--:--:--
-- ---
Srishti News

Web News

ବିଭିନ୍ନ ଦାବି ନେଇ ଡ୍ରାଇଭର ମହାସଂଘର ବିକ୍ଷୋଭ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
Jun 13, 2026•83 views

ବିଭିନ୍ନ ଦାବି ନେଇ ଡ୍ରାଇଭର ମହାସଂଘର ବିକ୍ଷୋଭ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୋଳ:ବିଭିନ୍ନ ଦାବି ପୂରଣ ନେଇ ଡ୍ରାଇଭର ମହାସଂଘ ପକ୍ଷରୁ ଗୁରୁବାର ଅନୁଗୋଳ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯାଇଛି। ଶତାଧିକ ଅଟୋଚାଳକ ନିଜ ନିଜ ଗାଡ଼ି ସହ ଯୋଗଦେଇ ସରକାରଙ୍କ ନୀତି ବିରୋଧରେ ପ୍ରତିବାଦ କରିଥିଲେ। ପରେ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ, ଏସ୍‌ପିଙ୍କ ମାଧ୍ୟମରେ ପୁଲିସ କମିଶନରଙ୍କୁ ଏବଂ ଆରଟିଓଙ୍କ ମାଧ୍ୟମରେ ପରିବହନ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।ଡ୍ରାଇଭର ମହାସଂଘର ଅଭିଯୋଗ ଅନୁଯାୟୀ, ଅଟୋଚାଳକମାନେ ବ୍ୟବସାୟିକ ଭିତ୍ତିରେ ଗାଡ଼ି ଚଳାଉଥିଲେ ମଧ୍ୟ ସେମାନଙ୍କୁ କଲ୍ୟାଣ ବୋର୍ଡରେ ସାମିଲ କରିବା ପରିବର୍ତ୍ତେ ଶ୍ରମିକ ବୋର୍ଡରେ ଅନ୍ତର୍ଭୁକ୍ତ କରିବାକୁ ସରକାର ଉଦ୍ୟମ କରୁଛନ୍ତି। ଏହାସହ ଅଟୋ, ଟ୍ୟାକ୍ସି ଓ ପ୍ରାଇଭେଟ୍ ଗାଡ଼ି ଚାଳକଙ୍କୁ ପୃଥକ୍ ପୃଥକ୍ ଭାବେ ବିଭକ୍ତ କରି ମହାସଂଘକୁ ଦୁର୍ବଳ କରିବାର ଚେଷ୍ଟା ଚାଲିଥିବା ସେମାନେ ଅଭିଯୋଗ କରିଛନ୍ତି।ମହାସଂଘର ନେତୃବୃନ୍ଦ କହିଛନ୍ତି ଯେ, ଡ୍ରାଇଭର ସମାଜ ଜନଜୀବନର ପ୍ରତ୍ୟେକ କ୍ଷେତ୍ରରେ ସେବା ଯୋଗାଇ ଆସୁଥିଲେ ମଧ୍ୟ ଆଜି ସେମାନେ ଅବହେଳିତ ଓ ଅପମାନିତ ହେଉଛନ୍ତି। ସରକାର ଯଦି ଆଗାମୀ ୯୦ ଦିନ ମଧ୍ୟରେ ସେମାନଙ୍କ ଦାବିଗୁଡ଼ିକ ପୂରଣ ନ କରନ୍ତି, ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ମହାସଂଘର ସଭାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ

ମହିଳା ନିଖୋଜ ଲକ୍ଷେ ଟଙ୍କାରେ ବିକ୍ରି କରାଯାଇଥିବା  ଥାନାରେ ଅଭିଯୋଗ
Jun 13, 2026•86 views

ମହିଳା ନିଖୋଜ ଲକ୍ଷେ ଟଙ୍କାରେ ବିକ୍ରି କରାଯାଇଥିବା ଥାନାରେ ଅଭିଯୋଗ

ଅନୁଗୋଳ: ବଅଁରପାଳ ଥାନା ସାଆନ୍ତରା ପୁର ପଞ୍ଚାୟତ କଲଣ୍ଡା ଗ୍ରାମର ଅଜୟ ବେହେରାଙ୍କ ସ୍ତ୍ରୀ ବନିତା ବେହେରା (୪୫)ଗତ ୮ ମାସ ହେଲା ଘରୁ ନିଘୋଜ ଥିବା ନେଇ ଗତ ୨୨/୧୨/୨୫ ମସିହା ରେ ବଅଁରପାଳ ଥାନା ରେ ଅଭିଯୋଗ ହୋଇଥିଲା ସୂଚନା ଯେ ଅଙ୍ଗାର ବନ୍ଧ ଗ୍ରାମର ଜଣେ ମହିଳା ବନିତା କୁ ଭୁବନେଶ୍ବର ରେ ଚାକିରି କରାଇ ଦେବାକୁ କହି ଘରୁ ବନିତା କୁ ନେଇଥିଲେ କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ବନିତା ଏକ ନମ୍ବରରୁ ତାର ପୁଅ ଶୁଭମ୍ ପାଖକୁ ବାରମ୍ବାର ଫୋନ କରି ତାକୁ ଉଦ୍ଧାର କରିବାକୁ କହିଥିଲା, ଶୁକ୍ରବାର ଶୁଭମ୍ ବଅଁରପାଳ ଥାନାରେ ଅଭିଯୋଗ କରିବା ପରେ ମୋବାଇଲ ନମ୍ବରକୁ ପୋଲିସ ଫୋନ କରି ଟ୍ରାକିଙ୍ଗ କରିବାରୁ ବନିତା ମଧ୍ୟପ୍ରଦେଶ ଇନ୍ଦୋର ସହରର ଅଶୋକ ନଗର ଥିବାର ଜଣା ପଡିଲା ପୁଅର ଅଭିଯୋଗ ତା ମା କୁ ଫୁଲପଡା ର ବ୍ଯକ୍ତି ଏକଲକ୍ଷ୍ୟ କୋଡ଼ିଏ ହଜାର ଟଙ୍କା ରେ ବିକ୍ରି କରି ଦେଇଚି ଖୁବ ଶୀଘ୍ର ଏକ ଟିମ୍ ଗଠନ କରି ଅଶୋକ ନଗର କୁ ପୋଲିସ ଯିବେ ବୋଲି ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂ କହିଛନ୍ତି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ

ମାଛ ଧରିବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ
Jun 13, 2026•86 views

ମାଛ ଧରିବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଅନୁଗୋଳ: ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ସିଲିଂ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ମାଛ ଧରିବାକୁ ଯାଇ ଜଣେ ଯୁବକଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ସିଲିଂ ଗ୍ରାମର ମିଟୁ ଦେହୁରୀ। ସୂଚନା ଅନୁଯାୟୀ, ମିଟୁ ଗତ ରାତିରେ ଏକ ଡଙ୍ଗା ସାହାଯ୍ୟରେ ବ୍ରାହ୍ମଣୀ ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ। ଦୀର୍ଘ ସମୟ ଧରି ସେ ଘରକୁ ଫେରି ନଥିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ପରେ ପରିବାର ପକ୍ଷରୁ ସମଲ ପୋଲିସ ଓ କଣିହାଁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଲାସି ଅଭିଯାନ ଚଳାଇଥିଲେ। ବହୁ ଖୋଜାଖୋଜି ପରେ ନଦୀରୁ ମିଟୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି। ଏହି ଘଟଣା ପରେ ସିଲିଂ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଉଲ୍ଲେଖଯୋଗ୍ୟ ଯେ, ବ୍ରାହ୍ମଣୀ ନଦୀରେ ବାରମ୍ବାର ବୁଡ଼ି ମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ସଚେତନତା ବୋର୍ଡ ଲଗାଯାଇଥିଲେ ମଧ୍ୟ ଏଭଳି ଦୁର୍ଘଟଣା ଥମିବାର ନାମ ନେଉନାହିଁ। ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ନଦୀକୁ ଯାଉଥିବା ମାଛଧରାଳୀ ଓ ସାଧାରଣ ଲୋକଙ୍କୁ ସତର୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ, ଅନୁଗୁଳ

ନାଲକୋର ବର୍ଜ୍ୟ ଜଳ ନିଷ୍କାସନ ନେଇ ପୁଣି ଉଠିଲା ପ୍ରଶ୍ନ, ନମୁନା ପରୀକ୍ଷା ରିପୋର୍ଟ ସାର୍ବଜନୀନ କରିବାକୁ ଦାବି
Jun 13, 2026•90 views

ନାଲକୋର ବର୍ଜ୍ୟ ଜଳ ନିଷ୍କାସନ ନେଇ ପୁଣି ଉଠିଲା ପ୍ରଶ୍ନ, ନମୁନା ପରୀକ୍ଷା ରିପୋର୍ଟ ସାର୍ବଜନୀନ କରିବାକୁ ଦାବି

ଅନୁଗୋଳ: ଅନୁଗୋଳ ଜିଲ୍ଲାର କୁଲାଡ଼, ଗିରାଙ୍ଗ, ତୁଳସୀପାଳ, ଗାଢ଼ରଖାଇ ଏବଂ ବଡତଇଳା ଅଞ୍ଚଳର ବାସିନ୍ଦାମାନେ ଦୀର୍ଘଦିନ ଧରି ନାଲକୋରୁ ନିଷ୍କାସିତ ବର୍ଜ୍ୟ ଜଳ ଯୋଗୁଁ ପରିବେଶ, ଚାଷ ଜମି ଏବଂ ପାନୀୟ ଜଳ ଉତ୍ସ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ କରିଆସୁଛନ୍ତି।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୂଷିତ ପାଣି ଯୋଗୁଁ ମଣିଷଙ୍କ ମଧ୍ୟରେ କିଡନୀ, ହାଡ଼ ଓ ଫୁସଫୁସ ଜନିତ ବିଭିନ୍ନ ରୋଗ ବୃଦ୍ଧି ପାଉଥିବା ବେଳେ ଗାଈ, ଗୋରୁ ଓ ଅନ୍ୟାନ୍ୟ ପଶୁପକ୍ଷୀ ମଧ୍ୟ ଅଜଣା ରୋଗରେ ପୀଡ଼ିତ ହେଉଥିବା ଅଭିଯୋଗ ରହିଛି। ନାଲକୋର ETP (Effluent Treatment Plant) ଥିବା ସତ୍ତ୍ୱେ ମଧ୍ୟ ପ୍ରାୟ ୪୫ ବର୍ଷ ଧରି ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହେଉଛି।ଏହି ପ୍ରସଙ୍ଗରେ କୁଲାଡ଼ ଗ୍ରାମର ସମାଜସେବୀ ଅଭୟ ସିଂ ଓ ପ୍ରଶାନ୍ତ ପାତ୍ର ଏବଂ ଗିରାଙ୍ଗ ଗ୍ରାମର ସୁଜିତ୍ ଗଡନାୟକ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ପରେ Odisha State Pollution Control Board ଏବଂ ନାଲକୋ କର୍ତ୍ତୃପକ୍ଷ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ କୁଲାଡ଼, ଗିରାଙ୍ଗ, ତୁଳସୀପାଳ, ଗାଢ଼ରଖାଇ ସମେତ ବିଭିନ୍ନ ସ୍ଥାନରୁ ପାଣିର ନମୁନା ସଂଗ୍ରହ କରିଥିଲେ।ତେବେ ନମୁନା ସଂଗ୍ରହ ପରେ ପରୀକ୍ଷା ରିପୋର୍ଟ ସାର୍ବଜନୀନ କରିବାକୁ ଆସିଥିବା କର୍ତ୍ତ୍ଵ ପକ୍ଷ କହିଛନ୍ତି।ଅଭିଯୋଗକାରୀମାନେ ରିପୋର୍ଟକୁ ତୁରନ୍ତ ସାର୍ବଜନୀନ କରିବା, ନିରପେକ୍ଷ ତଦନ୍ତ କରିବା ଏବଂ ପ୍ରଭାବିତ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ, ପରିବେଶ ଓ ଜୀବିକାର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପୁଣିଥରେ ପରିବେଶ ସୁରକ୍ଷା ଓ ଶିଳ୍ପ ପ୍ରଦୂଷଣ ନିୟନ୍ତ୍ରଣ ପ୍ରସଙ୍ଗ ଚର୍ଚ୍ଚାରେ ରହିଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ, ଅନୁଗୁଳ

ସଡ଼କ ଦୁର୍ଘଟଣାରେ ବିଜେପି ଯୁବ ନେତାଙ୍କ ଅକାଳ ବିୟୋଗ
Jun 13, 2026•93 views

ସଡ଼କ ଦୁର୍ଘଟଣାରେ ବିଜେପି ଯୁବ ନେତାଙ୍କ ଅକାଳ ବିୟୋଗ

ଅନୁଗୋଳ: ବଅଁରପାଳ ବ୍ଲକ ଝଜିରିବହାଳ ଗ୍ରାମର ବିଜେପି ଯୁବ ନେତା, ସମାଜସେବୀ ତଥା ପରୋପକାରୀ ବ୍ୟକ୍ତିତ୍ବ ଭାବେ ଜଣାଶୁଣା ରାଜେନ୍ଦ୍ର ପ୍ରଧାନ (ରାଜୁ )ଙ୍କର ଏକସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଗତ କାଲି ସକାଳେ କୌଣସି ଏକ କାମରେ ମୋଟରସାଇକଲ୍ ଯୋଗେ ତାଙ୍କ ସାଙ୍ଗ ସହିତ ମିଶି ଦୁଇଜଣ ଭୁବେନଶ୍ବର ଯାଇଥିଲେ ଏବଂ କାମ ସାରି ଘରକୁ ଫେରୁଥିବା ସମୟରେ ୫୫ନଂ ଜାତୀୟ ରାଜପଥ କଟକ ବାଳି ନିକଟରେ ଭାରସାମ୍ଯ ହରାଇ ରାସ୍ତାରେ ଥିବା ଏକ ଡିଭାଇଡରରେ ତାଙ୍କର ଧକ୍କା ହୋଇଥିଲା। ଯାହା ଫଳରେ ରାଜେଶ ଏବଂ ତାଙ୍କ ସାଙ୍ଗ ଛିଟିକି ପଡିଥିଲେ କିନ୍ତୁ ଘଟଣା ସ୍ଥଳରେ ରାଜେଶଙ୍କ ଅବସ୍ତା ଗୁରୁତର ହୋଇଥିବା କାରଣରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ତାନୀୟ ଆଠଗଡ଼ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁ ଖବର ପାଇ ବଅଁରପାଳ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବ୍ୟବଚ୍ଛେଦ ପରେ ତାଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ରାଜେଶଙ୍କ ପରଲୋକ ଖବର ସ୍ତାନୀୟ ଯୁବ ନେତା, ସମାଜସେବୀ, ସାଙ୍ଗସାଥି, ଗ୍ରାମବାସୀ ତାଙ୍କ ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେଇ ଗ୍ରାମ ପରିକ୍ରମା କରାଯାଇ ଘରକୁ ନେଇଥିଲେ ପରେ ଗ୍ରାମ ଶ୍ମସାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ, ବଅଁରପାଳ

ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଅବସରରେ ତାଳଚେରରେ ସଚେତନତା ରାଲି
Jun 13, 2026•71 views

ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଅବସରରେ ତାଳଚେରରେ ସଚେତନତା ରାଲି

ଅନୁଗୋଳ:ତାଳଚେରରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଅବସରରେ ତାଲୁକ୍ ଆଇନ ସହାୟତା କମିଟି (ଟିଏଲଏସସି), ତାଳଚେର ପକ୍ଷରୁ ଏକ ୱାକାଥନ୍ ସଚେତନତା ରାଲି ଆୟୋଜିତ ହୋଇଥିଲା। ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ଟିଏଲଏସସି ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ କରଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ରାଲି ସିଭିଲ୍ କୋର୍ଟ ପରିସରରୁ ବାହାରି ସହରର ବିଭିନ୍ନ ପ୍ରମୁଖ ରାସ୍ତା ପରିକ୍ରମା କରିଥିଲା। ରାଲିରେ ବିଚାରପତି, ଆଇନଜୀବୀ, ପାରା ଲିଗାଲ ସ୍ୱେଚ୍ଛାସେବୀ, ଶ୍ରମ ବିଭାଗର ଅଧିକାରୀ ଏବଂ କଲେଜ ଓ ଆଇଟିଆଇର ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ ୭୦ ଜଣ ଅଂଶଗ୍ରହଣ କରିଥିଲେ। ପ୍ଲାକାର୍ଡ ଓ ସଚେତନତା ବାର୍ତ୍ତା ମାଧ୍ୟମରେ ଶିଶୁ ଶ୍ରମ ବିରୋଧରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଶିଶୁ ଅଧିକାର ସୁରକ୍ଷା, ଶିଶୁ ଶ୍ରମ ନିରାକରଣ ଏବଂ ନାଳସାର "ଶିଶୁ ଅନୁକୂଳ ଆଇନଗତ ସେବା ଓ ସୁରକ୍ଷା ଯୋଜନା–୨୦୨୪" ସମ୍ପର୍କରେ ସଚେତନତା ବୃଦ୍ଧି କରିବା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ, ତାଳଚେର

ଟିଟିଲାଗଡ଼ :-ଅଙ୍ଗନୱାଡି କର୍ମୀଙ୍କୁ ସ୍ମାର୍ଟ ଫୋନ ବଣ୍ଟନ କାର୍ଯ୍ୟକ୍ରମ
Jun 13, 2026•265 views

ଟିଟିଲାଗଡ଼ :-ଅଙ୍ଗନୱାଡି କର୍ମୀଙ୍କୁ ସ୍ମାର୍ଟ ଫୋନ ବଣ୍ଟନ କାର୍ଯ୍ୟକ୍ରମ

ଟିଟିଲାଗଡ଼: ସରକାର ଅଙ୍ଗନୱାଡି କେନ୍ଦ୍ରରେ ପ୍ରଚଳିତ ହେଉଥିବା ସେବା କାର୍ଯ୍ୟକ୍ରମକୁ ଡିଜିଟାଲ ମାଧ୍ୟମରେ ସୁଦୃଢ କରିବା ପାଇଁ ଏବେ ପ୍ରତ୍ୟେକ ଅଙ୍ଗନୱାଡି କର୍ମୀ ମାନଙ୍କୁ ସ୍ମାର୍ଟ ଫୋନ ଯୋଗାଇଦେଇଛନ୍ତି l ଏପରିପ୍ରେକ୍ଷୀରେ ୧୩ତାରିଖ ଦିନ ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେଥିବା ମାର୍ଲାଡ଼ ମଣ୍ଡଳର ଅଙ୍ଗନବାଡି କର୍ମୀ ମାନଙ୍କୁ ସେଲୁଆଁ ଅଙ୍ଗନବାଡି କେନ୍ଦ୍ରଠାରେ ସ୍ମାର୍ଟ ଫୋନ ବଣ୍ଟନ କରାଯାଇଥିଲା l ଏଥିରେ ମୁଖ୍ୟଅତିଥି ଭାବେ ଟିଟିଲାଗଡ଼ ବ୍ଲକ ଉପାଧ୍ୟକ୍ଷ ଜଗତରାମ ରଣା ଯୋଗଦାନଦେଇ ସ୍ମାର୍ଟ ଫୋନ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ମହିଳା ଶିଶୁ ବିକାଶ ବିଭାଗର ସେବା ଗୁଡିକ ଡିଜିଟାଲ ମାଧ୍ୟମରେ ପରିଚାଳନା ହେଉଥିବାରୁ ସ୍ମାର୍ଟ ଫୋନର ଆବଶ୍ୟକତା ରହିଛି l ତେଣୁ ପ୍ରତ୍ୟେକ ଅଙ୍ଗନୱାଡି କର୍ମୀମାନେ ନିଜର ଦାୟିତ୍ୱ ନିର୍ବାହ କରୁଥିବାରୁ ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ମୁଖ୍ୟଅତିଥି ଧନ୍ୟବାଦ ଦେଇଥିଲେ l ଏହି ସ୍ମାର୍ଟ ବଣ୍ଟନ କାର୍ଯ୍ୟକ୍ରମରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ମାର୍ଲାଡ଼ ସେକ୍ଟର ସୁପରଭାଇଜର ଚଞ୍ଚଲା ମାଝୀ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟକ୍ରମକୁ ସଫଳତାର ସହିତ ପରିଚାଳନା କରିଥିବାବେଲେ ସମ୍ମାନିତ ଅତିଥିରୂପେ ସମାଜ ସେଵୀ ରାମେଶ୍ୱର ରଣା ଯୋଗଦାନ ଦେଇଥିଲେ l ଏବଂ ମାର୍ଲାଡ଼ ସେକ୍ଟରର ସମସ୍ତ ଅଙ୍ଗନବାଡି କର୍ମୀ ଉପସ୍ଥିତଥିଲେ l

Balangir (ବଲାଙ୍ଗୀର) • ଟିଟିଲାଗଡ଼ ରୁ କୃଷ୍ଣଚନ୍ଦ୍ର ମାଝୀଙ୍କ ରିପୋର୍ଟ ପଲିଟିକାଲ ଖଟି

କେବେ ହଟିବ ସାନଖେମୁଣ୍ଡି ବ୍ଲକର ବିକାଶ ଉପରୁ ଦୁର୍ନୀତିର କଳାଛାୟା
Jun 13, 2026•64 views

କେବେ ହଟିବ ସାନଖେମୁଣ୍ଡି ବ୍ଲକର ବିକାଶ ଉପରୁ ଦୁର୍ନୀତିର କଳାଛାୟା

ବ୍ଲକ ପ୍ରଶାସନର ମନମୁଖୀ କାର୍ଯ୍ୟକଳାପ ବିରୋଧରେ ରଣହୁଙ୍କାର... ଧାରଣାରେ ବସିଲେ ସରପଞ୍ଚଙ୍କ ସହ ପଂଚାୟତବାସୀ... ସାନଖେମୁଣ୍ଡି: ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ। କଙ୍କୋରଡା ପଞ୍ଚାୟତର ସରପଞ୍ଚ ମିନତୀ ସେଠିଙ୍କ ନେତୃତ୍ୱରେ ଚାଲିଛି ଗଣଧାରଣା। ତାହାପୁଣି ଅହୋରାତ୍ର। ଦୀର୍ଘ ୩ ଦିନ ହେଲା ପ୍ରଶାସନର ଆଖିରୁ ନିଦ ହଜାଇ ଦେଇଛନ୍ତି ଶତାଧିକ ଗ୍ରାମବାସୀ ଓ ସରପଞ୍ଚ। କାହିଁକି ହୋଇପାରୁନି କଙ୍କୋରଡା ପଞ୍ଚାୟତର ବିକାଶ ? ଏଣୁ ଖରା-ତରାରେ ଧାରଣା ଦେଇଛନ୍ତି।ସେମାନଙ୍କ ଗୋଟିଏ ଜିଦ୍— "BDO ଙ୍କ ମନମୁଖୀ ଶାସନ ଆଉ ଚଳିବ ନାହିଁ"। ଅଭିଯୋଗ ହୋଇଛି ଯେ, ସାନଖେମୁଣ୍ଡି BDO ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଭାବେ କଙ୍କୋରଡା ପଞ୍ଚାୟତକୁ ଅଣଦେଖା କରୁଛନ୍ତି। ପଞ୍ଚାୟତରେ କୌଣସି ଉନ୍ନୟନମୂଳକ କାମ କରାଇ ଦିଆଯାଉ ନାହିଁ। ଯେଉଁ ସରକାର ଗାଁର ବିକାଶ ପାଇଁ କୋଟି କୋଟି ଟଙ୍କା ପଠାଉଛନ୍ତି, ସେହି ବିକାଶ କାମକୁ ବ୍ଲକ ସ୍ତରରେ ଜାଣିଶୁଣି ଅଟକାଇ ଦିଆଯାଉଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ସରପଞ୍ଚ। ଖାଲି ଅଣଦେଖା ନୁହେଁ, ବରଂ BDO ଙ୍କ ବିରୋଧରେ ଆସିଛି ବ୍ୟାପକ ଦୁର୍ନୀତିର ଗନ୍ଧ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସ୍ୱଚ୍ଛତା ଗୋଡ଼ରେ ଆଇନର ବେଡ଼ି ପକାଇଛି ପ୍ରଶାସନ। RTI ବା ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦିଆଯାଉନାହିଁ। BDO କରିଥିବା କଥିତ ଦୁର୍ନୀତିର ଯେଉଁ ତଦନ୍ତ ରିପୋର୍ଟ ଆସିଥିuଲା, ସେହି ଗୁପ୍ତ ରିପୋର୍ଟ ଏବେ ଗଲା କୁଆଡ଼େ? ସେହି ଫାଇଲ୍ କୁ କେଉଁ ସ୍ୱାର୍ଥରେ ଚାପି ରଖାଯାଇଛି? ଏହାକୁ ତୁରନ୍ତ ସାର୍ବଜନୀନ କରାଯାଉ ଏବଂ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସିଧାସଳଖ ଦାବି କରିଛନ୍ତି।

Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ସାନଖେମୁଣ୍ଡି

ବଙ୍ଗିଦା ଗ୍ରାମ ୭ ନମ୍ବର ୱାର୍ଡରେ ନୂତନ ନଳକୂପ ସ୍ଥାପନ କେବେ ?
Jun 13, 2026•138 views

ବଙ୍ଗିଦା ଗ୍ରାମ ୭ ନମ୍ବର ୱାର୍ଡରେ ନୂତନ ନଳକୂପ ସ୍ଥାପନ କେବେ ?

ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବଙ୍ଗିଦା ଗ୍ରାମର ୭ ନମ୍ବର ୱାର୍ଡରେ ବାସିନ୍ଦା ପିଇବା ପାଣିର ଘୋର ସମସ୍ୟା ଦୀର୍ଘଦିନ ଧରି ଲାଗି ରହିଛି। ୱାର୍ଡର ଏକମାତ୍ର ନଳକୂପଟି ଦୀର୍ଘଦିନ ଧରି ଅଚଳ ଅବସ୍ଥାରେ ରହିଥିବା ବେଳେ RWSS ବିଭାଗର ଯନ୍ତ୍ରୀ ପରିଦର୍ଶନ କରି ଏହାକୁ ରିଜେକ୍ଟ ଘୋଷଣା କରିଛନ୍ତି। ଏହାଫଳରେ ଗ୍ରାମବାସୀଙ୍କୁ ପିଇବା ପାଣି ପାଇଁ ବହୁ ଦୂରକୁ ଯିବାକୁ ପଡୁଛି। ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଇପ ପାଣି ମଧ୍ୟ ଅତ୍ୟନ୍ତ ସ୍ୱଳ୍ପ ସମୟ ପାଇଁ ଆସୁଥିବାରୁ ଦୈନନ୍ଦିନ ଆବଶ୍ୟକତା ପୂରଣ ହୋଇପାରୁନାହିଁ। ବିଶେଷକରି ଗ୍ରୀଷ୍ମ ଋତୁରେ ମହିଳା ଓ ବୃଦ୍ଧମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମ ବାସୀ ରାଜ୍ୟ ସରକାର ଙ୍କୁ ବିନମ୍ର ଅନୁରୋଧ କରିଛନ୍ତି ଯେ ବଙ୍ଗିଦା ଗ୍ରାମର ୭ ନମ୍ବର ୱାର୍ଡରେ ତୁରନ୍ତ ଏକ ନୂତନ ନଳକୂପ ସ୍ଥାପନ କରି ଗ୍ରାମବାସୀଙ୍କ ପିଇବା ପାଣି ସମସ୍ୟାର ସମାଧାନ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ।

Khordha (ଖୋର୍ଦ୍ଧା) • ରିପୋର୍ଟ: ପ୍ରିୟଙ୍କା ମହାପାତ୍ର

୩୦ ଲକ୍ଷରୁ ଅଧିକ ରାଜସ୍ୱ ଆଦାୟ, ତଥାପି ମୌଳିକ ସୁବିଧାରୁ ବଞ୍ଚିତ ସାଉଥ୍ ବଲଣ୍ଡା ପରିବା ମାର୍କେଟ ବ୍ୟବସାୟୀ
Jun 13, 2026•90 views

୩୦ ଲକ୍ଷରୁ ଅଧିକ ରାଜସ୍ୱ ଆଦାୟ, ତଥାପି ମୌଳିକ ସୁବିଧାରୁ ବଞ୍ଚିତ ସାଉଥ୍ ବଲଣ୍ଡା ପରିବା ମାର୍କେଟ ବ୍ୟବସାୟୀ

ଅନୁଗୁଳ: ତାଳଚେର କଳାହୀରାର ସହର ଭାବେ ପରିଚିତ। ଏହି ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ନିକଟରେ ପ୍ରତିଦିନ ଏକ ବୃହତ୍ ପରିବା ମାର୍କେଟ ବସୁଛି। ଏହି ମାର୍କେଟକୁ ପ୍ରତିବର୍ଷ ବ୍ଲକ ପ୍ରଶାସନ ପକ୍ଷରୁ ନିଲାମ କରାଯାଉଥିବା ବେଳେ ଏଥିରୁ ପ୍ରାୟ ୩୦ ରୁ ୩୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜସ୍ୱ ଆଦାୟ ହେଉଛି। କିନ୍ତୁ ଦୁଃଖର ବିଷୟ, ଏତେ ବଡ଼ ରାଜସ୍ୱ ଆଦାୟ ସତ୍ତ୍ୱେ ମାର୍କେଟରେ ବ୍ୟବସାୟ କରୁଥିବା ଶତାଧିକ ଗରିବ ବ୍ୟବସାୟୀଙ୍କ ପାଇଁ ନ୍ୟୂନତମ ମୌଳିକ ସୁବିଧା ମଧ୍ୟ ଉପଲବ୍ଧ ନାହିଁ। ମାର୍କେଟରେ ପିଇବା ପାଣିର ବ୍ୟବସ୍ଥା ନାହିଁ, ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ନାହିଁ, ପରିଷ୍କାର-ପରିଚ୍ଛନ୍ନତା ପାଇଁ ସୁଇପର ନିଯୁକ୍ତ ହୋଇନାହାନ୍ତି କିମ୍ବା ରାତ୍ରି ଜଗୁଆଳି ମଧ୍ୟ ନାହାନ୍ତି। ଫଳରେ ମାର୍କେଟ ଚାରିପାଖରେ ଅଳିଆ ଆବର୍ଜନାର ଗଦା ଜମି ରହୁଛି। ସେହି ଅପରିଷ୍କାର ପରିବେଶ ମଧ୍ୟରେ ବ୍ୟବସାୟୀମାନେ ଖରା, ବର୍ଷା ଓ ଅନ୍ୟାନ୍ୟ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ବ୍ୟବସାୟ କରିବାକୁ ବାଧ୍ୟ ହେଉଛନ୍ତି ବ୍ୟବସାୟୀମାନଙ୍କ କହିବା ଅନୁସାରେ, ସେମାନେ ନିଜ ସମସ୍ୟା ନେଇ ଉପଜିଲ୍ଲାପାଳ, ବ୍ଲକ ଅଧ୍ୟକ୍ଷ ଏବଂ ସମ୍ପୃକ୍ତ ସରପଞ୍ଚଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେଣୁ ଏହି ଗରିବ ବ୍ୟବସାୟୀମାନଙ୍କ ଦୁଃଖ ଓ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ମାର୍କେଟରେ ଆବଶ୍ୟକ ମୌଳିକ ସୁବିଧା ଯଥା ପାଣି, ଆଲୋକ, ସ୍ୱଚ୍ଛତା ଏବଂ ସୁରକ୍ଷା ବ୍ୟବସ୍ଥା ଶୀଘ୍ର ଯୋଗାଇ ଦେବାକୁ ସ୍ଥାନୀୟ ବ୍ୟବସାୟୀ ଓ ସାଧାରଣ ଜନତା ପ୍ରଶାସନ ନିକଟରେ ଦାବି କରିଛନ୍ତି।

Angul (ଅନୁଗୋଳ) • ରିପୋର୍ଟ: ସନାତନ କର, ତାଳଚେର

ଆଙ୍ଗନବାଡ଼ି କର୍ମୀଙ୍କୁ ସ୍ମାର୍ଟଫୋନ୍ ବଣ୍ଟନ, ସେବା ପ୍ରଦାନରେ ଆସିବ ଅଧିକ ସ୍ୱଚ୍ଛତା ଓ ଗତି
Jun 13, 2026•80 views

ଆଙ୍ଗନବାଡ଼ି କର୍ମୀଙ୍କୁ ସ୍ମାର୍ଟଫୋନ୍ ବଣ୍ଟନ, ସେବା ପ୍ରଦାନରେ ଆସିବ ଅଧିକ ସ୍ୱଚ୍ଛତା ଓ ଗତି

ବ୍ରହ୍ମପୁର: ରଷିକୁଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ଜନପ୍ରତିନିଧିଙ୍କ ଉପସ୍ଥିତି। ଏହି ବିଶେଷ କାର୍ଯ୍ୟକ୍ରମରେ ଆଙ୍ଗନବାଡ଼ି କର୍ମୀମାନଙ୍କୁ ସ୍ମାର୍ଟଫୋନ୍ ବଣ୍ଟନ କରାଯାଇଛି। ଏହି ଅବସରରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଜନପ୍ରତିନିଧି ଓ ମହିଳା ଓ ଶିଶୁ ବିକାଶ ବିଭାଗର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଙ୍ଗନବାଡ଼ି କର୍ମୀଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ କରିଥିଲେ। ସରକାରଙ୍କ ଡିଜିଟାଲ ସେବାକୁ ଗ୍ରାମାଞ୍ଚଳ ସ୍ତରରେ ଅଧିକ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ଏହି ସ୍ମାର୍ଟଫୋନ୍ ବଣ୍ଟନ କରାଯାଇଛି। ଏହା ମାଧ୍ୟମରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ, ପୋଷଣ କାର୍ଯ୍ୟକ୍ରମର ନିରୀକ୍ଷଣ, ଏବଂ ବିଭିନ୍ନ ସରକାରୀ ଯୋଜନାର ସୂଚନା ଅନଲାଇନ୍‌ରେ ଅଦ୍ୟତନ କରିବା ସହଜ ହେବ। କାର୍ଯ୍ୟକ୍ରମରେ ବକ୍ତାମାନେ କହିଥିଲେ ଯେ, ଆଙ୍ଗନବାଡ଼ି କର୍ମୀମାନେ ଗ୍ରାମ ସ୍ତରରେ ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଭିତ୍ତିସ୍ତମ୍ଭ। ସ୍ମାର୍ଟଫୋନ୍ ବ୍ୟବହାର ଦ୍ୱାରା ସେମାନଙ୍କ କାର୍ଯ୍ୟ ଅଧିକ ସୁବିଧାଜନକ ହେବା ସହିତ ସେବା ପ୍ରଦାନରେ ସ୍ୱଚ୍ଛତା ଓ ଦ୍ରୁତଗତି ଆସିବ। କାର୍ଯ୍ୟକ୍ରମ ଶେଷରେ ସ୍ମାର୍ଟଫୋନ୍ ପାଇଥିବା ଆଙ୍ଗନବାଡ଼ି କର୍ମୀମାନେ ଖୁସି ବ୍ୟକ୍ତ କରିଥିବା ସହ ଏହା ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ ସମ୍ପାଦନରେ ବେଶ୍ ସହାୟକ ହେବ ବୋଲି କହିଥିଲେ।

Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ବ୍ରହ୍ମପୁର

Love, Promise and Alleged Betrayal: Romantic Dispute in Sinapali Draws Public Attention, Police Launch Neutral Investigation
Jun 13, 2026•148 views

Love, Promise and Alleged Betrayal: Romantic Dispute in Sinapali Draws Public Attention, Police Launch Neutral Investigation

Sinapali: A controversial love affair dispute from the Sinapali area of Nuapada district has come to the forefront, sparking widespread discussion across the region. Allegations involving a five-year-long relationship, a promise of marriage, physical intimacy, and subsequent refusal to marry have brought the matter into the public spotlight. While a young woman has levelled serious allegations against her boyfriend, the accused and his family have strongly denied the claims, describing them as false and motivated. Police have initiated an investigation, and local residents are closely following the developments. According to reports, a young woman from Tulasipada village under Baijalpur in Gorla Gram Panchayat of Sinapali police limits has filed a complaint against a youth, identified as Ghanshyam Majhi of the same village. The complainant alleged that the two had been in a romantic relationship for nearly five years. During this period, the accused had reportedly promised to marry her, and based on that assurance, the relationship became increasingly close. The woman further alleged that when she repeatedly raised the issue of marriage, the accused began avoiding the matter and eventually refused to marry her. She also claimed to have learned that he was making arrangements to marry someone else. Following these developments, she approached the Sinapali Police Station seeking justice. However, she expressed dissatisfaction, alleging that no immediate and firm action had been taken on her complaint. On the other hand, the accused youth and his family have categorically rejected the allegations. According to them, the complaint is false and has been filed with the intention of blackmailing the family and tarnishing their social reputation. They stated that they have full faith in the police investigation and are willing to cooperate with the inquiry. Addressing the matter, Sinapali Police said that the investigation is being conducted in a fair and impartial manner. Statements from both parties have been recorded, and investigators are examining mobile call records, social media communications, messages, photographs, and other digital evidence. Statements from local residents are also being collected as part of the inquiry. The incident has also drawn reactions from social organisations, intellectuals, and local residents, who have appealed for restraint and caution. They emphasized that no individual should be declared guilty or innocent until the investigation is completed and all facts are verified through due legal process. As the matter moves through legal channels, public attention remains focused on the outcome of the police investigation. What began as a personal relationship has now become a matter of public interest, with many awaiting the truth that the ongoing inquiry may reveal.

Nuapada (ନୂଆପଡ଼ା) • Reporter: Malaya Meher, Sinapalli