--:--:--
-- ---
Srishti News

ଜିନ୍ଦଲ ଆଶ୍ ପଣ୍ଡରେ ଫସିଲେ ଗୋରୁଗାଈ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଜିନ୍ଦଲ ,ଅନୁଗୋଳSeptember 30, 202660 views
ଜିନ୍ଦଲ ଆଶ୍ ପଣ୍ଡରେ ଫସିଲେ ଗୋରୁଗାଈ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ
ଅନୁଗୋଳ: ଜିନ୍ଦଲ ପ୍ଲାଣ୍ଟର ଆଶ୍ ପଣ୍ଡ ଅଞ୍ଚଳରେ ଆଜି କିଛି ଗୋରୁଗାଈ କାଦୁଅ ଓ ଉତ୍ତପ୍ତ ପାଉଁଶ ମଧ୍ୟରେ ଫସି ଯାଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚିନ୍ତାର କାରଣ ହୋଇଛି। ଆଶ୍ ପଣ୍ଡ ଚାରିପାଖରେ ପର୍ଯ୍ୟାପ୍ତ ସୁରକ୍ଷା ବାଡ଼ କିମ୍ବା ଅନ୍ୟାନ୍ୟ ନିରାପତ୍ତା ବ୍ୟବସ୍ଥା ନଥିବାରୁ ଏଭଳି ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗୋରୁଗାଈମାନେ ଫସି ଯିବା ପରେ ସ୍ଥାନୀୟ ଲୋକେ ନିଜ ଜୀବନକୁ ବିପଦରେ ପକାଇ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଜଣାପଡ଼ିଛି। ଉତ୍ତପ୍ତ ପାଉଁଶ ଓ କାଦୁଅ ମଧ୍ୟରେ ପଶି ଉଦ୍ଧାର କରିବା ବେଳେ ମଣିଷଙ୍କ ସୁରକ୍ଷା ମଧ୍ୟ ପ୍ରଶ୍ନବାଚୀ ହୋଇଛି। ସ୍ଥାନୀୟଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ପିସିସିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଅଞ୍ଚଳ ପରିଦର୍ଶନ କରି ଆଶ୍ ପଣ୍ଡ ସମ୍ପର୍କିତ ସମସ୍ୟା ବାବଦରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲା। ଏହା ସତ୍ତ୍ୱେ ଏପର୍ଯ୍ୟନ୍ତ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ଆଶ୍ ପଣ୍ଡ ଚାରିପାଖରେ ତୁରନ୍ତ ସୁରକ୍ଷା ବାଡ଼ ନିର୍ମାଣ, ସତର୍କତାମୂଳକ ବୋର୍ଡ ଲଗାଇବା ଏବଂ ଗୋରୁଗାଈ ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଉଚିତ୍ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଥିସହ ଘଟଣା ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷ ଓ ପ୍ରଶାସନର ପକ୍ଷରୁ ଶୀଘ୍ର ପଦକ୍ଷେପ ନିଆଯିବାକୁ ଦାବି ହୋଇଛି।