--:--:--
-- ---
Srishti News

ଟିଟିଲାଗଡ଼ :-ଅଙ୍ଗନୱାଡି କର୍ମୀଙ୍କୁ ସ୍ମାର୍ଟ ଫୋନ ବଣ୍ଟନ କାର୍ଯ୍ୟକ୍ରମ

Balangir (ବଲାଙ୍ଗୀର)ଟିଟିଲାଗଡ଼ ରୁ କୃଷ୍ଣଚନ୍ଦ୍ର ମାଝୀଙ୍କ ରିପୋର୍ଟ ପଲିଟିକାଲ ଖଟିJune 13, 2026175 views
ଟିଟିଲାଗଡ଼ :-ଅଙ୍ଗନୱାଡି କର୍ମୀଙ୍କୁ ସ୍ମାର୍ଟ ଫୋନ ବଣ୍ଟନ କାର୍ଯ୍ୟକ୍ରମ
ଟିଟିଲାଗଡ଼: ସରକାର ଅଙ୍ଗନୱାଡି କେନ୍ଦ୍ରରେ ପ୍ରଚଳିତ ହେଉଥିବା ସେବା କାର୍ଯ୍ୟକ୍ରମକୁ ଡିଜିଟାଲ ମାଧ୍ୟମରେ ସୁଦୃଢ କରିବା ପାଇଁ ଏବେ ପ୍ରତ୍ୟେକ ଅଙ୍ଗନୱାଡି କର୍ମୀ ମାନଙ୍କୁ ସ୍ମାର୍ଟ ଫୋନ ଯୋଗାଇଦେଇଛନ୍ତି l ଏପରିପ୍ରେକ୍ଷୀରେ ୧୩ତାରିଖ ଦିନ ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେଥିବା ମାର୍ଲାଡ଼ ମଣ୍ଡଳର ଅଙ୍ଗନବାଡି କର୍ମୀ ମାନଙ୍କୁ ସେଲୁଆଁ ଅଙ୍ଗନବାଡି କେନ୍ଦ୍ରଠାରେ ସ୍ମାର୍ଟ ଫୋନ ବଣ୍ଟନ କରାଯାଇଥିଲା l ଏଥିରେ ମୁଖ୍ୟଅତିଥି ଭାବେ ଟିଟିଲାଗଡ଼ ବ୍ଲକ ଉପାଧ୍ୟକ୍ଷ ଜଗତରାମ ରଣା ଯୋଗଦାନଦେଇ ସ୍ମାର୍ଟ ଫୋନ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ମହିଳା ଶିଶୁ ବିକାଶ ବିଭାଗର ସେବା ଗୁଡିକ ଡିଜିଟାଲ ମାଧ୍ୟମରେ ପରିଚାଳନା ହେଉଥିବାରୁ ସ୍ମାର୍ଟ ଫୋନର ଆବଶ୍ୟକତା ରହିଛି l ତେଣୁ ପ୍ରତ୍ୟେକ ଅଙ୍ଗନୱାଡି କର୍ମୀମାନେ ନିଜର ଦାୟିତ୍ୱ ନିର୍ବାହ କରୁଥିବାରୁ ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ମୁଖ୍ୟଅତିଥି ଧନ୍ୟବାଦ ଦେଇଥିଲେ l ଏହି ସ୍ମାର୍ଟ ବଣ୍ଟନ କାର୍ଯ୍ୟକ୍ରମରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ମାର୍ଲାଡ଼ ସେକ୍ଟର ସୁପରଭାଇଜର ଚଞ୍ଚଲା ମାଝୀ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟକ୍ରମକୁ ସଫଳତାର ସହିତ ପରିଚାଳନା କରିଥିବାବେଲେ ସମ୍ମାନିତ ଅତିଥିରୂପେ ସମାଜ ସେଵୀ ରାମେଶ୍ୱର ରଣା ଯୋଗଦାନ ଦେଇଥିଲେ l ଏବଂ ମାର୍ଲାଡ଼ ସେକ୍ଟରର ସମସ୍ତ ଅଙ୍ଗନବାଡି କର୍ମୀ ଉପସ୍ଥିତଥିଲେ l