--:--:--
-- ---
Srishti News

Web News

ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ଚଢ଼ାଉ
Sep 30, 2026•12 views

ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ଚଢ଼ାଉ

ଢେଙ୍କାନାଳ ୩୦.୦୯ - ଢେଙ୍କାନାଳ ଜିଲ୍ଲାରୁ ଶିଶୁ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ନିରାକରଣ ଏବଂ ଶିଶୁ ଓ କିଶୋର ଶ୍ରମିକ (ନିଷେଧ ଓ ନିୟନ୍ତ୍ରଣ) ଆଇନର କଡ଼ାକଡ଼ି କାର୍ଯ୍ୟାନ୍ୱୟନ ନିମନ୍ତେ ଜିଲ୍ଲା ପ୍ରଶାସନ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ପୋଲିସ ବିଭାଗ ଓ ଚାଇଲ୍ଡଲାଇନ୍‌ର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇ ଚଢ଼ାଉ ଅଭିଯାନ ଆରମ୍ଭ କରାଯାଇଛି। ଏହି କ୍ରମରେ ଆଜି ଜିଲ୍ଲାର ପରଜଙ୍ଗ, କାମାକ୍ଷାନଗର, ଓଡ଼ାପଡ଼ା ଓ ଗନ୍ଦିଆ ବ୍ଲକର ବିଭିନ୍ନ ହୋଟେଲ, ଢାବା, ଗ୍ୟାରେଜ, ଦୋକାନ, ଇଟାଭାଟି, ଚା’ ଦୋକାନ ଓ କ୍ଷୁଦ୍ର ଶିଳ୍ପାନୁଷ୍ଠାନରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ପକ୍ଷରୁ ଆକସ୍ମିକ ଚଢ଼ାଉ କରାଯାଇଥିଲା। ପରଜଙ୍ଗ ବ୍ଲକରେ ୨୨ଟି ଏବଂ କାମାକ୍ଷାନଗର ବ୍ଲକରେ ୧୪ଟି ପ୍ରତିଷ୍ଠାନରେ ଚଢ଼ାଉ କରାଯାଇଥିବାବେଳେ କୌଣସି ଶିଶୁ ଶ୍ରମିକ ଚିହ୍ନଟ ହୋଇନଥିଲେ। ସେହିପରି, ଗନ୍ଦିଆ ବ୍ଲକରେ ୧୪ଟି ପ୍ରତିଷ୍ଠାନରେ ଚଢ଼ାଉ ସମୟରେ ଜଣେ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଥିଲା। ଓଡ଼ାପଡ଼ା ବ୍ଲକରେ ୧୫ଟି ପ୍ରତିଷ୍ଠାନରେ ଚଢ଼ାଉ କରାଯାଇ ଜଣେ ଶିଶୁ ଶ୍ରମିକ ଓ ୩ ଜଣ କିଶୋର ଶ୍ରମିକ ଉଦ୍ଧାର କରାଯାଇଥିଲେ। ଉଦ୍ଧାର ହୋଇଥିବା ଶିଶୁ ଶ୍ରମିକମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଛି। ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ମାନସିକ ପରାମର୍ଶ ଏବଂ ସୁରକ୍ଷିତ ଆଶ୍ରୟ ନିମନ୍ତେ ଶିଶୁ ଯତ୍ନ ଅନୁଷ୍ଠାନରେ ରଖିବାର ବ୍ୟବସ୍ଥା କରାଯାଉଛି। ଏଥିସହିତ, ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ପୁନର୍ବାର ବିଦ୍ୟାଳୟରେ ନାମଲେଖା କରାଇ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଏବଂ ସେମାନଙ୍କର ଶିକ୍ଷା ଅଧିକାର ସୁନିଶ୍ଚିତ କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ଶିଶୁ ଶ୍ରମିକ ନିୟୋଜନ ନକରିବା ପାଇଁ ଚଢ଼ାଉ କରାଯାଇଥିବା ବିଭିନ୍ନ ପ୍ରତିଷ୍ଠାନର ମାଲିକମାନଙ୍କୁ ସଚେତନ କରାଯିବା ସହ ପ୍ରଚାରପତ୍ର ବଣ୍ଟନ କରାଯାଇଛି। ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ନିରାକରଣ କରିବା ନିମନ୍ତେ ଏଭଳି ଚଢ଼ାଉ ଓ ସଚେତନତାମୂଳକ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ସମାବେଶୀ ଗ୍ରାମସଭା ପାଇଁ ପ୍ରସ୍ତୁତି ବୈଠକ
Sep 30, 2026•23 views

ସମାବେଶୀ ଗ୍ରାମସଭା ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା: ଶ୍ରଦ୍ଧା ଓ ଓଡ଼ିଶା ରାଜ୍ୟ ଭିନ୍ନକ୍ଷମ ସଂଘ ଦ୍ୱାରା ଭିନ୍ନକ୍ଷମ ମାନଙ୍କୁ ଗ୍ରାମ ସଭାରେ ସାମିଲ କରାଯିବ ପାଇଁ ବିଶ୍ରା ବ୍ଲକର ବିଶ୍ରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧା ସମ୍ପାଦକ ତଥା ଓଡ଼ିଶା ରାଜ୍ୟ ଭିନ୍ନକ୍ଷମ ସଂଘର ସହ ଉପାଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ଦେବା ସହ ବୈଠକର ଅଭିମୁଖ୍ୟ ଓ ଲକ୍ଷ୍ୟ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ସେ ସୂଚନା ଦେଇଥିଲେ ଯେ, ଆମ ରାଜ୍ୟରେ ୨ ଅକ୍ଟୋବର , ୨୬ ଜାନୁୟାରୀ ,୧୫ ଅଗଷ୍ଟ ଏବଂ ୧ ମେ ରେ ପଞ୍ଚାୟତ ମାନଙ୍କରେ 'ଗ୍ରାମସଭା ' ଅନୁଷ୍ଠିତ ହୋଇଥାଏ ।ଏଥିରେ ପଞ୍ଚାୟତ ତଥା ବ୍ଲକର ଜନ ପ୍ରତିନିଧି ମାନେ ଏକଜୁଟ ହୋଇ ପଞ୍ଚାୟତର ଉନ୍ନତ ପାଇଁ ବିଭିନ୍ନ ଦିଗରେ ଆଲୋଚନା କରି ପ୍ରସ୍ତାବ ଗୁଡିକୁ ଗୃହୀତ କରି ଏହାର ଆର୍ଥିକ ଅନୁଦାନ ନିମନ୍ତେ ସରକାରଙ୍କ ନିକଟରେ ଦାବି ପ୍ରସ୍ତାବ ରଖିଥାନ୍ତି ।କିନ୍ତୁ ଦୁଃଖ ଓ ପରିତାପ ର ବିଷୟ ଭିନ୍ନକ୍ଷମ ମାନଙ୍କ ଉନ୍ନତ ସମ୍ଭନ୍ଧୀୟ ଏହି ପ୍ରସ୍ତାବିତ ମଧ୍ୟରେ ବିଶେଷ ଭାବେ ସ୍ଥାନ ପାଇ ନଥାଏ ।ଏହି ପରିପ୍ରେକ୍ଷୀ ଏ ବର୍ଷ ଓଡ଼ିଶା ରାଜ୍ୟ ଭିନ୍ନକ୍ଷମ ସଂଘ ର ଅଧ୍ୟକ୍ଷ ଡକ୍ଟର ଶ୍ରୁତି ମହାପାତ୍ରଙ୍କ ନେତୃତ୍ବ ରେ ଆମ ଓଡିଶା ରାଜ୍ୟର ଆଗାମୀ ଗ୍ରାମସଭା ଗୁଡିକୁ ରୂପାନ୍ତରୀତ କରି ବିଶେଷ ଗ୍ରାମସଭା - ସମାବେଶୀ ଗ୍ରାମସଭା ' ମାନେ ଆୟୋଜନ କରିବା ପାଇଁ ପଞ୍ଚାୟତ ଜନ ପ୍ରତନିଧିମାନଙ୍କୁ ଓଡିଶା ରାଜ୍ୟ ଭିନ୍ନକ୍ଷମ ସଂଘ ନିବେଦନ କରିଅଛି ।ଏହି ପରିପ୍ରେକ୍ଷୀରେ ବିଶ୍ରା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଉକ୍ତ ପ୍ରସ୍ତୁତ ବୈଠକ ଆୟୋଜନ କରା ଯାଇଥିଲା । ଭିନ୍ନକ୍ଷମ ଙ୍କ ଅଧିକାର, ସଶକ୍ତି କରଣ ଓ ସମାବେଶୀ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ତଥା ସମାବେଶୀ ଗ୍ରାମସଭା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମରେ ବିଶ୍ରା ବ୍ଲକର ଅଧ୍ୟକ୍ଷା ଫୁଲମନି କେରକେଟା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କ ପାଇଁ ଶ୍ରଦ୍ଧା ଦ୍ୱାରା ଏବଂଟିପିଡବ୍ଳୁଓଡିଏଲ୍ (ଟାଟା ପାୱାର) ସହାୟତାରେ ହାତକୁ ନିଆଯାଇଥିବା କାର୍ଯକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ।ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭିନ୍ନକ୍ଷମ ମାନଙ୍କ ମୌଳିକ ଅଧିକାର ତଥା ସେମାନଙ୍କର ବିଭିନ୍ନ ଯୋଜନା ଗୁଡିକୁ ଶ୍ରଦ୍ଧା ଆୟୋଜନ କରୁଥିବା ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଆମ୍ଭେମାନେ ବହୁତ କିଛି ସୂଚନା ପାଇ ପାରୁଛୁ । ଆଗାମୀ ଗ୍ରାମସଭାକୁ ପ୍ରତି ପଞ୍ଚାୟତରେ ସମାବେଶୀ ଗ୍ରାମସଭା ରୂପରେ ଆୟୋଜନ କରିବା ପାଇଁ ସରପଂଚ ମାନଙ୍କୁ ଉପଦେଶ ଦେଇଥିଲେ ଏବଂ ସମାବେଶୀ ଗ୍ରାମସଭା ମାଧ୍ୟମରେ ଦିବ୍ୟାଙ୍ଗ ମାନଙ୍କର ଆବଶ୍ୟକୀୟ ଦାବି କୁ ନେଇ ଏକ ସୁପରିକଳ୍ପନା କରି ଏହା ର ବଜେଟ୍ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ କହିଥିଲେ। ଯଦ୍ୱାରା ଭିନ୍ନକ୍ଷମ ମାନଙ୍କ ପାଇଁ ପଞ୍ଚାୟତ ସ୍ତରରେ କିଛି ଆଖିଦୃଶିଆ କାମ ହୋଇ ପାରିବ ଏବଂ ଏମାନେ ଉପକୃତ ହୋଇପାରିବେ । ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ରା ସରକାରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର କ୍ଷୀରୋଦ ବରାଳ ସମ୍ମାନିତ ଅତିଥି ରୂପେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ଜଣାଇଥିଲେ ଯେ ଭିନ୍ନକ୍ଷମ ମାନଙ୍କ ପାଇଁ ପଞ୍ଚାୟତ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ମାନେ ମିଳିତ ଭାବରେ ଯୋଜନା ଅନୁଯାୟୀ କାର୍ଯ କଲେ ଭିନ୍ନକ୍ଷମ ମାନଙ୍କ ର ସମାବେଶୀ ଓ ସଶକ୍ତିକରଣ ନିଶ୍ଚିତ ହୋଇ ପାରିବ। ଏଥି ପାଇଁ ପରିବାର ରୁ, ସମାଜରେ ଏବଂ ସରକାର ଙ୍କ ତରଫରୁ ସଚେତନତାର ବାର୍ତ୍ତା ବହୁଳ ପ୍ରଚାର ପ୍ରସାର କରିବା ଉଚିତ୍ । ବିଶ୍ରା ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ଦିଗନ୍ତ ସାହୁ ଏଥିରେ ଭାଗ ନେଇ ଦିବ୍ୟାଙ୍ଗ ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିଥିଲେ ଏବଂ ଟାଟା ପାୱାର ଶ୍ରଦ୍ଧାକୁ ବିଶ୍ରା ବ୍ଲକର ଗୋଷ୍ଠୀ ଭିତ୍ତିକ କାର୍ଯକ୍ରମ ଯୋଗାଇ ଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। ସେ କହିଥିଲେ ଯେ ଅର୍ଥ ବିନା କିଛି କରିବା ଅସମ୍ଭବ ନୁହେଁ ଟାଟା ପାୱାର ଭିନ୍ନକ୍ଷମ ଙ୍କ ଉନ୍ନତି ପାଇଁ ଶ୍ରଦ୍ଧା କୁ ସହଯୋଗ ର ହାତ ବଢ଼ାଇବା ଯୋଗୁଁ ଶ୍ରଦ୍ଧା ନିରନ୍ତର ଭାବେ ଅନେକ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ସେଥିମଧ୍ୟରୁ ଗୋଷ୍ଠୀଭିତ୍ତିକ କାର୍ଯକ୍ରମ ଅତ୍ୟନ୍ତ ପ୍ରଶଂସନୀୟ କାର୍ଯକ୍ରମ ରେ ଉପସ୍ଥିତ ଥିବା ଭାଲୁଲତା ସରପଞ୍ଚ ବିଛା ମିଞ୍ଜ , ବିଶ୍ରା ପଞ୍ଚାୟତ ର ସରୋଜ ନାୟକ ,ତୁଳସୀ କାନି ର ଦେବେନ୍ଦ୍ର ଏକ୍କା ପ୍ରଭୃତି ଆଗାମୀ ଗାନ୍ଧୀ ଜୟନ୍ତୀ ଅବସରରେ ତାଙ୍କ ପଞ୍ଚାୟତରେ ସମାବେଶୀ ଗ୍ରାମ ସଭା କରିବା ପାଇଁ ଦୃଢ଼ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ଯେଉଁ ଥିରେ ବହୁ ସଂଖ୍ୟାରେ ଦିବ୍ୟାଙ୍ଗ ମାନେ ଉପସ୍ଥିତ ହୋଇ ସେମାନଙ୍କର ଆବଶ୍ୟକୀୟ କାର୍ଯ୍ୟକ୍ରମର ସୂଚନା ଦେବେ । ଯାହା କୁ ପଞ୍ଚାୟତ ତରଫରୁ ସରକାର ଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ମତ ଦେଇଥିଲେ। ପ୍ରାରମ୍ଭରେ ଶ୍ରଦ୍ଧା ସମ୍ପାଦକ ତଥା ଓଡ଼ିଶା ରାଜ୍ୟ ଭିନ୍ନକ୍ଷମ ସଂଘ ର ଉପାଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିଲେ। ସେ ସ୍ୱାଗତ ଭାଷଣରେ ଜଣାଇଥିଲେ ଯେ ପଲ୍ଲୀସଭା ଓ ଗ୍ରାମସଭା ବିଷୟରେ ଓଡିଶା ର ନିୟମ ୨୪୩- ବି ଧାରାରେ ଉଲ୍ଲେଖ ଅଛି ଯେ ଏହି ସବୁ ସଭା ମାନଙ୍କରେ ଦିବ୍ୟାଙ୍ଗ ମାନେ ମଧ୍ୟ ଭାଗ ନେଇ ସେମାନଙ୍କର ବଞ୍ଚିବାର ଅଧିକାର,ପ୍ରଗତି ର ଅଧିକାର ,ଯତ୍ନ ଓ ସୁରକ୍ଷା ର ଅଧିକାର ଏବଂ ସମାନ ଅଂଶ ଗ୍ରହଣ ଓ ସମାନତା ପ୍ରତି ଉପରେ ଦୃଷ୍ଟି ଦେଇ ସରକାର ଦିବ୍ୟାଙ୍ଗ ମାନଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇବା ଅତ୍ୟନ୍ତ ଜରୁରୀ । ଏହି କାର୍ଯକ୍ରମରେ ସୁକୁମାର ପାଣ୍ଡବ ,ଅର୍ଚ୍ଚନା ମିଞ୍ଜ, ସ୍ୱେତା ଙ୍ଗିନି ଡନସନା ,ଗଗନ ମହାନ୍ତି, ସ୍ୱେଚ୍ଛାସେବୀ ଦୀପକ ଗୋପ,କ୍ରିଷ୍ଣା ଗୋପ,ଗାଙ୍ଗୀ ମିଞ୍ଜ ଦାହରୁ ଓରାମ ,ପ୍ରୀତମ କୁମ୍ଭାର ,ମମତା ଗୌଡ , ମହମ୍ମଦ ୱାଜିଦ୍,ଶିବ ମହତ ସହଯୋଗ କରିଥିଲେ। ଏହା ସହିତ ଏହି କାର୍ଯକ୍ରମରେ ଶତାଧିକ ରୁ ଅଧିକ ମହିଳା ପୁରୁଷ ଯୋଗ ଦେଇଥିଲେ। ।

Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ବିଶ୍ୱ ହୃଦୟ ଦିବସ ୨୦୨୬: ଆପୋଲୋ ହସ୍ପିଟାଲ୍ସ ରାଉରକେଲାର ବ୍ୟାପକ ସଚେତନତା କାର୍ଯ୍ୟକ୍ରମ
Sep 30, 2026•13 views

ବିଶ୍ୱ ହୃଦୟ ଦିବସ ୨୦୨୬: ଆପୋଲୋ ହସ୍ପିଟାଲ୍ସ ରାଉରକେଲାର ବ୍ୟାପକ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା: ବିଶ୍ୱ ହୃଦୟ ଦିବସ ୨୦୨୬ ଅବସରରେ ଆପୋଲୋ ହସ୍ପିଟାଲ୍ସ ରାଉରକେଲା ପକ୍ଷରୁ ସେକ୍ଟର-୧୯ ଅଡିଟୋରିୟମରେ ଦିନବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହୃଦୟ ସୁରକ୍ଷା, ପ୍ରତିଷେଧ, ସୁସ୍ଥ ଜୀବନଶୈଳୀ ଏବଂ ଜରୁରୀ ପରିସ୍ଥିତିରେ ଶୀଘ୍ର ପଦକ୍ଷେପର ଗୁରୁତ୍ୱ ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱାସ୍ଥ୍ୟ ବିଶେଷଜ୍ଞ, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଜନତା ଏଥିରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଜାପିତା ବ୍ରହ୍ମାକୁମାରୀର ବରିଷ୍ଠ ରାଜଯୋଗ ଶିକ୍ଷିକା ବିକେ ଶ୍ୱେତାଙ୍କ ଧ୍ୟାନ ଅଧିବେଶନ ଏବଂ ଚନ୍ଦ୍ରଚୂଡ଼ ପାଣିଗ୍ରାହୀଙ୍କ ଯୋଗ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ମାନସିକ ଶାନ୍ତି, ଚାପ ନିୟନ୍ତ୍ରଣ ଓ ଶାରୀରିକ ସକ୍ରିୟତା ହୃଦୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ଆଲୋଚନା କରାଯାଇଥିଲା। ଏହାପରେ ମୁଖ୍ୟ ଡାଏଟିସିଆନ ଶୁଭନ୍ୱିତା ମାଇତି “ସୁସ୍ଥ ହୃଦୟ ପାଇଁ ଖାଦ୍ୟାଭ୍ୟାସ” ବିଷୟରେ ବକ୍ତବ୍ୟ ଦେଇ ସନ୍ତୁଳିତ ପୁଷ୍ଟିକର ଖାଦ୍ୟର ଭୂମିକା ବୁଝାଇଥିଲେ। କାର୍ଯ୍ୟକ୍ରମର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା ଜରୁରୀ ପ୍ରସ୍ତୁତି। ବେସିକ ଲାଇଫ ସପୋର୍ଟ (ବିଏଲଏସ) ପ୍ରଶିକ୍ଷଣ ମାଧ୍ୟମରେ ହୃଦଘାତ ସମୟରେ ପ୍ରାଥମିକ ପଦକ୍ଷେପ ବିଷୟରେ ସଚେତନ କରାଯାଇଥିଲା। “ହାର୍ଟ ଆଟାକ: ଲକ୍ଷଣ ଓ ପ୍ରତିଷେଧ” ଅଧିବେଶନରେ ଶୀଘ୍ର ଲକ୍ଷଣ ଚିହ୍ନଟ କରି ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନେବାକୁ ପରାମର୍ଶ ଦିଆଯାଇଥିଲା। ଗଣମାଧ୍ୟମ ସହ ଆଲୋଚନାରେ ଇଣ୍ଟରଭେନ୍ସନାଲ କାର୍ଡିଓଲୋଜି ବିଶେଷଜ୍ଞ ଡ. ରବି ରଞ୍ଜନ କିଣ୍ଡୋ ଏବଂ ସିଟିଭିଏସ ବିଶେଷଜ୍ଞ ଡ. ତୃପ୍ତି ତାଲାପାତ୍ର ହୃଦରୋଗର ବିପଦ କାରକ, ପ୍ରତିଷେଧ ଓ ଶୀଘ୍ର ରୋଗ ନିର୍ଣ୍ଣୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବହୁବିଭାଗୀୟ ହୃଦୟ ଚିକିତ୍ସା ବ୍ୟବସ୍ଥାର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା। କାର୍ଡିଓଲୋଜି, ସିଟିଭିଏସ, କାର୍ଡିଆକ ଆନେସ୍ଥେସିଆ, କ୍ରିଟିକାଲ କେୟାର, ଜରୁରୀ ଚିକିତ୍ସା ଓ ନର୍ସିଂ ସେବାର ମିଳିତ ପ୍ରୟାସ ରୋଗୀ ସୁରକ୍ଷା ସୁନିଶ୍ଚିତ କରେ ବୋଲି ବକ୍ତାମାନେ କହିଥିଲେ। ଉନ୍ନତ କ୍ୟାଥ ଲ୍ୟାବ, ଆଧୁନିକ ଡାଇଗ୍ନୋଷ୍ଟିକ ଓ ଇମେଜିଂ ସୁବିଧା ସହ ଆପୋଲୋ ରୋଗ ନିର୍ଣ୍ଣୟଠାରୁ ଚିକିତ୍ସା ଓ ପୁନର୍ବାସ ପର୍ଯ୍ୟନ୍ତ ସମନ୍ୱିତ ସେବା ଯୋଗାଉଛି। ଶେଷରେ ଫିଟନେସ ପଏଣ୍ଟ, ବଣ୍ଡାମୁଣ୍ଡାର ଡି. ଆପା ରାଓଙ୍କ ନେତୃତ୍ୱରେ ସକ୍ରିୟ ଜୀବନଶୈଳୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସଚେତନତା ଓ ଦୈନନ୍ଦିନ ସୁସ୍ଥ ଅଭ୍ୟାସ ହିଁ ହୃଦୟ ସୁରକ୍ଷାର ମୂଳମନ୍ତ୍ର ବୋଲି ବାର୍ତ୍ତା ଦିଆଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଡାକ୍ତର ଅନୁଭବ ମହାପାତ୍ରଙ୍କ ସଂଯୋଜନାରେ ହୃଦରୋଗ ବିଶେଷଜ୍ଞ ଡାକ୍ତର ଜି ସି ପତ୍ରି, ଡାକ୍ତର ଶୁଭେନ୍ଦୁ ସରକାର ଓ ଡାକ୍ତର ତୃପ୍ତି ତାଳପତ୍ର ହୃଦରୋଗର କାରଣ ଓ ନିରାକରଣ ତଥା ସଚେତନତା ଓ ଦୈନିକ ଅଧଘଣ୍ଟା ପରିଶ୍ରମ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଛେଣ୍ଡ ଥାନାର ହୋମଗାର୍ଡ ଅଞ୍ଜନାରାଣୀ ମାଝୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବିଶେଷଜ୍ଞ ଙ୍କ ଦ୍ଵାରା ଏକ ହୃଦରୋଗ ବିଶେଷାଙ୍କ ଉନ୍ମୋଚନ କରାଯାଇଥିଲା। ଆପୋଲୋ ହସ୍ପିଟାଲ ର ପରିଚାଳନା ମୁଖ୍ୟ ଡା ଅଖିଲ ଜୈନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ରାଷ୍ଟ୍ରଭାଷା ପରୀକ୍ଷା ଅନୁଷ୍ଠିତ
Sep 30, 2026•23 views

ରାଷ୍ଟ୍ରଭାଷା ପରୀକ୍ଷା ଅନୁଷ୍ଠିତ

ରାଉରକେଲା: ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ, ରାଉରକେଲା ଆନୁକୂଲ୍ୟରେ ରାଷ୍ଟ୍ରଭାଷା ପ୍ରଚାର ସମିତି,ୱର୍ଦ୍ଧା ଅନ୍ତର୍ଗତ ରାଷ୍ଟ୍ରଭାଷା ହିନ୍ଦୀର ବିଭିନ୍ନ ପରୀକ୍ଷା ଯଥା ପ୍ରାଥମିକ, ପ୍ରାରମ୍ଭିକ, ପ୍ରବେଶ, ପରିଚୟ, କୋବିଦ ତଥା ରତ୍ନ ଦୀପିକା ଇସ୍ପାତ ଶିକ୍ଷା ସଦନ, ସେକ୍ଟର ୧୮ଠାରେ ୨୬ ରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ସୁଚାରୁ ରୂପେ ଅନୁଷ୍ଠିତ ହୋଇ ଯାଇଛି। ରାଉରକେଲା ତଥା ଆଖପାଖ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରୁ ମୋଟ ୧୧୩ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଯୋଗ ଦେଇଥିଲେ। ଏହି ପରୀକ୍ଷାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ଲେଙ୍କା ମାର୍ଗଦର୍ଶନ ଦେଇଥିଲେ ଓ ବିଦ୍ୟାଳୟର ବରିଷ୍ଠ ହିନ୍ଦୀ ଶିକ୍ଷୟିତ୍ରୀ ରେଖା ବୋଷ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଓ ଅନ୍ୟ ଶିକ୍ଷୟିତ୍ରୀ ଯଥା ତାପସୀ ଚକ୍ରବର୍ତ୍ତୀ, ପ୍ରୀତି କୁମାରୀ ରାୟ ,ମାନସୀ ପ୍ରଧାନ, ସୁଜାତା ମଲ୍ଲିକ ସହଯୋଗ କରିଥିଲେ ବୋଲି ସଂସ୍ଥାନର ପ୍ରବନ୍ଧନ ନ୍ୟାସୀ ତଥା ସମ୍ପାଦକ ଡଃ ଜଗନ୍ନାଥ ଦାଶ ଜଣାଇଛନ୍ତି।

Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ଅଚିହ୍ନା ବ୍ୟକ୍ତିଙ୍କ ଶବ ଏବେ ଆରଜିଏଚ ର ମର୍ଗ ହାଉସରେ
Sep 30, 2026•111 views

ଅଚିହ୍ନା ବ୍ୟକ୍ତିଙ୍କ ଶବ ଏବେ ଆରଜିଏଚ ର ମର୍ଗ ହାଉସରେ

ରାଉରକେଲା: ଏକ ଅଚିହ୍ନା ବ୍ୟକ୍ତିଙ୍କ ଶବ ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସରେ ରଖାଯାଇଛି। ଯଦି କୌଣସି ବ୍ୟକ୍ତି ଉକ୍ତ ଶବକୁ ଚିହ୍ନଟ କରନ୍ତି ତେବେ ଟାଙ୍ଗରପାଲୀ ଥାନା କିମ୍ବା ଆରଜିଏଚ ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ ଯେ ଗତମାସ ୧୯ ତାରିଖରେ ଏକ ଅଜଣା ବ୍ୟକ୍ତି ଦୁର୍ଘଟଣା ହେଉ ଅବା ଅନ୍ୟ କୌଣସି କାରଣ ପାଇଁ ଆରଜିଏଚ ଚିକିତ୍ସା ପାଇଁ ଇନଫେକ୍ସନ ୱ।ର୍ଡ ରେ ଭର୍ତ୍ତି ହୋଇଥିଲେ। ଗତ ୨୭ ତାରିଖ ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ତାଙ୍କର କୌଣସି ପରିଚୟ ନମିଳିବାରୁ ଆରଜିଏଚ ତରଫରୁ ଟାଙ୍ଗରପାଲି ଥାନାକୁ ସୂଚନା ଦିଆଯାଇ ଫଟୋ ଛଡାଯାଇଛି। ମୃତକଙ୍କ ବୟସ ୬୦ ବର୍ଷ ହେବ ବୋଲି ସୂଚନା ମିଳିଛି। କୈ।ଣସି ବ୍ୟକ୍ତି ଫଟୋ ରୁ ତାଙ୍କୁ ଚିହ୍ନଟ କରି ଥାନା କିମ୍ବା ତାଙ୍କ ପରିବାର ବର୍ଗଙ୍କୁ ସୂଚନା ଦେବା ପାଇଁ ଟାଙ୍ଗରପାଲି ଥାନାକୁ ଜଣାଇବାକୁ ଅନୁରୋଧ କରାଯାଇଛି।

Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ଜମି ମାମଲାକୁ ନେଇ ରାଜସ୍ୱ ଅଧିକାରୀଙ୍କୁ ଧମକ ଓ ଆକ୍ରମଣ ଅଭିଯୋଗ
Sep 30, 2026•16 views

ଜମି ମାମଲାକୁ ନେଇ ରାଜସ୍ୱ ଅଧିକାରୀଙ୍କୁ ଧମକ ଓ ଆକ୍ରମଣ ଅଭିଯୋଗ

ବରଗଡ଼: ଜମିଜମା ସମ୍ପର୍କିତ ଏକ ମାମଲାକୁ କେନ୍ଦ୍ର କରି ବରଗଡ଼ ଜିଲ୍ଲାର ସୋହେଲା ଓ ସରକଣ୍ଡା ଅଞ୍ଚଳର ଦୁଇ ରାଜସ୍ୱ ନିରୀକ୍ଷକ (RI)ଙ୍କୁ ଧମକ ଦିଆଯିବା ସହ ଆକ୍ରମଣ କରାଯାଇଥିବା ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, କିଛି ବ୍ୟକ୍ତି ଜମି ସମ୍ପର୍କିତ ଏକ କାମକୁ ନିଜ ପକ୍ଷରେ କରାଇବା ପାଇଁ ରାଜସ୍ୱ ନିରୀକ୍ଷକମାନଙ୍କ ଉପରେ ଚାପ ପକାଇଥିଲେ। କିନ୍ତୁ ସମ୍ପୃକ୍ତ ଅଧିକାରୀମାନେ ନିୟମ ବାହାରେ କୌଣସି କାର୍ଯ୍ୟ କରିବାକୁ ମନା କରିବାରୁ ସେମାନଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ରହିଛି। ଏପରିକି ଅଭିଯୋଗକାରୀଙ୍କ କହିବା ଅନୁସାରେ, ଅଭିଯୁକ୍ତମାନେ ନିଜକୁ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ସମର୍ଥକ ଏବଂ ସରକାରୀ ଦଳ ସହ ଜଡ଼ିତ ବୋଲି ପରିଚୟ ଦେଇ ଅଧିକାରୀଙ୍କ ଉପରେ ଚାପ ପକାଇଥିଲେ। ପରେ ଘଟଣାଟି ଉତ୍ତେଜନାପୂର୍ଣ୍ଣ ହୋଇ ଦୁଇ ରାଜସ୍ୱ ନିରୀକ୍ଷକଙ୍କୁ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାରେ ଅଧିକାରୀମାନେ ଆହତ ହୋଇଥିଲେ କି ନାହିଁ, ଏବଂ ଏନେଇ ପୁଲିସରେ ମାମଲା ରୁଜୁ ହୋଇଛି କି ନାହିଁ, ସେ ସମ୍ପର୍କରେ ଅଧିକାରିକ ସୂଚନା ସ୍ପଷ୍ଟ ହେବା ବାକି ରହିଛି। ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି—ସରକାରୀ କାର୍ଯ୍ୟରେ ଥିବା ଅଧିକାରୀଙ୍କ ଉପରେ ଯଦି ଚାପ କିମ୍ବା ଆକ୍ରମଣ ହୋଇଥାଏ, ତେବେ ଏହା ପଛରେ କିଏ ଅଛନ୍ତି? ଜମି ସମ୍ପର୍କିତ ମାମଲାର ପ୍ରକୃତ ତଥ୍ୟ କ’ଣ? ଏବଂ ଅଭିଯୋଗର ସତ୍ୟତା କ’ଣ? ଏହି ସମସ୍ତ ଦିଗରେ ପୁଲିସ ଓ ପ୍ରଶାସନର ତଦନ୍ତ ପରେ ହିଁ ପ୍ରକୃତ ଘଟଣା ସାମ୍ନାକୁ ଆସିପାରିବ। ଅନ୍ୟପଟେ, ଏହି ଅଭିଯୋଗ ନେଇ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ କିମ୍ବା ତାଙ୍କ ପକ୍ଷରୁ କୌଣସି ଅଧିକାରିକ ପ୍ରତିକ୍ରିୟା ମିଳିଥିଲେ, ତାହା ମଧ୍ୟ ଖବରରେ ସାମିଲ କରାଯିବା ଆବଶ୍ୟକ।

Bargarh (ବରଗଡ଼) • ସତ୍ୟ ସୁରୁଜଳ

ଅନୁଗୋଳ ପୋଲିସର ଆଲୋଚନା ସଭା ଓ ଷ୍ଟାଫ୍ ମିଟିଂ ଅନୁଷ୍ଠିତ
Sep 30, 2026•59 views

ଅନୁଗୋଳ ପୋଲିସର ଆଲୋଚନା ସଭା ଓ ଷ୍ଟାଫ୍ ମିଟିଂ ଅନୁଷ୍ଠିତ

ଅନୁଗୋଳ : ଅନୁଗୋଳ ପୋଲିସର ସେପ୍ଟେମ୍ବର ମାସର ଆଲୋଚନା ସଭା ଓ ଷ୍ଟାଫ୍ ମିଟିଂ ଅନୁଗୋଳ DPO ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅନୁଗୋଳ ଆରକ୍ଷୀ ଅଧୀକ୍ଷକ (SP)ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଅନୁଗୋଳ ଜିଲ୍ଲାର ବିଭିନ୍ନ ଥାନାର ପ୍ରତିନିଧିଙ୍କ ସମେତ DPOର ବିଭିନ୍ନ କର୍ମଚାରୀ ଯୋଗଦେଇଥିଲେ। ପୋଲିସ ବିଭାଗର ସାଙ୍ଗଠନିକ ବିକାଶ, କାର୍ଯ୍ୟକ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାର ସମାଧାନ, କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ସମାଧାନ ସହ ପୋଲିସିଂ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ଏଥିସହ ଜନସାଧାରଣଙ୍କୁ ଅଧିକ ପ୍ରଭାବଶାଳୀ ଓ ଉତ୍ତମ ପୋଲିସ ସେବା ପ୍ରଦାନ କରିବା ଦିଗରେ ବିଭିନ୍ନ ପଦକ୍ଷେପ ଓ ଆବଶ୍ୟକୀୟ ବିଷୟ ଉପରେ ବିଚାରବିମର୍ଶ କରାଯାଇଥିଲା। ବୈଠକ ମାଧ୍ୟମରେ ପୋଲିସ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ବଢ଼ାଇବା ସହ ବିଭାଗୀୟ କାର୍ଯ୍ୟକୁ ଅଧିକ ସୁଚାରୁ ଭାବେ ପରିଚାଳନା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ଜିନ୍ଦଲ ଆଶ୍ ପଣ୍ଡରେ ଫସିଲେ ଗୋରୁଗାଈ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ
Sep 30, 2026•60 views

ଜିନ୍ଦଲ ଆଶ୍ ପଣ୍ଡରେ ଫସିଲେ ଗୋରୁଗାଈ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ଅନୁଗୋଳ: ଜିନ୍ଦଲ ପ୍ଲାଣ୍ଟର ଆଶ୍ ପଣ୍ଡ ଅଞ୍ଚଳରେ ଆଜି କିଛି ଗୋରୁଗାଈ କାଦୁଅ ଓ ଉତ୍ତପ୍ତ ପାଉଁଶ ମଧ୍ୟରେ ଫସି ଯାଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚିନ୍ତାର କାରଣ ହୋଇଛି। ଆଶ୍ ପଣ୍ଡ ଚାରିପାଖରେ ପର୍ଯ୍ୟାପ୍ତ ସୁରକ୍ଷା ବାଡ଼ କିମ୍ବା ଅନ୍ୟାନ୍ୟ ନିରାପତ୍ତା ବ୍ୟବସ୍ଥା ନଥିବାରୁ ଏଭଳି ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗୋରୁଗାଈମାନେ ଫସି ଯିବା ପରେ ସ୍ଥାନୀୟ ଲୋକେ ନିଜ ଜୀବନକୁ ବିପଦରେ ପକାଇ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଜଣାପଡ଼ିଛି। ଉତ୍ତପ୍ତ ପାଉଁଶ ଓ କାଦୁଅ ମଧ୍ୟରେ ପଶି ଉଦ୍ଧାର କରିବା ବେଳେ ମଣିଷଙ୍କ ସୁରକ୍ଷା ମଧ୍ୟ ପ୍ରଶ୍ନବାଚୀ ହୋଇଛି। ସ୍ଥାନୀୟଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ପିସିସିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଅଞ୍ଚଳ ପରିଦର୍ଶନ କରି ଆଶ୍ ପଣ୍ଡ ସମ୍ପର୍କିତ ସମସ୍ୟା ବାବଦରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲା। ଏହା ସତ୍ତ୍ୱେ ଏପର୍ଯ୍ୟନ୍ତ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ଆଶ୍ ପଣ୍ଡ ଚାରିପାଖରେ ତୁରନ୍ତ ସୁରକ୍ଷା ବାଡ଼ ନିର୍ମାଣ, ସତର୍କତାମୂଳକ ବୋର୍ଡ ଲଗାଇବା ଏବଂ ଗୋରୁଗାଈ ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଉଚିତ୍ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଥିସହ ଘଟଣା ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷ ଓ ପ୍ରଶାସନର ପକ୍ଷରୁ ଶୀଘ୍ର ପଦକ୍ଷେପ ନିଆଯିବାକୁ ଦାବି ହୋଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଜିନ୍ଦଲ ,ଅନୁଗୋଳ

ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶିକାଙ୍କ ବରଗଡ଼ ଗସ୍ତ
Sep 30, 2026•8 views

ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶିକାଙ୍କ ବରଗଡ଼ ଗସ୍ତ

ବରଗଡ ସୂଚନା ଓ ଲୋକସମ୍ପର୍କ ବିଭାଗ, ଉତ୍ତରାଞ୍ଚଳ, ସମ୍ବଲପୁରର ଅତିରିକ୍ତ ଉପନିର୍ଦ୍ଦେଶିକା ତଥା ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ କଲ୍ୟାଣୀ ଦାସ ଦିନିକିଆ ବରଗଡ଼ ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (DIPRO) ଶ୍ରୀ ସନତ ପାଢ଼ୀ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଶ୍ରୀମତୀ ଦାଶଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସମୀକ୍ଷା ସମୟରେ ଶ୍ରୀମତୀ ଦାଶ କାର୍ଯ୍ୟାଳୟର ବିଭିନ୍ନ ନଥିପତ୍ର, ରେଜିଷ୍ଟର, ଫାଇଲ୍‌ ଓ ସରକାରୀ ଦସ୍ତାବିଜ ଯାଞ୍ଚ କରିବା ସହ ବିଭାଗୀୟ କାର୍ଯ୍ୟଧାରାର ଅନୁଧ୍ୟାନ କରିଥିଲେ। ଜିଲ୍ଲା ପ୍ରଶାସନ ଓ ସାମ୍ବାଦିକମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଓ ଯୋଗାସୂତ୍ର ବଜାୟ ରଖି ବିଭାଗୀୟ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ଉପରେ ସେ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ। ଏହା ବ୍ୟତୀତ, ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆୟୋଜିତ ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ଶ୍ରୀମତୀ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ସେ ଉତ୍ସାହିତ କରିବା ସହ ଜିଲ୍ଲାର ପର୍ଯ୍ୟଟନ, ଐତିହ୍ୟ ଓ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ଦିଗରେ ବିଭାଗୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।

Bargarh (ବରଗଡ଼) • ରିପୋର୍ଟ ବଂଶୀଧର ନାୟକ

ଗୁଟ୍‌ଖା କାରଖାନା ଚଢ଼ାଉ ଘଟଣା: ଫେରାର୍ ମାଲିକ ସନ୍ତୋଷ ପାତ୍ର ଗିରଫ
Sep 30, 2026•17 views

ଗୁଟ୍‌ଖା କାରଖାନା ଚଢ଼ାଉ ଘଟଣା: ଫେରାର୍ ମାଲିକ ସନ୍ତୋଷ ପାତ୍ର ଗିରଫ

ବ୍ରହ୍ମପୁର : ନିମଖଣ୍ଡି ଥାନା ଅନ୍ତର୍ଗତ ଓଡ଼ିଶା ଚଣ୍ଡିପଦର ନିକଟରେ ଚାଲିଥିବା ଏକ ବେଆଇନ ଗୁଟ୍‌ଖା ପ୍ରସ୍ତୁତି କାରଖାନା ଉପରେ ଚଢ଼ାଉ ଘଟଣାରେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ତଥା କାରଖାନା ମାଲିକ ସିଏଚ୍ ସନ୍ତୋଷ କୁମାର ପାତ୍ର ଓରଫ ସନ୍ତୁ (୩୯)ଙ୍କୁ ପୁଲିସ ଗିରଫ କରିଛି। ସନ୍ତୋଷ ଜଗନ୍ନାଥପୁର ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଭୁବନେଶ୍ୱର ଆଞ୍ଚଳିକ ୟୁନିଟ୍‌ର ଡିଜିଜିଆଇ ଏବଂ ନୀମଖଣ୍ଡି ଥାନା ପୁଲିସ ପକ୍ଷରୁ ଓଡ଼ିଶା ଚଣ୍ଡିପଦର ନିକଟସ୍ଥ ମୁଖ୍ୟରାସ୍ତା ପାର୍ଶ୍ୱରେ ଚାଲିଥିବା ଏହି ବେଆଇନ ଗୁଟ୍‌ଖା ପ୍ରସ୍ତୁତି କାରଖାନା ଉପରେ ଏକ ମିଳିତ ଚଢ଼ାଉ କରାଯାଇଥିଲା। ତଦନ୍ତକାରୀ ଦଳ ସେଠାରେ ବେଆଇନ ଭାବେ ଗୁଟ୍‌ଖା ପ୍ରସ୍ତୁତ ଓ ପ୍ୟାକିଂ କରାଯାଉଥିବା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ। ଚଢ଼ାଉ ସମୟରେ ମାଲିକ ସନ୍ତୋଷ ଘଟଣାସ୍ଥଳରେ ନଥିଲେ ଏବଂ ପରେ ସେ ଫେରାର ହୋଇଯାଇଥିଲେ। ପୁଲିସ ତଦନ୍ତ ଜାରି ରଖି ଶେଷରେ ଅଭିଯୁକ୍ତ ସନ୍ତୋଷଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ସନ୍ତୋଷଙ୍କ ଗିରଫଦାରୀ ପରେ ଏହି ବେଆଇନ ଗୁଟ୍‌ଖା କାରବାରର ନେଟ୍‌ୱର୍କ ଏବଂ ଏହା ସହ ସଂପୃକ୍ତ ଥିବା ଅନ୍ୟ ବ୍ୟକ୍ତିମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ ଆଶା ପ୍ରକଟ କରିଛି। ଏହି ଘଟଣାର ଅଧିକ ତଦନ୍ତ ଚାଲିଛି।

Ganjam (ଗଞ୍ଜାମ) • ରିପୋର୍ଟ: ପିତାମ୍ବର ମହାରଣା, ଛତ୍ରପୁର

Bandhan Bank Opens New Branch in Sinapali: New branch inaugurated at Naka Chowk; local residents welcome expanded banking access
Sep 30, 2026•134 views

Bandhan Bank Opens New Branch in Sinapali: New branch inaugurated at Naka Chowk; local residents welcome expanded banking access

SINAPALI, SEPTEMBER 30: A new branch of Bandhan Bank was inaugurated at Naka Chowk in Sinapali town of Nuapada district on Wednesday, marking an important addition to the local banking infrastructure. The inauguration ceremony was held at around 12:30 pm in the presence of local residents, distinguished guests and bank officials. Senior advocate Baishampayan Meher and Sinapali Police Station IIC Maheswar Panigrahi jointly inaugurated the new branch. Following the inauguration, the guests visited the branch premises and interacted with the bank officials regarding the facilities and customer services to be provided through the new branch. Among those present on the occasion were Tulsiram Meher, Dambarudhar Meher, Golamani Sa, Narayan Patra, Ariranjan Joshi, Trinath Meher, Nanda Kumar Patra, Prahallad Meher, Bhishmaraj Majhi, Sushant Meher, Bhishma Das and Anand Meher, along with several local residents and women. Bandhan Bank Banking Unit Manager Bhakta Majhi, Operations Executive Debaraj Jagat and Relationship Officer Ashwin Kumar Jagat, along with other staff members, played an active role in organising the inaugural programme. Bank officials also briefed the guests and local people about various banking services and facilities available at the new branch. The opening of the branch is expected to provide greater convenience to residents of Sinapali and surrounding areas for their day-to-day banking requirements. Small traders, farmers, women, workers and other customers are expected to benefit from easier access to banking services closer to their homes. For many residents who previously had to travel to other locations for banking-related work, the new branch is expected to reduce the need for such travel and make routine financial transactions more convenient. The new branch is also expected to contribute to greater access to formal banking services in the area and facilitate smoother financial transactions among local residents and businesses. Bank officials emphasised providing simple, convenient and customer-friendly services from the newly opened branch. The inauguration of the Bandhan Bank branch at Naka Chowk was welcomed by local residents, who expressed hope that the new facility would further strengthen banking access and support the economic activities of the area.

Nuapada (ନୂଆପଡ଼ା) • Reports: Malaya Meher, District Correspondent

ନିର୍ମାଣ ସରିଛି, ଚାଲୁ ହେଉନି ଟ୍ରକ୍ ଟର୍ମିନାଲ: ରାସ୍ତା କଡ଼ରେ ଭାରୀ ଯାନ ପାର୍କିଂ, ବଢୁଛି ଦୁର୍ଘଟଣା ଆଶଙ୍କା
Sep 30, 2026•66 views

ନିର୍ମାଣ ସରିଛି, ଚାଲୁ ହେଉନି ଟ୍ରକ୍ ଟର୍ମିନାଲ: ରାସ୍ତା କଡ଼ରେ ଭାରୀ ଯାନ ପାର୍କିଂ, ବଢୁଛି ଦୁର୍ଘଟଣା ଆଶଙ୍କା

ଜୁନାଗଡ଼, ୩୦/୦୯: କଳାହାଣ୍ଡି ଜିଲ୍ଲା ତାଲଜାରିଙ୍ଗ ନିକଟରେ ଜୁନାଗଡ଼–ଭବାନୀପାଟଣା ଜାତୀୟ ରାଜପଥ-୨୬ କଡ଼ରେ ନିର୍ମାଣ ହୋଇଥିବା ବଡ଼ ଟ୍ରକ୍ ଟର୍ମିନାଲ ଏବେ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି। ଟର୍ମିନାଲର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ସତ୍ତ୍ୱେ ଏହାକୁ ଟ୍ରକ୍ ଚାଳକଙ୍କ ବ୍ୟବହାର ପାଇଁ କାର୍ଯ୍ୟକ୍ଷମ କରାଯାଇନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ୁଛି। ଜାତୀୟ ରାଜପଥ-୨୬ ଦେଇ ପ୍ରତିଦିନ ବହୁ ସଂଖ୍ୟାରେ ଭାରୀ ଯାନ ଚଳାଚଳ କରୁଛି। ଟ୍ରକ୍ ଚାଳକମାନଙ୍କ ପାଇଁ ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ନଥିବାରୁ ଅନେକ ଭାରୀ ଯାନ ରାସ୍ତା କଡ଼ରେ ଅଟକି ରହୁଛି। ଫଳରେ ରାଜପଥରେ ଯାତାୟାତ ବ୍ୟାହତ ହେବା ସହ ଅନ୍ୟ ଯାନବାହନ ଚଳାଚଳ ସମୟରେ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଟ୍ରକ୍ ଟର୍ମିନାଲ ନିର୍ମାଣ ହୋଇଥିବାରୁ ରାସ୍ତା କଡ଼ରେ ଭାରୀ ଯାନ ପାର୍କିଂ ସମସ୍ୟାର ସମାଧାନ ହେବ ବୋଲି ଆଶା ରହିଥିଲା। କିନ୍ତୁ ନିର୍ମାଣ ପରେ ମଧ୍ୟ ଟର୍ମିନାଲ ଚାଲୁ ନହେବାରୁ ଏହାର ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠୁଛି। ଏହି ରାସ୍ତାରେ ଭାରୀ ଯାନ ଚଳାଚଳ ଅଧିକ ଥିବାରୁ ଟ୍ରକ୍ ଟର୍ମିନାଲକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ସହ ରାସ୍ତା କଡ଼ରେ ଅନିୟମିତ ଭାବେ ଭାରୀ ଯାନ ପାର୍କିଂ ଉପରେ ନିୟନ୍ତ୍ରଣ ଆଣିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଥିସହ ରାଜପଥରେ ବଢ଼ୁଥିବା ଦୁର୍ଘଟଣା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ ସମ୍ପୃକ୍ତ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।

Kalahandi (କଳାହାଣ୍ଡି) • ରିପୋର୍ଟ: ଦେବରାଜ ବାଣୁଆ ଜୁନାଗଡ଼, କଳାହାଣ୍ଡି