ସଡ଼କ ଦୁର୍ଘଟଣାରେ ବିଜେପି ଯୁବ ନେତାଙ୍କ ଅକାଳ ବିୟୋଗ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ, ବଅଁରପାଳJune 13, 202640 views

ଅନୁଗୋଳ: ବଅଁରପାଳ ବ୍ଲକ ଝଜିରିବହାଳ ଗ୍ରାମର ବିଜେପି ଯୁବ ନେତା, ସମାଜସେବୀ ତଥା ପରୋପକାରୀ ବ୍ୟକ୍ତିତ୍ବ ଭାବେ ଜଣାଶୁଣା ରାଜେନ୍ଦ୍ର ପ୍ରଧାନ (ରାଜୁ )ଙ୍କର ଏକସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଗତ କାଲି ସକାଳେ କୌଣସି ଏକ କାମରେ ମୋଟରସାଇକଲ୍ ଯୋଗେ ତାଙ୍କ ସାଙ୍ଗ ସହିତ ମିଶି ଦୁଇଜଣ ଭୁବେନଶ୍ବର ଯାଇଥିଲେ ଏବଂ କାମ ସାରି ଘରକୁ ଫେରୁଥିବା ସମୟରେ ୫୫ନଂ ଜାତୀୟ ରାଜପଥ କଟକ ବାଳି ନିକଟରେ ଭାରସାମ୍ଯ ହରାଇ ରାସ୍ତାରେ ଥିବା ଏକ ଡିଭାଇଡରରେ ତାଙ୍କର ଧକ୍କା ହୋଇଥିଲା। ଯାହା ଫଳରେ ରାଜେଶ ଏବଂ ତାଙ୍କ ସାଙ୍ଗ ଛିଟିକି ପଡିଥିଲେ କିନ୍ତୁ ଘଟଣା ସ୍ଥଳରେ ରାଜେଶଙ୍କ ଅବସ୍ତା ଗୁରୁତର ହୋଇଥିବା କାରଣରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ତାନୀୟ ଆଠଗଡ଼ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁ ଖବର ପାଇ ବଅଁରପାଳ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବ୍ୟବଚ୍ଛେଦ ପରେ ତାଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ରାଜେଶଙ୍କ ପରଲୋକ ଖବର ସ୍ତାନୀୟ ଯୁବ ନେତା, ସମାଜସେବୀ, ସାଙ୍ଗସାଥି, ଗ୍ରାମବାସୀ ତାଙ୍କ ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେଇ ଗ୍ରାମ ପରିକ୍ରମା କରାଯାଇ ଘରକୁ ନେଇଥିଲେ ପରେ ଗ୍ରାମ ଶ୍ମସାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।
