଷଣାବେକ୍ଷଣ ମଧ୍ୟ ଆବଶ୍ୟକ ହୋଇପଡ଼ିଛି। ଏହାସହ ବନ୍ଧ ହୁଡ଼ା ଉପରେ ଥିବା ଲାଟ୍ରିନ୍ ଟାଙ୍କିକୁ ହଟାଇବା ପୂର୍ବରୁ ହୁଡ଼ା ନିର୍ମାଣ କରାଯାଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସ୍ଥାନୀୟ ସୂଚନା ଅନୁଯାୟୀ, ବନ୍ଧର ଆୟତନ ପ୍ରାୟ ୭ ଏକର ହୋଇଥିଲେ ମଧ୍ୟ ଏହାର ସଠିକ୍ ମାପଜୁପ ହୋଇଛି କି ନାହିଁ, ସେନେଇ ମଧ୍ୟ ସ୍ପଷ୍ଟତା ଆବଶ୍ୟକ ରହିଛି। ଅନ୍ୟପଟେ ଖଲ୍ଲିକୋଟ ଏନ୍ଏସିରେ ଟେଣ୍ଡର ପ୍ରକ୍ରିୟାକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଥିବା ବେଳେ ନେଳିଆ ବନ୍ଧର କାମ ଅଧାରେ ଅଟକି ରହିବା ଘଟଣା ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି। ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ସ୍ତରରୁ ବାରମ୍ବାର ପ୍ରଶାସନ ଓ ସମ୍ପୃକ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେଉଛି। ଏବେ ନେଳିଆ ବନ୍ଧର ଅଧାପନ୍ତରିଆ କାମ କେବେ ସମ୍ପୂର୍ଣ୍ଣ ହେବ ଏବଂ ବନ୍ଧର ଜବରଦଖଲ, ସଫେଇ, ମାପଜୁପ ଓ ଗାର୍ଡୱାଲ୍ ସମସ୍ୟା ନେଇ ପ୍ରଶାସନ କି ପଦକ୍ଷେପ ନେବ, ତାହାକୁ ଅପେକ୍ଷା କରିଛନ୍ତି ଖଲ୍ଲିକୋଟବାସୀ। ରିପୋର୍ଟ: ଶିବରାମ ଜେନା ସ୍ୱତନ୍ତ୍ର ପ୍ରତିନିଧି, ସ୍ରିଷ୍ଠି ନିୟୁଜ୍
Ganjam (ଗଞ୍ଜାମ) • ଖଲ୍ଲିକୋଟରୁ ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି

କଳାହାଣ୍ଡି, ଜିଲ୍ଲା ଅନ୍ତର୍ଗତ ଜୁନାଗଡ଼–ନବରଙ୍ଗପୁର ରେଳ ଲାଇନ୍କୁ ନେଇ ବଡ଼ ସୂଚନା
ଜୁନାଗଡ଼ ତହସିଲର ୧୪ଟି ଗ୍ରାମରେ ଜମି ଅଧିଗ୍ରହଣ ପାଇଁ ରେଳୱେ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ। ଜୁନାଗଡ଼–ନବରଙ୍ଗପୁର ନୂତନ ବ୍ରଡ୍ଗେଜ୍ ରେଳ ଲାଇନ୍ — ୧୧୬.୨୧ କି.ମି. ଯେଉଁ ଗ୍ରାମଗୁଡ଼ିକର ନାମ ସୂଚନାରେ ରହିଛି: ଘୁମେରଗୁଡ଼ାଜୁନାଗଡ଼,ବାଲିଛଡ଼ା,ଚାରବାହାଲ, ଧନେର,ପିଲକିଆ ,କାଲୋପଲା,ମହିଭାର , ବଙ୍ଗୋମୁଣ୍ଡା,କର୍ଲାଗୁଡ଼ା , ମାଝିଗୁଡ଼ା ,ଡେଙ୍ଗାଗୁଡ଼ା, ବଡ଼କେନ୍ଦୁଗୁଡ଼ା,ବୋବ୍ରିଆ ଏହି ୧୪ଟି ଗ୍ରାମରୁ ମୋଟ ୩୩୧.୪୦ ଏକର ଜମି ଅଧିଗ୍ରହଣ ସୂଚନା ଦିଆଯାଇଛି। ଜୁନାଗଡ଼–ନବରଙ୍ଗପୁର ରେଳ ସଂଯୋଗ ଦ୍ୱାରା କଳାହାଣ୍ଡି ଅଞ୍ଚଳର ଯୋଗାଯୋଗ, ବାଣିଜ୍ୟ ଓ ବିକାଶକୁ ନୂଆ ଦିଗ ମିଳିବ ବୋଲି ଆଶା। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କୁ ଜିଲ୍ଲାବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି।
Kalahandi (କଳାହାଣ୍ଡି) • ଦେବରାଜ ବଣୁଆ , ଜୁନାଗଡ

ମାଗୁର ପାଣିରେ ବିଶ୍ୱକର୍ମା ପୂଜା ଓ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ
ନୂଆପଡ଼ା: ପ୍ରତିବର୍ଷ ପରି ଏହିବର୍ଷ ମଧ୍ୟ ନୂଆପଡ଼ା ସଦର ବ୍ଲକ ଅନ୍ତର୍ଗତ ମାଗୁର ପାଣି ଗ୍ରାମରେ ଧୁମଧାମରେ ବିଶ୍ୱକର୍ମା ପୂଜା ଓ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶ୍ୱକର୍ମା କମିଟି ପକ୍ଷରୁ ବିଶ୍ୱକର୍ମା ଦେବଙ୍କ ପୂଜାର୍ଚ୍ଚନା ଓ ବିଧିବିଧାନ ଅନୁଯାୟୀ ପୂଜା କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ପୂଜା ପରେ ନୂଆଁଖାଇ ଭେଟଘାଟ ଆୟୋଜନ କରାଯାଇ ଗ୍ରାମବାସୀଙ୍କ ମଧ୍ୟରେ ଭାଇଚାରା, ସ୍ନେହ, ସମ୍ପ୍ରୀତି ଓ ସାମାଜିକ ଏକତାର ବାର୍ତ୍ତା ଦିଆଯାଇଥିଲା। ଏହାକୁ ନେଇ ସମଗ୍ର ଗ୍ରାମରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା। କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀ ଅଙ୍କିତ ସିଂଘାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ଉପସ୍ଥିତ ରହି ଆୟୋଜକ କମିଟି ଓ ଗ୍ରାମବାସୀଙ୍କ ସହ ନୂଆଁଖାଇର ଶୁଭେଚ୍ଛା ବିନିମୟ କରିଥିଲେ। ଏଥିସହିତ ତାଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରି ସମ୍ମାନିତ କରାଯାଇଥିବାରୁ ସେ ବିଶ୍ୱକର୍ମା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ନୂଆଁଖାଇ ଭେଟଘାଟକୁ ଆହୁରି ଆକର୍ଷଣୀୟ କରିବା ପାଇଁ ରାତିରେ ମନୋରଞ୍ଜନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ଦର୍ଶକଙ୍କ ମନୋରଞ୍ଜନ ପାଇଁ ମଉଳି ଭାଟା ନୃତ୍ୟ ପରିବେଷଣ କରାଯାଇଥିଲା। ନୃତ୍ୟର ତାଳେ ତାଳେ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ। ଏହି ସାଂସ୍କୃତିକ ସନ୍ଧ୍ୟା ଦେଖିବା ପାଇଁ ମାଗୁର ପାଣି ସମେତ ଆଖପାଖ ଅଞ୍ଚଳର ଖଲିଆପାଣି, ସରେଇପାଲି, କେରମେଲୀ ଓ ଦର୍ଲିମୁଣ୍ଡା ଆଦି ଗାଁରୁ ଶହ ଶହ ଲୋକ ଆସିଥିଲେ। ଲୋକଙ୍କ ଭିଡ଼ରେ କାର୍ଯ୍ୟକ୍ରମ ସ୍ଥଳୀ ଉତ୍ସବମୁଖର ହୋଇଉଠିଥିଲା। ବିଶ୍ୱକର୍ମା ପୂଜା ଓ ନୂଆଁଖାଇ ଭେଟଘାଟ ଭଳି ଗଣପର୍ବ ଆୟୋଜନ ମାଧ୍ୟମରେ ଗ୍ରାମୀଣ ସଂସ୍କୃତି, ପରମ୍ପରା, କଳା ଓ ଭାଇଚାରାକୁ ଆହୁରି ମଜବୁତ କରିବାର ପ୍ରୟାସକୁ ଉପସ୍ଥିତ ଲୋକେ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ମଧ୍ୟ ଏଭଳି ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଜାରି ରହୁ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଥିଲେ।
Nuapada (ନୂଆପଡ଼ା) • ରିପୋର୍ଟ: ବିଜୟ ବରିହା, ନୂଆପଡା

ଭୁବନ ନଗରପାଳ ଙ୍କ ଗଣେଶ ପୂଜା ମଣ୍ଡପ ପରିଦର୍ଶନ
ଢେ଼ଙ୍କାନାଳ ୧୯.୯- ଢେ଼ଙ୍କାନାଳ ଜିଲ୍ଲା ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଶନିବାର ସନ୍ଧ୍ୟାରେ ପ୍ରସିଦ୍ଧ ଗଣେଶ ପୂଜାରେ ବିଭିନ୍ନ ପୂଜା ମଣ୍ଡପ ବୁଲି ପ୍ରଭୁ ଗଜାନନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ନଗରପାଳ ଶ୍ରୀଯୁକ୍ତ ସାହୁ ଙ୍କ ସମେତ ଉପାଧ୍ୟକ୍ଷା ଶ୍ରୀମତୀ ମାନିନୀ ସାହୁ,କାଉନସିଲର ଗିରିଧାରୀ ସାହୁ, ପପୁ କୁମାର ସାହୁ,କଳ୍ପନା ବେହେରା,ବିଜେଡି ନେତା ନରେନ୍ଦ୍ର କୁମାର ସାହୁ,ଅଜୟ କୁମାର ସେଠୀ,ସୋମନାଥ ମହାରଣା,ଦେବେନ୍ଦ୍ର ସାହୁ, ନାରାୟଣ ନାୟକ,ବିନୋଦ ବେହେରା,ବିଶ୍ୱଜିତ୍ ବାରିକ,ସିଲୁ ନାୟକ,ପିଣ୍ଟୁ ଦାସ,ମୁରଲୀ ମୋହନ ନାୟକ,ରାକେଶ ଆଇଚ,ଶୁଭକାନ୍ତ ବର୍ଦ୍ଧନ,ବିଳାସ ସାମଲ ଓ ବହୁ ସଂଖ୍ୟକ ଦଳୀୟ କାର୍ଯ୍ୟକର୍ତ୍ତା ବିଷ୍ଣୁପ୍ରିୟା ଗାଲାକ୍ସି ରୁ ବାହାରି କାଳୀ ବଜାର କଲେଜ ରୋଡ ରେ ଗୋଲ୍ଡେନ କ୍ଲବ, ଗ୍ଲୋରୀୟସ କ୍ଲବ , ନାଇସ କ୍ଲବ, ଡାଇନାମିକ୍ କ୍ଲବ, ରକ୍ ଗଣପତ୍ କ୍ଲବ, ଡାଜଳିଂ କ୍ଲବ, ରୟାଲିୟନସ କ୍ଲବ, ଫ୍ରେଣ୍ଡସିପ କ୍ଲବ, ସୂର୍ଯନ୍ସ କ୍ଲବ, ଏକ୍ସାଇଟେଡ୍ କ୍ଲବ, ରିବିଲିୟନ୍ସ କ୍ଲବ , ମୁନଷ୍ଟାର କ୍ଲବ,କିଙ୍ଗଷ୍ଟାର କ୍ଲବ, ଡେଭିଲ କ୍ଲବ, ବ୍ରିଲିଆଣ୍ଟ କ୍ଲବ, ସ୍ପାର୍କଲର୍ କ୍ଲବ, ଗ୍ୟାଙ୍ଗଷ୍ଟାର କ୍ଲବ, ୱାରିଅର କ୍ଲବ୍, ଟାଇଟେନ୍ସ କ୍ଲବ୍,ଗ୍ଲାଡିଏଟର କ୍ଲବ୍,ହଣ୍ଟର କ୍ଲବ୍ ରେ ପ୍ରଭୁ ଗଜାନନଙ୍କ ଦର୍ଶନ କରିବା ସହ କ୍ଲବ୍ ସଦସ୍ୟ ମାନଙ୍କ ସହ ଭାବ ବିନିମୟ କରିବା ସହ ଉତ୍ସାହିତ କରିଥିଲେ । ଶେଷରେ ଚଳିତ ବର୍ଷ ୨୦୧୩ ମାଟ୍ରିକ ଵ୍ୟାଚ ଫ୍ରେଣ୍ଡସିପ କ୍ଲବ ୧୨ ବର୍ଷ ପୂର୍ତ୍ତି ଅବସରରେ ହାଇସ୍କୁଲ ପଡ଼ିଆରେ ବୃନ୍ଦାବନ ପ୍ରେମ ମନ୍ଦିରରେ ରାଧାକୃଷ୍ଣ ଙ୍କ ଦର୍ଶନ କରିବା ସହିତ ଭୁବନ ଜନ ସାଧାରଣଙ୍କ ସୁଖ,ଶାନ୍ତି ,ସମୃଦ୍ଧି ଓ ଭୁବନର ବିକାଶ ପାଇଁ ପ୍ରଭୁ ଗଜାନନଙ୍କ ଆଶୀର୍ବାଦ କାମନା କରିଥିଲେ ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ବିଦ୍ୟାଳୟରେ ବସ୍ତାନି ମୁକ୍ତ ଦିବସ
ଢେ଼ଙ୍କାନାଳ , ୧୯.୯ - ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ଚଡେଇରଗଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷର ଦ୍ଵିତୀୟ ବସ୍ତାନି ମୁକ୍ତ ଦିବସ ପାଳନ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ଜାନକୀ ଦେହୁରୀ, ବାସନ୍ତୀ ଦେହୁରୀ,ଶିଶୁ ସେବିକା ଜ୍ୟୋସ୍ନାମୟୀ ଦେହୁରୀ,ଛାତ୍ର ଅବିଭାବିକା ମାଳତୀ ଦେହୁରୀ, ଭାରତୀ ଦେହୁରୀ ଛାତ୍ରଛାତ୍ରୀମାନଙ୍କୁ ଆବର୍ଜନାରୁ ପ୍ରସ୍ତୁତ ବିଭିନ୍ନ ଘରକରଣା ସାମଗ୍ରୀ, ମାଟି କାରୁକାର୍ଯ୍ୟ, କାଗଜରୁ ପ୍ରସ୍ତୁତ ଫୁଲ, ତାଳପତ୍ରରୁ ପ୍ରସ୍ତୁତ ସାମଗ୍ରୀ ଶିକ୍ଷା ଦେଇଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଅଶୋକ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଭୁବନ ଗଣେଶ ପୂଜାରେ ପ୍ରେମ ମନ୍ଦିର ଦେଖିବାକୁ ପ୍ରବଳ ଭିଡ
ଢେ଼ଙ୍କାନାଳ ୧୯.୯- ଢେ଼ଙ୍କାନାଳ ଜିଲ୍ଲା ଭୁବନ ସହରରେ ଗତ ସୋମବାର ଠାରୁ ୨୧ ଟି ପୂଜା ମଣ୍ଡପରେ ପ୍ରଭୁ ଗଜାନନ ଙ୍କ ପୂଜା ଅନୁଷ୍ଠିତ ହେଉଛି । ୨୦୧୩ ମାଟ୍ରିକ ବ୍ୟାଚ୍ ଫ୍ରେଣ୍ଡସିପ କ୍ଲବ୍ ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ହାଇସ୍କୁଲ ପଡ଼ିଆ ( ମିନି ଷ୍ଟାଡିୟମ) ରେ ବୃନ୍ଦାବନ ପ୍ରେମ ମନ୍ଦିର ର ଅବିକଳ ନକଲ କରି ରାଧାକୃଷ୍ଣ ଙ୍କ ସମେତ ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜା କରୁଛି। ବୃନ୍ଦାବନ ପ୍ରେମ ମନ୍ଦିର ଦେଖିବାକୁ ଶ୍ରଦ୍ଧାଳୁ ଭକ୍ତ ଙ୍କ ପ୍ରବଳ ଭିଡ ହେଉଛି । ଶନିବାର ପବିତ୍ର ରାଧାଷ୍ଟମୀ ଉପଲକ୍ଷେ ଅପରାହ୍ନ ୫ ଘଟିକା ଠାରୁ ହାଇସ୍କୁଲ ପଡ଼ିଆ ଲୋକାରଣ୍ୟ ହୋଯାଇଥିଲା। ସନ୍ଧ୍ୟା ପରଠାରୁ କାଳୀ ବଜାର ଠାରୁ ନୂଆ ବଜାର,ବ୍ଲକ ରୋଡ ଜନ ସମୁଦ୍ର ପାଲଟିଛି । ପ୍ରବଳ ଜନ ସମାଗମ ପାଇଁ ଅପରାହ୍ନ ୫ ଘଟିକା ଠାରୁ ରାତ୍ର ୧୦ ଘଟିକା ଯାଏ ଟ୍ରାଫିକ ନିୟନ୍ତ୍ରଣ କଡ଼ାକଡ଼ି କରାଯାଇଛି। ଢେ଼ଙ୍କାନାଳ ପଟୁ ଅଟୋ,ବୋଲେରୋ, କାର ନେଇ ଆସୁଥିବା ଦର୍ଶକ ମାନେ ଗୋଡ଼ି ପୋଖରୀ ଛକ ରୁ ଉତ୍ତର ଦିଗ ସିନେମା ହଲ ରୋଡ ରେ ଆସି ଗାଡ଼ି ପାର୍କିଂ କରି ହାଇସ୍କୁଲ ପଡ଼ିଆକୁ ଯାଇପାରିବେ । ଯାଜପୁର ପଟୁ ଆସୁଥିବା ଦର୍ଶକ ମାନେ ନୀଳମାଧବ ପେଟ୍ରୋଲ ପମ୍ପ ଛକ ରୁ ବାଇପାସ୍ ଦେଇ ଯାତ୍ରା ପଡିଆ ଏବଂ କାମାକ୍ଷା ନଗର ପଟୁ ଆସୁଥିବା ଦର୍ଶକ ମାନେ ବାଇପାସ୍ କୋର୍ଟ ଛକ ଦେଇ ଯାତ୍ରା ପଡିଆରେ ସେମାନଙ୍କର ଚାରି ଚକିଆ ଗାଡ଼ି ରଖି ପୂଜା ମଣ୍ଡପ ବୁଲି ଦେଖିବାକୁ ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁ ସୂଚନା ଦେଇଛନ୍ତି। ବାଇକ୍ ଆରୋହୀ ଙ୍କ ପାଇଁ ନୂଆ ବଜାର ଗୋଲାଘର ଛକ ରୁ ହାଇସ୍କୁଲ ପଡ଼ିଆକୁ ଯିବାକୁ ସମ୍ପୂର୍ଣ ବାରଣ କରାଯାଇ ୱାନ ୱେ ରୁଟ୍ କରାଯାଇଛି। ହୋଣ୍ଡା ସୋ ରୁମ୍ ଗଳି ଦେଇ ହାଇସ୍କୁଲ ଓ ଗାର୍ଲ୍ସ ହାଇସ୍କୁଲ ପାଚେରୀ କଡରେ ବାଇକ୍ ରଖିବାକୁ କୁହାଯାଇଛି। ଫ୍ରେଣ୍ଡସିପ କ୍ଲବ୍ ତରଫରୁ ଶନିବାର ସନ୍ଧ୍ୟାରେ ଜାଭେଦ ଡ୍ୟାନ୍ସ ଗ୍ରୁପ୍,ରବିବାର ସନ୍ଧ୍ୟାରେ ସୌରଭ ଭରଦ୍ୱାଜ କୈବଲ୍ୟ ଭଜନ ମଞ୍ଚ ଓ ସୋମବାର ଡି ଜେ ନାଇଟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ଏଥିପାଇଁ ଆହୁରି ପ୍ରବଳ ଭିଡ ହେବ ବୋଲି ଆଶା କରାଯାଉଛି।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ନିୟମଗିରି ଆନ୍ଦୋଳନ ନେତା ଲଦ ସିକକାଙ୍କ ଗିରଫ ପ୍ରତିବାଦରେ ଭୁବନେଶ୍ୱରରେ ବିକ୍ଷୋଭ
ଭୁବନେଶ୍ୱର: ନିୟମଗିରି ସୁରକ୍ଷା ସମିତିର ନେତା ଲଦ ସିକକାଙ୍କ ଗିରଫଦାରୀକୁ ବିରୋଧ କରି ଆଜି ଭୁବନେଶ୍ୱରରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ ଲଦ ସିକକାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି। ସୂଚନା ଅନୁସାରେ, ସେପ୍ଟେମ୍ବର ୧୦ ତାରିଖରେ ଲାଞ୍ଜିଗଡ଼ କୋର୍ଟରୁ ଗୋଟିଏ ମାମଲାରେ ଜାମିନ ପାଇ ଫେରୁଥିବା ସମୟରେ କଳ୍ୟାଣସିଂହପୁର ନିକଟରେ ଲଦ ସିକକାଙ୍କୁ ପୋଲିସ ଅଟକାଇ ନେଇଥିବା ନେଇ ବିଭିନ୍ନ ନାଗରିକ ଓ ସାମାଜିକ ସଂଗଠନ ଅଭିଯୋଗ କରିଛନ୍ତି। ପରେ ତାଙ୍କୁ କୋର୍ଟରେ ହାଜର କରାଯାଇ ଜେଲ ପଠାଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ବିକ୍ଷୋଭକାରୀମାନଙ୍କ ଅଭିଯୋଗ ହେଉଛି, ଜାମିନ ପାଇବା ପରେ ମଧ୍ୟ ଲଦ ସିକକାଙ୍କୁ ପୁଣି ଗିରଫ କରାଯାଇ ଜେଲ ପଠାଯାଇଛି। ଏହାକୁ ନେଇ ତୁରନ୍ତ ତାଙ୍କୁ ମୁକ୍ତ କରିବା ସହ ଘଟଣାର ଆଇନଗତ ସ୍ଥିତି ସ୍ପଷ୍ଟ କରିବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ତେବେ ଏହି ଗିରଫଦାରୀ ସମ୍ପର୍କରେ ଅନ୍ୟ ଏକ ରିପୋର୍ଟରେ ୨୦୧୭ ମସିହାର ପୁରୁଣା ମାମଲା ଓ ପୂର୍ବରୁ ଜାରି ହୋଇଥିବା କୋର୍ଟ ଆଦେଶର ଉଲ୍ଲେଖ ରହିଛି। “ଲଦ ସିକକାଙ୍କୁ ତୁରନ୍ତ ମୁକ୍ତ କରାଯାଉ” ବୋଲି ବିକ୍ଷୋଭ ସମୟରେ ଦାବି ଉଠିଥିଲା।
Bhubaneswar (ଭୁବନେଶ୍ୱର) • ରିପୋର୍ଟ : ସୁକାନ୍ତ ପ୍ରଧାନ

ଆକ୍ସନ ମୋଡ୍ରେ ବୋଲଗଡ଼ ତହସିଲ ପ୍ରଶାସନ ରାଜସୁନାଖଳା ବଜାରରେ ୫ଟି ଦୋକାନ ଘର ଉଚ୍ଛେଦ
ଖୋର୍ଦ୍ଧା : ଜବରଦଖଲ ଉଚ୍ଛେଦକୁ ନେଇ ଆକ୍ସନ ମୋଡ୍ରେ ବୋଲଗଡ଼ ତହସିଲ ପ୍ରଶାସନ। ରାଜସୁନାଖଳା ବଜାର ଅଞ୍ଚଳରେ ଜବରଦଖଲ କରି ନିର୍ମାଣ କରାଯାଇଥିବା ୫ଟି ଦୋକାନ ଘରକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି।ବଜାରରେ ସରକାରୀ ଜମି ଓ ସାର୍ବଜନୀନ ରାସ୍ତାକୁ ଜବରଦଖଲ କରି ଦୋକାନ ଘର ନିର୍ମାଣ ହୋଇଥିବା ଅଭିଯୋଗ ପରେ ତହସିଲ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଉଚ୍ଛେଦ ସମୟରେ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଥିଲା।ଜବରଦଖଲ ଉଚ୍ଛେଦ ଅଭିଯାନକୁ ନେଇ ଅଞ୍ଚଳରେ ପ୍ରଶାସନର କାର୍ଯ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଗାମୀ ଦିନରେ ମଧ୍ୟ ଜବରଦଖଲ ବିରୋଧରେ ଅଭିଯାନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

International Literacy Week Celebrated in 12 Schools of Dharamgarh Block
Kalahandi, Dharamgarh: The Regional Council for Development and Cooperation (RCDC), in collaboration with the Government Education Department, organised a seven-day International Literacy Week programme across 12 schools in Dharamgarh Block of Kalahandi district. The programme was held from September 7 to 14, with a focus on encouraging students to develop an interest in reading, nurturing creativity and spreading the message of literacy for all. Throughout the week, various educational and interactive activities were organised based on daily themes such as “Open a Book, Open a World,” “My Story, My Voice,” “Read Together,” “Literacy Beyond Textbooks,” “Every Child Can Read,” “Young Literacy Champions” and “India Reads Together.” Activities included reading sessions, storytelling, expression of personal experiences, group reading and other learning-based programmes. The initiative was conducted at Thakurani High School, Chhanchanbahali; UPS Kermunda; Primary School Nunpani; UPS Kotamer; UPS Tipiguda; UPS Paikpada; UPS Kankeri; UPS Gataguda; UPS Bokrasil; Primary School Tekpada; Primary School Bhaluchuan; and Primary School Palsapani. The programme was coordinated and managed by RCDC Senior Manager Rabinarayan Tripathy, Programme Officer Sandeep Kumar Nag and Programme Officer Bihari Raut. Community Mobilisers Sitakanta Majhi, Aditya Adhikari, Jagadish Naik, Tuku Panda, Dibakar Bhaisal and Hukim Chandra Bhaisal actively supported the organisation of activities in different schools. The success of the week-long campaign was made possible through the cooperation of headmasters, teachers and students of all participating schools. The main objective of the campaign was to connect books and reading with children’s everyday lives and encourage them to develop a habit of reading beyond the classroom and textbooks. The initiative also aimed to create a positive reading culture among children and reinforce the importance of literacy in their overall development.
Kalahandi (କଳାହାଣ୍ଡି) • Reports: Rupendra Sunani

ଲକ୍ଷ୍ମୀସାଗର ଉଚ୍ଚବିଦ୍ୟାଳୟରେ ହିନ୍ଦୁ ସୁରକ୍ଷା ବାହିନୀ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର: ହିନ୍ଦୁ ସୁରକ୍ଷା ବାହିନୀ, ଭୁବନେଶ୍ଵର ଶାଖା ପକ୍ଷରୁ ଲକ୍ଷ୍ମୀସାଗର ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ପରିବେଶ ସୁରକ୍ଷା ଓ ସବୁଜିମା ସୃଷ୍ଟି କରିବା ଲକ୍ଷ୍ୟରେ ଆୟୋଜିତ ଏହି ମହତ୍ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି। ଏହି ସାମାଜିକ କାର୍ଯ୍ୟକ୍ରମରେ ହିନ୍ଦୁ ସୁରକ୍ଷା ବାହିନୀର ପ୍ରମୁଖ କର୍ମକର୍ତ୍ତା ଓ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। ଅନୁଷ୍ଠାନର ସଭାପତି ଶ୍ରୀ ପ୍ରଦୀପ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ଶରତ ଚନ୍ଦ୍ର ନାୟକ, ଉପ-ସଭାନେତ୍ରୀ ଶ୍ରୀମତୀ ଅଳକା ପ୍ରିୟଦର୍ଶିନୀ, ଭୁବନେଶ୍ୱର ଶାଖା ସଭାପତି ଶ୍ରୀ ଭାରତ ପାତ୍ର, କାର୍ଯ୍ୟକାରୀ ସଭାପତି ଶ୍ରୀ ବନମାଳୀ ରଥ, ଉପ-ସଭାପତି ଶ୍ରୀ ଘନଶ୍ୟାମ ବେହେରା ଓ ଶ୍ରୀ ସୁଦର୍ଶନ ମହାରଣା ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହା ସହିତ ସମ୍ପାଦକ ଶ୍ରୀ ଅଶୋକ କୁମାର ସାହୁ, ଶ୍ରୀ ନାରାୟଣ ସାହୁ, ଉପଦେଷ୍ଟା ଶ୍ରୀ ହଳଧର ରାୟ, ଶ୍ରୀ ବିଜୟ କୁମାର ସ୍ୱାଇଁ, ଶ୍ରୀ ଅକ୍ଷୟ ଜେଠୀ, ଶ୍ରୀ ସୁବ୍ରତ ନାୟକ ଏବଂ ରାଜ୍ୟ କୋଷାଧ୍ୟକ୍ଷ ରୋହିତ କୁମାର ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଲକ୍ଷ୍ମୀସାଗର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଆମନ୍ତ୍ରିତ ଅତିଥିମାନେ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣର ଆବଶ୍ୟକତା ଓ ପରିବେଶ ସନ୍ତୁଳନ ଉପରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରିବା ପାଇଁ ଅନୁଷ୍ଠାନର ଏହି ପ୍ରୟାସକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଧନ୍ୟବାଦ ଅର୍ପଣ କରିଛନ୍ତି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ଆସିକା ଚିନି କଳ ଏନ୍ଏମ୍ଆର୍ କର୍ମଚାରୀଙ୍କ ନିୟମିତୀକରଣ ଦାବି: ୬୦ ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଧାରଣା ସ୍ଥଗିତ
ଆସିକା ସମବାୟ ଚିନି ଶିଳ୍ପ ଲିମିଟେଡ୍ (Aska Cooperative Sugar Industries Ltd.)ର ଅସ୍ଥାୟୀ/କର୍ମଚାରୀ (NMR - Nominal-Muster Roll)ଙ୍କ ନିୟମିତୀକରଣ (Regularization) ସଂକ୍ରାନ୍ତୀୟ ଦାବିର ସମାଧାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସଭାପତିତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ଆଲୋଚନା ସମ୍ପନ୍ନ ହୋଇଛି। ଏହି ବୈଠକରେ ଆସିକା ସମବାୟ ଚିନି ଶିଳ୍ପର ସଭାପତି (Board of President) ରବୀନ୍ଦ୍ର ନାଥ ପଣ୍ଡା, ପ୍ରବନ୍ଧ ନିର୍ଦ୍ଦେଶକ (MD) ସୁଶାନ୍ତ କୁମାର ପଣ୍ଡା, ୪ ଜଣ ନିର୍ଦ୍ଦେଶକ ଏବଂ AITUC ରାଜ୍ୟ ସମ୍ପାଦକ ମହେଶ୍ୱର ରାଉତ, ଆସିକା ଚିନି କଳ AITUC କର୍ମଚାରୀ ସଂଘର ଉପସଭାପତି ପ୍ରଦୀପ କୁମାର ସେଠୀଙ୍କ ସମେତ ସଂଘର ଅନ୍ୟାନ୍ୟ ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ସରକାରଙ୍କ ସହ ଆଲୋଚନା ଓ 'ୱାନ୍-ଟାଇମ୍' ଯୋଜନା: NMR କର୍ମଚାରୀମାନେ ଦୀର୍ଘ ଦିନ ହେଲା କାର୍ଯ୍ୟ କରିଆସୁଥିବାରୁ, ସେମାନଙ୍କୁ ଗୋଟିଏ ଥରରେ (One-time basis) ସ୍ଥାୟୀ ନିଯୁକ୍ତି ଦେବା ପାଇଁ ସରକାରଙ୍କ ସହ ପରାମର୍ଶ କରି ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଦାବିର ସମାଧାନ ପ୍ରକ୍ରିୟାକୁ ଆଗାମୀ ୬୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି , ଏବଂ ସରକାରୀ ପ୍ରକ୍ରିୟା ପାଇଁ କିଛି ସମୟ ଆବଶ୍ୟକ ହେଉଥିବାରୁ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିବା ସହ ତୁରନ୍ତ ଚାଲିଥିବା ଧାରଣା ଓ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବାକୁ ଏବଂ ଚିନି କଳ କର୍ତ୍ତୃପକ୍ଷଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଜିଲ୍ଲାପାଳ କର୍ମଚାରୀ ସଂଘକୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗତ ବର୍ଷ ରେ ଗଠିତ ତଦନ୍ତ କମିଟିର ରିପୋର୍ଟରେ ଥିବା କେତେକ ତ୍ରୁଟିକୁ ମଧ୍ୟ ଅନୁଧ୍ୟାନ କରାଯାଉଛି। ଶେଷରେ ସମସ୍ତ ପ୍ରତିନିଧି , କର୍ମ କର୍ତ୍ତା ଙ୍କୁ ସହଯୋଗ ପାଇଁ AITUC ର ରାଜ୍ୟ ସଂପାଦକ ମହେଶ୍ୱର ରାଉତ ଧନ୍ୟବାଦ୍ ଜଣାଇଛନ୍ତି।
Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି
