କେବେ ହଟିବ ସାନଖେମୁଣ୍ଡି ବ୍ଲକର ବିକାଶ ଉପରୁ ଦୁର୍ନୀତିର କଳାଛାୟା
Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ସାନଖେମୁଣ୍ଡିJune 13, 202621 views

ବ୍ଲକ ପ୍ରଶାସନର ମନମୁଖୀ କାର୍ଯ୍ୟକଳାପ ବିରୋଧରେ ରଣହୁଙ୍କାର...
ଧାରଣାରେ ବସିଲେ ସରପଞ୍ଚଙ୍କ ସହ ପଂଚାୟତବାସୀ...
ସାନଖେମୁଣ୍ଡି: ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ। କଙ୍କୋରଡା ପଞ୍ଚାୟତର ସରପଞ୍ଚ ମିନତୀ ସେଠିଙ୍କ ନେତୃତ୍ୱରେ ଚାଲିଛି ଗଣଧାରଣା। ତାହାପୁଣି ଅହୋରାତ୍ର। ଦୀର୍ଘ ୩ ଦିନ ହେଲା ପ୍ରଶାସନର ଆଖିରୁ ନିଦ ହଜାଇ ଦେଇଛନ୍ତି ଶତାଧିକ ଗ୍ରାମବାସୀ ଓ ସରପଞ୍ଚ। କାହିଁକି ହୋଇପାରୁନି କଙ୍କୋରଡା ପଞ୍ଚାୟତର ବିକାଶ ?
ଏଣୁ ଖରା-ତରାରେ ଧାରଣା ଦେଇଛନ୍ତି।ସେମାନଙ୍କ ଗୋଟିଏ ଜିଦ୍— "BDO ଙ୍କ ମନମୁଖୀ ଶାସନ ଆଉ ଚଳିବ ନାହିଁ"।
ଅଭିଯୋଗ ହୋଇଛି ଯେ, ସାନଖେମୁଣ୍ଡି BDO ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଭାବେ କଙ୍କୋରଡା ପଞ୍ଚାୟତକୁ ଅଣଦେଖା କରୁଛନ୍ତି। ପଞ୍ଚାୟତରେ କୌଣସି ଉନ୍ନୟନମୂଳକ କାମ କରାଇ ଦିଆଯାଉ ନାହିଁ। ଯେଉଁ ସରକାର ଗାଁର ବିକାଶ ପାଇଁ କୋଟି କୋଟି ଟଙ୍କା ପଠାଉଛନ୍ତି, ସେହି ବିକାଶ କାମକୁ ବ୍ଲକ ସ୍ତରରେ ଜାଣିଶୁଣି ଅଟକାଇ ଦିଆଯାଉଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ସରପଞ୍ଚ।
ଖାଲି ଅଣଦେଖା ନୁହେଁ, ବରଂ BDO ଙ୍କ ବିରୋଧରେ ଆସିଛି ବ୍ୟାପକ ଦୁର୍ନୀତିର ଗନ୍ଧ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସ୍ୱଚ୍ଛତା ଗୋଡ଼ରେ ଆଇନର ବେଡ଼ି ପକାଇଛି ପ୍ରଶାସନ। RTI ବା ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦିଆଯାଉନାହିଁ। BDO କରିଥିବା କଥିତ ଦୁର୍ନୀତିର ଯେଉଁ ତଦନ୍ତ ରିପୋର୍ଟ ଆସିଥିuଲା, ସେହି ଗୁପ୍ତ ରିପୋର୍ଟ ଏବେ ଗଲା କୁଆଡ଼େ? ସେହି ଫାଇଲ୍ କୁ କେଉଁ ସ୍ୱାର୍ଥରେ ଚାପି ରଖାଯାଇଛି? ଏହାକୁ ତୁରନ୍ତ ସାର୍ବଜନୀନ କରାଯାଉ ଏବଂ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସିଧାସଳଖ ଦାବି କରିଛନ୍ତି।
