ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଅବସରରେ ତାଳଚେରରେ ସଚେତନତା ରାଲି
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ, ତାଳଚେରJune 13, 202671 views

ଅନୁଗୋଳ:ତାଳଚେରରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଅବସରରେ ତାଲୁକ୍ ଆଇନ ସହାୟତା କମିଟି (ଟିଏଲଏସସି), ତାଳଚେର ପକ୍ଷରୁ ଏକ ୱାକାଥନ୍ ସଚେତନତା ରାଲି ଆୟୋଜିତ ହୋଇଥିଲା। ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ଟିଏଲଏସସି ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ କରଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ରାଲି ସିଭିଲ୍ କୋର୍ଟ ପରିସରରୁ ବାହାରି ସହରର ବିଭିନ୍ନ ପ୍ରମୁଖ ରାସ୍ତା ପରିକ୍ରମା କରିଥିଲା।
ରାଲିରେ ବିଚାରପତି, ଆଇନଜୀବୀ, ପାରା ଲିଗାଲ ସ୍ୱେଚ୍ଛାସେବୀ, ଶ୍ରମ ବିଭାଗର ଅଧିକାରୀ ଏବଂ କଲେଜ ଓ ଆଇଟିଆଇର ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ ୭୦ ଜଣ ଅଂଶଗ୍ରହଣ କରିଥିଲେ। ପ୍ଲାକାର୍ଡ ଓ ସଚେତନତା ବାର୍ତ୍ତା ମାଧ୍ୟମରେ ଶିଶୁ ଶ୍ରମ ବିରୋଧରେ ଜନସଚେତନତା ସୃଷ୍ଟି କରାଯାଇଥିଲା।
ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଶିଶୁ ଅଧିକାର ସୁରକ୍ଷା, ଶିଶୁ ଶ୍ରମ ନିରାକରଣ ଏବଂ ନାଳସାର "ଶିଶୁ ଅନୁକୂଳ ଆଇନଗତ ସେବା ଓ ସୁରକ୍ଷା ଯୋଜନା–୨୦୨୪" ସମ୍ପର୍କରେ ସଚେତନତା ବୃଦ୍ଧି କରିବା।
